• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

Business

ଏସଏଚଜି କାରିଗରଙ୍କ ସାମର୍ଥ୍ୟ ବୃଦ୍ଧି ପାଉଛି

February 15, 2020 By LocalWire Leave a Comment

ଭୁବନେଶ୍ୱର ଫେବ୍ରୁଆରୀ ୧୫(ଲୋକାଲ ୱାୟାର): ୨୦୦୧-୦୨ମସିହା ଜନଗଣନା ଅନୁଯାୟୀ ରାଜ୍ୟରେ ସର୍ବମୋଟ ୧,୨୯,୯୫୮ଜଣ କାରିଗର ହସ୍ତଶିଳ୍ପରେ ଜୀବିକା ଉପାର୍ଜନ କରୁଛନ୍ତି ।

ସେମାନଙ୍କ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି । ନିପୂଣ ଶିଳ୍ପୀଙ୍କ ଦ୍ୱାରା ତାଲିମ ପ୍ରଦାନ କରାଯାଉଛି ।

ଏଥିସହିତ ଶିଳ୍ପୀଗ୍ରାମ ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି)ର ହସ୍ତଶିଳ୍ପଭିତ୍ତିକ କାରିଗରମାନଙ୍କ ସାମର୍ଥ୍ୟ ବୃଦ୍ଧି ପାଇଁ ତାଲିମ ପ୍ରଦାନ କରାଯାଉଛି ।

ଏଥିସହିତ ନମୂନା ବିକାଶ ପାଇଁ ତାଲିମ ପ୍ରଦାନ କରାଯାଉଛି ।

ଶିଳ୍ପୀ ଉନ୍ନତି ଯୋଜନାରେ କାରିଗରମାନଙ୍କୁ ବ୍ୟାଙ୍କ ଋଣ ନିମନ୍ତେ ସହାୟତା ରାଶି ପ୍ରଦାନ, ବାହ୍ୟଜ୍ଞାନ ଆହରଣ ପାଇଁ ଯାତ୍ରା ନିମନ୍ତେ ସହାୟତା ପ୍ରଦାନ, ହସ୍ତଶିଳ୍ପ ପ୍ରଦର୍ଶନୀ ମାଧ୍ୟମରେ ବିକ୍ରିବଟା ପାଇଁ ସହାୟତା ପ୍ରଦାନ, ଆର୍ଥିକ ଅନଗ୍ରସର ଶିଳ୍ପୀମାନଙ୍କୁ କାର୍ଯ୍ୟଶାଳା ତଥା ବାସଗୃହ ନିର୍ମାଣ ପାଇଁ ଆର୍ଥିକ ସହାୟତା ପ୍ରଦାନ ଏଥିସହିତ ହସ୍ତଶିଳ୍ପ ସଚେତନତା ଶିବିର ଆୟୋଜନ ହେଉଛି ।

ଲୋକାଲ ୱାୟାର

Filed Under: Business, Odia, ବ୍ୟବସାୟ Tagged With: ଓଡିଶା, ବ୍ୟବସାୟ

୭ ଲକ୍ଷ ବୁଲିଲେଣି ଆଦିବାସୀ ମେଳା, କାରବାର ସାଢ଼େ ୩କୋଟି

February 2, 2020 By LocalWire Leave a Comment

ଭୁବନେଶ୍ୱର, ଫେବ୍ରୁଆରୀ ୨(ଲୋକାଲ ୱାୟାର): ଭୁବନେଶ୍ୱରରେ ଚାଲିଥିବା ଆଦିବାସୀ ମେଳାକୁ ଗତ ୭ଦିନରେ ୭ ଲକ୍ଷରୁ ଅଧିକ ଲୋକ ବୁଲିଥିବା ବେଳେ ସାଢ଼େ ୩ କୋଟି ଟଙ୍କାରୁ ଅଧିକ କାରବାର ହୋଇଥିବା ରବିବାର କହିଛନ୍ତି ମେଳା ଦାୟିତ୍ୱରେ ଥିବା ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ଡକ୍ଟର ଅଖିଳ ବିହାରୀ ଓତା ।

ଜାତୀୟ ଜନଜାତି ନୃତ୍ୟ ମହୋତ୍ସବରେ ସପ୍ତମ ସଂଧ୍ୟାରେ ମହାରାଷ୍ଟ୍ରର ପରନି ନୃତ୍ୟ, ଗୁଜରାଟର ଗାମିତି ନୃତ୍ୟ ଏବଂ ଡୁଙ୍ଗରଦେବ ନୃତ୍ୟ, ସିକିମର ତାମଙ୍ଗ୍ ନୃତ୍ୟ, ହିମାଚଳ ପ୍ରଦେଶ, ମଣିପୁରର ଡାପାଚୋନ୍ ହର୍ଣ୍ଣବିଲ୍ ନୃତ୍ୟ, ନାଗାଲାଣ୍ଡର ହାଣ୍ଡୁ ନୃତ୍ୟ, ଅରୁଣାଚଳ ପ୍ରଦେଶର ଏମେରେଲୋ ନୃତ୍ୟ, ଆସାମର ଝୁମର ନୃତ୍ୟ, ସମେତ ଓଡ଼ିଶାର ଧୁରୁଆ ଜନଜାତିଙ୍କ ବିରଲୀ ନୃତ୍ୟ ଖୁବ୍ ଚିତ୍ତାକର୍ଷକ ହୋଇଥିଲା ।

ପ୍ରାୟ ଅଢ଼େଇ ଘଣ୍ଟା ଧରି ଦର୍ଶକମାନେ ଏହି ନୃତ୍ୟକୁ ଉପଭୋଗ କରିଥିଲେ ।

ଏଥି ସହିତ ଜନଜାତି ହାଟରେ ମିଳୁଥିବା ଆଦିବାସୀ ମାନଙ୍କର ହାତ ତିଆରି ଫୁଲ ଝାଡ଼ୁ, ବଢ଼ି, ଆଚାର, ମାଣ୍ଡିଆ ମିଶ୍ଚର, ମସଲା ଜାତ ଦ୍ରବ୍ୟ, ଖଲି, ଦନା, ବିଭିନ୍ନ ପ୍ରକାର ଗୃହ ସାମଗ୍ରୀ ସହିତ ବାଉଁଶ ତିଆରି ବିଭିନ୍ନ ହସ୍ତଶିଳ୍ପ ଇତ୍ୟାଦିକୁ ଲୋକେ ଅଧିକ ଭାବେ ଖରିଦ କରୁଛନ୍ତି ।

ବାରିପଦାରୁ ଆସୁଥିବା ଛୋଟ ଆଳୁ ଓ ରାୟଗଡାର ହଳଦୀକୁ ବି ଲୋକେ ଅଧିକ ପସନ୍ଦ କରୁଛନ୍ତି । ଚଳିତ ବର୍ଷର ଆଦିବାସୀମେଳାକୁ ବହୁ ପରିମାଣରେ ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି ।

ସପ୍ତମ ସଂଧ୍ୟାରେ ଜର୍ମାନ, ୟୁରୋପ, ଜାପାନ, ନେଦରଲ୍ୟାଣ୍ଡ, ରୁଷିଆ, ସିଙ୍ଗାପୁର ଭଳି ବାହାର ଦେଶରୁ ଅନ୍ୟୁନ ୧୬୦ ଜଣ ବିଦେଶୀ ପର୍ଯ୍ୟଟକ ଭ୍ର୍ରମଣ କରିବା ସହ ଆଦିବାସୀ ମେଳାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆନନ୍ଦର ସହ ଉପଭୋଗ କରିବା ସହ ପ୍ରତି ଷ୍ଟଲରୁ ଷ୍ଟଲକୁ ବୁଲି ଆନନ୍ଦ ନେଇଥିଲେ ।

ଲୋକାଲ ୱାୟାର

Filed Under: Business, Odia, କାର୍ଯ୍ୟକ୍ରମ, ବ୍ୟବସାୟ Tagged With: Business, Happenings, କାର୍ଯ୍ୟକ୍ରମ, ବ୍ୟବସାୟ, ଭୁବନେଶ୍ୱର, ରାୟଗଡା

Six industries and five hotels fined for environment pollution

January 30, 2020 By Amarnath Parida Leave a Comment

Paradip, Jan 30 (LocalWire)- Yesterday, the Odisha Pollution Control Board (OPCB) taking strict action against the Paradip based industries causing both air and water pollution has imposed a fine of Rs 1 crores on six industries and Rs 25 lakh on five hotels in Paradip.

In 2017, the Central Pollution Control Board had entrusted the Indian Institute of Technology, (IIT) Delhi, with the preparation of a Comprehensive Environmental Pollution Index (CEPI) in Paradip. The CEPI for critically polluted zone stands at 70.

A Severely Polluted Area (SPA) lies between 60 and 60.9. Paradip comes under the SPA administration. The administration has prepared an action plan to reduce the pollution level in Paradip.

Despite this, no improvement in the situation has been observed so far. Industrial pollutants allegedly affect the water bodies passing through the Paradip industrial area. The oil leakage from Indian Oil Corporation’s pipelines has become a recurring phenomenon resulting in the deaths of thousands of aquatic animals in the area.

Gypsum, an industrial waste from fertiliser plants, has also contributed to the water pollution in this area.

Air pollution has also emerged as a major health hazard in the area as the air is often heavy with dust particles resulting from the transportation of ores. This dust settles on plants in and around the town.

The Paradip Port Trust, two fertilizer units PPL & IFFCO, IOCL, Goa Carbon Pvt Ltd. ABN Beverages Pvt Ltd and other hotels in this area are causing enormous damage to the environment, but nothing has been done to tackle with the situation in Paradip.

Ramesh Chandra Ekka, the Regional Officer, (OPCB), informed LocalWire that PPT, PPL, IFFCO, IOCL, Goa Carbon and ABN Beverages Ltd. have been asked to deposit a fine of Rs 1 crore each within seven days of the proceedings failing which legal action will be taken against these industries.

He also told us that hotels like Hotel Empires, Golden Anchor, Hotel Paradeep International Hotel have been fined Rs 25 lakh each.

The locals have raised complaints several times regarding the discharge of effluents into water bodies in Paradip.

Edited by Meenal Singh

LocalWire

Filed Under: Business, English, Environment Tagged With: Enviornment, Paradip

Reliance Jio adds two lakh new subscribers in Odisha

January 27, 2020 By LocalWire Leave a Comment

Bhubaneswar, Jan 27 (LocalWire) India’s largest telecom operator Reliance Jio Infocomm Ltd has added over 2.3 lakh new subscribers in Odisha in November 2019, the latest Telecom Regulatory Authority of India shows.

With the latest users, the numbers of total subscribers in the state has crossed 1.19 crore, over 35.8 per cent of the subscriber market share.

4G network, fast expansion of coverage are the reasons behind the growth, a company official said on Monday.

The state-run BSNL was the only other operator in the state to have added new subscribers in the month with net addition of 72555 subscribers.

The overall mobile subscribers count in the state has dropped by 2.16 lakhs, it stated.

LocalWire

Filed Under: Business, English Tagged With: Business, Odisha

ବିଶେଷ: ମହିଳାଙ୍କୁ ବଂଚିବାର ରାହା ଦେଖାଉଛି ମାଛ ଜାଆଁଳ ଚାଷ

January 17, 2020 By Ashis Senapati Leave a Comment

କେନ୍ଦ୍ରାପଡ଼ା, ଜାନୁଆରୀ ୧୮(ଲୋକାଲ ୱାୟାର): ମାଛଚାଷ ଆଉ ପୁରୁଷମାନଙ୍କ ଏକଚାଟିଆ ଅଧିକାର ହୋଇ ରହିନାହିଁ ଏବଂ ମହିଳା ଚାଷୀମାନେ ମଧ୍ୟ ମିଳିତ ପ୍ରୟାସରେ ମାଛ ଜାଆଁଳ ପ୍ରସ୍ତୁତ କରି ବେଶ୍ ଦୁଇ ପଇସା ରୋଜଗାର କରିପାରୁଛନ୍ତି, ଏହାର ପ୍ରମାଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ।

କୃଷି କ୍ଷେତ୍ରର ବିକାଶ ଲାଗି କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଚଳିତ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ସାମିଲ ହୋଇ କେନ୍ଦ୍ରାପଡ଼ା ଜିଲ୍ଲାର କେତେକ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟାମାନେ ମାଛ ଜାଆଁଳ ଦ୍ବାରା ସେମାନଙ୍କ ପରିବାରର ଆୟ ବଢ଼ାଇବାରେ ସକ୍ଷମ ହୋଇପାରିଛନ୍ତି।

ଏହି କ୍ରମରେ ରାଜନଗର ବ୍ଲକ ଅନ୍ତର୍ଗତ ବସନ୍ତପୁର ଗାଁର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା ଜୟନ୍ତୀ ରାଉତ କହିଛନ୍ତି ଯେ, ଏହା ତାଙ୍କ ପରିବାର ଚଳିବା ପାଇଁ ଏବେ ଆଶାର ଆଲୋକ ହୋଇ ଆସିଛି।

ମା ବୁଢ଼ୀ ମଙ୍ଗଳା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ଜୟନ୍ତୀ ଏବେ ଏଥିରୁ ମାସିକ ୩ ହଜାର ଟଙ୍କାରୁ ୫ ହଜାର ଟଙ୍କା ଲେଖାଏଁ ଉପାର୍ଜନ କରିପାରୁଥିବା ଲୋକାଲ୍ ଓ୍ବାୟାରକୁ ସୂଚନା ଦେଇଛନ୍ତି।

ସେହିପରି ୨୦୧୮ରେ ସ୍ଥାପିତ ବାବା ଜଳେଶ୍ବର ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ଅଂଜଳି ସେଠୀ ମଧ୍ୟ ଜୟନ୍ତୀଙ୍କ ଭଳି ମାଛ ଜାଆଁଳରୁ ଉପାର୍ଜନ କରି ତାଙ୍କ ପରିବାର ପ୍ରତିପୋଷଣ କରିପାରୁଥିବା କହିଛନ୍ତି।

ଆଉ କେବଳ ଜୟନ୍ତୀ କି ଅଂଜଳି ନୁହନ୍ତି, ଏମାନଙ୍କ ଭଳି କେନ୍ଦ୍ରାପଡ଼ା ଜିଲ୍ଲାର ଅନେକ ମହିଳାଙ୍କୁ ଏହା ସ୍ବାବଲମ୍ବୀ କରିପାରିଛି।

ଗରଦପୁର ବ୍ଲକ୍ ଅନ୍ତର୍ଗତ ଏଣ୍ଟାଳପୁରରେ ଥିବା ସିଦ୍ଧ ମହାବୀର ସ୍ବୟଂ ସହାୟକ ଗୋଷ୍ଠୀର ସଂପାଦିକା ଲକ୍ଷ୍ମୀପ୍ରିୟା ମଲ୍ଲିକ କହିଛନ୍ତି ଯେ, ମାଛ ଜାଆଁଳ ପ୍ରସ୍ତୁତ କରିବା ଦ୍ବାରା ତାଙ୍କ ଅଂଚଳରେ ବହୁ ମହିଳାଙ୍କର ଜୀବନ ଧାରଣ ମାନରେ ଉନ୍ନତି ଘଟିଛି।

ଏହି ମହିଳାମାନେ କେବଳ ମାଛ ଜାଆଁଳ ପ୍ରସ୍ତୁତ କରୁନାହାନ୍ତି, ଏମାନେ ମଧ୍ୟ ସେଗୁଡ଼ିକୁ ନିଜେ ବିକି ବେଶ୍ ଦୁଇ ପଇସା ଉପାର୍ଜନ କରିପାରୁଛନ୍ତି।

“ଆମେ ଏବେ ଆମର ଦୁଇ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ମାସିକ ୩ ହଜାରରୁ ୫ ହଜାର ଟଙ୍କା ଲେଖାଏଁ ସଂଚୟ କରିପାରୁଛୁ,” ବୋଲି ଲକ୍ଷ୍ମୀପ୍ରିୟା କହନ୍ତି।

ଏହିପରି ଭାବରେ ମତ୍ସ୍ୟ ବିଭାଗର ସହଯୋଗ ଯୋଗୁଁ କେନ୍ଦ୍ରାପ଼ଡ଼ା ଜିଲ୍ଲାର ପ୍ରାୟ ୩୮୯ ଟି ସ୍ବୟଂ ସହାୟକ ଗୋଷ୍ଠୀର ପାଖାପାଖି ୪ ହଜାର ସଦସ୍ୟା ମାଛ ଜାଆଁଳ ପ୍ରସ୍ତୁତ କରି ଭଲ ରୋଜଗାର କରିପାରୁଛନ୍ତି।

“ ପୋଖରୀ ପାଇଁ ହେକ୍ଟର ପିଛା ସରକାର ୯୦ ହଜାର ଟଙ୍କା ଲେଖାଏଁ ଦେଉଛନ୍ତି, ସେଥିରେ ପୁଣି ୬୦ ପ୍ରତିଶତ ସବସିଡି ରହିଛି। ଏହା ମାଛ ଜାାଆଁଳ ପ୍ରସ୍ତୁତିରେ ବେଶ୍ ସହାୟକ ହେଉଛି,” ବୋଲି ମତ୍ସ୍ୟ ଉନ୍ନୟନ ଅଧିକାରୀ ମମତା ମହାପାତ୍ର କହିଛନ୍ତି।

ମତ୍ସ୍ୟ ଉନ୍ନୟନ ବିଭାଗ କେବଳ ଏହି ମହିଳାମାନଙ୍କୁ ମାଛ ବିହନ ଯୋଗାଇଦେଉଛି, ତାହା ନୁହେଁ, ଏଥିସହିତ ଔଷଧ ଓ ସେମାନଙ୍କ ପାଇଁ ଖାଦ୍ୟ ଓ ଔଷଧ ମଧ୍ୟ ଯୋଗାଇଦେଉଥିବା ମମତା ସୂଚନା ଦେଇଛନ୍ତି।

ମାଛ ଜାଆଁଳ ପ୍ରସ୍ତୁତି କେବଳ କେନ୍ଦ୍ରାପଡ଼ା ଜିଲ୍ଲାର ଲୋକଙ୍କୁ ଜୀବନଜୀବିକା ଯୋଗାଇଛି ତାହା ନୁହେଁ, ଗ୍ରାମାଞ୍ଚଳରେ ଏହା ମଧ୍ୟ ଏକ ଛୋଟିଆ ନୀଳ ବିପ୍ଲବରେ ପରିଣତ ହୋଇଗଲାଣି ବୋଲି ସାମାଜିକ କର୍ମୀ ଅମରବର ବିଶ୍ବାଳ କହିଛନ୍ତି।

ଲୋକାଲ୍ ଓ୍ବାୟାର୍

Filed Under: Business, Odia, ବ୍ୟବସାୟ Tagged With: Business, କେନ୍ଦ୍ରାପଡା, ବ୍ୟବସାୟ

Fish rearing makes women financially self-reliant in Kendrapada

January 17, 2020 By Ashis Senapati 1 Comment

Kendrapara, Jan 17 (LocalWire) Women in several villages in Kendrapada are rearing fish in their village ponds and making themselves financially self-reliant, thanks to the support provided by local authorities.

The women have formed Self-Help Groups and are rearing fish after getting financial and technical help from the fisheries department, under Rashtriya Krushi Vikas Yojana, a central assistance scheme for the development of agriculture and allied sector.

30-year-old Jayanti Rout, a resident of Basantapur under Rajnagar block said fish rearing has provided her family in sustaining a livelihood.

She is a member of the Ma Budhi Mangala women self-help group. Pisciculture has helped her earn around Rs. 3000 to Rs. 5000 per month, she told LocalWire.

38-year-old Anjali Sethi is a member of Baba Jaleswar, another self-help group established in 2018.
Like Jayanti, she has become financially independent and is able to support the family by rearing fish along with other members, she told Localwire.

Similar is the stories of other women who have formed self-help groups and have turned to fish rearing.

Laxmipriya Mallick, 27, the secretary of Sidha Mavaveer group at Entalapur under Garadapur block said the living condition of the village women has improved.

The women not only rear fish they also sell them in the local market.

“We are now able to save Rs 3000 to Rs 5000 a month for the higher education of our two children,” she said.

As many as 4000 members of around 389 self-help groups have benefited from the scheme implemented by the fisheries department.

“ The government provides 60 per cent subsidies by providing Rs 90,000 to each group per hector pond to rear fish” fishery officer Mamata Mohapatra said.

The department not only provides them fish seeds, feeds and medicines but also fish rearing training, she said.

The plight of the marine fisher-folk in the seaside villages of Rajnagar and Mahakalapada blocks affected due to the fishing ban off the Gahirmatha Marine sanctuary has also been eked out by help fisherwomen doing pisciculture in the village ponds.

The fishery has not only provided people with a livelihood but has also made them self-sufficient, bringing in a mini ‘Blue Revolution’ in the rural areas, said Amarbar Biswal a social worker from Kendrapara.

LocalWire

Filed Under: Business, English Tagged With: Business, Kendrapada, Kendrapara, Odisha

Odisha traders protest Amazon founder

January 15, 2020 By SIMANCHALA PATTNAIK Leave a Comment

Bhubaneswar, Jan 15 (LocalWire) Traders in several cities and towns in Odisha including in state capital Bhubaneswar on Wednesday staged protests against Amazon founder Jeff Bezos as he arrived in India on a brief visit.

Accusing the company of adopting unfair practices, the traders also urged the central government to intervene and protect the interest of the small traders.

http://localwire.me/wp-content/uploads/2020/01/VID-20200115-WA0009.mp4

In Bhubaneswar members of the Federation of All Odisha Traders Association staged a demonstration near Kali temple at unit 9.

The protesters were seen carrying placards and shouting slogans Amazon go back ..go back. Similar protests were also observed in other cities including at the steel city of Rourkela and Cuttack.

“We are the owner of our country and the trade of our country is ours” association general secretary Sudhakar Panda told LocalWire.

Many trade associations across India are protesting the India visit of the Amazon founder.

For the last few months, the organization of small traders have been organising protests against multinational companies accusing them of offering huge discount and snatching away their businesses.

LocalWire

Filed Under: Business, English Tagged With: Happenings, Odisha

ଶୀତରେ ଥରୁଛି ସହର : କଟକ ଶୀତ ବସ୍ତ୍ର ବଜାରରୁ ସାମଗ୍ରୀ ଶେଷ

January 14, 2020 By Prabeen Sahoo Leave a Comment

କଟକ,ଜାନୁୟାରୀ ୧୪ (ଲୋକାଲ ୱାୟାର) : ରାଜ୍ୟରେ ଶୀତର ଲହରି ଜାରି ରହିଥିବା ବେଳେ କଟକରେ ଶୀତବସ୍ତ୍ରର ଚାହିଦା ବୃଦ୍ଧି ପାଇଛି।

ଶୀତ ଆରମ୍ଭରୁ ହାତ ବାନ୍ଧି ବସିଥିବା ଶୀତ ବସ୍ତ୍ର ବ୍ୟବସାୟୀ ମାନେ ଶେଷ ଆଡକୁ ରେକର୍ଡ ପରିମାଣର ବ୍ୟବସାୟ କରିଥିବା ଜଣେ ବ୍ୟବସାୟୀ ସୋମବାର ଦିନ କହିଛନ୍ତି।

କଟକ ସହରରେ ପସରା ମେଲାଇଥିବା ତିବ୍ବତୀୟ ଶରଣାର୍ଥୀମାନେ ଗତ କିଛି ଦିନ ହେବ ରେକର୍ଡ ବ୍ୟବସାୟ କରିଛନ୍ତି।

ଶୀତର ପ୍ରକୋପ ହଠାତ ବୃଦ୍ଧି ପାଇବା ପରେ କଟକର ଏହି ଶୀତ ବଜାରରୁ ଶୀତ ବସ୍ତ୍ର ଶେଷ ହୋଇଯାଇଛି।

ବିଶେଷ କରି ନଭେମ୍ବର ମାସରୁ ଶୀତ ପୋଷାକ ବ୍ୟବସାୟ ଆରମ୍ଭ ହୋଇଥିଲେ ମଧ୍ୟ ପ୍ରାୟ ଦୁଇ ମାସ ବ୍ୟବସାୟ ମାନ୍ଦା ରହିଥିବା ବେଳେ ଏକ ସପ୍ତାହରେ ଖୁବ ଭଲ ବ୍ୟବସାୟ ହୋଇଛି।

କଟକ ସହରରେ ଏଥର ପ୍ରାୟ ୪୦ ଜଣ ତିବ୍ବତୀୟ ଶରଣାର୍ଥୀ ଶୀତବସ୍ତ୍ର ଷ୍ଟଲ ଖୋଲିଛନ୍ତି।

କଟକ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ସେଲସିୟସ ତଳକୁ ଖସିଯାଉଥିବାରୁ ଏହି ଷ୍ଟଲ ଗୁଡିକରେ ବ୍ୟବସାୟ ଆଶା ଠାରୁ ଅଧିକ ହୋଇଛି।

କେବଳ ଗତ ତିନି ଦିନ ମଧ୍ୟରେ ପ୍ରାୟ ୩୦ ଲକ୍ଷ ଟଙ୍କାର ବେପାର ହୋଇଛି।

ଲୋକାଲ ୱାୟାର

Filed Under: Business, Odia, Weather, ପାଣିପାଗ, ବ୍ୟବସାୟ Tagged With: Business, Weather, ଓଡିଶା, କଟକ, ପାଣିପାଗ, ବ୍ୟବସାୟ

ରାଜ୍ୟରେ ସୁନା କାରବାର ମାନ୍ଦା : ସପ୍ତାହରେ ୧୦ ଗ୍ରାମ ସୁନାରେ ୧୧୦୦ ଟଙ୍କା ବୃଦ୍ଧି

January 7, 2020 By Prabeen Sahoo Leave a Comment

କଟକ,ଜାନୁଆରୀ ୭ (ଲୋକାଲ ୱାୟାର):ବିଗତ ଏକ ସପ୍ତାହ ମଧ୍ୟରେ ୧୦ ଗ୍ରାମ ସୁନା ଦରରେ ପ୍ରାୟ ୧୧୦୦ଟଙ୍କା ବୃଦ୍ଧି ଘଟିଥିବାରୁ ରାଜ୍ୟରେ ସୁନା କାରବାର ପ୍ରଭାବିତ ହୋଇଥିବା କଟକର ଜଣେ ସୁନା ବ୍ୟବସାୟୀ ପ୍ରଫୁଲ୍ଲ କୁମାର ସାହୁ କହିଛନ୍ତି।

ଏହି ଦର ବୃଦ୍ଧି ପାଇଁ ରାଜ୍ୟର ବିଭିନ୍ନ ସହରରେ ଥିବା ସୁନା ଗହଣା ଦୋକାନକୁ ଗ୍ରାହକଙ୍କ ଆଗମନ ହ୍ରାସ ପାଇଛି।

ପୂର୍ବରୁ ସର୍ବ ଭାରତୀୟସ୍ତରରେ ଆର୍ଥିକ ମାନ୍ଦାବସ୍ଥା ଯୋଗୁ ଆମ ରାଜ୍ୟରେ ସୁନା କିଣାବିକା ପ୍ରଭାବିତ ହୋଇଥିବା ବେଳେ ଏବେ ସୁନା ଦରବୃଦ୍ଧି ଏହି ବ୍ୟବସାୟ ଉପରେ ନକରାତ୍ମକ ପ୍ରଭାବ ପକାଇଛି।

ମିଳିଥିବା ସୂଚନାନୁସାରେ ରାଜ୍ୟରେ ପ୍ରାୟ ୩ ହଜାରରୁ ଅଧିକ ଜୁଏଲାରୀ ପ୍ରତିଷ୍ଠାନ ରହିଛି।

ଏବେ ସହରରେ ସୁନାଗହଣା ବ୍ୟବସାୟ ଗତ ବର୍ଷ ତୁଳନାରେ ୪୦ ପ୍ରତିଶତ ହ୍ରାସ ପାଇଛି ।

ଚଳିତ ମାସ ପହିଲାରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୪୦,୩୧୩ଟଙ୍କା ରହିଥିଲା ବେଳେ ୨୨କ୍ୟାରେଟ ସୁନା ଦର ୩୮୩୬୩ଟଙ୍କା ଥିଲା ।

ତେବେ ଏକ ସପ୍ତାହ ମଧ୍ୟରେ ୨୪ କ୍ୟାରେଟ ସୁନା ୧୧୩୯ଟଙ୍କା ବୃଦ୍ଧି ପାଇ ୪୧୧୫୨ଟଙ୍କା ଥିଲା ବେଳେ ୨୨ କ୍ୟାରେଟ ସୁନା ବି ୮୦୯ଟଙ୍କା ବୃଦ୍ଧି ପାଇ ୩୯୧୭୨ଟଙ୍କାରେ ପହଞ୍ଚିଛି ।

ଲୋକାଲ ୱାୟାର

Filed Under: Business, Odia, ବ୍ୟବସାୟ Tagged With: Business, ଓଡିଶା, ବ୍ୟବସାୟ

ନୂଆ ବର୍ଷ ଡାଏରୀ ବିକ୍ରି ମାନ୍ଦା : ଅନଲାଇନରେ ସରକାରୀ ଡାଏରୀ ବୁକିଂ

December 22, 2019 By Prabeen Sahoo Leave a Comment

କଟକ,ଡିସେମ୍ବର ୨୨(ଲୋକାଲ ୱାୟାର): ଆର୍ଥିକ ମାନ୍ଦାବସ୍ଥା ଯୋଗୁ ଏଥର ନୂଆ ବର୍ଷ ଡାଏରୀ ବିକ୍ରି ହ୍ରାସ ପାଇଥିବା ବେଳେ ସରକାରୀ ଡାଏରୀ ଅନ ଲାଇନରେ ବୁକିଂ ହେଉଥିବା ସରକାରୀ ଛାପାଖାନାର ଜଣେ ପଦାଧିକାରୀ ଶନିବାର ଦିନ କହିଛନ୍ତି।

କଟକ ବକ୍ସିବଜାର ମହାବୀର ଷ୍ଟୋରର ବ୍ୟବସାୟୀ ମନୀଷ ଜୈନଙ୍କ କହିବାନୁଯାୟୀ ସାଧାରଣତଃ ଅକ୍ଟୋବର ମାସ ଶେଷରୁ ଡାଏରୀ ବିକ୍ରି ଆରମ୍ଭ ହୋଇଯାଇଥାଏ ।

ଡିସେମ୍ବର ତୃତୀୟ ସପ୍ତାହ ବେଳକୁ ବିକ୍ରି ପ୍ରାୟ ୫୦ପ୍ରତିଶତରୁ ଅଧିକ ହୋଇଯାଇଥାଏ । ବାକି ୫୦ ପ୍ରତିଶତ ଦୁଇ ଚାରି ଦିନ ମଧ୍ୟରେ ହୋଇଥାଏ।

ହେଲେ ଏଥର ଆରମ୍ଭରୁ ବିକ୍ରି ମାନ୍ଦା ରହିଛି । ଗୋଟିଏ ପଟରେ ମୋବାଇଲ ଓ ଡିଜିଟାଲ ଡାଏରୀର ପ୍ରଭାବ ଡାଏରୀ ବ୍ୟବସାୟ ଉପରେ ପ୍ରଭାବ ପକାଇଥିବା ବେଳେ ଆର୍ଥିକ ମାନ୍ଦାବସ୍ଥା ଯୋଗୁ ବିକ୍ରି ହ୍ରାସ ପାଇଛି।

କଟକ ସରକାରୀ ଛାପାଖାନାର ବିଭାଗୀୟ ଅଧିକାରୀଙ୍କ କହିବାନୁସାରେ ଚଳିତ ବର୍ଷ ପ୍ରାୟ ୬୦ ହଜାରରୁ ଅଧିକ ସରକାରୀ ଡାଏରୀ ଓ ପ୍ରାୟ ୪ଲକ୍ଷରୁ ଅଧିକ କ୍ୟାଲେଣ୍ଡର ଛପା କାର୍ଯ୍ୟ ଚାଲୁ ରହିଛି । ଆସନ୍ତା ୨୭ତାରିଖରୁ ଏହାର ବିକ୍ରି ଆରମ୍ଭ ହେବ।

ସରକାରୀ ଡାଏରୀରେ ବିଭିନ୍ନ ସରକାରୀ ତଥ୍ୟ ଉପଲବ୍ଧ ହେଉଥିବାରୁ ଏହି ଡାଏରୀର ଚାହିଦା ପୂର୍ବ ପରି ରହିଛି ଓ ଏହାର ମୂଲ୍ୟ ୧୫୦ ଟଙ୍କା ରହିଛି।

ସରକାରୀ ଡାଏରୀକୁ ଓଡିଶା ସରକାରୀ ମୁଦ୍ରଣାଳୟ ପକ୍ଷରୁ ପ୍ରଥମ କରି ଅନଲାଇନରେ ବିକ୍ରି କରାଯିବାର ବ୍ୟବସ୍ଥା ଆରମ୍ଭ ହୋଇଛି।

ଲୋକାଲ ୱାୟାର

Filed Under: Business, Odia, ବ୍ୟବସାୟ Tagged With: ଓଡିଶା, କଟକ, ବ୍ୟବସାୟ

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Interim pages omitted …
  • Go to page 21
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire