• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

ରାଜନୀତି

କଂଗ୍ରେସ ନେତାଙ୍କୁ ସାମିଲ କରିବାକୁ ନେଇ ବିଜେଡିରେ ତେଜିଲା ଅସନ୍ତୋଷ

October 7, 2020 By Amarnath Parida Leave a Comment

ଜଗତସିଂହପୁର, ଅକ୍ଟୋବର ୭ (ଲୋକାଲ ୱାୟାର): ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିରେ ଅସନ୍ତୋଷ ବଢିବାରେ ଲାଗିଛି ।

ରାଜ୍ୟସ୍ତରୀୟ ନେତାମାନେ ପଞ୍ଚାୟତ ଓ ବ୍ଲକ ସ୍ତରର ନେତାଙ୍କ ଅଜାଣତରେ କଂଗ୍ରେସ ନେତାଙ୍କୁ ଦଳରେ ସାମିଲ କରୁଥିବାରୁ ବିବାଦ ବଢ଼ିବାରେ ଲାଗିଛି ।

ସୋମବାର ପୂର୍ବତନ କଂଗ୍ରେସ ନେତା ଦେବେନ୍ଦ୍ର ମଲ୍ଲିକ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ କୃଷ୍ଣ ମଲ୍ଲିକ ଓ ତାଙ୍କର ୮ ସମର୍ଥକ ବିଜେଡିରେ ଯୋଗ ଦେଇଥିଲେ ।

ହେଲେ ଏ ନେଇ ପଞ୍ଚାୟତ ଓ ବ୍ଲକ ସ୍ତରର ନେତାଙ୍କୁ କୌଣସି ସୂଚନା ଦିଆ ଯାଇନଥିଲା । ଏହି ନିଷ୍ପତିର କଡ଼ା ବିରୋଧ କରିଛନ୍ତି ତୁଳଙ୍ଗ ପଞ୍ଚାୟତର ବିଜେଡି ନେତାମାନେ ।

ଉପନିର୍ବାଚନ ପରିପ୍ରେକ୍ଷୀରେ ତୁଳଙ୍ଗ, ଇବ୍ରିସିଂ ଓ ଗରାମ ପଞ୍ଚାୟତର କର୍ମୀଙ୍କ ମଧ୍ୟରେ ସମନ୍ୱୟ ଦାୟିତ୍ୱରେ ଥିବା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ନିକଟରେ ସେମାନେ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ।

ବିଧାୟିକା ଛୁରିଆଙ୍କ ଦ୍ୱାରା ଆୟୋଜିତ ବୈଠକରେ ପୂର୍ବତନ ବିଧାୟକ ବିଷ୍ଣୁ ଦାସଙ୍କ ସମର୍ଥକମାନଙ୍କୁ ଡକା ଯାଇଥିଲେ ମଧ୍ୟ ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ସମର୍ଥକମାନଙ୍କୁ ବୈଠକକୁ ଡକା ଯାଇନଥିଲା ।

ଏପରିକି ବ୍ଲକ ବିଜେଡି ସଭାପତି ଗଙ୍ଗାଧର ବିଶ୍ୱାଳଙ୍କୁ ବୈଠକକୁ ଡକା ଯାଇନଥିଲା ।

କଂଗ୍ରେସ ନେତା କୃଷ୍ଣଚନ୍ଦ୍ର ମଲ୍ଲିକଙ୍କୁ ଦଳରେ ସାମିଲ କରାଯାଇଥିବାରୁ ତୁଳଙ୍ଗ ପଞ୍ଚାୟତ ବିଜେଡି ନେତା ଓ କର୍ମୀ ବେଶ ସମାଲୋଚନା କରିଥିଲେ ।

ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ୱାଳ, ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ ଓ ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ୱାଳଙ୍କ ସମର୍ଥକ ଭାବେ ପରିଚିତ କଂଗ୍ରେସ ନେତା କୃଷ୍ଣଚନ୍ଦ୍ର ମଲ୍ଲିକ ବିଜେଡି ନେତା ଓ କର୍ମୀଙ୍କ ବିରୋଧରେ ମିଛ ମାଲି ମକଦ୍ଦମାରେ ଜଡ଼ିତ କରି ଅନେକ ହଇରାଣ ହରକତ କରିଥିଲେ ।

ମିଛ ମକଦ୍ଦମା ଲଢ଼ି ପଞ୍ଚାୟତର ବିଜେଡି ନେତା ଓ କର୍ମୀମାନେ ସର୍ବସ୍ୱ ହରାଇଥିବା ବେଳେ ସେପରି ଜଣେ ନେତାଙ୍କୁ ଦଳରେ ସାମିଲ କରାଯିବାକୁ ତୀବ୍ର ବିରୋଧ କରିଛନ୍ତି ତୁଳଙ୍ଗ ଞ୍ଚାୟତର ବିଜେଡି ନେତା ସୁକାନ୍ତ ମହାନ୍ତି, ନରେଶ ସ୍ୱାଇଁ ଓ ଅନ୍ୟ ନେତାମାନେ ।

ଲୋକାଲ ୱାୟାର

Filed Under: Odia, Politics, ରାଜନୀତି Tagged With: ଓଡିଶା, ଜଗତସିଂହପୁର, ରାଜନୀତି

ତିର୍ତ୍ତୋଲରେ ବିଜେପି କାର୍ଯ୍ୟାଳୟ; ପଦାରେ ପଡ଼ିଲା ଗୋଷ୍ଠୀ କନ୍ଦଳ

October 7, 2020 By Amarnath Parida Leave a Comment

ଜଗତସିଂହପୁର, ଅକ୍ଟୋବର ୭(ଲୋକାଲ ୱାୟାର) ତିର୍ତ୍ତୋଲରେ ବିଜେପି କାର୍ଯ୍ୟାଳୟର ଉଦଘାଟନୀ ଅବସରରେ ଏହାର ଦୁଇ ଗୋଷ୍ଠୀ ମଧ୍ୟରେ ଦଳୀୟ କନ୍ଦଳ ସାମ୍ନାକୁ ଆସିଛି ।

ବିଜେପିର ପୂର୍ବତନ ବିଧାୟକ ରମାକାନ୍ତ ଭୋଇଙ୍କୁ ଅଣଦେଖା କରିବା ଅଭିଯୋଗରେ ଏହି ଗୋଷ୍ଠୀ କନ୍ଦଳ ଦେଖାଦେଇଛି ।

ମିଳିଥିବା ସୂଚନା ଅନୁସାରେ ବୁଧବାର ତିର୍ତ୍ତୋଲଠାରେ ବିଜେପି ଏହାର ଦଳୀୟ କାର୍ଯ୍ୟାଳୟର ଉଦଘାଟନ କରିଛି ।

ଏଥିପାଇଁ ରାଜ୍ୟସ୍ତରୀୟ ନେତାମାନେ ସାରଳା ମଣ୍ଡଳ ଓ ରୂପକ ଖୁଣ୍ଟିଆଙ୍କୁ ବୈଠକ ଆୟୋଜନ ପାଇଁ ଦାୟିତ୍ୱ ଦେଇଥିଲେ ।

ଅପରପକ୍ଷେ ତିର୍ତ୍ତୋଲ ମଣ୍ଡଳ ସଭାପତି ପ୍ରମୋଦ ପ୍ରଧାନଙ୍କୁ ଅଣଦେଖା କରି ଅନ୍ୟ ବ୍ୟକ୍ତି ବିଶେଷଙ୍କୁ ଏହି କାର୍ଯ୍ୟକ୍ରମ ଆୟୋଜନର ଦାୟିତ୍ୱ ଦିଆଯାଇଥିବାରୁ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଦୁଇ ଗୋଷ୍ଠୀ ଭିତରେ ପାତର ଅନ୍ତର ଦେଖାଦେଇଥିଲା ।

ଦଳୀୟ କାର୍ଯ୍ୟାଳୟ ଉଦଘାଟନୀ ଉତ୍ସବରେ ଅତିଥି ଭାବେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ଜିଲ୍ଲା ପ୍ରଭାରୀ ସାରଦା ପ୍ରଧାନ, ବିଜେପି ନେତା ଦିଲ୍ଲୀପ କୁମାର ମଲ୍ଲିକ, ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ବିଜେଡି ଛାଡିଥିବା ବିଭିନ୍ନ ପଞ୍ଚାୟତର ୮୦ରୁ ଅଧିକ କର୍ମୀ ବିଜେପିରେ ଯୋଗ ଦେଇଥିଲେ ।

ଦଳୀୟ କାର୍ଯ୍ୟାଳୟରେ ଉଦଘାଟନୀ ଉତ୍ସବ ଚାଲିଥିବା ବେଳେ ଗତ ଥରର ବିଜେପି ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇଙ୍କ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସ୍ଳୋଗାନ୍ ଦେଇଥିଲେ ।

ସେମାନେ ପ୍ରଭାରୀ ବିରୋଧୀ ସ୍ଳୋଗାନ୍ ଦେବା ସହ ବିଜେପି ବଞ୍ଚାଅ ବୋଲି କହିଥିଲେ । ସଭାରେ ସେମାନେ ପ୍ରଭାରୀ ଓ ଅନ୍ୟ ଉପସ୍ଥିତ ଅତିଥିମାନଙ୍କୁ ଅପମାନିତ କରିଥିଲେ ।

ଅପରପକ୍ଷରେ ପ୍ରଭାରୀଙ୍କ ସମର୍ଥକମାନେ ଏହାକୁ ବିରୋଧ କରିଥିଲେ । ଫଳରେ ବିଜେପିର ଦୁଇଗୋଷ୍ଠୀ ମୁହାଁମୁହିଁ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।

କିଛି ସମୟ ପାଇଁ ଦଳୀୟ କାର୍ଯ୍ୟାଳୟ ଉଦଘାଟନ ଓ ନୂଆ କର୍ମୀଙ୍କ ବିଜେପିରେ ଯୋଗଦାନରେ ବାଧା ସୃଷ୍ଟି ହୋଇଥିଲା ।

ଏ ବାବଦରେ ତିର୍ତ୍ତୋଲ ଯୁବମୋର୍ଚ୍ଚା ସଭାପତି ସୁଦୀପ୍ତ ନାଥ କହିଛନ୍ତି ଜିଲ୍ଲାରେ ଦଳୀୟ କାର୍ଯ୍ୟାଳୟ ପାଇଁ ଉତ୍ସବ ଆୟୋଜନ ହେବାକୁ ଥିବା ବେଳେ ଏହାକୁ ଭୋଇ ସମର୍ଥକମାନେ ବିରୋଧ କରିଥିଲେ ।

ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରୁ ଭୋଇଙ୍କୁ ବିଜେପି ଟିକେଟ ଦେବାକୁ ମନା କରିବାରୁ ସେ ଗତକାଲି ଦଳରୁ ଇସ୍ତଫା ଦେଇଥିଲେ ।

ଭୋଇ ତିର୍ତ୍ତୋଲରେ ବିଜେପିକୁ ସଙ୍ଗଠିତ କରିବା ପାଇଁ ପୂର୍ବରୁ ଅନେକ କାର୍ଯ୍ୟ କରିଛନ୍ତି । ୨୦୦୯ରେ ବିଜେପି ତିର୍ତ୍ତୋଲରୁ ୪୫୧୪ ଭୋଟ ପାଇଥିବା ବେଳେ ଏହା ମାତ୍ର ୩.୨୨ ପ୍ରତିଶତ ଥିଲା ।

ମାତ୍ର ୨୦୧୪ରେ ବିଜେପି ନେତା ଭୋଇ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିଲେ ଓ ଦଳ ସେ ସମୟରେ ୧୪ ହଜାର ୫୧୬ ଭୋଟ ପାଇଥିଲା । ଯାହାକି ସମୁଦାୟ ଭୋଟର ୯.୦୧ ପ୍ରତିଶତ ।

ଏହାପରେ ଭୋଇ ୨୦୧୯ରେ ତିର୍ତ୍ତୋଲ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଯେଉଁଥିରେ ସେ ୫୩ ହଜାର ୫୮୧ ଭୋଟ ପାଇଥିଲେ ।

ମାତ୍ର ଏବେ ଦଳ ତାଙ୍କୁ ଅବହେଳା ଓ ଅଣଦେଖା କରୁଛି । ଏଥିପାଇଁ ଭୋଇଙ୍କ ସମର୍ଥକମାନେ ବିଜେପିର ଏହି କାର୍ଯ୍ୟକୁ ବିରୋଧ କରିଛନ୍ତି ।

ଏ ବାବଦରେ ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର କହିଛନ୍ତି ଭୋଇଙ୍କୁ ଅଣଦେଖା କରିବାର ପ୍ରଶ୍ନ ଉଠୁନି ।

ବରଂ ଆସନ୍ତା ନିର୍ବାଚନ ପାଇଁ ଭୋଇଙ୍କ ସହ ଅନ୍ୟ ଦୁଇ ପ୍ରାର୍ଥୀଙ୍କ ନାମ ଦଳୀୟ ଟିକେଟ୍ ପାଇଁ ଆମେ ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟକୁ ପଠାଇଛୁ ।

ଆଜିର ଏହି ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି । ଘଟଣାର ଅନୁସନ୍ଧାନ କରି ଏହି ଦଳ ଏ ସମ୍ପର୍କିତ ରିପୋର୍ଟ ଖୁବ୍ ଶୀଘ୍ର ରାଜ୍ୟ ବିଜେପି ନେତାଙ୍କୁ ପ୍ରଦାନ କରିବ ।

ଆଜିର କାର୍ଯ୍ୟକ୍ରମରେ ପାଖାପାଖି ୮୦ ଜଣ ବିଜେଡି କର୍ମୀ ବିଜେପିରେ ଯୋଗ ଦେଇଛନ୍ତି । ଖୁବ୍ ଶୀଘ୍ର ରଘୁନାଥପୁର ଓ ବିରିଡିରେ ଦଳୀୟ କାର୍ଯ୍ୟାଳୟ ଖୋଲାଯିବାକୁ ଯୋଜନା କରାଯାଉଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଆଜିର ଘଟଣା ବିଜେପି ଭିତରେ ଥିବା ଆଭ୍ୟନ୍ତରୀଣ କନ୍ଦଳକୁ ପଦାରେ ପକାଇଛି ।

ଏହି ଘଟଣାକୁ ବିରୋଧ କରି ଅନେକ ଓ ବିଜେପିର ମନମୁଖୀ କାର୍ଯ୍ୟକୁ ପ୍ରତିବାଦ କରି ଅନେକ ଦଳୀୟ କର୍ମୀ ଓ ନେତା ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ଜଣାଯାଇଛି ।

ଲୋକାଲ ୱାୟାର

Filed Under: Odia, Politics, ରାଜନୀତି Tagged With: ଓଡିଶା, ଜଗତସିଂହପୁର, ରାଜନୀତି

ପାଖଉଛି ତିର୍ତ୍ତୋଲ ଉପନିର୍ବାଚନ, କଂଗ୍ରେସରୁ ଛୁଟୁଛି ଇସ୍ତଫାର ସୁଅ

October 4, 2020 By Amarnath Parida Leave a Comment

ଜଗତସିଂହପୁର, ଅକ୍ଟୋବର ୪ (ଲୋକାଲ ୱାୟାର): ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ କଂଗ୍ରେସ ଦଳର ସମସ୍ୟା ବଢ଼ିବାରେ ଲାଗିଛି ।

ଗତ ମାସରେ ପୂର୍ବତନ ବିଧାୟକ କୈଳାଶ ମଲ୍ଲିକଙ୍କ ସମେତ ୨୦ ନେତା ଦଳରୁ ଇସ୍ତଫା ଦେବା ପରେ ରାଜ୍ୟ କଂଗ୍ରେସ ଅନୁସୂଚିତ ଜାତି ସେଲର ଆବାହକ ଦେବେନ୍ଦ୍ର ମଲ୍ଲିକ ଓ କଂଗ୍ରେସ ନେତା କୃଷ୍ଣ ମଲ୍ଲିକ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଖକୁ ସେମାନେ ଇସ୍ତଫାପତ୍ର ପଠାଇଛନ୍ତି ।

୩୦ ବର୍ଷ ଧରି ଦଳ ପାଇଁ କାମ କରୁଥିଲେ ବି ଅନୁସୂଚିତ ବର୍ଗଙ୍କ ପାଇଁ ସଂରକ୍ଷିତ ତିର୍ତ୍ତୋଲ ଆସନରୁ ତାଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଚୟନ କରା ଯାଉନାହିଁ ।

ଅଣକଂଗ୍ରେସ ନେତାଙ୍କୁ ଦଳ ଟିକେଟ ଦେଉଥିବା ବେଳେ ନିଷ୍ଠାପର କର୍ମୀଙ୍କୁ ଦଳରେ ଅବହେଳା କରାଯାଉଛି ବୋଲି ଦେବେନ୍ଦ୍ର ନିଜ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି । ବିଜେଡିରେ ଯୋଗ ଦେଇ ସେ ଅନୁସୂଚିତ ସଂପ୍ରଦାୟର ସେବା କରିବେ ବୋଲି କହିଛନ୍ତି ।

ସେହିପରି ତୁଳଙ୍ଗ ପଂଚାୟତର କୃଷ୍ଣ ମଲ୍ଲିକ ମଧ୍ୟ ଦଳ ବିରୋଧରେ ସମାନ ଅଭିଯୋଗ ଆଣିଛନ୍ତି ।

ଗତ ମାସରେ ପୂର୍ବତନ ବିଧାୟକ କୈଳାଶ ମଲ୍ଲିକ, ପୂର୍ବତନ ତିର୍ତ୍ତୋଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଦୀପ୍ତ ନାୟକ, ରାଜକିଶୋର ବେହେରା ଓ ଅନ୍ୟ ୧୭ କଂଗ୍ରେସ ନେତା ଅବହେଳା ପ୍ରଦର୍ଶନ ଅଭିଯୋଗ କରି ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ ।

କଂଗ୍ରେସ ନେତାମାନଙ୍କ ଇସ୍ତଫା ଯୋଗୁଁ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଦଳର ସ୍ଥିତି ଦୁର୍ବଳ ହୋଇଛି । ଉପନିର୍ବାଚନ ଆଉ ଦିନ କେଇଟା ବାକି ଥିବା ବେଳେ ସଂଗଠନ ମଜବୁତ କରିବା କଂଗ୍ରେସ ପାଇଁ ଆହ୍ୱାନ ପାଲଟିଛି ।

ଦେବେନ୍ଦ୍ର ମଲ୍ଲିକ ତିର୍ତ୍ତୋଲ ଉପନିର୍ବାଚନରେ ଦଳୀୟ ଟିକେଟ ଆଶାୟୀ ଥିଲେ । ହେଲେ କଂଗ୍ରେସ ପୁରୁଖା ନେତାଙ୍କୁ ଅବହେଳା କରି ନୂତନ ଭାବେ ଦଳରେ ଯୋଗ ଦେଇଥିବା ହିଂମାଶୁ ମଲ୍ଲିକଙ୍କୁ ବିଧାୟକ ପ୍ରାର୍ଥୀ କରିଛି ।

ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ଏହି ନେତାମାନେ କଂଗ୍ରେସ ଛାଡିଛନ୍ତି । ଏହାର କୌଣସି ପ୍ରଭାବ ଦଳ ଉପରେ ପଡ଼ିବ ନାହିଁ । ଉପନିର୍ବାଚନରେ ଟିକେଟ ପାଇଁ ରାଜକିଶୋର ବେହେରା ଆବେଦନ କରିନଥିଲେ ।

ସେହିପରି ମଲ୍ଲିକଙ୍କ ଜିତିବା ସମ୍ଭାବନା କମ ଥିବାରୁ ଦଳ ଜଣେ ଯୁବ ନେତାଙ୍କୁ ପ୍ରାର୍ଥୀ କରିଛି । କାହାକୁ ଅବହେଳା କରିବାର ପ୍ରଶ୍ନ ଉଠୁନାହିଁ ବୋଲି ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ କହିଛନ୍ତି ।

ଦଳରେ ଥିବା ଅନ୍ୟ ଆଶାୟୀ ପ୍ରାର୍ଥୀମାନେ ମଧ୍ୟ ନିଜକୁ ଉପେକ୍ଷିତ ମନେ କରୁଛନ୍ତି । କିଛି ଆଶାୟୀ ଦଳ ଛାଡ଼ିଥିବା ବେଳେ ଆଉ କେତେକ ନିର୍ବାଚନ ପ୍ରଚାରରୁ ନିଜକୁ ଦୂରେଇ ରଖିଛନ୍ତି ।

ସ୍ଥାନୀୟ କଂଗ୍ରେସ ନେତାମାନେ ବିଧାୟକ ପ୍ରାର୍ଥୀ ଚୟନକୁ ନେଇ ଅସନ୍ତୁଷ୍ଟ ହୋଇଥିବାରୁ ବିଜେପି ଓ ବିଜେଡି ଦଳ ସେମାନଙ୍କୁ ଦଳରେ ସାମିଲ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।

ଲୋକାଲ ୱାୟାର

Filed Under: Odia, Politics, ରାଜନୀତି Tagged With: ଓଡିଶା, ଜଗତସିଂହପୁର, ରାଜନୀତି

ବ୍ୟୋମକେଶ ରାୟ ଯୁବ ବିଜେଡି ଓ ଦେବୀପ୍ରସାଦ ତ୍ରିପାଠୀ ଛାତ୍ର ବିଜେଡି ସଭାପତି

September 27, 2020 By LocalWire Leave a Comment

ଭୁବନେଶ୍ୱର, ସେପ୍ଟେମ୍ବର ୨୭(ଲୋକାଲ ୱାୟାର): ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ ଯୁବ ବିଜେଡି ସଭାପତି ଏବଂ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଛାତ୍ର ବିଜେଡିର ସଭାପତି ଭାବେ ନିଯୁକ୍ତ ହୋଇଥିବା ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ରବିବାର କୁହାଯାଇଛି ।

ଉଭୟ ନେତାଙ୍କ ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଥିବା ଦଳର ମିଡିଆ ବ୍ୟାପାର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ବିଜ୍ଞପ୍ତି ମାଧ୍ୟମରେ କହିଛନ୍ତି ।

ଲୋକାଲ ୱାୟାର

Filed Under: Odia, ରାଜନୀତି Tagged With: ଓଡିଶା

ଚାରି ଜିଲ୍ଲାର ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଆଜି ଆସିବେ କେନ୍ଦ୍ରୀୟ ଟିମ୍

September 16, 2020 By LocalWire Leave a Comment

ଭୁବନେଶ୍ୱର, ସେପ୍ଟେମ୍ବର ୧୬(ଲୋକାଲ ୱାୟାର): ନିକଟରେ ରାଜ୍ୟରେ ଲଘୁଚାପଜନିତ ବନ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ଆଜି କେନ୍ଦ୍ରୀୟ ଟିମ୍ ଆସିବେ ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ବୁଧବାର କହିଛନ୍ତି ।

କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗର ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଠ ନେତୃତ୍ୱରେ ଏହି ଟିମ୍ ଆସୁଛନ୍ତି । ଟିମ୍ ରେ କୃଷି, ଜଳସମ୍ପଦ, ସଡ଼କ ପରିବହନ ଓ ରାଜପଥ, ଗ୍ରାମ୍ୟ ଉନ୍ନୟନ ଏବଂ ଅର୍ଥ ମନ୍ତ୍ରାଳୟର ଅଧିକାରୀମାନେ ସାମିଲ ଅଛନ୍ତି ।

ଟିମ୍ ର ସଦସ୍ୟମାନେ ଦୁଇଟି ଭାଗରେ ୧୬ ଓ ୧୭ ତାରିଖ ଦୁଇ ଦିନ ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ ।

୧୭ ତାରିଖ ଅପରାହ୍ଣରେ ଟିମ୍ ର ସଦସ୍ୟମାନେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ସହ ଏକ ବୈଠକରେ ଆଲୋଚନା କରିବେ ।

ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗର ଅଧିକାରୀମାନେ କେନ୍ଦ୍ରୀୟ ଟିମକୁ ବନ୍ୟା କ୍ଷୟକ୍ଷତି ବାବଦରେ ଅବଗତ କରାଇବେ । ପରେ ଟିମ୍ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।

ଲୋକାଲ ୱାୟାର

Filed Under: Odia, ରାଜନୀତି Tagged With: ଓଡିଶା, ବନ୍ୟା

ନଭେମ୍ବର ୨୯ ପୂର୍ବରୁ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ

September 4, 2020 By LocalWire Leave a Comment

ଭୁବନେଶ୍ୱର, ସେପ୍ଟେମ୍ବର ୪(ଲୋକାଲ ୱାୟାର): ଆସନ୍ତା ନଭେମ୍ବର ୨୯ ତାରିଖ ପୁର୍ବରୁ ଦେଶରେ କେତେକ ବିଧାନସଭା ଓ ଲୋକସଭା ଆସନରେ ଉପନିର୍ବାଚନ ହେବ ବୋଲି ଶୁକ୍ରବାର ନିର୍ବାଚନ କମିଶନ କହିଥିବାରୁ ଓଡ଼ିଶାର ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନର ଉପନିର୍ବାଚନ ମଧ୍ୟ ଏହି ଅବଧିରେ ଶେଷ ହେବ ବୋଲି ସ୍ପଷ୍ଟ ହୋଇଯାଇଛି ।

ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା ପରେ ନିର୍ବାଚନ କମିଶନ ଘୋଷଣା କରିଥିବା ନିଷ୍ପତ୍ତି ଅନୁସାରେ, ନଭେମ୍ବର ୨୯ତାରିଖ ପୂର୍ବରୁ ବିହାର ବିଧାନସଭା ଭୋଟ ସହ ବିଭିନ୍ନ ରାଜ୍ୟରେ ଗୋଟିଏ ଲୋକସଭା ଆସନ ଓ ୬୪ଟି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ ।

ତେଣୁ ଓଡ଼ିଶାରେ ଏବେ ପ୍ରତିନିଧିଶୂନ୍ୟ ଥିବା ଦୁଇଟି ଆସନରେ ମଧ୍ୟ ଭୋଟ ହେବ ।

ଉଲ୍ଲେଖଯୋଗ୍ୟ, ବିଜେପି ବିଧାୟକ ମଦନ ମୋହନ ଦତ୍ତ ଓ ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ ପରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନ ଏବେ ଫାଙ୍କା ପଡ଼ିଛି ।

ଲୋକାଲ ୱାୟାର

Filed Under: Odia, Politics, ରାଜନୀତି Tagged With: ଓଡିଶା, ରାଜନୀତି

ବିଜେଡିରେ ୪୫ ସମ୍ପାଦକ ନିଯୁକ୍ତ ଏବଂ ଦାୟିତ୍ୱ ବଣ୍ଟନ

August 20, 2020 By LocalWire Leave a Comment

ଭୁବନେଶ୍ୱର, ଅଗଷ୍ଟ ୨୦(ଲୋକାଲ ୱାୟାର): ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସଙ୍ଗଠନରେ ୪୫ ଜଣ ସମ୍ପାଦକଙ୍କୁ ନିଯୁକ୍ତି ଦେବା ସହ ସେମାନଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରିଥିବା ଦଳର ବିଜ୍ଞପ୍ତିରୁ ପ୍ରକାଶ ।

ବିଜ୍ଞପ୍ତି ଅନୁସାରେ ସମ୍ପାଦକ ଭାବେ ନିଯୁକ୍ତି ପାଇଥିବା କିଶୋର ଚନ୍ଦ୍ର ତରେଇ ଓ ସଂଘମିତ୍ରା ଦଳେଇଙ୍କୁ ଏସସି ସଶକ୍ତିକରଣ ବିଭାଗ ଦାୟିିତ୍ୱ ଦିଆଯାଇଛି ।

ଅନୁଭବ ପଟ୍ଟନାୟକ, କେ. ଶାନ୍ତି ଓ ବିଷ୍ଣୁପ୍ରିୟା ଦାସଙ୍କୁ ମହିଳା ସଶକ୍ତିକରଣ, ଅମରେଶ ପତ୍ରୀ ଓ ରଣଜିତ ମହାପାତ୍ରଙ୍କୁ ଯୁବ ବ୍ୟାପାର, ଅମରଜିତ ସେନାପତି, ମନ୍ଦାକିନୀ କର ଓ ବିଶ୍ୱଜିତ ସାମନ୍ତରାୟଙ୍କୁ ଛାତ୍ର ବ୍ୟାପାର, ଚିନ୍ମୟ ସାହୁ, ଅମରେଶ ଜେନା, ସୌଭାଗ୍ୟ ନାୟକ, ସୁବ୍ରମଣ୍ୟମ ମହାନ୍ତି, ସୁବାଷ ମହାରଣା ଏବଂ ଶୈଲେଶ ଦାନୀଙ୍କୁ ସଶକ୍ତ ଓଡ଼ିଶା, ରବିନାରାୟଣ ନନ୍ଦ, ସଂଗ୍ରାମ କେଶରୀ ପାଇକରାୟ, ଶଶୀ ସାହୁ, ପ୍ରୟାସକାନ୍ତି ସାମଲ ଓ ମାରୁତ ପାଲୋଙ୍କୁ କଳା, ସଂସ୍କୃତି ଓ ମାନବସମ୍ବଳ ବିଭାଗ ଦିଆଯାଇଛି ।

ସେକ୍ ନିଜାମୁଦ୍ଦିନ ଓ ଡବ୍ଲୁ ସକିଲଙ୍କୁ ସଂଖ୍ୟାଲଘୁ ବ୍ୟାପାର, ଭୁବନେଶ୍ୱର କିଷାନ, ଭାରତୀ ସିଂ ଏବଂ କୃଷ୍ଣ ଚନ୍ଦ୍ର ଦାସଙ୍କୁ ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର, ସୁବାଷ ପାତ୍ର, ଦୁର୍ଗା ସାମନ୍ତରାୟ, ଅଜୟ ନାୟକ, ଶିଶିର ପରିଜା ଏବଂ ମୀରା ପରିଡ଼ାଙ୍କୁ ଓଡ଼ିଶା ମୋ ପରିବାର, ପୁଷ୍ପେନ୍ଦ୍ର ସିଂଦେଓ, ସରୋଜ କର୍ଣ୍ଣ, ଟି ପ୍ରସାଦ ରାଓ ଦୋରା ଏବଂ ଜଗଦୀଶ ପାତ୍ରଙ୍କୁ ସାମାଜିକ କଲ୍ୟାଣ, ସ୍ୱାଧୀନ ନାୟକ, କୁନାବିହାରୀ ଦାସ, ସନ୍ତୋଷ ପଟ୍ଟନାୟକ, ହର୍ଷବର୍ଦ୍ଧନ ସିଂଦେଓ ଏବଂ ରଣଜିତ ସାହୁଙ୍କୁ ଆଞ୍ଚଳିକ ବିକାଶ ବିଭାଗ ଦିଆଯାଇଛି ।

ଉତ୍ତର ପାତ୍ର, ତପନ ଦାସ, କୃଷ୍ଣ ପଣ୍ଡା, ତ୍ରିନାଥ ଗୋଏଲ ଏବଂ ଚନ୍ଦ୍ରକାନ୍ତ ସାମଲଙ୍କୁ ପରିବେଶ ବିଭାଗର ଦାୟିତ୍ୱ ଦିଆଯାଇଛି ।

ଲୋକାଲ ୱାୟାର

Filed Under: Odia, ରାଜନୀତି Tagged With: ଓଡିଶା, ରାଜନୀତି

ଭୁବନେଶ୍ୱର ଓ କଳାହାଣ୍ଡି ଜିଲ୍ଲାରେ ବିଜେପିର ନୂଆ ସଭାପତି

June 2, 2020 By LocalWire Leave a Comment

ଭୁବନେଶ୍ୱର, ଜୁନ୍ ୨(ଲୋକାଲ ୱାୟାର): ଭୁବନେଶ୍ୱର ଓ କଳାହାଣ୍ଡି ବିଜେପି ସାଙ୍ଗଠନିକ ଜିଲ୍ଲା ପାଇଁ ବିଜେପିର ନୂଆ ସଭାପତିଙ୍କ ନାମ ମଙ୍ଗଳବାର ଘୋଷଣା କରିଛି ।

ଭୁବନେଶ୍ୱର ବିଜେପି ସାଂଗଠନିକ ଜିଲ୍ଲାର ସଭାପତି ଭାବେ ବାବୁ ସିଂ ଏବଂ କଳାହାଣ୍ଡି ଜିଲ୍ଲାର ସଭାପତି ଭାବେ ଆଡଭୋକେଟ ଦେବେନ୍ଦ୍ର ମହାନ୍ତିଙ୍କୁ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ନିଯୁକ୍ତି ଦିଆଯାଇଛି ।

ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏହା କହିଛନ୍ତି ଦଳର ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ।

ଲୋକାଲ ୱାୟାର

Filed Under: Odia, Politics, ରାଜନୀତି Tagged With: Politics, ଓଡିଶା, ରାଜନୀତି

ଓଡ଼ିଆଙ୍କ ବିକାଶ ଓ ଦୁର୍ବିପାକ ମୁକାବିଲାରେ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ

June 1, 2020 By LocalWire Leave a Comment

ଭୁବନେଶ୍ୱର, ଜୁନ୍ ୧(ଲୋକାଲ ୱାୟାର): ଓଡ଼ିଆଙ୍କ ବିକାଶ, ସମ୍ମାନ ରକ୍ଷା ଏବଂ ଦୁର୍ବିପାକ ମୁକାବିଲାରେ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ ବୋଲି ସୋମବାର କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।

କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି, ଏହି ଗୋଟିଏ ବର୍ଷରେ ମୋଦି ସରକାର କେନ୍ଦ୍ରୀୟ ସ୍ତରରେ କିଛି ଏପରି ନିଷ୍ପତି ନେଇଛନ୍ତି ଯାହା ଭାରତର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ।

ସମାନ ଢଙ୍ଗରେ ଓଡ଼ିଶା ପାଇଁ ମଧ୍ୟ ମୋଦି ସରକାର ଏହି ଗୋଟିଏ ବର୍ଷରେ ଅନେକ ନିଷ୍ପତ୍ତି ନେଇଛନ୍ତି, ଯାହା ଓଡ଼ିଶାବାସୀଙ୍କ ପାଇଁ ସ୍ମରଣୀୟ ହୋଇ ରହିବ ।

ମୋଦିଙ୍କ ଫୋକସରେ ପୂର୍ବ ଭାରତର ବିକାଶ । ପୂର୍ବ ଭାରତର ବିକାଶର ରୋଡମ୍ୟାପର କେନ୍ଦ୍ରରେ ଓଡ଼ିଶା ।

ଏହି ଗୋଟିଏ ବର୍ଷରେ ଓଡିଆଙ୍କ ବିକାଶ, ସମ୍ମାନ, ଦୁର୍ବିପାକ ମୁକାବିଲାରେ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ ଥିଲା ।

ସେ କହିଥିଲେ, ଫନି ମହାବାତ୍ୟା ଆସିବା ପୂର୍ବରୁ ବାତ୍ୟା ମୁକାବିଲା ପାଇଁ ଓଡ଼ଶାକୁ ମୋଦି ସରକାର ଅଗ୍ରିମ ଆକାରରେ ଦେଇଥିଲେ ୩୪୧ କୋଟି ।

ବାତ୍ୟା ପରେ ପରେ ପ୍ରଧାନମନ୍ତ୍ରୀ ମୋଦି ଆଉ ୧ ହଜାର କୋଟି ଟଙ୍କା ଦେଲେ । ସମ୍ପୂର୍ଣ୍ଣ କ୍ଷୟକ୍ଷତି ଆକଳନ ପରେ ଆହୁରି ୩୩୩୮ କୋଟି ଟଙ୍କା ଓଡ଼ିଶାକୁ ମିଳିଲା ।

ଏହିପରେ ଭାବେ ମୋଟ ୪୬୭୯ କୋଟି ଟଙ୍କା ମିଳିଥିଲା କେବଳ ଫନି ମୁକାବିଲା ପାଇଁ ।

ସେହିପରି ଅମ୍ଫାନ ବାତ୍ୟାରେ ଓଡିଶାରେ ଯେଉଁ କ୍ଷତି ହୋଇଛି ସେଥିପାଇଁ ନରେନ୍ଦ୍ର ମୋଦି ନିଜେ କ୍ଷତିଗ୍ରସ୍ତ ଅଂଚଳ ବୁଲିବା ସହିତ ୫୦୦ କୋଟି ଟଙ୍କାର ପ୍ୟାକେଜ ଓଡ଼ିଶାକୁ ଦେଇଛନ୍ତି ।

୨୦୨୦-୨୧ରେ କେନ୍ଦ୍ର ସରକାରଙ୍କ ଟିକସରେ ରାଜ୍ୟର ଅଂଶ ବାବଦରେ ଓଡ଼ଶା ପାଉଛି ୩୬,୩୦୦ କୋଟି ଟଙ୍କା ।

ସେହିପରି ଚଳତି ଆର୍ଥିକ ବର୍ଷରେ ୨୦୨୦-୨୧ରେ ଓଡ଼ିଶା କେନ୍ଦ୍ରୀୟ ଅନୁଦାନ ବାବଦରେ ପାଉଛି ୩୨,୦୦୦ କୋଟି ଟଙ୍କା ।

୨୦୧୪-୧୫ରୁ ୨୦୨୦-୨୧ ଭିତରେ କେନ୍ଦ୍ରୀୟ ଅନୁଦାନ ଓ କେନ୍ଦ୍ରୀୟ ଟିକସ ବାବଦରେ ଓଡ଼ିଶାକୁ ମିଳିଛି ୩,୬୮,୫୯୨ କୋଟି ଟଙ୍କା ।

ମୋଦି ସରକାରଙ୍କ ୬ ବର୍ଷରେ ଓଡିଶା ରେଳ ବିକାଶ ପାଇଁ ପାଇଛି ୩୧,୪୪୪ କୋଟି ଅର୍ଥ ।

ସେହିପରି କୋଣାର୍କକୁ ସୂର୍ଯ୍ୟନଗରୀ ଭାବେ ଗଢି ତୋଳିବା ପାଇଁ କେନ୍ଦ୍ର ସରକାର ସୋଲାର ପ୍ରକଳ୍ପ ବାବଦରେ ୨୫ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ଯୋଗାଇ ଦେଇଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ ଚଳିତ ବର୍ଷ ୨୦୨୦ରେ ପଦ୍ମ ପୁରସ୍କାରରେ ଓଡ଼ିଶାରୁ ୧୨ ଜଣ ଓଡ଼ିଆ ସମ୍ମାନିତ ହୋଇଛନ୍ତି ଯାହା ଏକ ରେକର୍ଡ ।

ସାହିତି୍ୟକ ତଥା ଦାର୍ଶନିକ ମନୋଜ ଦାସଙ୍କୁ ପଦ୍ମ ବିଭୁଷଣ, ପ୍ରଫେସର ରାଧାମୋହନ, ବିଣାପାଣି ମହାନ୍ତିଙ୍କୁ ପଦ୍ମଶ୍ରୀ ମିଳିଥିଲା ।

ମୋଦିଙ୍କ ସମୟରେ ଓଡ଼ିଶାରୁ ୩ ରାଜ୍ୟପାଳ, ପ୍ରଥମ ଓ ଦ୍ୱିତୀୟ ଉଭୟ ସରକାରରେ ୨ ଜଣ କେନ୍ଦ୍ରମନ୍ତ୍ରୀ, ଓଡ଼ଶାରୁ ପ୍ରଥମ ଥର ପାଇଁ ଦୁଇ ମନୋନୀତ ରାଜ୍ୟସଭା ସଦସ୍ୟ, ଓଡ଼ଆଘରର ମାଣବସା, ଛଉ ନାଚ ଓ ରାବଣ ଛାୟାକୁ କେନ୍ଦ୍ରୀୟ ଐତିହ୍ୟ ମାନ୍ୟତା ଦେବା ଓଡିଶା ପାଇଁ ଗର୍ବର କଥା ।

କରୋନା ମୁକାବିଲା ପାଇଁ ଓଡିଶାକୁ ମୋଦି ସରକାର ସହାୟତାର ହାତ ବଢାଇଛନ୍ତି ।

ଏବେ ସୁଦ୍ଧା ବାହାରେ ରହୁଥିବା ଓଡିଆ ଲୋକଙ୍କୁ ଘରକୁ ଫେରାଇ ଆଣିବା ପାଇଁ ଓଡିଶାକୁ ୧୭୮ଟି ଟ୍ରେନ ମାଧ୍ୟମରେ ୩ ଲକ୍ଷ ୩୦ ହଜାରରୁ ଅଧିକ ପ୍ରବାଶି ଶ୍ରମିକଙ୍କୁ ଓଡ଼ିଶା ଫେରାଇ ଅଣାଯାଇଛି ।

ଶ୍ରମିକ ସ୍ପେସିଆଲ ଟ୍ରେନରେ କେନ୍ଦ୍ର ସରକାର ଟିକେଟ ମୂଲ୍ୟର ୮୫% ଅର୍ଥ ବହନ କରୁଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି, ରାଜ୍ୟରେ କୋଭିଡ ହସ୍ପିଟାଲ ନିର୍ମାଣରେ କେନ୍ଦ୍ର ସରକାରଙ୍କର ଭୂମିକା ମହତ୍ୱପୁର୍ଣ୍ଣ ରହିଛି ।

ସାମ୍ବାଦିକ ସମ୍ମିଳନୀରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ, ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ, ମୁଖପାତ୍ର ଗୋଲକ ମହାପାତ୍ର, ଦିଲ୍ଲିପ ମହାନ୍ତି, ସୁଦୀପ୍ତ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ଲୋକାଲ ୱାୟାର

Filed Under: Odia, Politics, ରାଜନୀତି Tagged With: Politics, ଓଡିଶା, ରାଜନୀତି

ରାଜ୍ୟସଭାକୁ ବିଜେଡିର ୪ ପ୍ରାର୍ଥୀ ନିର୍ବାଚିତ

March 18, 2020 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୧୮(ଲୋକାଲ ୱାୟାର): ବିଜେଡିର ୪ ଜଣ ପ୍ରାର୍ଥୀ ରାଜ୍ୟସଭାକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବା ବିଧାନସଭା ସଚିବ ତଥା ରିଟର୍ଣ୍ଣିଂ ଅଫିସର ଦାଶରଥି ଶତପଥି ବୁଧବାର ସୂଚନା ଦେଇଛନ୍ତି ।

ନିର୍ବାଚିତ ହୋଇଥିବା ୪ ଜଣ ପ୍ରାର୍ଥୀ ହେଲେ ସୁବାଷ ସିଂ, ମୁନା ଖାଁ, ସୁଜିତ କୁମାର ଏବଂ ମମତା ମହାନ୍ତ ।

ଉଲ୍ଲେଖଯୋଗ୍ୟ, ଓଡ଼ିଶାର ୧୦ଟି ରାଜ୍ୟସଭା ଆସନରୁ ୪ଟି ଖାଲି ପଡ଼ିଥିଲା । ରାଜ୍ୟସଭାରେ ବିଜେଡିର ନରେନ୍ଦ୍ର କୁମାର ସ୍ୱାଇଁ ଏବଂ ସରୋଜିନୀ ହେମ୍ବ୍ରମଙ୍କ କାର୍ଯ୍ୟକାଳ ଶେଷ ହେବାରୁ ଦୁଇଟି ଆସନ ଖାଲି ପଡ଼ିଥିଲା ।

ସେହିପରି ଗତ ଏପ୍ରିଲ ୨ରେ କଂଗ୍ରେସର ରଞ୍ଜୀବ ବିଶ୍ୱାଳଙ୍କ କାର୍ଯ୍ୟାଳୟ ମଧ୍ୟ ଶେଷ ହୋଇଥିଲା ଏବଂ ବିଜେଡିର ଅନୁଭବ ମହାନ୍ତି କେନ୍ଦ୍ରାପଡ଼ା ସାଂସଦ ଭାବେ ନିର୍ବାଚିତ ହେବାରୁ ତାଙ୍କ ଆସନଟି ମଧ୍ୟ ଖାଲି ପଡ଼ିଥିଲା ।

ଲୋକାଲ ୱାୟାର

Filed Under: Odia, Politics, ରାଜନୀତି Tagged With: Politics, ଓଡିଶା, ରାଜନୀତି

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 62
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire