ଭୁବନେଶ୍ୱର, ଫେବ୍ରୁଆରୀ ୩(ଲୋକାଲ ୱାୟାର): ଆସନ୍ତା ୧୨ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗ ଦେବାକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସେହିଦିନ ଭୁବନେଶ୍ୱରରେ ପହଞ୍ଚିବେ ବୋଲି ସୂଚନା ମିଳିଛି ।
୨୯ ବର୍ଷ ପରେ ଭୁବନେଶ୍ୱରରେ ହେବାକୁ ଯାଉଥିବା ପୂର୍ବାଞ୍ଚଳ ପରିଷଦର ୨୪ତମ ବୈଠକ ଲୋକସେବା ଭବନର କନଭେନସେନ ସେଣ୍ଟରରେ ହେବାର ସମ୍ଭାବନା ଅଛି ।
ବୈଠକରେ ଆସାମ, ପଶ୍ଚିମବଙ୍ଗ, ସିକିମ୍, ଝାଡ଼ଖଣ୍ଡ, ବିହାର ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଏଥିସହ ଶ୍ରୀ ଶାହ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଏକ ସମ୍ମିଳନୀରେ ଯୋଗ ଦେବେ ବୋଲି ଦଳର ଜଣେ ନେତା ସୂଚନା ଦେଇଛନ୍ତି ।
ଲୋକାଲ ୱାୟାର