ଭୁବନେଶ୍ୱର,ଡିସେମ୍ବର ୧୦(ଲୋକାଲ ୱାୟାର): ଏବେ ସ୍କୁଲ, କଲେଜ ଖୋଲିବା ନିଷ୍ପତ୍ତି ହୋଇନାହିଁ ।
ସବୁ ଦିଗରୁ ବିଚାର କରି ଏବଂ କରୋନା ସ୍ଥିତିର ସମୀକ୍ଷା ପରେ ସ୍କୁଲ, କଲେଜ କେବେ ଖୋଲିବ ସେ ନିଷ୍ପତ୍ତି ରାଜ୍ୟ ସରକାର ନେବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗୁରୁବାର ସ୍ପଷ୍ଟ କରାଯାଇଛି ।
ଏଥିସହ ବିଭିନ୍ନ ସମୟରେ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ କଲେଜ ଖୋଲିବା ନେଇ ବାରମ୍ବାର ଭିନ୍ନ ଭିନ୍ନ ପ୍ରକାର ବିବୃତି ଦିଆଯାଉଥିବାରୁ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାପସନ୍ଦ କରିଥିବା ବେଳେ ତାଗିଦ ମଧ୍ୟ କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ଡିସେମ୍ବର ୩୧ ତାରିଖ ପରେ କରୋନା ସଂକ୍ରମଣ ସ୍ଥିତିର ସମୀକ୍ଷା ପରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ପୂର୍ବରୁ କୁହାଯାଇଛି ।
ଏହା ସତ୍ତ୍ୱେ ବିଭାଗୀୟ ମନ୍ତ୍ରୀ ଓ ସଚିବ ମାନେ ବାରମ୍ବାର ବିଭିନ୍ନ ପ୍ରକାର ବିବୃତି ଦେଇ ଛାତ୍ରାଭିଭାବକମାନଙ୍କୁ ଅଡ଼ୁଆରେ ପକାଉଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଥିଲା ।
ଲୋକାଲ ୱାୟାର