ଭବାନୀପାଟଣା, ଅକ୍ଟୋବର ୨୪(ଲୋକାଲ ୱାୟାର): କରୋନା ମହାମାରୀର ଆତଙ୍କ ମଧ୍ୟରେ କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା ଶନିବାର ଅନୁଷ୍ଠିତ ହୋଇଥିବା ବେଳେ ଭକ୍ତମାନେ ଏହାକୁ ଅନଲାଇନରେ ଦେଖିବାର ସୁଯୋଗ ପାଇଛନ୍ତି ।
ଅଷ୍ଟମୀ ତିଥିର ରାତି ପ୍ରାୟ ୩ଟାରେ ମା’ଙ୍କ ଛତର ମନ୍ଦିରରୁ ବାହାରି ଜେନାଖାଲକୁ ଯିବା ପରେ ଗୁପ୍ତ ପୂଜା ହୋଇଥିଲା ।
ଭୋର୍ ପ୍ରାୟ ୬ଟାରେ ମା’ଙ୍କୁ ମନ୍ଦିର ଅଣାଯାଇଥିଲା । ଅଞ୍ଚଳରେ ସଟ ଡାଉନ ଜାରି ହୋଇଥିବାରୁ ମାତ୍ର ଅଧଘଣ୍ଟା ମଧ୍ୟରେ ଯାତ୍ରା ଶେଷ ହୋଇଥିଲା ।
ବିଶ୍ୱାସ, ଭକ୍ତି ଏବଂ ପରମ୍ପରାର ମହାନ ପର୍ବ ଛତର ଯାତ୍ରାରେ କେବଳ ହାତଗଣତି ପୂଜକ, ସେବକ, ପୁଲିସ ଓ ପ୍ରଶାସନିକ ଅଧିକାରୀ ସାମିଲ ଥିଲେ ।
ବିନା ଭକ୍ତରେ ମା’ ନଗର ଭ୍ରମଣ କରିଥିଲେ । ତେବେ ଅନଲାଇନରେ ଭକ୍ତମାନେ ମା’ଙ୍କୁ ଦେଖି ବିଭୋର ହୋଇଛନ୍ତି ।
ଲୋକାଲ ୱାୟାର