• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

Travel

ଧାମରାରେ ବିମାନବନ୍ଦର ନିର୍ମାଣ କରିବା ଆଦାନି ଗୃପ

November 13, 2018 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୧୩ (ଲୋକାଲ ଓୟାର) ଭଦ୍ରକ ଜିଲ୍ଲାର ଧାମରା ଠାରେ ଆଦାନୀ ଶିଳ୍ପ ସମୂହ ସଂସ୍ଥା ପାଞ୍ଚଶହ କୋଟି ଟଙ୍କା ବ୍ୟୟରେ ଏକ ବିମାନ ବନ୍ଦର କରିବାପାଇଁ ରାଜ୍ୟ ସରକାରଙ୍କ ସହ ସୋମବାର ଏକ ବୁଝାମଣାପାତ୍ର ସ୍ଵାକ୍ଷର କରିଥିବା ଜଣେ ବିଭାଗୀୟ ସରକାରୀ ଅଧିକାରୀ ମଙ୍ଗଳବାର କହିଛନ୍ତି।

ଏହି ବିମାନ ବନ୍ଦର ପ୍ରତିଷ୍ଠିତ ହେଲେ କମ୍ପାନୀ ମାଲିକାନାରେ ପରିଚାଳିତ ଧାମରା ବନ୍ଦରକୁ ଯୋଗାଯୋଗ ଅଧିକ ସହଜ ହେବ ବୋଲି ସେ କହିଛନ୍ତି। ଧାମରା ବନ୍ଦର ପାଖରେ ଉପଲବ୍ଧ ଜମିରେ ଏହି ଏୟାରଷ୍ଟ୍ରିପ ପ୍ରତିଷ୍ଠା ପାଇଁ ରାଜ୍ଯ ସରକାର ଆବଶ୍ୟକ ରିପୋର୍ଟ ପ୍ରସ୍ତୁତ କରିବାକୁ ଧାମରା ପୋର୍ଟ କମ୍ପାନିକୁ କହିଥିଲେ।

ଲୋକାଲ ଓୟାର

Filed Under: Odia, Travel Tagged With: Travel, ଓଡିଶା, ଭୁବନେଶ୍ୱର

ବିମାନ ପରିଚାଳନାରେ ଭୁବନେଶ୍ୱର ବିମାନ ବନ୍ଦରର ଆଉ ଏକ ରେକର୍ଡ

November 13, 2018 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୧୩ (ଲୋକାଲ ଓୟାର).-ଭୁବନେଶ୍ୱର ଠାରେ ଆରମ୍ଭ ହୋଇଥିବା ପାଂଚଦିନିଆ ମେକ ଇନ ଓଡ଼ିଶା ସମ୍ମେଳନକୁ ସୋମବାର ଗୋଟିଏ ଦିନରେ ଦେଶ ବିଦେଶରୁ ବହୁ ଉଦ୍ୟୋଗପତି ସ୍ଵତନ୍ତ୍ର ବିମାନରେ ଆସିଥିବାରୁ ନିୟମିତ ଯାତାୟାତ କରୁଥିବା ବିମାନ ସହ ସେଗୁଡିକୁ ପରିଚାଳନା କରି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ତିଆରି କରିଛି ଆଉ ଏକ ରେକର୍ଡ ।

ବିମାନ ବନ୍ଦରର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ମୁକେଶ ଅମ୍ବାନୀ, କୁମାର ମଙ୍ଗଳମ୍ ବିର୍ଲା, ଅନିଲ ଅଗ୍ରୱାଲ, ସଜ୍ଜନ ଜିନ୍ଦଲ ଓ ନବୀନ ଜିନ୍ଦଲଙ୍କ ସମେତ ଦେଶର ବଡ଼ ବଡ଼ ଶିଳ୍ପଦ୍ୟୋଗୀ ପ୍ରାୟ ବାରଟି ସ୍ବତନ୍ତ୍ର ବିମାନ ଯୋଗେ ସୋମବର ଭୁବନେଶ୍ୱରରେ ଆସି ପହଞ୍ଚି ଥିଲେ।

୩୩ଟି ବିମାନ ନିୟମିତ ଭାବେ ପରିଚାଳନା କରୁଥିବା ବେଳେ ବିମାନ ବନ୍ଦର କର୍ମଚାରୀଙ୍କୁ ଏହି ସ୍ଵତନ୍ତ୍ର ବିମାନର ପରିଚାଳନା ମଧ୍ୟ କରିବାକୁ ପଡିଥିଲା। ବିମାନ ବନ୍ଦରରେ ନିୟମିତ ଚଳାଚଳ କରୁଥିବା ବିମାନ ବ୍ୟତୀତ ପ୍ରାୟ ୧୫ ଟି ବଡ ବିମାନ ଓ ଦଶଟି ଛୋଟ ବିମାନ ପରିଚାଳନା କରିବାର କ୍ଷମତା ରହିଥିବାରୁ ଏହି କାର୍ଯ୍ୟପାଇଁ ସେମାନଙ୍କୁ ଅସୁବିଧା ହୋଇନଥିବା ସେ ମଙ୍ଗଳବାର କହିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୯୬୨ରେ  ଭୁବନେଶ୍ୱର ବିମାନ ବନ୍ଦର କାର୍ଯ୍ୟକ୍ଷମ ହୋଇଥିବାବେଳେ ଅଗଷ୍ଟ ୨୦୧୬ ଠାରୁ ଏହା ଦିବା ରାତ୍ରି କାର୍ଯ୍ୟ କରି ଆସୁଛି।

ଭାରତୀୟ ଜନତା ପାର୍ଟିର ନାତିୟ କାର୍ଯ୍ୟକାରିଣୀ ବୈଠକରେ ଗତ ବର୍ଷ ଏହି ବିମାନ ବନ୍ଦରକୁ ନିୟମିତ ଯାତାୟାତ କରୁଥିବା ବିମାନ ବ୍ଯତୀତ ନଅଟି ସ୍ଵତନ୍ତ୍ରବିମାନର ପରିଚାଳନା କରିବାକୁ ପଡିଥିଲା।

ଲୋକାଲ ଓୟାର

Filed Under: Odia, Travel Tagged With: Travel, ଭୁବନେଶ୍ବର

ଶ୍ରୀଜଗନ୍ନାଥଙ୍କୁ ଝିଅ ବାହାଘର ନିମନ୍ତ୍ରଣ ଦେଲେ ମୁକେଶ ଅମ୍ବାନି

November 13, 2018 By LocalWire Leave a Comment

ପୁରୀ, ନଭେମ୍ବର ୧୩ (ଲୋକାଲ ୱାୟର) ଭୁବନେଶ୍ୱରରେ ଅନୁଷ୍ଠିତ ମେକ୍ ଇନ କନକ୍ଲେଭରେ ଯୋଗ ଦେବାକୁ ଓଡ଼ିଶା ଆସିଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମୁଖ୍ୟ ମୁକେଶ ଅମ୍ବାନି ସୋମବାର ପୁରୀ ଯାଇ ଶ୍ରୀମନ୍ଦିରରେ ପ୍ରଭୁଙ୍କୁ ଦର୍ଶନ କରିବା ସହ ଝିଅ ବାହାଘର ନିମନ୍ତେ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ ପତ୍ର ଦେଇଛନ୍ତି ।

ମୁକେଶଙ୍କ କନ୍ୟା ଈଶା ଅମ୍ବାନି ଶିଳ୍ପପତି ଆନନ୍ଦ ପିରାମଲଙ୍କୁ ବିବାହ କରୁଛନ୍ତି ।

ଗୁଜରାଟୀ ପରମ୍ପରା ଅନୁଯାୟୀ ବିବାହ ପୂର୍ବରୁ ଠାକୁରଙ୍କୁ ନିମନ୍ତ୍ରଣ ଦିଆଯିବା ସହ ଆଶୀର୍ବାଦ ଲୋଡ଼ା ଯାଇଥାଏ । ତେଣୁ ମୁକେଶ ସୋମବାର ଅପରାହ୍ଣରେ ଶ୍ରୀମନ୍ଦିର ଯାଇ ନିମନ୍ତ୍ରଣ ପତ୍ର ଦେଇଥିଲେ ।

ସେବକ ଏହାକୁ ଠାକୁରଙ୍କ ସିଂହାସନରେ ଛୁଆଁଇ ରଖିଥିଲେ । ପ୍ରତିବଦଳରେ ମହାପ୍ରଭୁଙ୍କ ଆଜ୍ଞା ଭାବେ ମୁକେଶଙ୍କୁ ଗୁଆ, ମହାପ୍ରସାଦ, ଫୁଲତୁଳସୀ ଦିଆଯାଇଥିବା କହିଛନ୍ତି ତାଙ୍କ ପଣ୍ଡା ରଘୁନାଥ ଗୋଚ୍ଛିକାର ।

ମୁକେଶ ଅମ୍ବାନି ସୋମବାର ଅପରାହ୍ଣରେ ହେଲିକପ୍ଟର ଯୋଗେ ଯାଇ ପୁରୀ ତାଳବଣିଆରେ ଓହ୍ଲାଇଥିଲେ ।

ସେଠାରୁ ଜେଡ୍ କାଟାଗୋରୀ ସୁରକ୍ଷାରେ ଯାଇ ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିଲେ । ସିଂହଦ୍ୱାର ବାଟେ ବାଇଶିପାହାଚ, ଘଣ୍ଟିଦ୍ୱାର ବାଟେ ନାଟମଣ୍ଡପକୁ ପ୍ରବେଶ କରିଥିଲେ ।

ଭିତରକାଠ ପାଖକୁ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ । ପରେ ଲକ୍ଷ୍ମୀଙ୍କ ମନ୍ଦିରେ ମହାଲକ୍ଷ୍ମୀଙ୍କ ଦର୍ଶନ କରିଥିଲେ । ଫେରିବା ବେଳେ ବାଇଶ ପାହାଚରେ ଛିଡ଼ା ହୋଇ ପ୍ରଭୁଙ୍କୁ ପ୍ରଣାମ କରିବାକୁ ଭୁଲି ନଥିଲେ ।

ମୁକେଶ ଶ୍ରୀମନ୍ଦିରରୁ ବାହାରିବା ପୂର୍ବରୁ ତାଙ୍କ ପଣ୍ଡାଙ୍କୁ ଏକ ଲଫାପାରେ ଦକ୍ଷିଣା ଦେଇଥିଲେ । ଝିଅ ବାହାଘର ପାଇଁ ତାଙ୍କୁ ମଧ୍ୟ ମୁକେଶ ନିମନ୍ତ୍ରଣ କରିଥିବା ରଘୁନାଥ କହିଛନ୍ତି ।

ଲୋକାଲ ୱାୟର

Filed Under: Odia, Travel Tagged With: Travel, ଓଡିଶା, ପୁରୀ

  • « Go to Previous Page
  • Go to page 1
  • Interim pages omitted …
  • Go to page 20
  • Go to page 21
  • Go to page 22

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire