• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

ଶ୍ରଦ୍ଧାଞ୍ଜଳି

ମନେ ପଡ଼ନ୍ତି ସୁନନ୍ଦା, ମନେ ପଡ଼େ ଜୀବନ ପାତ୍ର ମୋ ଭରିଛ ଗୀତ

November 7, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୭(ଲୋକାଲ ୱାୟାର): ଶାସ୍ତ୍ରୀୟ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ ଜଗତର ପ୍ରତିବଦ୍ଧତାଧର୍ମୀ କଣ୍ଠଶିଳ୍ପୀ ତଥା ଓଡ଼ିଶାର ଗର୍ବ ଓ ଗୌରବ ସୁନନ୍ଦା ପଟ୍ଟନାୟକ ।

ଆଜି ତାଙ୍କ ଜୟନ୍ତୀରେ ମନେପଡ଼ୁଛନ୍ତି ସେ ଓ ତାଙ୍କ ଗୀତ ଜୀବନ ପାତ୍ର ମୋ ଭରିଛ…. । ୧୯୩୪ମସିହାରେ ଜନ୍ମିତ ସୁନନ୍ଦା ପଟ୍ଟନାୟକ ଥିଲେ ଦୃଢ଼ମନା ।

ଓଡ଼ିଆ ଘରର ଝିଅମାନଙ୍କ ଠାରୁ ଭିନ୍ନ ସ୍ୱଭାବର ସୁନନ୍ଦା ଖେଳ, ପହଁରା, ମାଛ ଧରିବାରେ ବେଶ୍ ପାରଙ୍ଗମ ଥିଲେ । ପିଲାଦିନେ ତାଙ୍କ ଗୀତ ଗାଇବା ପ୍ରବୃତ୍ତିକୁ ପସନ୍ଦ କରାଯାଉନଥିଲା ।

ତାଙ୍କୁ ଥରେ ପଚରାଗଲା, ତୁ ଗୀତ ଗାଇବୁ? ବାଈଜି ହେବୁ ନା କ’ଣ? ସୁନନ୍ଦା ଉତ୍ତର ଦେଇଥିଲେ, ଗୀତ ଗାଇବା ପାଇଁ ଯଦି ବାଈର ଘରେ ବାସନ ମାଜିବାକୁ ପଡ଼େ ସେଥିପାଇଁ ମଧ୍ୟ ମୁଁ ପ୍ରସ୍ତୁତ ।

ପିଲାଦିନୁ ସେ କେବଳ ଗୀତ ଶୁଣି ଶୁଣି ଗାଉଥିଲେ । ଶିଖିବାର ସୁଯୋଗ ନଥିଲା ।

୧୯୪୮ ମସିହାରେ ଯେତେବେଳେ ଆକାଶବାଣୀ କଟକ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା ସେତେବେଳେ ମାତ୍ର ୧୪ ବର୍ଷ ବୟସରେ ସେ ପ୍ରତିଭା ପ୍ରଦର୍ଶନ ସାକ୍ଷାତକାର ଦେଇ କୃତକାର୍ଯ୍ୟ ହୋଇଥିଲେ ।

ଆକାଶବାଣୀରେ ସଙ୍ଗୀତ ପରିବେଷଣ କରିବା ପାଇଁ ପିତା ବୈକୁଣ୍ଠନାଥ ତାଙ୍କୁ ତୁଳସୀ ଦାସ, ସୁର ଦାସ, ମୀରା ବାଈଙ୍କ ପୁସ୍ତକ କିଣି ଆଣି ଦେଇଥିଲେ ।

ସେସବୁକୁ ସ୍ୱର ଦେଇ ସୁନନ୍ଦା ଆକାଶବାଣୀରେ ପରିବେଷଣ କରୁଥିଲେ । ପାରିଶ୍ରମିକ ମିଳୁଥିଲା ୧୭ ଟଙ୍କା । ପିତାଙ୍କର ରଚନା ‘ଜୀବନ ପାତ୍ର ମୋ ଭରିଛ କେତେ ମତେ’କୁ ସେ ନିଜେ ସ୍ୱର ଦେଇ ଗାଇଛନ୍ତି ।

ଗୀତଟି ଓଡ଼ିଶା ଓ ଓଡ଼ିଶା ବାହାରେ ରହୁଥିବା ଓଡ଼ିଆ ମାନଙ୍କ ମଧ୍ୟ ଖୁବ୍ ଲୋକପ୍ରିୟ ହୋଇଛି ।

ସେତେବେଳେ ରାଜ୍ୟପାଳ ଅସଫ୍ ଅଲ୍ଲୀ ଆକାଣବାଣୀରେ ସୁନନ୍ଦାଙ୍କ ସଙ୍ଗୀତ ଶୁଣି ତାଙ୍କୁ ରାଜଭବନରେ ସଙ୍ଗୀତ ପରିବେଷଣ କରିବାକୁ ନିମନ୍ତ୍ରଣ କରିଥିଲେ ।

ପରେ ସୁନନ୍ଦା ରାଜଭବନରେ ନିୟମିତ ଭାବରେ ସଙ୍ଗୀତ ପରିବେଷଣ କରିବାକୁ ଲାଗିଲେ । ଏକଦା ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ପୁରୀ ଆସିଥିଲେ ।

ତାଙ୍କ ମନୋରଞ୍ଜନ ପାଇଁ ରାଜ୍ୟପାଳ ଅସଫ୍ ଅଲ୍ଲୀ ସୁନନ୍ଦାଙ୍କୁ ଡକାଇ ପଠେଇଲେ । ସୁନନ୍ଦାଙ୍କ ସଙ୍ଗୀତରେ ମୁଗ୍ଧ ହୋଇ ରାଷ୍ଟ୍ରପତି କେଉଁଠୁ ଶିଖୁଛ ବୋଲି ପଚାରିଥିଲେ ।

ସେ କହିଥିଲେ, ଶିଖୁନି କିନ୍ତୁ ଶିଖିବାକୁ ଇଛା ଅଛି । ଏହାପରେ ସେ ଯେଉଁ ଗୁରୁଙ୍କ କଥା କହିଥିଲେ ତାଙ୍କ ପାଖରେ ଗୀତ ଶିଖିବାର ବ୍ୟବସ୍ଥା କରିଥିଲେ ରାଷ୍ଟ୍ରପତି ।

ସୁନନ୍ଦା ମାଟ୍ରିକ୍ ପାସ୍ କରିବା ପରେ ସଙ୍ଗୀତ ଶିକ୍ଷା ଲାଗି ରାଷ୍ଟ୍ରପତିଙ୍କ ଠାରୁ ମାସକୁ ୫୦ ଟଙ୍କା ଓ ରାଜ୍ୟପାଳଙ୍କ ଠାରୁ ୨୫ ଟଙ୍କା ବୃତ୍ତି ପାଇ ପୁନେରେ ସଙ୍ଗୀତ ଶିକ୍ଷା କରିଥିଲେ ।

୧୯୫୬ରେ ପୁନେ ସ୍କୁଲ ତରଫରୁ ମାଷ୍ଟର୍ସ ଅଫ୍ ମୁ୍ୟଜିକ୍ ପାଇଥିଲେ । ପରେ ଅନେକ ସଫଳତା ପାଇଥିଲେ । ଜୀବନର ଶେଷ ପର୍ଯ୍ୟନ୍ତ କୋଲକାତାରେ ରହି ସଙ୍ଗୀତ ସାଧନା ସହ ପିଲାଙ୍କୁ ଶିକ୍ଷା ଦେଉଥିଲେ ।

ପୁରୀରେ ଏକ ଗୁରୁକୁଳ ପ୍ରତିଷ୍ଠା କରିଥିଲେ । ସେ ନୀଳମାଧବ ଓ ସୁବର୍ଣ୍ଣମୁଖୀ ଭଳି ଦୁଇଟି ନୂତନ ରାଗ ସୃଷ୍ଟି କରିଥିଲେ । ତାଙ୍କ ସ୍ମୃତିରେ ଓଡ଼ିଶା ସରକାର ଏବେ ସୁନନ୍ଦା ସମ୍ମାନ ଦେବାକୁ ଘୋଷଣା କରିଛନ୍ତି ।

ଏହିଭଳି ତାଙ୍କ ଜୀବନୀ ସମ୍ପର୍କରେ ଅନେକ କଥା ଅଛି । ଯାହାକୁ ଆଜିର ଦିନରେ ମନେପକାଇ ତାଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ବିଶିଷ୍ଟ ସାମ୍ବାଦିକ ପ୍ରଦୁ୍ୟମ୍ନ ଶତପଥୀ ।

ଲୋକାଲ ୱାୟାର

Filed Under: Odia, ଶ୍ରଦ୍ଧାଞ୍ଜଳି Tagged With: ଓଡିଶା, କଟକ, ପୁରୀ

ବିଭିନ୍ନ ପାନ୍ଥନିବାସରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି

October 2, 2020 By LocalWire Leave a Comment

ଭୁବନେଶ୍ୱର, ଅକ୍ଟୋବର ୨(ଲୋକାଲ ୱାୟାର): ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ରାଜ୍ୟର ୨୨ଟି ଯାକ ପାନ୍ଥନିବାସ ପରିସରରେ ଗାନ୍ଧି ଜୟନ୍ତୀ ପାଳିତ ହୋଇଯାଇଛି ।

ଏହି ଅବସରରେ ଭୁବନେଶ୍ୱର ପାନ୍ଥନିବାସରେ ସ୍ୱତନ୍ତ୍ର ଆୟୋଜନ ହୋଇଥିଲା ।

ଏଥିରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଯୋଗ ଦେଇ ଗାନ୍ଧିଜୀଙ୍କ ପ୍ରତିଛବିରେ ପୁଷ୍ପ ଅର୍ପଣ କରିବା ସହ ଦୀପ ପ୍ରଜ୍ଜ୍ୱଳନ କରିିଲେ ।

ଓଟିଡିସିର ଅନ୍ୟ କର୍ମଚାରୀମାନେ ମଧ୍ୟ ଗାନ୍ଧିଜୀଙ୍କ ପ୍ରତିଛବି ନିକଟରେ ପୁଷ୍ପ ଅର୍ପଣ ଓ ଦୀପ ପ୍ରଜ୍ଜ୍ୱଳନ କରିଥିଲେ ।

ଉପସ୍ଥିତ ସମସ୍ତ କର୍ମଚାରୀମାନେ କରୋନା ନିୟମ ପାଳନ ସହ ଗାନ୍ଧି ଜୟନ୍ତୀ ପାଳନ କରିଥିଲେ ।

କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚ୍ଚିନ୍ ରାମଚନ୍ଦ୍ର ଯାଦବ ଉପସ୍ଥିତ ଥିଲେ ।

ଲୋକାଲ ୱାୟାର

Filed Under: Odia, ଶ୍ରଦ୍ଧାଞ୍ଜଳି Tagged With: ଓଡିଶା, କାର୍ଯ୍ୟକ୍ରମ, ଶ୍ରଦ୍ଧାଞ୍ଜଳି

ଗୀତିକାର ଶାରଦା ନାୟକଙ୍କ ନାମରେ ଏକାଡେମୀର ଗୀତିକବିତା ପୁରସ୍କାର ନାମିତ

September 19, 2020 By LocalWire Leave a Comment

ଭୁବନେଶ୍ୱର, ସେପ୍ଟେମ୍ବର ୧୯(ଲୋକାଲ ୱାୟାର): ଓଡ଼ିଶାର ପ୍ରଥିତଯଶା ନାଟ୍ୟ ପ୍ରତିଭା, ଚଳଚ୍ଚିତ୍ର ନିର୍ଦ୍ଦେଶକ, ଗୀତିକାର ତଥା କଳାକାର ଶାରଦା ପ୍ରସନ୍ନ ନାୟକଙ୍କ ଏକାଦଶାହରେ ଶୁକ୍ରବାର ଶ୍ରଦ୍ଦାଞ୍ଜଳି ଅର୍ପଣ କରାଯିବା ସହ ତାଙ୍କ ନାମରେ ପ୍ରତି ବର୍ଷ ସରକାରଙ୍କ ପକ୍ଷରୁ ‘ଶାରଦା ପ୍ରସନ୍ନ ନାୟକ ଗୀତି କବିତା ପୁରସ୍କାର’ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଗୀତିକବିତା ପାଇଁ ପ୍ରଦାନ କରାଯାଉଥିବା ପୁରସ୍କାର ରାଶି ୨ ଲକ୍ଷ ୫୦ ହଜାର ଟଙ୍କା ରହିବ ବୋଲି କୁହାଯାଇଛି ।

ଏଥିସହ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।

ସଭାରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଘୋଷଣା କରାଯିବା ସହ ଏହି ମହାନ ପ୍ରତିଭାଙ୍କ ସ୍ମୃତିରେ ନିର୍ମିତ ଏକ ଅଧଘଣ୍ଟିଆ ବୃତ୍ତଚିତ୍ରକୁ ଦୂରଦର୍ଶନରେ ପ୍ରସାରଣ କରାଯିବା ସକାଶେ ସ୍ଥିର ହୋଇଥିଲା ।

ଏହି ବୃତ୍ତଚିତ୍ର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ସହଯୋଗରେ ପ୍ରସ୍ତୁତ ହୋଇଛି ।

ଶନିବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ନିର୍ଦ୍ଦେଶକ ଓ ଅତିରିକ୍ତ ଶାସନ ସଚିବ ବିଜୟ କୁମାର ନାୟକ, ସଙ୍ଗୀତ ନାଟକ ଏକାଡେମୀ ସଭାପତି ଡ. ରାମକୃଷ୍ଣ ସାହୁ, ଏକାଡେମୀ ସଚିବ ପ୍ରବୋଧ ରଥ ଏବଂ ଗୁରୁ କେଳଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ସଙ୍ଗୀତା ଗୋସାଇଁ ପ୍ରମୁଖ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଲୋକାଲ ୱାୟାର

Filed Under: Odia, ଶ୍ରଦ୍ଧାଞ୍ଜଳି Tagged With: ଓଡିଶା

ବିଦାୟ ପରେ ବିଜୟ ମହାନ୍ତିଙ୍କୁ ଝୁରୁଛି ଓଡ଼ିଶା (ଶ୍ରଦ୍ଧାଞ୍ଜଳି)

July 25, 2020 By LocalWire Leave a Comment

ଭୁବନେଶ୍ୱର, ଜୁଲାଇ ୨୫(ଲୋକାଲ ୱାୟାର): ୨୦୨୦ ଜୁଲାଇ ୨୦ ତାରିଖ । କେବଳ ଓଲିଉଡ ନୁହେଁ ସମସ୍ତଙ୍କ ଠାରୁ ବିଦାୟ ନେଇ ମାଟିରେ ମିଶିଗଲେ ଅଭିନେତା ବିଜୟ ମହାନ୍ତି ।

କେବଳ ପରଦା ନୁହେଁ କି ଚଳଚ୍ଚିତ୍ର ଦର୍ଶକ ନୁହେଁ, ସମଗ୍ର ରାଜ୍ୟବାସୀଙ୍କ ହୃଦୟରେ ସେ ଛାଡ଼ି ଯାଇଛନ୍ତି ଏକ ଛାପ, ସାରା ରାଇଜ ଏବେ ଝୁରୁଛି ତାଙ୍କୁ.. ..
ସେ ଥିଲେ ନାୟକ । ପୁଣି ହେଲେ ଖଳନାୟକ । ଆରମ୍ଭ ହୋଇଥିଲା ଗୋଟେ ଛୋଟ ଚରିତ୍ରରୁ ।

କିନ୍ତୁ କ୍ୟାରିୟରର ୧୦ ବର୍ଷ ପରେ ଏ ସବୁକିଛି ଭୁଲ୍ ପ୍ରମାଣିତ ହୋଇଥିଲା । ଯେଉଁ ଦର୍ଶକ ତାଙ୍କୁ ବିଭିନ୍ନ ଚରିତ୍ରରେ ଦେଖି ତାଳି ମାରିଥିଲେ, ସେମାନେ ହଠାତ୍ ଦ୍ୱନ୍ଦ୍ୱରେ ପଡ଼ିଥିଲେ ।

କାରଣ ବିଜୟ ଆସିଥିଲେ ନିଦେ୍ର୍ଦଶନା ଜଗତକୁ । ସମସ୍ତେ ଭାବିଥିଲେ, ଏଇଠୁ ବଦଳିଯିବ ତାଙ୍କ ଜୀବନର ମୋଡ଼ ।

ହେଲେ ଦର୍ଶକଙ୍କ ଆଶାରେ ପଡ଼ିଥିଲା ପୂର୍ଣ୍ଣଚ୍ଛେଦ । ୧୯୭୭ରେ ଓଡ଼ିଆ ଚଳଚ୍ଚିତ୍ରକୁ ପ୍ରବେଶ କରିଥିବା ବିଜୟ ୧୯୮୭ରେ ପ୍ରଥମ ଏବଂ ଶେଷ ଥର ପାଇଁ ନିଦେ୍ର୍ଦଶନା ଦେଇଥିଲେ ଚଳଚ୍ଚିତ୍ର ‘ଭୁଲି ହୁଏନା’ରେ । ବାସ୍ତବିକ ବିଜୟ ଥିଲେ ଏମିତି ମଣିଷ ଯାହାଙ୍କୁ କେବେ ଭୁଲି ହୁଏନା ।

(ଡିସେମ୍ବର ୧୨, ୨୦୧୫, ଉକ୍ରଳ ମଣ୍ଡପ, ୨୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବରେ ଜୟଦେବ ପୁରସ୍କାର ଗ୍ରହଣ ଅବସରରେ ବାର୍ତ୍ତା ।)

ସଂଖ୍ୟା ଦୃଷ୍ଟିରୁ ଆଗେଇଛେ, ଗୁଣାତ୍ମକ ଦୃଷ୍ଟିରୁ ପଛେଇଛେ: ବିଜୟ ମହାନ୍ତି
“ମୁଁ ବହୁତ ଖୁସି । ଏ ପୁରସ୍କାର ଗ୍ରହଣ କରି ।

ଭାବିନଥିଲି ମୋତେ ଚାଲୁଥିବା ସମୟରେ ଏହି ପୁରସ୍କାର ମିଳିବ ବୋଲି । ଯାହା ହୋଇଛି ଠିକ୍ ହୋଇଛି । ଏହା ମୋ ଦାୟିତ୍ୱକୁ ଦ୍ୱିଗୁଣ କରିଛି ।

ଅଧିକରୁ ଅଧିକ ସିନେମାରେ ଅଭିନୟ କରିବା ପାଇଁ ପ୍ରେତ୍ସାହନ ଯୋଗାଇଛି । ଓଡ଼ିଆ ସିନେମାକୁ ବହୁତ ଆଗକୁ ଯିବାର ଅଛି ।

ଆମେ ସଂଖ୍ୟା ଦୃଷ୍ଟିରୁ ଆଗେଇଛେ, କିନ୍ତୁ ଗୁଣାତ୍ମକ ଦୃଷ୍ଟିରୁ ବହୁ ପଛରେ । ପାରମ୍ପରିକ ଚିନ୍ତାଧାରା ଏବଂ ଆଧୁନିକ ବୈଷୟିକ ଜ୍ଞାନ କୌଶଳକୁ ନେଇ ଆମେ ବହୁତ କିଛି କରିପାରିବା ।

କିନ୍ତୁ ଏ ଦିଗରେ ସରକାର ସହାୟତାର ହାତ ବଢ଼ାଇବା ଜରୁରି । ସେ ଫିଲ୍ମ ହଲ୍ ହେଉ କି ଫିଲ୍ମ ପଲିସି” ।

ମାଟ୍ରିକ୍ ପରେ କିରାଣି ଚାକିରି କରିଥିଲେ

ବିଜୟ ମାଟ୍ରିକ୍ ପାସ୍ କରିବା ପରେ ଘରର ଆର୍ଥିକ ଅସୁବିଧା ଦୂର କରିବାକୁ ଟ୍ରାନ୍ସପୋର୍ଟ ବିଭାଗରେ କିରାଣି ଚାକିରି କରିଥିଲେ ।

ଚାକିରି କରିବା ସହିତ ବାରିପଦାର ଏମପିସି କଲେଜରେ ପଢ଼ୁଥିଲେ । କିନ୍ତୁ କିଛି ଦିନ ପରେ ତାଙ୍କ ଜୀବନର ଧାରା ବଦଳିଯାଇଥିଲା । ସେ ଚାକିରି ଛାଡ଼ି ଅଭିନୟ ଦୁନିଆରେ ପ୍ରବେଶ କରିଥିଲେ ।

ନିଶାଖୋର ନାଟୁଆରୁ ‘ଯୁଗେଚ୍ଛା’ର ସ୍ରଷ୍ଟା

ବାରିପଦାରେ କଲେଜରେ ପଢ଼ିବା ସମୟରେ ନାଟକରେ ଅଭିନୟ କରି ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ହୋଇଥିଲା ।

ଏହାପରେ ସେ କ୍ରମାଗତ ଭାବେ ନାଟକରେ ଭାଗ ନେଇ ବେଶ୍ ସଫଳତା ପାଇଥିଲେ ।

ନାଟକ ନିଶା ଚଢ଼ିବା ପରେ ସାଙ୍ଗମାନଙ୍କୁ ନେଇ ବିଜୟ ଗଢ଼ିଥିଲେ ‘ଯୁଗେଚ୍ଛା ନାଟ୍ୟ ସଂସ୍ଥା’ ନାମକ ଅନୁଷ୍ଠାନ ।

ସେହି ନାଟ୍ୟ ସଂସ୍ଥା ତରଫରୁ ଅନେକ ନାଟକ ମଞ୍ଚସ୍ଥ କରି ବେଶ୍ ସଫଳତା ପାଇଥିଲେ ।

ପରିବାରର ସମର୍ଥନ ନଥିଲା କିନ୍ତୁ ପାଇଥିଲେ ବୃତ୍ତି

ଅଭିନୟ କ୍ଷେତ୍ରରେ ଆହୁରି ଆଗକୁ ଯିବା ଲାଗି ସେ ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା(ଏନଏସଡି)ରେ ପଢ଼ିବା ପାଇଁ ଆବେଦନ କଲେ ।

ଇଣ୍ଟରଭ୍ୟୁ ପାଇଁ ଡାକରା ପାଇ ସାଙ୍ଗସାଥୀଙ୍କ ସାହାଯ୍ୟରେ ଦିଲ୍ଲୀ ଗଲେ । ସେଠାରେ ଇଣ୍ଟରଭ୍ୟୁ ଦେଇ ଯୋଗ୍ୟ ବିବେଚିତ ହେଲେ ।

କିନ୍ତୁ ଘରେ ନାଟକ ନିଶାକୁ କେହି ପସନ୍ଦ କରୁନଥିଲେ । ଚାକିରି ଛାଡ଼ି ପଇସାପତ୍ର ଯୋଗାଡ଼ କରି ଦିଲ୍ଲୀ ଗଲେ ବିଜୟ ।

ଭବିଷ୍ୟତର ସୁନେଲି ସ୍ୱପ୍ନ ଦେଖି ଦୁଃଖ କଷ୍ଟେ ଚଳି ଯାଉଥିଲେ । ନିଜର ପ୍ରତିଭା ବଳରେ ସେ ଜାତୀୟ ମେଧା ବୃତ୍ତି ପାଇବାକୁ ସକ୍ଷମ ହେଲେ ।

ଅଧୁରା ‘ସଂକଳ୍ପ’

ଦିଲ୍ଲୀରେ ପଢ଼ୁଥିବାବେଳେ ଦିନେ କାହାଣୀକାର ତଥା ସଂଳାପ ଲେଖକ ଡ. ବସନ୍ତ ମହାପାତ୍ରଙ୍କଠାରୁ ଟେଲିଗ୍ରାମ୍ ପାଇ ଚଳଚ୍ଚିତ୍ରରେ କାମ କରିବା ପାଇଁ କଟକ ଆସି ‘ସଂକଳ୍ପ’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ବିଜୟ । କିନ୍ତୁ ଏହି ଚଳଚ୍ଚିତ୍ରଟି ନିର୍ମାଣ ଅଧାରୁ ବନ୍ଦ ହୋଇଯାଇଥିଲା ।

ପ୍ରଥମେ ‘ଅଭିମାନ’

ବିଜୟଙ୍କ ପ୍ରଥମ ସିନେମା କହିଲେ ସମସ୍ତେ କୁହନ୍ତି ‘ଚିଲିକା ତୀରେ’ । କିନ୍ତୁ ‘ଚିଲିକା ତୀରେ’ ପୂର୍ବରୁ ତାଙ୍କ ଅଭିନୀତ ସିନେମା ‘ଅଭିମାନ’ ପ୍ରଥମେ ମୁକ୍ତିଲାଭ କରିଥିଲା ।

ଏହି ଦୁଇଟିଯାକ ସିନେମା ଗୋଟିଏ ବର୍ଷ ଅର୍ଥାତ୍ ୧୯୭୭ରେ ମୁକ୍ତିଲାଭ କରିଥିଲା । ୧୯୭୭ ମସିହା ଏପ୍ରିଲ୍ ୨୩ରେ ସିନେମା ହଲକୁ ଆସିଥିଲା ‘ଅଭିମାନ’ ।

ଏଥିରେ ବିଜୟ ଏକ ଛୋଟ ଭୂମିକାରେ ନଜର ଆସିଥିଲେ । ମାତ୍ର ବିଶେଷ ପରିଚୟ ହାସଲ କରିପାରିନଥିଲେ ।

ଯେତେବେଳେ ସିନେମା ‘ଚିଲିକା ତୀରେ’ରେ ନାୟକ ହୋଇ ଆସିଲା ସେତେବେଳେ ଦର୍ଶକ ତାଙ୍କ ଅଭିନୟ ଦେଖି ଅଭିଭୂତ ହୋଇଥିଲେ ।

ଏହି ସିନେମାଟି ଡିସେମ୍ବର ୩୧ରେ ହଲକୁ ଆସିଥିଲା । ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ଦର୍ଶକଙ୍କୁ ଅଭିଭୂତ କରିଥିଲା ।

‘ଚିଲିକା ତୀରେ’ରେ ତନ୍ଦ୍ରାଙ୍କ ସହ ଦେଖା

ବିପ୍ଲବ ରାୟ ଚୌଧୁରୀଙ୍କ ଏହି ଚଳଚ୍ଚିତ୍ରରେ ସେ ତନ୍ଦ୍ରା ରାୟଙ୍କ ସହିତ ଅଭିନୟ କରିଥିଲେ ।

ଅଭିନୟ କରୁ କରୁ ବାସ୍ତବ ଜୀବନରେ ମଧ୍ୟ ତାଙ୍କ ନାୟକ ହୋଇଗଲେ । ଏହାପରେ ଉଭୟଙ୍କ ଯୋଡ଼ି ଅନେକ ସଫଳ ସିନେମା ଭେଟି ଦେବା ସହ ଓଡ଼ିଆ ସିନେମାକୁ ଜାତୀୟସ୍ତରରେ ପରିଚିତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଏ ଯୋଡ଼ି ଓଲିଉଡର ଅନ୍ୟତମ ସଫଳ ଯୋଡ଼ି ଥିଲେ । ଦୁହିଁଙ୍କର ଏକମାତ୍ର ଅଲିଅଳି ଝିଅ ଜସ୍ମିନ ଯିଏ ବାହାରେ ପରିବାର ସହ ରହୁଛନ୍ତି ।

ଖଳନାୟକ ହୋଇ ମନ ଜିଣିଥିଲେ

‘ଚିଲିକା ତୀରେ’ ପରେ ବସନ୍ତ ନାୟକଙ୍କ ‘ନାଗଫାଶ’ରେ ଦମଦାର୍ ଖଳନାୟକ ଭାବେ ଏଣ୍ଟ୍ରି କଲେ ବିଜୟ ମହାନ୍ତି ।

ଯାହାଙ୍କ ଅଭିନୟ ଦେଖି ପ୍ରଥମ ଥର ଦର୍ଶକ ଖଳନାୟକଙ୍କ ସଂଳାପରେ ତାଳି ମାରିଥିଲେ ।

ପୂର୍ବରୁ ଏହି ଦୃଶ୍ୟ କେବେ ଦେଖିବାକୁ ମିଳିନଥିଲା । ଓଡ଼ିଆ ସିନେମାରେ ଖଳନାୟକଙ୍କୁ ନେଇ ଭିନ୍ନ ଏକ ପରମ୍ପରା ସୃଷ୍ଟି ହୋଇଥିଲା ।

ସେ ଥିଲେ ତରୁଣ ଖଳନାୟକ । ତାଙ୍କର ମନଜିଣା ଖଳ ଅଭିନୟ ଦେଖି ପ୍ରଯୋଜକ ଓ ନିଦେ୍ର୍ଦଶକମାନେ ତାଙ୍କୁ ଖଳନାୟକ ଚରିତ୍ରରେ ନେବାକୁ ଲାଗିଲେ ।

ଏହାପରେ ସେ ‘ପିପାସା’, ‘ପତିପତ୍ନୀ’, ‘ସଉତୁଣୀ’, ‘ସ୍ୱପ୍ନ ସାଗର’, ‘ଦଣ୍ଡା ବାଳୁଙ୍ଗା’ ‘ଡୋରା’ ପ୍ରଭୃତି ଚିତ୍ରରେ ଖଳନାୟକ ଭାବେ ଅଭିନୟ କରି ଦର୍ଶକଙ୍କ ନିକଟରେ ଜଣେ ସଫଳ ଖଳନାୟକ ଭାବେ ପରିଚିତ ହେଲେ ।

ସଙ୍ଗୀତ ମହାବିଦ୍ୟାଳୟ ଓ ବିଜୟ

୧୯୭୫ ମସିହାରେ ବିଜୟ ଦିଲ୍ଲୀରୁ ଫେରିଥିଲେ । କେତୋଟି ଡ୍ରାମା ପ୍ରଶିକ୍ଷଣ ଶିବିରର ନିଦେ୍ର୍ଦଶକ ହିସାବରେ କାମ କରିବା ପରେ ନୂଆକରି ସୃଷ୍ଟି ହୋଇଥିବା ଉକ୍ରଳ ସଙ୍ଗୀତ ମହାବିଦ୍ୟାଳୟ ଅନ୍ତର୍ଗତ ନାଟକ ବିଭାଗର ମୁଖ୍ୟ ଅଧ୍ୟାପକ ଭାବେ ସରକାରୀ ଚାକିରିରେ ଯୋଗଦେଇଥିଲେ ।

ଚାହିଁଥିଲେ ଦିଲ୍ଲୀ ଫେରି ବଲିଉଡରେ ଯୋଗଦେଇପାରିଥାନ୍ତେ କିନ୍ତୁ ସେ ଫେରିଆସିଥିଲେ ଯୁବ ପ୍ରତିଭାମାନଙ୍କୁ ଏନଏସଡି ଶିକ୍ଷାଦାନ ପରି ଅଭିନୟରେ ତାଲିମ୍ ଦେବାକୁ ।

ଫଳସ୍ୱରୂପ ସଙ୍ଗୀତ ମହାବିଦ୍ୟାଳୟ ଦ୍ୱାରା ସୃଷ୍ଟି ହେଲେ ଖୁବ୍ ଦମଦାର୍ ଅଭିନେତାଗଣ ।

ଯେମିତି ଅଶ୍ରୁମୋଚନ, ବିକାଶ ଦାସ, ପୀତବାସ, ମୀନକେତନ, ରାଇମୋହନ, ହର ପଟ୍ଟନାୟକ, ମନୋଜ ପଟ୍ଟନାୟକ, ଧୀରେନ୍ଦ୍ରନାଥ ମଲ୍ଲିକ, ସୁବୋଧ ପଟ୍ଟନାୟକ, ଅନ୍ତର୍ଯ୍ୟାମୀ ପଣ୍ଡା, ହରି, ମୁକେଶ, ଗୌରୀ ଦାସ, ଅବିନାଶ ଦଣ୍ଡପାଟଙ୍କ ପରି ପ୍ରତିଭା ସମ୍ପନ୍ନ ନିଦେ୍ର୍ଦଶକଗଣ ।

ଏହା ହିଁ ଥିଲା ବିଜୟ ମହାନ୍ତିଙ୍କ ଅସଲ ଅବଦାନ ଓଡ଼ିଶାର ମନୋରଞ୍ଜନ ଶିଳ୍ପ ପାଇଁ ।

‘ଭୁଲି ହୁଏନା’ ପରେ ‘ଜଗନ୍ନାଥ’…

୧୯୮୭ ମସିହାରେ ବିଜୟ ‘ଭୁଲି ହୁଏନା’ ଚିତ୍ରର ନିଦେ୍ର୍ଦଶନା ଦେଇଥିଲେ । ଏହା ତାଙ୍କର ଏକମାତ୍ର ସିନେମା ଥିଲା ।

କିନ୍ତୁ ଚିତ୍ରଟି ବିଶେଷ ସଫଳତା ପାଇପାରିନଥିଲା । ଫଳରେ ବିଜୟ ଏହାପରେ ଆଉ ନିଦେ୍ର୍ଦଶନା ଦେଇନଥିଲେ ।

କିନ୍ତୁ ଏହି ଚଳଚ୍ଚିତ୍ର ପରେ ସେ ‘ଜଗନ୍ନାଥ’ ଶୀର୍ଷକ ଏକ ଚଳଚ୍ଚିତ୍ରର ନିଦେ୍ର୍ଦଶନା ଦେବାକୁ ସ୍ଥିର କରିଥିଲେ । କିନ୍ତୁ କୌଣସି କାରଣରୁ ଏହା ନିର୍ମିତ ହୋଇପାରିନଥିଲା ।

ତୃତୀୟ ଜନ୍ମ ହୋଇଥିଲା

କେନ୍ଦ୍ରାପଡ଼ାରେ ଶରୀର ଜନ୍ମ ନେଇଥିଲା । ବାରିପଦାରେ ମନ । ଆଉ ଅଭିନେତା ହିସାବରେ ଜନ୍ମ ହେଲି ୧୯୭୭ ମସିହା ଜାନୁଆରୀ ୧୪ ତାରିଖରେ ।

ଏହିଦିନ ନାୟକ ଭାବେ ମୋର ପ୍ରଥମ ଅଭିନୀତ ଚଳଚ୍ଚିତ୍ର ‘ଚିଲିକା ତୀରେ’ ସ୍ୱାକ୍ଷର କରିଥିଲି ।

ଏହା ହିଁ ମୋର ତୃତୀୟ ଜନ୍ମ ଥିଲା ବୋଲି ଏକ ସାକ୍ଷାତକାରରେ କହିଥିଲେ ଦିବଗଂତ ଅଭିନେତା ବିଜୟ ମହାନ୍ତି ।

ଏହି ଦିନ ମୋ ପାଇଁ ସବୁଠୁ ମୂଲ୍ୟବାନ । ଯାହା ଅଭୁଲା ହୋଇ ରହିବ । ମୋ ଶରୀର କେନ୍ଦ୍ରାପଡ଼ାରେ ଜନ୍ମ ହୋଇଥିଲା କିନ୍ତୁ ବଢ଼ିଲି ବାରିପଦାରେ ।

ସେ ସହର, ସେ ମାଟି, ସେଠାକାର ଲୋକଙ୍କ ଭଲପାଇବା, କଳା ପ୍ରତି ସେମାନଙ୍କ ଅଦମ୍ୟ ସ୍ନେହ ଆଉ ପ୍ରେମରେ ମୁଁ ତିଆରି ହେଲି ।

 

ଅଭିନୟର ମୂଳଦୁଆ ବାରିପଦାରରୁ ପଡ଼ିଥିଲା । ଆଉ ଅଭିନେତା ହେବା ପାଇଁ ସ୍ୱପ୍ନ ସେଇଠୁ ହିଁ ଦେଖିଥିଲି । ବାରିପଦାରେ ମୋ ମନ ଜନ୍ମ ହେଲା ।

ଲୋକାଲ ୱାୟାର

Filed Under: Odia, Special, ବିଶେଷ, ଶ୍ରଦ୍ଧାଞ୍ଜଳି Tagged With: Special, ଓଡିଶା, ବିଶେଷ, ଶ୍ରଦ୍ଧାଞ୍ଜଳି

ସହିଦ୍ ନନ୍ଦୁରାମ ମାଝୀଙ୍କ ପାଇଁ ରାଇରଙ୍ଗପୁରରେ ଶୋକ

June 17, 2020 By LocalWire Leave a Comment

ବାରିପଦା, ଜୁନ୍ ୧୭(ଲୋକାଲ ୱାୟାର): ଭାରତ-ଚୀନ୍ ସୀମାର ଗାଲୱାନ ଉପତ୍ୟକରେ ଗତ ସୋମବାର ରାତିରେ ଚୀନ୍ ସେନା ସହ ସଂଘର୍ଷରେ ସହିଦ ହୋଇଥିବା ୨୦ଜଣ ଭାରତୀୟ ଯବାନଙ୍କ ମଧ୍ୟରେ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡର ଜଣେ ଯବାନ ଥିବା ଜଣାପଡ଼ିବା ପରେ ଜିଲ୍ଲାବ୍ୟାପୀ ଶୋକର ଛାୟା ଖେଳି ଯାଇଛି ।

ରାଇରଙ୍ଗପୁର ଉପଖଣ୍ଡର ଯବାନ୍ ନନ୍ଦୁରାମ୍ ସୋରେନ ଓ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ଜଣେ ଯବାନ ଏହି ଘଟଣାରେ ସହିଦ୍ ହୋଇଛନ୍ତି ।

ସହିଦ୍ ନନ୍ଦୁରାମ୍ ଭାରତୀୟ ସେନାରେ ସୁବେଦାର୍ ଥିଲେ ।

ତାଙ୍କ ମୃତ୍ୟୁ ଖବର ପାଇବା ପରେ ସମଗ୍ର ଅଞ୍ଚଳ ସ୍ତବ୍ଧ ହୋଇଯାଇଛି ।

ମିଳିଥିବା ସୂଚନା ଅନୁସାରେ ମୃତ ନନ୍ଦୁରାମଙ୍କ ବୟସ ପ୍ରାୟ ୪୫ ବର୍ଷ ହେବ ।

ରାଇରଙ୍ଗପୁର ଥାନା ଠାରୁ ୩ କିଲୋମିଟର ଦୂର ବଡ଼ଚମ୍ପାଉଡ଼ା ଗାଁର ସ୍ୱର୍ଗତ କାହ୍ନୁ ମାଝୀଙ୍କ ସାନପୁଅ ଥିଲେ ନନ୍ଦୁରାମ ।

ଭାଗେନ୍ ମାଝୀ, ଦସମତ୍ ମାଝୀ ଓ ଦାମନ୍ ମାଝୀ ନନ୍ଦୁରାମଙ୍କ ୩ ଜଣ ବଡ଼ ଭାଇ ।

୧୯୯୬ ମସିହାରେ ବିହାରର ଦାନପୁରସ୍ଥିତ-୧୬ ରେଜିମେଣ୍ଟରୁ ନିଜର କାର୍ଯ୍ୟ ଆରମ୍ଭ କରିଥିଲେ । ତାଙ୍କ ପତ୍ନୀଙ୍କ ନାମ ଲକ୍ଷ୍ମୀ ସୋରେନ୍ ହୋଇଥିବା ବେଳେ ତାଙ୍କର ୩ଟି ଝିଅ ଅଛନ୍ତି ।

ପିଲାଙ୍କ ପଢ଼ାପଢ଼ି ପାଇଁ ଲକ୍ଷ୍ମୀ ତିନି ଝିଅ ମାନସୀ, ସୋନାଲି ଓ ଜ୍ଞାନେଶ୍ୱରୀଙ୍କ ସହ ରାଇରଙ୍ଗପୁରରେ ଘରଭଡ଼ା ନେଇ ରହୁଥିଲେ ।

ଜ୍ଞାନେଶ୍ୱରୀ ଏବେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ମାନସୀ ଚତୁର୍ଥ ଓ ସୋନାଲି ପ୍ରଥମ ଶ୍ରେଣୀରେ କେଲା ପବ୍ଲିକ୍ ସ୍କୁଲରେ ପାଠ ପଢ଼ୁଛନ୍ତି ।

ନନ୍ଦୁରାମଙ୍କ ବଡ଼ଭାଇ ଦାମନ୍ ମାଝୀ କହିଛନ୍ତି, ମଙ୍ଗଳବାର ସେ ପ୍ରଥମେ ଭାଇର ମୃତୁ୍ୟ ଖବର ପାଇଲି ।

ଗତ ୯ ବର୍ଷ ହେଲା ଲଦାଖର ଗାଲୱାନ୍ ଉପତ୍ୟକାରେ ସ୍ଥାନୀୟ ଅଞ୍ଚଳର ମହେନ୍ଦ୍ର ମହାନ୍ତ ଭାଇ ସହ ଏକାଠି କାମ କରୁଥିବା ବେଳେ ତାଙ୍କଠାରୁ ଏ ସମ୍ପର୍କିତ ଖବର ପାଇଲି ।

ମୋ ଭାଇ ଦେଶ ମାତୃକାର ସେବା କରି ଦେଶ ପାଇଁ ଜୀବନ ଦେଇଛି ।

ଏଥିପାଇଁ ମୋତେ ଯେତିକି ଗର୍ବ ଲାଗୁଛି; ଏତେ କମ୍ ବୟସରେ ତା’ର ତିନିଜଣ ସନ୍ତାନଙ୍କୁ ଛାଡ଼ି ଚାଲିଗଲା ସେକଥା ଭାବିଲେ ଖୁବ୍ କଷ୍ଟ ଓ ବ୍ୟତିବ୍ୟସ୍ତ ଲାଗୁଛି ।

ତାଙ୍କ ପରିବାରର ରକ୍ଷଣାବେକ୍ଷଣ ପାଇଁ ସରକାର ସେମାନଙ୍କୁ ୫୦ ଲକ୍ଷ ଟଙ୍କା ଦେବାକୁ ସେ ଦାବି କରିବା ସହ ନନ୍ଦୁରାମଙ୍କ ପତ୍ନୀଙ୍କୁ ଚାକିରି ଦେବାକୁ ଦାବି କରିଛନ୍ତି ।

ଅପରପକ୍ଷେ ନନ୍ଦୁରାମଙ୍କ ଏପରି ଦୁଃଖଦ ମୃତୁ୍ୟରେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ ଗଭୀର ସମବେଦନା ଜଣାଇଛନ୍ତି ।

ସହିଦଙ୍କ ପରିବାରର ମଙ୍ଗଳ ପାଇଁ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା ସହ ତାଙ୍କ ପତ୍ନୀଙ୍କୁ ସରକାରଙ୍କ ଯେକୌଣସି ବିଭାଗରେ ଚାକିରି ଯୋଗାଇ ଦେବାକୁ ସେ ଦାବି କରିଛନ୍ତି ।

ବୁଧବାର ସହିଦ୍ ନନ୍ଦୁରାମଙ୍କ ମୃତଦେହ ତାଙ୍କ ଗାଁ ବଡ଼ଚମ୍ପାଉଡ଼ାରେ ପହଞ୍ଚିବ ବୋଲି ଜଣାଯାଇଛି ।

ଲୋକାଲ ୱାୟାର

Filed Under: Odia, ଶ୍ରଦ୍ଧାଞ୍ଜଳି Tagged With: ଓଡିଶା

ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ ପୁରୁଷୋତ୍ତମ ସେଠୀଙ୍କ ପରଲୋକ

March 12, 2020 By LocalWire Leave a Comment

ଭଦ୍ରକ, ମାର୍ଚ୍ଚ ୧୧(ଲୋକାଲ ୱାୟାର): ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ ପୁରୁଷୋତ୍ତମ ସେଠୀଙ୍କର ୯୦ ବର୍ଷ ବୟସରେ ପରଲୋକ ହୋଇଥିବା ତାଙ୍କ ପରିବାର ସୂତ୍ରରୁ ପ୍ରକାଶ ।

୧୯୨୯ ଜୁନ ୧୭ରେ ପୁରୁଷାତ୍ତମ ସେଠୀଙ୍କର ଜନ୍ମ ହୋଇଥିଲା । ତାଙ୍କ ବାପାଙ୍କ ନାମ ଗୋପୀନାଥ ସେଠୀ ଓ ମା’ ରଜନୀ ଦେଇ ।

୧୯୫୨ ମସିହାରେ ସେ କଂଗ୍ରେସରେ ସାମିଲ ହୋଇଥିଲେ । ୧୯୮୦ରୁ ୧୯୮୫ ମସିହା ପର୍ଯ୍ୟନ୍ତ କଂଗ୍ରେସରୁ ବିଧାୟକ ଭାବେ ଭଣ୍ଡାରିପୋଖରୀକୁ ପ୍ରତିନିଧିତ୍ୱ କରିଥିଲେ ।

ବିଭିନ୍ନ ସମୟରେ ସେ ବିଭିନ୍ନ ସାଙ୍ଗନିକ ଦାୟିତ୍ୱରେ ରହିଥିଲେ । ସେ ଅବିଭକ୍ତ ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ଥିଲେ ।

ରାଜ୍ୟ ଖଦ ବୋର୍ଡ, ଅନୁସୂଚିତ ଜାତି ଓ ଜନଜାତି କର୍ପୋରେସନର ସଦସ୍ୟ ମଧ୍ୟ ରହିଥିଲେ । ତାଙ୍କ ମୃତ୍ୟୁରେ ବିଭିନ୍ନ ଦଳର ନେତାମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଲୋକାଲ ୱାୟାର

Filed Under: Odia, ଶ୍ରଦ୍ଧାଞ୍ଜଳି Tagged With: ଭଦ୍ରକ, ଶ୍ରଦ୍ଧାଞ୍ଜଳି

ସାମ୍ବାଦିକତାର ବିକାଶ ପାଇଁ ବିଜୁବାବୁ ଯାହା କରିଥିଲେ

March 5, 2020 By Prasanta Patnaik Leave a Comment

ଜଣେ ଅତ୍ୟନ୍ତ ଦୁଃସାହସିକ, ବୈମାନିକ ଓ ଦୂରଦୃଷ୍ଟା ରାଷ୍ଟ୍ରନୀତିଜ୍ଞ ଭାବରେ ବିଜୁବାବୁଙ୍କୁ ସମସ୍ତେ ଜାଣନ୍ତି । କିନ୍ତୁ ସାମ୍ବାଦିକତା କ୍ଷେତ୍ରରେ ବିଜୁବାବୁଙ୍କର ଅବଦାନ ସମ୍ପର୍କ କେବେ ହେଲେ ଅ।ଲୋଚନା ହେଉନଥିବାରୁ ତାଙ୍କ ଜୀବନର ଏହି ଦିଗଟି ପ୍ରାୟ ଅନ୍ଧାରରେ ରହିଯାଇଛି ।

ସ୍ୱାଧୀନତା ପୂର୍ବରୁ ଏବଂ ପରେ ପରେ ସମ୍ବାଦପତ୍ର ଗଣମାଧ୍ୟମ ଏକମାତ୍ର ଅସ୍ତ୍ର ରୂପେ ଥିବାରୁ ଏବଂ ଜନସାଧାରଣଙ୍କୁ ପ୍ରଭାବିତ କରିବା ଲାଗି ଅନ୍ୟ କୌଣସି ସମ୍ଭାବ୍ୟ ବିକଳ୍ପ ନଥିବାରୁ ବିଶିଷ୍ଟ ବାମପନ୍ଥୀ ନେତା ଓ ସାମ୍ବାଦିକ ଶ୍ରୀ ଏଡେଟାଟା ନାରାୟଣନ୍, ଡ. ଏଭି ବାଲିଗା, ଅରୁଣା ଅ।ସଫ ଅଲ୍ଲୀ ପ୍ରମୁଖ ଯେତେବେଳେ ଗୋଟିଏ ସପ୍ତାହିତ ସମ୍ବାଦପତ୍ର ପ୍ରକାଶ କରିବା ଲାଗି ଚିନ୍ତା କରିଥିଲେ, ସେମାନଙ୍କ ସହ ସାମିଲ ହୋଇଥିଲେ ବିଜୁ ପଟ୍ଟନାୟକ ।

ସେ ବ୍ରିଟିଶ ସରକାରଙ୍କ ଅଧିନସ୍ଥ ରୟାଲ ଇଣ୍ଡିଅ।ନ୍ ଏୟାରଫୋର୍ସରେ ପାଇଲଟ୍ ଥିବା ସମୟରେ ସ୍ୱାଧୀନତା ସଂଗ୍ରାମୀ ଜୟପ୍ରକାଶ ନାରାୟଣ,ରାମ ମନୋହର ଲୋହିଆ, ଅରୁଣା ଅ।ସଫ ଅଲ୍ଲୀ ପ୍ରମୁଖଙ୍କୁ ଗୋପନରେ ନିରାପଦ ସ୍ଥାନକୁ ନେବା ଆଣିବା କରି ବହୁ ବିପ୍ଳବୀଙ୍କର ଏକାନ୍ତ ଅ।ସ୍ଥାଭାଜନ ହୋଇସାରିଥିଲେ ।

ତେଣୁ ଶ୍ରୀମତି ଅ।ସଫ୍ ଅଲ୍ଲୀ, ଡ. ବାଲିଗା, ଶ୍ରୀ ନାରାୟଣନ୍ ପ୍ରମୁଖ ବିଜୁଙ୍କ ସହଯୋଗରେ ଦିଲ୍ଲୀର ଓଲଡ୍ ଥିଏଟର ରୋଡ୍ ସ୍ଥିତ ଏକ ଗୋଦାମ ଘରୁ ଦେଶର ପ୍ରଥମ ସମ୍ବାଦ ସାପ୍ତାହିକ ପତ୍ରିକା “ଲିଙ୍କ୍’ ପ୍ରକାଶ ପାଇବା ଲାଗି ବ୍ୟବସ୍ଥା ହୋଇଥିଲା ।

ସେତେବେଳେ ବିଜୁ ସବୁପ୍ରକାର ସହଯୋଗ କରିବା ସହ ଦିଲ୍ଲୀର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବହୁତଳ ପ୍ରାସାଦରୁ ଏହି ପତ୍ରିକାଟି ପ୍ରକାଶ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।

ତାଙ୍କ ପ୍ରସ୍ତାବ ଶୁଣି ଅରୁଣାଜୀ ଏବଂ ଅନ୍ୟମାନେ କହିଥିଲେ ” ତୁମର ଚେହେରା ଯେଭଳି ଉଚ୍ଚ ତୁମର ଚିନ୍ତାଧାରା ସେଭଳି ଉଚ୍ଚ, ମାତ୍ର ଏଥିପାଇଁ ଆବଶ୍ୟକ ଟଙ୍କା ଅ।ସିବ କେମିତି ?’ ବିଜୁ ସେତବେଳେ କହିଥିଲେ, “ଇଫ୍ ଦେୟାର ଇଜ୍ ଏ ଉଇଲ, ଦେୟାର ଉଇଲ ବି ଏ ୱେ’ ( ଅ।ମେ ଇଚ୍ଛା ଓ ଉଦ୍ୟମ କଲେ ପଇସାର ଅ।ଦୌ ଅଭାବ ରହିବ ନାହିଁ) ।

ସେତେବେଳେ ବିଜୁଙ୍କ ଦ୍ୱାରା ପ୍ରତିଷ୍ଠିତ କଳିଙ୍ଗ ଏୟାରଲାଇନ୍ସ ନେପାଳର କାଠମାଣ୍ଡୁ ସମେତ ବିଭିନ୍ନ ସ୍ଥାନକୁ ଯାତ୍ରୀ ଓ ମାଲ ପରିବହନ କରି ବେଶ୍ ଅ।ଦୃତ ହୋଇଥିଲା ।

ତେଣୁ ଏହି ଏୟାରଲାଇନ୍ସର ଯୋଗାଯୋଗ ଥିବାର ବ୍ୟକ୍ତିମାନଙ୍କ ଠାରୁ ପ୍ରସ୍ତାବିତ “ଲିଙ୍କ’ ପାଇଁ ସାହାଯ୍ୟ ଓ ସହଯୋଗ ଲୋଡାଯାଇଥିଲା ।

ସେତେବେଳେ କଳିଙ୍ଗ ଏୟାରଲାଇନ୍ସର ନେପାଳ ଅଫିସ ଦାୟିତ୍ୱରେ ଥିଲେ ଉଚ୍ଚ ଶିକ୍ଷିତ ଓଡିଅ। ଯୁବକ ବଙ୍କିମ ଚନ୍ଦ୍ର ଦାସ ।

ବିଜୁଙ୍କ ପ୍ରତି ତାଙ୍କର ପ୍ରଚଣ୍ଡ ଅନୁରୋକ୍ତି ଏବଂ ସାମ୍ବାଦିକତା ପ୍ରତି ବିଶେଷ ଶ୍ରଦ୍ଧା ଥିବା ହେତୁ ସେ ଏହି ପତ୍ରିକାଟି ପ୍ରକାଶ କରିବା ନିମନ୍ତେ ଗଠିତ ୟୁନାଇଟେଡ୍ ଇଣ୍ଡିଅ। ପିରିଅଡିକାଲସ୍ ପ୍ରା. ଲି.ର ଅଂଶଧନ ବିକ୍ରି କରିବା ଦିଗରେ ଉଦ୍ୟମ ଅ।ରମ୍ଭ କରିଥିଲେ । ନିଜେ ବିଜୁବାବୁ ଓ ତାଙ୍କର ବନ୍ଧୁମାନେ ମଧ୍ୟ ଏହାର ଅଂଶଧନ ବିକ୍ରିପାଇଁ ଲାଗି ପଡିଥିଲେ ।

ଏହି ଉଦ୍ୟମରେ ସଫଳ ହେବା ଫଳରେ ଲିଙ୍କ୍ ପତ୍ରିକାଟି ଅ।ତ୍ମପ୍ରକାଶ କରି କେବଳ ଭାରତରେ ନୁହେଁ ପୃଥିବୀର ଅନ୍ୟାନ୍ୟ ରାଷ୍ଟ୍ରରେ ମଧ୍ୟ ଅ।ଦୃତ ହୋଇଥିଲା ।

ଇତି ମଧ୍ୟରେ ଦିଲ୍ଲୀର ବାହାଦୂର ଶାହ ଜାଫର ମାର୍ଗଠାରେ ଏକ ଜମି ନେଇ “ଲିଙ୍କ୍ ହାଉସ୍’ ନିର୍ମାଣ କରାଯାଇ ସେହିଠାରୁ ଦୈନିକ “ପ୍ୟାଟ୍ରିୟଟ୍’ ସମ୍ବାଦପତ୍ର ପ୍ରକାଶ ପାଇଁ ମଧ୍ୟ ପଦକ୍ଷେପ ନିଅ।ଗଲା ।

ବିଜୁଙ୍କ ସହଧର୍ମିଣୀ ଶ୍ରୀମତି ଜ୍ଞାନ ପଟ୍ଟନାୟକ ସଂପୃକ୍ତ ପ୍ରକାଶନ ସଂସ୍ଥାର ଅନ୍ୟତମ ନିଦେ୍ର୍ଦଶିକା ଭାବରେ ରହିଲେ । ପଣ୍ଡିତ ଜବାହାରଲାଲ ନେହେରୁଙ୍କ ମନ୍ତ୍ରୀମଣ୍ଡଳର ଅନ୍ୟତମ ସଦସ୍ୟ ତଥା ଦେଶର ବୈଦେଶିକ ମନ୍ତ୍ରୀ ଭାବେ ସୁନାମ ଅର୍ଜନ କରିଥିବା ଭିକେ କ୍ରିଷ୍ଣାମେନନ୍, ସମାଜବାଦୀ ଚିନ୍ତାଧାରାକୁ ବିଶ୍ୱାସ କରୁଥିବା ବହୁ କଂଗ୍ରେସ ନେତା ଏହି ପ୍ରକାଶନ ସଂସ୍ଥାର ଶୁଭଚିନ୍ତକ ଥିଲେ ।

ଏଡେଟାଟା ନାରାୟଣନ୍ ପ୍ୟାଟ୍ରିୟଟ ଦୈନିକ ଓ ଲିଙ୍କ୍ ସାପ୍ତାହିକର ମୁଖ୍ୟ ସଂପାଦକ ଏବଂ ସୁପରିଚିତ ସମାଜବାଦୀ ସାମ୍ବାଦିକ ପି ବିଶ୍ୱନାଥ ଏହାର ସଂପାଦକ ଭାବରେ ଦାୟିତ୍ୱ ତୁଲାଇଥିଲେ । ଦେଶର ପ୍ରଗତି ଓ ସମାଜବାଦୀ ଚିନ୍ତାଧାରାର ବାର୍ତ୍ତାବହ ଭାବରେ ଏହି ସମ୍ବାଦପତ୍ର ଓ ସାପ୍ତାହିକ ପତ୍ରିକା ଦିଲ୍ଲୀର ରାଜନୀତିକୁ ପ୍ରଭାବିତ କରିବାରେ କେତେକ ପରିମାଣରେ ସଫଳ ହୋଇପାରିଥିଲା ।

ବିଜୁଙ୍କ “ଲିଙ୍କ୍ ହାଉସ୍’ ନିର୍ମାଣର ସ୍ୱପ୍ନକୁ ପ୍ରଥମେ ପ୍ରଥମେ ଅରୁଣାଜୀ ମଧ୍ୟ ବିରୋଧ କରିଥିଲେ । ସେ କହିଥିଲେ, ହାତରେ ଧନ ନଥିବା ସମୟରେ ଏତେବଡ ସ୍ୱପ୍ନ ଦେଖିବା ଉଚିତ ହେବ ନାହିଁ ।

ମାତ୍ର ବିଜୁ ତାଙ୍କ ସ୍ୱଭାବ ସୁଲଭ ଭଙ୍ଗୀରେ କହୁଥିଲେ, ” ଅରୁଣାଜୀ, ଅ।ପଣା ଅ।ଦୌ ହତାଶ ହୁଅନ୍ତୁ ନାହିଁ, ନିଜ ଉପରେ ଓ ମୋ ଭଳି ଅ।ପଣଙ୍କ ସହ ଥିବା ପ୍ରତିଟି “ସୈନିକ’ ଉପରେ ଅ।ସ୍ଥା ରଖନ୍ତୁ, ନିଶ୍ଚିତ ଭାବରେ ଏହିଠାରେ “ଟାଇମ୍ସ ଅଫ୍ ଇଣ୍ଡିଅ।’, “ଇଣ୍ଡିଅ।ନ୍ ଏକ୍ସପ୍ରେସ୍’ ପ୍ରଭୃତି ସମ୍ବାଦପତ୍ରର କାର୍ଯ୍ୟାଳୟ ନିକଟରେ ଲିଙ୍କ୍ ହାଉସ୍ ମୁଣ୍ଡଟେକି ଛିଡାହେବ ।’

ଏହି ସାମ୍ବାଦିକ ୧୯୬୭ ମସିହା ଠାରୁ ଲିଙ୍କ ଓ ପ୍ୟାଟ୍ରିୟଟ୍ ସହ ସଂପୃକ୍ତ ହେବା ପରେ ଯେତେବେଳେ ଶ୍ରୀମତି ଅ।ସଫ୍ ଅଲ୍ଲୀଙ୍କ ସହ ଦେଖାହୁଏ ସେ ସବୁବେଳେ ଲିଙ୍କ୍ ହାଉସ୍ ନିର୍ମାଣରେ ବିଜୁଙ୍କ ଅବଦାନ ସଂପର୍କରେ ମନେ ପକାଇ ଏଥିପାଇଁ ତାଙ୍କୁ ପ୍ରଶଂସା କରିବା ସମୟରେ ଯଥେଷ୍ଟ ପରିମାଣରେ ଭାବପ୍ରବଣ ହୋଇଉଠିଥାନ୍ତି ।

ଏହା ତ ଗଲା ଇଂରାଜୀ ସାମ୍ବାଦିକତା କ୍ଷେତ୍ରରେ ବିଜୁଙ୍କ ଅବଦାନ ।

ଓଡିଆ ସାମ୍ବାଦିକତା ପ୍ରତି ଅବଦାନ 

ଓଡିଅ। ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନ ମଧ୍ୟ ଅବିସ୍ମରଣୀୟ । ଓଡିଶାରୁ ପ୍ରକାଶ ପାଉଥିବା ସମାଜ, ପ୍ରଜାତନ୍ତ୍ର, ମାତୃଭୂମି, ଗଣତନ୍ତ୍ର ପ୍ରଭୃତି ସମ୍ବାଦପତ୍ରଗୁଡିକରେ ବହୁ ଉଚ୍ଚ ଶିକ୍ଷିତ ସାମ୍ବାଦିକ କାର୍ଯ୍ୟ କରୁଥିଲେ ମଧ୍ୟ ଏହି ପେଶା ପ୍ରତି ଶିକ୍ଷିତ ଯୁବକମାନଙ୍କୁ ଅ।କର୍ଷିତ କରିବା ଭଳି ଦରମା ମିଳୁନଥିବାରୁ ଅନେକ ଏଥିପ୍ରତି ଅ।ଗ୍ରହୀ ହେଉନଥିଲେ ।

ବହୁ କ୍ଷେତ୍ରରେ ଡ. ହରେକୃଷ୍ଣ ମହତାବ, ଡ. ରାଧାନାଥ ରଥ ପ୍ରମୁଖଙ୍କ ଅନୁଗାମୀମାନଙ୍କୁ ଏବଂ ଦଳୀୟ କର୍ମୀମାନଙ୍କୁ ସାମ୍ବାଦିକ ଭାବରେ କାର୍ଯ୍ୟ କରିବା ଲାଗି ସୁଯୋଗ ମିଳୁଥିଲା । ସେହି ଦୃଷ୍ଟିରୁ ସାମ୍ବାଦିକତାକୁ ପେଶା ଭାବରେ ଗ୍ରହଣ କରିବା ପାଇଁ ଶିକ୍ଷିତ ଯୁବକମାନଙ୍କ ମଧ୍ୟରେ ଅ।ଗ୍ରହ ପ୍ରକାଶ ପାଉନଥିଲା ।

ମାତ୍ର, ବିଜୁବାବୁ ଯେତବେଳେ “କଳିଙ୍ଗ’ ସମ୍ବାଦପତ୍ରଟି ପ୍ରକାଶ କରିବା ଲାଗି ସ୍ଥିର କଲେ ସେତେବେଳେ ରାଜ୍ୟର ଜଣାଶୁଣା କବି ଓ ସାହିତି୍ୟକ ତଥା ବାମପନ୍ଥୀ ନେତା ଶ୍ରୀ ମନମୋହନ ମିଶ୍ରଙ୍କୁ ଏହାର ସଂପାଦକ ଭାବରେ ନିଯୁକ୍ତି ଦେବା ସହ ବିଶିଷ୍ଟ କମୁ୍ୟନିଷ୍ଟ ନେତା ଶ୍ରୀ ବୈଦନାଥ ରଥଙ୍କୁ ଏହାର ଜେନେରାଲ ମ୍ୟାଜେନର ଭାବରେ ନିଯୁକ୍ତି ଦେଇଥିଲେ ।

ଏହି ସମ୍ବାଦପତ୍ରରେ ପ୍ରଖ୍ୟାତ କବି ଶ୍ରୀ ଜ୍ଞାନେନ୍ଦ୍ର ବର୍ମା, ଶ୍ରୀ ଭାନୁଜୀ ରାଓଙ୍କୁ ମଧ୍ୟ ସମ୍ମାନର ସହ ନିଯୁକ୍ତି ଦିଅ।ଯାଇଥିଲା । ପରବର୍ତ୍ତୀ କାଳରେ ବିଶିଷ୍ଟ ଔପନାସିକ ଶ୍ରୀ ସୁରେନ୍ଦ୍ର ମହାନ୍ତି ଏହାର ସଂପାଦକ ଭାବରେ ଯୋଗ ଦେଇଥିଲେ ।

ସେ ସମୟରେ ଘରୋଇ କଲେଜର ଅଧ୍ୟାପକମାନଙ୍କ ଦରମା ମାତ୍ର ଦୁଇଶହ ଷାଠିଏ ଟଙ୍କା ଓ ସରକାରୀ କଲେଜର ଅଧ୍ୟାପକମାନଙ୍କ ଦରମା ଦୁଇଶହ ନବେ ଟଙ୍କାରୁ ଅ।ରମ୍ଭ ହେଉଥିଲା ।

ମାତ୍ର ଯେଉଁ ଉଚ୍ଚ ଶିକ୍ଷିତ ଯୁବକମାନେ କଳିଙ୍ଗରେ ସହ ସଂପାଦକ ଭାବରେ ଯୋଗ ଦେଇଥିଲେ ସେମାନଙ୍କୁ ସର୍ବନିମ୍ନ ତିନିଶହ ପଚାଶ ଟଙ୍କା ଦରମା ମିଳିବାରୁ ଶ୍ରୀ ଦୀପକ ମିଶ୍ର, ଶ୍ରୀ କୃଷ୍ଣଚନ୍ଦ୍ର ମହାନ୍ତି ପ୍ରମୁଖ ବହୁ ଉଚ୍ଚ ଶିକ୍ଷିତ ଯୁବକ ଅଧ୍ୟାପନାରୁ ଇସ୍ତଫା ଦେଇ କଳିଙ୍ଗ ସମ୍ବାଦପତ୍ରରେ ଯୋଗ ଦେଇଥିଲେ ।

କେବଳ ସେତିକି ନୁହେଁ, “କଳିଙ୍ଗ’କୁ ଏକ ସୁଦୃଶ୍ୟ ଓ ରୁଚିସୁଲଭ ସମ୍ବାଦପତ୍ର ଭାବେ ପ୍ରକାଶ କରିବା ଲାଗି ସେ ସର୍ବଦା ଚେଷ୍ଟିତ ଥିଲେ । ଫଳରେ କଳିଙ୍ଗ ଏକାଧିକବାର ସୁଦୃଶ୍ୟ ସମ୍ବାଦପତ୍ର ଭାବରେ ଜାତୀୟ ପୁରସ୍କାର ପାଇବା ଲାଗି ମନୋନୀତ ହୋଇଥିଲା ।

ସାମ୍ବାଦିକ ମାନଙ୍କୁ ଯଥେଷ୍ଟ ଶ୍ରଦ୍ଧା ଓ ସମ୍ମାନ ଦେବା ଲାଗି ବିଜୁ କେବେ ହେଲେ କୁଣ୍ଠିତ ନଥିଲେ । ସମ୍ବାଦିକ ସମ୍ମିଳନୀ ସମୟରେ ସେ ରୁଚିଶୀଳ ଖାଦ୍ୟପେୟ ପରିବେଷଣ କରିବା ଲାଗି ବ୍ୟବସ୍ଥା କରୁଥିଲେ ।

ସାମ୍ବାଦିକମାନେ ବିପଦ ଅ।ପଦର ସମ୍ମୁଖୀନ ହେଲେ ବିଜୁ ସେମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବା ଲାଗି ତତ୍ପର ହୋଇଉଠିଥିଲେ । ତାଙ୍କରି ଶାସନ କାଳରେ କୌଣସି ସାମ୍ବାଦିକ ସରକାରୀ ଦଳ ବା ସରକାରୀ କଳର ଅ।କ୍ରୋଶର ଶିକାର ହୋଇନଥିଲା ।

ପରବର୍ତ୍ତୀ କାଳରେ ଯେତେବେଳେ ସାମ୍ବାଦିକମାନେ ଅ।କ୍ରୋଶର ଶିକାର ହୋଇଥିଲେ ସେତେବେଳେ ଖୋଦ୍ ବିଜୁବାବୁ ସେମାନଙ୍କ ନିରାପତ୍ତା ଦାବି କରିବା ଲାଗି ପଶ୍ଚାତ୍ପଦ ଦେଉନଥିଲେ ।

ସେ ଥିଲେ ସାମ୍ବାଦିକମାନଙ୍କ ପାଇଁ ଅସରନ୍ତି ପ୍ରେରଣା ଉତ୍ସ ।

ସୌଜନ୍ୟ: ଓଡିଶା ଡଟ କମ)

Filed Under: Odia, ବିଶେଷ, ଶ୍ରଦ୍ଧାଞ୍ଜଳି Tagged With: ଓଡିଶା, ବିଜୁ ପଟନାୟକ

ନାଟ୍ୟ ସଙ୍ଗଠକ ଓ ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁଙ୍କ ପରଲୋକ

March 3, 2020 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୨(ଲୋକାଲ ୱାୟାର): ଭୁବନେଶ୍ୱର ମହାନଗର ନିଗମ ୪ ନମ୍ବର ୱାର୍ଡର ନହରକଣ୍ଟା ବାସିନ୍ଦା ବିଶିଷ୍ଟ ନାଟ୍ୟ ସଙ୍ଗଠକ, ଗ୍ରାମାଞ୍ଚଳ ନାଟ୍ୟ ନିର୍ଦ୍ଦେଶକ, ନହରକଣ୍ଟା ଜାଗୁଳାଇ ଗୀତିନାଟ୍ୟ ସଂସଦର ପ୍ରତିଷ୍ଠାତା, ଭୁବନେଶ୍ୱର ୯ ନମ୍ବର ବ୍ୟବସାୟୀ ସଂଘର ବରିଷ୍ଠ ସଭ୍ୟ ଶରତ ଚନ୍ଦ୍ର ସାହୁଙ୍କର ରବିବାର ପୂର୍ବାହ୍ନରେ ୬୫ବର୍ଷ ବୟସରେ ପରଲୋକ ହୋଇଯାଇଛି ।

ଜଣେ ମେଧାବୀ ଛାତ୍ର ଭାବେ ସ୍ନାତକ ଉତ୍ତୀର୍ଣ୍ଣ ହେବାପରେ ସରକାରୀ ଚାକିରୀ ନ କରି ସ୍ୱର୍ଗତ ସାହୁ ତାଙ୍କ ବାପାଙ୍କ ବ୍ୟବସାୟ ପରିଚାଳନା କରିବା ସହ ନିଜ ଗ୍ରାମ ନହରକଣ୍ଟା ଓ ଆଖପାଖ ଅଞ୍ଚଳର ଯୁବକମାନଙ୍କୁ ସଙ୍ଗଠିତ କରି ଲୁପ୍ତ ହେବାକୁ ଯାଉଥିବା ଗୀତିନାଟ୍ୟର ପ୍ରଚାର ଓ ପ୍ରସାର ପାଇଁ ଜାଗୁଳାଈ ଗୀତିନାଟ୍ୟ ସଂସଦ ସ୍ଥାପନ କରି ତାହା ମାଧ୍ୟମରେ ଗୀତିନାଟ୍ୟ ପରିବେଷଣ କରୁଥିଲେ ଏବଂ ଗ୍ରାମ ନିକଟସ୍ଥ ବିଭିନ୍ନ ନାଟ୍ୟ ସଙ୍ଗଠନ ସହିତ ଭୁବନେଶ୍ୱରର ବିଭିନ୍ନ ନାଟ୍ୟ ସଂସଦ ସହିତ ସାମିଲ ଥିଲେ ।

ତାଙ୍କ ମର ଶରୀରକୁ ଶୋଭଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

ଲୋକାଲ ୱାୟାର

Filed Under: Odia, ଶ୍ରଦ୍ଧାଞ୍ଜଳି Tagged With: ଓଡିଶା, ଭୁବନେଶ୍ୱର, ଶ୍ରଦ୍ଧାଞ୍ଜଳି

ଗ୍ରନ୍ଥମନ୍ଦିରର ମୁଖ୍ୟ ସଞ୍ଚାଳକ ପ୍ରକାଶକ ଅଭିରାମ ମହାପାତ୍ରଙ୍କ ପରଲୋକ

March 1, 2020 By Prabeen Sahoo Leave a Comment

କଟକ,ମାର୍ଚ୍ଚ ୧ (ଲୋକାଲ ୱାୟାର): ବିଶିଷ୍ଟ ପ୍ରକାଶକ ତଥା ପ୍ରତିଷ୍ଠିତ ଓଡିଆ ପୁସ୍ତକ ପ୍ରକାଶନ ସଂସ୍ଥା ଗ୍ରନ୍ଥମନ୍ଦିରର ମୁଖ୍ୟ ସଞ୍ଚାଳକ ଅଭିରାମ ମହାପାତ୍ରଙ୍କର ୮୭ ବର୍ଷ ବୟସରେ ରବିବାର ସକାଳେ ଏଠାରେ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଥିବା ତାଙ୍କ ପରିବାର ସଦସ୍ୟ କହିଛନ୍ତି।

ସେ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ତାଙ୍କ ଶେଷ ଶଯ୍ୟା ନିକଟରେ ୪ କନ୍ୟା, ଜ୍ବାଇଁ ଡିଏଭିପିର ପ୍ରାକ୍ତନ ନିର୍ଦ୍ଦେଶକ ଉମାକାନ୍ତ ମିଶ୍ର, ୩ ପୁଅ ମନୋଜ,ଆଦିତ୍ୟ ଓ ତପନ, ନାତିନାତୁଣୀମାନେ ଉପସ୍ଥିତ ଥିଲେ।

ତାଙ୍କ ପରଲୋକ ଖବର ପାଇ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ରାମାଶିଷ ହାଜରାଙ୍କ ସମେତ ବହୁ ପଦାଧିକାରୀ, ବିଶିଷ୍ଟ ଲେଖକ, ପ୍ରକାଶକ,ପାଠକ,ସ୍ଥାନୀୟ ଜନସାଧାରଣ ଓ ଆତ୍ମୀୟ ସ୍ବଜନ ତାଙ୍କ ସୂତାହାଟସ୍ଥିତ ବାସଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ।
କଟକ ସତୀଚୌରା ଠାରେ ତାଙ୍କର ଶେଷକୃତ୍ୟ ସାମାପିତ ହୋଇଯାଇଛି।

୧୯୩୩ ମସିହା ମାର୍ଚ୍ଚ ୩୦ ତାରିଖରେ ଅଭିରାମ ବାଣପୁର କୁମାରାଙ୍ଗ ଶାସନରେ ପିତା ଶ୍ରୀଧର ମହାପାତ୍ର ଓ ମାତା ଗୌରୀ ଦେବୀଙ୍କ ଠାରୁ ଜନ୍ମ ଗ୍ରହଣ କରିଥିଲେ।

ପିତା ଶ୍ରୀଧର ମହାପାତ୍ରଙ୍କ ପ୍ରତ୍ୟେକ୍ଷ ପ୍ରେରଣା ଓ ନିଜସ୍ବ ଅଧ୍ୟବସାୟ ବଳରେ ସେ ପୁସ୍ତକ ପ୍ରକାଶନ ସଂସ୍ଥା ଗ୍ରନ୍ଥମନ୍ଦିରକୁ ଏକ ପ୍ରମୁଖ ଅନୁଷ୍ଠାନରେ ପରିଣତ କରିଥିଲେ।

ସେ ନିଜର ନିଷ୍ଠା, ସାଧୁତା ଓ ଉତ୍ତମ ବ୍ୟବହାର ଯୋଗୁ ଉଭୟ ଲେଖକ ଓ ପାଠକଙ୍କର ପ୍ରିୟ ଭାଜନ ହୋଇପାରିଥିଲେ।

ଲୋକାଲ ୱାୟାର

Filed Under: Odia, ଶ୍ରଦ୍ଧାଞ୍ଜଳି Tagged With: ଓଡିଶା, କଟକ, ଘଟଣା

ଏରସମାର ପୂର୍ବତନ ବିଧାୟକ ବିଜୟ ନାୟକଙ୍କ ପରଲୋକ

February 26, 2020 By LocalWire Leave a Comment

ଜଗତସିଂହପୁର, ଫେବ୍ରୁଆରୀ ୨୬(ଲୋକାଲ ୱାୟାର): ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ବୁଧବାର ଏରସମା (ଜଗତସିଂହପୁର ଜିଲ୍ଲା) ର ପୂର୍ବତନ ବିଧାୟକ ବିଜୟ ନାୟକ (୭୦)ଙ୍କ ପରଲୋକ ହୋଇଯାଇଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି ।

୧୯୫୧ ମସିହାରେ ଏରସମା ବ୍ଲକର ଗୋବିନ୍ଦପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ଶ୍ରୀ ନାୟକଙ୍କ ବାପା ଶ୍ରୀରାମ ନାୟକ ଅଞ୍ଚଳର ପ୍ରତିଷ୍ଠିତ ବ୍ୟକ୍ତି ଥିବା ବେଳେ ଭାଇ ସ୍ୱର୍ଗତ ରମାକାନ୍ତ ନାୟକ ଥିଲେ ସାମ୍ୟବାଦୀ ନେତା ।

ରେଭେନ୍ସା କଲେଜରେ ଉଚ୍ଚଶିକ୍ଷା ବେଳେ ଶ୍ରୀ ନାୟକ ୧୯୭୩ରେ ଛାତ୍ର ସଂସଦ ସଭାପତି ନିର୍ବାଚନ ଲଢ଼ିଥିଲେ ।

ପରେ ଅବିଭକ୍ତ କଟକ ଜିଲ୍ଲାର ଛାତ୍ର କଂଗ୍ରେସ ସଭାପତି ହୋଇଥିଲେ ।

୧୯୮୦ ମସିହାରେ ଜାଗ୍ରତ ଓଡ଼ିଶା ଦଳରୁ ତିର୍ତ୍ତୋଲ ରାଜନୀତିରେ ପ୍ରବେଶ କରି ନିର୍ବାଚନ ଲଢ଼ିଥିଲେ ।

୧୯୯୦ ସାଧାରଣ ନିର୍ବାଚନରେ ଏରସମା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ ।

୧୯୯୫ ନିର୍ବାଚନରେ ଶ୍ରୀ ନାୟକ ଡା. ଦାମୋଦର ରାଉତଙ୍କୁ ପରାସ୍ତ କରି ବିଧାୟକ ହୋଇଥିଲେ ।

କିନ୍ତୁ ୨୦୦୦ ମସିହା ନିର୍ବାଚନରେ କିନ୍ତୁ ଶ୍ରୀ ନାୟକ ପରାଜିତ ହୋଇଥିଲେ ।

ଦୀର୍ଘ ବର୍ଷ ଧରି କଂଗ୍ରେସ ରାଜନୀତିରେ ସେ ସକ୍ରିୟ ଥିଲେ ।

ତାଙ୍କ ମୃତ୍ୟୁରେ ବିଭିନ୍ନ ଦଳର ନେତାମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଲୋକାଲ ୱାୟାର

Filed Under: Odia, ଶ୍ରଦ୍ଧାଞ୍ଜଳି Tagged With: ଓଡିଶା, ଜଗତସିଂହପୁର, ଶ୍ରଦ୍ଧାଞ୍ଜଳି

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 7
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire