• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

Entertainment

ଭୂମିକାଙ୍କ ମନ ନେବ କିଏ?

December 18, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୧୮(ଲୋକାଲ ୱାୟାର): ଓଲିଉଡର ସବୁଠୁ ସୁନ୍ଦରୀ ନାୟିକା ଭୂମିକା ଦାଶ । ତାଙ୍କ ମନ କୁଆଡ଼େ କିଏ ନେଇ ଯିବେ ବୋଲି ଚର୍ଚ୍ଚା ହେଉଛି ।

ହେଲେ ମନକୁ ଚୋରେଇବ କିଏ? ଯେପର୍ଯ୍ୟନ୍ତ ଭୂମିକା ନଚାହିଁଛନ୍ତି ତାଙ୍କ ମନ କିଏ ନେବ? କିନ୍ତୁ ତାଙ୍କ ମନ ଏବେ ଜଣେ ନୂଆ ନାୟକଙ୍କ ହାତରେ ।

ହେଲେ ନାୟକ କିଏ ଏ ପର୍ଯ୍ୟନ୍ତ ତାହା ଜଣାପଡ଼ିନି । ଏମିତି ଏକ ଲଭ୍, ରୋମାନ୍ସ, ସସପେନ୍ସ କାହାଣୀକୁ ନେଇ ପ୍ରସ୍ତୁତ ହେଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ମନ ମୋ ନେଇଗଲୁରେ’ ।

ଏହାର ପୃଷ୍ଠଭୂମି କଲେଜ ଜୀବନରେ ବାଟବଣା ହେଉଥିବା ଯୁବପିଢ଼ିଙ୍କ ଉପରେ ରହିଛି ।

ସୁମା ରିଅଲ୍ ମିଡିଆ ନିବେଦିତ ଏହି ଚିତ୍ରରେ ମୁଖ୍ୟ ନାୟିକା ଭୂମିକା ଥିଲା ବେଳେ ତାଙ୍କ ନାୟକ ସାଜିବେ ଜଣେ ନବାଗତ ଅଭିନେତା ।

ଅନ୍ୟାନ୍ୟ ଚରିତ୍ରରେ ହାସ୍ୟ ଅଭିନେତା ଗୁଡ୍ଡୁ, ଜ୍ଞାନ, ପ୍ରେମାଞ୍ଜନ ପରିଡ଼ା, ଅଶ୍ରୁମୋଚନ, ବିଜୁ ବଡ଼ଜେନା, ଜୀବନ ପଣ୍ଡା ପ୍ରମୁଖ ଅଭିନୟ କରୁଛନ୍ତି ।

ଏହି ସିନେମାର ପ୍ରୟୋଜନା ସୁନୀଲ କୁମାର ଦାସ କରୁଥିଲା ବେଳେ କାହାଣୀ ରଚନା କରିଛନ୍ତି ଦିଲ୍ଲୀପ କୁମାର ଦାସ । ନିଦେ୍ର୍ଦଶନା ଦେଉଛନ୍ତି ସଞ୍ଜୟ ନାୟକ । ସ୍ୱର ସଂଯୋଜନା କରିଛନ୍ତି ବୈଦ୍ୟନାଥ ଦାଶ ।

ଲୋକାଲ ୱାୟାର

Filed Under: Entertainment, Odia, ମନୋରଞ୍ଜନ Tagged With: ଓଡିଶା, ମନୋରଞ୍ଜନ

ଆନ୍ତର୍ଜାତିକ ମହୋତ୍ସବରେ କରୋନା ସଚେତନତା ବାର୍ତ୍ତା

December 3, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୨(ଲୋକାଲ ୱାୟାର): କରୋନା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆୟୋଜନ କରୁଛି ଆନ୍ତର୍ଜାତିକ କୋଣାର୍କ ଓ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ ।

କରୋନା କଟକଣା ଯୋଗୁଁ ଦେଶରେ କେଉଁଠି ଏତେ ବଡ଼ ଆୟୋଜନ ହୋଇନଥିବା ବେଳେ ପ୍ରଥମ ଥର ପାଇଁ ଓଡ଼ିଶାରେ ଏଭଳି ବିରାଟ ଆୟୋଜନ ହେବା କଳା ଓ କଳାକାରଙ୍କ ପ୍ରତି ବଡ଼ ସମ୍ମାନ ।

କୋଣାର୍କରେ ଆୟୋଜିତ ଆନ୍ତର୍ଜାତିକ ନୃତ୍ୟ ମହୋତ୍ସବଠାରୁ ଆରମ୍ଭ କରି ବାଲୁକା କଳା ମହୋତ୍ସବ ଯାଏଁ ସବୁଠି ଦେଖିବାକୁ ମିଳିଛି କରୋନା ସଚେତନତାର କଥା ।

ରାଜ୍ୟ ପର୍ଯ୍ୟଟନ ବିଭାଗଠାରୁ ଆରମ୍ଭ କରି କାର୍ଯ୍ୟକ୍ରମେର ଭାଗ ନେଇଥିବା ପ୍ରତିଯୋଗୀ ଯାଏଁ; ସମସ୍ତେ ନିଜ ନିଜର ସୃଜନାତ୍ମକ ସୃଷ୍ଟିରେ କରୋନା ସଚେତନତାର କଥା ପ୍ରସ୍ପୁଟିତ କରିଛନ୍ତି ।

ବାଲୁକା କଳା ମହୋତ୍ସବରେ ଚଳିତ ବର୍ଷ ସାରା ଦେଶରୁ ୭୦ ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଉଦ୍ଘାଟନୀ ଉତ୍ସବରେ ସମସ୍ତଙ୍କ ସୃଜନାତ୍ମକ ସୃଷ୍ଟିରେ ଦେଖିବାକୁ ମିଳିଛି କରୋନା କାହାଣୀ ।

ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି ବାଲୁକା କଳା ମହୋତ୍ସବର ପ୍ରତିଟି ବାଲୁକା ଶିଳ୍ପରେ ଠିକ୍ ଭାବେ ମାସ୍କ ପରିଧାନ, ମାସ୍କ ଦ୍ୱାରା କରାନାରୁ ମୁକ୍ତି, ସାନିଟାଇଜର ବ୍ୟବହାର, ସାମାଜିକ ଦୂରତା ରକ୍ଷା ଭଳି ପ୍ରସଙ୍ଗକୁ ସ୍ଥାନିତ କରାଯାଇଛି ।

ଜନସାଧାରଣଙ୍କୁ ଏ ଦିଗରେ ସମସ୍ତ ନୀତି ନିୟମକୁ ମାନିବାକୁ ସୃଜନାତ୍ମକ ଢ଼ଙ୍ଗରେ ଅପିଲ ମଧ୍ୟ କରିଛନ୍ତି ବାଲୁକା କଳା ଶିଳ୍ପୀ ।

କେବଳ ସେତିକି ନୁହେଁ ଚଳିତ ବର୍ଷ ଆୟୋଜିତ ଆନ୍ତର୍ଜାତିକ କୋଣାର୍କ ମହୋତ୍ସବରେ ମଧ୍ୟ କରୋନା କଟକଣାକୁ ସମ୍ପୂର୍ଣ୍ଣ ଭାବେ ପାଳନ କରାଯାଉଥିବା ଦେଖିବାକୁ ମିଳିଛି ।

ପ୍ରବେଶ ପଥଠାରୁ ଷ୍ଟେଜ୍ ଯାଏଁ ସବଠି ଷ୍ଟାଣ୍ଡିଂ ପୋଷ୍ଟର ଦ୍ୱାରା ମାସ୍କ ପରିଧାନ, ନିୟମିତ ବ୍ୟବଧାନରେ ହାତ ସାନିଟାଇଜ୍ କରିବା ଓ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି ।

ଏହାସହ ଷ୍ଟେଜ୍, ଶିଳ୍ପୀମାନଙ୍କ ପାଇଁ ପ୍ରସ୍ତୁତ ଘର, ଦର୍ଶକ ଗ୍ୟାଲେରୀ, ନୃତ୍ୟ ମଣ୍ଡପ ଆଦିକୁ ସାନିଟାଇଜ୍ କରାଯାଉଛି । ବିଭାଗର ଏ ତତ୍ପରତାକୁ ନେଇ ଆସିଥିବା ନୃତ୍ୟଶିଳ୍ପୀମାନେ ବେଶ ଖୁସି ଥିବା ବ୍ୟକ୍ତ କରିଛନ୍ତି ।

ଏ ବାବଦରେ ବରିଷ୍ଠ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ଶିଲା ଟ୍ୱିଟ୍ ଉନ୍ନିକ୍ରିଷ୍ଣନ୍ କହିଛନ୍ତି, ସାରାଦେଶ କରୋନା କବଳରେ ଥିବା ସତ୍ତ୍ୱେ ଆମେ ନୃତ୍ୟଶିଳ୍ପୀମାନେ ବିନା ସମସ୍ୟାରେ ଚେନ୍ନାଇରୁ ଓଡ଼ିଶା ଆସି ପହଞ୍ଚିଛୁ ।

ଏଦିଗରେ ଓଡ଼ିଶୀ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆମକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ପ୍ରଦାନ କରାଯାଇଛି । ଏଠାରେ ସମସ୍ତ ପ୍ରକାର ବ୍ୟବସ୍ଥା ଖୁବ୍ ସୁନ୍ଦର ଭାବେ ଆୟୋଜନ କରାଯାଇଛି ।

ବିଭାଗୀୟ ଅଧିକାରୀମାନେ ଆମମାନଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଯାହାକି ଆମକୁ ସୁରକ୍ଷିତ ବାତାବରଣ ଦେଇଛି ।

ପଦ୍ମଶ୍ରୀ ଗୁରୁ ଅରୁଣା ମହାନ୍ତି ମଧ୍ୟ କରୋନା କଟକଥା ସତ୍ତ୍ୱେ ବିଭାଗର ଏଭଳି ଆୟୋଜନକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି କଳାକାର ପାଇଁ ମଞ୍ଚଟିଏ ଦରକାର ।

ଚାରିଆଡ଼େ କରୋନା ଯୋଗୁଁ ସବୁ ବନ୍ଦ ଥିବା ବେଳେ ରାଜ୍ୟ ପର୍ଯ୍ୟଟନ ବିଭାଗ ଆମମାନଙ୍କ ପାଇଁ ଏଭଳି ଏକ ଆୟୋଜନ କରିବା ସବୁଠାରୁ ବଡ଼ କଥା ।

ଏହା ନିଶ୍ଚିତ ଭାବେ ସାରା ଦେଶରେ କୋଣାର୍କ ନୃତ୍ୟ ମହୋତ୍ସବ ଦ୍ୱାରା ଏକ ଉଦାହରଣ ସୃଷ୍ଟି କଲା ।

ଲୋକାଲ ୱାୟାର

Filed Under: Entertainment, Odia, ମନୋରଞ୍ଜନ Tagged With: ଓଡିଶା, ପୁରୀ, ମନୋରଞ୍ଜନ

ଓଡ଼ିଆ ଚଳଚ୍ଚିତ୍ର ‘ଅରୁନ୍ଧତୀ’ର ମହୁରତ

November 28, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୨୮(ଲୋକାଲ ୱାୟାାର): ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଅରୁନ୍ଧତୀ’ର ଶୁଭ ମହୁରତ ଶେଷ ହୋଇ ଏବେ ଫିଲ୍ମର ସୁଟିଂ ଚାଲିଛି ।

ଏହାର ଲିଡରେ ନାୟିକା ଏଲିନା ଅଭିନୟ କରୁଥିଲା ବେଳେ ତାଙ୍କ ନାୟକ ସାଜିଛନ୍ତି ରାଜବୀର । ସିନେମାରେ ଯାତ୍ରାର ଦୁର୍ଦ୍ଦାନ୍ତ ଖଳନାୟକ ତଥା ବ୍ୟାଡ୍ ବୟ ସଞ୍ଜୟ ଭୋଳ ଏକ ସ୍ୱତନ୍ତ୍ର ଭୂମିକାରେ ଅର୍ଥାତ୍ ଅତିଥି କଳାକାର ଭୂମିକାରେ ନଜର ଆସିବେ ।

କିନ୍ତୁ ମୁଖ୍ୟ ଖଳନାୟକ ଭୂମିକାରେ ଅଭିନୟ କରୁଛନ୍ତି ବବି ମିଶ୍ର । ବର୍ତ୍ତମାନ ବବି ୨-୩ଟି ସିନେମାର ସୁଟିଂରେ ବ୍ୟସ୍ତ ଥିଲାବେଳେ ଏଲିନା ତରଙ୍ଗ କ୍ୟାମ୍ପରେ ନାରୀ କୈନ୍ଦ୍ରିକ ସିନେମା ‘ପାପ’ର ସୁଟିଂ କରୁଛନ୍ତି ।

ସେହିପରି ଅଭିନେତା ରାଜବୀରଙ୍କ ଓଲିଉଡରେ ଏପର୍ଯ୍ୟନ୍ତ ଭାଗ୍ୟ ଫିଟିନି । ତାଙ୍କର ଚଳଚ୍ଚିତ୍ର ‘ଲଭ୍ ଫିଭର୍’ ଓ ‘କାଳିଆ ଦି ଫାଇଟର୍ ମ୍ୟାନ୍’ ଅଧାରେ ଅଟକିଛି । ତେବେ ‘ଅରୁନ୍ଧତୀ’ର ପ୍ରଯୋଜନା ପଛରେ ଅଜିତାଭ ମଲ୍ଲିକ ରହିଛନ୍ତି ।

ଏହାର ନିଦେ୍ର୍ଦଶନା ଦେଉଛନ୍ତି ରମେଶ ରାଉତ । ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ଡ. ରଜନୀ ରଞ୍ଜନ । ସଙ୍ଗୀତ ନିଦେ୍ର୍ଦଶନା ଦେଇଛନ୍ତି ଅଭିଜିତ୍ ମଜୁମଦାର୍ ।

ଲୋକାଲ ୱାୟାର

Filed Under: Entertainment, Odia, ମନୋରଞ୍ଜନ Tagged With: ଓଡିଶା, ମନୋରଞ୍ଜନ

ନୂଆ ଯାତ୍ରା ପାର୍ଟି ସୂର୍ଯ୍ୟନାରାୟଣର ପ୍ରସ୍ତୁତି

November 28, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୨୮(ଲୋକାଲ ୱାୟାର): ଆଦିତ୍ୟ ଏଣ୍ଟରଟେନମେଣ୍ଟ ନିବେଦିତ ନୂତନ ଯାତ୍ରା ଅନୁଷ୍ଠାନ ଯାତ୍ରା ସୂର୍ଯ୍ୟ ନାରାୟଣ ଯାତ୍ରା ବର୍ଷ ପାଇଁ ପ୍ରସ୍ତୁତ ହେଉଛି । ଗତ ଦଶହରାରେ ଯାତ୍ରା ପାର୍ଟିର ଦୁଇଟି ନାଟକ ଉନ୍ମୋଚନ ସରିଛି ।

ପ୍ରଥମ ନାଟକ ଇଂ. ସଚ୍ଚି ସ୍ୱାଇଁଙ୍କ ରଚିତ ‘କୁହ ସୂର୍ଯ୍ୟ ନାରାୟଣ ସୂର୍ଯ୍ୟ ଠିକଣା’ । ଦ୍ୱିତୀୟ ନାଟକ ନାଟ୍ୟକାର ଦାମ ପ୍ରଧାନଙ୍କ ରଚନାରେ ‘ବାହା ସତ୍ୟବାନ ବାଡ଼ୁଅ ସାବି’ । ଦୁଇଟି ଯାକ ନାଟକ ପୁରୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଉନ୍ମୋଚନ କରାଯାଇଥିଲା ।

ଏଥିସହିତ ନିକଟରେ ପାର୍ଟିର ଶୀର୍ଷକ ସଙ୍ଗୀତ କଟକର ଏକ ଷ୍ଟୁଡିଓରେ ରେକର୍ଡିଂ ହୋଇଛି । ଏହି ଅବସରରେ ପାର୍ଟିର ପ୍ରଡକ୍ସନ ମ୍ୟାନେଜର ପ୍ରଦୀପ କୁମାର, ନାଟ୍ୟକାର ଜଗନ୍ନାଥ ରାଉତ, ସଙ୍ଗୀତ ନିର୍ଦ୍ଦେଶକ ସଞ୍ଜୀବ ଉପସ୍ଥିତ ଥିଲେ ।

ଗୀତଟିକୁ ଗାଇଛନ୍ତି ଓଡ଼ିଶାର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି ବୋଲି ଯାତ୍ରା ପାର୍ଟି ପକ୍ଷରୁ ସୂଚନା ଦିଆଯାଇଛି ।

ଲୋକାଲ ୱାୟାର

Filed Under: Entertainment, Odia, ମନୋରଞ୍ଜନ Tagged With: ଓଡିଶା, ମନୋରଞ୍ଜନ

ତରଭୁଜରେ ଅଭିନେତା ଓ ନିର୍ଦ୍ଦେଶକ ଶ୍ରୀତମ୍

November 28, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୨୮(ଲୋକାଲ ୱାୟାର): ଓଲିଉଡର ଅଭିନେତା ତଥା ନିର୍ଦ୍ଦେଶକ ଶ୍ରୀତମ୍ ଦାସ ତରଭୁଜରେ ନଜର ଆସିଛନ୍ତି । ଏହା ଗପ ନୁହେଁ ସମ୍ପୂର୍ଣ୍ଣ ।

ଚିତ୍ର ଦେଖିଲେ ଜାଣିପାରିବେ । ଏଭଳି ଏକ ଫଟୋ ଇନଷ୍ଟାଗ୍ରାମରେ ଅପଲୋଡ୍ କରି ଶ୍ରୀତମ୍ ଲେଖିଛନ୍ତି, ମୋର ଜଣେ ବନ୍ଧୁ ତଥା ବଡ଼ ପ୍ରଶଂସକ ଭଦ୍ରକର ସପନ ନାୟକ ।

ସେ ବେଙ୍ଗାଲୁରୁର ରାଡିସନ୍ ବ୍ଲୁ ହୋଟେଲରେ ଏକଜିକୁ୍ୟଟିଭ୍ ସେଫ୍ ଭାବେ କାମ କରୁଛନ୍ତି । ସେ ହିଁ ଏହିପରି ତରଭୁଜରେ ମୋର ପୋର୍ଟ୍ରେଟ୍ ପ୍ରସ୍ତୁତ କରି ପଠାଇଛନ୍ତି ।

ସେଥିପାଇଁ ତାଙ୍କୁ ଅନ୍ତରରୁ ଅଶେଷ ଧନ୍ୟବାଦ ଓ ଢେର ସାରା ଭଲପାଇବା ସହ କୃତଜ୍ଞତା ଜଣାଉଛି ।

ଲୋକାଲ ୱାୟାର

Filed Under: Entertainment, Odia, ମନୋରଞ୍ଜନ Tagged With: ଓଡିଶା, ମନୋରଞ୍ଜନ

ରାୟଗଡ଼ାରେ ‘ଆଉ ଗୋଟେ ଲଭଷ୍ଟୋରୀ’

November 23, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୨୩(ଲୋକାଲ ୱାୟାର): ରାୟଗଡ଼ାର ପ୍ରାକୃତିକ ଶୋଭାରାଜି, ବଣପାହାଡ଼ଘେରା ଜଙ୍ଗଲ ଭିତରେ ଝରଣାର କୁଳୁ କୁଳୁ ନାଦ ଓ ତା’ ଭିତରେ ରଚନା ହେଉଛି ନୂଆ ଗୋଟେ ପ୍ରେମ କାହାଣୀ ।

ଏ କାହାଣୀ ଏମିତି ସେମିତି ନୁହେଁ କି ୟାର, ତା’ର କାହାଣୀ ନୁହେଁ । ଓଲିଉଡ ଅଭିନେତା ଜ୍ୟୋତି ଓ ନାୟିକା ଭୂମିକାଙ୍କ କାହାଣୀ । ପ୍ରେମ କାହାଣୀ । ଦୁହିଁଙ୍କୁ ନେଇ ଏ କାହାଣୀ ଏବେ ଜୋରରେ ଆଗେଇଛି ।

ଆଉ ଏହାର ମଙ୍ଗ ଧରିଛନ୍ତି ଓଲିଉଡ ଗିମିକ୍ ମାଷ୍ଟର୍ ସଞ୍ଜୟ ନାୟକ । ଆର୍ ଆର୍ ଇଭେଣ୍ଟସ୍ ପ୍ରଯୋଜନା ସଂସ୍ଥା ତରଫରୁ ନିର୍ମାଣ ହେଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଆଉ ଗୋଟେ ଲଭଷ୍ଟୋରୀ’ ।

ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ପ୍ରଯୋଜକ ରମେଶ ବାରିକ । ସିନେମାର ନିଦେ୍ର୍ଦଶନା ଦେଉଛନ୍ତି ସଞ୍ଜୟ ନାୟକ । ବର୍ତ୍ତମାନ ସିନେମାର ସୁଟିଂ ରାୟଗଡ଼ାର ବିଭିନ୍ନ ସ୍ଥାନରେ ଚାଲିଛି ।

ସେପଟେ ଉଭୟ ନାୟକ-ନାୟିକା ସୁଟିଂ ସେଟର ଭିଡିଓକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି । ଭୂମିକା ନିଜ ଇନଷ୍ଟାଗ୍ରାମରେ ଫ୍ୟାନମାନଙ୍କୁ ପଚାରିଛନ୍ତି, କ’ଣ ଏଥର ସିଟି ବାଜିବ ତ?

ଭିନ୍ନ ସ୍ୱାଦର ପ୍ରେମ କାହାଣୀକୁ ନେଇ ସିନେମାଟି ସମୃଦ୍ଧ ବୋଲି ପ୍ରଯୋଜକ ଶ୍ରୀ ବାରିକ କହିଛନ୍ତି । ଏଥିସହିତ ତାଙ୍କ ପ୍ରଯୋଜନା ସଂସ୍ଥାର ଆହୁରି ୨ଟି ସିନେମାର ସୁଟିଂ ଚାଲିଥିବା ସେ କହିଛନ୍ତି ।

ଲୋକାଲ ୱାୟାର

Filed Under: Entertainment, Odia, ମନୋରଞ୍ଜନ Tagged With: ଓଡିଶା, ମନୋରଞ୍ଜନ, ରାୟଗଡା

ଖାଡ଼େଙ୍ଗା ଫ୍ୟାମିଲିରେ ସୁର ଭାଇ ମାଡି ଚାଲ

November 23, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୨୩(ଲୋକାଲ ୱାୟାର): କେତେବେଳେ ବିଧାନସଭା ତ କେତେବେଳେ ଧାରଣା ସ୍ଥଳ । ଯୁଆଡ଼େ ଯିବ ସବୁଠି ବିୟୁଟିଫୁଲ୍ ଆଉ ମାଡ଼ିଚାଲ ଡାକ ।

ଏ ହେଲେ ଓଡ଼ିଶା ବିଧାନସଭାର ଲୋକପ୍ରିୟ ବିଧାୟକ, ସମସ୍ତଙ୍କର ପ୍ରିୟ ଆଉ ସମସ୍ତଙ୍କ ଭାଇ ସୁର ରାଉତରାୟ ଓରଫ୍ ସୁର ଭାଇ ।

ଦୁଇଦିନ ତଳେ ପ୍ରଥମ ଥର ପାଇଁ ଏକ ରାପ୍ ଗୀତ ରେକର୍ଡିଂ କରି ଚର୍ଚ୍ଚାରେ ଥିବା ସୁର ଭାଇ ଏବେ ଯାଇ ଅଭିନୟ ମଞ୍ଚରେ ପହଞ୍ଚିଛନ୍ତି ।

ଗୀତ ରେକର୍ଡିଂ ଦିନ ଷ୍ଟୁଡିଓରେ କହୁଥିଲେ, ଗୀତ ଗାଇବାର ଇଚ୍ଛା ଥିଲା ତାହା ପିଲାମାନେ ପୂରଣ କଲେ ।

ଆଉ ଅଭିନୟର ବି ଇଚ୍ଛା ଥିଲା ବୋଧେ । ନହେଲେ କ’ଣ ସୁର ଭାଇ ଜୀସାର୍ଥକରେ ପ୍ରସାରିତ ହାସ୍ୟରସାତ୍ମକ ଧାରାବାହିକ ‘ଖାଡ଼େଙ୍ଗା ଫ୍ୟାମିଲି’ରେ ପ୍ରବେଶ କରିଥାନ୍ତେ ।

ଏ କଥା ଆମେ ନୁହେଁ, ଖୋଦ୍ ଫ୍ୟାମିଲିର ମୁରବି କୁନା ଭାଇ ମାନେ ଅଭିନେତା କୁନା ତ୍ରିପାଠୀ କହିଛନ୍ତି । ସୋସିଆଲ୍ ମିଡିଆରେ ତାଙ୍କ ସହିତ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ମାଡ଼ିଚାଲ ସୁରଭାଇ’ ।

ଏଥର ବିଧାୟକ ହେବା ପରେ ସୁର ଭାଇ ଟିକେ ଅଧିକ ଲୋକପ୍ରିୟ ହେବାରେ ଲାଗିଛନ୍ତି । ତାଙ୍କ କହିବାର ଶୈଳୀ ତାଙ୍କୁ ବେଶି ପରିଚିତ କରାଉଛି ।

ଲୋକାଲ ୱାୟାର

Filed Under: Entertainment, Odia, ମନୋରଞ୍ଜନ Tagged With: ଓଡିଶା, ମନୋରଞ୍ଜନ

ସବ୍ୟସାଚୀଙ୍କ ତ୍ରିଭାଷୀ ଫିଲ୍ମ ‘ଯେତେ ଗୋରୀ ସେତେ ଷ୍ଟୋରୀ’ର ଟିଜର୍ ରିଲିଜ୍

November 22, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୨୨(ଲୋକାଲ ୱାୟାର): ଓଡ଼ିଆ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଅଭିନୀତ ତ୍ରିଭାଷୀ ଚଳଚ୍ଚିତ୍ର ‘ଯେତେ ଗୋରୀ ସେତେ ଷ୍ଟୋରୀ’ର ଟିଜର୍ ସୋସିଆଲ୍ ମିଡିଆରେ ରିଲିଜ୍ ହୋଇଯାଇଛି ।

ଫିଲ୍ମଟି ତେଲୁଗୁ, ତାମିଲ ସମେତ ଓଡ଼ିଆ ଭାଷାରେ ମୁକ୍ତିଲାଭ କରିବ । ଏବେ କେବଳ ହଲ୍ ଖୋଲିବାକୁ ଅପେକ୍ଷା ରହିଛି ।

ସବ୍ୟସାଚୀ କହିଛନ୍ତି, ଟିଜର୍ ରିଲିଜ୍ ହେବାର କାରଣ ହେଲା, ଆମେ ଦର୍ଶକଙ୍କୁ ଜଣେଇବାକୁ ଚାହୁଁଛୁ, ସିନେମା ହଲ୍ ବନ୍ଦ ହୋଇପାରେ କିନ୍ତୁ ସିନେମା ନୁହେଁ ।

ଏହି ସିନେମାଟି ଗତ ମେ’ ମାସରେ ହଲକୁ ଆସିଥାନ୍ତା କିନ୍ତୁ ମହାମାରୀ କରୋନା ଯୋଗୁ ସବୁ ବନ୍ଦ ହୋଇଗଲା ।

ଏହାର ଲିଡରେ ସବ୍ୟସାଚୀ ଥିଲା ବେଳେ ତାଙ୍କ ସହିତ ନାୟିକା ରାଧିକା ପ୍ରୀତି ଅଭିନୟ କରିଛନ୍ତି । ରାଧିକା ହେଉଛନ୍ତି କନ୍ନଡ଼ ଓ ତାମିଲ୍ ସିନେ ଜଗତରେ ଜଣେ ପରିଚିତ ନାୟିକା ।

ଏହି ଫିଲ୍ମର ନିଦେ୍ର୍ଦଶନା ଦେଇଛନ୍ତି ସ୍ୱର୍ଣ୍ଣ ବାବୁ । ସେ ଜଣେ ମହିଳା ନିଦେ୍ର୍ଦଶିକା । ତେଲୁଗୁ ଓ ତାମିଲ ଇଣ୍ଡଷ୍ଟ୍ରିରେ ତାଙ୍କର ବହୁତ ନାଁ ଅଛି ।

ତାଙ୍କ ସହିତ ଏହି ଫିଲ୍ମ ଜରିଆରେ ସବ୍ୟସାଚୀ ପ୍ରଥମ ଥର କାମ କରିଛନ୍ତି । ଏହା ପୂର୍ବରୁ ସବ୍ୟସାଚୀ ଉଭୟ ତେଲୁଗୁ, ତାମିଲ ଫିଲ୍ମ ‘ନିରାଜନମ’ ଓ ତେଲୁଗୁରେ ‘ସୀତାରାମୁଲୁ କଲ୍ୟାଣମ୍’ରେ ଅଭିନୟ କରିଛନ୍ତି ।

‘ସୀତାରାମୁଲୁ କଲ୍ୟାଣମ୍’ ଓଡ଼ିଆରେ ‘ସୀତାରାମଙ୍କ ବାହାଘର’ ଶୀର୍ଷରେ ରିଲିଜ୍ ହୋଇଥିଲା । ଏହାବାଦ୍ ସବ୍ୟସାଚୀ ବଙ୍ଗଳା ସିନେମାରେ ମଧ୍ୟ କାମ କରିଛନ୍ତି ।

ଲୋକାଲ ୱାୟାର

Filed Under: Entertainment, Odia, ମନୋରଞ୍ଜନ Tagged With: ଓଡିଶା, ମନୋରଞ୍ଜନ

ଓଡ଼ିଶାର କ୍ଷୁଦ୍ର ଚଳଚ୍ଚିତ୍ର ‘ୱାରିଅର୍ସ ୱାର ୱିଦିନ’କୁ ତିନୋଟି ଆନ୍ତର୍ଜାତିକ ପୁରସ୍କାର

November 16, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୧୬(ଲୋକାଲ ୱାୟାର): କରୋନା ବିଷୟବସ୍ତୁ ଉପରେ ଆଧାରିତ ଓଡ଼ିଶାର କ୍ଷୁଦ୍ର ଚଳଚ୍ଚିତ୍ର ନିଦେ୍ର୍ଦଶକ, ନିର୍ମାତା, ଲେଖକ ଓ ଅଭିନେତା ଗଜେନ୍ଦ୍ର କୁମାର ପାଢ଼ୀଙ୍କର ୧୨ ମିନିଟ ୨୨ ସେକେଣ୍ଡର କ୍ଷୁଦ୍ର ନିରବ ଚଳଚ୍ଚିତ୍ର ‘ୱାରିଅର୍ସ ୱାର ୱିଦିନ’ ୨୦୨୦ ମସିହାରେ ଭାଗ ନେଇଥିବା ବିଭିନ୍ନ ଦେଶର ଚଳଚ୍ଚିତ୍ର ମହୋତ୍ସବ ମଧ୍ୟରୁ ଲସ୍ ଏଞ୍ଜେଲସ (ଆମେରିକା), ଭୁଟାନ ଓ ସିଙ୍ଗାପୁରଠାରେ ପୁରସ୍କୃତ ହୋଇଛି ।

ଏଥିସହ ଏହି ଚଳଚ୍ଚିତ୍ର ନୁ୍ୟୟର୍କ (ଆମେରିକା)ଠାରେ ଫାଇନାଲରେ ପହଞ୍ଚିଥିବା ବେଳେ ତୁର୍କୀର ଗୋଲଡେନ ବ୍ରିଜ ଇସ୍ତାନବୁଲ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ଓ ଆନାଟୋଲିଆ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ପାଇଁଁ ମନେନୀତ ହୋଇଛି ।

ଏହି ଚଳଚ୍ଚିତ୍ର କରୋନା ଯୋଦ୍ଧା (ନର୍ସ)ଙ୍କର କର୍ତ୍ତବ୍ୟନିଷ୍ଠା ଉପରେ ଆଧାରିତ । ଗୋଟିଏ ପଟେ କରୋନା ରୋଗୀଙ୍କର ନିଜର ମାତୃବତ୍ସଳତା ସ୍ନେହରେ ସେବା କରୁଥିବା ବେଳେ ଅନ୍ୟପଟେ ଘର ଛାଡ଼ି ଆସିଥିବା ମା’ କ୍ଷୀରଖିଆ ନିଜର ଛୋଟ ଛୁଆଟିକୁ ଚାହୁଁଥିଲେ ବି କୋଳେଇ ନେଇ ପାରୁନଥିବା ଦୃଶ୍ୟ ଗୁଡ଼ିକ ମର୍ମସ୍ପର୍ଶୀ ହୋଇପାରିଛି ।

ଚଳଚ୍ଚିତ୍ରଟିକୁ କୌଣସି ଭାଷାରେ ବ୍ୟବହାର ନ କରି ମଧ୍ୟ ଏକ ସୁନ୍ଦର କାହାଣୀକୁ ଭାବ ମାଧ୍ୟମରେ ଦର୍ଶକଙ୍କ ହୃଦୟସ୍ପର୍ଶୀ କରିପାରିଥିବା ଲେଖକ ଓ ନିଦେ୍ର୍ଦଶକ ଶ୍ରୀ ପାଢ଼ୀ କହିଛନ୍ତି, ମାତ୍ର ଗୋଟିଏ ଦିନରେ ଚଳଚକଚିତ୍ରର ସୁଟିଂ ସାରିବା କଷ୍ଟସାଧ୍ୟ ଥିଲା ।

ଚଳଚ୍ଚିତ୍ରକୁ ମିଳିଥିବା ପୁରସ୍କାରକୁ ସେ ଅଗଣିତ ଓଡ଼ିଆଙ୍କୁ ଉତ୍ସର୍ଗ କରିଛନ୍ତି । ଏହି ଚଳଚ୍ଚିତ୍ରର ଶୀର୍ଷକ ଓ କ୍ୟାଚ୍ ଲାଇନ ପାଇଁ ଅନିଲ ଭଟ୍ଟ, ଏଡିଟିଙ୍ଗ ଓ ମ୍ୟୁଜିକ ପାଇଁ ଅମ୍ବିକେଶ କୁନାଲ ହୋତା ଏବଂ କ୍ୟାମେରା ଓ ଲାଇଟ ପାଇଁ ଗଗନ କୁମାର ରାଉତଙ୍କୁ ସେ ପ୍ରଶଂସା କରିଛନ୍ତି ।

ଚଳଚ୍ଚିତ୍ରର ମୁଖ୍ୟ ନାରୀ ଚରିତ୍ରରେ ଅଭିନୟ କରିଥିବା ଗାୟତ୍ରୀ ରଥଙ୍କ ନିଖୁଣ ଅଭିନୟ, ସହନିଦେ୍ର୍ଦଶକ ଯାମିନୀକାନ୍ତ ଦାସ, ସହଯୋଗୀ ପ୍ରଯୋଜକ ଅଙ୍କିତ ପାଢ଼ୀ ଓ ଅନ୍ୟାନ୍ୟ କଳାକାରଙ୍କ ଅବଦାନ ଅତୁଳନୀୟ ବୋଲି ଶ୍ରୀ ପାଢ଼ୀ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଶ୍ର୍ରୀ ପାଢ଼ୀଙ୍କ ଜନ୍ମ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟରେ ଏବଂ ସେ ଏବେ ଭୁବନେଶ୍ୱରସ୍ଥିତ ବି.କେ. କଲେଜ ଅଫ ଆର୍ଟ ର ବରିଷ୍ଠ ଅଧ୍ୟାପକ ଭାବେ କାର୍ଯ୍ୟରତ ।

ଲୋକାଲ ୱାୟାର

Filed Under: Entertainment, Odia, ମନୋରଞ୍ଜନ Tagged With: ଓଡିଶା, ମନୋରଞ୍ଜନ

ଚଳଚ୍ଚିତ୍ର ‘ତୁ ମୋ କମଜୋରି’ର ଶୁଭ ମହୁରତ୍

November 12, 2020 By LocalWire Leave a Comment

ଭୁବନେଶ୍ୱର,ନଭେମ୍ବର ୧୨(ଲୋକାଲ ୱାୟାର): ଶ୍ରଦ୍ଧା ସବୁରୀ ପ୍ରଡକ୍ସନ୍ ନିବେଦିତ ତଥା ସୁପ୍ରିମ ଏ ରଟେନ୍ମେ ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର ‘ତୁ ମୋ କମଜୋରି’ର ଶୁଭ ମହୁରତ୍ ହୋଇଯାଇଛି ।

ଏନେଇ ପଟିଆ ସ୍ଥିତ ସାଇ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ କାର୍ଯ୍ୟକ୍ରମରେ ତରଙ୍ଗ ଟିଭିର ମୁଖ୍ୟ ଶ୍ୟାମା ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚଳଚ୍ଚିତ୍ରର ଶୁଭାରମ୍ଭ କରିଥିଲେ । ଉତ୍ସବରେ ଚଳଚ୍ଚିତ୍ର ସହ ସଂଶ୍ଳିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।

ଏକ ନିଆରା ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର ‘ତୁ ମୋ କମଜୋରି’ । ଯେଉଁଥିରେ ପ୍ରେମ, ଭାବପ୍ରବଣତା, ରୋମାନ୍ସ ସାଙ୍ଗକୁ ସସପେନ୍ସ ବି ଭରି ରହିଛି ।

ଏହି ମ୍ୟୁଜିକାଲ୍ ଲଭଷ୍ଟୋରୀର ପ୍ରମୁଖ ଭୂମିକାରେ ରାଜେଶ ଦେଓ, ଅନୁଭାସୌର୍ଯ୍ୟା, ଲିପିକାଙ୍କୁ ଦେଖିବାକୁ ମିଳିବ ।

ବଳିଷ୍ଠ କାହାଣୀକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ର ପ୍ରଯୋଜନା ଭାର୍ଗବୀ ତ୍ରିପାଠୀ, ଟିକି ପଟ୍ଟନାୟକ ଓ ଲିଙ୍ଗରାଜ ପାତ୍ର କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ସନ୍ତୋଷ ବିଶ୍ୱାଳ ।

କାହାଣୀ ରଚନା କରିଛନ୍ତି ଆଶୁତୋଷ ତ୍ରିପାଠୀ । ସେହିପରି ସଂଳାପ ଦେଇଛନ୍ତି ଡ. ନିର୍ମଳ ନାୟକ ।

ଏହି ଚଳଚ୍ଚିତ୍ର ପାଇଁ ସଙ୍ଗୀତ ବିଶେଷ ଗୁରୁତ୍ୱ ରଖିଥିବା ବେଳେ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମେଲୋଡି ମେକର ପ୍ରେମ ଆନନ୍ଦ ।

ଗୀତ ରଚନା କରିଛନ୍ତି ବସନ୍ତରାଜ ସାମଲ, ଡ ନିର୍ମଳ ନାୟକ ଓ ସୁବ୍ରତ ସ୍ୱାଇଁ । କଣ୍ଠଦାନ କରିଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଅନନ୍ୟା, ଦୀପ୍ତିରେଖା, ଆଶୁତୋଷ, ସବିଶେଷ ଓ ଦେବବ୍ରତ ।

ଲୋକାଲ ୱାୟାର

Filed Under: Entertainment, Odia, ମନୋରଞ୍ଜନ Tagged With: Entertainment, ଓଡିଶା, ମନୋରଞ୍ଜନ

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 15
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire