• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

Festival

Rath Yatra conducted at Fremont Hindu Temple in America

July 6, 2020 By LocalWire Leave a Comment

California, July 7 (LocalWire) Fremont Hindu Temple, the first abode of Lord Jagannath in Bay Area, California, USA, hosted the annual Ratha and Bahuda Yatra on June 27 and July 4 respectively.

While the holy festival usually attracts thousands of devotees, this year the Ratha Yatra was held in a restricted manner with a limited number of approximately 20 devotees with heightened precautions, maintaining social distancing and wearing masks owing to the pandemic.

For the thousands of devotees who could not join, a live telecast of the Ratha Yatra was organized which gave 7000 plus devotees glimpses of the Holy Trinity on their TV, mobile phones and laptops.

Says Dr. Romesh Japra, Chairman of the Fremont Temple, “Due to the pandemic all of our programs such as Holi and Shivaratri were shut down. However, by Lord Jagannath’s grace, we could follow our annual tradition of completing the rituals of Rath Yatra.

It’s a blessing for us that due to the efforts of the temple management this could be achieved.”

He appreciated the contribution of a senior Odia member and committed devotee, the late Shri Deba Mohanty, who was instrumental in initiating the first Ratha Yatra in Silicon Valley, here at Fremont Hindu Temple.

Shri Rajesh Verma, President of Fremont Temple echoed the same sentiments and invited devotees to participate in the Temple’s online activities.

Ratha Yatra rituals started by offering pooja to deities, “Pahandi” to Ratha followed by “Chera Pahara” starting the preparatory rituals for readying the chariot for pulling.

Radhika Saini from Nataraj School of Dance performed traditional Odissi dance in front of the chariot before the chariot was pulled by the devotees with Kirtan and Bhajan and the chants of “Jai Jagannath” led by Kirtan Mellows of Silicon Valley Iskcon temple.

Various prasad were prepared for the three lords and distributed amongst the devotees. Then the three lords were moved to the “Gundicha” temple and the rest of the rituals were performed over there.

The rituals were rounded off with bhajans by Bay Area artiste Alka Bhatnagarji with our Odia singers and devotees and Tabla by Jasho that filled the environment with devotion.

Bahuda Yatra was quieter and Lord Jagannath’s Niladri Bije was completed with the beautiful Suna Besa.

The Fremont Temple tried to keep the last 26 years of Ratha Yatra tradition alive amidst the coronavirus pandemic with the belief that “Jagatara Natha” will shower blessings over devotees across the world to overcome this pandemic.

LocalWire

Filed Under: Celebration, English, Festival, Festivals, Happenings, Special Tagged With: Odisha

ଅଳ୍ପ ଭକ୍ତଙ୍କ ଗହଣରେ କାଲିଫର୍ଣ୍ଣିଆରେ ପାଳନ ହେଲା ରଥଯାତ୍ରା ଓ ବାହୁଡା ଯାତ୍ରା

July 6, 2020 By LocalWire Leave a Comment

କାଲିଫର୍ଣ୍ଣିଆ, ଜୁଲାଇ ୬ (ଲୋକାଲ ୱାୟାର) : ଚଳିତ ବର୍ଷ ମହାପ୍ରଭୁ ଜଗନ୍ନାଥଙ୍କ ଗୁଣ୍ଡିଚାଯାତ୍ରା ବିଦେଶରେ ମଧ୍ୟ ପାଳିତ ହୋଇଛି ।

କରୋନା ଗାଡ୍‌ଲାଇନ୍ ପାଳନ କରି କିଛି ଭକ୍ତଙ୍କୁ ନେଇ ଆମେରିକାସ୍ଥିତ ଫ୍ରିମଣ୍ଟ ଜଗନ୍ନାଥ ମନ୍ଦିରରେ ଏହି ଉତ୍ସବ ପାଳନ କରାଯାଇଛି ।

ଆମେରିକାର କାଲିଫର୍ଣ୍ଣିଆରେ ଥିବା ଏହା ହେଉଛି ପ୍ରଥମ ଜଗନ୍ନାଥ ମନ୍ଦିର ।

ଏଠାରେ ଜୁନ୍ ୨୭ରୁ ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ରଥଯାତ୍ରା ଓ ବାହୁଡାଯାତ୍ରା ଆୟୋଜନ କରାଯାଇଥିଲା ।

ପ୍ରତିବର୍ଷ ରଥଯାତ୍ରାରେ ହଜାର ହଜାର ଭକ୍ତ ସାମିଲ ହେଉଥିବା ବେଳେ ଚଳିତ ବର୍ଷ କରୋନା ମହାମାରୀ ହେତୁ ଏଥିରେ ସୀମିତ ସଂଖ୍ୟକ ଭକ୍ତଙ୍କୁ ଦେଖିବାକୁ ମିଳିଥିଲା ।

ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଅବଲମ୍ବନ କରି ମହାପ୍ରଭୁଙ୍କ ରଥ ଟାଣି ଥିଲେ ।

ଯେଉଁମାନେ ସେଠାରେ ଉପସ୍ଥିତ ନ ଥିଲେ ସେମାନଙ୍କ ପାଇଁ ରଥଯାତ୍ରାର ସିଧା ପ୍ରସାରଣ କରାଯାଇଥିଲା । ଟିଭି ଦ୍ୱାରା ପ୍ରାୟ ୭ ହଜାରରୁ ଉର୍ଦ୍ଧ୍ୱ ଭକ୍ତ ପ୍ରଭୁଙ୍କ ଦର୍ଶନ କରିପାରିଥିଲେ ।

ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ମଧ୍ୟ ସ୍ୱଳ୍ପ ସଂଖ୍ୟକ ଭକ୍ତଙ୍କ ଗହଣରେ ସଂପନ୍ନ ହୋଇଥିଲା ।

ସୂଚନାଯୋଗ୍ୟ, ଫ୍ରିମଣ୍ଟ ଜଗନ୍ନାଥ ମନ୍ଦିରରେ ଏହି ପରମ୍ପରା ଦୀର୍ଘ ୨୬ ବର୍ଷ ହେବ ପାଳନ ହୋଇଆସୁଛି ।

ଲୋକାଲ ୱାୟାର

Filed Under: Cultural, Festival, Festivals, Happenings, Odia, ବିଶେଷ Tagged With: ଆମେରିକା, ଓଡିଶା, ବିଶେଷ, ରଥଯାତ୍ରା

ଦଧିମାଛ ଗଡ଼ିଆରେ ରଥ ଉପରେ ତିନି ଦିଅଁ

June 23, 2020 By LocalWire Leave a Comment

ଭୁବନେଶ୍ୱର, ଜୁନ୍ ୨୩(ଲୋକାଲ ୱାୟାର): ଶ୍ରୀଜଗନାଥଙ୍କ ଦାରୁ ପ୍ରାପ୍ତି ହୋଇଥିବା ସ୍ଥାନ ଖୋର୍ଦ୍ଧା ଜିଲ୍ଲାର ଦଧିମାଛ ଗଡ଼ିଆ ଠାରେ ଶ୍ରୀଜଗନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ରଥଯାତ୍ରା ହେଲା ନାହିଁ ।

ଶ୍ରୀଜଗନ୍ନାଥ ମନ୍ଦିରରୁ ପହଣ୍ଡି କରି ରଥରେ ବିରାଜମାନ କରାଯାଇଥିଲା । ମାନସ ରଞ୍ଜନ ପଟ୍ଟନାୟକ ଛେରା ପହଁରା ସମ୍ପାଦିତ କରିଥିଲେ ।

ପରେ ଠାକୁରଙ୍କୁ ବିଧି ଅନୁଯାୟୀ ପୂଜା ପରେ ମନ୍ଦିର ପରିସରରେ ଏକ ଘରେ ଠାକୁରଙ୍କୁ ନିଆଯାଇଥିଲା ।

ଏହାକୁ ଭୁବନ ବିହାରୀ ପଟ୍ଟନାୟକ, ସହଦେବ ବିଶ୍ୱାଳ, ମଦନ ବିଶ୍ୱାଳ, ଲିଟୁ, ରିଲା ଆଦି ପରିଚାଳନା କରିଥିଲେ ।

ଲୋକାଲ ୱାୟାର

Filed Under: Festival, Odia, ପର୍ବପର୍ବାଣୀ Tagged With: ଓଡିଶା, ପର୍ବପର୍ବାଣୀ

Things to know about Makar Sankranti

January 15, 2020 By Itishree Mishra Leave a Comment

Auspicious Hindu festival Makar Sankranti, also known as the festival of harvest, is being celebrated across the state of Odisha on Wednesday.

Here are some interesting facts about this unique festival that everyone must know.

The festival in Odisha is observed in the month of Magha just after harvesting of paddy crops and celebrated with religious zeal and enthusiasm.

It is celebrated by everyone, including both tribals and non-tribals of the state.

It is celebrated as Utarayana Yatra in Jagannath Temple.

The day marks the transition of the Sun into Capricorn on its celestial path and heralds the arrival of the summer season.

The festival is of immense religious and mythical significance.

People prepare a special offering called ‘Makar Chaula’, a special dish of newly harvested rice, jaggery, grated coconut, banana, molasses, chenna (cottage cheese), various fruits, dry fruits and milk.

They offer it to the presiding deity, the sun god.

Thousands of devotees gather at Konark Temple to offer their prayers on this auspicious occasion.

Lord Jagannath is adorned with Makara Chaurashi Vesha on this day.

As per the religious belief taking a holy dip in ponds, tanks, and rivers and visiting temples early morning of Makar Sankranti washes away all sins.

According to the Puranas, Sun God visited the house of his son Shani, the swami of Makar Rashi, on this day, thereby symbolizing the healthy relationship between father and son.

Kite-flying competitions are organized in several places of the state, including Cuttack and Bhubaneswar.

It was on Makar Sankranti that Lord Vishnu ended the ever-increasing terror of the Asuras by finishing them off and burying their heads under the Mandara Parvata (Mountain).

688499656

This occasion therefore also represents the end of negativities and the beginning of an era of righteous living.

This festival is celebrated with great joy and fervour in tribal populated areas like Mayurbhanj, Keonjhar and Sundargarh.

Young girls of specific communities, mostly Kudumi, Bastiti, Rajual worship ‘Tushu,’ a female deity, and immerse it in the river or tank singing songs of a unique variety.

LocalWire

Filed Under: Celebration, English, Festival, food Tagged With: Celebration, Festivals, Odisha, Special, Sundergarh

ଐତିହାସିକ ବାଲିଯାତ୍ରା ଉଦଘାଟିତ : ଏଥର ୮ ଦିନ ପରିବର୍ତ୍ତେ ୧୦ ଦିନ

November 12, 2019 By Prabeen Sahoo Leave a Comment

କଟକ,ନଭେମ୍ବର ୧୨ (ଲୋକାଲ ୱାୟାର): ମଙ୍ଗଳବାର ସନ୍ଧ୍ୟାରେ ଐତିହାସିକ କଟକ ବାଲିଯାତ୍ରାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଉଦଘାଟନ କରି ଏଥର ୮ ଦିନ ପରିବର୍ତ୍ତେ ୧୦ ଦିନ ପାଇଁ ଏହି ଯାତ୍ରା ଅନୁଷ୍ଠିତ ହେବ ବୋଲି ଘୋଷଣା କରିଛନ୍ତି ।


ରାଜ୍ୟ ସରକାର ଏହାକୁ ରାଜ୍ୟ ସ୍ତରୀୟ ମେଳାର ମାନ୍ୟତା ଦେଇଥିବା ବେଳେ ଏହାକୁ ଜାତୀୟ ବାଣିଜ୍ୟ ମେଳା ଭାବେ ଘୋଷଣା କରାଯିବା ଉଚିତ ବୋଲି ସେ କହିଥିଲେ ।


ଜିଲ୍ଲା ସଂସ୍କୃତି ବିଭାଗ ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ ନିମନ୍ତ୍ରିତ ଅତିଥି ଭାବେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ ସିର୍ଦ୍ଧାର୍ଥୋ ରେଜା ସୂର୍ଯ୍ୟାଦିପୁର, ଇଣ୍ଡୋନେସିଆର ସଂସ୍କୃତି ବିଭାଗ ମୁଖ୍ୟ ମୁଦନା, ସମ୍ମାନୀତ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପଞ୍ଚାୟତି ରାଜ ଓ ପାନୀୟ ଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ପର୍ଯ୍ୟଟନ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ନିଆଳି ବିଧାୟକ ପ୍ରଫେସର ଡ. ପ୍ରମୋଦ କୁମାର ମଲ୍ଲିକ, କଟକ ଲୋକସଭା ସଦସ୍ୟ ଭର୍ତ୍ତୃହରି ମହାତାବ, ଜଗତସିଂହପୁର ଲୋକସଭା ସଦସ୍ୟ ଡା. ରଜଶ୍ରୀ ମଲ୍ଲିକ, ଜିଲ୍ଲା ପରିଷଦ ସଭାପତି ଜ୍ୟୋତିରେଖା ନାୟକ, ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ, କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

ଏହି ଅବସରରେ କଟକ ବାଲିଯାତ୍ରା ସ୍ମରଣିକା-୨୦୧୯ ଓ ‘ଆମ ବାଲିଯାତ୍ରା’ ଆପ ଉନ୍ମୋଚିତ ହୋଇଥିଲା । ଶେଷରେ ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତ ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ମଞ୍ଚ ପରିଚଳାନା କରିଥିଲେ ଡ. ମୃତ୍ୟୁଞ୍ଜୟ ରଥ ।

ଲୋକାଲ ୱାୟାର

Filed Under: Festival, Odia Tagged With: Festivals, ଓଡିଶା, କଟକ, ଜଗତସିଂହପୁର

ଭାଇଚାରାର ସହର କଟକରେ ମହମ୍ମଦଙ୍କ ଜୟନ୍ତୀ : ଶୋଭାଯାତ୍ରାକୁ ସମ୍ବର୍ଦ୍ଧନା ଜଣାଇଲେ ହିନ୍ଦୁ

November 10, 2019 By Prabeen Sahoo Leave a Comment

କଟକ,ନଭେମ୍ବର ୧୦ (ଲୋକାଲ ୱାୟାର): ରବିବାର ପ୍ରୋଫେଟ ମହମ୍ମଦଙ୍କ ଜୟନ୍ତୀ ତଥା ଇଦ-ଉଲ ମିଲାଦ-ନବୀ ଉପଲକ୍ଷେ ଭାଇଚାରାର ସହର କଟକରେ ଏକ ବିରାଟ ଶୋଭାଯାତ୍ରା ବହାରିଥିବା ବେଳେ ଏହାକୁ ହିନ୍ଦୁ ମାନେ ସମ୍ବର୍ଦ୍ଧିତ କରିଛନ୍ତି।

ଠିକ ଅଯୋଧ୍ୟା ରାମମନ୍ଦିର ସଂକ୍ରାନ୍ତରେ ରାୟ ପ୍ରକାଶ ପାଇବାର ଦିନକ ପରେ ମହମ୍ମଦଙ୍କ ଜୟନ୍ତୀ ଅବସରରେ ଅନୁଷ୍ଠିତ ଜୁଲୁସ ଶୋଭାଯାତ୍ରାରେ କିନ୍ତୁ ହିନ୍ଦୁ–ମୁସଲମାନଙ୍କ ମଧ୍ୟରେ ଭାଇଚାରାର ପ୍ରତିଫଳନ ହୋଇଛି।

ଯୋବ୍ରା ରହେମନ ଛକରୁ ସଂଖ୍ୟାଲଘୁ ମୁସଲମାନ ସଂପ୍ରଦାୟ ଗୁଡିକ ପକ୍ଷରୁ ଜୁଲୁସ ଶୋଭାଯାତ୍ରା ବାହାରି କଲେଜଛକ, ରାଣୀହାଟ, ମଙ୍ଗଳାବାଗ, ହାୱଡା ମୋଟର ଛକ, ମସ୍ତାନଦର୍ଘା ଛକ, ମଣିସାହୁ ଛକ, ବକ୍ସିବଜାର, ଗୋପବନ୍ଧୁଭବନ ଛକ, ମିଶନରୋଡ, ସୂତାହାଟ, ଗଙ୍ଗାମନ୍ଦିର, ଓଡିଆବଜାର ଦେଇ କଦମରସୁଲରେ ପହଞ୍ଚିଥିଲା।

କଟକରେ ଥିବା ମୋଗଲ ଅମଳର ମସଜିଦ କଦମରସୁଲ ଠାରେ ପ୍ରାୟ ୧୦ ହଜାରରୁ ଅଧିକ ମୁସଲମାନ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା।

କଟକ ସହର ଓ ଏହାର ଉପକଣ୍ଠର ବିଭିନ୍ନ ସାହି ବା ମହଲାରୁ ଆସିଥିବା ଶୋଭାଯାତ୍ରା ଗୁଡିକ ଏହି ମୁଖ୍ୟ ଶୋଭାଯାତ୍ରାରେ ସାମିଲ ହୋଇଥିଲା। ତେବେ ପୁଲିସ ପକ୍ଷରୁ ଏହା ଉପରେ କଡା ନଜର ରଖାଯାଇଥିଲା।

ଲେକାଲ ୱାୟାର

Filed Under: Festival, Odia, ପର୍ବପର୍ବାଣୀ Tagged With: Festivals, କଟକ, ପର୍ବପର୍ବାଣୀ

ବାଲିଯାତ୍ରା ଆବର୍ଜନା ସଫେଇ ଦାୟିତ୍ବ ନେଲା ଘରୋଇ ସଂସ୍ଥା

November 3, 2019 By Prabeen Sahoo Leave a Comment

କଟକ,ନଭେମ୍ବର ୩ (ଲୋକାଲ ୱାୟାର): ଐତିହାସିକ କଟକ ବାଲିଯାତ୍ରାରେ ଏଥର ପ୍ରବଳ ଭିଡ ହେବାର ଆଶା କରାଯାଉଥିବା ବେଳେ ପଡିଆରୁ ଦୈନିକ ୧୨୦ ମେଟ୍ରିକ ଟନ ଆବର୍ଜନା ବାହାରିବ ବୋଲି ଆକଳନ କରାଯାଇଥିବା କଟକ ମହାନଗର ନିଗମର ଜଣେ କର୍ମକର୍ତ୍ତା ରବିବାର ଦିନ କହିଛନ୍ତି ।

ଏହି ଆବର୍ଜନା ସଫେଇ ଦାୟିତ୍ବ ପୂର୍ବ ଥର ପରି ଏକ ଘରୋଇ ସଂସ୍ଥାକୁ ଦିଆଯାଇଛି । ଏହି ସଂସ୍ଥା ପଡିଆରେ ଦୁଇ ଓଳି ସଫେଇ କରିବ।

ପ୍ରାୟ ୨୫୦ରୁ ଅଧିକ କର୍ମଚାରୀ ସଫେଇ କାର୍ଯ୍ୟରେ ନିୟୋଜିତ ହେବେ ।

କଟକ ବାଲିଯାତ୍ରା ବାରବାଟୀ ଷ୍ଟାଡିୟମ ସମ୍ମୁଖ କିଲ୍ଲା ପଡିଆ ଓ ମହାନଦୀ ପଠା ଏପରି ଉପର ଓ ତଳ ପଡିଆରେ ପ୍ରାୟ ୫୫ ଏକର ଜମିରେ ଅନୁଷ୍ଠିତ ହେବ ।

ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ୨୦୧୭ ମସିହାରେ ବାଲିଯାତ୍ରା ବେଳେ କୌଣସି ସ୍ଥାୟୀ ନିର୍ମାଣ ନ କରିବା ଓ ଯାତ୍ରା ସମାପ୍ତ ପରେ ପଡିଆକୁ ଆବର୍ଜନାମୁକ୍ତ କରିବା ସର୍ତ୍ତରେ ଯାତ୍ରା ପାଇଁ ଅନୁମତି ଦେଇଥିଲେ ।

Filed Under: Festival, Odia Tagged With: Festival, ଓଡିଶା, କଟକ

ଶ୍ରାବଣର ଶେଷ ସୋମବାର: ଧବଳେଶ୍ୱର ପୀଠରେ ଜଳଲାଗି କଲେ ୨୦ହଜାର କାଉଡ଼ିଆ

August 12, 2019 By LocalWire Leave a Comment

କଟକ, ଅଗଷ୍ଟ ୧୨(ଲୋକାଲ ୱାୟାର): ଶ୍ରାବଣ ମାସର ଶେଷ ସୋମବାର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ୨୦ ହଜାରରୁ ଅଧିକ କାଉଡ଼ିଆ ଏକାଠି ହୋଇ ଠାକୁରଙ୍କ ଜଳଲାଗି କରିଛନ୍ତି ।

ସୋମବାର କିପରି ଭକ୍ତମାନେ ଶାନ୍ତି ଶୃଙ୍ଖଳାର ସହ ଜଳଲାଗି କରିବେ ସେଥିପାଇଁ ରବିବାର ରାତି ୧୨ଟାରୁ ମନ୍ଦିରର ନୀତିକାନ୍ତି ଆରମ୍ଭ ହୋଇଥିଲା ।

ପ୍ରଭୁ ଧବଳେଶ୍ୱରଙ୍କୁ ୧୦୮ ଗରା ଜଳରେ ଜଳାଭିଷେକ କରାଯିବା ପରେ ରୁଦ୍ରାଭିଷେକ ହୋଇଥିଲା ।


ଠାକୁରଙ୍କ ସ୍ୱତନ୍ତ୍ର ବେଶ ହେବା ପରେ ରାତି ୨ଟାରୁ ଭକ୍ତମାନେ ଦର୍ଶନର ସୁଯୋଗ ପାଇଥିଲେ ।

ଶୃଙ୍ଖଳା ରକ୍ଷା ପାଇଁ ମନ୍ଦିରରେ ୨ଜଣ ମାଜିଷ୍ଟ୍ରେଟଙ୍କ ସହ ୩ ପ୍ଲାଟୁନ୍ ଫୋର୍ସ ମୁତୟନ ଥିଲେ ।

ଲୋକାଲ ୱାୟାର

Filed Under: Festival, Odia Tagged With: ଓଡିଶା, ପର୍ବପର୍ବାଣୀ, ଭୁବନେଶ୍ୱର

ରଥରେ ହେଲା ଅଧରପଣା, ଭକ୍ତ ପାଇଲେ ପଣା

July 15, 2019 By LocalWire Leave a Comment

ପୁରୀ, ଜୁଲାଇ ୧୫(ଲୋକାଲ ୱାୟାର): ଶ୍ରୀକ୍ଷେତ୍ରରେ ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥିରେ ରବିବାର ରଥାରୂଢ ଠାକୁରଙ୍କୁ ଅଧରପଣା ଭୋଗ ହେବା ପରେ ଅପେକ୍ଷାରତ ଭକ୍ତମାନେ ପଣା ପାଇଁ ଅସମ୍ଭବ ଭିଡ଼ କରିଥିଲେ ।

ରବିବାର ରଥରେ ଠାକୁରମାନଙ୍କର ବିଶେଷ ନୀତି ହୋଇଥିଲା ।

ସକାଳେ ତିନି ରଥରେ ମଙ୍ଗଳ ଆଳତି ହେବା ପରେ ଅବକାଶ ହୋଇ ବେଶ ଶେଷ ହୋଇଥିଲା । ମଧ୍ୟାହ୍ନ ଧୂପ ପରେ ଅଧର ପଣା ପ୍ରସ୍ତୁତି ହୋଇଥିଲା ।

ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡ଼ଓଡିଆ ମଠ ତରଫରୁ ଦିଆଯାଇଥିବା ୯ଟି ମାଟି ହାଣ୍ଡି ରଥ ଉପରକୁ ଅଣାଯାଇଥିଲା ।

ଛାଚି, ସର, ଛେନା, କଦଳୀ, ଗୋଲମରିଚ ଗୁଣ୍ଡ, କର୍ପୂର ଓ ଜାଇଫଳ ପଡ଼ି ପଣା ତିଆରି ହୋଇଥିଲା ।

ରଥ ଉପରେ ହାଣ୍ଡିଗୁଡ଼ିକ ଭଙ୍ଗାଯାଇଥିଲା । ଏହାକୁ “ଅଧର ହାଣ୍ଡି-ଭଙ୍ଗା’ ନୀତି କୁହାଯାଏ ।

ସିଂହଦ୍ୱାରଠାରେ ହଜାର ହଜାର ଭକ୍ତ ଠାକୁରଙ୍କର ଏହି ନୀତି ଦେଖିବା ସହ ପଣା ପାଇବାକୁ ଭିଡ଼ କରିଥିଲେ ।

ଲୋକାଲ ୱାୟାର

Filed Under: Festival, Odia Tagged With: Festivals, ଓଡିଶା, ପୁରୀ

ଭିନ୍ନ ଏକ ରଥଯାତ୍ରା: ଛତିଆରେ ରଥ ଗଡ଼ିଲା ୧୧ କିଲୋମିଟର

July 5, 2019 By LocalWire Leave a Comment

ଯାଜପୁର, ଜୁଲାଇ ୫ (ଲୋକାଲ ୱାୟାର): ଭିନ୍ନ ଏକ ରଥଯାତ୍ରା କ୍ରମରେ ଯାଜପୁର ଜିଲ୍ଲାର ଛତିଆରେ ଗୁରୁବାର ତିନି ଠାକୁରଙ୍କୁ ନେଇ ରଥ ୧୧ କିଲୋମିଟର ଗଡ଼ିବା ପରେ ମାଉସୀ ମା’ଙ୍କ ମନ୍ଦିରରେ ପହଞ୍ଚିଛି ।

ପରମ୍ପରା ଅନୁଯାୟୀ ଗୁରୁବାର ପୂର୍ବାହ୍ନରେ ଛତିଆର ୧୬ନଂ ଜାତୀୟ ରାଜପଥ କୁଞ୍ଜିଆ ବାଇପାସ ଛକର ଜଗନ୍ନାଥ ମନ୍ଦିରରୁ ତିନି ଠାକୁର ପହଣ୍ଡି ବିଜେ କରି ରଥାରୂଢ଼ ହୋଇଥିଲେ ।

ରଥରେ ପଣ୍ଡିତ ସତ୍ୟବାଦୀ ପଣ୍ଡା ବେଦମନ୍ତ୍ର ପାଠ କରିଥିବା ବେଳେ ମୁଖ୍ୟ ପୁରୋଧା ଉପେନ୍ଦ୍ର ଓଝା ଛେରା ପହଁରା କରିଥିଲେ ।

ଏହାପରେ ୧୧ କିଲୋମିଟର ରଥ ଟଣା ହେବା ପରେ ବଡ଼ଘୁମୁରୀସ୍ଥିତ ମାଉସୀ ମା’ଙ୍କ ମନ୍ଦିର ନିକଟରେ ରଥ ପହଞ୍ଚିଥିଲା ।

ବାଟ ସାରା ହଜାର ହଜାର ଶ୍ରଦ୍ଧାଳୁ ଭକ୍ତିର ସହକାରେ ହୁଳହୁଳି ପକାଇ ରଥଟଣାରେ ସାମିଲ ହୋଇଥିବା ପରିଲକ୍ଷିତ ହୋଇଥିଲା । ସ୍ଥାନୀୟ ଲୋକେ ଏହାକୁ ପୃଥିବୀର ସବୁଠାରୁ ବଡ଼ଦାଣ୍ଡ ବୋଲି ବିବେଚନା କରିଥାନ୍ତି ।

ଲୋକାଲ ୱାୟାର

Filed Under: Festival, Odia Tagged With: Festivals, ଓଡିଶା, ଯାଜପୁର

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 6
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire