ଭୁବନେଶ୍ୱର, ଜୁନ୍ ୧୯ (ଲୋକାଲ ୱାୟାର) : ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ (ଏମ୍ସ)ର ପୋଷ୍ଟ ଗ୍ରାଜୁଏଟ୍ ପାଠ୍ୟକ୍ରମ ପାଇଁ ଅନୁଷ୍ଠିତ ହୋଇଥିବା ପ୍ରବେଶିକା ପରୀକ୍ଷାରେ ଭୁବନେଶ୍ୱରସ୍ଥିତ ଏମ୍ସର ଛାତ୍ରୀ ଡା. ଭିନିଥା କେ ୧୦୦ ପ୍ରତିଶତ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।
ଏହି ପ୍ରବେଶିକା ପରୀକ୍ଷାର ୧୦୦ ସଫଳ ଛାତ୍ରଛାତ୍ରୀଙ୍କ ତାଲିକାରେ ଏମ୍ସ ଅନୁଷ୍ଠାନର ୨୯ ଜଣ ଛାତ୍ରଛାତ୍ରୀ ସ୍ଥାନ ପାଇଥିବା ବେଳେ ଭୁବନେଶ୍ୱର ଏମ୍ସର ୬ ଜଣ ଛାତ୍ରଛାତ୍ରୀ ରହିଛନ୍ତି ।
ଏହି ସଫଳତା ପାଇଁ ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶିକା ଗୀତାଞ୍ଜଳୀ ବତମାନ୍ବେନ୍ ଭିନିଥାଙ୍କ ସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏହାସହ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ମାଗଦର୍ଶୀକାକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି ।
ଲୋକାଲ ୱାୟାର