• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

ବ୍ୟବସାୟ

ଲକ୍ ଡାଉନ ଯୋଗୁଁ ସଙ୍କଟରେ ଶୁଖୁଆ ପ୍ରସ୍ତୁତକାରୀ

May 8, 2020 By Ashis Senapati Leave a Comment

କେନ୍ଦ୍ରାପଡ଼ା, ମେ ୮ (ଲୋକାଲ ୱାୟାର): କେନ୍ଦ୍ରାପଡ଼ା ଜିଲ୍ଲା ଓ ଆଖପାଖ ଅଞ୍ଚଳର ପ୍ରାୟ ୨୦ ହଜାର ମତ୍ସ୍ୟଜୀବୀଙ୍କ ପାଇଁ ଶୁଖୁଆ ରୋଜଗାରର ପ୍ରମୁଖ ମାଧ୍ୟମ । ହେଲେ ଲକ୍ ଡାଉନ ଯୋଗୁଁ ଶୁଖୁଆ ବ୍ୟବସାୟ ବେଶ ପ୍ରଭାବିତ ହୋଇଛି ।

ଦୁଇ ମାସ ପୂର୍ବେ ଖରିନାସୀ ଗାଁରେ ଆମେ ଶୁଖୁଆ ପ୍ରସ୍ତୁତ କରିଥିଲୁ । ହେଲେ ଲକ୍ ଡାଉନ୍ ଯୋଗୁଁ ସେଗୁଡ଼ିକୁ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଆସାମ ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟକୁ ପଠାଇ ହେଉନାହିଁ ବୋଲି କହିଛନ୍ତି ଖରିନାସୀ ଗାଁର ଶୁଖୁଆ ବ୍ୟବସାୟୀ ସମରେନ୍ଦ୍ର ମଣ୍ଡଳ ।

ସମୁଦ୍ରକୂଳିଆ ମତ୍ସ୍ୟଜୀବୀ ଗାଁ ଖରିନାସୀ, ବତୀଘର, କଜଳପାତିଆ, ପିତାସପଠା, କଂସାରବଡ଼ଦାଣ୍ଡୁଆ, ପେଟଚେଲା, ଜମ୍ବୁ, ରାମନଗର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଅନ୍ୟ ଗାଁଗୁଡ଼ିକର ଶୁଖୁଆ ପ୍ରସ୍ତୁତକାରୀଙ୍କ ଜୀବିକା ପ୍ରଭାବିତ ହୋଇଛି ।


ଲକ୍ ଡାଉନ୍ ଯୋଗୁଁ ମାସେ ହେଲା ବଜାର ବନ୍ଦ ଥିବାରୁ ଶୁଖୁଆ ପ୍ରସ୍ତୁତକାରୀ ଓ ବ୍ୟବସାୟୀଙ୍କ ଅର୍ଥନୀତି ପ୍ରଭାବିତ ହୋଇଛି ବୋଲି କହନ୍ତି ରାମନଗରର ଶୁଖୁଆ ବ୍ୟବସାୟୀ ଭରତ ପ୍ରସାଦ ହାଲଦାର ।

ଲକ୍ ଡାଉନ୍ ବେଳେ ଶୁଖୁଆ ବିକ୍ରି କମିଛି । ସାଧାରଣତଃ ବର୍ଷର ଏହି ସମୟରେ ବ୍ୟବସାୟୀମାନେ ଆମଠାରୁ ଶୁଖୁଆ କିଣନ୍ତି ।

ହେଲେ ଲକ୍ ଡାଉନ୍ ଯୋଗୁଁ ବ୍ୟବସାୟୀ ଆସୁନାହାନ୍ତି କି ଶୁଖୁଆ ପରିବହନ ହୋଇ ପାରୁନାହିଁ ବୋଲି ହାଲଦାର କହିଛନ୍ତି ।

ପ୍ରଜନନ ବେଳେ ସାମୁଦ୍ରିକ ମତ୍ସ୍ୟ ସମ୍ପଦ ସଂରକ୍ଷଣ ପାଇଁ ମତ୍ସ୍ୟ ବିଭାଗ ୧୫ ଏପ୍ରିଲରୁ ୧୪ ଜୁନ ଯାଏଁ ଯନ୍ତ୍ରଚାଳିତ ମାଛଧରା ଡଙ୍ଗା ଚଳପ୍ରଚଳ ଉପରେ ପ୍ରତିବନ୍ଧକ ଜାରି କରିଛନ୍ତି ।

ପ୍ରତିବର୍ଷ ଏହି ଦୁଇ ମାସିଆ ମାଛଧରା ଛୁଟି ବେଳେ ବହୁ ମତ୍ସ୍ୟଜୀବୀ ଜୀବିକା ନିର୍ବାହ ପାଇଁ ଶୁଖୁଆ ପ୍ରସ୍ତୁତ କରନ୍ତି ।

ଏହି ସଙ୍କଟ ସମୟରେ ସରକାର ଶୁଖୁଆ ବ୍ୟବସାୟୀଙ୍କୁ ଅନ୍ୟ ରାଜ୍ୟକୁ ଶୁଖୁଆ ଯୋଗାଣ ପାଇଁ ଅନୁମତି ପ୍ରଦାନ କରିବାକୁ କେନ୍ଦ୍ରାପଡ଼ାର ଶୁଖୁଆ ବ୍ୟବସାୟୀ ବିଜୟ ବେହେରା ଦାବି କରିଛନ୍ତି ।


ଆମେ ବର୍ଷ ବର୍ଷ ଧରି ଶୁଖୁଆ ପ୍ରସ୍ତୁତ କରି ଜୀବିକା ନିର୍ବାହ କରିଆସୁଛୁ । ହେଲେ ଲକ୍ ଡାଉନ୍ ଯୋଗୁଁ ଆମେ ବହୁତ ଭୋଗିଲୁଣି ବୋଲି କହିଛନ୍ତି କଂସାରବଡଦାଣ୍ଡୁଆ ଗାଁର ଶୁଖୁଆ ପ୍ରସ୍ତୁତକାରୀ ଗୀତାଞ୍ଜଳି ମାନ୍ନା ।

ସମୁଦ୍ରକୂଳିଆ ମତ୍ସ୍ୟଜୀବୀ ଗାଁଗୁଡ଼ିକରେ ୫୦ରୁ ଅଧିକ ବର୍ଷ ଧରି ଶୁଖୁଆ ପ୍ରସ୍ତୁତି ୟୁନିଟ ରହିଛି ।

ଆସାମ, ସିକିମ, ନାଗାଲାଣ୍ଡ ଓ ଅନ୍ୟ ଉତ୍ତର-ପୂର୍ବ ରାଜ୍ୟକୁ ଆମେ ଶୁଖୁଆ ଯୋଗାଣ କରୁ ।

କେନ୍ଦ୍ରାପଡ଼ା ଜିଲ୍ଲା ଓ ଆଖପାଖ ଅଞ୍ଚଳର ଶୁଖୁଆ ବ୍ୟବସାୟୀମାନେ ବାର୍ଷିକ ୨୫ ହଜାର ଟନ ଶୁଖୁଆ ପ୍ରସ୍ତୁତ କରି ପ୍ରାୟ ୫ କୋଟି ଟଙ୍କା ରୋଜଗାର କରନ୍ତି ।

ଆମର ଉଭୟ ହୋଲସେଲ ଓ ଖୁଚୁରା ଦୋକାନ ରହିଛି । ବହୁ ମତ୍ସ୍ୟଜୀବୀ ଶୁଖୁଆ ପ୍ରସ୍ତୁତ ଓ ବିକ୍ରି କରି ଗୁଜୁରାଣ ମେଣ୍ଟାନ୍ତି । କର୍ତ୍ତୃପକ୍ଷ ଅନ୍ୟ ରାଜ୍ୟକୁ ଶୁଖୁଆ ଯୋଗାଣ ପାଇଁ ଆମକୁ ଅନୁମତି ଦେବା ଉଚିତ ବୋଲି କେନ୍ଦ୍ରାପଡ଼ାର ଶୁଖୁଆ ବ୍ୟବସାୟୀ ବିକ୍ରମ ବେହେରା କହିଛନ୍ତି ।

ଅତିରିକ୍ତ ନିର୍ଦ୍ଦେଶକ(ସାମୁଦ୍ରିକ), ମତ୍ସ୍ୟ ବିଭାଗ, କୁଜଙ୍ଗ ମାନସ ରଞ୍ଜନ ସାହୁଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଶୁଖୁଆ ପ୍ରସ୍ତୁତକାରୀମାନେ ସେମାନଙ୍କ ୟୁନିଟରେ ଶୁଖୁଆ ମହଜୁଦ ରଖିଛନ୍ତି ।

ଲକ୍ ଡାଉନ୍ ସରିଲେ ଶୁଖୁଆ ବ୍ୟବସାୟୀମାନେ ସହଜରେ ସେମାନଙ୍କ ଉତ୍ପାଦ ଅନ୍ୟ ଅଞ୍ଚଳକୁ ପଠାଇ ପାରିବେ ।

ଲୋକାଲ ୱାୟାର

Filed Under: Odia, ବ୍ୟବସାୟ Tagged With: ଓଡିଶା, ବ୍ଯବସାୟ, ବ୍ୟବସାୟ

କରୋନା: ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀଙ୍କ ବହୁ କ୍ଷତି

April 20, 2020 By LocalWire Leave a Comment

ଭୁବନେଶ୍ୱର, ଏପ୍ରିଲ ୨୦(ଲୋକାଲ ୱାୟାର): ମହାମାରୀ କରୋନା ମାଡ଼ରେ ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ଧରାଶାୟୀ । ସମସ୍ତଙ୍କ ଆର୍ଥିକ ମେରୁଦଣ୍ଡ ବଙ୍କା କରି ଦେଇଛି କରୋନା ।

ମାସେରୁ ଅଧିକ ସମୟ କାରବାର ବନ୍ଦ ରହିବା ପରେ ଏହି ବ୍ୟବସାୟ କରି ଘର ଚଳାଉଥିବା ଚାଷୀ ଓ ବ୍ୟବସାୟୀଙ୍କ ଅବସ୍ଥା ଭାରି ଖରାପ ।

ବିଶେଷ କରି ଭୁବନେଶ୍ୱର ସହରକୁ ଦୈନିକ କ୍ଷୀର, ଦହି, ଛେନା, ରାବିଡ଼ି, ଛେନା ପୋଡ଼ ଯୋଗାଉଥିବା ଏହି ବ୍ୟବସାୟୀମାନେ ବେପାର ବନ୍ଦ ଯୋଗୁ ଅକଳରେ ପଡ଼ିଛନ୍ତି ।

ଘର ଚଳାଇବା ସେମାନଙ୍କ ପକ୍ଷରେ କଷ୍ଟକର ହୋଇପଡ଼ିଛି । ସେଥିପାଇଁ ସେମାନେ ସରକାରୀ ସହାୟତା ପ୍ରଦାନ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ।

ଏ ସମ୍ପର୍କରେ ଖୋର୍ଦ୍ଧା ଜିଲ୍ଲା ଦୁଗ୍ଧଚାଷୀ ବ୍ୟବସାୟୀ ସଂଘ ସଭାପତି ଦିଲ୍ଲୀପ ହାଲି କହିଛନ୍ତି, ରାଜ୍ୟରେ ହଜାର ହଜାର ଚାଷୀ ଓ ବ୍ୟବସାୟୀ କ୍ଷତିଗ୍ରସ୍ତ ।

ସରକାର ଅନ୍ୟମାନଙ୍କ ପରି ଏହିମାନଙ୍କୁ ମଧ୍ୟ କିଛି ସହାୟତା ଯୋଗାଇ ଦିଅନ୍ତୁ । ବିଶେଷକରି ଖୋର୍ଦ୍ଧା ଜିଲ୍ଲା ସଂଘରେ ୨୫୦ରୁ ୨୭୦ ଚାଷୀ, ବ୍ୟବସାୟୀ ପଞ୍ଜିକୃତ ।

ଯେଉଁମାନେ ଦୈନିକ ଦୁଗ୍ଧଜାତ ଦ୍ରବ୍ୟ ଗ୍ରାହକମାନଙ୍କୁ ଯୋଗାଇଥାନ୍ତି । ଅନେକ ଘର ଘର କ୍ଷୀର ଦେଇଥାନ୍ତି ।

କିଛି ରାଜଧାନୀ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ସନ୍ଧ୍ୟାରେ ଛେନା, ରାବିଡ଼ି ଓ ଛେନାପୋଡ଼ ବିକ୍ରି କରିଥାନ୍ତି ।

ଅନେକ ସହରର ବଡ଼ ହୋଟେଲରୁ ଛୋଟ ମିଠା ଦୋକାନ ପର୍ଯ୍ୟନ୍ତ ସମସ୍ତଙ୍କୁ କୁଇଣ୍ଟାଲ୍ କୁଇଣ୍ଟାଲ୍ ଛେନା ଯୋଗାଇଥାନ୍ତି । ଯାହା କଟକଣା ଯୋଗୁ ଲକ୍ ଡାଉନ୍ ପ୍ରଭାବରେ ସବୁ ବନ୍ଦ ହୋଇଯାଇଛି ।

ଅତି କମ୍ ଛୋଟ ବ୍ୟବସାୟୀଟିଏ ଏହି ଦୁଗ୍ଧଜାତ ଦବ୍ର୍ୟ ବିକ୍ରି କରି ୩ହଜାରୁ ୪ହଜାର ଟଙ୍କା ଦୈନକ ରୋଜଗାର କରିଥାଏ । ବର୍ତ୍ତମାନ ତା’ର ସେତକ ବନ୍ଦ । ଅର୍ଥ ଅଭାବରୁ ଘରେ ଖାଇବାକୁ ନାହିଁ ।

ଏଣେ ନିଜେ ଖାଇପାରୁନି କି ଯେଉଁ ଗାଈଗୋରୁଙ୍କୁ ରଖିଛି ସେମାନଙ୍କୁ ବି ଆହାର ଗଣ୍ଡେ ଦେଇ ପାରୁନି । ତେଣୁ ସରକାର ତୁରନ୍ତ ଏ ଦିଗରେ ବିଚାର କରନ୍ତୁ ଏବଂ ପଦକ୍ଷେପ ଗ୍ରହଣ କରନ୍ତୁ ।

ଶ୍ରୀ ହାଲି ଏହା ବି କହିଛନ୍ତି କି, ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨୧ହଜାର ଟଙ୍କା ପ୍ରଦାନ କରାଯାଇଛି ।

ଏହି ଅବସରରେ ସହରକୁ ଛେନା, କ୍ଷୀର ଆଦି ଯୋଗାଇବାକୁ ପ୍ରାଥମିକ ପର୍ଯ୍ୟାୟରେ ୬୦ଜଣ ବ୍ୟବସାୟୀଙ୍କୁ ବିକ୍ରିବଟା ପାସ୍ ପ୍ରଦାନ କରିବାକୁ ନିବେଦନ କରାଯାଇଛି ।

ସରକାର ଏ ସମ୍ପର୍କରେ ବିଚାର କରି ପାସ୍ ପ୍ରଦାନ କଲା ପରେ ପୁଣିଥରେ ଦିନେ ଦୁଇଦନ ଭିତରେ ବ୍ୟବସାୟ ପୂର୍ବପରି ଆରମ୍ଭ ହେବ ।

ଏହାଦ୍ୱାରା ବ୍ୟବସାୟୀ, ଚାଷୀ ଆଶ୍ୱସ୍ତ ହେବା ସହ ଲୋକମାନେ ବି ସହଜରେ ଦୁଗ୍ଧଜାତ ଦବ୍ର୍ୟ ପାଇପାରିବେ ।

ଲୋକାଲ ୱାୟାର

Filed Under: Business, Odia, ବ୍ୟବସାୟ, ବ୍ୟବସାୟ Tagged With: ଓଡିଶା, ବ୍ୟବସାୟ

କଟକଣା ମୁକ୍ତ ପରେ ବି ସ୍ବାଭାବିକ ହୋଇନି ମାଛ ଆମଦାନୀ

April 15, 2020 By Prabeen Sahoo Leave a Comment

କଟକ,ଏପ୍ରିଲ ୧୫(ଲୋକାଲ ୱାୟାର): ଲକ ଡାଉନ ଜନିତ ପରିବର୍ତ୍ତିତ ପରିସ୍ଥିତିରେ କଟକଣାରୁ ମାଛଧରା ଓ ମାଛ ବ୍ୟବସାୟକୁ ମୁକ୍ତ କରାଯାଇଥିଲେ ମଧ୍ୟ ରାଜ୍ୟରେ ମାଛ ଆମଦାନୀ ଓ ବ୍ୟବସାୟ ସ୍ବାଭାବିକ ହୋଇନଥିବା ବୁଧବାର ଦିନ ଜଣେ ମାଛ ବ୍ୟବସାୟୀ ରବିନ୍ଦ୍ର ପାଲ କହିଛନ୍ତି।

ରାଜ୍ୟର ପ୍ରମୁଖ ମାଛ ମଣ୍ଡି କଟକର ଖପୁରିଆ ଓ ଭୁବନେଶ୍ବର ମାର୍କେଟକୁ ମାଛ ଆମଦାନୀ ମାନ୍ଦା ରହିଛି।

ରାଜ୍ୟକୁ ପ୍ରତିଦିନ ପ୍ରାୟ ୨୦ ଟ୍ରକ ମାଛ ଟ୍ରକ ଆସୁଥିବା ବେଳେ ଏହି ସଂଖ୍ୟା ଏବେ ୫ରେ ସୀମିତ ରହିଛି।

ଫଳରେ ମାଛ ଦର ପୂର୍ବାପେକ୍ଷା ବୃଦ୍ଧି ପାଇ ଖୁଚୁରା ବଜାରରେ କିଲୋ ପ୍ରତି ୨୦୦ଟଙ୍କା ଛୁଇଁଛି, ଯାହା ଲକ ଡାଉନ ପୂର୍ବରୁ ୧୫୦ ଟଙ୍କା ମଧ୍ୟରେ ସିମୀତ ରହିଥିଲା।

ଲକଡାଉନ ପାଇଁ କଟକଣା ମୁକ୍ତ କରାଯିବା ପରେ ମାଛ ଧରା ଓ ବିକ୍ରି ଧିରେ ଧିରେ ଆରମ୍ଭ ହେଉଛି ।

ଏହା ସ୍ବାଭାବିକ ହେବାକୁ ଆହୁରି ଅଧିକ ଦିନ ଲାଗିବ ବୋଲି କହିଛନ୍ତି ମାଛ ବ୍ୟବସାୟୀ ସରୋଜ ବେହେରା।

ଲୋକାଲ ୱାୟାର

Filed Under: Odia, ବ୍ୟବସାୟ Tagged With: ଓଡିଶା, କଟକ, ବ୍ୟବସାୟ

ବିକ୍ରି ପାଇଁ ବଜାରକୁ ଯାଇପାରୁ ନାହିଁ ଶୁଖୁଆ, ଚିନ୍ତାରେ ଚାଷୀ

April 11, 2020 By Pramod Ray Leave a Comment

ଭଦ୍ରକ, ଏପ୍ରିଲ ୧୧ (ଲୋକାଲ ୱାୟାର): କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ପାଇଁ ସରକାର ଲକ୍‌ଡାଉନ୍ ଘୋଷଣା ଅବଧି ଏପ୍ରିଲ୍ ୩୦ ଯାଏଁ ବୃଦ୍ଧି କରିଥିବା ଜାଣିବା ପରେ ଭଦ୍ରକ ଧାମରାର ଚନ୍ଦିନିପାଳ ଶୁଖୁଆ ଚାଷୀଙ୍କ ଚିନ୍ତା ବଢିଯାଇଛି ।

ଗତ କିଛି ମାସ ଧରି ଚାଷୀମାନେ ଶୁଖୁଆ ଖଳାରେ ଉତ୍ପାଦନ କରିଥିବା ଶୁଖୁଆ ଲକ୍‌ଡାଉନ୍ ଯୋଗୁଁ ବାହାରକୁ ବିକ୍ରି ପାଇଁ ଯାଇପାରୁ ନାହିଁ । ଫଳରେ ଟନ୍ ଟନ୍ ଶୁଖୁଆ ଗୋଦାମ ଘରେ ପଡି ରହିଛି ।

ଚନ୍ଦିନିପାଳ ଶୁଖୁଆ ଖଳାରୁ ଉତ୍ପାଦିତ ଶୁଖୁଆ ଦେଶର ବିଭିନ୍ନ ରାଜ୍ୟ ଯଥା ଆସାମ, ତାମିଲନାଡୁ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଚାଲାଣ ହୁଏ ।

ହେଲେ ଏବେ ଲକ୍‌ଡାଉନ୍ ଯୋଗୁଁ ଗୋଦାମ ଘରେ ଶୁଖୁଆ ପଡିପଡି ଗୁମ ଖାଇବା ଆରମ୍ଭ କଲାଣି ।

ସ୍ଥାନୀୟ ଲୋକେ ଏହି ଶୁଖୁଆ ଚାଷ ଉପରେ ନିର୍ଭର କରୁଥିବାବେଳେ ଏବେ ସେମାନେ ତାଙ୍କ ଜୀବିକା ହରାଇଲେଣି ।

ତିହିଡି, ଚାନ୍ଦବାଲି, ବାସୁଦେବପୁର, ମାଟିଆସାହି, ବାହାବଳପୁର, ଗୋବିନ୍ଦପୁର, ସାହାପୁର, ଚରଦିଆ ଆଦି ଅଂଚଳର ଲୋକେ ଯାଇ ବର୍ଷର ୬ ମାସ ଏଠାରେ ରହି ଶୁଖୁଆ ଚାଷ କରିଥିବାବେଳେ ବଜାରକୁ ବିକ୍ରି ହେବାକୁ ଯାଇ ନ ପାରିବାରୁ ତାଙ୍କ ରୋଜଗାର ଉପରେ ପ୍ରଭାବ ପଡିଛି ।

ଲୋକାଲ ୱାୟାର

Filed Under: Odia, ବ୍ୟବସାୟ Tagged With: ଓଡିଶା, ବ୍ୟବସାୟ, ଭଦ୍ରକ

ରାଜ୍ୟସ୍ତରୀୟ ହସ୍ତଶିଳ୍ପ ମେଳାରେ ୫୩ ଲକ୍ଷ ଟଙ୍କାର କାରବାର

March 9, 2020 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୯(ଲୋକାଲ ୱାୟାର): ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ରାଜଧାନୀରେ ଗତ ୨ ତାରିଖରୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦଯାପିତ ହୋଇ ଯାଇଥିବା ବେଳେ ଏଥିରେ ମୋଟ ୫୩ ଲକ୍ଷ ଟଙ୍କାର କାରବାର ହୋଇଥିବା ଜଣେ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।

ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀରେ ୧୧୦ଟି ଷ୍ଟଲରେ ୧୩୬ ଜଣ କାରିଗର ସେମାନଙ୍କର ହସ୍ତଶିଳ୍ପ ସାମଗ୍ରୀର ପ୍ର୍ରଦର୍ଶନ ଓ ବିକ୍ରୟ କରିଛନ୍ତି ।

କାରିଗରମାନଙ୍କ ଦ୍ୱାରା ପ୍ର୍ରସ୍ତୁତ ପଥର ଖୋଦେଇ, କାଠ ଖୋଦେଇ, ଧାନ୍ୟଶିଳ୍ପ, ଜନଜାତି ଅଳଙ୍କାର, ବାଉଁଶ, ଶିଙ୍ଗକାମ, ଲାଖଚୁଡ଼ି, ଚିତ୍ରକଳା, ଚାନ୍ଦୁଆ ତିଆରି ସାମଗ୍ର୍ରୀ, ବେତରେ ତିଆରି ଜିନିଷ, ପିତ୍ତଳ, କଂସାବାସନ, ଟେରାକୋଟା ସାମଗ୍ରୀ, ପଟ୍ଟଚିତ୍ର, ରୂପା ତାରକସୀ କାମ, ଡୋକ୍ରାକାମ, ଆଣ୍ଟିକ୍ ଘର ସଜ୍ଜା ପ୍ରଭୃତି ଲୋକମାନଙ୍କୁ ଆକୃଷ୍ଟ କରିଥିଲା । ଏହି ମେଳାର ମୁଖ୍ୟ ଆକର୍ଷଣ ଥିଲା ଗଞ୍ଜାମ ଜିଲ୍ଲାର ଅରୁଣ ସାହୁଙ୍କ ଦ୍ୱାରା କାଠରେ ନିର୍ମିତ ବିଧାନସଭା ଗୃହ, ତାଜମହଲ, ଗେଟୱେ ଅଫ ଇଣ୍ଡିଆ, ଇଣ୍ଡିଆ ଗେଟ୍ ଇତ୍ୟାଦି ।

ମେଳାରେ ମୋଟ ୩୫ ହଜାର ଲୋକ ବୁଲିବା ସହ ବିଭିନ୍ନ ସାମଗ୍ରୀ କ୍ରୟ କରିଥିଲେ ବୋଲି ହସ୍ତ ଓ କୁଟୀର ଶିଳ୍ପ ନିିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବସନ୍ତ କୁମାର ଦାଶ ପ୍ରକାଶ କରିଛନ୍ତି ।

ଲୋକାଲ ୱାୟାର

Filed Under: Business, Odia, ବ୍ୟବସାୟ Tagged With: ଓଡିଶା, ବ୍ୟବସାୟ, ଭୁବନେଶ୍ୱର

ଖଦି ବୋର୍ଡର ନୂଆ ଅଭିଯାନ; ଖଦି ସପ୍ତାହରେ ଗୋଟିଏ ଦିନ

February 25, 2020 By LocalWire Leave a Comment

ଭୁବନେଶ୍ୱର, ଫେବ୍ରୁଆରୀ ୨୪(ଲୋକାଲ ୱାୟାର): ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ନୂଆ ଅଭିଯାନ । ଅଭିଯାନ ନୁହେଁ ତ ନିବେଦନ । ‘ଖଦି ସପ୍ତାହରେ ଗୋଟିଏ ଦିନ’ ।

୭ଦିନ ନୁହେଁ ଅନ୍ତତଃ ପକ୍ଷେ ଗୋଟିଏ ଦିନ ଖଦି ବସ୍ତ୍ର ପିନ୍ଧିବାକୁ ଏହି ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଯାହା ଆସନ୍ତା ୨୮ତାରିଖ ଦିନ ପୂର୍ବାହ୍ନ ୧୦ଟା ସମୟରେ ଜୟଦେବ ଭବନରେ ଉଦଘାଟିତ ହେବ ।

ଏ ସମ୍ପର୍କରେ ଖଦି ବୋର୍ଡର ସଭାପତି ସଂଗ୍ରାମ ପାଇକରାୟ କହିଛନ୍ତି, ଏହି ଅଭିଯାନ ଏକ ନିବେଦନ । ଯାହା ମାଧ୍ୟମରେ ସମସ୍ତଙ୍କୁ ଖଦି ପିନ୍ଧିବାକୁ ଏବଂ ଖଦି ବ୍ୟବହାର କରିବାକୁ ନିବେଦନ କରାଯିବ ।

ଯାହାଦ୍ୱାରା ଖଦିର ପ୍ରଚାର, ପ୍ରସାର ସାଙ୍ଗକୁ ବୁଣାକାରମାନଙ୍କୁ ପ୍ରୋତ୍ସାହନ ଏବଂ ପୃଷ୍ଠପୋଷକତା ମିଳିବ । ତେଣୁ ସମସ୍ତେ ସଂକଳ୍ପ କରିବା ଏବଂ ପ୍ରତିଜ୍ଞା ନେବା ଖଦି ବ୍ୟବହାର କରିବା ।

ଏହି ଅଭିଯାନରେ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ପଟ୍ଟନାୟକ, ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ରଘୁନନ୍ଦନ ଦାସ, ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ।

ସେହିମାନେ ହିଁ ଆମ ଅଭିଯାନର ବ୍ରାଣ୍ଡ୍ ଆମ୍ବାସଡର୍ ହେବେ ଏବଂ ଏହି କାର୍ଯ୍ୟକ୍ରମକୁ ଆଗେଇ ନେବେ ।

ଖଦି ବୋର୍ଡର ସଭାପତି ଶ୍ରୀ ପାଇକରାୟ କହିଛନ୍ତି, ଖଦିରେ ଉନ୍ନତି ଶୈଳୀର ପୋଷାକ ପ୍ରସ୍ତୁତ ଲାଗି ନିଫ୍ଟ ସହିତ ଆଲୋଚନା ହୋଇଛି ।

ଏହାବ୍ୟତୀତ୍ ଖଦିର ଚାହିଦା ବୃଦ୍ଧି ସାଙ୍ଗକୁ ବିକ୍ରିବଟା, ପ୍ରସ୍ତୁତି, କଞ୍ଚାମାଲ ସହ ବୁଣାକାରମାନଙ୍କୁ ପୃଷ୍ଠପୋଷକତା ଯୋଗାଇ ସେମାନଙ୍କୁ ଲାଭବାନ କରିବା ମୁଖ୍ୟ ଉଦ୍ଦେଶ୍ୟ ।

ଏ ଦିଗରେ ଖଦି ବୋର୍ଡ ଚେଷ୍ଟିତ ଏବଂ ଯତ୍ନଶୀଳ ହୋଇ କାର୍ଯ୍ୟ କରୁଛି । ଆଶା ନିଶ୍ଚିତ ଭାବେ ଆମେ ସଫଳତା ହାସଲ କରିବୁ ।

ଲୋକାଲ ୱାୟାର

Filed Under: Business, Odia, ବ୍ୟବସାୟ Tagged With: Business, ଓଡିଶା, ବ୍ୟବସାୟ

ଶିବରାତ୍ରୀ ପାଇଁ କେତକୀ ଫୁଲର ଚାହିଦା ବୃଦ୍ଧି

February 20, 2020 By Hrusikesh Mohanty Leave a Comment

ବ୍ରହ୍ମପୁର, ଫେବ୍ରୁଆରୀ ୨୦ (ଲୋକାଲ ୱାୟାର): ମହାଶିବରାତ୍ରୀର ଅବ୍ୟବହିତ ପୂର୍ବରୁ ରେଶମ ସହର ବ୍ରହ୍ମପୁରରେ କେତକୀ ଫୁଲର ଚାହିଦା ବୃଦ୍ଧି ପାଇଛି ।

ଭକ୍ତମାନେ ଏହି କଣ୍ଟାଜାତୀୟ ଫୁଲକୁ ଭଗବାନ ଶିବଙ୍କୁ ଅର୍ପଣ କରିବାକୁ ବେଶ ପସନ୍ଦ କରିଥାନ୍ତି ।

ତେଣୁ ଭକ୍ତମାନେ ଏହି ଫୁଲ କିଣିବା ପାଇଁ ସହରର ବିଭିନ୍ନ ଅଞ୍ଚଳରେ ଭିଡ଼ ଜମାଇଛନ୍ତି । ସାମୟିକ ବ୍ୟବସାୟୀମାନେ ଲୋକେ ଏହି ଫୁଲ ବିକ୍ରି କରି ବେଶ ଲାଭ ପାଉଛନ୍ତି ।

କେତକୀ ଫୁଲର ଗୁଣବତ୍ତାକୁ ଦେଖି ଏହା ଗୋଟା ପ୍ରତି ୩୫୦ରୁ ୫୦୦ ଟଙ୍କାରେ ବିକ୍ରି ହେଉଛି ।

ହିନ୍ଦୁ ପୁରାଣ ଅନୁଯାୟୀ କେବଳ ମହାଶିବରାତ୍ରୀ ଦିନ ହିଁ ଭଗବାନ ଶିବଙ୍କୁ କେତକୀ ଫୁଲ ଅର୍ପଣ କରାଯାଇଥାଏ ।

ଶିବରାତ୍ରୀ ଦିନ କେତକୀ ଫୁଲ ଅର୍ପଣ କଲେ ମନସ୍କାମନା ପୂରଣ ହୁଏ ବୋଲି ଭକ୍ତ ମାନଙ୍କର ଧାରଣା ରହିଛି ।

ଗତ କିଛି ବର୍ଷ ହେଲା ମହାଶିବରାତ୍ରୀରେ ଭଗବାନ ଶିବଙ୍କୁ କେତକୀ ଫୁଲ ଅର୍ପଣ କରି ଆସୁଛି ।

ଅନ୍ୟବର୍ଷ ତୁଳନାରେ ଏବର୍ଷ ଦାମ ବଢ଼ିଥିଲେ ବି କେତକୀ ଅର୍ପଣ କରିବେ ବୋଲି କହନ୍ତି ଗାନ୍ଧିନଗରର ନିରୁପମା ସାହୁ ।

ଉପକୂଳବର୍ତ୍ତୀ ଗଞ୍ଜାମ ଜିଲ୍ଲାରେ କିଆ ଫୁଲ ମିଳୁଥିଲେ ମଧ୍ୟ କେତକୀ ସହଜଲଭ୍ୟ ନୁହେଁ । ବହୁତ ଖୋଜାଖୋଜି ପରେ ଏହି ଫୁଲ ସଂଗ୍ରହ କରୁଛୁ ବୋଲି କୁହନ୍ତି କନିସିର ସାମୟିକ ବ୍ୟବସାୟୀ ବି.କାମରାଜୁ ।

ନିଜ ଅଞ୍ଚଳରୁ ୫୦ଟି କେତକୀ ଫୁଲ ସଂଗ୍ରହ ପାଇଁ ତାଙ୍କୁ ଏକ ସପ୍ତାହ ଲାଗିଥିଲା ବୋଲି ସେ କହିଛନ୍ତି ।

କେତକୀ ଓ କିଆ ସାଧାରଣତଃ ଚଳିତ ଋତୁରେ ଫୁଟିଥାଏ । ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳ ଓ ଅନ୍ୟ କିଛି ରାଜ୍ୟରେ ଏହି ଫୁଲ ଫୁଟେ ।

ଲୋକାଲ ୱାୟାର

Filed Under: Business, Odia, ବ୍ୟବସାୟ Tagged With: Business, ଓଡିଶା, ଗଞ୍ଜାମ, ବ୍ୟବସାୟ, ବ୍ରହ୍ମପୁର

ଗାଇଡଲାଇନ୍ ପାଳନ କରୁନଥିବାରୁ ପଟିଆ ବିଗ୍ ବଜାର ସିଲ୍

February 20, 2020 By LocalWire Leave a Comment

ଭୁବନେଶ୍ବର, ଫେବ୍ରୁଆରି ୨୦ (ଲୋକାଲ ୱାୟାର): ଗାଇଡଲାଇନ୍ ପାଳନ କରୁନଥିବା ଅଭିଯୋଗ କରି ପଟିଆଠାରେ ଥିବା ବିଗ ବଜାରକୁ ଭୁବନେଶ୍ବର ମହାନଗର ନିଗମ (ବି.ଏମ୍.ସି.) ଗୁରୁବାର ସିଲ୍ କରିଥିବା ମହାନଗର ନିଗମ କମିଶନର୍ ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ।

ଏହି ମଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଓ ଉପଯୁକ୍ତ ପାର୍କିଂ ବ୍ୟବସ୍ଥା ନଥିବା  ବି.ଏମ୍.ସି. କହିଛି ।

ବିଗ ବଜାର କତ୍ତୃପକ୍ଷ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।`

ଲୋକାଲ୍ ଓ୍ବାୟାର୍

Filed Under: Odia, ବ୍ୟବସାୟ Tagged With: ଓଡିଶା, ଘଟଣା

ହସ୍ତତନ୍ତ ବସ୍ତ୍ରରେ ରହିବ ହସ୍ତତନ୍ତ ମାର୍କ ପ୍ରତୀକ

February 16, 2020 By LocalWire Leave a Comment

ଭୁବନେଶ୍ୱର, ଫେବ୍ରୁଆରୀ ୧୬ (ଲୋକାଲ ୱାୟାର): ହସ୍ତତନ୍ତ ବସ୍ତ୍ରର ପ୍ରକୃତ ପରିଚୟ ପ୍ରଦାନ ନିମନ୍ତେ ହସ୍ତତନ୍ତ ମାର୍କ ପ୍ରତୀକ ଲଗାଯିବାର ବ୍ୟବସ୍ଥା କରାଯାଇଛି ।

ଉଚ୍ଚ ଗୁଣବତ୍ତା ସମ୍ପନ୍ନ ହସ୍ତତନ୍ତରେ ଉତ୍ପାଦିତ ବସ୍ତ୍ରଗୁଡ଼ିକୁ ସ୍ୱତନ୍ତ୍ର ମାନ୍ୟତା ଦେବା ଉଦ୍ଦେଶ୍ୟରେ ଇଣ୍ଡିଆ ହାଣ୍ଡଲୁମ୍ ବୋର୍ଡର ବ୍ୟବସ୍ଥା ରହିଛି ।

ଏହି ମାନ୍ୟତା ଗୁଣବତ୍ତା ସମ୍ପନ୍ନ ହସ୍ତତନ୍ତ ବସ୍ତ୍ରର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ପାଇଁ ବ୍ୟବହୃତ କଞ୍ଚାମାଲ, ସେଗୁଡ଼ିକର ପ୍ରକ୍ରିୟାକରଣ, ବୁଣା ଶୈଳୀ ଅନ୍ୟ ଗୁଣବତ୍ତାମାନଙ୍କୁ ନେଇ ଗ୍ରାହକମାନଙ୍କର ବିଶ୍ୱାସ ଜିତାଇବାରେ ସହାୟକ ହୁଏ ।

ଏହିଭଳି ଭାବେ ରାଜ୍ୟରେ ଥିବା ୧,୨୨,୩୩୫ଜଣ ବୁଣାକାରଙ୍କ ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ହସ୍ତତନ୍ତ ଉନ୍ନୟନ ଯୋଜନା ଲାଗୁ ହୋଇଛି ।

ପକ୍କା ତନ୍ତଶାଳା ତଥା ବାସଗୃହ ନିର୍ମାଣ ପାଇଁ ବୁଣାକାରମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ, ବର୍ଷା ଦିନରେ ସୁରକ୍ଷା ଦୃଷ୍ଟିରୁ ହସ୍ତତନ୍ତ ଗର୍ତ୍ତର ଢଳେଇକରଣ, ଉନ୍ନତମାନର ତନ୍ତ, ତନ୍ତ ସରଞ୍ଜାମ ଏବଂ ରଙ୍ଗ ସରଞ୍ଜାମ ଯୋଗାଣ, ନୂଆପିଢ଼ିଙ୍କୁ ପ୍ରାଥମିକ ବୁଣାକାର୍ଯ୍ୟ ସହ ଉନ୍ନତ ମାନର ସୂତା ରଙ୍ଗ କରିବା ତାଲିମ ପ୍ରଦାନ, ଗୁରୁ-ଶିଷ୍ୟ ପରମ୍ପରା, ବୁଣାକାରମାନଙ୍କୁ ସୌର ଲଣ୍ଠନ ଯୋଗାଣର ବ୍ୟବସ୍ଥା, ଆଧୁନିକ ଜ୍ଞାନ କୌଶଳ ଆହରଣ ପାଇଁ ପ୍ରଗତିଶୀଳ ହସ୍ତତନ୍ତ ପୁଞ୍ଜକୁ ବୁଣାକାରଙ୍କ ପରିଭ୍ରମଣ, ଏହାବ୍ୟତୀତ୍ ଜୀବନ ବୀମା ଯୋଜନା, କେନ୍ଦ୍ର ସରକାରଙ୍କ ଦ୍ୱାରା ବ୍ଲକ୍‌ସ୍ତରୀୟ ପୁଞ୍ଜ ଯୋଜନା ପ୍ରଚଳନ, ସୂତା ସୁଲଭ ମୂଲ୍ୟରେ ଯୋଗାଇ ଦେବା ନିମନ୍ତେ କଞ୍ଚାମାଲ ବ୍ୟାଙ୍କ ପ୍ରତିଷ୍ଠା ସହାୟତାର ବ୍ୟବସ୍ଥା ସାଙ୍ଗକୁ ବିକ୍ରୟ ସହାୟତା ସହିତ ବିକ୍ରି ଯୋଜନାରେ ୧୦ପ୍ରତିଶତ ସରକାରୀ ରିହାତି ଦିଆଯାଉଛି । ଡିଜାଇନର ଉନ୍ନତି କମ୍ପ୍ୟୁଟର ମାଧ୍ୟମରେ କରାଯାଉଛି ।

ସଚେତନତା କାର୍ଯ୍ୟକ୍ରମ, ସମ୍ମିଳନୀ ଓ କର୍ମଶାଳାର ଆୟୋଜନ କରାଯାଉଛି ।

ଲୋକାଲ ୱାୟାର

Filed Under: Business, Odia, ବ୍ୟବସାୟ Tagged With: ଓଡିଶା, ବ୍ୟବସାୟ

ବୟନିକା, ଉତ୍କଳିକାର ଶ୍ରୀବୃଦ୍ଧି

February 15, 2020 By LocalWire Leave a Comment

ଭୁବନେଶ୍ୱର, ଫେବ୍ରୁଆରୀ ୧୫(ଲୋକାଲ ୱାୟାର): ବୟନିକା ଓ ଉତ୍କଳିକାର କଳେବର ସାଙ୍ଗକୁ ଆୟ ବ୍ୟୟ ବଢ଼ିଛି । ସରକାରୀ ତଥ୍ୟ ଅନୁସାରେ ବୟନିକାର ଗତ ଆର୍ଥିକ ବର୍ଷ ୨୦୧୮-୧୯ରେ ୧୧୬.୫୮କୋଟି ଟଙ୍କାର ବିକ୍ରିବଟା କରି ୫୫୦.୩୫ଲକ୍ଷ ଟଙ୍କାର ନେଟ୍ ଲାଭ ଅର୍ଜନ କରିଛି ।

ପୂର୍ବ ବର୍ଷ ଅର୍ଥାତ୍ ୨୦୧୭-୧୮ରେ ବୟନିକା ୧୦୬.୦୫କୋଟି ଟଙ୍କାର ବିକ୍ରିବଟା କରି ୨୫୦.୯୦ଲକ୍ଷ ଟଙ୍କା ନେଟ୍ ଲାଭ ଅର୍ଜନ କରିଥିଲା ।

ବୟନିକାର ୨୦୧୮-୧୯ବର୍ଷର ବିକ୍ରିବଟା ତା’ ପୂର୍ବବର୍ଷଠାରୁ ୧୦.୫୩କୋଟି ଟଙ୍କା ଅଧିକ ।

ବୟନିକାର ରାଜ୍ୟ ଭିତରେ ୩୭ଟି ଓ ରାଜ୍ୟ ବାହାରେ ୬ଟି ବିକ୍ରୟ ଶାଖା ରହିଛି ।

ସେହିପରି ଉତ୍କଳିକା ଗତ ଆର୍ଥିକ ବର୍ଷ ୨୦୧୮-୧୯ରେ ୨୧୬୮.୪୩ଲକ୍ଷ ଟଙ୍କାର ବିକ୍ରିବଟା କରି ୧୦୩.୮୨ଲକ୍ଷ ଟଙ୍କାର ଲାଭ ଅଧିକ କରିଛି ଓ ତାହା ପୂର୍ବ ବର୍ଷଠାରୁ ୧.୮୬ଲକ୍ଷ ଟଙ୍କାର ଲାଭ ଅଧିକ ହୋଇଛି (ପ୍ରୋଭିଜିନାଲ୍ ଆକାଉଣ୍ଟ ମୁତାବକ) ।

ଉତ୍କଳିକାର ରାଜ୍ୟ ଭିତରେ ୧୦ଟି ଏବଂ ରାଜ୍ୟ ବାହାରେ ୬ଟି ବିକ୍ରୟ କେନ୍ଦ୍ର ରହିଛି । ୨୦୧୮-୧୯ ଆର୍ଥିକ ବର୍ଷରେ ଅନୁଗୋଳ, ଭୁବନେଶ୍ୱର ବିମାନବନ୍ଦର ଏବଂ ସମ୍ବଲପୁରଠାରେ ନୂତନ ବିକ୍ରୟ କେନ୍ଦ୍ର ଖୋଲାଯାଇଛି ।

ଲୋକାଲ ୱାୟାର

Filed Under: Business, Odia, ବ୍ୟବସାୟ Tagged With: Business, ଅନୁଗୁଳ, ବ୍ୟବସାୟ

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 8
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire