• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

ପରିବେଶ

ତମାଖୁ ମୁକ୍ତ ବାର୍ତ୍ତା ବାଣ୍ଟିଲେ ଇମ୍ରାନ୍

June 20, 2019 By LocalWire Leave a Comment

ଭୁବନେଶ୍ୱର, ଜୁନ୍ ୨୦(ଲୋକାଲ ୱାୟାର): ‘ତମାଖୁ ଛାଡ଼ନ୍ତୁ, ଜୀବନ ବଞ୍ଚାନ୍ତୁ’ ।

ଛୋଟପିଲାଙ୍କ ହାତରେ ତମାଖୁ ଦ୍ରବ୍ୟ ମଗାନ୍ତୁ ନାହିଁ । ଏହି ବାର୍ତ୍ତା ନେଇ ତମାଖୁ ବିରୋଧୀକର୍ମୀ ତଥା ସଲାମ୍ ଜୀବନ ସଂସ୍ଥାର ସହ ପ୍ରତିଷ୍ଠାତା ମହମ୍ମଦ ଇମ୍ରାନ୍ ଅଲ୍ଲୀ ଶୈଶବକୁ ତମାଖୁ ମୁକ୍ତ କରିବାର ବାର୍ତ୍ତା ବାଣ୍ଟିଛନ୍ତି ।

ସେ ଭାରତର ରାଜଧାନୀ ନୂଆଦିଲ୍ଲୀ, ରାଜସ୍ଥାନସ୍ଥିତ ଅଜମେର ଏବଂ ହରିଆନାସ୍ଥିତ ପାନିପଥର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ତମାଖୁ ବିରୋଧୀ ସଚେତନତାଧର୍ମୀ ପୋଷ୍ଟର୍, ପ୍ଲାକାର୍ଡ ପ୍ରଦର୍ଶନ କରି ଉପସ୍ଥିତ ପର୍ଯ୍ୟଟକମାନଙ୍କୁ ତମାଖୁର ଭୟାବହତା ଉପରେ ସଚେତନତା କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଇମ୍ରାନଙ୍କ ପତ୍ନୀ ସୁହାନା ବେଗମ୍ ସହଯୋଗ କରିଛନ୍ତି ।

ନୂଆଦିଲ୍ଲୀସ୍ଥିତ ମହାତ୍ମାଗାନ୍ଧୀଙ୍କର ସ୍ମାରକ ରାଜଘାଟ, ଲାଲକିଲ୍ଲା, କୁତବମୀନାର, ଯୁମା ମସଜିଦ, ଇଣ୍ଡିଆ ଗେଟ୍, ରାଜସ୍ଥାନ ଅଜମେର, ପୁଷ୍କର, ମହାରାଣା ପ୍ରତାପ ସ୍ମାରକ, ହରିଆନା ଐତିହାସିକ ଯୁଦ୍ଧଭୂମି ପାନିପଥ ସ୍ମୃତି ମୈଦାନଠାରେ କରାଯାଇଥିବା ଏ ସଚେତନତା କାର୍ଯ୍ୟକ୍ରମ ତମାଖୁ ବିରୋଧରେ ଏକ ଯୁଦ୍ଧ ବୋଲି ଇମ୍ରାନ୍ କହିଛନ୍ତି ।

ଲୋକାଲ ୱାୟାର

Filed Under: Odia, ପରିବେଶ Tagged With: ଓଡିଶା, ପରିବେଶ, ଭୁବନେଶ୍ୱର

ପଶ୍ଚିମ ଓଡ଼ିଶାରେ ମୃଦୁ ଭୂକମ୍ପ, ଥରି ଉଠିଲା ଘର

June 19, 2019 By LocalWire Leave a Comment

ଭୁବନେଶ୍ୱର, ଜୁନ୍ ୧୯(ଲୋକାଲ ୱାୟାର): ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ବୁଧବାର ସନ୍ଧ୍ୟାରେ ମୃଦୁ ଭୂକମ୍ପ ହୋଇଥିବା ଜନସାଧାରଣ କହିଥିବା ବେଳେ ପାଣିପାଗ କେନ୍ଦ୍ର ପକ୍ଷରୁ ଏ ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ ତଥ୍ୟ ଦିଆଯାଇନାହିଁ ।

ବୁଧବାର ସନ୍ଧ୍ୟା ୫ ଟା ୪୭ ମିନିଟରେ ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା ଆଦି ଜିଲ୍ଲାର କେତେକ ସହର କେଇ ସେକେଣ୍ଡ ପାଇଁ ଥରି ଉଠିଥିଲା ।

ବଡ଼ ଆପାର୍ଟମେଣ୍ଟର ଲୋକମାନେ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ । ଘରକୁ ଫେରିବାକୁ ଭୟ କରିଥିଲେ ।

ତେବେ ପାଣିପାଗ ବିଶେଷଜ୍ଞ କହିଛନ୍ତି, ଭୂକମ୍ପ ୫ଟା ୪୭ ମିନିଟ ୩୩ ସେକେଣ୍ଡରେ ଅନୁଭୂତ ହୋଇଥିଲା ଏବଂ ତୀବ୍ରତା ଥିଲା ୩.୭ । ଦେବଗଡ଼ ଥିଲା ଏହାର କେନ୍ଦ୍ରସ୍ଥଳ ।

ଲୋକାଲ ୱାୟାର

Filed Under: Odia, ଦୁର୍ଘଟଣା, ପରିବେଶ Tagged With: ଓଡିଶା, ଝାରସୁଗୁଡା, ଦୁର୍ଘଟଣା, ପରିବେଶ, ଭୁବନେଶ୍ୱର

ପ୍ରାକୃତିକ ବିପର୍ଯ୍ୟୟର ମୁକାବଲା ପାଇଁ ରାଜ୍ୟବ୍ୟାପୀ ପ୍ରସ୍ତୁତି ଅଭ୍ୟାସ ଜାରି

June 19, 2019 By LocalWire Leave a Comment

ଭୁବନେଶ୍ୱର, ଜୁନ ୧୯ (ଲୋକାଲ ୱାୟାର) ମୌସୁମୀ ପୂର୍ବରୁ ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା ଓ ବାତ୍ୟା ମୁକାବଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ରାଜ୍ୟବ୍ୟାପୀ ପ୍ରସ୍ତୁତି ଅଭ୍ୟାସ ଆୟୋଜିତ କରାଯାଇଥିବା ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ସଂଚାଳନ ସଂସ୍ଥା (ଓଏସଡିଏମଏ)ର ଜଣେ ଅଧିକାରୀ କହିଛନ୍ତି ।

ରାଜ୍ୟର ୩୦ଟି ଜିଲ୍ଲାରେ ଜିଲ୍ଲା, ବ୍ଲକ ଓ ଆଶ୍ରୟସ୍ଥଳୀ ସ୍ତରୀୟ ବାତ୍ୟା, ବନ୍ୟା ଓ ଅନ୍ୟାନ୍ୟ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ପ୍ରସ୍ତୁତି ଅଭ୍ୟାସ (ମକ୍ ଡ୍ରିଲ୍) ଅନୁଷ୍ଠିତ ହୋଇଛି ।

୨୫ଟି ଜିଲ୍ଲା ତଥା ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, କଟକ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ରାୟଗଡ଼ା, ନବରଙ୍ଗପୁର, ସୁବର୍ଣ୍ଣପୁର, ଗଜପତି, କୋରାପୁଟ, ନୂଆପଡ଼ା, ମାଲକାନଗିରି, କଳାହାଣ୍ଡି, ବୌଦ୍ଧ, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝରର ୮୭୯ ଗୋଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ ଗୋଷ୍ଠୀସ୍ତରୀୟ ସାମୁହିକ ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ କରାଯାଇଛି ।

ସେହିପରି ବାକି ୫ଟି ଜିଲ୍ଲା ତଥା କନ୍ଧମାଳ, ବଲାଙ୍ଗିର, ଦେବଗଡ, ସୁନ୍ଦରଗଡ ଓ ଅନୁଗୁଳରେ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ କରାଯାଇଛି ।

ରାଜ୍ୟର ସମସ୍ତ ବ୍ଲକରେ ଏହି କାର୍ଯ୍ୟକ୍ରମ କରାଯିବା ସହ ପ୍ରସ୍ତୁତିକୁ ନେଇ ଏକ ସଚେତନତା ରାଲି କରାଯାଇଥିଲା ।

ପ୍ରସ୍ତୁତି ଅଭ୍ୟାସରେ ଆଶ୍ରୟସ୍ଥଳୀ ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟୀତ୍ୱରେ ଥିବା ସମିତି ସଭ୍ୟସଭ୍ୟା ତଥା ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ମାନେ ସନ୍ଧାନ, ଉଦ୍ଧାର କୌଶଳ ଏବଂ ପ୍ରାଥମିକ ଚିକିତ୍ସା କୌଶଳ ପ୍ରମୁଖ ପ୍ରଦର୍ଶନ କରିଥିଲେ ।

ଏହା ସହିତ ଆଶ୍ରୟସ୍ଥଳୀମାନଙ୍କୁ ଯୋଗାଇ ଦିଆଯାଇଥିବା ବିଭିନ୍ନ ପ୍ରକାରର ଉପକରଣ ଯଥା, ଟାୱାର ଲାଇଟ୍, ଯନ୍ତ୍ରଚାଳିତ କରତ, ଜେନେରେଟର, ଷ୍ଟ୍ରେଚର, ମେଗାଫୋନ୍ ଇତ୍ୟାଦିର ବ୍ୟବହାର ସମ୍ବନ୍ଧୀୟ ଅଭ୍ୟାସ କରିଥିଲେ ।

ଏହାସହ ଏନଡିଆରଏଫ, ଓଡ୍ରାଫ ଏବଂ ଅଗ୍ନିଶମ ସେବା ବାହିନୀ ଏଥିରେ ଭାଗ ନେବା ସହିତ ସନ୍ଧାନ ଓ ଉଦ୍ଧାର କୌଶଳ ପ୍ରଦର୍ଶନ କରିଥିଲେ ।

ତେବେ ଜିଲ୍ଲା ପ୍ରଶାସନ ସମେତ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସମ୍ପୃକ୍ତ ସରପଞ୍ଚ ଗ୍ରାମ ପଞ୍ଚାୟତ କର୍ମକର୍ତ୍ତା ଏବଂ ସାଧାରଣ ଲୋକମାନେ ଅଂଶଗ୍ରହଣ କରିଥିଲେ ।

ଉପରୋକ୍ତ ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ ଗୁଡ଼ିକ ରାଜ୍ୟସ୍ତରରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓଏସଡିଏମଏ) ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ଓ ଜିଲ୍ଲା ସ୍ତରରେ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ଜରୁରୀକାଳୀନ ବିଭାଗ ଦ୍ୱାରା ସଂଯୋଜନା କରାଯାଇଛି ।

ଲୋକାଲ ୱାୟାର

Filed Under: Odia, ପରିବେଶ Tagged With: ଅନୁଗୁଳ, ଓଡିଶା, କନ୍ଧମାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଝାରସୁଗୁଡା, ଢେଙ୍କାନାଳ, ପରିବେଶ, ବରଗଡ, ବୌଦ୍ଧ, ଭଦ୍ରକ, ଭୁବନେଶ୍ୱର, ଯାଜପୁର, ସୁବର୍ଣ୍ଣପୁର

ପ୍ରତିବନ୍ଧକ ହଟିବା ପରେ ପୁଣି ମାଛ ଧରିବାକୁ ସମୁଦ୍ରକୁ ବାହାରିଲେ ମତ୍ସ୍ୟଜୀବୀ

June 17, 2019 By Ashis Senapati Leave a Comment

କେନ୍ଦ୍ରାପଡ଼ା, ଜୁନ ୧୭(ଲୋକାଲ ୱାୟାର): ଏପ୍ରିଲ ୧୫ରୁ ଜୁନ ୧୪ ଯାଏଁ ୬୦ ଦିନ ଧରି ଜାରି ହୋଇଥିବା ମାଛଧରା ପ୍ରତିବନ୍ଧକ ହଟିବା ପରେ ଶନିବାର ମତ୍ସ୍ୟଜୀବୀମାନେ ପୁଣି ମାଛ ଧରିବାକୁ ବାହାରିଛନ୍ତି ।

ପ୍ରଜନନ ଋତୁରେ ମତ୍ସ୍ୟ ସଂପଦ ସଂରକ୍ଷଣ ଉଦ୍ଦେଶ୍ୟରେ ସରକାର ଦୁଇ ମାସ ପାଇଁ ମାଛଧରା ଉପରେ ପ୍ରତିବନ୍ଧକ ଜାରି କରିଥିଲେ ।

ମତ୍ସ୍ୟ ବିଭାଗ ଅଧୀନରେ ୧୭,୪୫୦ଟି ମାଛ ଧରା ଡଙ୍ଗା ପଂଜୀକୃତ ହୋଇଛି । ଏଥିରେ ୧୭୪୧ଟି ଟ୍ରଲର ରହିଛି ।

ମତ୍ସ୍ୟଜୀବୀମାନେ ମାଛ ଧରା ଋତୁ ପୂର୍ବରୁ ଉପକରଣ ମରାମତି ଓ ଡଙ୍ଗା ମରାମତି କରିଥିଲେ ।

ଆନ୍ଧ୍ରପ୍ରଦେଶର ମତ୍ସ୍ୟଜୀବୀମାନେ ସମୁଦ୍ର କୂଳିଆ ଗାଁଗୁଡ଼ିକରେ ଆସି ପହଂଚି ଗଲେଣି ।

ମାଛଧରା ଋତୁ ଆରମ୍ଭ ପୂର୍ବରୁ ପାରାଦ୍ୱୀପ, ଖରିନାସୀ, ଜମ୍ବୁ ଆଦି ସ୍ଥାନରେ ଥିବା ମାଛ ଧରା ଜେଟିଗୁଡ଼ିକରେ ଗହଳଚହଳ ପରିଲକ୍ଷିତ ହେଉଛି ।

ଟ୍ରଲରରେ ବରଫ ଲଦା ହେଉଛି, ପଶ୍ଚିମବଙ୍ଗର ମାଛ ବ୍ୟବସାୟୀମାନେ ପହଞ୍ଚି ସାରିଲେଣି ଓ ସାମୁଦ୍ରିକ ଖାଦ୍ୟ ରପ୍ତାନୀକାରୀ ସଂସ୍ଥାଗୁଡିକର ଅଫିସ ଓ କଲେକ୍ସନ ସେଣ୍ଟର ଖୋଲି ସାରିଲାଣି ବୋଲି କହିଛନ୍ତି ଖରିନାସୀ ଗାଁର ମତ୍ସଜୀବୀ ଅରବିନ୍ଦ ମଣ୍ଡଳ ।

ଏବର୍ଷ ବାତ୍ୟା ‘ଫନି’ରେ ପ୍ରାୟ ୬୩୯୦ଟି ମାଛ ଧରା ଡଙ୍ଗା ଭାଙ୍ଗି ଯାଇଥିବାରୁ କିଛି ମତ୍ସ୍ୟଜୀବୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଭାଙ୍ଗି ଯାଇଥିବା ଡଙ୍ଗା ପାଇଁ ୯୬୦୦ ଟଙ୍କା ଓ ନଷ୍ଟ ହୋଇ ଯାଇଥିବା ଜାଲ ପାଇଁ ୨୬୦୦ ଟଙ୍କା ଲେଖାଏଁ ରାଜ୍ୟ ସରକାର ସହାୟତା ଯୋଗାଇ ଦେଇଛନ୍ତି ।

ବର୍ଷା ଋତୁରେ ଅବାଧ ମାଛ ପ୍ରଜନନ ପାଇଁ ମାଛଧରା ଉପରେ ପ୍ରତିବନ୍ଧକ ଜାରି ବ୍ୟବସ୍ଥା ୧୯୯୮ରୁ ଆରମ୍ଭ ହୋଇଥିଲା ।

ମୌସୁମୀରେ ଓଡ଼ିଶା ଉପକୂଳରେ ପ୍ରାୟ ୩୦୦ ପ୍ରଜାତିର ମାଛ ପ୍ରଜନନ କରିଥାନ୍ତି ବୋଲି କହିଛନ୍ତି ପ୍ରତାପ ରଂଜନ ରାଉତ, ଯୁଗ୍ମ ନିର୍ଦ୍ଦେଶକ, ମତ୍ସ୍ୟ ବିଭାଗ (ଉପକୂଳ) ।

ଓଡ଼ିଶା ପାରମ୍ପରିକ ମତ୍ସ୍ୟ କର୍ମଜୀବୀ ସଂଘ (ଓଟିଏଫଡବ୍ଲୁୟୁ)ର ସଭାପତି ତୁଷାରକାନ୍ତ ସର୍ଦ୍ଦାର କହିଛନ୍ତି, ପ୍ରଜନନ ଋତୁରେ ଜାରି ୬୦ ଦିନିଆ ପ୍ରତିବନ୍ଧକ ବେଶ ସଫଳ ହୋଇଛି ।

ପ୍ରଜନନ ବେଳେ ମାଛଧରା ବନ୍ଦ ହେଉଥିବାରୁ ଆମେ ପରେ ବଡ଼ ଚିଙ୍ଗୁଡ଼ି ଧରି ସେଗୁଡ଼ିକୁ ଅଧିକ ଦାମରେ ବିକି ଲାଭବାନ ହେଉଛୁ ।

ଅନେକ ମାଛ ଧରିବାକୁ ସମୁଦ୍ରକୁ ଯିବା ପୂର୍ବରୁ ପୂଜାର୍ଚ୍ଚନା କରିଥାନ୍ତି । ଦୁଇ ମାସ ପ୍ରତିବନ୍ଧକ ଯୋଗୁଁ ମାଛ ଅଭାବରୁ ଦାମ ଆକାଶଛୁଆଁ ହୋଇ ଯାଇଥିଲା ।

ଶନିବାର ମାଛ ଧରା ଆରମ୍ଭ ହେବା ପରେ ଦାମ କମିବ ବୋଲି ଆଶା କରାଯାଉଛି ।

ଆଉ କିଛି ଦିନ ମଧ୍ୟରେ ଏହାର ପ୍ରଭାବରେ ସ୍ଥାନୀୟ ବଜାରରେ ମାଛର ଦାମ କମିବ ବୋଲି କେନ୍ଦ୍ରାପଡ଼ା ମାଛ ବଜାରର ବିକ୍ରେତା ରଂଜିତ ବେହେରା କହିଛନ୍ତି ।

ଲୋକାଲ ୱାୟାର

Filed Under: Environment, Odia, ପରିବେଶ Tagged With: Environment, ଓଡିଶା, କେନ୍ଦ୍ରାପଡା, ପରିବେଶ

ପଶ୍ଚିମବଙ୍ଗ ଡାକ୍ତରଙ୍କୁ ସମର୍ଥନ କରି କଟକରେ ଶୋଭାଯାତ୍ରା ଓ ବିକ୍ଷୋଭ

June 16, 2019 By Prabeen Sahoo Leave a Comment

କଟକ, ଜୁନ ୧୬ (ଲୋକାଲ ୱାୟାର): କୋଲକାତାରେ ଜଣେ ରୋଗୀର ମୃତ୍ୟୁ ଘଟଣାକୁ କେନ୍ଦ୍ରକରି କେତେକ ଦୁର୍ବୁତ୍ତ ଡାକ୍ତରଙ୍କୁ ମାଡ ମାରିଥିବା ପ୍ରତିବାଦରେ ବାମପନ୍ଥୀ ବିଚାରଧାରାର ଏକ ଚତ୍ର ସଂଗଠନର ସଦସ୍ୟ ମାନେ କଟକରେ ବିକ୍ଷୋଭର ଆୟୋଜନ କରିଥିଲେ।

ଏଆଇଡିଏସଓ (ଅଲ୍ ଇଣ୍ଡିଆ ଡେମୋକ୍ରାଟିକ୍ ଷ୍ଟୁଡେଣ୍ଟସ ଅର୍ଗାନାଇଜେସନ) କଟକ ଜିଲ୍ଲା କମିଟି ପକ୍ଷରୁ କଲେଜଛକଠାରେ ଏହି ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା।

ଏଆଇଡିଏସଓ କଟକ ଜିଲ୍ଲା କମିଟି ଉପସଭାପତି ତରୁଣସେନ ନାୟକ, ସମ୍ପାଦକ ବିନୋଦ ସେଠୀ, ସମ୍ପାଦକମଣ୍ଡଳୀ ସଦସ୍ୟ ଶିବାନୀ ସାହୁ, ଶୁଭସ୍ମିତା ସାହୁ, ସଂଗଠକ ସରୋଜ ମାନସିଂ, ସିଦ୍ଧେଶ୍ୱର ଜେଠୀ ଏହି ବିକ୍ଷୋଭର ନେତୃତ୍ବ ନେଇଥିଲେ ।

ସୂଚନାଯୋଗ୍ୟ ଯେ, ଜୁନ୍ ୧୦ ତାରିଖ ମଧ୍ୟରାତ୍ରରେ ଜଣେ ୮୫ ବର୍ଷିୟ ରୋଗୀର ମୃତ୍ୟୁ ଘଟଣାକୁ କେନ୍ଦ୍ରକରି କୋଲକାତାରେ ଡାକ୍ତରଙ୍କୁ କେତେକ ଦୁର୍ବୁତ୍ତ ମାଡ ମାରିଥିଲେ।

ଏହି ଘଟଣାରେ ପଶ୍ଚିମବଙ୍ଗର ସମସ୍ତ ମେଡ଼ିକାଲ କଲେଜର ଡାକ୍ତର ଓ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ସରକାର ଡାକ୍ତରଙ୍କ ଦାବି ଶୁଣିବା ପରିବର୍ତ୍ତେ ବିଭିନ୍ନ ଧମକ ଦେଇଥିବ ଅଭିଯୋଗ କରି ଡାକ୍ତର ମାନେ ଦେଶର ଅନ୍ୟ ରାଜ୍ୟ ମାନଙ୍କରେ ମଧ୍ୟ ଆନ୍ଦୋଳନ ଚଳାଇଛନ୍ତି।

ଲୋକାଲ ୱାୟାର

Filed Under: Odia, ପରିବେଶ Tagged With: ଓଡିଶା, କଟକ, ପରିବେଶ

ସ୍ଵେଚ୍ଛାସେବୀ ସଂଗଠନ ପିକକକୁ ଅନ୍ତର୍ଜାତୀୟ ପରାମର୍ଶଯୋଗ୍ୟ ସଂଗଠନର ମାନ୍ୟତା

June 14, 2019 By LocalWire Leave a Comment

ଭୁବନେଶ୍ବର, ଜୁନ ୧୪ (ଲୋକାଲ ୱାୟାର) ମିଳିତ ଜାତିସଂଘର ଅର୍ଥନୈତିକ ଓ ସାମାଜିକ ପରିଷଦ (ଇସିଓଏସଓସି ) ଓଡିଶାର ଅଗ୍ରଣୀ ସ୍ଵଚ୍ଛାସେବୀ ସଂଗଠନ ପିପୁଲ୍ସ କଲ୍ଚରାଳ ସେଣ୍ଟର (ପିକକ୍)କୁ ବିଶେଷ ପରାମର୍ଶଯୋଗ୍ୟ ସଂଗଠନ ର ମାନ୍ୟତା ପ୍ରଦାନ କରିଥିବା ସଂଗଠନ ଶୁକ୍ରବାର କହିଛି ।

ଏହି ମାନ୍ୟତା ପ୍ରାପ୍ତ ସଂସ୍ଥା ମାନେ ECOSOC ଓ ଏହାର ସହାୟକ ସଂସ୍ଥା ସହିତ ସକ୍ରିୟ ଭାବରେ ସଂଲଗ୍ନ ହେବା ସହିତ ଜାତିସଂଘ ର ସଚିବାଳୟ, କାର୍ଯ୍ୟକ୍ରମ ଓ ସଂସ୍ଥା ମାନଙ୍କ ସହିତ ବହୁଳ ଭାବରେ କାର୍ଯ୍ୟ କରିପାରିବେ ।

ଏହି ମର୍ଯ୍ୟାଦା ପ୍ରାପ୍ତ ପ୍ରତିଷ୍ଠାନ ମାନଙ୍କ ଠାରୁ ଆବଶ୍ୟକ ସମୟରେ ଅର୍ଥନୈତିକ ଓ ସାମାଜିକ ପରିଷଦ ଓ ଏହାର ସହାୟକ ସଂସ୍ଥା ବିଶେଷ ପରାମର୍ଶ ଗ୍ରହଣ କରିପାରିବେ ।

ଏହି ମାନ୍ୟତା ଦ୍ଵାରା ପିକକ୍ ର ପ୍ରତିନିଧି ମିଳିତ ଜାତିସଂଘର ବିଭିନ୍ନ କାର୍ଯ୍ୟକ୍ରମ, ସମ୍ମିଳନୀ ମାନଙ୍କରେ ଭାଗ ନେଇପାରିବେ ।

ପିକକ୍ ର ପ୍ରତିନିଧି ଇସିଓଏସଓସି ଓ ଏହାର ସହାୟକ ସଂସ୍ଥା ମାନଙ୍କର ର ସାଧାରଣ ସଭା, ଅଧିବେଶନ ରେ ନିରୀକ୍ଷକ ରୂପେ ମଧ୍ୟ ଯୋଗଦେଇପାରିବେ ।

ପିପୁଲ୍ସ କଲ୍ଚରାଳ ସେଣ୍ଟର (ପିକକ୍) ର ଆରମ୍ଭ ଅଶି ଦଶକର ଶେଷ ଭାଗରେ କିଛି ସମାଜସେବୀ, ବିଭିନ୍ନ ପୃଷ୍ଠଭୂମି ର ବ୍ୟକ୍ତିବିଶେଷ, କଳାକାର, ଜାତୀୟ ସେବା ଯୋଜନାର ସ୍ଵେଚ୍ଛାସେବୀ ମାନଙ୍କ ଦ୍ଵାରା ଭୁବନେଶ୍ଵର ବସ୍ତି ର ଶିଶୁ ମାନଙ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା ।

୧୯୯୦ ମସିହାରେ ଏହା ଆଇନ୍ ସମ୍ମତ ଭାବେ ପଞ୍ଜୀକରଣ ହେବା ସହ ସମାଜର ଦୁର୍ବଳ ଶ୍ରେଣୀ ମାନଙ୍କ ନିମନ୍ତେ କାର୍ଯ୍ୟ କରିବା ଆରମ୍ଭ କରିଥିଲା ।

ପିକକ୍ ସମାଜର ଦୁର୍ବଳ ଶ୍ରେଣୀ ବିଶେଷ କରି ଶିଶୁ, ମହିଳା, ବୃଦ୍ଧ ଓ ଅନ୍ୟାନ ପ୍ରତିକୂଳ ପରିସ୍ଥିତିରେ ଥିବା ଲୋକ ମାନଙ୍କ ନିମନ୍ତେ କାର୍ଯ୍ୟ କରିବା ଓ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଇବାରେ ରାଜ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

ଶିଶୁ ଅଧିକାର ସୁନିଶ୍ଚିତ କରିବା କୁ ଅଗ୍ରାଧିକାର ଭିତ୍ତିରେ ପିକକ୍ କାର୍ଯ୍ୟ କରିବା ସହ ମହିଳା ମାନଙ୍କ ବିକାଶ କରିବା, ସ୍ୱାସ୍ଥ୍ୟ ଓ ପରିମଳ, ଜୀବିକା, ବରିଷ୍ଠ ନାଗରିକ ମାନଙ୍କର ସୁରକ୍ଷା, ବିପର୍ଯୟ ପରିଚାଳନା ଓ ପ୍ରସ୍ତୁତି ପାଇଁ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟରତ। ଯୁବଗୋଷ୍ଠୀକୁ ବିକାଶର ପ୍ରକ୍ରିୟାରେ ସାମିଲ କରିବାପାଇଁ ମଧ୍ୟ ବହୁବିଧ ପଦକ୍ଷେପ ନେଇ ଆସୁଛି।

ପିକକ୍ ର ଉଦ୍ୟମରେ ପ୍ରାୟ ୩୦୨୬୯ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ମୁଖ୍ୟ ସ୍ରୋତରେ ସାମିଲ କରାଯାଇ ପାରିଛି।

ପିକକ୍ ବିଭିନ୍ନ ସରକାରୀ ଓ ବେସରକାରୀ ସଂଗଠନ ମାନଙ୍କ ଠାରୁ ବହୁ ପୁରସ୍କାର ଓ ସମ୍ମାନରେ ସମ୍ମାନିତ। ପିକକ୍ ମଧ୍ୟ ନିକଟରେ ଗ୍ଲୋବାଲ ପାର୍ଟନରସିପ୍ ଟୁ ଏଣ୍ଡ ଭାୟୋଲେନ୍ସ ଏଗେଂଷ୍ଟ ଚିଲ୍ଡ୍ରେନ (Global
partnership to end violence against children) ର ଏକ ସଦସ୍ୟ ରୂପେ ସୀକୃତି ପ୍ରାପ୍ତ ।

ଲୋକାଲ ୱାୟାର

Filed Under: Odia, ପରିବେଶ Tagged With: ଓଡିଶା, ପରିବେଶ, ଭୁବନେଶ୍ୱର

ସୋଆ କମ୍ୟୁନିଟି ରେଡିଓର ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସରେ ଯୋଗଦାନ

June 13, 2019 By LocalWire Leave a Comment

ଭୁବନେଶ୍ୱର, ଜୁନ୍ ୧୩ (ଲୋକାଲ ୱାୟାର): ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ଏବଂ କମ୍ୟୁନିଟି ରେଡିଓ ଆସୋସିଏସନ୍ ଅଫ୍ ଓଡ଼ିଶା (ସିଆରଏଓ)ର ମିଳିତ ଆନୁକୂଲ୍ୟରେ ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ଉପଲକ୍ଷେ ଜୁନ୍ ୧୧ ଓ ୧୨ ଦୁଇ ଦିନ ଧରି ଏଠାରେ ସଚେତନତା ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ‘ଶିଶୁ ଶ୍ରମମୁକ୍ତ ଓଡ଼ିଶା-ଆମର ସଂକଳ୍ପ’ ବାର୍ତ୍ତାର ପ୍ରଚାର ନିମନ୍ତେ ଜୁନ୍ ୧୧ ତାରିଖ ଦିନ ଏକ ରେଡିଓ ରଥ ଭୁବନେଶ୍ୱରର ବିଭିନ୍ନ ବସ୍ତି ଏବଂ ପୋଲିସ ଫାଣ୍ଡି ବୁଲି ଥିଲା ।

ବସ୍ତିବାସିନ୍ଦାଙ୍କ ମଧ୍ୟରେ ପିଲାଙ୍କୁ ଶିକ୍ଷିତ କରିବାର ଆବଶ୍ୟକତା ବୁଝାଇବା ସହ ପୁଲିସ ବିଭାଗର ସହଯୋଗ ମଧ୍ୟ କାମନା କରାଯାଇଥିଲା ।

ଏହି ରେଡିଓ ରଥ (ରେଡିଓ ଅନ୍ ହ୍ୱିଲ୍ସ)କୁ ଶ୍ରମ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ଉଦଘାଟନ କରିଥିଲେ ।

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ କମ୍ୟୁନିଟି ରେଡିଓ ଭଏସ୍ ଅଫ୍ ସୋଆ ୯୦.୪ ମଧ୍ୟ ସାମିଲ ହୋଇଥିଲା ।

ସେହିପରି ଜୁନ୍ ୧୨ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

କାର୍ଯ୍ୟକ୍ରମରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଶ୍ରମ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ, ୟୁନିସେଫ୍ , ସିୱାଇଏସଡି, ପ୍ଲାନ୍ ଇଣ୍ଡିଆ, ସିଏସିଏଲ୍, ପିକକ୍, ବିବିଏ, ଏବଂ କମ୍ୟୁନିଟି ରେଡିଓ ଆସୋସିଏସନ୍ ଓଡ଼ିଶାର ସଦସ୍ୟ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ କେନ୍ଦୁଝର ଓ ମୟୂରଭଞ୍ଜର କିଛି ଶ୍ରମମୁକ୍ତ ଶିଶୁ ଯେଉଁମାନେ ଶ୍ରମକୁ ପ୍ରତ୍ୟାଖ୍ୟାନ କରି ଶିକ୍ଷାର ସ୍ରୋତରେ ସାମିଲ ହୋଇଛନ୍ତି ।

ସେମାନେ ଆଗାମୀ ଭବିଷ୍ୟତ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରି ଆଗେଇ ଚାଲିବା ସହ ଶିଶୁ ଶ୍ରମମୁକ୍ତ ସମାଜ ଗଠନ ପାଇଁ ଅନ୍ୟମାନଙ୍କୁ ନିରନ୍ତର ଭାବେ ପ୍ରୋତ୍ସାହନ ଦେଇ ଚାଲିଛନ୍ତି ।

ଯଦି ସମସ୍ତେ ମିଳିତ ଭାବରେ ସହଯୋଗ କରିବେ ତେବେ ନିଶ୍ଚିତ ଭାବେ ୨୦୨୫ ସୁଦ୍ଧା ଓଡ଼ିଶା ଶିଶୁ ଶ୍ରମମୁକ୍ତ ଓଡ଼ିଶାରେ ପରିଣତ ହେବ ବୋଲି ଏହି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା ।

ଭଏସ୍ ଅଫ୍ ସୋଆ ୯୦.୪ ପକ୍ଷରୁ ଶ୍ରୀମତି ଶବନମ୍ ଶିରିନ୍ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମୋଟ ୧୭ଟି କମ୍ୟୁନିଟି ରେଡିଓ ଏଥିରେ ଅଂଶ ଗ୍ରହଣ କରିଥିଲେ ।

ଲୋକାଲ ୱାୟାର

Filed Under: Odia, ପରିବେଶ Tagged With: ଓଡିଶା, ପରିବେଶ, ଭୁବନେଶ୍ୱର

ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସରେ ଶିଶୁ ଅଧିକାରକୁ ସୁରକ୍ଷା ଦେବା ସିସିଡବ୍ଲୁଡିର ଆହ୍ୱାନ

June 13, 2019 By Bhaskar Pradhan Leave a Comment

ଭୁବନେଶ୍ୱର, ଜୁନ ୧୩ (ଲୋକାଲ ୱାୟାର) ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ଅବସରରେ ସିସିଡବ୍ଲୁଡି ଓ ଆକ୍ସନ ଏଡର ମିଳିତ ଆନୁକୁଲ୍ୟରେ ଶିଶୁର ଅଧିକାରକୁ ସୁରକ୍ଷିତ ରଖିବା ପ୍ରତ୍ୟେକ ଜନସାଧାରଣଙ୍କ ଦାୟିତ୍ୱ ବୋଲି ଆହ୍ଵାନ ଦିଆଯାଇଥିବା ଗୁରୁବାର ଆୟୋଜକ ସଂସ୍ଥାର ଜଣେ ଅଧିକାରୀ କହିଛନ୍ତି ।

ଭୁବନେଶ୍ବର ଅରବିନ୍ଦ ନଗର ବସ୍ତିଠାରେ ଶିଶୁମାନଙ୍କର ସୁରକ୍ଷିତ ଭବିଷ୍ୟତ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ସହ ଶିଶୁଶ୍ରମକୁ ପ୍ରତ୍ୟେକ ବ୍ୟକ୍ତି ବିରୋଧ କରିବା ଦରକାର ବୋଲି ସିସିଡବ୍ଲୁଡିର ସମ୍ପାଦକ ସଦାଶିବ ସ୍ୱାଇଁ କହିଛନ୍ତି ।

 

ଏହି ଅବସରରେ ବସ୍ତିର ଜନସାଧାରଣ, ଭୁବନେଶ୍ୱର ୟଙ୍ଗ ଅର୍ବାନ ୱିମେନ ଫୋରମ, ଶିଶୁ କ୍ଲବର ସଦସ୍ୟ ସଦସ୍ୟା, ମହିଳା ମଣ୍ଡଳ ଯୋଗଦାନ କରିବା ସହ ନିରୂପମା ସାମଲ, ଜଲିବାବା ସାହୁ, ସନ୍ଧ୍ୟାରାଣୀ ପ୍ରଧାନ, ମୋନାଲିସା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଇପ୍ସିତା ଅଗ୍ରୱାଲ ସ୍ଵାଗତ ଭାଷଣ ଦେଇଥିବା ବେଳେ କଲ୍ୟାଣୀ ରାଉତ ଉପସ୍ଥିତ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଲୋକାଲ ୱାୟାର

Filed Under: Odia, ପରିବେଶ Tagged With: ଓଡିଶା, ପରିବେଶ, ଭୁବନେଶ୍ୱର

କମିସନରେଟ ପୋଲିସର ମତ ବିନିମୟ କାର୍ଯ୍ୟକ୍ରମ

June 13, 2019 By Prabeen Sahoo Leave a Comment

କଟକ, ଜୁନ ୧୩ (ଲୋକାଲ ୱାୟାର):କମିସନରେଟ ପୋଲିସ ପକ୍ଷରୁ ବୁଧବାର ପୋଲିସ ଏବଂ ବରିଷ୍ଠ ନାଗରିକଙ୍କ ମଧ୍ୟରେ ଏକ ମତ ବିନିମୟ କାର୍ଯ୍ୟକ୍ରମ ଏବଂ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।

ମର୍କତନଗର ସେକ୍ଟର-୬ସ୍ଥିତ ଡିଏଭି ସ୍କୁଲ ପରିସରରେ ଆୟୋଜିତ ଏହି ବୈଠକରେ ଦ୍ୱୈତ ନଗରୀ ପୋଲିସ କମିସନର ସତ୍ୟଜିତ ମହାନ୍ତି ଅଧ୍ୟକ୍ଷତା କରିଥିଲେ୤ ଏଥିରେ ବିଭିନ୍ନ ସାହି, ବସ୍ତିର ଲୋକମାନେ ଯୋଗ ଦେଇ ନିଜର ଅଭିଯୋଗ ଏବଂ ମତାମତ ଉପସ୍ଥାପନ କରିଥିଲେ ।

ବିଶେଷ କରି ସହରରେ ବଢୁଥିବା ଅପରାଧ, ଦୁର୍ଘଟଣା, ମହିଳାଙ୍କ ସୁରକ୍ଷା, ଜବରଦଖଲ, ନିଶା ବେପାର ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଥିଲା ।

ଶେଷରେ ଏକ ସ୍ୱାସ୍ଥ୍ୟ ଶିବର ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅତିରିକ୍ତ ଡିସିପି ତ୍ରୀନାଥ ପଟେଲ, ଲକ୍ଷ୍ମୀଧର ମହାପାତ୍ର, ଜୋନ-୩ ଏସିପି ନାରାୟଣ ବାରିକ, ମର୍କତନଗର ଥାନା ଅଧିକାରୀ ରବିନ୍ଦ୍ର ମେହେର, ଫେଜ-୨ ଥାନା ଅଧିକାରୀ, ବିଡାନାସୀ ଥାନା ଅଧିକାରୀ ଏଲଏନ ତିୱାରୀ ଏବଂ ଅନ୍ୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।

ଲୋକାଲ ୱାୟାର

Filed Under: Odia, ପରିବେଶ Tagged With: ଓଡିଶା, କଟକ, ପରିବେଶ

ମିଳୁନି ବିଶୁଦ୍ଧ ପାନୀୟ ଜଳ : କଟକରେ ପୁଣି ବ୍ୟାପିଲା ଜଣ୍ଡିସ

June 10, 2019 By LocalWire Leave a Comment

କଟକ, ଜୁନ ୧୦ (ଲୋକାଲ ୱାୟାର): ଦୂଷିତ ପାନୀୟ ଜଳ ଯୋଗୁଁ କଟକ ସହରର କେତେକ ଅଞ୍ଚଳରେ ପୁଣି ଜଣ୍ଡିସ ବ୍ୟାପିଥିବା ଅଭିଯୋଗ ହୋଇଛି ।

ସ୍ଥାନୀୟ ଗଙ୍ଗାମନ୍ଦିର ଅଞ୍ଚଳରେ ଜଣ୍ଡିସ ଆକ୍ରାନ୍ତ ୨ ଜଣ ମହିଳାଙ୍କୁ ଚିହ୍ନଟ କରାଯାଇଛି । ସ୍ଥାନୀୟ ଡାକ୍ତରଖାନାରେ ସେମାନଙ୍କ ରକ୍ତ ନମୂନା ପରୀକ୍ଷା ପରେ ଜଣ୍ଡିସ ଭୂତାଣୁ ମିଳିଥିବାରୁ ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

ସମ୍ପୃକ୍ତ ଅଞ୍ଚଳରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ପାଇପ ଦୀର୍ଘ ଦିନ ଧରି ପରିବର୍ତ୍ତନ କରାଯାଇନାହିଁ । ପାଣି ପାଇପ ନାଳନର୍ଦ୍ଦମା ଦେଇ ବିଛା ହୋଇଛି ।

ଏହାଛଡା ଜନସ୍ବାସ୍ଥ୍ୟ ବିଭାଗ ସହରବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯେଗାଇବାରେ ବିଫଳ ହୋଇଥିବା ସହରବାସୀ ଅଭିଯୋଗ କରିଛନ୍ତି ।

ଲୋକାଲ ୱାୟାର

Filed Under: Odia, ପରିବେଶ Tagged With: ଓଡିଶା, କଟକ, ପରିବେଶ

  • « Go to Previous Page
  • Go to page 1
  • Interim pages omitted …
  • Go to page 51
  • Go to page 52
  • Go to page 53
  • Go to page 54
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire