ଭୁବନେଶ୍ୱର, ନଭେମ୍ବର ୯(ଲୋକାଲ ୱାୟାର): ଭୁବନେଶ୍ୱରରୁ କଟକ ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ସୋମବାର କ୍ଷେତ ବଞ୍ଚାଅ ଆନ୍ଦୋଳନରେ ଟ୍ରାକ୍ଟର ର୍ୟାଲି କରାଯାଇଥିଲା ।
ଦଳର ରାଜ୍ୟ ପ୍ରଭାରୀ ସାଂସଦ ଡ.ଏ.ଚେଲ୍ଲାକୁମାର ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ କଂଗ୍ରେସ ଭବନରୁ ଆରମ୍ଭ ହୋଇଥିବା ଟ୍ରାକ୍ଟର ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଦଳର ବରିଷ୍ଠ ନେତାଗଣ ।
ତେବେ କଟକ ପୂର୍ବରୁ ପୁଲିସ ଗୋପାଳପୁରଠାରେ ଏହି ର୍ୟାଲିକୁ ଅଟକାଇ କଟକ ସହରରେ ପ୍ରବେଶ ପାଇଁ ଅନୁମତି ଦେଇନଥିଲା ।
ଶୋଭାଯାତ୍ରା ଅବସରରେ ଦଳର ନେତାମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ ବିରୋଧୀ ନୀତିର ସମାଲୋଚନା କରିଥିଲେ ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ସାଂସଦ ସପ୍ତଗିରି ଉଲାକା, ବରିଷ୍ଠ ନେତା ରାମଚନ୍ଦ୍ର ଖୁଣ୍ଟିଆ, ବିଧାୟକ ସୁରେଶ ରାଉତରାୟ, ତାରାପ୍ରସାଦ ବାହିନୀପତି ପ୍ରମୁଖ ଉଦବୋଧନ ଦେଇଥିଲେ ।
ଲୋକାଲ ୱାୟାର