• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

Travel

ଭିତରକନିକାରେ ଓ୍ବାଟର ସ୍ପୋର୍ଟସ୍ ଆରମ୍ଭ କରିବା ଯୋଜନା ହେଉଛି- ପର୍ଯ୍ୟଟନ ମନ୍ତ୍ରୀ

February 20, 2020 By Sonali Singh Leave a Comment

ଭୁବନେଶ୍ବର, ଫେବ୍ରୁଆରି ୨୦ (ଲୋକାଲ ୱାୟାର): ଭିତରକନିକାରେ ଜଳକ୍ରୀଡ଼ା ଓ କ୍ରୁଜ୍ ଟୁରିଜିମ୍ ଆରମ୍ଭ କରିବାକୁ ସରକାର ଯୋଜନା କରୁଥିବା ଗୁରୁବାର ବିଧାନସଭାରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଏ ପ୍ରସଙ୍ଗରେ ଆଲୋଚନା ବେଳେ ବିଧାୟକମାନଙ୍କ ପ୍ରଶ୍ନ ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ଏନେଇ କେରଳ ଇନଲ୍ୟାଣ୍ଡ ଡେଭେଲପମେଣ୍ଟ ଅଥରିଟିଙ୍କ ସହ ରାଜ୍ୟ ସରକାର ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି ଏବଂ ସଂପୃକ୍ତ ସଂସ୍ଥା ଭିତରକନିକାରେ ଏନେଇ ସର୍ବେକ୍ଷଣ କରୁଛି।

ଏସଂପର୍କିତ ରିପୋର୍ଟ ଆସିବା ପରେ ସରକାର ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ କହିଛନ୍ତି।

ଏହା ସହ ପଢନ୍ତୁ 

ଫାଇଭ୍-ଟି ସଚିବଙ୍କ ଭିତରକନିକା ଗସ୍ତ, ଇକୋ-ଟୁରିଜିମର ବିକାଶ ନେଇ ଚର୍ଚ୍ଚା

ଅତି ସମ୍ବେଦନଶୀଳ ଅଞ୍ଚଳ ଭାବେ ଭିତରକନିକା ଚିହ୍ନଟ: ନିଷ୍ପତ୍ତିକୁ ପ୍ରଶଂସା

ପ୍ରତି ଶନିବାର ଭିତରକନିକା, ରବିବାର ସାତକୋଶିଆ ଚାଲନ୍ତୁ

ଭିତରକନିକାରେ ବଢ଼ିଛନ୍ତି ୪୧ ପ୍ରଜାତିର ୯୨୬୭ ପକ୍ଷୀ
—-

ଏ ସଂପର୍କିତ ଆଲୋଚନା ବେଳେ ଦେଶ ବିଦେଶର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଲାଗି ଭିତରକନିକାରେ କ୍ରୁଜ୍ ଟୁରିଜିମ୍ ଆରମ୍ଭ କରିବାକୁ ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ।

ବିଧାୟକ ଶଶିଭୂଷଣ ବେହେରା କହିଥିଲେ ଯେ, କେରଳଠାରୁ ଓଡ଼ିଶା ଏଦିଗରେ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିପାରିବ।

ଲୋକାଲ୍ ଓ୍ବାୟାର୍

Filed Under: Environment, Odia, Travel, ପର୍ଯ୍ୟଟନସ୍ଥଳୀ Tagged With: ଓଡିଶା, କାର୍ଯ୍ୟକ୍ରମ, ଭିତରକନିକା

State studying feasibility of water sports, cruise tourism at Bhitarkanika

February 20, 2020 By Sonali Singh Leave a Comment

Bhubaneswar, Feb 20(LocalWire) : State Tourism Minister Jyoti Prakash Panigrahi on Thursday told the Assembly that it is considering to commence water sports and cruise tourism at Bhitarkanika.

The statement comes from the minister after several legislators demanded cruise facilities and other amenities at the tourist site to give an impetus to the tourism potential of the area.

“We have signed an MoU with Kerala Inland Development Authority for starting water sports and cruise facilities at Bhitarkanika.

The board is doing the survey on its feasibility. As soon as they submit a report, we will take a decision accordingly,” he said.

—
You may like to read

Nine-day-long crocodile census kicks off at Bhitarkanika
Special: Visit Boudh, the enchanting land of Buddha
Labour Trafficking: 150 Odia labourers rescued from brick kilns in Bangalore
Locals perform ritual at NH-16 to prevent accidents
Odisha plans to foray into houseboat tourism soon
Bargarh: Chief Minister inaugurates hospital building, various projects
Rangeilunda Airstrip might get a facelift
Monkey stuck at mobile tower rescued
Chief Minister inaugurates barrage
Puri-Konark soon to get iconic city tag

——————

The minister said that Bhitarkanika is a preferred tourist destination of the state and Chief Minister had also asked the Centre to include it among the iconic tourist sites from the state.

Earlier BJD leader Atanu Sabyasachi had asked the minister to consider starting cruise tourism in the area to attract tourists from different parts of the country.

Former finance minister Shashi Bhushan Behera also had asked the state government to start cruise tourism in the area.

“If we start cruise tourism in Bhitarkanika, we can do better tourism than Kerala and substantially increase the income for the state,” Behera told the House.

Know more about Bhitarkanika

Bhitarkanika Wildlife Sanctuary and National Park is known as the “ Mini-Amazon” of India. Lying on the coast of Bay of Bengal, it is the second largest Mangrove ecosystem of our country after Sundarbans.

 

LocalWire

Filed Under: English, Travel Tagged With: bhitarkanika, Odisha, Travel

Coronavirus has taken a toll on tourism

February 17, 2020 By Ashis Senapati Leave a Comment

Kendrapara, Feb 17 (LocalWire): Outbreak of the Coronavirus has taken a toll on Odisha Tourism as many overseas tourists from China and neighbouring countries cancelled their visit.

Buddhist sites of Lalitagiri, Ratnagiri and Udayagiri are known as the Diamond Triangle which attracts tourists from Buddhist dominated countries like China, Thailand, Myanmar and Vietnam have shown a decline in the tourist population.

People from Odisha have also cancelled trips to Malaysia, Thailand and Singapore because of the outbreak.

“We’ve lost a lot of bookings and future overseas guests are in wait-and-see mode. Tourists are having doubts about visiting the state in winter as most of the foreign tourists also visit Thailand, Myanmar, China, Japan and other countries during their tour to Odisha”, said Benjamin Simon the Managing director of Travel Link Private Limited.

Tribal tourism in Koraput, Malkangiri and Gajapati districts have also been affected despite the government efforts to attract overseas tourists.

Ratikanta Patnaik, the tourist officer of tourism department said “ The scar of Coronavirus forced Odisha tourism department to cancel a “Road Show” in Thailand in the month of March to attract more overseas tourists to Odisha”.

Tourism in the Bhitarkanika National Park in Kendrapada, a prime spot for European tourists has also been affected since the virus has been detected in France.

Last year cyclone Fani had severely affected tourism in the state and this year coronavirus has also broken the backbone of the tourism sector, said Sanghamitra Jena of Eastern Treasure India Tours.

LOcalWire

Filed Under: English, Travel Tagged With: Corona, Happenings, Kendrapara, Odisha

ବସ ବଡି ତିଆରି ଲାଗି ନୂତନ ନିୟମ : ବଡି କୋଡିଂ ବିନା ଏପ୍ରିଲ ପହିଲାରୁ ପଞ୍ଜିକରଣ ବନ୍ଦ

February 16, 2020 By Prabeen Sahoo Leave a Comment

କଟକ,ଫେବୃଆରୀ ୧୬ (ଲୋକାଲ ୱାୟାର): ଆସନ୍ତା ଏପ୍ରିଲ ପହିଲା ଠାରୁ ନୂତନ ଯାତ୍ରୀବସ ଗୁଡିକର ବଡି କୋଡିଂ ବିନା ଏହାର ପଞ୍ଜିକରଣ ନ କରିବା ପାଇଁ ଏକ ନୂତନ ନିୟମ ଲାଗୁ ହେଉଥିବା ରାଜ୍ୟ ପରିବହନ ପ୍ରାଧିକରଣର ଜଣେ ପଦାଧିକାରୀ ରବିବାର ଦିନ କହିଛନ୍ତି ।

ଏଆଇଏସ(ଅଟୋମୋଟିଭ ଇଣ୍ଡଷ୍ଟ୍ରି ଷ୍ଟାଣ୍ଡାର୍ଡ)-୫୨ ଓ ଏଆଇଏସ ୧୧୯ (ସ୍ଲିପର) ବଡି କୋଡ ବିଶେଷଜ୍ଞମାନଙ୍କ ଦ୍ବାରା ପ୍ରସ୍ତୁତ ହୋଇଛି ।

ଯାହାକୁ ରାଜ୍ୟରେ ଲାଗୁ କରାଯିବା ନେଇ ପରିବହନ କମିଶନରଙ୍କ ପକ୍ଷରୁ ସବୁ ଜିଲ୍ଲାର ଆରଟିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଭାରତ ସରକାରଙ୍କ ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଗତ ୨୦୧୭ ମସିହାରୁ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ନିୟମ କାର୍ଯ୍ୟକାରୀ ହୋଇଛି ।

ଏଥିରେ ବସ ଗୁଡିକର ବଡି କିପରି ଭାବେ ତିଆରି କରାଯିବ ସ୍ଲିପର ବ୍ୟବସ୍ଥା କିପରି ରହିବ ସେ ନେଇ ଏଆଇଏସରେ ଉଲ୍ଲେଖ ରହିଛି ।

ଏହି ନୂତନ ନିୟମ ଅନୁସାରେ ବସ ଗୁଡିକର ବଡି ଭାରତ ସରକାରଙ୍କ ଅଟୋମୋଟିଭ ରିସର୍ଚ୍ଚ ଆସୋସିଏସନ ଅଫ ଇଣ୍ଡିଆ ଭଳି ଟେଷ୍ଟିଂ ଏଜେନ୍ସି ଦ୍ବାରା ଅନୁମତି ପ୍ରାପ୍ତ ହୋଇଥିବା ପ୍ରତିଷ୍ଠାନ ଦ୍ବାରା ତିଆରି ହୋଇଥିବା ଆବଶ୍ୟକ ।

ନୂଆ କୋଡିଂ ବ୍ୟବସ୍ଥାରେ ୧୩ ଯାତ୍ରୀ ବା ତଦୁର୍ଦ୍ଧ୍ବ କ୍ଷମତା ବିଶିଷ୍ଟ ବସ ପାଇଁ ଏହି କୋଡିଂ ବ୍ୟବସ୍ଥା ରାଜ୍ୟରେ ଲାଗୁ ହେବ ।

ରାଜ୍ୟ ବସ ମାଲିକ ସଂଘର ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ ଜାତୀୟ ସ୍ତରରେ ଏହା ଲାଗୁ ହୋଇ ସାରିଛି ।

ତେବେ ସଂଘ ପକ୍ଷରୁ ଏହାକୁ ଲାଗୁ କରିବାକୁ ଅଧିକ ସମୟ ମଗାଯିବାରୁ ଆମ ରାଜ୍ୟରେ ଏହା କାର୍ଯ୍ୟକାରୀ ହୋଇପାରିନଥିଲା ।

ଲୋକାଲ ୱାୟାର

Filed Under: Odia, Travel Tagged With: Travel, ଓଡିଶା, କଟକ

ଉର୍ସ ପର୍ବ ପାଇଁ ପୁରୀରୁ ଆଜମେରକୁ ସ୍ୱତନ୍ତ୍ର ଟ୍ରେନ

February 11, 2020 By LocalWire Leave a Comment

ଭୁବନେଶ୍ବର, ଫେବ୍ରୁଆରି ୧୧ (ଲୋକାଲ ୱାୟାର): ଆଜମେରର ପ୍ରସିଦ୍ଧ ଖ୍ବାଜା ଉର୍ସ ପର୍ବ ପାଇଁ ପୁରୀରୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ ବୋଲି ମଙ୍ଗଳବାର ପୂର୍ବତଟ ରେଳବାଇ ନିଷ୍ପତ୍ତି ନେଇଛି।

ଟ୍ରେନଟି ଆସନ୍ତା ୨୬ ତାରିଖ ପୁରୀରୁ ଆଜମେର ବାହାରିବ ଓ ଆଜମେରରୁ ମାର୍ଚ୍ଚ ୨ ତାରିଖରେ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି।

ଏହି ସ୍ୱତନ୍ତ୍ର ଟ୍ରେନଟି ପୁରୀରୁ ସକାଳ ୯ଟାରେ ଛାଡି ଆଜମେରରେ ୨୮ ତାରିଖ ଭୋର ୪ଟାରେ ପହଞ୍ଚିବ ଓ ଆଜମେରରୁ ରାତି ୮ଟା ୫ରେ ବାହାରି ମାର୍ଚ୍ଚ ୪ ତାରିଖ ଅପରାହ୍ନ ୪ଟା ୧୫ରେ ପୁରୀ ପହଞ୍ଚିବ ।

ଟ୍ରେନରେ ଗୋଟିଏ ଏସି-୨ ଟାୟାର, ଚାରିଟି ଏସି-୩ ଟାୟାର, ନଅଟି ସ୍ଲିପର କ୍ଲାସ, ଛଅଟି ସାଧାରଣ ଦ୍ଵିତୀୟ ଶ୍ରେଣୀ ଓ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନ ରହିଛି ।

ପୁରୀ ଓ ଆଜମେର ମଧ୍ୟରେ ଟ୍ରେନଟି ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, କଟକ, ଢେଙ୍କାନାଳ, ତାଳଚେର ରୋଡ଼, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର, ବରଗଡ଼ ରୋଡ଼, ବଲାଙ୍ଗିର, ଟିଟିଲାଗଡ଼, କଣ୍ଟାବାଞ୍ଜି, ଖରିଆର ରୋଡ଼ ଏବଂ ଛତିଶଗଡ଼ର ରାଇପୁର ଷ୍ଟେସନରେ ଅଟକିବ।

ଲୋକାଲ ୱାୟାର

Filed Under: Odia, Travel Tagged With: Travel, ଅନୁଗୁଳ, ଓଡିଶା, ପୁରୀ, ବରଗଡ

ଖରାପ ପାଗ ଯୋଗୁଁ ଝାରସୁଗୁଡ଼ାରୁ ବିମାନ ଉଡ଼ାଣ ବାତିଲ୍

February 8, 2020 By LocalWire Leave a Comment

ଝାରସୁଗୁଡ଼ା, ଫେବ୍ରୁଆରି ୮ (ଲୋକାଲ ୱାୟାର): ଖରାପ ପାଗ ଯୋଗୁଁ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର କର୍ତ୍ତୃପକ୍ଷ ଶନିବାର ଦିନ ସାରା ସମସ୍ତ ବିମାନ ଉଡ଼ାଣ ବାତିଲ୍ କରିଦେଇଛନ୍ତି।

ଦିନରେ ଏଠାରୁ ଯାଉଥିବା ଉଭୟ ସ୍ପାଇସ୍ ଜେଟ୍ ଓ ଆଲିଏନ୍ସ ଏୟାରର ସମସ୍ତ ବିମାନକୁ ଆଜି ବାତିଲ୍ କରିଦିଆଯାଇଛି।

ପାଗରେ ପରିବର୍ତ୍ତନ ଦେଖାନଦେଲେ ଆଜି ରାତିରେ ମଧ୍ୟ ବିମାନ ସେବା ବନ୍ଦ ରହିବ ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଲୋକାଲ୍ ଓ୍ବାୟାର୍

Filed Under: Odia, Travel Tagged With: Travel, ଓଡିଶା, ଝାରସୁଗୁଡା

Haridaspur- Paradip railway line likely to be completed by March

February 7, 2020 By Ashis Senapati Leave a Comment

Kendrapara, Feb 7 (LocalWire): The 82 kilometre-long railway line from Haridaspur to Paradip covering Jajpur, Kendrapada and Jagatsinghpur districts is likely to be completed by March, 2020 following which the first goods train will roll out in the Kendrapara district for the first time.

This much-awaited railway line will bring Kendrapara district on the railway map. Started in November 2019, the project has been considerably delayed past its previous deadlines.

“We have already completed 95% of the work. The installation of signboards, telecommunication systems, construction of railway level crossing have been completed,” said Prasant Kumar Mishra, the Managing Director of Haridaspur – Paradip Railway line Project.

Mishra added, “We built 31 bridges over rivers and canals and 171 minor bridges for this railway project.

This railway line was sanctioned in 1996-97, primarily to cater to the export of products of the steel plants and imported cooking coal from Paradip to the industries. The industries located in Dubai and the iron ore deposits in Keonjhar district are in proximity to this railway line.”

On 4th April 1999, the then Railway Minister Nitish Kumar laid the foundation stone of the railway line near Marshaghai of Kendrapada district. He had promised to complete the construction work by the year 2004.

After the completion of the project, the distance between Daitari- Banspani iron ore belt and Paradip port via railways will be reduced almost by half.

Due to the negligence on the part of the authorities, the project was delayed by more than 21 years, alleged Biswanath Behera, the Vice-President of the Kendrapada Citizens Forum.

The Union Government has recently allotted Rs100 crores for this project.

Edited by Meenal Singh

LocalWire

Filed Under: English, Travel Tagged With: Kendrapara, Odisha, Travel

ଆସନ୍ତା ମାର୍ଚ୍ଚରେ ହରିଦାସପୁର-ପାରାଦୀପ ରେଳପଥରେ ଗଡ଼ିପାରେ ଟ୍ରେନ୍

February 7, 2020 By Ashis Senapati Leave a Comment

କେନ୍ଦ୍ରାପଡ଼ା, ଫେବ୍ରୁଆରି ୭ (ଲୋକାଲ ୱାୟାର): ଯାଜପୁର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଯୋଡୁଥିବା ବହୁ ପ୍ରତୀକ୍ଷିତ ହରିଦାସପୁର-ପାରାଦୀପ ରେଳ ଲାଇନ୍ କାମ ଆସନ୍ତା ମାର୍ଚ୍ଚ ମାସ ମଧ୍ୟରେ ଶେଷ ହୋଇପାରେ ବୋଲି ଏହି ପ୍ରକଳ୍ପର ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ମିଶ୍ର ଶୁକ୍ରବାର ସୂଚନା ଦେଇଛନ୍ତି।

ଯାଜପୁର ଜିଲ୍ଲାର ହରିଦାସପୁର ଓ ବନ୍ଦର ନଗରୀ ପାରାଦୀପକୁ ସଂଯୋଗକାରୀ ୮୨ କିଲୋମିଟର ଲମ୍ବ ଏହି ରେଳପଥରେ ମାର୍ଚ୍ଚରେ ପ୍ରଥମ ମାଲବାହୀ ଗାଡ଼ି ଚାଲିବ ଏବଂ ଏଥିସହିତ ପ୍ରଥମ କରି କେନ୍ଦ୍ରାପଡ଼ା ମାଟିରେ ରେଳ ଗଡ଼ିବ ବୋଲି ସେ କହିଛନ୍ତି।

“ ଇତିମଧ୍ୟରେ ଆମେ ଏହି ରେଳ ପ୍ରକଳ୍ପର ୯୫ ପ୍ରତିଶତ କାମ ସାରିଦେଇଛୁ। ସେହିପରି ସୂଚନା ଫଳକ, ଟେଲି ଯୋଗାଯୋଗ ବ୍ୟବସ୍ଥା, ଲେବଲ୍ କ୍ରସିଂ ଏବଂ ଅନ୍ୟ ଆନୁଷଙ୍ଗିକ କାମ ଶେଷ ହୋଇଛି। ଏହି ରେଳପଥରେ ପଡୁଥିବା ନଦୀ, କେନାଲ ତଥା ଅନ୍ୟ ଜଳଉତ୍ସ ଉପରେ ସମୁଦାୟ ୩୧ଟି ପୋଲ ନିର୍ମାଣ ହୋଇଥିବାବେଳେ ୧୭୧ଟି କ୍ଷୁଦ୍ର ପୋଲ ନିର୍ମାଣ କରାଯାଇଛି,” ବୋଲି ପ୍ରକଳ୍ପର ପରିଚାଳନା ନିର୍ଦ୍ଦେଶକ କହିଛନ୍ତି।

୧୯୯୬-୯୭ରେ ହରିଦାସପୁର-ପାରାଦୀପ ରେଳ ଲାଇନକୁ କେନ୍ଦ୍ର ସରକାର ମଂଜୁରୀ ପ୍ରଦାନ କରିଥିଲେ।

ଇସ୍ପାତ ଉତ୍ପାଦ ରପ୍ତାନୀ ତଥା ଆମଦାନୀ ହେଉଥିବା କୋଇଲା ବିଭିନ୍ନ କଳକାରଖାନାକୁ ଯୋଗାଇବା ସାଙ୍ଗକୁ ଯାତ୍ରୀମାନଙ୍କ ସୁବିଧା ଲାଗି ଏହି ରେଳ ଲାଇନ୍ ପ୍ରତିଷ୍ଠା ଲକ୍ଷ୍ୟ ରଖାଯାଇଥିଲା।

୪ ଏପ୍ରିଲ ୧୯୯୯ରେ ତତ୍କାଳୀନ ରେଳମନ୍ତ୍ରୀ ନୀତିଶ କୁମାର କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ନିକଟରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।

ଏହି ଉପଲକ୍ଷେ ଆୟୋଜିତ ସଭାରେ ସେ ୨୦୦୪ ସୁଦ୍ଧା ଏହି ପ୍ରକଳ୍ପ କାମ ସରିବ ବୋଲି କହିଥିଲେ।

ତେବେ କେନ୍ଦ୍ର ସରକାରଙ୍କ ଅବହେଳା କାରଣରୁ ଏହି ପ୍ରକଳ୍ପ ୨୧ ବର୍ଷରୁ ଅଧିକ ବିଳମ୍ବ ହୋଇଥିବା କେନ୍ଦ୍ରାପଡ଼ା ସିଟିଜେନ୍ ଫୋରମର ଉପ-ସଭାପତି ବିଶ୍ବନାଥ ବେହେରା ଅଭିଯୋଗ କରିଛନ୍ତି।

ନିକଟରେ କେନ୍ଦ୍ର ସରକାର ଏହି ପ୍ରକଳ୍ପ ପାଇଁ ଶହେ କୋଟି ଟଙ୍କା ମଂଜୁର କରିଛନ୍ତି।

ପୂର୍ବବର୍ତ୍ତୀ କେନ୍ଦ୍ର ସରକାରମାନେ ଏହି ପ୍ରକଳ୍ପ ପ୍ରତି ଆଖିବୁଜି ଦେଇଥିବାବେଳେ ଏବର କେନ୍ଦ୍ର ସରକାର ଏହି ପ୍ରକଳ୍ପ ଉପରେ ଜୋର୍ ଦେଇଛନ୍ତି ବୋଲି ରାଜନଗରର ପୂର୍ବତନ ବିଧାୟକ ତଥା ବିଜେପି ନେତା ଅଲେଖ କୁମାର ଜେନା କହିଛନ୍ତି।

ଲୋକାଲ୍ ଓ୍ବାୟାର୍

Filed Under: Odia, Travel Tagged With: Travel, ଓଡିଶା, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର

ବସରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଲାଗିବ ଭାଇକଲ ଲୋକେସନ ଟ୍ରାକିଙ୍ଗ

February 6, 2020 By LocalWire Leave a Comment

ଭୁବନେଶ୍ୱର, ଫେବ୍ରୁଆରି ୬ (ଲୋକାଲ ୱାୟାର): ବସରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଭାଇକଲ ଲୋକେସନ ଟ୍ରାକିଙ୍ଗ ଲାଗିବ ବୋଲି ଗୁରୁବାର ପରିବହନ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

ସେହି ଟ୍ରାକିଂ ମାଧ୍ୟମରେ ଯାତ୍ରୀମାନେ ଅସଦାଚରଣ ଶିକାର ହେଲେ ସିଟ ପାଖରେ ଥିବା ବଟନକୁ ଦବାଇ ପୁଲିସକୁ ଆଲର୍ଟ ମାଧ୍ୟମରେ ଜଣାଇପାରିବେ ।

ରାଜ୍ୟରେ ବଢୁଥିବା ଦୁଷ୍କର୍ମ ମାମଲା ପାଇଁ ନୂଆ ଗାଇଡଲାଇନ ପ୍ରସ୍ତୁତ ହୋଇଛି ଯେଉଁଥିରେ ୧୭ହଜାରରୁ ଅଧିକ ଘରୋଇ ଵସ ଓ ୪୫୦ ସରକାରୀ ଵସକୁ ନିୟୋଜିତ କରାଯିବ ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ସେ ଲୋକାଲ ୱାୟାରକୁ ଜଣାଇଛନ୍ତି ।

ଲୋକାଲ ୱାୟାର

Filed Under: Odia, Travel Tagged With: Travel, ଓଡିଶା

ହରିଦାସପୁର ଓ ପାରାଦ୍ଵୀପ ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ପାଇଁ ତିନିଟି ଟ୍ରେନ ବାତିଲ

February 6, 2020 By LocalWire Leave a Comment

ଭୁବନେଶ୍ବର, ଫେବ୍ରୁଆରି ୬ (ଲୋକାଲ ୱାୟାର): କେନ୍ଦ୍ରାପଡାର ହରିଦାସପୁର ଓ ପାରାଦ୍ଵୀପ ଷ୍ଟେସନ ମଧ୍ୟରେ ଚାଲିଥିବା ଦୋହରୀକରଣ ଓ ସୁରକ୍ଷା ବ୍ୟବସ୍ଥାର ଉନ୍ନତିକରଣ ପାଇଁ ତିନିଟି ଟ୍ରେନ ବାତିଲ ହୋଇଥିବା ଗୁରୁବାର ପୂର୍ବତଟ ରେଳବାଇ ସୂଚନା ଦେଇଛି ।

ଆସନ୍ତାକାଲିଠାରୁ ରବିବାର ପର୍ଯ୍ୟନ୍ତ ପୁରୀରୁ ଛାଡିବାକୁ ଥିବା ପୁରୀ-ପାରାଦ୍ଵୀପ-ପୁରୀ ଇଣ୍ଟରସିଟିଏକ୍ସପ୍ରେସ, କଟକରୁ ଛାଡୁଥିବା କଟକ-ପାରାଦ୍ଵୀପ-କଟକ ମେମୁ ଓ କଟକ- ପାରାଦ୍ଵୀପ- କଟକ ପ୍ୟାସେଞ୍ଜର ବାତିଲ ରହିବ ।

ସୂଚନାଯୋଗ୍ୟ, ଏହି ୮୨କିମି ବିଶିଷ୍ଟ ରେଳ ଲାଇନ ମଧ୍ୟରେ ଟ୍ରେନଗୁଡିକ ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ଦେଇ ଯାତାୟାତ କରେ ।

ଲୋକାଲ ୱାୟାର

Filed Under: Odia, Travel Tagged With: Travel, ଓଡିଶା, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 22
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire