• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

ମନୋରଞ୍ଜନ

ପରୀକୁ ନେଇ ସିନେମା କରିବେ ମିଟୁ ମିଥୁନ

December 20, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୨୦(ଲୋକାଲ ୱାୟାର): ଓଡ଼ିଶା ମିଠୁନ୍ ପ୍ରଡକ୍ସନର ବ୍ୟାନରରେ ଅଭିନେତା ମିଟୁ ମିଥୁନ ନିର୍ମାଣ କରିବାକୁ ଯାଉଛନ୍ତି ସିନେମା ‘ପରୀ-ଦି ହିଡେନ୍ ଟ୍ରୁଥ୍’ ।

ବର୍ତ୍ତମାନ ନୟାଗଡ଼ର କୁନି ଝିଅ ପରୀ ହତ୍ୟାକଣ୍ଡକୁ ନେଇ ପୂରା ଓଡ଼ିଶା ଉଠୁଛି ପଡ଼ୁଛି ।

ସେହି ସମୟରେ ସେହିଭଳି ଏକ ଶୀର୍ଷକକୁ ନେଇ ଏକ ସିନେମା ନିର୍ମାଣ କରିବାକୁ ଯାଉଛନ୍ତି ଏହି ଅଭିନେତା ।

ଏହାର ପୋଷ୍ଟର୍ ସୋସିଆଲ୍ ମିଡିଆରେ ରିଲିଜ୍ ହୋଇଛି । ରବିବାର ମହାପ୍ରଭୁ ଲିଙ୍ଗରାଜଙ୍କ ସାମ୍ନାରେ ମହୁରତ ଅନୁଷ୍ଠିତ ହେବ ।

କିନ୍ତୁ ପୋଷ୍ଟରରେ ଥିବା ଶୀର୍ଷକ ଓ ତା’ର ଟ୍ୟାଗ୍ ଲାଇନ୍ ଏବଂ ସେଥିରେ ଏକ କୁନି ଝିଅର ଫଟୋ ।

ସେଥରୁ ଲାଗୁଛି କାହାଣୀଟି ପରୀ ଉପରେ ହୋଇଥିବ । କିନ୍ତୁ ସିନେମାର ମହୁରତ୍ ପରେ ଜଣାପଡ଼ିବ ସିନେମାଟିର ବିଷୟବସ୍ତୁ କାହା ଉପରେ ଆଧାରିତ ରହିଛି । ଏହି ଘଟଣା ମିଟୁ ମିଥୁନଙ୍କ ପାଇଁ ନୂଆ ନୁହେଁ ।

ଏହା ପୂର୍ବରୁ ସେ ବାବା ସାରଥୀଙ୍କୁ ନେଇ ପ୍ରସ୍ତୁତ କରିଥିଲେ ସିନେମା ‘ବାଜି ବାଜି ବାବାଜୀ’ । ସେଥିରେ ସେ ନିଜେ ସାରଥୀ ବନିଥିଲେ ।

ଏଥିସହିତ ସେ କିଛି ସିନେମା ଏବଂ ମୁ୍ୟଜିକ୍ ଭିଡିଓ ଓ ଭଜନ ଆଲବମରେ ଅଭିନୟ କରିଛନ୍ତି ।

ଲୋକାଲ ୱାୟାର

Filed Under: Odia, ମନୋରଞ୍ଜନ Tagged With: ଓଡିଶା, ନୟାଗଡ଼, ମନୋରଞ୍ଜନ

ଫ୍ରେମ୍ ଅଫ୍ ମାଇଣ୍ଡ୍ ଚଳଚ୍ଚିତ୍ର ଉତ୍ସବରେ ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ସୋଚ୍ଛ ବଦଲୋ’

December 18, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୧୮(ଲୋକାଲ ୱାୟାର): ଫ୍ରେମ୍ ଅଫ୍ ମାଇଣ୍ଡ୍ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହେବ ଜ୍ଞାନରଞ୍ଜନ ସାଥୁଆଙ୍କ ନିଦେ୍ର୍ଦଶନାରେ ପ୍ରସ୍ତୁତ ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ସୋଚ୍ଛ ବଦଲୋ’ ।

ଏହି ଚଳଚ୍ଚିତ୍ର ଉତ୍ସବକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରୁ ଅନେକ ଚଳଚ୍ଚିତ୍ର ଆସିଥିଲା କିନ୍ତୁ ସେଥି ମଧ୍ୟରୁ ମାତ୍ର ୧୩ଟି ଶ୍ରେଷ୍ଠ ଚଳଚ୍ଚିତ୍ରକୁ ପ୍ରଦର୍ଶିତ କରାଯିବ ବୋଲି ସୂଚନା ମିଳିଛି ।

ଏହି ପ୍ରଦର୍ଶନୀ ଉତ୍ସବରେ ଫିଲ୍ମ ନିର୍ଦ୍ଦେଶକ ଲକ୍ଷ୍ମୀ ରାମକୃଷ୍ଣ, ଲେଖକ ଓ ପ୍ରାକ୍ତନ ସେନସର୍ ବୋର୍ଡ ସଦସ୍ୟ ଜୟଶ୍ରୀଧର, ଲେଖକ ଓ ସିନେ ସମୀକ୍ଷକ କେବଲ ଶଙ୍କର, ଅଭିନେତା ବିନୋଦିନି ବୈଦ୍ୟନାଥନ ପ୍ରମୁଖ ଉପସ୍ଥିତ ରହିବେ ।

ଲୋକାଲ ୱାୟାର

Filed Under: Odia, ମନୋରଞ୍ଜନ Tagged With: ଓଡିଶା, ମନୋରଞ୍ଜନ

ପୁପିନ୍ଦରଙ୍କୁ କେମିତି କେମିତି ଲାଗୁଛି

December 18, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୧୮(ଲୋକାଲ ୱାୟାର): ଅଭିନେତା ପୁପିନ୍ଦରଙ୍କୁ ଏବେ କେମିତି କେମିତି ଲାଗୁଛି ।

କାହିଁକି ନା’ ତାଙ୍କ ଅଭିନୀତ ନୂଆ ସିନେମା ‘ଲାଗେ ମତେ କେମିତି କେମିତି ଲାଗୁଛି’ ଖୁବଶୀଘ୍ର ଫ୍ଲୋରକୁ ଆସୁଛି ।

ଏଥିପାଇଁ ଆଗୁଆ ସୂଚନା ଦେଇଛନ୍ତି ପୁପିନ୍ଦର । ମାହିକା ପ୍ରଡକ୍ସନ୍ ବ୍ୟାନରରେ ନିର୍ମିାଣ ହେବାକୁ ଯାଉଥିବା ଏହି ସିନେମାର ଲିଡରେ ପୁପିନ୍ଦର ଥିଲାବେଳେ ଅନ୍ୟାନ୍ୟ ଚରିତ୍ରରେ ଦୁଷ୍ମନ୍ତ, ଶ୍ରୀତମ୍, ପିଣ୍ଟୁ ନନ୍ଦ, ନିବେଦିତା ପଣ୍ଡା ଅଭିନୟ କରୁଛନ୍ତି ।

ଏହାର ପ୍ରଯୋଜନା ବି ଅଭିଜ୍ଞାନ କରୁଥିଲା ବେଳେ କାହାଣୀ, ଚିତ୍ରାଟ୍ୟ ଓ ନିଦେ୍ର୍ଦଶନା ଦାୟିତ୍ୱ ସମ୍ଭାଳିଛନ୍ତି ମୁରଲିଧରନ । ସଂଳାପ ଲେଖିଛନ୍ତି ଡ. ଶୁଭଜିତ ଆନନ୍ଦ । ସ୍ୱର ସଂଯୋଜନା କରିଛନ୍ତି ଅଭିଜିତ୍ ମଜୁମଦାର୍ ।

ଲୋକାଲ ୱାୟାର

Filed Under: Odia, ମନୋରଞ୍ଜନ Tagged With: ଓଡିଶା, ମନୋରଞ୍ଜନ

ଭୂମିକାଙ୍କ ମନ ନେବ କିଏ?

December 18, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୧୮(ଲୋକାଲ ୱାୟାର): ଓଲିଉଡର ସବୁଠୁ ସୁନ୍ଦରୀ ନାୟିକା ଭୂମିକା ଦାଶ । ତାଙ୍କ ମନ କୁଆଡ଼େ କିଏ ନେଇ ଯିବେ ବୋଲି ଚର୍ଚ୍ଚା ହେଉଛି ।

ହେଲେ ମନକୁ ଚୋରେଇବ କିଏ? ଯେପର୍ଯ୍ୟନ୍ତ ଭୂମିକା ନଚାହିଁଛନ୍ତି ତାଙ୍କ ମନ କିଏ ନେବ? କିନ୍ତୁ ତାଙ୍କ ମନ ଏବେ ଜଣେ ନୂଆ ନାୟକଙ୍କ ହାତରେ ।

ହେଲେ ନାୟକ କିଏ ଏ ପର୍ଯ୍ୟନ୍ତ ତାହା ଜଣାପଡ଼ିନି । ଏମିତି ଏକ ଲଭ୍, ରୋମାନ୍ସ, ସସପେନ୍ସ କାହାଣୀକୁ ନେଇ ପ୍ରସ୍ତୁତ ହେଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ମନ ମୋ ନେଇଗଲୁରେ’ ।

ଏହାର ପୃଷ୍ଠଭୂମି କଲେଜ ଜୀବନରେ ବାଟବଣା ହେଉଥିବା ଯୁବପିଢ଼ିଙ୍କ ଉପରେ ରହିଛି ।

ସୁମା ରିଅଲ୍ ମିଡିଆ ନିବେଦିତ ଏହି ଚିତ୍ରରେ ମୁଖ୍ୟ ନାୟିକା ଭୂମିକା ଥିଲା ବେଳେ ତାଙ୍କ ନାୟକ ସାଜିବେ ଜଣେ ନବାଗତ ଅଭିନେତା ।

ଅନ୍ୟାନ୍ୟ ଚରିତ୍ରରେ ହାସ୍ୟ ଅଭିନେତା ଗୁଡ୍ଡୁ, ଜ୍ଞାନ, ପ୍ରେମାଞ୍ଜନ ପରିଡ଼ା, ଅଶ୍ରୁମୋଚନ, ବିଜୁ ବଡ଼ଜେନା, ଜୀବନ ପଣ୍ଡା ପ୍ରମୁଖ ଅଭିନୟ କରୁଛନ୍ତି ।

ଏହି ସିନେମାର ପ୍ରୟୋଜନା ସୁନୀଲ କୁମାର ଦାସ କରୁଥିଲା ବେଳେ କାହାଣୀ ରଚନା କରିଛନ୍ତି ଦିଲ୍ଲୀପ କୁମାର ଦାସ । ନିଦେ୍ର୍ଦଶନା ଦେଉଛନ୍ତି ସଞ୍ଜୟ ନାୟକ । ସ୍ୱର ସଂଯୋଜନା କରିଛନ୍ତି ବୈଦ୍ୟନାଥ ଦାଶ ।

ଲୋକାଲ ୱାୟାର

Filed Under: Entertainment, Odia, ମନୋରଞ୍ଜନ Tagged With: ଓଡିଶା, ମନୋରଞ୍ଜନ

ଆନ୍ତର୍ଜାତିକ ମହୋତ୍ସବରେ କରୋନା ସଚେତନତା ବାର୍ତ୍ତା

December 3, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୨(ଲୋକାଲ ୱାୟାର): କରୋନା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆୟୋଜନ କରୁଛି ଆନ୍ତର୍ଜାତିକ କୋଣାର୍କ ଓ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ ।

କରୋନା କଟକଣା ଯୋଗୁଁ ଦେଶରେ କେଉଁଠି ଏତେ ବଡ଼ ଆୟୋଜନ ହୋଇନଥିବା ବେଳେ ପ୍ରଥମ ଥର ପାଇଁ ଓଡ଼ିଶାରେ ଏଭଳି ବିରାଟ ଆୟୋଜନ ହେବା କଳା ଓ କଳାକାରଙ୍କ ପ୍ରତି ବଡ଼ ସମ୍ମାନ ।

କୋଣାର୍କରେ ଆୟୋଜିତ ଆନ୍ତର୍ଜାତିକ ନୃତ୍ୟ ମହୋତ୍ସବଠାରୁ ଆରମ୍ଭ କରି ବାଲୁକା କଳା ମହୋତ୍ସବ ଯାଏଁ ସବୁଠି ଦେଖିବାକୁ ମିଳିଛି କରୋନା ସଚେତନତାର କଥା ।

ରାଜ୍ୟ ପର୍ଯ୍ୟଟନ ବିଭାଗଠାରୁ ଆରମ୍ଭ କରି କାର୍ଯ୍ୟକ୍ରମେର ଭାଗ ନେଇଥିବା ପ୍ରତିଯୋଗୀ ଯାଏଁ; ସମସ୍ତେ ନିଜ ନିଜର ସୃଜନାତ୍ମକ ସୃଷ୍ଟିରେ କରୋନା ସଚେତନତାର କଥା ପ୍ରସ୍ପୁଟିତ କରିଛନ୍ତି ।

ବାଲୁକା କଳା ମହୋତ୍ସବରେ ଚଳିତ ବର୍ଷ ସାରା ଦେଶରୁ ୭୦ ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଉଦ୍ଘାଟନୀ ଉତ୍ସବରେ ସମସ୍ତଙ୍କ ସୃଜନାତ୍ମକ ସୃଷ୍ଟିରେ ଦେଖିବାକୁ ମିଳିଛି କରୋନା କାହାଣୀ ।

ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି ବାଲୁକା କଳା ମହୋତ୍ସବର ପ୍ରତିଟି ବାଲୁକା ଶିଳ୍ପରେ ଠିକ୍ ଭାବେ ମାସ୍କ ପରିଧାନ, ମାସ୍କ ଦ୍ୱାରା କରାନାରୁ ମୁକ୍ତି, ସାନିଟାଇଜର ବ୍ୟବହାର, ସାମାଜିକ ଦୂରତା ରକ୍ଷା ଭଳି ପ୍ରସଙ୍ଗକୁ ସ୍ଥାନିତ କରାଯାଇଛି ।

ଜନସାଧାରଣଙ୍କୁ ଏ ଦିଗରେ ସମସ୍ତ ନୀତି ନିୟମକୁ ମାନିବାକୁ ସୃଜନାତ୍ମକ ଢ଼ଙ୍ଗରେ ଅପିଲ ମଧ୍ୟ କରିଛନ୍ତି ବାଲୁକା କଳା ଶିଳ୍ପୀ ।

କେବଳ ସେତିକି ନୁହେଁ ଚଳିତ ବର୍ଷ ଆୟୋଜିତ ଆନ୍ତର୍ଜାତିକ କୋଣାର୍କ ମହୋତ୍ସବରେ ମଧ୍ୟ କରୋନା କଟକଣାକୁ ସମ୍ପୂର୍ଣ୍ଣ ଭାବେ ପାଳନ କରାଯାଉଥିବା ଦେଖିବାକୁ ମିଳିଛି ।

ପ୍ରବେଶ ପଥଠାରୁ ଷ୍ଟେଜ୍ ଯାଏଁ ସବଠି ଷ୍ଟାଣ୍ଡିଂ ପୋଷ୍ଟର ଦ୍ୱାରା ମାସ୍କ ପରିଧାନ, ନିୟମିତ ବ୍ୟବଧାନରେ ହାତ ସାନିଟାଇଜ୍ କରିବା ଓ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି ।

ଏହାସହ ଷ୍ଟେଜ୍, ଶିଳ୍ପୀମାନଙ୍କ ପାଇଁ ପ୍ରସ୍ତୁତ ଘର, ଦର୍ଶକ ଗ୍ୟାଲେରୀ, ନୃତ୍ୟ ମଣ୍ଡପ ଆଦିକୁ ସାନିଟାଇଜ୍ କରାଯାଉଛି । ବିଭାଗର ଏ ତତ୍ପରତାକୁ ନେଇ ଆସିଥିବା ନୃତ୍ୟଶିଳ୍ପୀମାନେ ବେଶ ଖୁସି ଥିବା ବ୍ୟକ୍ତ କରିଛନ୍ତି ।

ଏ ବାବଦରେ ବରିଷ୍ଠ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ଶିଲା ଟ୍ୱିଟ୍ ଉନ୍ନିକ୍ରିଷ୍ଣନ୍ କହିଛନ୍ତି, ସାରାଦେଶ କରୋନା କବଳରେ ଥିବା ସତ୍ତ୍ୱେ ଆମେ ନୃତ୍ୟଶିଳ୍ପୀମାନେ ବିନା ସମସ୍ୟାରେ ଚେନ୍ନାଇରୁ ଓଡ଼ିଶା ଆସି ପହଞ୍ଚିଛୁ ।

ଏଦିଗରେ ଓଡ଼ିଶୀ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆମକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ପ୍ରଦାନ କରାଯାଇଛି । ଏଠାରେ ସମସ୍ତ ପ୍ରକାର ବ୍ୟବସ୍ଥା ଖୁବ୍ ସୁନ୍ଦର ଭାବେ ଆୟୋଜନ କରାଯାଇଛି ।

ବିଭାଗୀୟ ଅଧିକାରୀମାନେ ଆମମାନଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଯାହାକି ଆମକୁ ସୁରକ୍ଷିତ ବାତାବରଣ ଦେଇଛି ।

ପଦ୍ମଶ୍ରୀ ଗୁରୁ ଅରୁଣା ମହାନ୍ତି ମଧ୍ୟ କରୋନା କଟକଥା ସତ୍ତ୍ୱେ ବିଭାଗର ଏଭଳି ଆୟୋଜନକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି କଳାକାର ପାଇଁ ମଞ୍ଚଟିଏ ଦରକାର ।

ଚାରିଆଡ଼େ କରୋନା ଯୋଗୁଁ ସବୁ ବନ୍ଦ ଥିବା ବେଳେ ରାଜ୍ୟ ପର୍ଯ୍ୟଟନ ବିଭାଗ ଆମମାନଙ୍କ ପାଇଁ ଏଭଳି ଏକ ଆୟୋଜନ କରିବା ସବୁଠାରୁ ବଡ଼ କଥା ।

ଏହା ନିଶ୍ଚିତ ଭାବେ ସାରା ଦେଶରେ କୋଣାର୍କ ନୃତ୍ୟ ମହୋତ୍ସବ ଦ୍ୱାରା ଏକ ଉଦାହରଣ ସୃଷ୍ଟି କଲା ।

ଲୋକାଲ ୱାୟାର

Filed Under: Entertainment, Odia, ମନୋରଞ୍ଜନ Tagged With: ଓଡିଶା, ପୁରୀ, ମନୋରଞ୍ଜନ

ଓଡ଼ିଆ ଚଳଚ୍ଚିତ୍ର ‘ଅରୁନ୍ଧତୀ’ର ମହୁରତ

November 28, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୨୮(ଲୋକାଲ ୱାୟାାର): ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଅରୁନ୍ଧତୀ’ର ଶୁଭ ମହୁରତ ଶେଷ ହୋଇ ଏବେ ଫିଲ୍ମର ସୁଟିଂ ଚାଲିଛି ।

ଏହାର ଲିଡରେ ନାୟିକା ଏଲିନା ଅଭିନୟ କରୁଥିଲା ବେଳେ ତାଙ୍କ ନାୟକ ସାଜିଛନ୍ତି ରାଜବୀର । ସିନେମାରେ ଯାତ୍ରାର ଦୁର୍ଦ୍ଦାନ୍ତ ଖଳନାୟକ ତଥା ବ୍ୟାଡ୍ ବୟ ସଞ୍ଜୟ ଭୋଳ ଏକ ସ୍ୱତନ୍ତ୍ର ଭୂମିକାରେ ଅର୍ଥାତ୍ ଅତିଥି କଳାକାର ଭୂମିକାରେ ନଜର ଆସିବେ ।

କିନ୍ତୁ ମୁଖ୍ୟ ଖଳନାୟକ ଭୂମିକାରେ ଅଭିନୟ କରୁଛନ୍ତି ବବି ମିଶ୍ର । ବର୍ତ୍ତମାନ ବବି ୨-୩ଟି ସିନେମାର ସୁଟିଂରେ ବ୍ୟସ୍ତ ଥିଲାବେଳେ ଏଲିନା ତରଙ୍ଗ କ୍ୟାମ୍ପରେ ନାରୀ କୈନ୍ଦ୍ରିକ ସିନେମା ‘ପାପ’ର ସୁଟିଂ କରୁଛନ୍ତି ।

ସେହିପରି ଅଭିନେତା ରାଜବୀରଙ୍କ ଓଲିଉଡରେ ଏପର୍ଯ୍ୟନ୍ତ ଭାଗ୍ୟ ଫିଟିନି । ତାଙ୍କର ଚଳଚ୍ଚିତ୍ର ‘ଲଭ୍ ଫିଭର୍’ ଓ ‘କାଳିଆ ଦି ଫାଇଟର୍ ମ୍ୟାନ୍’ ଅଧାରେ ଅଟକିଛି । ତେବେ ‘ଅରୁନ୍ଧତୀ’ର ପ୍ରଯୋଜନା ପଛରେ ଅଜିତାଭ ମଲ୍ଲିକ ରହିଛନ୍ତି ।

ଏହାର ନିଦେ୍ର୍ଦଶନା ଦେଉଛନ୍ତି ରମେଶ ରାଉତ । ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ଡ. ରଜନୀ ରଞ୍ଜନ । ସଙ୍ଗୀତ ନିଦେ୍ର୍ଦଶନା ଦେଇଛନ୍ତି ଅଭିଜିତ୍ ମଜୁମଦାର୍ ।

ଲୋକାଲ ୱାୟାର

Filed Under: Entertainment, Odia, ମନୋରଞ୍ଜନ Tagged With: ଓଡିଶା, ମନୋରଞ୍ଜନ

ନୂଆ ଯାତ୍ରା ପାର୍ଟି ସୂର୍ଯ୍ୟନାରାୟଣର ପ୍ରସ୍ତୁତି

November 28, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୨୮(ଲୋକାଲ ୱାୟାର): ଆଦିତ୍ୟ ଏଣ୍ଟରଟେନମେଣ୍ଟ ନିବେଦିତ ନୂତନ ଯାତ୍ରା ଅନୁଷ୍ଠାନ ଯାତ୍ରା ସୂର୍ଯ୍ୟ ନାରାୟଣ ଯାତ୍ରା ବର୍ଷ ପାଇଁ ପ୍ରସ୍ତୁତ ହେଉଛି । ଗତ ଦଶହରାରେ ଯାତ୍ରା ପାର୍ଟିର ଦୁଇଟି ନାଟକ ଉନ୍ମୋଚନ ସରିଛି ।

ପ୍ରଥମ ନାଟକ ଇଂ. ସଚ୍ଚି ସ୍ୱାଇଁଙ୍କ ରଚିତ ‘କୁହ ସୂର୍ଯ୍ୟ ନାରାୟଣ ସୂର୍ଯ୍ୟ ଠିକଣା’ । ଦ୍ୱିତୀୟ ନାଟକ ନାଟ୍ୟକାର ଦାମ ପ୍ରଧାନଙ୍କ ରଚନାରେ ‘ବାହା ସତ୍ୟବାନ ବାଡ଼ୁଅ ସାବି’ । ଦୁଇଟି ଯାକ ନାଟକ ପୁରୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଉନ୍ମୋଚନ କରାଯାଇଥିଲା ।

ଏଥିସହିତ ନିକଟରେ ପାର୍ଟିର ଶୀର୍ଷକ ସଙ୍ଗୀତ କଟକର ଏକ ଷ୍ଟୁଡିଓରେ ରେକର୍ଡିଂ ହୋଇଛି । ଏହି ଅବସରରେ ପାର୍ଟିର ପ୍ରଡକ୍ସନ ମ୍ୟାନେଜର ପ୍ରଦୀପ କୁମାର, ନାଟ୍ୟକାର ଜଗନ୍ନାଥ ରାଉତ, ସଙ୍ଗୀତ ନିର୍ଦ୍ଦେଶକ ସଞ୍ଜୀବ ଉପସ୍ଥିତ ଥିଲେ ।

ଗୀତଟିକୁ ଗାଇଛନ୍ତି ଓଡ଼ିଶାର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି ବୋଲି ଯାତ୍ରା ପାର୍ଟି ପକ୍ଷରୁ ସୂଚନା ଦିଆଯାଇଛି ।

ଲୋକାଲ ୱାୟାର

Filed Under: Entertainment, Odia, ମନୋରଞ୍ଜନ Tagged With: ଓଡିଶା, ମନୋରଞ୍ଜନ

ତରଭୁଜରେ ଅଭିନେତା ଓ ନିର୍ଦ୍ଦେଶକ ଶ୍ରୀତମ୍

November 28, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୨୮(ଲୋକାଲ ୱାୟାର): ଓଲିଉଡର ଅଭିନେତା ତଥା ନିର୍ଦ୍ଦେଶକ ଶ୍ରୀତମ୍ ଦାସ ତରଭୁଜରେ ନଜର ଆସିଛନ୍ତି । ଏହା ଗପ ନୁହେଁ ସମ୍ପୂର୍ଣ୍ଣ ।

ଚିତ୍ର ଦେଖିଲେ ଜାଣିପାରିବେ । ଏଭଳି ଏକ ଫଟୋ ଇନଷ୍ଟାଗ୍ରାମରେ ଅପଲୋଡ୍ କରି ଶ୍ରୀତମ୍ ଲେଖିଛନ୍ତି, ମୋର ଜଣେ ବନ୍ଧୁ ତଥା ବଡ଼ ପ୍ରଶଂସକ ଭଦ୍ରକର ସପନ ନାୟକ ।

ସେ ବେଙ୍ଗାଲୁରୁର ରାଡିସନ୍ ବ୍ଲୁ ହୋଟେଲରେ ଏକଜିକୁ୍ୟଟିଭ୍ ସେଫ୍ ଭାବେ କାମ କରୁଛନ୍ତି । ସେ ହିଁ ଏହିପରି ତରଭୁଜରେ ମୋର ପୋର୍ଟ୍ରେଟ୍ ପ୍ରସ୍ତୁତ କରି ପଠାଇଛନ୍ତି ।

ସେଥିପାଇଁ ତାଙ୍କୁ ଅନ୍ତରରୁ ଅଶେଷ ଧନ୍ୟବାଦ ଓ ଢେର ସାରା ଭଲପାଇବା ସହ କୃତଜ୍ଞତା ଜଣାଉଛି ।

ଲୋକାଲ ୱାୟାର

Filed Under: Entertainment, Odia, ମନୋରଞ୍ଜନ Tagged With: ଓଡିଶା, ମନୋରଞ୍ଜନ

ରାୟଗଡ଼ାରେ ‘ଆଉ ଗୋଟେ ଲଭଷ୍ଟୋରୀ’

November 23, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୨୩(ଲୋକାଲ ୱାୟାର): ରାୟଗଡ଼ାର ପ୍ରାକୃତିକ ଶୋଭାରାଜି, ବଣପାହାଡ଼ଘେରା ଜଙ୍ଗଲ ଭିତରେ ଝରଣାର କୁଳୁ କୁଳୁ ନାଦ ଓ ତା’ ଭିତରେ ରଚନା ହେଉଛି ନୂଆ ଗୋଟେ ପ୍ରେମ କାହାଣୀ ।

ଏ କାହାଣୀ ଏମିତି ସେମିତି ନୁହେଁ କି ୟାର, ତା’ର କାହାଣୀ ନୁହେଁ । ଓଲିଉଡ ଅଭିନେତା ଜ୍ୟୋତି ଓ ନାୟିକା ଭୂମିକାଙ୍କ କାହାଣୀ । ପ୍ରେମ କାହାଣୀ । ଦୁହିଁଙ୍କୁ ନେଇ ଏ କାହାଣୀ ଏବେ ଜୋରରେ ଆଗେଇଛି ।

ଆଉ ଏହାର ମଙ୍ଗ ଧରିଛନ୍ତି ଓଲିଉଡ ଗିମିକ୍ ମାଷ୍ଟର୍ ସଞ୍ଜୟ ନାୟକ । ଆର୍ ଆର୍ ଇଭେଣ୍ଟସ୍ ପ୍ରଯୋଜନା ସଂସ୍ଥା ତରଫରୁ ନିର୍ମାଣ ହେଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଆଉ ଗୋଟେ ଲଭଷ୍ଟୋରୀ’ ।

ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ପ୍ରଯୋଜକ ରମେଶ ବାରିକ । ସିନେମାର ନିଦେ୍ର୍ଦଶନା ଦେଉଛନ୍ତି ସଞ୍ଜୟ ନାୟକ । ବର୍ତ୍ତମାନ ସିନେମାର ସୁଟିଂ ରାୟଗଡ଼ାର ବିଭିନ୍ନ ସ୍ଥାନରେ ଚାଲିଛି ।

ସେପଟେ ଉଭୟ ନାୟକ-ନାୟିକା ସୁଟିଂ ସେଟର ଭିଡିଓକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି । ଭୂମିକା ନିଜ ଇନଷ୍ଟାଗ୍ରାମରେ ଫ୍ୟାନମାନଙ୍କୁ ପଚାରିଛନ୍ତି, କ’ଣ ଏଥର ସିଟି ବାଜିବ ତ?

ଭିନ୍ନ ସ୍ୱାଦର ପ୍ରେମ କାହାଣୀକୁ ନେଇ ସିନେମାଟି ସମୃଦ୍ଧ ବୋଲି ପ୍ରଯୋଜକ ଶ୍ରୀ ବାରିକ କହିଛନ୍ତି । ଏଥିସହିତ ତାଙ୍କ ପ୍ରଯୋଜନା ସଂସ୍ଥାର ଆହୁରି ୨ଟି ସିନେମାର ସୁଟିଂ ଚାଲିଥିବା ସେ କହିଛନ୍ତି ।

ଲୋକାଲ ୱାୟାର

Filed Under: Entertainment, Odia, ମନୋରଞ୍ଜନ Tagged With: ଓଡିଶା, ମନୋରଞ୍ଜନ, ରାୟଗଡା

ଖାଡ଼େଙ୍ଗା ଫ୍ୟାମିଲିରେ ସୁର ଭାଇ ମାଡି ଚାଲ

November 23, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୨୩(ଲୋକାଲ ୱାୟାର): କେତେବେଳେ ବିଧାନସଭା ତ କେତେବେଳେ ଧାରଣା ସ୍ଥଳ । ଯୁଆଡ଼େ ଯିବ ସବୁଠି ବିୟୁଟିଫୁଲ୍ ଆଉ ମାଡ଼ିଚାଲ ଡାକ ।

ଏ ହେଲେ ଓଡ଼ିଶା ବିଧାନସଭାର ଲୋକପ୍ରିୟ ବିଧାୟକ, ସମସ୍ତଙ୍କର ପ୍ରିୟ ଆଉ ସମସ୍ତଙ୍କ ଭାଇ ସୁର ରାଉତରାୟ ଓରଫ୍ ସୁର ଭାଇ ।

ଦୁଇଦିନ ତଳେ ପ୍ରଥମ ଥର ପାଇଁ ଏକ ରାପ୍ ଗୀତ ରେକର୍ଡିଂ କରି ଚର୍ଚ୍ଚାରେ ଥିବା ସୁର ଭାଇ ଏବେ ଯାଇ ଅଭିନୟ ମଞ୍ଚରେ ପହଞ୍ଚିଛନ୍ତି ।

ଗୀତ ରେକର୍ଡିଂ ଦିନ ଷ୍ଟୁଡିଓରେ କହୁଥିଲେ, ଗୀତ ଗାଇବାର ଇଚ୍ଛା ଥିଲା ତାହା ପିଲାମାନେ ପୂରଣ କଲେ ।

ଆଉ ଅଭିନୟର ବି ଇଚ୍ଛା ଥିଲା ବୋଧେ । ନହେଲେ କ’ଣ ସୁର ଭାଇ ଜୀସାର୍ଥକରେ ପ୍ରସାରିତ ହାସ୍ୟରସାତ୍ମକ ଧାରାବାହିକ ‘ଖାଡ଼େଙ୍ଗା ଫ୍ୟାମିଲି’ରେ ପ୍ରବେଶ କରିଥାନ୍ତେ ।

ଏ କଥା ଆମେ ନୁହେଁ, ଖୋଦ୍ ଫ୍ୟାମିଲିର ମୁରବି କୁନା ଭାଇ ମାନେ ଅଭିନେତା କୁନା ତ୍ରିପାଠୀ କହିଛନ୍ତି । ସୋସିଆଲ୍ ମିଡିଆରେ ତାଙ୍କ ସହିତ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ମାଡ଼ିଚାଲ ସୁରଭାଇ’ ।

ଏଥର ବିଧାୟକ ହେବା ପରେ ସୁର ଭାଇ ଟିକେ ଅଧିକ ଲୋକପ୍ରିୟ ହେବାରେ ଲାଗିଛନ୍ତି । ତାଙ୍କ କହିବାର ଶୈଳୀ ତାଙ୍କୁ ବେଶି ପରିଚିତ କରାଉଛି ।

ଲୋକାଲ ୱାୟାର

Filed Under: Entertainment, Odia, ମନୋରଞ୍ଜନ Tagged With: ଓଡିଶା, ମନୋରଞ୍ଜନ

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 52
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire