• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

Business

ରାଜ୍ୟରେ ଟାଟା ସନ୍ସ ୨୫ ହଜାର କୋଟି ଟଙ୍କା ନିବେଶ କରିବ

November 12, 2018 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୧୨ (ଲୋକାଲ ୱାୟର) ଓଡ଼ିଶା ସହ ଥିବା ଦୀର୍ଘ ଦିନର ସମ୍ପର୍କକୁ ଅହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଟାଟା ସନ୍ସ ରାଜ୍ୟରେ ୨୫ ହଜାର କୋଟି ଟଙ୍କା ନିବେଶ କରିବାକୁ ପ୍ରସ୍ତାବ ରଖିଥିବା ଭୁବନେଶ୍ୱରରେ ଅନୁଷ୍ଠିତ ମେକ୍ ଇନ ଓଡ଼ିଶା କନକ୍ଲେଭରେ ଯୋଗ ଦେଇ ସୋମବାର ଏହା କହିଛନ୍ତି ଟାଟା ସନ୍ସର ଚେୟାରମ୍ୟାନ୍ ଏନ. ଚନ୍ଦ୍ରଶେଖରନ୍ ।

ବିଜିନେସ ଲିଡର୍ସ ସମିଟରେ ଉଦବୋଧନ ଦେଇ ସେ କହିଥିଲେ, ବିଗତ ୧୦-୧୫ ବର୍ଷ ମଧ୍ୟରେ ଓଡ଼ିଶା ସ୍ଥିର ସରକାର, ଦକ୍ଷ ପ୍ରଶାସନ, ଚମତ୍କାର ମୌଳିକ ଭିତ୍ତିଭୂମି ମାଧ୍ୟମରେ ବେଶ୍ ଅଭିବୃଦ୍ଧି କରିପାରିଛି ।

ଆସନ୍ତା ଦଶନ୍ଧି ମଧ୍ୟରେ ରାଜ୍ୟ ପ୍ରତି କ୍ଷେତ୍ରରେ ବିକାଶ ଦିଗକୁ ଆଗେଇ ଚାଲିବ । ରାଜ୍ୟର ଏହି ସଫଳତା ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଟାଟା ସନ୍ସକୁ ଓଡ଼ିଶା ସରକାର ଓ ଜନସାଧାରଣଙ୍କ ନିରନ୍ତର ସମର୍ଥନ ପାଇଁ ଧନ୍ୟବାଦ ଜଣାଇ ଶ୍ରୀ ଚନ୍ଦ୍ରଶେଖରନ୍ କହିଥିଲେ, କଳିଙ୍ଗନଗର ପ୍ଲାଣ୍ଟର ସମ୍ପ୍ରସାରଣରେ ୭୫ ହଜାର କୋଟି ଟଙ୍କା ନିବେଶ ପାଇଁ ପୂର୍ବରୁ କମ୍ପାନି ଘୋଷଣା କରିସାରିଛି ।

ଏବେ ଅଧିକ ୨୫ ହଜାର କୋଟି ଟଙ୍କା ନିବେଶ ଫଳରେ ରାଜ୍ୟର ଟାଟା ସନ୍ସର ନିବେଶ ୧ ଲକ୍ଷ କୋଟି ଟଙ୍କାକୁ ଛୁଇଁବ ବୋଲି ସେ କହିଥିଲେ ।

ଲୋକାଲ ୱାୟର

Filed Under: Business, Odia Tagged With: Business, ଓଡିଶା, ଭୁବନେଶ୍ୱର

ଓଡ଼ିଶାରେ ରିଲାଏନ୍ସ ଗ୍ରୁପର ତିନି ହଜାର କୋଟି ଟଙ୍କା ନିବେଶ ପ୍ରସ୍ତାବ

November 12, 2018 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୧୨ (ଲୋକାଲ ୱାୟର) ଓଡ଼ିଶାରେ ତାଙ୍କ କମ୍ପାନିର ଅଧିକ ତିନି ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ଥିବା ରିଲାଏନ୍ସ ଗ୍ରୁପର ସିଏମଡି ମୁକେଶ ଅମ୍ବାନି ସୋମବାର ଭୁବନେଶ୍ୱରରେ ଅନୁଷ୍ଠିତ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଉଦବୋଧନ ଅବସରରେ ସୂଚନା ଦେଇଛନ୍ତି ।

ଏଥିସହ ରିଲାଏନ୍ସ ଫଉଣ୍ଡେସନ ରାଜ୍ୟରେ ଏକ ଉଚ୍ଚ ମାନର ଆଥଲେଟିକ୍ ସେଣ୍ଟର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରଖିଥିବା ସେ କହିଛନ୍ତି । ଏହି ସେଣ୍ଟର ମାଧ୍ୟମରେ ରାଜ୍ୟର କ୍ରୀଡ଼ା ପ୍ରତିଭା ମାନେ ଆନ୍ତର୍ଜାତିକ ପ୍ରତିଯୋଗିତା ସକାଶେ ନିଜକୁ ପ୍ରସ୍ତୁତ କରିପାରିବେ ।

ଶ୍ରୀ ଅମ୍ବାନି କହିଥିଲେ, ରାଜ୍ୟରେ ରିଲାଏନ୍ସ ଇତି ମଧ୍ୟରେ ୬ ହଜାର କୋଟି ଟଙ୍କା ନିବେଶ କରିସାରିଛି । ଭବିଷ୍ୟତରେ ଅଧିକ ୩ ହଜାର କୋଟି ଟଙ୍କା ନିବେଶ ଯୋଜନା ରହିଛି । ଓଡ଼ିଶାର କୋଣ ଅନୁକୋଣରେ ଡିଜିଟାଲ ସୁବିଧା ପହଞ୍ଚାଇବା ତାଙ୍କ ଲକ୍ଷ୍ୟ । ଡିଜିଟାଲ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ହିଁ ତାଙ୍କ କମ୍ପାନି ଅଧିକ ନିବେଶ କରୁଛି ।

ଭାରତ ବିଶ୍ୱରେ ଏକ ଦ୍ରୁତ ଅଭିବୃଦ୍ଧି କରୁଥିବା ଅର୍ଥନୀତି । ଜୀବନର ପ୍ରତ୍ୟେକ କ୍ଷେତ୍ର ଏବେ ଡିଜିଟାଲ ଦିଗକୁ ଯାଉଛି । ଦୁଇ ବର୍ଷ ପୂର୍ବେ ଜିଓ ଆରମ୍ଭ ହେବା ପରେ ଭାରତ ଏବେ ମୋବାଇଲ ବ୍ୟବହାରରେ ବିଶ୍ୱରେ ନମ୍ବର ୱାନ ଦେଶ ହୋଇଛି । ଓଡ଼ିଶା ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଏ ଦିଗରେ ୮% ଅଧିକ ଅଭିବୃଦ୍ଧି କରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ନିବେଶ ପାଇଁ ଶ୍ରେଷ୍ଠ କ୍ଷେତ୍ରରେ ପରିଣତ ହୋଇଥିବା ସେ କହିଥିଲେ ।

ଏହି ଅବସରରେ ଶ୍ରୀ ଅମ୍ବାନି ତାଙ୍କ ପିତାଙ୍କ ସହ ସହ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସମ୍ପର୍କକୁ ସ୍ମରଣ କରିଥିଲେ । ଭାରତରେ କିଛି ଅସମ୍ଭବ ନୁହେଁ ବୋଲି କିପରି ଉଭୟ କହୁଥିଲେ ତାହା ସେ ବର୍ଣ୍ଣନା କରିଥିଲେ ।

ଲୋକାଲ ୱାୟର

Filed Under: Business, Odia Tagged With: Business, ଓଡିଶା, ଭୁବନେଶ୍ୱର

Odisha to join national traders’ strike on Sep 28

September 26, 2018 By Hrusikesh Mohanty Leave a Comment

Hrusikesh Mohanty

Berhampur, September 26 (Local Wire) – An apex state traders’ body will join the proposed national strike on September 28 to protest the Flipkart-Walmart deal and Foreign Direct Investment (FDI) in retail trade, its chief said on Wednesday.

Confederation of All India Traders (CAIT), the apex national traders’ body, has given the one day Bharat Bandh call on Friday.

In Odisha, around 15 lakh traders of different categories would join in the nation-wide bandh for protection of their rights and business, said Rabindra Nath, working president of Odisha Byabasai Mahasang.

Terming Walmart-Flipkart deal was a violation of the government’s FDI policy, he said the deal would adversely affect the small businesses in the country, whereas the FDI in retail would also be much disastrous for the trading community.

The retail traders are feeling neglected and they are concerned over the future of their business, he said.

Other demands of the traders include to simplify the GST and to make two tax slabs in GST, no financial penalty should exceed Rs 10,000, provision for accidental insurance for every GST registered traders similar to already applicable in Uttar Pradesh.

Filed Under: Business, English Tagged With: Berhampur, Odisha

  • « Go to Previous Page
  • Go to page 1
  • Interim pages omitted …
  • Go to page 19
  • Go to page 20
  • Go to page 21

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire