• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

ସ୍ୱାସ୍ଥ୍ୟ

କ୍ୟାନ୍ସର ରୋଗୀଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି

April 28, 2020 By LocalWire Leave a Comment

ଭୁବନେଶ୍ୱର, ଏପ୍ରିଲ ୨୮ (ଲୋକାଲ ୱାୟାର) : କ୍ୟାନ୍ସର ରୋଗୀଙ୍କ ପାଇଁ ହେଲ୍ପ ଲାଇନ୍ ନମ୍ବର ଜାରି ହୋଇଥିବା ସ୍ୱାସ୍ଥ୍ୟ ଓ ପରିବା କଲ୍ୟାଣ ବିଭାଗ ଟ୍ୱିଟ କରି କହିଛି ।

Please find District cancer care helpline numbers. They are trained to administer chemotherapy, palliative care & for follow up. They are also connected to AHPGIC through telemedicine. 1/2 pic.twitter.com/03pvSlJPi2

— H & FW Dept Odisha (@HFWOdisha) April 28, 2020


ସମସ୍ତ ଜିଲ୍ଲାର କ୍ୟାନ୍ସର ରୋଗୀଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର ଜାରି ହୋଇଛି ।

ଜାରି ହୋଇଥିବା ନମ୍ବରରେ ହ୍ୱାଟସ୍‌ଆପ୍‌, କଲ୍ କିମ୍ବା ଭିଡିଓ କଲ୍ କରି ଡାକ୍ତରଙ୍କ ଠାରୁ ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟ ପରାମର୍ଶ ନେଇ ପାରିବେ ।

ସୋମବାର ରୁ ଶନିବାର ପର୍ଯ୍ୟନ୍ତ ସକାଳ ୧୦ ଟାରୁ ମଧ୍ୟାହ୍ନ ଗୋଟାଏ ଭିତରେ ଡାକ୍ତରଙ୍କ ସହ ଯୋଗାଯୋଗ କରି ପାରିବେ ରୋଗୀ ।

ଲୋକାଲ ୱାୟାର

Filed Under: Health, Odia, ସ୍ୱାସ୍ଥ୍ୟ Tagged With: ଓଡିଶା, ସ୍ୱାସ୍ଥ୍ୟ

ରାଜ୍ୟରେ ସ୍ୱାସ୍ଥ୍ୟ ବିପର୍ଯ୍ୟୟ ପ୍ରଶମନ ତାଲିମ କେନ୍ଦ୍ର ଗଠନ ହେବ: ମନ୍ତ୍ରୀ

April 16, 2020 By LocalWire Leave a Comment

ଭୁବନେଶ୍ୱର, ଏପ୍ରିଲ ୧୬(ଲୋକାଲ ୱାୟାର): ଏନଡିଆରଫ(ନ୍ୟାସନାଲ ଡିଜାଷ୍ଟର ରେସପନ୍ସ ଫୋର୍ସ) ଢାଞ୍ଚାରେ ରାଜ୍ୟରେ ଏକ ସ୍ୱାସ୍ଥ୍ୟ ବିପର୍ଯ୍ୟୟ ପ୍ରଶମନ ତାଲିମ କେନ୍ଦ୍ର ଗଠନକୁ ଗୁରୁତ୍ୱ ଦିଆଯିବ ବୋଲି ଗୁରୁବାର ଲୋକସେବା ଭବନରେ ମନ୍ତ୍ରୀସ୍ତରୀୟ ବୈଠକ ପରେ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।

ସେ କହିଛନ୍ତି, ପ୍ରସ୍ତାବିତ ତାଲିମ କେନ୍ଦ୍ରରେ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ି କର୍ମୀ, ଆଶା ଏବଂ ପାରାମେଡିକ୍ ଇତ୍ୟାଦି ସ୍ୱାସ୍ଥ୍ୟଜନିତ ବିପର୍ଯ୍ୟର ମୁକାବିଲା ଲାଗି ପ୍ରଶିକ୍ଷଣ ପାଇବେ ।

ଏନଡିଆରଏଫ ଢାଞ୍ଚାରେ ସେମାନଙ୍କ ଏହି ପ୍ରଶିକ୍ଷଣ ଦିଆଯିବ । ରାଜ୍ୟରେ କୋଭିଡ-୧୯ର ସଂକ୍ରମଣକୁ ରୋକିବାକୁ ଆସନ୍ତା ଦିନରେ ପୁୁଲ୍ କରୋନା ଟେଷ୍ଟ (ବହୁ ଲୋକଙ୍କ ମଧ୍ୟରୁ ନମୁନା ସଂଗ୍ରହ) କରାଯିବ ।

ବିପୁଳ ପରୀକ୍ଷଣ ସରଞ୍ଜାମ ଯୋଗାଇ ଦେବାକୁ କେନ୍ଦ୍ର ନିକଟରେ ଦାବି କରାଯିବ । ଓଡ଼ିଶା ରାଜ୍ୟ ଔଷଧ ନିଗମ ଜରିଆରେ ଏହା କରାଯିବାକୁ ମନ୍ତ୍ରୀ ବୈଠକରେ ପ୍ରସ୍ତାବ ରଖିଥିଲେ ।

ବୁର୍ଲାା ମେଡିକାଲ କଲେଜକୁ ଆଉ ତିନୋଟି କୋଭିଡ-୧୯ ପରୀକ୍ଷଣ ଯନ୍ତ୍ର ଯୋଗାଇ ଦେବା ସହ ବଲାଙ୍ଗିର ମେଡିକାଲ କଲେଜ, କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଭୁବନେଶ୍ୱରର ସମ୍ ହସପିଟାଲ, କିମ୍ସ ହସପିଟାଲ, ହାଇଟେକ୍ ମେଡିକାଲ କଲେଜ ରେ ମଧ୍ୟ କରୋନା ପରୀକ୍ଷା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେବାକୁ ବୈଠକରେ କୁହାଯାଇଥିବା ମନ୍ତ୍ରୀ କହିଛନ୍ତି ।

କରୋନାକୁ ରୋକିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଅନ୍ୟାନ୍ୟ ରାଜ୍ୟ ମାନଙ୍କ କାର୍ଯ୍ୟଶୈଳୀକୁ ଅନୁଧ୍ୟାନ କରି ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ମତ ଦେଇଥିଲେ ।

ଆଗାମୀ ଦିନରେ ପ୍ରତ୍ୟେକ ଦିିନ ୩ହଜାର ନମୁନା ଟେଷ୍ଟ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଲୋକାଲ ୱାୟାର

Filed Under: Odia, ସ୍ୱାସ୍ଥ୍ୟ Tagged With: Health, ଓଡିଶା, ସ୍ୱାସ୍ଥ୍ୟ

କୋଭିଡ-୧୯: ଚାଲିଛି ଗର୍ଭବତୀଙ୍କ ପାଇଁ ଆମ୍ବୁଲାନ୍ସ ସେବା

April 15, 2020 By LocalWire Leave a Comment

ଭୁବନେଶ୍ୱର, ଏପ୍ରିଲ ୧୫ (ଲୋକାଲ ୱାୟାର): ମାର୍ଚ୍ଚ ୨୪, ୨୦୨୦ରେ ଲକଡାଉନ ଜାରି ପରେ ବାଇକ୍ ଆମ୍ବୁଲାନ୍ସ ସେବା ମାଧ୍ୟମରେ କନ୍ଧମାଳ ଜିଲ୍ଲାର ଅତି କମ୍ ରେ ୯୨ ଗର୍ଭବତୀ ମହିଳା ଉପକୃତ ହୋଇ ପାରିଛନ୍ତି ।

ଦେଶ କୋଭିଡ-୧୯ ମହାମାରୀ ବିରୋଧରେ ଲଢୁଥିବା ବେଳେ ବିଭିନ୍ନ ରାଜ୍ୟରେ ଗର୍ଭବତୀ ମହିଳାଙ୍କୁ ଉପଯୁକ୍ତ ଡାକ୍ତରୀ ସହାୟତା ମିଳୁନଥିବା ନଜରକୁ ଆସିଛି ।

ତେବେ କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳର ଗର୍ଭବତୀ ମହିଳାମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ପହଁଚାଇବା ପାଇଁ ବାଇକ ଆମ୍ବୁଲାନ୍ସ ସେବା ଜାରି ରହିଛି ।

ମାର୍ଚ୍ଚ ୨୪, ୨୦୨୦ ଲକ୍ ଡାଉନ ଘୋଷଣା ପରଠାରୁ ଆଭ୍ୟନ୍ତରୀଣ ଗାଁ ଦାରିଙ୍ଗବାଡି, ବାଲିଗୁଡ଼ା ଓ ଫିରିଙ୍ଗିଆ ବ୍ଲକର ଅତି କମ୍ ରେ ୯୨ ଗର୍ଭବତୀ ମହିଳା ବାଇକ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଡାକ୍ତରଖାନାକୁ ଯାଇଛନ୍ତି ।

ଜିଲ୍ଲାର ଆଭ୍ୟନ୍ତରୀଣ ଅଂଚଳରେ ରୋଗୀଙ୍କ ପରିବହନ ପାଇଁ ୨୦୧୮ରେ ଏହି ସେବା ଆରମ୍ଭ ହୋଇଥିଲା ।

ପାହାଡ ଓ ଘଞ୍ଚ ଜଙ୍ଗଲ ଘେରା କନ୍ଧମାଳ ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା । ଏପ୍ରିଲ ୧୪, ୨୦୨୦ ସୁଦ୍ଧା ଏଠାରେ କୋଭିଡ-୧୯ ପଜିଟିଭ ମାମଲା ରିପୋର୍ଟ ହୋଇନାହିଁ ।

ତେବେ ମହିଳାମାନଙ୍କୁ ଡାକ୍ତରଖାନା ନେବା ବେଳେ ସାମାଜିକ ଦୂରତ୍ୱ ବଜାୟ ଭଳି ପଦକ୍ଷେପ ନିଆଯାଉଛି ବୋଲି ଜିଲ୍ଲା ଅଧିକାରୀମାନେ କହିଛନ୍ତି ।

ମୋ ଗର୍ଭ ଯନ୍ତ୍ରଣା ଆରମ୍ଭ ହେଲା ବେଳକୁ ଡାକ୍ତରଖାନା ଯିବା ପାଇଁ ଗାଡ଼ି ମିଳୁନଥିଲା ।

ଆଶା କର୍ମୀ ଫୋନ୍ କରିବାର ୨୦ ମିନିଟ ମଧ୍ୟରେ ବାଇକ ଆମ୍ବୁଲାନ୍ସ ମୋ ଘରେ ପହଁଚିଥିଲା ବୋଲି ଦାରିଙ୍ଗବାଡ଼ି ପନ୍ଦରେସି ଗାଁର ୨୫ ବର୍ଷୀୟା ଆଦିବାସୀ ମହିଳା ଜିମିତା ପ୍ରଧାନ କହିଛନ୍ତି ।

ବୁଦାଗୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାର୍ଚ୍ଚ ୩୧ରେ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି ।

ବାଇକ୍ ଆମ୍ବୁଲାନ୍ସରେ ଗୋଟିଏ ଦୁଇଚକିଆ ଯାନ ସହ ଏକ ହୁଡ୍ ଥିବା କ୍ୟାରିୟର ଥାଏ । ଗୋଟିଏ ବାଇକରେ ଜଣେ ରୋଗୀ ହିଁ ଯାଇପାରିବେ । ପାହାଡ଼ିଆ ଓ ଜଙ୍ଗଲିଆ ଦୁର୍ଗମ ଅଞ୍ଚଳରେ ବାଇକ୍ ଆମ୍ବୁଲାନ୍ସ ପହଞ୍ଚି ପାରିଥାଏ ।

ତିନି ବ୍ଲକର ଗ୍ରାମ ପଞ୍ଚାୟତରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଞ୍ଚଟି ବାଇକ ଆମ୍ବୁଲାନ୍ସ ରଖାଯାଇଛି ବୋଲି କନ୍ଧମାଳ ଜିଲ୍ଲାପାଳ ବୃନ୍ଦା ଡି. କହିଛନ୍ତି ।

ଜିଲ୍ଲା ପ୍ରଶାସନ ସହାୟତାରେ ସ୍ଥାନୀୟ ବେସରକାରୀ ସଂଗଠନର ସ୍ୱେଚ୍ଛାସେବୀମାନେ ଏହି ଗାଡ଼ିଗୁଡ଼ିକର ରକ୍ଷଣାବେକ୍ଷଣ କରନ୍ତି ।

କୋଭିଡ-୧୯ ସଂକ୍ରମଣ ବେଳେ ପରିବହନ ବ୍ୟବସ୍ଥା ଅଭାବରୁ ଡାକ୍ତରଖାନା ପ୍ରସବ ହ୍ରାସ ପାଉ ବୋଲି ପ୍ରଶାସନ ଚାହିଁନଥିଲା । ଗର୍ଭବତୀ ମହିଳାଙ୍କ ବ୍ୟତୀତ ଏହି ଆମ୍ବୁଲାନ୍ସଗୁଡିକ ଅସୁସ୍ଥ ଶିଶୁଙ୍କୁ ଡାକ୍ତରଖାନା ନିଆଯାଉଛି ।

୨୦୧୮ରେ ଜିଲ୍ଲାପାଳ ବୃନ୍ଦା ଡି. ବାଇକ ଆମ୍ବୁଲାନ୍ସ ସେବା ଆରମ୍ଭ କରିଥିଲେ । ଡାକ୍ତରଖାନାରେ ପ୍ରସବ ସୁନିଶ୍ଚିତ କରିବାର ପ୍ରୟାସ ସ୍ୱରୂପ ଆଶା, ଅଙ୍ଗନବାଡ଼ି କର୍ମୀଙ୍କୁ ନିୟୋଜିତ କରାଯାଇଛି ।

ଏହି ସେବା ଆରମ୍ଭ ହେବା ଦିନଠାରୁ ଦୂରଦୂରାନ୍ତ ଗାଁରୁ ପ୍ରସବ ପାଇଁ ପ୍ରାୟ ୪ଶହ ଗର୍ଭବତୀ ମହିଳାଙ୍କୁ ଆଖପାଖ ଡାକ୍ତରଖାନାକୁ ନିଆଯାଇଛି । ଏହି ସେବାରେ ଅନ୍ତର୍ଭୁକ୍ତ ଗାଁଗୁଡିକର ପ୍ରାୟ ୪୦ % ଗର୍ଭବତୀ ମହିଳା ୨୦୧୭ ପର୍ଯ୍ୟନ୍ତ ଘରେ ପ୍ରସବ କରୁଥିଲେ ।

ବାଇକ୍ ଆମ୍ବୁଲାନ୍ସ ସେବା ଆରମ୍ଭ ହେବା ପରଠାରୁ ଡାକ୍ତରଖାନାରେ ଶତ ପ୍ରତିଶତ ପ୍ରସବ ହେଉଛି ବୋଲି କନ୍ଧମାଳର ଏକ ବେସରକାରୀ ସଂଗଠନ ଜାଗୃତିର ସଦସ୍ୟ କୈଳାଶ ଦଣ୍ଡପାଟ କହିଛନ୍ତି ।

କଟିଙ୍ଗିଆ ଓ ବୁଦାଗୁଡା ଗ୍ରାମ ପଞ୍ଚାୟତରେ ରହୁଥିବା ୨ଟି ବାଇକ୍ ଆମ୍ବୁଲାନ୍ସ ଦାୟିତ୍ୱରେ ଜାଗୃତି ଥିବା ବେଳେ ଏହା ଉପରେ ଦାରିଙ୍ଗବାଡ଼ିର ୮ଟି ଗାଁ ଓ ବାଲିଗୁଡ଼ା ବ୍ଲକର ଗୋଟିଏ ଗାଁ ନିର୍ଭର କରୁଛନ୍ତି ।

ଲକ୍ ଡାଉନ ଲାଗୁ ହେବା ପୂର୍ବରୁ ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଯୁବ ସଂଗଠନ ଅନ୍ତରଙ୍ଗର ସ୍ୱେଚ୍ଛାସେବୀମାନେ ଜିଲ୍ଲା ବାହାର ଲୋକଙ୍କ ଗତିବିଧି ଉପରେ ନଜର ରଖିବାକୁ ପ୍ରଶାସନ ଓ ପୁଲିସ ଅଧିକାରୀମାନଙ୍କୁ ସାହାଯ୍ୟ କରିଥିଲେ ।

ଲୋକାଲ ୱାୟାର

Filed Under: Health, Odia, ସ୍ୱାସ୍ଥ୍ୟ Tagged With: Health, ଓଡିଶା, କନ୍ଧମାଳ, କରୋନା

ଶ୍ବାସ ରୋଗୀଙ୍କ ତଥ୍ୟ ଦେବାକୁ ହସ୍ପିଟାଲ ଗୁଡ଼ିକୁ ନିର୍ଦ୍ଦେଶ, ନ ମାନିଲେ କାର୍ଯ୍ୟାନୁଷ୍ଠାନ

April 4, 2020 By LocalWire Leave a Comment

ଭୁବନେଶ୍ବର, ଏପ୍ରିଲ ୪ (ଲୋକାଲ ୱାୟାର): ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ଶ୍ଵାସରୋଗୀଙ୍କ ସମସ୍ତ ତଥ୍ୟ ଜଣାଇବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବା ଶନିବାର କୋଭିଡ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି।

ଏଥିରେ ବ୍ୟତିକ୍ରମ ହେଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଆବଶ୍ୟକସ୍ଥଳେ ହସ୍ପିଟାଲ ସିଲ କିମ୍ବା ଲାଇସେନ୍ସ ରଦ୍ଦ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

ଦିଲ୍ଲୀ ନିଜାମୁଦ୍ଦିନ ସମ୍ମିଳନୀରୁ ଫେରିଥିବା ୨୮ ଜଣଙ୍କ ନମୁନା ପରୀକ୍ଷା ହୋଇଛି ସେଥିରୁ ୨୫ଟି ନେଗେଟିଭ ଓ ୩ଟି ପଜିଟିଭ ବାହାରିଛି ।

ରାଜ୍ୟର କେହି ବି ଉକ୍ତ ସମ୍ମିଳନୀରୁ ଫେରିଥିଲେ ୧୦୪କୁ ଫୋନ କରି ନିଜ ଆଡୁ ସୂଚନା ଦେବା ପାଇଁ ସେ କହିଛନ୍ତି ।

ଭଦ୍ରକର ଚତୁର୍ଥ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୪୨ ଜଣଙ୍କୁ ଚିହ୍ନଟ କରାଯାଇଛି ଓ ସୂର୍ଯ୍ୟନଗରର ପଞ୍ଚମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୩୮ ଜଣ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ ଜାରି ରହିଛି ବୋଲି ସେ ଜଣାଇଛନ୍ତି ।

ବର୍ତ୍ତମାନ ୯୧ ଜଣ ବିଭିନ୍ନ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ଓ କଟକ ଅଶ୍ବିନୀ ହସ୍ପିଟାଲରେ ୧୬ ଜଣ ଚିକିତ୍ସିତ ଅଛନ୍ତି ।

ଏଯାବତ ଭୁବନେଶ୍ବରରେ ୧୪, ଭଦ୍ରକରେ ୩ ଓ ଯାଜପୁର, କଟକ ଓ ପୁରୀରେ ଜଣେ ଲେଖାଏଁ ପିଜିଟିଭ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ୧୩୯୫ଟି ନମୁନା ଟେଷ୍ଟ ହୋଇଥିବାବେଳେ ସେଥିରୁ ୨୦ଟି ନମୁନା ପଜିଟିଭ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣ ଚିକିତ୍ସା ପରେ ରୋଗମୁକ୍ତ ହୋଇଛନ୍ତି ।

ଲୋକାଲ ୱାୟାର

Filed Under: Odia, ସ୍ୱାସ୍ଥ୍ୟ Tagged With: Health, ଓଡିଶା, ସ୍ୱାସ୍ଥ୍ୟ

ଫୋନ ଓ ହ୍ୱାଟସଆପ୍ ରେ ସୁବର୍ଣ୍ଣପୁରରେ ପ୍ରଶାସନ ଯୋଗାଉଛି ସ୍ବାସ୍ଥ୍ୟ ସେବା

April 1, 2020 By LocalWire Leave a Comment

ସୁବର୍ଣ୍ଣପୁର, ଏପ୍ରିଲ ୧ (ଲୋକାଲ ୱାୟାର) : କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲା ପ୍ର୍‌ଶାସନ ‘ଟେଲ ହେଲଥ ନାମକ କାର୍ଯ୍ୟକ୍ରମ ଆରମ୍ଭ କରିଥିବ ବୁଧବାର କହିଛିି।

ଏନେଇ ପ୍ରଶାସନ ଟ୍ୱିଟ କରି ସୂଚନା ଦେଇଛି ।

TELE HEALTH in SUBARNAPUR: Now patients can get medical consultation over Call/WhatsApp at their home. @CMO_Odisha @HFWOdisha #COVID2019 pic.twitter.com/WrMJ5ujfBJ

— Collector Subarnapur (@DM_Subarnapur) March 31, 2020

କଟକଣା ଯୋଗୁଁ ଲୋକେ ସମସ୍ୟା ର ସମ୍ମୁଖୀନ ହେଉଥିବାରୁ ‘ଟେଲ୍ ହେଲଥ’ ଦ୍ୱାରା ଲୋକଙ୍କୁ ଫୋନ ଯୋଗେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ପ୍ରଶାସନ ବ୍ୟବସ୍ଥା କରିଛି ।

ଡ଼ାକ୍ତରଙ୍କୁ କଲ୍ କିମ୍ବା ହ୍ୱାଟସଆପ୍ କରି ନିଜ ସ୍ୱାସ୍ଥ୍ୟ ବିଷୟରେ ପଚାରି ପାରିବେ ରୋଗୀ ।

ଏନେଇ ଜିଲ୍ଲା ପ୍ରଶାସନ ଡାକ୍ତରଙ୍କ ଫୋନ ନମ୍ବର ଓ କେଉଁ ସମୟରେ କେଉଁ ଡ଼ାକ୍ତର ଉପଲବ୍ଧ ରହିବେ ସେ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ସାମାନ୍ୟ ଅସୁସ୍ଥ ଅନୁଭବ କଲେ ମେଡ଼ିକାଲ ଓପିଡ଼ି ଆସି ଭିଡ଼ି ନ ଜମାଇ କଲ କରିବାକୁ ଲୋକଙ୍କୁ କୁହାଯାଇଛି ।

କେବଳ ଜରୁରୀ ଥିଲେ ମେଡ଼ିକାଲ ଆସିବାକୁ ପ୍ରଶାସନ ପରାମର୍ଶ ଦେଇଛି ।

ଲୋକାଲ ୱାୟାର

Filed Under: Health, Odia, ସ୍ୱାସ୍ଥ୍ୟ Tagged With: Health, ଓଡିଶା, ସୁବର୍ଣ୍ଣପୁର, ସ୍ୱାସ୍ଥ୍ୟ

କରୋନା ମୁକାବିଲା: ପାରା ମେଡିକାଲ୍ କର୍ମଚାରୀ ନିଯୁକ୍ତି ପାଇଁଁ ବିଜ୍ଞପ୍ତି

March 28, 2020 By Prabeen Sahoo Leave a Comment

କଟକ,ମାର୍ଚ୍ଚ ୨୮(ଲୋକାଲ ୱାୟାର): କରୋନା ମୁକାବିଲା ଲାଗି ରାଜ୍ୟର ସର୍ବ ବୃହତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀଙ୍କ ଅନୁପାତରେ ଷ୍ଟାଫ ନ ଥିବାରୁ ରାଜ୍ୟ ସରକାର ପାରାମେଡିକାଲ କର୍ମଚାରୀ ନିଯୁକ୍ତି ଲାଗି ଶନିବାର ଦିନ ବିଜ୍ଞପ୍ତି ଜାରି କରିଥିବା ଜଣେ ଅଧିକାରୀ କହିଛନ୍ତି।

ଏହି ବିଜ୍ଞପ୍ତି ଅନୁଯାୟୀ ଏଠାରେ ୨୩୬ ଜଣ ଷ୍ଟାଫ ନର୍ସ, ୬୦ଜଣ ଫାର୍ମାସିଷ୍ଟ, ୯୮ଜଣ ଲାବରୋଟାରୀ ଟେକନିସିଆନ ଓ ୨୫ଜଣ ରେଡିଓଗ୍ରାଫରଙ୍କୁ ନିଯୁକ୍ତି ଦିଆଯିବ। ଏଥିପାଇଁ ଅବସରପ୍ରାପ୍ତ କର୍ମଚାରୀମାନେ ମଧ୍ୟ ଆବେଦନ କରି ପାରିବେ।

ଇଚ୍ଛୁକ ପ୍ରାର୍ଥୀମାନେ ଏସସିବିର ୱେବସାଇଟରୁ ଆବଶ୍ୟକୀୟ ତଥ୍ୟ ପାଇ ପାରିବେ।

ଆସନ୍ତା ୩୦ ତାରିଖର ମଧ୍ୟାହ୍ଣ ସାଢେ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଏସସିବି ପୁରୁଣା ଅଡିଟୋରିୟମ ଠାରେ ସେମାନଙ୍କ ନାମ ରେଜିଷ୍ଟ୍ରେସନ କରିପାରିବେ।

ଲୋକାଲ ୱାୟାର

Filed Under: Health, Odia, ସ୍ୱାସ୍ଥ୍ୟ Tagged With: Health, ଓଡିଶା, କରୋନା, ସ୍ୱାସ୍ଥ୍ୟ

ସ୍ୱାଧୀନତା ସଂଗ୍ରାମୀ ଭବାନୀ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର

March 25, 2020 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୨୫(ଲୋକାଲ ୱାୟାର): ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ବୁଧବାର ଅସୁସ୍ଥ ହୋଇ କ୍ୟାପିଟାଲ୍ ହସ୍ପିଟାଲ୍ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ।

ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ଚିକିତ୍ସା ଚାଲିଥିବା ଡାକ୍ତର କହିଛନ୍ତି ।

ଏହି ଖବର ପ୍ରସାରିତ ହେବା ପରେ ସମସ୍ତେ ୯୮ବର୍ଷୀୟ ଶ୍ରୀ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭବାନୀ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ।

ଏଥିସହିତ ଡାକ୍ତରଖାନାର ମୁଖ୍ୟ ତଥା କ୍ୟାପିଟାଲ୍ ହସ୍ପିଟାଲର ନିର୍ଦ୍ଦେଶଙ୍କୁ ସମସ୍ତ ଚିକିତ୍ସା ସେବା ଯୋଗାଇ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।

ଏଥିସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରିବା ସହିତ ଖୁବ୍ ଶୀଘ୍ର ସୁସ୍ଥ ହୋଇ ଫେରିବେ ବୋଲି ଜଣାଇଛନ୍ତି ।

ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଶ୍ରୀ ପଟ୍ଟନାୟକଙ୍କୁ ହସ୍ପିଟାଲରେ ଭେଟିଥିବା ଜଣାଇଛନ୍ତି ।

ସେ କହିଛନ୍ତି, ମୋ ଆଦର୍ଶ ପଦ୍ମଶ୍ରୀ ଭବାନୀ ପଟ୍ଟନାୟକ ଅସୁସ୍ଥତା ବଶତଃ କ୍ୟାପିଟାଲ୍ ହସ୍ପିଟାଲ୍ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ଆଇସିୟୁରେ ଭେଟିବା ସହ ଇନଚାର୍ଜ ଡ. ପଣ୍ଡାଙ୍କ ସହିତ ଆଲୋଚନା କରିଛି ।

ଏବେ ଭବାନୀ ବାବୁ ସୁସ୍ଥ ଅଛନ୍ତି । ସେହିପରି ଯୁବ ନେତା ତେଜେଶ୍ୱର ପରିଡ଼ା ଓ ଅନ୍ୟମାନେ ମଧ୍ୟ ଶ୍ରୀ ପଟ୍ଟନାୟକଙ୍କୁ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ମିଳିଥିବା ସୂଚନା ମୁତାବକ ଆଜି ଭୋର ୪ଟାରେ ଶ୍ରୀ ପଟ୍ଟନାୟକ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ପାଖରେ ଦୁଇ ପୁଅ ଏବଂ ପରିବାର ଲୋକ ରହିଛନ୍ତି ।

ଲୋକାଲ ୱାୟାର

Filed Under: Health, Odia, ସ୍ୱାସ୍ଥ୍ୟ Tagged With: Health, ଓଡିଶା, ସ୍ବାସ୍ଥ୍ୟ

ଥଣ୍ଡା, ଜ୍ୱର ଓ କାଶ ହେଲେ ସରକାରୀ କର୍ମଚାରୀଙ୍କୁ ମିଳିବ ୧୪ ଦିନର ଛୁଟି

March 19, 2020 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୧୯ (ଲୋକାଲ ୱାୟାର) : ସରକାରୀ କର୍ମଚାରୀଙ୍କ ପାଇଁ ଗାଇଡଲାଇନ ଜାରି କରିଛନ୍ତି ସରକାର ।

କୌଣସି କର୍ମଚାରୀକୁ ଥଣ୍ଡା, ଜ୍ୱର, କାଶ ହେଉଥିଲେ ୧୪ ଦିନର ଛୁଟି ମିଳିବ ବୋଲି ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ଗୁରୁବାର କହିଛନ୍ତି ।

ଏହାସହ ୧୪ ଦିନ ପାଇଁ ହୋମ ଆଇସୋଲେସନରେ ରହିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଯଦି କୌଣସି କର୍ମଚାରୀ ମାର୍ଚ୍ଚ ୪ ତାରିଖ ପରେ ବାହାରୁ ଆସିଛନ୍ତି, ତାହେଲେ ସେମାନେ ମଧ୍ୟ ହୋମ ଆଇସୋଲେସନରେ ରହିବେ ।

ସେପଟେ କରୋନା ପାଇଁ ଲୋକସଭା ଭବନ ଯିବା ଆସିବାରେ ମଧ୍ୟ କଟକଣା ଲାଗିଛି ।

ଲୋକସେବା ଭବନକୁ କେବଳ କର୍ମଚାରୀ ଯାଇପାରିବେ । ସାଧାରଣ ଲୋକ ଆଉ ଯାଇ ପାରିବେ ନାହିଁ ।

ଏହାସହ ଭିଜିଟର ପାସ ମଧ୍ୟ ବାତିଲ କରାଯାଇଛି ।

ଲୋକାଲ ୱାୟାର

Filed Under: Health, Odia, ସ୍ୱାସ୍ଥ୍ୟ Tagged With: Health, ଓଡିଶା, କରୋନା, ସ୍ୱାସ୍ଥ୍ୟ

ରାଜ୍ୟର ସମସ୍ତ ଆମ୍ବୁଲାନ୍ସ ପାଇଁ ଆରମ୍ଭ ହେବ ଗୋଟିଏ ନମ୍ବର

March 12, 2020 By LocalWire Leave a Comment

ଭୁବନେଶ୍ୱର,ମାର୍ଚ୍ଚ ୧୨(ଲୋକାଲ ୱାୟାର): ଏବେ ରାଜ୍ୟର ସମସ୍ତ ଆମ୍ବୁଲାନ୍ସ ପାଇଁ ଗୋଟିଏ ଜରୁରୀକାଳୀନ ନମ୍ବର ରହିବ ।

ଏନେଇ ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟିକୁ ପରାମର୍ଶ ଦେଇଛନ୍ତିି । ଏହାକୁ ଖୁବ୍ ଶୀଘ୍ର ଲାଗୁ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ।

ଏନେଇ ସ୍ୱାସ୍ଥ୍ୟ ଓ ପରିବା କଲ୍ୟାଣ ବିଭାଗ ତୁରନ୍ତ ସମସ୍ତ ପ୍ରସ୍ତୁତି ଶେଷ କରି ସରକାରଙ୍କୁ ଜଣାଇବ ।

ଏହାକୁ ପରିଚାଳନା ପାଇଁ ଗୋଟିଏ କଣ୍ଟ୍ରୋଲ ରୁମ ରହିବ । କଣ୍ଟ୍ରୋଲରୁମରେ ବସିଥିବା କର୍ମଚାରୀଙ୍କ କମ୍ପ୍ୟୁଟରରେ କେଉଁ ଆମ୍ବୁଲାନ୍ସ କେଉଁଠି ଅଛି ତା’ର ଟ୍ରାକିଂ ହେଉଥିବ ।

କଣ୍ଟ୍ରୋଲ ରୁମରୁ ତୁରନ୍ତ ରୋଗୀଙ୍କ ନିକଟବର୍ତ୍ତୀ ଆମ୍ବୁଲାନ୍ସକୁ ସୂଚନା ପହଞ୍ଚିଯିବ ।

ଆମ୍ବୁଲାନ୍ସ କେଉଁଠି ଅଛି, କେତେବେଳେ ପହଞ୍ଚିଯିବ ସେନେଇ ମଧ୍ୟ ରୋଗୀଙ୍କ ସମ୍ପର୍କୀୟ ଏହାକୁ ଟ୍ରାକିଂ କରିପାରିବେ । ଆମ୍ବୁଲାନ୍ସକୁ ଅନଲାଇନ୍ ଟ୍ରାକିଂ କରିବାକୁ ମୋବାଇଲ ଆପ୍ ଆସିବ ।

ରାଜ୍ୟରେ ଏବେ ବିଭିନ୍ନ ସରକାରୀ ଯୋଜନାରେ ଆମ୍ବୁଲାନ୍ସ ଚାଲୁଛି । ବିଭିନ୍ନ ଘରୋଇ ହସ୍ପିଟାଲ, ଟ୍ରଷ୍ଟ ଓ ଘରୋଇ ସଂସ୍ଥା ପକ୍ଷରୁ ବି ଆମ୍ବୁଲାନ୍ସ ଚାଲୁଛି ।

ସମସ୍ତଙ୍କର ଭିନ୍ନ ଭିନ୍ନ ଫୋନ ନମ୍ବର ଥିବାରୁ ରୋଗୀ ବହୁତ ସମୟରେ ହଇରାଣରେ ପଡିଥାନ୍ତି ତେଣୁ ସରକାର ଏହି ପଦକ୍ଷେପ ନେଉଥିବା ଜଣାପଡିଛି ।

ଲୋକାଲ ୱାୟାର

Filed Under: Health, Odia, ସ୍ୱାସ୍ଥ୍ୟ Tagged With: Health, ଓଡିଶା, ସ୍ୱାସ୍ଥ୍ୟ

ରାଜ୍ୟରେ ପରୀକ୍ଷା ହୋଇଥିବା ୧୭ ସନ୍ଦିଗ୍ଧ କରୋନା ରୋଗୀଙ୍କ ରିପୋର୍ଟ ନେଗେଟିଭ୍‌

March 11, 2020 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୧୧(ଲୋକାଲ ୱାୟାର): ଏ ପର୍ଯ୍ୟନ୍ତ ରାଜ୍ୟରେ ପରୀକ୍ଷା କରାଯାଇଥିବା ୧୭ ଜଣ ସନ୍ଦିଗ୍ଧ କରୋନା ରୋଗୀଙ୍କ ରକ୍ତ ଓ ସ୍ୱାବ୍ ନମୂନା ପରୀକ୍ଷା ରିପୋର୍ଟ ନେଗେଟେିଭ୍ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି ।

ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏ ପର୍ଯ୍ୟନ୍ତ ରାଜ୍ୟରେ କେହି କରୋନା ପଜିଟିଭ୍ ଠାବ ହୋଇ ନାହାନ୍ତି ।

ତେଣୁ ଆତଙ୍କିତ ହେବା ଅନୁଚିତ । ତେବେ ଲୋକମାନେ ସଚେତନ ହେବା ଜରୁରି ।

ଘରର ପ୍ରତ୍ୟେକ ଦ୍ରବ୍ୟକୁ ସଫା କରିବା ସହ ନିଜ ହାତକୁ ନିୟମିତ ସାନିଟାଇଜରରେ ସଫା କରିବା ଦରକାର ।

ବାରମ୍ବାର ସାବୁନରେ ହାତ ଧୋଇବାଠୁ ଆରମ୍ଭ କରି ଆଖି, ମୁହଁ ଓ ନାକକୁ ସ୍ପର୍ଶ ନକରିବା, ଛିଙ୍କିବା ସମୟରେ ରୁମାଲ ଓ ଟିସୁ ପେପର ବ୍ୟବହାର କରିବା ସହ ଜନଗହଳି ସ୍ଥାନରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।

ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଭାବେ ମାର୍ଗ ଦର୍ଶିକା ଜାରି କରି ଥଣ୍ଡା, କାଶ, ଛିଙ୍କ ସହ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ହେଉଥିଲେ ଛାତ୍ରଛାତ୍ରୀମାନେ ଅଭିଭାବକଙ୍କୁ ଜଣାଇବା ସହ ଡାକ୍ତର ପରାମର୍ଶ କରିବା ଦରକାର ବୋଲି କୁହାଯାଇଥିବା ଶ୍ରୀ ଧଳ କହିଛନ୍ତି ।

ଲୋକାଲ ୱାୟାର

Filed Under: Health, Odia, ସ୍ୱାସ୍ଥ୍ୟ Tagged With: Health, ଓଡିଶା, ସ୍ୱାସ୍ଥ୍ୟ

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 29
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire