ଭୁବନେଶ୍ୱର, ଡିସେମ୍ବର ୧୦ (ଲୋକାଲ ୱାୟାର) : ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୫ଟି ସ୍ଥାନରେ ଇକୋ ରିଟ୍ରିଟ୍ ଆରମ୍ଭ ହୋଇଛି ।
ଏହି ୫ଟି ସ୍ଥାନ ହେଲା କୋଣାର୍କ, ସାତପଡ଼ା, ହୀରାକୁଦ, ଦାରିଙ୍ଗବାଡି଼ ଓ ଭିତରକନିକା ।
ଫଟୋରେ ଦେଖନ୍ତୁ ଇକୋ ରିଟ୍ରିଟ୍:
The hyper local news platform
ଭୁବନେଶ୍ୱର, ଡିସେମ୍ବର ୧୦ (ଲୋକାଲ ୱାୟାର) : ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୫ଟି ସ୍ଥାନରେ ଇକୋ ରିଟ୍ରିଟ୍ ଆରମ୍ଭ ହୋଇଛି ।
ଏହି ୫ଟି ସ୍ଥାନ ହେଲା କୋଣାର୍କ, ସାତପଡ଼ା, ହୀରାକୁଦ, ଦାରିଙ୍ଗବାଡି଼ ଓ ଭିତରକନିକା ।
ଫଟୋରେ ଦେଖନ୍ତୁ ଇକୋ ରିଟ୍ରିଟ୍:
ଭୁବନେଶ୍ୱର, ଡିସେମ୍ବର ୮(ଲୋକାଲ ୱାୟାର): ‘ଓଡ଼ିଶା ବାଏ ରୋଡ’ ପରେ ଏବେ ଟ୍ରାକକୁ ଫେରୁଛି ଦେଶୀୟ ପର୍ଯ୍ୟଟନ ।
ଦେଶୀ ଖାଦ୍ୟ ଖାଇବା କି ଗାଁରେ ବୁଲିବା ଭିତରେ ଆଉ ସୀମିତ ରହିବନି ଦେଶୀୟ ପର୍ଯ୍ୟଟନର କଥା । ଏଣିକି ଲୋକଙ୍କୁ ଦେଶୀୟ ପର୍ଯ୍ୟଟନ ନାଁରେ ମିଳିବ ଅନୁଭୂତି ଭ୍ରମଣର ଶିକ୍ଷା ।
ହଜି ଯାଉଥିବା ଲୋକ ସଂସ୍କୃତି, ଲୋକ ପରମ୍ପରାର ସଂରକ୍ଷଣ ହେବ ଏହା ମାଧ୍ୟମରେ ।
ସ୍ଥାନୀୟ ଲୋକଙ୍କୁ କର୍ମନିଯୁକ୍ତି ମିଳିବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଓ ସେମାନଙ୍କ ଉତ୍ପାଦିତ ସାମଗ୍ରୀକୁ ବଜାର ଦେବା ଉଦ୍ଦେଶ୍ଯରେ ଏଭଳି ନୂଆ ଧରଣର ଗ୍ରାମୀଣ ପର୍ଯ୍ୟଟନର ପରିକଳ୍ପନା କରାଯାଇଛି ।
କରୋନା ଲକଡାଉନ୍ ସମୟ ଅର୍ଥାତ୍ ଗତ ଏପ୍ରିଲ ମାସରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ‘ଶରଣା’ ।
ପ୍ରତ୍ନତତ୍ତ୍ୱବିତ୍ ଜିତୁ ମିଶ୍ର, ନୃତତ୍ତ୍ୱବିତ୍ ଡକ୍ଟର ଏସ୍ ଏସ୍ ମହାନ୍ତି ଓ ରୋଜାଲିନ୍ ଦାସଙ୍କ ପରିକଳ୍ପନାରୁ ପର୍ଯ୍ୟଟନର ଭିନ୍ନ ଦିଗକୁ ଆବିଷ୍କାର କରିଛି ‘ଶରଣା’ ।
ସାଧାରଣ ପର୍ଯ୍ୟଟନ ବ୍ୟବସ୍ଥା ଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ । ଏଠାରେ ଜଣେ କେବଳ ଜଣେ ପର୍ଯ୍ୟଟକ ଖାଇବା, ବୁଲିବା, ମଉଜ, ମଜଲିସ୍ କରିବାର ସୁଯୋଗ ପାଇବନି ବରଂ ସେମାନଙ୍କୁ ଅନୁଶୀଳନ କରିବାର ଅବକାଶ ପାଉଛି ।
ଓଡ଼ିଶାର ଲୋକକଳା, ଲୋକସଂସ୍କୃତି, ଆଦିବାସୀଙ୍କ ଜୀବନଯାତ୍ରା ବାବଦରେ ଗବେଷଣା କରିବା ସହ ସେମାନଙ୍କ ବାବଦରେ ତଥ୍ୟ ସଂଗ୍ରହ କରିବା, ଜୀବନ ଶୈଳୀର ଅନୂଭୂତି ସାଉଁଟିବା, ଜୀବନ ଚର୍ଯ୍ୟକୁ କ୍ୟାମେରା ଫ୍ରେମରେ ବାନ୍ଧିବାର ସୁଯୋଗ ପାଇଛନ୍ତି ।
ଯେକୌଣସି ବର୍ଗର ବ୍ୟକ୍ତି ଏହି ଯାତ୍ରାରେ ସାମିଲ ହୋଇ ପାରିବେ । ଛୋଟ ପିଲାମାନଙ୍କ ପାଇଁ ଏଠାରେ ବିଭିନ୍ନ କର୍ମଶାଳା, ସ୍ଥାନୀୟ ଲୋକସଂସ୍କୃତି ଲୋକକଳାକୁ ନେଇ ରହିଥିବା ଗପ, କାହାଣୀ ଶୁଣିବାର ସୁଯୋଗ ରହିଥିବା ବେଳେ ଯୁବପିଢ଼ିଙ୍କ ପାଇଁ ନେଚର୍ ୱାର୍କ, ଟ୍ରେକିଂ, ଫଟୋଗ୍ରାଫି ଆଦିର ବ୍ୟବସ୍ଥା ରହିଛି ।
ଛାତ୍ରଛାତ୍ରୀ, ଗବେଷକମାନଙ୍କ ପାଇଁ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷିତ ଭାବେ ରହିବା ସହ ସେମାନେ କିପରି ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ, ସେମାନଙ୍କର ଖାଦ୍ୟଶସ୍ୟ, ଜୀବନଶୈଳୀ ବାବଦରେ ଗବେଷଣା କରିବାର ସୁଯୋଗ ପାଇବେ ।
ବୁଲାବୁଲି ଭିତରେ ସୀମିତ ନାହିଁ ‘ଶରଣା’ର ଆଭିମୁଖ୍ୟ । ଏହାଦ୍ୱାରା କିପରି ସ୍ଥାନୀୟ ଲୋକ ଲାଭବାନ ହେବେ, ସେମାନଙ୍କର କୌଳିକ ବୃତ୍ତି ବଞ୍ଚିବ, ସେଠାକାର ପରିବେଶ, ପର୍ଯ୍ୟଟନ ସ୍ଥଳୀ ସୁରକ୍ଷିତ ରହିବ, ସ୍ଥାନୀୟ ଲୋକକଳା, ଲୋକସଂସ୍କୃତିର ସଂରକ୍ଷଣ କରିବା ଦିଗରେ ବି ଶରଣା କାମ କରୁଛି ।
ଇତି ମଧ୍ୟରେ ‘ଶରଣା’ କନ୍ଧମାଳର ଦେଶୁଘାଟି, ଛାଚିଙ୍ଗା, ବାଶୁଗାଣ୍ଡା, ମାଦଲକୁନା, ଡାହାବାଲି, ମୁଣ୍ଡିଗଡ, ରଙ୍ଗାପାରୁ, ଦେଓଗଡ଼ ଆଦି ଗାଁକୁ ମଡେଲ ଗାଁ ଭାବେ ଚିହ୍ନଟ କରିଛି ।
ଏହିସବୁ ଗାଁର ୧୦୦୦ରୁ ଅଧିକ ସ୍ଥାନୀୟ ଲୋକଙ୍କୁ ସ୍ୱାବଲମ୍ବୀ କରିବା ସହ ସେମାନଙ୍କ ଦକ୍ଷତା ବିକାଶ କରିବା, ସେମାନଙ୍କ ଉତ୍ପାଦିତ ଶସ୍ୟ, ହସ୍ତଶିଳ୍ପ ଆଦିର ବଜାର ବି କରାଉଛି ।
ପ୍ରତ୍ନତତ୍ତ୍ୱବିତ୍ ତଥା ଶରଣାର ପ୍ରତିଷ୍ଠାତା ସଦସ୍ୟ ଜିତୁ ମିଶ୍ର କହନ୍ତି ‘ଶରଣା’ ଅନୁଭୂତି ଭ୍ରମଣର ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି । ମୁଣ୍ଡାରୀ ଭାଷାରେ ଶରଣାର ଅର୍ଥ ପବିତ୍ର ସ୍ଥାନ ।
ଆଦିିବାସୀମାନେ ପ୍ରକୃତି, ଜଙ୍ଗଲ, ଜମିକୁ ପୂଜା କରୁଥିବା ବେଳେ ଜଙ୍ଗଲ ଭିତରେ ଏକ ପବିତ୍ର ସ୍ଥାନକୁ ପୂଜା ପୀଠ ଭାବେ ବାଛିଥାନ୍ତି ।
ଏହାର ଅର୍ଥ ଗ୍ରାମଦେବୀ ବା ଜାହିରା ଆମକୁ ଦୁଷ୍ଟ ଶକ୍ତିରୁ ରକ୍ଷା କରିବେ ଓ ଆମେ ବି ତାଙ୍କ ସ୍ଥାନକୁ ପବିତ୍ର ରଖିବୁ । ନିଜେ ବଞ୍ଚିବା ଓ ଅନ୍ୟକୁ ବଞ୍ଚିବାକୁ ରାହା ଦେବା ହିଁ ବାସ୍ତବିକ ଶରଣାର କାମ ।
ନୃତତ୍ତ୍ୱବିତ୍ ଡକ୍ଟର ଏସଏସ୍ ମହାନ୍ତି କହିଛନ୍ତି ଆମର ଉଦେ୍ଦଶ୍ୟ ଗବେଷକ ଓ ଛାତ୍ରଛାତ୍ରୀଙ୍କୁ ଏଭଳି ଏକ ପ୍ଲାଟଫର୍ମ ଦେବା ଯେଉଁଠି ସେମାନେ ସୁରକ୍ଷିତ ଭାବେ ରହି ଅତି ପାଖରୁ ପ୍ରକୃତି ଓ ଜନଜାତିଙ୍କ ଜୀବନଶୈଳୀକୁ ଅନୁଧ୍ୟାନ କରିବା ସହ ସେମାନଙ୍କର ସୁବିଧା ଅସୁବିଧାକୁ ହୃଦୟଙ୍ଗମ କରିବେ । ଆଦିବାସୀମାନେ ପ୍ରକୃତିର ସମ୍ପତ୍ତି ।
ସେମାନଙ୍କ ଯୋଗୁଁ ପ୍ରକୃତି ବଞ୍ଚିଛି । ହେଲେ ଆମେ ପର୍ଯ୍ୟଟନ ମାଧ୍ୟମରେ ସବୁବେଳେ ସେମାନଙ୍କୁ ଦେଖାଇ ଅର୍ଥ ଆୟ କରିବାକୁ ଚେଷ୍ଟା କରୁ ।
ହେଲେ ଶରଣାର ଉଦ୍ଦେଶ୍ଯ ସେହି ସମ୍ପ୍ରଦାୟଙ୍କୁ ସମ୍ମାନ ଦେବା ସହ ସେମାନଙ୍କର ପରମ୍ପରା, ଖାଦ୍ୟ, ବେଶ, ପୋଷାକ, ଜୀବନ ଶୈଳୀକୁ ଅନୁକରଣୀୟ ମନେ କରି ସେମାନଙ୍କ ଠରୁ କିଛି ଶିଖିବା ।
ଇତି ମଧ୍ୟରେ ଶରଣା କିଛି ଗବେଷକ, ଫଟୋଗ୍ରାଫର ଓ ଟ୍ରାଭେଲରଙ୍କୁ ନେଇ କନ୍ଧମାଳ ଗସ୍ତ କରିବା ସହ ବିଭିନ୍ନ ସ୍ଥାନ ବୁଲି ଦେଖାଇଛି ।
ଯେଉଁଠି ପର୍ଯ୍ୟଟକମାନେ ଆଦିବାସୀଙ୍କ ବେଶ ପୋଷାକ ପିନ୍ଧିବା ଠାରୁ ସେମାନଙ୍କ ଖାଦ୍ୟ ଖାଇ ସେମାନଙ୍କ ସହ ଜୀବନ ବିତାଇବାର ଅନୁଭୂତି ସାଉଁଟିଛନ୍ତି ।
ଆଗକୁ ଶରଣା ବିଭିନ୍ନ କ୍ୟାମ୍ପିଂ ଓ କର୍ମଶାଳା ମାଧ୍ୟମରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ଛାତ୍ରଛାତ୍ରୀ, ଗବେଷକ, ବୁଦ୍ଧିଜୀବୀମାନଙ୍କ ସହ ମିଶି ଜନଜାତିଙ୍କ ଅଭାବ ଅସୁବିଧାକୁ ଦୂର କରିବା ସହ ସେମାନଙ୍କୁ କର୍ମନିୟୋଜନ ଯୋଗାଇବାକୁ ଲକ୍ଷ୍ୟ ରଖିଛି ।
ଲୋକାଲ ୱାୟାର
A day wrapped up with sweet delicacies, familial delights and the recollections of Odisha’s rich and diverse traditions – Prathamastami, occurs on the Ashtami Tithi (eighth day) of Krishna Paksha in the Odia month of Margashirsha (November-December).
On this day, the celebratory process in Bhubaneswar’s Lingaraj Temple marks the journey of the Lord to the temple of his believed maternal uncle and aunt in an embellished palanquin. Following the same context, the eldest child of the family is either visited by or visits his/her maternal uncle who is called Astamibandhu.
For the well-being of the eldest child, the females of the family worship them by chanting Aarti and the uncle offers new clothes and a delectable meal to honour the ideals of obedience and protection of one’s own family.
The occasion’s most significant delicacy is Enduri Pitha, steamed inside turmeric leaves with a filling of chhenna, jaggery or sugarcane juice and coconut shavings.
The season witnesses turmeric yield in abundance and thus, with this dish, the day also celebrates the harvest, as it did in the earlier times.
Be it a day to celebrate the harvest or a day of the firstborns, Prathamastami upholds the virtues of togetherness and family ethos, and who better than the eldest child of the house would do so.
In their most subtle way, all these festivals are the little reminders for all of us to ensure that our world is a unified space, full of compassion for one another.
LocalWire
Garbage dumped on roadsides is no uncommon sight. Plastic cups, bags, metal can, sweet wrappers, even plastic bottles litter the streets in every city.
Such garbage promotes the accumulation of stagnant water promoting the breeding of mosquitoes and other disease-causing pests.
The Bolangir town municipality is to be lauded for finding a way to not only ‘deal’ with the garbage problem, but also provide green manure for the residents of the town.
Bolangir town produces around 7 tonnes of garbage on a daily basis.
Garbage can be basically segregated into 2 categories: wet waste and dry waste. Segregation of garbage into biodegradable and non-biodegradable waste helps to dispose of the non-biodegradable waste in a proper way, and prepare organic manure for plants from the biodegradable waste.
How is it done?
In the Micro Composting Centre (MCC) at Bijakhamman, the waste is segregated into the organic (kitchen waste) and non-biodegradable waste (plastics, metals).
The wet waste is shredded and processed and then allowed to decay. This process ensures that the organic components are broken down to form organic manure, which can be used to fertilize fields and gardens.
The dry waste is segregated by another unit. The recyclable waste is given to the kabaadiwalas and ragpickers. Plastics and polythene are sent to a cement factory for their safe disposal.
“The Micro Composting Center (MCC), having a capacity of five tons per day, has started generating organic manure at Bijakhamman dumping yard,” says executive officer Bolangir municipality Bipin Deep.
“We are selling the organic manure produced from the garbage at Rs. 20 per kilo. Thus far, we have sold manure worth Rs. 3000,” said Manoj Mahajan, trainee IAS officer at Bolangir Municipality.
Besides, Bolangir municipality has also begun cleaning the roads in the evening. This commenced a week ago.
LocalWire
ଭୁବନେଶ୍ୱର, ଡିସେମ୍ବର ୩ : ସମାଜରେ ନାରୀ ନିର୍ଯାତନା ମାମଲା ଦିନକୁ ଦିନ ବୃଦ୍ଧି ପାଉଥିଲେ ସୁଦ୍ଧା ଏହା ବିରୋଧରେ ପ୍ରତିବାଦର ସ୍ୱର ଉଠାଇବା ମଧ୍ୟ ଅନେକ ଶିଖିଗଲେଣି । ସେହିଭଳି ଜଣେ ସଫଳ ଏବଂ ମର୍ଯ୍ୟାଦାବାନ୍ ମହିଳା ହେଉଛନ୍ତିି ସୁଭଦ୍ରା ମୁଦୁଲି ।
ସୁଭଦ୍ରା ନିଜ ଶାଶୁ ଘରର ନିର୍ଯାତନା ବିରୋଧରେ ସ୍ୱର ଉଠାଇବା ପରେ ଏବେ ଖୁସୀର ଜୀବନ ବିତାଇବା ସହ ତାଙ୍କର ଅଧିକାରକୁ ସାବ୍ୟସ୍ତ କରିଛନ୍ତି । ଆଉ ଏଥିରେ ତାଙ୍କୁ ସାହାଯ୍ୟ କରିଛନ୍ତି ଜଣେ ମହିଳା ସ୍ୱେଚ୍ଛାସେବୀ ।
ଭଦ୍ରକ ଜିଲ୍ଲା ବାସୁଦେବପୁର ଗ୍ରାମର ସୁଭଦ୍ରା ମୁଦୁଲି ୨୦୧୯ରେ ଯାଜପୁର ରୋଡ୍ ତାରାପୁର ଗ୍ରାମର ପୃଥୀରାଜ ବେହେରାଙ୍କୁ ବିବାହ କରିଥିଲେ । ଘରେ ଶାଶୁ, ଶ୍ୱଶୁରଙ୍କ ସହ ଭଲରେ ଜୀବନ କାଟୁଥିଲେ ସୁଭଦ୍ରା ।
କିନ୍ତୁ କିଛି ମାସ ପରେ ସୁଭଦ୍ରାଙ୍କୁ ଶାଶୁ, ଶ୍ୱଶୁର ଓ ସ୍ୱାମୀ ହଇରାଣ କରିବା ଆରମ୍ଭ କରିଥିଲେ ବୋଲି ସୁଭଦ୍ରା କହନ୍ତି । ସ୍ୱାମୀ ନିଶାଗ୍ରସ୍ତ ହୋଇ ଘର ଆସି ତାଙ୍କୁ ମାରପିଟି ମଧ୍ୟ କଲେ ।
ଏହା ବିରୋଧରେ ସୁଭଦ୍ରା ସ୍ୱର ଉଠାଉଥିଲେ । ହେଲେ ଶାଶୁଘର ଲୋକଙ୍କ ସମର୍ଥନ ମିଳିନଥିଲା ।
ଇତିମଧ୍ୟରେ ତାଙ୍କର ଗୋଟିଏ ପୁଅଟିଏ ହୋଇଥିଲା । ପୁଅକୁ ଲାଳନପାଳନ କରିବା ପାଇଁ ସବୁ କଷ୍ଟ ସହି ସେ ରହିବାକୁ ସ୍ଥିର କରିଥିଲେ । କିନ୍ତୁ ଦିନକୁ ଦିନ ତାଙ୍କ ଉପରେ ନିର୍ଯାତନା ବଢିବାକୁ ଲାଗିଲା ।
ତେଣୁ ସେ ଜୁଲାଇ ୨୦୨୦ରେ ଶାଶୁଘର ଛାଡି ଭୁବନେଶ୍ୱରର ଏକ ବସ୍ତିରେ ରହୁଥିବା ତାଙ୍କ ମାଉସୀ ଘରକୁ ଚାଲି ଆସିଲେ । ସେତେବେଳକୁ ତାଙ୍କ ପୁଅର ବୟସ ମାତ୍ର ୭ ମାସ ହୋଇଥାଏ ।
ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦେଇଥିଲେ । ବାରମ୍ବାର ସେଠାକୁ ଦୌଡିଲେ ମଧ୍ୟ କୌଣସି କାର୍ଯାନୁଷ୍ଠାନ ହୋଇନଥିଲା ।
ପରେ ସେ ମହିଳା କମିଶନଙ୍କ ନିକଟରେ ମଧ୍ୟ ଦରଖାସ୍ତ ଦେଇ କମିଶନଙ୍କ ହସ୍ତକ୍ଷେପ ଲୋଡିଥିଲେ । କିନ୍ତୁ ଏହି ପ୍ରକ୍ରିୟା ମଧ୍ୟ ଯଥେଷ୍ଟ ବିଳମ୍ବ ହେଲା ।
ଏହା ଭିତରେ ସେ ନିଜର ଗୁଜରାଣ ମେଂଟାଇବା ପାଇଁ ଅନ୍ୟମାନଙ୍କ ଘରେ କାମ କରିବା ଓ ସଂଧ୍ୟାରେ ଅଗରବତୀ ପ୍ରସ୍ତୁତି କାମ କରି କିଛି ରୋଜଗାର କରିବା ଆରମ୍ଭ କଲେ । କିନ୍ତୁ ନ୍ୟାୟ ପାଇବା ପାଇଁ ସଂଗ୍ରାମ ଜାରି ରଖିଥାନ୍ତି ସୁଭଦ୍ରା ।
କେତେବେଳେ ଥାନାକୁ ଯିବା ତ ଆଉ କେତେବେଳେ ମହିଳା କମିଶନଙ୍କ ପାଖକୁ ଯାଇ ନିଜ ଅଭିଯୋଗର ସ୍ଥିତି ପଚାରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରୁଥିଲେ ।
ମହିଳା ସଂଗଠନର ସମାଜସେବୀଙ୍କର ମଧ୍ୟ ସହଯୋଗ ଲୋଡିଥିଲେ । କିନ୍ତୁ କେବଳ ମିଳିଥିଲା ପ୍ରତିଶ୍ରୁତି । ଦିନ ପରେ ଦିନ ଗଡି ଚାଲିଲା ।
ସେ ଏହି ଲେଖକଙ୍କ ଠାରୁ ଖବର ପାଇ ଭୁବନେଶ୍ୱରର ସମ୍ପର୍କ ଫାଉଣ୍ଡେସନ ସହ ଫୋନ୍ରେ ଯୋଗାଯୋଗ କଲେ ।
ଏହାର ନିର୍ଦ୍ଦେଶିକା ପ୍ରଜ୍ଞାଜ୍ୟୋତି ଦାସ ଏହି ଘଟଣାର ଗୁରୁତ୍ୱକୁ ବିଚାର କରି ତୁରନ୍ତ ସେ ରହୁଥିବା ଘରେ ପଂହଚିଲେ ଏବଂ ସବୁ ଘଟଣା ସମ୍ପର୍କରେ ଜାଣିଲେ ।
ଏହା ପରେ ଅକ୍ଟୋବର ମାସରେ ସୁଭଦ୍ରାଙ୍କୁ ସାଥିରେ ନେଇ ସମ୍ପର୍କ ଫାଉଣ୍ଡେସନର ଏକ ଟିମ୍ ତାଙ୍କ ଶ୍ୱଶୁର ଘର ଯାଜପୁର ରୋଡକୁ ଯାଇଥିଲେ ।
ଏ ସମ୍ପର୍କରେ ପ୍ରଜ୍ଞା କୁହନ୍ତି, ଆମ ଟିମ୍ ଆଗରେ ସୁଭଦ୍ରାଙ୍କ ସ୍ୱାମୀ ଓ ଶାଶୁ ଘର ଲୋକେ ତାଙ୍କୁ ଘରକୁ ଆଣିବା ପାଇଁ ରାଜି ହେଲେ ।
ଆମେ ଭାବିଲୁ ସବୁ ଠିକ୍ ହୋଇଯିବ । କିନ୍ତୁ କିଛି ଦିନ ଅପେକ୍ଷା କରିବା ପରେ ସେ ସୁଭଦ୍ରାଙ୍କୁ ନେବାକୁ ଆସିଲେ ନାହିଁ।”
ଏହି ଉଦ୍ୟମଟି ବିଫଳ ହେଲା । ଏହାର ସପ୍ତାହକ ପରେ ଗତ ନଭେମ୍ବର ୨ ତାରିଖରେ ପ୍ରଜ୍ଞାଙ୍କ ଟିମ୍ ସୁଭଦ୍ରାଙ୍କୁ ସାଥିରେ ନେଇ ଯାଜପୁର ରୋଡ୍ ଥାନାରେ ପଂହଚିଲେ ଏବଂ ଥାନାରେ ଲିଖିତ ଆକାରରେ ଜଣାଇଲେ ।
ପୋଲିସ୍ ସୁଭଦ୍ରାଙ୍କ ସ୍ୱାମୀ ପୃଥୀରାଜଙ୍କୁ ଥାନାକୁ ଡକାଇଲେ । ଏହାପରେ ସେ ଆପୋଷ ସମାଧାନ ମଧ୍ୟରେ ଏହି ଘଟଣାକୁ ଫଇସଲା କରିବାକୁ ରାଜିହେଲେ ।
ଥାନାରେ ହିଁ ସେମାନଙ୍କ ମଧ୍ୟରେ ଏକ ବୁଝାମଣା ହେଲା । ୧୫ ଦିନ ମଧ୍ୟରେ ସେ ସୁଭଦ୍ରାଙ୍କୁ ଘରକୁ ନେବେ ବୋଲି କହିଲେ ଏବଂ ଘର କଳି ଯେପରି ନହେବେ ଏକ ସ୍ୱତନ୍ତ୍ର ଭଡାଘରେ ସ୍ତ୍ରୀଙ୍କୁ ସମ୍ମାନ ଓ ମର୍ଯ୍ୟଦାର ସହ ରଖିବାକୁ ସେ ରାଜିହେଲେ ।
ବୁଝାମଣା ମୁତାବକ ସେ ସୁଭଦ୍ରାଙ୍କୁ ଏବେ ଫେରାଇ ନେଇଛନ୍ତି । ଏ ସମ୍ପର୍କରେ ସୁଭଦ୍ରା କହନ୍ତି, “ସମ୍ପର୍କ ଫାଉଣ୍ଡେସନ୍ ଯୋଗୁଁ ମୁଁ ସଂସାର ଫେରିପାଇଲି ।
ନହେଲେ ସ୍ୱାମୀଙ୍କ ପାଖକୁ ଆସିବି ବୋଲି ତ ମୁଁ ଆଉ ଭାବି ନଥିଲି ।” ସ୍ୱାମୀ ମଧ୍ୟ ସ୍ତ୍ରୀ ଓ ପୁଅଙ୍କୁ ପାଖରେ ପାଇ ବେଶ୍ ଖୁସୀ ଅଛନ୍ତି ।
ସୁଭଦ୍ରାଙ୍କ ଦୃଢ ମନୋବଳ ଓ ନାରୀମାନଙ୍କ ଅଧିକାର ରକ୍ଷାପାଇଁ ପ୍ରଜ୍ଞାଙ୍କ ଏହି ପ୍ରୟାସ ଅନ୍ୟ ମହିଳାମାନଙ୍କ ପାଇଁ ଏକ ବଳିଷ୍ଠ ଉଦାହରଣ ।
ପ୍ରସ୍ତୁତି – ଶ୍ରୀ ଅଖଣ୍ଡ
(ଲେଖକ ଜଣେ ସାମ୍ବାଦିକ ଓ ସମାଜସେବୀ । ସେ ମହିଳାସଶକ୍ତିକରଣ, ମାନବିକ ଅଧିକାର ଆଦି ବିକାଶଶୀଳ ପ୍ରସଙ୍ଗ ଉପରେ ଲେଖନ୍ତି )
In remembrance of Bhopal Gas Tragedy’s (1984) victims and in solidarity with its survivors, the nation celebrates or rather mourns on the National Pollution Control Day, marking another anniversary of the tragic event which took place on 2nd December, 2020.
Apparently, 36 years after the disaster, we stand at a juncture of witnessing nearly a million deaths every year due to the high pollution levels in the country.
In view of Odisha, 6 cities of the state are among the 102 of India’s most polluted cities list.
Belpahar and Talcher’s air quality has been recorded as “unhealthy” by the IQ Air Statistics.
The excessive industrialization, vehicular movements and road dust have been marked as factors responsible for the polluted air in the state.
To ensure the revival of the polluted air, State Pollution Control Board of Odisha has imposed environmental compensations on brick kilns, hotels and stone crushers in case of operating beyond limitations.
Furthermore, the State Ambient Air Quality Network has setup 8 monitoring stations in residential as well as commercial areas of the state for planning preventive measures.
Odisha’s rich biodiversity helps in maintaining a sustainable ecological balance and as individuals, we must ensure it continues to do so.
LocalWire
ଜଗତସିଂପୁର, ଡିସେମ୍ବର ୨ (ଲୋକାଲ ୱାୟାର): କରୋନା କଟକଣା ଯୋଗୁଁ ୨୬ ବର୍ଷ ପରେ ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଦେଖିବାରେ ଓଡ଼ିଶାବାସୀ ବିଫଳ ହୋଇଛନ୍ତି ।
ଏପରି ସ୍ଥଳେ ରଘୁନାଥପୁର ବ୍ଲକ୍ ନଳିବାର ଗାଁରେ ଜଣେ କଲେଜ ଛାତ୍ର ରଙ୍ଗୋଲି ଦ୍ୱାରା ନାଗାର୍ଜୁନ ବେଶ କରିବା ସହ ସାମାଜିକ ଦୂରତାର ଆବଶ୍ୟକତାକୁ ଉପସ୍ଥାପିତ କରିବାକୁ ଚେଷ୍ଟା କରିଛନ୍ତି ।
କଲେଜ ଛାତ୍ର ଜଣକ ହେଲେ ସୌମ୍ୟ ପ୍ରକାଶ ନାୟକ । ସେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବାୟୋ କେମେଷ୍ଟ୍ରିରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରୁଛନ୍ତି ।
ମାତ୍ର ତାଙ୍କ ଦ୍ୱାରା ରଙ୍ଗୋଲିରେ ପ୍ରସ୍ତୁତ ନାଗାର୍ଜୁନ ବେଶ ଧାର୍ମିକ ଚିନ୍ତାଧାରା, ପୁରାଣ, କରୋନା, ସାମାଜିକ ଭେଦଭାବ ସ୍ଥାନୀୟ ଲୋକଙ୍କୁ ପ୍ରଭାବିତ କରିଛି ।
ଏନେଇ ସୌମ୍ୟ ବିଧିବଦ୍ଧ ଭାବେ କାହାଠାରୁ ତାଲିମ ନେଇ ନାହାନ୍ତି । ମାତ୍ର ତାଙ୍କର ସୃଜନଶୀଳତା ତାଙ୍କୁ ଅନ୍ୟଠାରୁ ଭିନ୍ନ କରି ପାରିଛି ।
ସୌମ୍ୟ ନିଜ ଗାଁରେ ରଙ୍ଗୋଲି ଦ୍ୱାରା ମହାପ୍ରଭୁ ଓ ବଳଭଦ୍ର, ସୁଭଦ୍ରାଙ୍କ ଏହି ନାଗାର୍ଜୁନ ବେଶ କରିଥିବା ବେଳେ ଏହାର ଲମ୍ବ ୧୫ ଫୁଟ ଓ ଚଉଡ଼ା ୮ ଫୁଟ୍ ।
ପ୍ରସ୍ତୁତ ହୋଇଥିବା ରଙ୍ଗୋଲିରେ ସୌମ୍ୟ ଦେବୀ ସୁଭଦ୍ରାଙ୍କ ଚିତ୍ରକୁ ପଦ୍ମଫୁଲରେ ସଜାଇଥିଲେ ।
ଏ ବାବଦରେ ସୌମ୍ୟ କହିଛନ୍ତି ରଥଯାତ୍ରା ହେଉ କି ନାଗାର୍ଜୁନ ବେଶ; ଏହାକୁ ଦେଖିବା ପାଇଁ ସମସ୍ତେ ଦୀର୍ଘ ଦିନ ଧରି ଅପେକ୍ଷା କରି ରହିଥାନ୍ତି ।
ମାତ୍ର ଚଳିତ ବର୍ଷ କରୋନା ଯୋଗୁଁ ଏସବୁ ସମ୍ଭବ ହୋଇ ପାରିନି । ତେଣୁ ରଙ୍ଗୋଲି ମାଧ୍ୟମରେ ମୁଁ ଭକ୍ତଠୁ ବେଶି ସହ ଭଗବାନଙ୍କ ସମ୍ପର୍କକୁ ଯୋଡ଼ିବାକୁ ଚେଷ୍ଟା କରିବା ସହ ସଂସାରରୁ କରୋନାକୁ ଦୂରେଇ ଦେବାକୁ ଗୁହାରି କରିଛି ।
ଏବେ ଆମେ ସମେସ୍ତ ମାନବିକତା ଦେଖାଇବା ଦରକାର । ଗରିବ ଲୋକମାନଙ୍କୁ ସାହାଯ୍ୟ କରିବା ସହ ତାଙ୍କୁ ଖାଦ୍ୟ ପ୍ରଦାନ କରିବା ଉଚିତ ।
ଲୋକାଲ ୱାୟାର
ଭୁବନେଶ୍ୱର, ନଭେମ୍ବର ୩୦(ଲୋକାଲ ୱାୟାର): ନୟାଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଯଦୁପୁର ଗ୍ରାମର ୫ ବର୍ଷର ଝିଅ ‘ପରୀ’ ହତ୍ୟା ଘଟଣାକୁ ନେଇ ରାଜନୀତି ଥମିନାହିଁ ।
‘ପରୀ’ ତାତିରେ ବିଧାନସଭାର ଶୀତ ଅଧିବେଶନ ନିର୍ଦ୍ଧାରିତ ସମୟର ଏକ ମାସ ପୂର୍ବରୁ ଅର୍ଥାତ୍ ମାତ୍ର ୧୦ ଦିନ ମଧ୍ୟରେ ମୁଲତବୀ ହୋଇଗଲା ।
‘ପରୀ’ ପ୍ରସଙ୍ଗକୁ ଭୟ କରି ଶାସକ ଦଳ ବିଧାନସଭାକୁ ମୁଲତବୀ ରଖିଲେ ବୋଲି ବିରୋଧୀ ବିଜେପି ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ରାଜ୍ୟ କଂଗ୍ରେସ ଏହି ପ୍ରସଙ୍ଗରେ ମୂକ ଦର୍ଶକ ପାଲଟିବାକୁ ନା ଦଳର କର୍ମୀ ହଜମ କରିପାରୁଛନ୍ତି ନା ପ୍ରତିଦ୍ୱନ୍ଦ୍ୱୀ ବିଜେପିର ନେତା ମାନେ ସହଜରେ ଗ୍ରହଣ କରିପାରିଛନ୍ତି ।
କୁନି ଝିଅ ‘ପରୀ’ । ଜୁଲାଇ ୧୪ରେ ହଠାତ୍ ନିଖୋଜ ହୋଇଗଲା । ପ୍ରାୟ ୯ ଦିନ ପରେ ଘର ପଛ ପାର୍ଶ୍ୱରୁ ଅଖାବସ୍ତାରେ ବନ୍ଧା ହୋଇଥିବା ତାର ମୃତଦେହ ମିଳିଲା ।
ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କଲେ । ମୃତଦେହ ବି ବ୍ୟବଚ୍ଛେଦ ପାଇଁ କଟକ ଏସସିବି ମେଡିକାଲ କଲେଜକୁ ପଠାଗଲା ।
ଗ୍ରାମରେ ଗୁଞ୍ଜରଣ ହେଲା ଏହା ହତ୍ୟାକାଣ୍ଡ । ପ୍ରଶ୍ନ ବି ଉଠିଲା କିଏ ବା କାହିଁକି କୁନି ଝିଅଟିକୁ ହତ୍ୟା କରିବ? କିଏ କହିଲା ବଳାକ୍ରାର ପରେ ହୋଇଛି ହତ୍ୟା, ଆଉ କିଏ କହିଲା ଅଙ୍ଗ ଚାଲାଣ ପାଇଁ ଏହି ହତ୍ୟା ହୋଇଥାଇପାରେ ।
ସନ୍ଦେହର ଅଙ୍ଗୁଳି ମଧ୍ୟ କେତେକଙ୍କ ଉପରକୁ ଗଲା, ଯେଉଁମାନେ ବି ରାଜ୍ୟ ମନ୍ତ୍ରିମଣ୍ଡଳର ପ୍ରଭାବୀ ମନ୍ତ୍ରୀ ଡ. ଅରୁଣ ସାହୁଙ୍କ ପାଖ ଲୋକ । ବାସ୍ ଏଇଠୁ ଆରମ୍ଭ ହେଲା ରାଜନୀତି ।
ଘଟଣାର ତଦନ୍ତ ପାଇଁ ଗୋଟିଏ ଗୋଷ୍ଠୀ ଦାବି କରୁଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ପ୍ରସଙ୍ଗକୁ ଚାପି ଦେବାକୁ ପୁଲିସକୁ ବିି ହାତେଇ ନେବାରେ ସଫଳ ହୋଇଥିଲେ ।
‘ପରୀ’ର ପିତାମାତା ଥିଲେ ନାଚାର । ଗରିବ ଅଟୋ ଡ୍ରାଇଭରର କଥା ବା କିଏ ଶୁଣିବ । ଧମକ ମିଳିଲା ।
ଏପରିକି ଅନ୍ୟ ଏକ ଚୋରି ଘଟଣାରେ ଛନ୍ଦି ମାଡ଼ ମରାଗଲା । ସବୁ ଜାଣିଥିଲେ, କିଏ ଏହା ପଛରେ ଅଛି, କିନ୍ତୁ କେହି ବି ମୁହଁ ଖୋଲିବାକୁ ସାହାସ କଲେ ନାହିଁ । ଆଉ ପ୍ରଶାସନ!
ଗରିବଙ୍କ ବିପଦ କାଳେ ପୁଲିସ ଓ ପ୍ରଶାସନ ତ ବାହୁବଳୀଙ୍କ ପକେଟରେ ରହିଥାଏ । ତେଣୁ ହତ୍ୟା ହୋଇଥିଲେ ବି ପ୍ରସଙ୍ଗଟି ଅପ୍ରସଙ୍ଗ ପାଲଟିଯିବାକୁ ବେଶୀ ଦିନ ଲାଗିଲାନି ।
ନିକଟରେ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଲା । ଅଚାନକ ଦିିନେ ‘ପରୀ’ର ପିତାମାତା ବିଧାନସଭା ସମ୍ମୁଖରେ ଆତ୍ମାହୁତି କରିବାକୁ ଉଦ୍ୟମ କଲେ ।
ପୁଲିସ ସେମାନଙ୍କୁ ବିରତ କରାଇବାରେ ସଫଳ ହୋଇଥିଲେ । ପିତାମାତାଙ୍କ ଦାବି ଥିଲା ‘ପରୀ’ ହତ୍ୟାର ତଦନ୍ତ ହେଉନାହିଁ । ବାସ୍ ଏଇଠୁ ପୁଣି ଥରେ ଲାଗିଲା ‘ପରୀ’ ନିଆଁ ।
ବିଧାନସଭାରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ମନ୍ତ୍ରୀ ଡ. ଅରୁଣ ସାହୁଙ୍କ ବହିଷ୍କାର ସହ ଘଟଣାର ଉପଯୁକ୍ତ ତଦନ୍ତ ପାଇଁ ଦାବି କରିଥିଲେ । ଗୃହରେ କୌଣସି କାମ ହୋଇପାରିଲାନି ।
ବିଧାୟକମାନେ ଧାରଣା ଦେଲେ, ହଙ୍ଗାମା ଜାରି ରଖିଲେ । ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ଘୋଷଣା କଲେ ସରକାର । ତଥାପି ବିରୋଧୀ ସନ୍ତୁଷ୍ଟ ନଥିଲେ । ରାଜରାସ୍ତାରେ ବି ଆରମ୍ଭ ହେଲା ‘ପରୀ’ ଆନେ୍ଦାଳନ ।
ମୁଖ୍ୟମନ୍ତ୍ରୀ ପୁଣି ଘୋଷଣା କଲେ ହାଇକୋର୍ଟ ଜଜଙ୍କ ତତ୍ତ୍ୱାବଧାନରେ ହେବ ଏସଆଇଟି ତଦନ୍ତ । ଟିମ୍ ବି ତତକ୍ଷଣାତ ଘୋଷଣା ହୋଇଗଲା । ରାଜ୍ୟର ଅଭିଜ୍ଞ ତଥା ଦକ୍ଷ ଆଇପିଏସ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଗଢ଼ାଗଲା ଟିମ୍ ।
ଏଇଠୁ କଂଗ୍ରେସ ପଡ଼ିଗଲା ଶାନ୍ତ । ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ଏହା ଐତିହାସିକ, ଆମ ଦାବି ଅନୁଯାୟୀ ଏସସଆଇଟି ଗଠନ ହେଲା । ଓଡ଼ିଶାରେ ଏପରି କେବେ ହୋଇ ନଥିଲା । ଏହା କଂଗ୍ରେସର ସଫଳତା ।
କିନ୍ତୁ ବିଜେପି ନଛୋଡ଼ବନ୍ଦା । ମନ୍ତ୍ରିମଣ୍ଡଳରୁ ଅରୁଣଙ୍କ ବହିଷ୍କାର ଏବଂ ସିବିଆଇ ତଦନ୍ତ ଦାବିରେ ଦଳ ପଲ୍ଲୀରୁ ଦିଲ୍ଲୀ ଦୁର୍ବାର ଆନେ୍ଦାଳନ କରିବାକୁ ଅଣ୍ଟା ଭିଡିଛି ।
ଆଜି ଦଳର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ଦିଲ୍ଲୀରେ ଓଡ଼ିଶା ଭବନ ସମ୍ମୁଖରେ ବିକ୍ଷୋଭ କରାଯାଇଛି ।
ଏଥିସହ ସମ୍ବିତ ନ୍ୟାସନାଲ କମିସନ ଫର ପ୍ରୋଟେକ୍ସନ ଅଫ ଚାଇଲ୍ଡ ରାଇଟ୍ସ (ଏନସିପିସିଆର)କୁ ମଧ୍ୟ ଯାଇଛନ୍ତି ।
ଏହି ଘଟଣାରେ ନୟାଗଡ଼ ଏସପି ଓ ଜିଲ୍ଲାପାଳଙ୍କୁ ଏହି ମାମଲାରେ ନୋଟିସ୍ ଦେବା ସହ ସ୍ୱତନ୍ତ୍ର ସଂସ୍ଥା ଦ୍ୱାରା ଏହାର ତଦନ୍ତ କରାଇବାକୁ ସମ୍ବିତ ଅନୁରୋଧ କରିଛନ୍ତି । ଏପଟେ ରାଜ୍ୟର ସମସ୍ତ ଜିଲ୍ଲାରେ ମଧ୍ୟ ବିଜେପି ପକ୍ଷରୁ ବିକ୍ଷୋଭ, ଶୋଭାଯାତ୍ରା ଏବଂ ମନ୍ତ୍ରୀ ଅରୁଣଙ୍କ କୁଶପୁତ୍ତଳିକା ଦାହ ଚାଲିଛି ।
ଘଟଣାକୁ ଅତି ସମ୍ବେଦନ କରିଛି ସ୍ଥାନୀ ସରପଞ୍ଚ ସୌମ୍ୟରଞ୍ଜନଙ୍କ ଆଭିମୁଖ୍ୟ । ସେ ସିଧାସଳଖ ମନ୍ତ୍ରୀ ଅରୁଣଙ୍କ ବାହୁଛାୟା ତଳେ ଥିବା ବାବୁଲି ନାମକ ବ୍ୟକ୍ତିଙ୍କ ଭୂମିକାକୁ ତଦନ୍ତ ପରିସରକୁ ଆଣିବାକୁ ଦାବି କରିଛନ୍ତି ।
ଏପରିକି ତାଙ୍କୁ ମନ୍ତ୍ରୀ ଧମକ ଦେଉଥିବାର ଫୋନ୍ ବାର୍ତ୍ତାଳାପ ମଧ୍ୟ ଭାଇରାଲ ହୋଇସାରିଛି । ସୌମ୍ୟରଞ୍ଜନ ତାଙ୍କୁ ସୁରକ୍ଷା ଦେବା ସହ ଘଟଣାର ତଦନ୍ତ ପାଇଁ ଇତି ମଧ୍ୟରେ ହାଇକୋର୍ଟରେ ଆବେଦନ କରିଛନ୍ତି ।
ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ସୋମବାର ବିଜେପି ବିଧାୟକମାନେ ନୟାଗଡ଼ ଜିଲ୍ଲାର ଯୁଦୁପୁର ଗ୍ରାମକୁ ଗସ୍ତ କରି ପରୀର ପିତାମାତାଙ୍କୁ ଭେଟିଛନ୍ତି । ତାଙ୍କ ସହ ଦଳର ବହୁ ବରିଷ୍ଠ ବିଧାୟକ ସାମିଲ ଥିଲେ ।
ମନ୍ତ୍ରୀ ଅରୁଣଙ୍କ ବହିଷ୍କାର ସହ ସିବିଆଇ ତଦନ୍ତ ଦାବିରେ ଦଳ ଆନ୍ଦୋଳନରୁ ଓହରିବ ନାହିଁ ବୋଲି ବିଧାୟକମାନେ ସ୍ପଷ୍ଟ ଚେତାବନୀ ଦେଇଛନ୍ତି ।
ପରୀର ପିତାମାତା ଭୟରେ ଥିବା କହିଛନ୍ତି ପ୍ରଦୀପ୍ତ ନାୟକ । ସେମାନେ ଭୟରେ ନିଜ ଗାଁରେ ନ ରହି ଶଶୁର ଘର ଗ୍ରାମରେ ରହିଛନ୍ତି ।
ଅପରପକ୍ଷରେ ସମ୍ବିତ ଏହି ପ୍ରସଙ୍ଗରେ ରାଜ୍ୟ କଂଗ୍ରେସର ଭୂମିକାକୁ ନେଇ ବଡ଼ ପ୍ରଶ୍ନ ଉଠାଇଛନ୍ତି ।
ବିଧାନସଭାରେ କାହିଁକି ୯ ଜଣ କଂଗ୍ରେସ ବିଧାୟକ ‘ପରୀ’ ମାମଲାରେ ନିରବ ରହିଛନ୍ତି?
ଉତ୍ତରପ୍ରଦେଶର ହଥରାସ୍ ମାମଲାରେ ରାହୁଲ ଗାନ୍ଧୀ ଆନ୍ଦୋଳନ କରିଥିବା ବେଳେ ‘ପରୀ’ ମାମଲାରେ ତାଙ୍କ ଦଳର ବିଧାୟକମାନଙ୍କ ଭୂମିକା କ’ଣ ତାଙ୍କୁ ଦେଖାପଡ଼ୁନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ସମ୍ବିତ ।
ଓଡ଼ିଶାରେ କଂଗ୍ରେସ ନେତା ବିଜେଡିଠୁ ପଇସା ନେଇ ଚୁପ୍ ରହିଥିବା ସମ୍ବିତ ଗଣମାଧ୍ୟମ ସମ୍ମୁଖରେ ଆରୋପ ଲଗାଇଛନ୍ତି ।
ସମ୍ବିତଙ୍କ କଥାରେ ବି ସତ୍ୟତା ଅଛି । ‘ପରୀ’ ଆନ୍ଦୋଳନରେ ସାମିଲ ଥିବା କଂଗ୍ରେସ ଅଚାନକ ଅଧାବାଟରୁ ଓହରି ଯାଇଥିବା ଦେଖିବାକୁ ମିଳିଛି । ଦଳର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଏସଆଇଟିରେ ଆମେ ଖୁସ୍ ନାହୁଁ ।
କିନ୍ତୁ ଆମ ନେତା ନିରଞ୍ଜନ-ନରସିଂହ କଥା ହେଲେ ଏବଂ ଆମକୁ କହିଲେ ମୁଖ୍ୟମନ୍ତ୍ରୀ ଆମ ଦାବି ରଖିଛନ୍ତି । ତେଣୁ ଆମେ ଆନ୍ଦୋଳନରୁ ଓହରିଯିବା । କଥା ମ୍ୟାନେଜ ହୋଇଗଲା ବୋଲି ତ ଆମେ ଓହରିଗଲୁ ।
ଏହି ପ୍ରସଙ୍ଗରେ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ‘ପରୀ’ ପ୍ରସଙ୍ଗରେ ବିଜେପି ମାଇଲେଜ ନେଉଛି । ସିବିଆଇ ତଦନ୍ତ ଦାବିରେ ସେମାନେ ଅଟଳ ଅଛନ୍ତି ।
କିନ୍ତୁ ଆମେ ଅଧାରୁ ଓହରିଗଲୁ । ଏହି ନିଷ୍ପତ୍ତିରେ ମୁଁ ସନ୍ତୁଷ୍ଟ ନୁହେଁ । ତଥାପି ଦଳର ନେତା ଯାହା କହିବେ ତାାହା ମାନିବାକୁ ଆମେ ବାଧ୍ୟ । ତେଣୁ ଚୁପ ରହିଲୁ ।
କଥା ମ୍ୟାନେଜ ହୋଇଗଲା ବୋଲି ଦଳର ବିଧାୟକ ସୁରେଶ ରାଉତରାୟ ଯେଉଁ କଥା କହିଛନ୍ତି ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ପ୍ରସଙ୍ଗରେ ଆମେ ହାଇକମାଣ୍ଡଙ୍କ ନିକଟକୁ ଯିବୁ ଏବଂ ଦଳକୁ ବଞ୍ଚାଇବାକୁ ଚେଷ୍ଟା କରିବୁ ।
ଏହା ପ୍ରତିକ୍ରିୟାରେ ନରସିଂହ ମିଶ୍ର କହିଛନ୍ତି, ରାଜ୍ୟରେ ‘ପରୀ’ କେବଳ ଗୋଟିଏ ପ୍ରସଙ୍ଗ ନୁହେଁ । ବହୁ ପ୍ରସଙ୍ଗ/ସମସ୍ୟା ରହିଛି । ବିରୋଧୀ ସଦସ୍ୟଙ୍କ ଦାବିକୁ ମାନି ନେଇ ରାଜ୍ୟ ସରକାର ଏସଆଇଟି ଗଠନ କରିବା ସବୁଠାରୁ ବଡ଼ ସଫଳତା ।
ପିସିସି ମୁଖ୍ୟ ନିିରଞ୍ଜନ ପଟ୍ଟନାୟକ ମଧ୍ୟ ସମ୍ବିତ ପାତ୍ରଙ୍କୁ ତାଙ୍କ ମନ୍ତବ୍ୟ ପାଇଁ କଡ଼ା ସମାଲୋଚନା କରିଛନ୍ତି । କଂଗ୍ରେସର ଆନେ୍ଦାଳନ ଥିଲା ଏସଆଇଟି ପାଇଁ ଏବଂ ଏହି ଦାବି ପୂରଣ ହୋଇଛି ।
ତେଣେ ଏସସିବିର ବରିଷ୍ଠ ଡାକ୍ତର କହିଛନ୍ତି, ପରୀର ମୃତଦେହ ବ୍ୟବଚ୍ଛେଦ ବେଳକୁ ସମ୍ପୂର୍ଣ୍ଣ ଗଳିତ ହୋଇ ଯାଇଥିଲା ।
ତେଣୁ ମୃତ୍ଯୁର କାରଣ ସ୍ପଷ୍ଟ ଜଣାପଡ଼ି ନଥିଲା । ବଳାତ୍କାର ହୋଇଥିଲା କିମ୍ବା ଦେହରୁ କୌଣସି ଅଙ୍ଗ କାଢ଼ି ନିିଆଯାଇଥିଲା ତାହା ଜାଣିବାକୁ କଷ୍ଟକର ଥିଲା ।
ତେବେ ରାଜନୀତିକ ସମୀକ୍ଷକ ମାନେ ପ୍ରଶ୍ନ କରିଛନ୍ତି, ଏହି ପ୍ରସଙ୍ଗରେ ମନ୍ତ୍ରୀ ଅରୁଣଙ୍କୁ ଘଣ୍ଟା ଘୋଡ଼ାଇବାକୁ ଶାସକ ଦଳ ଏତେ ବ୍ୟଗ୍ର କାହିଁକି ।
ପୂର୍ବରୁ ଅନେକ ଛୋଟ ଛୋଟ ମାମଲାରେ ମଧ୍ୟ ମନ୍ତ୍ରୀଙ୍କ ବଳି ଚଢ଼ାଇବାରେ କାର୍ପଣ୍ୟ କରି ନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀ ମଧ୍ୟ ଏହାକୁ ସ୍ୱାଗତ କରିଛନ୍ତି ।
ଏବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ନା କୌଣସି ଥାନାରେ ଅଭିଯୋଗ ହୋଇଛି ନା କୌଣସି ଠାରେ ଜନ ଆନ୍ଦୋଳନ ହୋଇଛି ।
ଏହା ସତ୍ତ୍ୱେ ଜନବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗରେ ତାଙ୍କୁ ଦଳକୁ ବହିଷ୍କାର କରିବାରେ ହାଇକମାଣ୍ଡ ପଦକ୍ଷେପ ନେଲେ ।
ଯଦିିଓ କେଉଁ ଜନବିରୋଧୀ କାର୍ଯ୍ୟ ତାହା ଏବେ ବି ରାଜ୍ୟବାସୀଙ୍କ ନିକଟରେ ଅସ୍ପଷ୍ଟ ।
କିନ୍ତୁ ପରୀ ପ୍ରସଙ୍ଗରେ ଅରୁଣଙ୍କ ଉପରେ ସିଧାସଳଖ ଅଙ୍ଗୁଳି ଉଠୁଥିଲେ ମଧ୍ୟ ତାଙ୍କୁ ସୁରକ୍ଷା ଦିଆଗଲା, ଏପରିକି ପ୍ରସଙ୍ଗକୁ ଚାପି ଦେବାକୁ ଶୀତ ଅଧିବେଶନକୁ ବଳି ଦିଆଗଲା ।
ଅରୁଣ କଣ ଏତେ ଦକ୍ଷ ଯେ ତାଙ୍କ ପଦବି ନେବାକୁ ବିଜେଡିରେ ଆଉ ନେତା ନାହାନ୍ତି । ନା ଏକ କୁନି ଝିଅର ଜୀବନର ମୂଲ୍ୟ ସରକାରଙ୍କ ପାଖରେ କେବଳ ଏସଆଇଟିରେ ସୀମିତ ।
ଅବଶ୍ୟ, ‘ପରୀ’ ମୃତ୍ଯୁର କାରଣ ପଦାକୁ ଆସୁ କି ନ ଆସ. ଦୋଷୀ ଦଣ୍ଡ ପାଉ କି ନ ପାଉ… .. ବର୍ତ୍ତମାନ ଏହାକୁ ନେଇ ଯେଉଁମାନେ ରାଜନୀତି କରୁଛନ୍ତି, ସେମାନେ ନିଶ୍ଚିତ ଭାବେ କୁନି ଝିଅ ‘ପରୀ’ର ମାମୁ, ଭାଇ, ଅଜା ବୟସର ହେବେ । ସେମାନଙ୍କ ନାଟ ଦେଖି ‘ପରୀର ଆତ୍ମା ହସୁଥିବ ନିଶ୍ଚିତ ।
ଲୋକାଲ ୱାୟାର
ଭୁବନେଶ୍ୱର,ନଭେମ୍ବର ୩୦(ଲୋକାଲ ୱାୟାର): ଏବେ ଫ୍ୟାଶନରେ ସାନ୍ତାଳି ଆଟାୟାର୍ ।
କେତେବେଳେ ପାରମ୍ପରିକ ସାନ୍ତାଳି ପ୍ୟାଟର୍ଣ୍ଣର ବୁଣାକାରୀରେ ସ୍କର୍ଟରୂପରେ ତ ପୁଣି କେତେବେଳେ ଏହାକୁ ଟୁ୍ୟନ୍ କରୁଛି ଟପ୍ସ ।
‘ଗଲଙ୍ଗ ଗବନ୍’ ବ୍ରାଣ୍ଡରେ ଏମିତି ଟ୍ରେଣ୍ଡ ସେଟର ପାଲଟିଛି ଲିପସା ହେମ୍ବମଙ୍କ ଡିଜାଇନ୍ ।
ଲିପସା କୁହନ୍ତି, କିଛି ବର୍ଷ ଆଗରୁ ମୋ ମା’ ସାନ୍ତାଳି ଶାଢ଼ୀ ଓ ଏହାର ପ୍ୟାଟର୍ଣ୍ଣକୁ ନେଇ ଅଭିଯୋଗ କରିବା ଆରମ୍ଭ କଲେ ।
ସବୁବେଳେ ମା’ କହନ୍ତି ଆମ ପାରମ୍ପରିକ ଶାଢ଼ୀର କପଡା ବହୁତ ଭଲ ହେଲେ ଏଥିରେ କୌଣସି ଡିଜାଇନ୍ ନାହିଁ ।
କେତେବେଳେ ଧଳା ନାଲି ଚେକବୋର୍ଡରେ କେତେବେଳେ ହଳଦିଆ ସବୁର ରଙ୍ଗର ଚେକବୋର୍ଡରେ ଏହା ଆମକୁ ପିନ୍ଧିବାକୁ ଦିଆଯାଏ । ଏଥିରେ ଆଉ କିଛି ବି ନାହିଁ । ସେତେବେଳେ ମୋ ଭିତରେ ‘ଗଲଙ୍ଗ ଗବନ୍’ ପ୍ରସ୍ତୁତିର ମୂଳ ଦୂଆ ପଡ଼ିଲା ।
ସାନ୍ତାଳି ଭାଷାରେ ଗଲଙ୍ଗ ଗବନ୍ ର ଅର୍ଥ କୌଣସି ଜିନିଷକୁ ଆଦର ଓ ଯତ୍ନରେ ତିଆରି କରିବା ସହ ଏହାର ପବିତ୍ରତାକୁ ରକ୍ଷା କରିବା ।
୨୦୧୪ ମସିହାରେ ଦିଲ୍ଲୀ ସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜିରେ ପଢ଼ୁଥିବା ବେଳେ ଏହାର ପରିକଳ୍ପନା ଆରମ୍ଭ ହେଲା ।
ସମସାମୟିକ ଫ୍ୟାଶନରେ ସାନ୍ତାଳି ପରିପାଟୀକୁ ଆଣିବା ମୋର ଲକ୍ଷ୍ୟ ଥିଲା । ମୋ ଦ୍ୱାରା ପ୍ରସ୍ତୁତ ସାନ୍ତାଳି ଶାଢ଼ୀ କଟନ୍, ଲିନେନ୍ ଓ ସିଲ୍କରେ ଉପଲବ୍ଧ ହେଉଛି ।
ଲିପସାଙ୍କ ଦ୍ୱାରା ପ୍ରସ୍ତୁତ ଡିଜାଇନ୍ ସବୁକୁ ନିକଟରେ ମୟୂରଭଞ୍ଜର ବେଲଗଡ଼ିଆ ରାଜପ୍ରାସାଦରେ ସୁଟିଂ କରାଯାଇଛି ।
‘କାରଖାନା ଇତିହାସ’ ନାମରେ ଏକ କ୍ୟାମ୍ପେନିଂ ଦ୍ୱାରା ଏହିସବୁ ପାରମ୍ପରିକ ଡିଜାଇନ୍ ଗୁଡିକ ପ୍ରଦର୍ଶିତ ହେବ ।
ତିନୋଟି ରାଜପ୍ରାସାଦ ଯଥା ଜୈସଲମେର୍, ଗ୍ୱାଲିୟର ଓ ବେଲଗଡ଼ିଆରେ ଏସବୁର ସୁଟିଂ କରାଯାଇଛି ।
ନିର୍ଦ୍ଦିଷ୍ଟ ଅଞ୍ଚଳରେ ପସ୍ତୁତ ହେଉଥିବା କାରିଗରୀକୁ ଏଥିରେ ସୋ’କେସ୍ କରାଯିବ । ପ୍ରଦର୍ଶିତ ହୋଇଥିବା ଡିଜାଇନ୍ ସବୁ ଗତ ଦୁଇମାସ ଭିତରେ ସ୍ଥାନୀୟ ବୁଣାକାର ଓ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି ।
ପାରମ୍ପରିକ ବୁଣାକାରୀ ସହ ରାଜପରିବାରର ସମ୍ପର୍କକୁ ଏହି କ୍ୟାମ୍ପେନ୍ ମାଧ୍ୟରେ ପ୍ରଦର୍ଶିତ କରିବା ଓ ଏବାବଦରେ ଲୋକଙ୍କୁ ରୋମନ୍ଥନ କରିବା ଏହି ପ୍ରଦର୍ଶନୀର ମୂଳ ଆଭିମୁଖ୍ୟ ।
ଯାହାକି ନଭେମ୍ବର ୨୭ରୁ ଆସନ୍ତା ତିନିମାସ ଯାଏଁ ସର୍ବସାଧାରଣଙ୍କ ଉଦେ୍ଦଶ୍ୟରେ ପ୍ରଦର୍ଶିତ ହେଉଛି ।
ପ୍ରଦର୍ଶନୀ ବାବଦରେ ସୂଚନା ଦେଇ ଲିପସା କହନ୍ତି ଏହି ଟେକ୍ସଟାଇଲ୍ ସିରିଜ୍ ପାଇଁ ଆମେ ସାନ୍ତାଳି ଜନଜାତିଙ୍କ ପାରମ୍ପରିକ ପୋଷାକ ସହ ସେମାନଙ୍କର ଜୀବନ ଯାତ୍ରା ସହ ତାଙ୍କ ପାରମ୍ପରିକ ପରିଧାନକୁ ସୁନ୍ଦର ଭାବେ ଉପସ୍ଥାପିତ କରିବାକୁ ଚେଷ୍ଟା କରିଛୁ । ଏଥିରେ ଆମେ ଉଭୟ ପୁରୁଷ ଓ ମହିଳାଙ୍କ ପରିଧାନକୁ ରଖିଛୁ ।
ପୁରୁଷମାନେ ଧୋତି ବା କଚ୍ଛା ପିନ୍ଧିଥିବା ବେଳେ ମହିଳାମାନେ ପାରମ୍ପରିକ ଫୁଟା ଶାଢ଼ୀ ପରିଧାନ କରିଛନ୍ତି ।
ପ୍ରଦର୍ଶିତ ହେଉଥିବା ଶାଢ଼ୀ ଓ ଧୋତି ଆମ ଅ ଳର ବଜାରରେ ଉପଲବ୍ଧ ହେଉଥିବା ବେଳେ ଏହା ଢେର ପୂର୍ବରୁ ବ୍ୟବହୃତ ହୋଇଆସୁଛି ।
ଟେକ୍ସଟାଇଲ୍ ଓ ଡିଜାଇନରେ ଆସୁଥିବା ବିବର୍ତ୍ତନକୁ ଆମେ ଉଭୟ ପୁରୁଣା ଓ ନୂଆ ପରିଧାନ ଭିତରେ ଦେଖାଇବାକୁ ଚେଷ୍ଟା କରିଛୁ ।
ଯାହାକି ଲିନେଲ୍ ଓ ଘିଚ୍ଚା ଟସର ମାଧ୍ୟମରେ ଆସିଛି । ସବୁଠାରୁ ଆକର୍ଷଣୀୟ କଥା ହେଉଛି ଏଠାରେ ମହିଳାମାନେ ବ୍ଲାଉଜ୍ ବ୍ୟବହାର କରିବାକୁ ପସନ୍ଦ କରୁନଥିବା ବେଳେ ଆମେ ପ୍ରଦର୍ଶିତ କରିଥିବା ଡିଜାଇନ୍ ସବୁ ବିନା ବ୍ଲାଉଜରେ ପ୍ରଦର୍ଶିତ ହୋଇଛି । ଯାହାକି ଦକ୍ଷିଣ ଏସିଆରେ ଆଦିବାସୀଙ୍କ ପ୍ରଗତିଶୀଳତାର ପ୍ରମାଣ ଦିଏ ।
ଲୋକାଲ ୱାୟାର
ଭୁବନେଶ୍ବର, ନଭେମ୍ବର ୨୫ (ଲୋକାଲ ୱାୟାର): ପବିତ୍ର କାର୍ତ୍ତିକ ମାସ ପାଇଁ ସାରା ରାଜ୍ୟରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବାବେଳେ ଆଜି ଆରମ୍ଭ ହୋଇଛି ପଞ୍ଚୁକ।
ତେବେ କାର୍ତ୍ତିକ ମାସ ଓ ଏହି ପଞ୍ଚୁକର କଣ ରହିଛି ପୌରାଣିକ ଓ ଆଧ୍ୟାତ୍ମିକ ମହତ୍ତ୍ବ, ଆସନ୍ତୁ ଜାଣିବା-
(୧) ପୁରାଣ ଅନୁସାରେ, ଆଷାଢ ଶୁକ୍ଳ ଏକାଦଶୀଠାରୁ ଭଗବାନ ବିଷ୍ଣୁ ଚାରି ମାସ ଲାଗି ଅନନ୍ତ ଶୟନ କରନ୍ତି, ଏହି ଦିନକୁ ହରି ଶୟନ ଏକାଦଶୀ ବୋଲି କୁହାଯ।ଏ ଏବଂ କାର୍ତ୍ତିକ ଶୁକ୍ଳ ଏକାଦଶୀ ଅର୍ଥାତ୍ ହରି ଉଜାପନ ଏକାଦଶୀରେ ଭଗବାନ ବିଷ୍ଣୁ ନିଦରୁ ଉଠନ୍ତି।
ଏହି ଚାରି ମାସ କେହି କେହି ଚର୍ତୁମାସ୍ୟା ବ୍ରତ ରଖି ହରି ଉଜାପନ ଏକାଦଶୀରେ ସମାପନ କରନ୍ତି।
(୨) ପଦ୍ମ ପୁରାଣ ଅନୁସାରେ, କାର୍ତ୍ତିକ ବ୍ରତ ଆଶ୍ଵିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳନ କରାଯାଇଥାଏ ।
ତେବେ ନାରଦ ପୁରାଣ ଅନୁସାରେ, କୃତ୍ତିକା ନକ୍ଷତ୍ରଯୁକ୍ତ ଚନ୍ଦ୍ରମାସ ହେଉଛି କାର୍ତ୍ତିକ ମାସ ଆଉ ଏହା ଆଶ୍ଵିନ ପରେ ପଡ଼େ।
(୩) ସ୍କନ୍ଧ ପୁରାଣରେ କୁହାଯାଇଛି ଯେ- କାର୍ତ୍ତିକ ପରି ମାସ ହିଁ ନାହିଁ, ଯେମିତି ଗଙ୍ଗା ପରି ତୀର୍ଥ ନାହିଁ କି ସତ୍ୟ ଯୁଗ ପରି ଯୁଗ ନାହିଁ।
ଏସବୁ ବିଶ୍ବାସର ଆଧାରରେ କାର୍ତ୍ତିକକୁ ପୁଣ୍ୟ ମାସ ଭାବେ ଧରାଯାଏ।
(୪) ଏହା ଧର୍ମ ମାସ ହୋଇଥିବାରୁ ଓଡ଼ିଶାବାସୀ ମାସଟିକୁ ନିଷ୍ଠାର ସହ ପାଳନ କରିଥାନ୍ତି ।
ବିଶେଷକରି ମହିଳାମାନେ ମାସ ସାରା ହବିଷ କରି କାର୍ତ୍ତିକ ବ୍ରତ ରଖନ୍ତି।
କେହି କେହି ମାସ ସାରା ପାଳି ନପାରିଲେ ମାସର ଶେଷ ପାଞ୍ଚଦିନ ପଞ୍ଚୁକ ବ୍ରତ ପାଳନ କରନ୍ତି ।
(୫) ଏହି ମାସ ବଡ଼ ଦେଉଳରେ ଦୈନନ୍ଦିନ ରୀତିନୀତି ଛଡ଼ା ଆଉ କେତେକ ସ୍ଵତନ୍ତ୍ର ନୀତି ପାଳନ କରାଯାଏ।
ସେଗୁଡ଼ିକ ହେଉଛି- ମହାପ୍ରଭୁଙ୍କ ରାଧାଦାମୋଦର ବେଶ, ପଞ୍ଚୁକ ବେଶ, ବାଳଧୂପ ଇତ୍ୟାଦି।
ଏହି ସମୟରେ ଦୀପାବଳିରେ ଦୀପଦାନ, ବୋଇତ ବନ୍ଦାଣ, ରାଧାଦାମୋଦର ପୂଜା ସାଙ୍ଗକୁ ବଡ଼ଓଷା ବା ବାଲୁକା ପୂଜା ବି କରାଯାଏ ।
(୬) ଅନ୍ୟ ମାସ ଅପେକ୍ଷା କାର୍ତ୍ତିକ ମାସରେ ଅଧିକ ପୁଣ୍ୟ ତିଥି ପଡ଼େ।
ଏହାରି ଭିତରେ ରହିଛି ଗୋବତ୍ସା ଦ୍ୱାଦଶୀ, ଧନ ତ୍ରୟୋଦଶୀ, ନରକ ଚତୁର୍ଦ୍ଦଶୀ, କାଳୀ ପୂଜା, ଦୀପାବଳି ଓ ପୟାଶ୍ରାଦ୍ଧ, ଯମ ଦ୍ୱିତୀୟା, ନାଗ ଚତୁର୍ଥୀ, ଲାଭ ପଞ୍ଚମୀ, ଛଟ୍ ପୂଜା, ଗୋଷ୍ଠାଷ୍ଟମୀ ବା ଗୋପାଷ୍ଟମୀ, ଅଁଳା ନବମୀ, ଭୀଷ୍ମ ପଞ୍ଚକ, ଦେବଉତ୍ଥାପନ ଏକାଦଶୀ ବା ପ୍ରବୋଧିନୀ ଏକାଦଶୀ, ଗରୁଡ଼ ଦ୍ୱାଦଶୀ, ବୈକୁଣ୍ଠ ଚତୁର୍ଦ୍ଦଶୀ ଓ ରାସ ପୂର୍ଣ୍ଣିମା।
(୭) ପଞ୍ଚୁକ ପାଞ୍ଚ ଦିନ ଶ୍ରୀମନ୍ଦିରରେ ମହାପ୍ରଭୁ ଭିନ୍ନ ଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି। କାର୍ତ୍ତିକ ଶୁକ୍ଳ ଏକାଦଶୀରେ ଲକ୍ଷ୍ମୀନାରାୟଣ ବେଶ ବା ଠିଆକିଆ ବେଶ, ଦ୍ଵାଦଶୀରେ ବାଙ୍କଚୂଡ଼ା ବେଶ, ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ ଓ କାର୍ତ୍ତିକ ପୂର୍ଣ୍ଣିମାରେ ଠାକୁରଙ୍କ ରାଜରାଜେଶ୍ଵର ବେଶ, ସୁନାବେଶ ବା ରାଜବେଶ ଅନୁଷ୍ଠିତ ହୁଏ।
(୮) ପଞ୍ଚୁକ ମଳ ବା ଛଅ ଦିନ ହେଲେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ କରାଯିବା ପରମ୍ପରା ରହିଛି।
(୯) କାର୍ତ୍ତିକ ଶୁକ୍ଳପକ୍ଷ ଦଶମୀ ଗୁରୁବାରରେ ପଡ଼ିଲେ, ତାକୁ ମହିଳାମାନେ ସୁଦଶା ବ୍ରତ ରୂପେ ପାଳନ କରନ୍ତି। ଏଥିରେ ଲକ୍ଷ୍ମୀଙ୍କ ପୂଜା କରାଯାଏ ।
ଏଥିରେ ଦଶ ପାଖୁଡ଼ା ପଦ୍ମ, ଦଶବର୍ଣ୍ଣ ମୁରୁଜ, ଦଶମୁଖୀ ଦୀପ, ଦଶମୁଠି ଚାଉଳ, ଦଶମେଞ୍ଚା କଦଳୀ, ଦଶଟି ମଣ୍ଡା ଓ ଲକ୍ଷ୍ମୀଙ୍କ ପ୍ରତୀକ ରୂପେ ଲକ୍ଷ୍ମୀଙ୍କ ଦଶନାମ (ଲକ୍ଷ୍ମୀନାରାୟଣୀ, କମଳିନୀ, ଶ୍ରୀହରିପ୍ରିୟା, ପଦ୍ମାଳୟା, କମଳା, ଚଞ୍ଚଳା, ବିଘ୍ନସେନୀ, ସିନ୍ଧୁର ଦୁଲଣୀ, ଦୁର୍ଗତିନାଶିନୀ ଓ ବିଷ୍ଣୁ ପାଟରାଣୀ) ମନେପକାଇ ଦଶଖିଅ ଧଳାସୂତାର ଏକ ବ୍ରତ ପୂଜା କରାଯାଏ। ବ୍ରତକୁ ପରବର୍ତ୍ତୀ ସୁଦଶା ବ୍ରତ ଯାଏ ବ୍ୟବହାର କରାଯାଏ।
(୧୦) କାର୍ତ୍ତିକ ମାସରେ ପୁରୀରେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ହବିଷ୍ୟାଳି ଭିଡ଼ ଜମାନ୍ତି ।
ସେମାନେ ସକାଳୁ ତୀର୍ଥ ପୁଷ୍କରିଣୀରେ ଗାଧେଇବା ପରେ ଚଉରା ମୂଳେ ମହା ସଂକଳ୍ପ କରି ଏକ ମାସ ଧରି ବ୍ରତ ପାଳନ କରନ୍ତି।
ଏହି ସମୟରେ ସେମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଦର୍ଶନ ସମେତ କାର୍ତ୍ତିକ ମାହାତ୍ମ୍ୟ ଶୁଣି ମହାପ୍ରସାଦ ସେବନ କରନ୍ତି।
ଲୋକାଲ ୱାୟାର