• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

Happenings

Rath Yatra conducted at Fremont Hindu Temple in America

July 6, 2020 By LocalWire Leave a Comment

California, July 7 (LocalWire) Fremont Hindu Temple, the first abode of Lord Jagannath in Bay Area, California, USA, hosted the annual Ratha and Bahuda Yatra on June 27 and July 4 respectively.

While the holy festival usually attracts thousands of devotees, this year the Ratha Yatra was held in a restricted manner with a limited number of approximately 20 devotees with heightened precautions, maintaining social distancing and wearing masks owing to the pandemic.

For the thousands of devotees who could not join, a live telecast of the Ratha Yatra was organized which gave 7000 plus devotees glimpses of the Holy Trinity on their TV, mobile phones and laptops.

Says Dr. Romesh Japra, Chairman of the Fremont Temple, “Due to the pandemic all of our programs such as Holi and Shivaratri were shut down. However, by Lord Jagannath’s grace, we could follow our annual tradition of completing the rituals of Rath Yatra.

It’s a blessing for us that due to the efforts of the temple management this could be achieved.”

He appreciated the contribution of a senior Odia member and committed devotee, the late Shri Deba Mohanty, who was instrumental in initiating the first Ratha Yatra in Silicon Valley, here at Fremont Hindu Temple.

Shri Rajesh Verma, President of Fremont Temple echoed the same sentiments and invited devotees to participate in the Temple’s online activities.

Ratha Yatra rituals started by offering pooja to deities, “Pahandi” to Ratha followed by “Chera Pahara” starting the preparatory rituals for readying the chariot for pulling.

Radhika Saini from Nataraj School of Dance performed traditional Odissi dance in front of the chariot before the chariot was pulled by the devotees with Kirtan and Bhajan and the chants of “Jai Jagannath” led by Kirtan Mellows of Silicon Valley Iskcon temple.

Various prasad were prepared for the three lords and distributed amongst the devotees. Then the three lords were moved to the “Gundicha” temple and the rest of the rituals were performed over there.

The rituals were rounded off with bhajans by Bay Area artiste Alka Bhatnagarji with our Odia singers and devotees and Tabla by Jasho that filled the environment with devotion.

Bahuda Yatra was quieter and Lord Jagannath’s Niladri Bije was completed with the beautiful Suna Besa.

The Fremont Temple tried to keep the last 26 years of Ratha Yatra tradition alive amidst the coronavirus pandemic with the belief that “Jagatara Natha” will shower blessings over devotees across the world to overcome this pandemic.

LocalWire

Filed Under: Celebration, English, Festival, Festivals, Happenings, Special Tagged With: Odisha

ଅଳ୍ପ ଭକ୍ତଙ୍କ ଗହଣରେ କାଲିଫର୍ଣ୍ଣିଆରେ ପାଳନ ହେଲା ରଥଯାତ୍ରା ଓ ବାହୁଡା ଯାତ୍ରା

July 6, 2020 By LocalWire Leave a Comment

କାଲିଫର୍ଣ୍ଣିଆ, ଜୁଲାଇ ୬ (ଲୋକାଲ ୱାୟାର) : ଚଳିତ ବର୍ଷ ମହାପ୍ରଭୁ ଜଗନ୍ନାଥଙ୍କ ଗୁଣ୍ଡିଚାଯାତ୍ରା ବିଦେଶରେ ମଧ୍ୟ ପାଳିତ ହୋଇଛି ।

କରୋନା ଗାଡ୍‌ଲାଇନ୍ ପାଳନ କରି କିଛି ଭକ୍ତଙ୍କୁ ନେଇ ଆମେରିକାସ୍ଥିତ ଫ୍ରିମଣ୍ଟ ଜଗନ୍ନାଥ ମନ୍ଦିରରେ ଏହି ଉତ୍ସବ ପାଳନ କରାଯାଇଛି ।

ଆମେରିକାର କାଲିଫର୍ଣ୍ଣିଆରେ ଥିବା ଏହା ହେଉଛି ପ୍ରଥମ ଜଗନ୍ନାଥ ମନ୍ଦିର ।

ଏଠାରେ ଜୁନ୍ ୨୭ରୁ ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ରଥଯାତ୍ରା ଓ ବାହୁଡାଯାତ୍ରା ଆୟୋଜନ କରାଯାଇଥିଲା ।

ପ୍ରତିବର୍ଷ ରଥଯାତ୍ରାରେ ହଜାର ହଜାର ଭକ୍ତ ସାମିଲ ହେଉଥିବା ବେଳେ ଚଳିତ ବର୍ଷ କରୋନା ମହାମାରୀ ହେତୁ ଏଥିରେ ସୀମିତ ସଂଖ୍ୟକ ଭକ୍ତଙ୍କୁ ଦେଖିବାକୁ ମିଳିଥିଲା ।

ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଅବଲମ୍ବନ କରି ମହାପ୍ରଭୁଙ୍କ ରଥ ଟାଣି ଥିଲେ ।

ଯେଉଁମାନେ ସେଠାରେ ଉପସ୍ଥିତ ନ ଥିଲେ ସେମାନଙ୍କ ପାଇଁ ରଥଯାତ୍ରାର ସିଧା ପ୍ରସାରଣ କରାଯାଇଥିଲା । ଟିଭି ଦ୍ୱାରା ପ୍ରାୟ ୭ ହଜାରରୁ ଉର୍ଦ୍ଧ୍ୱ ଭକ୍ତ ପ୍ରଭୁଙ୍କ ଦର୍ଶନ କରିପାରିଥିଲେ ।

ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ମଧ୍ୟ ସ୍ୱଳ୍ପ ସଂଖ୍ୟକ ଭକ୍ତଙ୍କ ଗହଣରେ ସଂପନ୍ନ ହୋଇଥିଲା ।

ସୂଚନାଯୋଗ୍ୟ, ଫ୍ରିମଣ୍ଟ ଜଗନ୍ନାଥ ମନ୍ଦିରରେ ଏହି ପରମ୍ପରା ଦୀର୍ଘ ୨୬ ବର୍ଷ ହେବ ପାଳନ ହୋଇଆସୁଛି ।

ଲୋକାଲ ୱାୟାର

Filed Under: Cultural, Festival, Festivals, Happenings, Odia, ବିଶେଷ Tagged With: ଆମେରିକା, ଓଡିଶା, ବିଶେଷ, ରଥଯାତ୍ରା

ଓଡ଼ିଆ ଭାଷା ପ୍ରତିଷ୍ଠାନ ନିର୍ଦ୍ଦେଶିକା ହେଲେ ଡ. ଭାଗ୍ୟଲିପି ମଲ୍ଲ

March 30, 2020 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୩୦(ଲୋକାଲ ୱାୟାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ଭାବେ ଡ. ଭାଗ୍ୟଲିପି ମଲ୍ଲଙ୍କୁ ନିଯୁକ୍ତି ଦିଆଯାଇଛି ।

ସେ ରାଜ୍ୟ ସଂଗ୍ରହାଳୟର ନିଜ ଦାୟିତ୍ୱ ସହ ଏହି କାର୍ଯ୍ୟକୁ ଅତିରିକ୍ତ ଦାୟିତ୍ୱ ଭାବେ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ତୁଲାଇବେ ।

ପୂର୍ବରୁ ଡ. ମଲ୍ଲ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଭାବେ ସଫଳତାର ସହ କାର୍ଯ୍ୟ କରିବା ସହିତ ବର୍ତ୍ତମାନ ରାଜ୍ୟ ସଂଗ୍ରହାଳୟର କୁ୍ୟରେଟର ଅଛନ୍ତି ।

ସେହିପରି ସଙ୍ଗୀତ ଗୁରୁ ଡ. ବିଜୟ କୁମାର ଜେନାଙ୍କୁ ଉକ୍ରଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ।

ବର୍ତ୍ତମାନ ଡ. ଜେନା ଉକ୍ରଳ ସଙ୍ଗୀତ ମହାବିଦ୍ୟାଳୟ ଓଡ଼ିଶୀ କଣ୍ଠସଙ୍ଗୀତ ବିଭାଗର ମୁଖ୍ୟ ଅଧ୍ୟାପକ ଥିବାବେଳେ ପୂର୍ବରୁ ୨ବର୍ଷ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଭାବେ କାର୍ଯ୍ୟ କରିଛନ୍ତି ।

ପୂର୍ବରୁ ଏହି ଦୁଇଟିଯାକ ପଦବିରେ ଡ. ତମସାରାଣୀ ଦାସମହାପାତ୍ର କାର୍ଯ୍ୟ କରୁଥିଲେ ।

ସେ ସୋମବାର ଅବସର ଗ୍ରହଣ କରିବା ପରେ ଉକ୍ତ ପଦବି ଲାଗି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଲୋକାଲ ୱାୟାର

Filed Under: Happenings, Odia, କାର୍ଯ୍ୟକ୍ରମ Tagged With: Happenings, ଓଡିଶା, କାର୍ଯ୍ୟକ୍ରମ

ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସ

March 11, 2020 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୧୧(ଲୋକାଲ ୱାୟାର): ଓଡ଼ିଆ ଭାଷାର ବ୍ୟବହାରକୁ ସୀମିତ କରାଯିବା ଉଚିତ ନୁହେଁ ।

ଏହାକୁ ଅଧିକ ରୁଦ୍ଧିମନ୍ତ କରିବା ସହିତ ସବୁ କ୍ଷେତ୍ରରେ ଏହାର ବହୁଳ ବ୍ୟବହାର କରାଯିବା ଉପରେ ଉଦ୍ୟମ ଆବଶ୍ୟକ ।

ଓଡ଼ିଆ ଭାଷାକୁ ଜ୍ଞାନଭଣ୍ଡାରର ଭାଷା ଭାବରେ ପ୍ରତିଷ୍ଠିତ କରିବା ଦିଗରେ ବୁଦ୍ଧିଜୀବୀ, ଗବେଷକ ଓ ବିଷେଜ୍ଞମାନେ ଆଗେଇ ଆସନ୍ତୁ ବୋଲି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ବୁଧବାର ପୂର୍ବାହ୍ନରେ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସ ପାଳନ କରାଯାଇଥିଲା ।

ଓଡ଼ିଆକୁ ଶାସ୍ତ୍ରୀୟ ଭାଷା ଭାବରେ ଜାତୀୟ ସ୍ତରରେ ମାନ୍ୟତା ମିଳିବାର ଆଜି ଥିଲା ଷଷ୍ଠ ବର୍ଷ ପୂର୍ତ୍ତି ।

ଏଥିରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟ ରଖିଥିଲେ ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଭିନ୍ନ ଭାଷା ମଧ୍ୟରେ ରହିଥିବା ସାମ୍ୟ ଓ ସମ୍ପର୍କ ଉପରେ ଆଲୋକପାତ କରିଥିଲେ ।

ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ବିଜୟ କୁମାର ନାୟକ ଅନ୍ୟତମ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।

ପ୍ରସିଦ୍ଧ ଗବେଷକ ଓ ବିଦ୍ୱାନ ଡ. ରଜତ କୁମାର କର ଓଡ଼ିଆ ଭାଷାର ଶାସ୍ତ୍ରୀୟତା ଓ ଭାଷିକ ବୈଚିତ୍ର‌୍ୟ ଉପରେ ବକ୍ତବ୍ୟ ରଖିଥିଲେ ।

ବିଶିଷ୍ଟ ସମାଲୋଚକ ପ୍ରଫେସର ଡ. ଯତୀନ୍ଦ୍ର କୁମାର ନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଭାଷାର ସମୃଦ୍ଧି ଦିଗରେ ଦେଖା ଦେଇଥିବା ବିବିଧ ଆହ୍ୱାନଗୁଡ଼ିକ ବାବଦରେ ସୂଚନା ଦେଇଥିଲେ ।

ଓଡ଼ିଆ ଭାଷାର ଅଭିବୃଦ୍ଧି ଏବଂ ପ୍ରସାର ନିମନ୍ତେ ବହୁମୁଖୀ ପଦକ୍ଷେପ ନିଆଯିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ତମସାରାଣୀ ଦାସମହାପାତ୍ର ଏହି କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ପ୍ରାରମ୍ଭିକ ସୂଚନା ଦେଇ ଏପରି ଦିବସ ପାଳନର ତାତ୍ପର୍ଯ୍ୟ ବର୍ଣ୍ଣନା କରିଥିଲେ ।

କାର୍ଯ୍ୟକ୍ରମରେ ପ୍ରତିଷ୍ଠାନ ଦ୍ୱାରା ପ୍ରକାଶିତ ଦୁଇଟି ପୁସ୍ତକ ‘ଓଡ଼ିଆ ଭାଷାତତ୍ତ୍ୱ କୋଷ’ ଏବଂ ‘କାର୍ଯ୍ୟାଳୟ ନଥି’ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା ।

ଏହି ଅବସରରେ ଆୟୋଜିତ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାର ସଫଳ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ କାର୍ଯ୍ୟାଳୟ ତତ୍ତ୍ୱାବଧାରକ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଦେଇଥିଲେ ।

ଲୋକାଲ ୱାୟାର

Filed Under: Happenings, Odia, କାର୍ଯ୍ୟକ୍ରମ Tagged With: Happenings, ଓଡିଶା, କାର୍ଯ୍ୟକ୍ରମ

ଦିବ୍ୟାଙ୍ଗ ପିଲା ଓ ସେଲିବ୍ରିଟିଙ୍କ ସହ ପିସିସି ସଭାପତିଙ୍କ ନିଆରା ହୋଲି

March 9, 2020 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୯(ଲୋକାଲ ୱାୟାର): ରାସାୟନିକ ରଙ୍ଗ ପରିବର୍ତ୍ତେ ଜୈବିକ ହୋଲି ଖେଳିବାର ବାର୍ତ୍ତା ନେଇ ସୋମବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭୁବନେଶ୍ୱରର ପଳାସପଲ୍ଲୀ ସ୍ଥିତ ଅନ୍ଧ, ମୂକ ଓ ବଧିର ସଙ୍ଗଠନର ଅନ୍ତବାସୀଙ୍କ ସହ ନିଆରା ହୋଲି ଖେଳିଛନ୍ତି ।

ଏହି ଅବସରରେ ଶ୍ରୀ ପଟ୍ଟନାୟକ ପିଲାମାନଙ୍କୁ ପବିତ୍ର ଦୋଳ ଓ ହୋଲିର ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ସେମାନଙ୍କୁ ମିଷ୍ଟାନ୍ନ ଖୁଆଇ ହୋଲିି ପାଳିଥିଲେ ।

ଏହି ହୋଲିରେ ସାମିଲ ହୋଇଥିଲେ ‘ଗାଁର ନା ଗାଲୁଆପୁର’ ଚଳଚ୍ଚିତ୍ରର ଅଭିନେତା ପପୁ ପମପମଙ୍କ ସହ ଅଭିନେତ୍ରୀ ମନୀଷାଧର ମହାପାତ୍ର, ନିର୍ଦ୍ଦେଶକ ଜିତୁ ମହାପାତ୍ର, ପ୍ରଯୋଜକ ସମପ୍ରୀତ ମହାପାତ୍ର, ଉପଦେଷ୍ଟା ସନ୍ତୋଷ ମହାପାତ୍ର ଏବଂ କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ।

ସମସ୍ତେ ଛୋଟ ଛୋଟ ପିଲାମାନଙ୍କ ସହ କିଛି ସମୟ ହୋଲି ଖେଳିବା ସହ କରୋନା ଭାଇରସ ସମ୍ପର୍କେରେ ମଧ୍ୟ ସଚେତନ କରାଇଥିଲେ ।

ରାସାୟନିକ ରଙ୍ଗ ପରିବର୍ତ୍ତେ ଜୈବିକ କିମ୍ବା ଫୁଲରେ ହୋଲି ଖେଳିବା ପାଇଁ ସେମାନେ ପରାମର୍ଶ ଦେଇଥିଲେ ।

ଯୁକ୍ତାମୁଖୀ ଚାରିଟେବଲ ଟ୍ରଷ୍ଟର ଅଧ୍ୟକ୍ଷା ଶ୍ରୀୟାସ୍ମିତା ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ନିଆରା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟେରେ କଂଗ୍ରେସ ନେତା ଶୁଭେନ୍ଦୁ ମହାନ୍ତି, ରଶ୍ମି ମହାପାତ୍ର, ମିଲି ପଣ୍ଡା, ଦିଲ୍ଲୀପ ପଣ୍ଡା, ସୁବ୍ରମ ମହାପାତ୍ର ପ୍ରମୁଖ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।

ଲୋକାଲ ୱାୟାର

Filed Under: Happenings, Odia, କାର୍ଯ୍ୟକ୍ରମ Tagged With: Happenings, ଓଡିଶା, କାର୍ଯ୍ୟକ୍ରମ, ହୋଲି

କର୍ମଶାଳା: ଶ୍ରମିକମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ଉପରେ ଗୁରୁତ୍ଵ

March 8, 2020 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୦୮ (ଲୋକାଲ ୱାୟାର): ରାଜ୍ୟର ୪୮ ଗୋଟି ବୃହତ ଶିଳ୍ପ ପ୍ରତିଷ୍ଠାନ ମାନଙ୍କ ବରିଷ୍ଠ ଅଧିକାରୀ ମାନଙ୍କୁ ନେଇ କାରଖାନା ଓ ବାଷ୍ପିତ୍ର ନିର୍ଦେଶାଳୟ ତରଫରୁ ଆୟୋଜିତ କର୍ମଶାଳାରେ ଶ୍ରମିକମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ଉପରେ ଗୁରୁତ୍ଵ ଦିଆ ଯାଇଥିବା କର୍ମଶାଳାରେ ଅଂଶଗ୍ରହଣ କରିଥିବା ଜଣେ ଅଧିକାରୀ ରବିବାର କହିଛନ୍ତି।

ରାଜ୍ୟ ଶ୍ରମ ନିର୍ଦ୍ଦେଶାଳୟ ସମ୍ମିଳନୀ କକ୍ଷରେ ଶନିବାର ଆୟୋଜିତ ଏହି କର୍ମଶାଳାକୁ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଉଦଘାଟନ କରିଥିଲେ।

ରାଜ୍ୟ ସରକାରଙ୍କ ତରଫରୁ ଶ୍ରମିକ ସୁରକ୍ଷା ପାଇଁ ନିଆଯାଇଥିବା ଦଶସୂତ୍ରୀ କାର୍ଯ୍ୟକ୍ରମ,ସେଫଟି ବଡି , ଆଇନା, ସେଫଟି ଗ୍ୟାଦରିଙ୍ଗ,ମୋବାଇଲ ଆପ ଆଡିକୁ କାରଖାନା ଅଧିକାରୀ ମାନେ ପ୍ରଶଂସା କରିଥିଲେ ।

ଏକ ପାୱାର ପଏଣ୍ଟ ପ୍ରେଜେନ୍ଟେସନ ମାଧ୍ୟମରେ ବିଭାଗ ଦୁର୍ଘଟଣା ନିରାକରଣ ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ଆଲୋଚନା କରା ଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବିଏସ ଏଲ ,ଟାଟା କଳିଙ୍ଗନଗର,ଜେଏସ ପି ଏଲ ଅନୁଗୁଳ, ନାଲକୋ, ବେଦାନ୍ତ,ଈପକୋ,ପିପିଏଲ,ଜିନ୍ଦାଲ ଷ୍ଟିଲ,ଆଇ ଓ ସି ଏଲ ରିଫାଇନାରୀ, ଶ୍ୟାମ ମେଟାଳିକ୍ସ,ନବ ଭାରତ ଭେଞ୍ଚର ଲିଃ ଆଦି କାରଖାନାର ଅଧିକାରୀ ଯୋଗ ଦେଇଥିଲେ ।

ଲୋକାଲ ୱାୟାର

Filed Under: Happenings, Odia Tagged With: Happenings, ଓଡିଶା

ଲୋଇସିଂହା ଅଂଚଳର ଗାଁ ଗାଁରେ ସଭା କରିବ ରମାଇ ପାହାଡ଼ ମହୋତ୍ସବ କମିଟି

March 7, 2020 By LocalWire Leave a Comment

ଲୋଇସିଂହା, ମାର୍ଚ୍ଚ ୦୭ (ଲୋକାଲ ୱାୟାର): ରବିବାର ସ୍ଥାନୀୟ ରମାଇ ପାହାଡ଼ ମହୋତ୍ସବ କମିଟି ପକ୍ଷରୁ ଯୋଗୀସର୍ଡା କଲେଜ ଛକ ନିକଟ କାର୍ଯ୍ୟାଳୟରେ ଏକାଠି ହୋଇ ଆଖପାଖ ଗାଁକୁ ଯାଇ ସଭାର ଆୟୋଜନ କରିବେ ବୋଲି ଶନିବାର ସୂଚନା ଦିଆଯାଇଛି।

କମିଟିର ସମସ୍ତ ସଦସ୍ୟ ଏକାଠି ହୋଇ ହୀରାପୁର, ବୁର୍ଡା, ନଗାଁ ଓ ବୁଢ଼ୀପଦର ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଗାଁକୁ ଯିବା କାର୍ୟ୍ୟକ୍ରମ ରହିଛି।

ଏଥିରେ ମହୋତ୍ସବ କମିଟିର ସମସ୍ତ ସଦସ୍ୟ ଓ ଜନସାଧାରଣ ସାମିଲ ହେବାକୁ ରମାଇ ପାହାଡ଼ ମହୋତ୍ସବ କମିଟି ପକ୍ଷରୁ ଅନୁରୋଧ କରାଯାଇଛି।

ଲୋକାଲ୍ ଓ୍ବାୟାର୍

Filed Under: Happenings, Odia, କାର୍ଯ୍ୟକ୍ରମ Tagged With: ଓଡିଶା, ରମାଇ

ଆଇଆଇଏମସିରେ ତୃତୀୟ ଲ୍ୟାବ୍‍ ଜର୍ଣ୍ଣାଲ୍‍ ଉନ୍ମୋଚିତ

March 6, 2020 By LocalWire Leave a Comment

ଢେଙ୍କାନାଳ, ମାର୍ଚ୍ଚ ୭(ଲୋକାଲ ୱାୟାର): ଜୀବନରେ ଯେତେବେଳେ ସମସ୍ୟା ଦେଖାଦିଏ, ସେତେବେଳେ ସେହି ପରିସ୍ଥିତିକୁ ସାମ୍ନା କରିବା ଉଚିତ ବୋଲି ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି) ଢେଙ୍କାନାଳରେ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରି କହିଛନ୍ତି ସମାଜସେବୀ ଡ. ଶ୍ରୁତି ମହାପାତ୍ର ।

ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମର ଛାତ୍ର ଅମନ ଆୟୁଷ୍ମାନଙ୍କ ଏକ ପ୍ରଶ୍ନର ଉତ୍ତରରେ ଡ. ମହାପାତ୍ର କହିଛନ୍ତି, ପ୍ରତ୍ୟେକ ମଣିଷଙ୍କ ଜୀବନର ବିଭିନ୍ନ ସମୟରେ ସମସ୍ୟା ଆସେ ବାଧା ଉପୁଜେ ।

ତେବେ ଏ କ୍ଷେତ୍ରରେ ଭାଙ୍ଗି ନପଡ଼ି ସାହସର ସହ ପରିସ୍ଥିତିକୁ ସାମ୍ନା କଲେ ସମସ୍ୟାର ସମାଧାନ ସହଜରେ ହୋଇପାରିବ ।

ଇଂରାଜୀ ସାମ୍ବାଦିକତା ପାଠ୍ୟକ୍ରମର ଛାତ୍ରୀ ପ୍ରିୟଙ୍କା ଯାଦବଙ୍କ ଏକ ପ୍ରଶ୍ନରେ ଭାବବିହ୍ୱଳ ହୋଇ ସେ ନିଜର ଏକ ଦୁର୍ଘଟଣାର ସମ୍ମୁଖିନ ହେବାର ଦୁଃଖଦ ସମୟକୁ କିପରି ସାହସର ସହ ସାମ୍ନା କରିଥିଲେ, ତାକୁ ବଖାଣିଥିଲେ ।

ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ପ୍ରଫେସର ମୃଣାଳ ଚାଟାର୍ଜୀ ମଧ୍ୟ ନିଜ ଜୀବନରେ ଏକ ଦୁର୍ଘଟଣାର ଶିକାର ହୋଇ କିପରି ପରିସ୍ଥିତିକୁ ସାମ୍ନା କରିଥିଲେ ତାହା କହିଥିଲେ । ସହକାରୀ ପ୍ରଫେସର ସମ୍ବିତ ପାଲ୍‍ ମଧ୍ୟ ନିଜ ବନ୍ଧୁଙ୍କର ଏକ ସଂଘର୍ଷମୟ କାହାଣୀ ବର୍ଣ୍ଣନା କରିଥିଲେ ।

ଏହି ଅବସରରେ ସଂସ୍ଥାନ ପକ୍ଷରୁ ପ୍ରକାଶିତ ତୃତୀୟ ଲ୍ୟାବ୍‍ ଜର୍ଣ୍ଣାଲ୍‍ ଉନ୍ମୋଚିତ ହୋଇଛି ।

ଲୋକାଲ ୱାୟାର

Filed Under: Happenings, Odia Tagged With: Happenings, ଓଡିଶା, ଢେଙ୍କାନାଳ

“ଦି ଇଣ୍ଟରଭ୍ୟୁ ଟାଇମ୍ସ”ପକ୍ଷରୁ ବାଣିଜ୍ୟ ନେତୃତ୍ୱ ସମ୍ମାନ

March 5, 2020 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୫(ଲୋକାଲ ୱାୟାର) ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା କିଛି ବ୍ୟକ୍ତିବିଶେଷଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଓଡ଼ିଶାର ଅଗ୍ରଣୀ ଇଂରାଜୀ ପତ୍ରିକା “ଦି ଇଣ୍ଟରଭ୍ୟୁ ଟାଇମ୍ସ” ପକ୍ଷରୁ ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ଉତ୍ସବ ୨୦୨୦ ଅନୁଷ୍ଠିତ ହୋଇଛି ।

ଶିଳ୍ପ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୨୦ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ‘ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ୨୦୨୦’ରେ ସମ୍ମାନିତ କରାଯାଇଛି ।

ଏହାସହିତ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ସ୍ୱତନ୍ତ୍ର ସଂଖ୍ୟାର ଉନ୍ମୋଚନ କରାଯିବା ସହ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାନ୍ ଜନନାୟକ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ଏକ ପୁସ୍ତକ “ଗ୍ଲାଡିଏଟର୍ ୱାରିଅର”ର ଲୋକାର୍ପଣ କରାଯାଇଥିଲା ।

କାର୍ଯ୍ୟକ୍ରମର ଉଦ୍‌ଘାଟକ ଭାବେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ର.କନ୍ଧମାଳ ସାଂସଦ ଡଃ. ଅଚ୍ୟୁତ ସାମନ୍ତ, ପର‌୍ୟ୍ୟଟନ, ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ।

ସମ୍ମାନିତ ଅତିଥି ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ, ପ୍ରଣବ କୁମାର ଦାସ ମୁଖ୍ୟ କମିଶନର, ଆୟକର ବିଭାଗ, ମନୋଜ କୁମାର ମିଶ୍ର ସଚିବ, ଇ ଆଣ୍ଡ ଆଇଟି, ପ୍ରଦୀପ୍ତ ମହାନ୍ତି ଅଧ୍ୟକ୍ଷ, ଏସ୍‌ଏନ୍‌ଏମ୍ ଗ୍ରୁପ୍‌, ତାରାରଂଜନ ପଟ୍ଟନାୟକ ପ୍ରତିଷ୍ଠାତା, ଫାଲ୍‌କନ୍ ମେରାଇନ୍‌, ପ୍ରସାଦ ହରିଚନ୍ଦନ ପୂର୍ବତନ ବିଧାୟକ ଏବଂ ବରିଷ୍ଠ ସାରସ୍ୱତ ସାଧକ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।

ପତ୍ରିକାର ସମୂହ ସମ୍ପାଦକ ଶ୍ରୀ ଦିବ୍ୟଜିତ୍ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର‌୍ୟ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ପତ୍ରିକାର ସହସମ୍ପାଦକ ଶୁଭୋଜିତ୍ ପଣ୍ଡା ଏହି କାର‌୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ।

ଲୋକାଲ ୱାୟାର

Filed Under: Happenings, Odia, କାର୍ଯ୍ୟକ୍ରମ Tagged With: ଓଡିଶା, କାର୍ଯ୍ୟକ୍ରମ, ଭୁବନେଶ୍ୱର

ସତ୍ୟକୁ ଭଲ ପାଉଥିବା ଲୋକେ ବଳିଦାନ ଦେଇଛନ୍ତି: ରାଜ୍ୟପାଳ

March 5, 2020 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୫(ଲୋକାଲ ୱାୟାର): ସତ୍ୟ, ଧର୍ମ ଓ ଆଇନକୁ ଭଲ ପାଉଥିବା ଲୋକମାନେ ଅତୀତରେ ବଳିଦାନ ଦେଇଛନ୍ତି ବୋଲି ଶିକ୍ଷା ଓ ଅନୁସନ୍ଧାନ(ସୋଆ ଡିମଡ୍ ଟୁ ବି ୟୁନିଭର୍ସିଟି) ପକ୍ଷରୁ ଗୁରୁବାର ଅନୁଷ୍ଠିତ ଷଷ୍ଠ ସର୍ବଭାରତୀୟ ଲ’ ସ୍କୁଲ ମିଟ୍ ‘ଲିଗାଲ୍ ସ୍ପେକ୍ଟ୍ରା ୨୦୨୦’ର ଉଦଘାଟନୀ ସମାରୋହରେ ଯୋଗ ଦେଇ କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।

ରାଜ୍ୟପାଳ କହିଥିଲେ, ଯେଉଁ ସମୟରେ ଯିଏ ସତ୍ୟ, ଧର୍ମ ଓ କାନୁନକୁ ଭଲ ପାଉଥିଲେ ସେମାନଙ୍କୁ ବଳିଦାନ ଦେବାକୁ ପଡ଼ଛି ।

ସକ୍ରେଟିସ୍‌, ଗାନ୍ଧୀ, ଯୀଶୁ ସମସ୍ତଙ୍କୁ ସତ୍ୟ ଓ ନ୍ୟାୟ ପାଇଁ ଦଣ୍ଡିତ ହେବାକୁ ପଡ଼ଛି ।

ହାଇକୋର୍ଟ ବାର୍ ଆସୋସିଏସନ ସଭାପତି ଗୋପାଳକୃଷ୍ଣ ମହାନ୍ତି ଅତିଥି ଭାବେ ଯୋଗ ଦେଇ କହିଥିଲେ, ଆଇନ ଛାତ୍ରମାନେ କେବଳ ଆଇନଜୀବୀ ଭାବେ ନୁହଁ ନୀତି ନିର୍ଦ୍ଧାରକ ତଥା ପ୍ରଶାସକ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରୁଛନ୍ତି ।

ଓଡ଼ିଶାର ଆଡଭୋକେଟ୍ ଜେନେରାଲ୍ ଅଶୋକ କୁମାର ପରିଜା କହିଥିଲେ, ଆଇନ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ।

ସୋଆ ଭାରପ୍ରାପ୍ତ କୁଳପତି ପ୍ରଫେସର ସୁଦାମ ଚନ୍ଦ୍ର ସିଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଚାରି ଦିନ ଧରି ହେବାକୁ ଥିବା ଏହି ‘ଲିଗାଲ୍ ସ୍ପେକ୍ଟ୍ରା ୨୦୨୦’ରେ ପ୍ରଫେସର ପି.କେ ପଟ୍ଟନାୟକ ଓ ସୋଆ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଲ’ର ଡିନ୍ ପ୍ରଫେସର ଏସ୍ କେ ଆଜାଦ ମଧ୍ୟ ଉପସ୍ଥିତ ଥିଲେ ।

ଲୋକାଲ ୱାୟାର

Filed Under: Happenings, Odia, କାର୍ଯ୍ୟକ୍ରମ Tagged With: Happenings, ଓଡିଶା, କାର୍ଯ୍ୟକ୍ରମ, ଭୁବନେଶ୍ୱର

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 276
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire