• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

Special

ଚନ୍ଦ୍ରସାରଥୀଙ୍କୁ ନବୀନଙ୍କ ଭାବମୂର୍ତ୍ତି ଭରସା : କଟକ ସଦର ଆସନରେ ଏଥର କଡା ମୁକାବିଲା

April 16, 2019 By Prabeen Sahoo Leave a Comment

କଟକ, ଏପ୍ରିଲ ୧୬ (ଲୋକାଲ ୱାୟାର) : କଟକ ସଦର(ସଂରକ୍ଷିତ) ବିଧାନସଭା ଆସନରେ ଶାସକ ବିଜେଡି ପ୍ରାର୍ଥୀ ଚନ୍ଦ୍ରସାରଥୀ ବେହେରାଙ୍କୁ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କ ଭାବମୂର୍ତ୍ତି ଭରଷା ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅଭିଷେକ ମହାନନ୍ଦଙ୍କୁ ଦଳୀୟ ପାରମ୍ପରିକ ଭୋଟ ଓ ବିଜେପି ପ୍ରାର୍ଥୀ ଦିଲ୍ଲୀପ ମଲ୍ଲିକ ମୋଦି ହାୱା ଓ ନିଜର ସାଙ୍ଗଠନିକ ଦକ୍ଷତା ଉପରେ ଆସ୍ଥା ରଖିଛନ୍ତି ।

ଏଠାରେ ଜିତାପଟ କାହାର ହେବ ତାହା ଆକଳନ କରିବା ମୁସ୍କିଲ ହୋଇପଡିଥିଲା ବେଳେ ବିଜେଡି ଓ ବିଜେପି ମଧ୍ୟରେ ଏକ ରୋଚକ ଲଢେଇ ହେବାକୁ ଯାଉଛି ।

ତେବେ ଏଠାରେ ଏସୟୁସିଆଇ ପ୍ରାର୍ଥୀ ପରମାନନ୍ଦ ସେଠୀ, ସ୍ବାଧିନ ପ୍ରାର୍ଥୀ ରାକେଶ ବେହେରା ମଧ୍ୟ ଲଢେଇରେ ରହିଛନ୍ତି ।

ଗତ ଦୁଇ ନିର୍ବାଚନରେ ଏଠାରେ ବିଜେଡି ଓ ବିଜେପି ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ବନ୍ଦିତା ହୋଇଛି । ବିଜେଡି ପ୍ରାର୍ଥୀ ବେହେରାଙ୍କ ଲାଗି ଦଳର ଅସନ୍ତୁଷ୍ଟ ଗୋଷ୍ଠୀ ବଡ ସମସ୍ୟା ହୋଇ ମୁଣ୍ଡ ଟେକିଛନ୍ତି ।

ଚନ୍ଦ୍ରସାରଥୀ ୨୦୧୪ ନିର୍ବାଚନରେ ପ୍ରାୟ ୨୪ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିଥିଲେ । ଚନ୍ଦ୍ରସାରଥୀ ମନ୍ତ୍ରୀ ପଦ ପାଇବା ପରେ ତାଙ୍କ ନିର୍ବାଚନ ମଣ୍ଡଳୀରେ ଲୋକ ସଂପର୍କ କମିଥିବା ଆଲୋଚନା ହେଉଛି ।

ବିଜେପି ପ୍ରାର୍ଥୀ ଦିଲ୍ଲୀପ ଦୁଇଥର ନିର୍ବାଚନ ହାରିଥିଲା ବେଳେ ତୃତୀୟ ଥର ଲାଗି ପ୍ରତିଦ୍ବନ୍ଦିତା କରୁଛନ୍ତି । ବିଜେଡିର ଅସନ୍ତୁଷ୍ଟ ଗୋଷ୍ଠୀକୁ ସେ ନିଜ ଦଳରେ ମିଶାଇ ଶକ୍ତି ବୃଦ୍ଧି କରିଛନ୍ତି ।

୧୯୯୫ ମସିହାରେ ଶେଷ ଥର ଲାଗି ଏଠାରେ କଂଗ୍ରେସ ପ୍ରାର୍ଥୀ ବିଜୟଲକ୍ଷ୍ମୀ ସାହୁ ଜିତିବା ପରେ ମନ୍ତ୍ରୀ ହୋଇଥିଲେ । ୨୦୦୦ରେ ବିଜେପିର ନିବେଦିତା ପ୍ରଧାନ, ୨୦୦୪ରେ ସ୍ବାଧିନ ପ୍ରାର୍ଥୀ ପ୍ରଭାତ ବିଶ୍ବାଳ, ୨୦୦୯ରେ କାଳିନ୍ଦି ବେହେରା ଓ ୨୦୧୪ରେ ଚନ୍ଦ୍ରସାରଥୀ ଏଠାରୁ ଜିତିଥିଲେ ।

ଏଥର ସଦର ବିଧାନସଭା ଆସନରେ ଯିଏ ବି ଜିତୁ ନା କାହିଁକି ହାରଜିତର ବ୍ୟବଧାନ କମ ରହିବ ବୋଲି ଜଣାପଡିଛି ।

ଲୋକାଲ ୱାୟାର

Filed Under: Election-2019, Odia, Politics, Special, ବିଶେଷ Tagged With: Election-2019, Politics, Special, ଓଡିଶା, କଟକ

ସୋସିଆଲ ମିଡିଆରୁ ନିର୍ବାଚନୀ ସଭା, ସବୁଠି ଭାଇରାଲ ନବୀନ ନବୀନ ଗୀତ

April 15, 2019 By LocalWire Leave a Comment

ଭୁବନେଶ୍ୱର, ଏପ୍ରିଲ ୧୫ (ଲୋକାଲ ୱାୟାର): ‘ନବୀନ ନବୀନ ଆମ ନବୀନ’, ‘ନବୀନ ବାବୁ ଆମର ନେତା’, ‘ଆମେ ନବୀନ ଫ୍ୟାନ୍’ । ସ୍ୱତନ୍ତ୍ର ଭାବେ ନବୀନ ପଟ୍ଟନାୟକଙ୍କୁ ନେଇ ପ୍ରସ୍ତୁତ ଏମିତି ଅନେକ ଗୀତ ଏବେ ସୋସିଆଲ ମିଡିଆରୁ ଆରମ୍ଭ କରି ଜନସଭାରେ ଭାଇରାଲ ହେବାର ଲାଗିଛି ।

ବିଭିନ୍ନ ମ୍ୟୁଜିକ୍ କମ୍ପାନୀ, ସଙ୍ଗୀତକାର, କଣ୍ଠଶିଳ୍ପୀ ନିଜସ୍ୱ ଉଦ୍ୟମରେ ଏହିଭଳି ଗୀତ କରିଛନ୍ତି । ଗୀତଗୁଡ଼ିକ ନିର୍ବାଚନ ଘୋଷଣାର ବହୁ ପୂର୍ବରୁ ସୋସିଆଲ୍ ମିଡିଆରେ ରିଲିଜ୍ ହୋଇ ବିଶେଷ ସଫଳତା ସାଉଁଟି ଚାଲିଛି ।

ଅଧିକାଂଶ ଗୀତରେ କଣ୍ଠଦାନ କରିଛନ୍ତି ଓଲିଉଡର ଷ୍ଟାର୍ ଗାୟକ ତଥା ନିକଟରେ ବିଜେଡିରେ ମିଶିଥିବା ହ୍ୟୁମାନ୍ ସାଗର ।

ପ୍ରାୟ ୧୨-୧୩ଟି ଗୀତ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି । ସବୁଥିରେ ନବୀନଙ୍କୁ ଶୀର୍ଷରେ ରଖି ଗୀତ ହୋଇଛି, ତା’ ସହିତ ତାଙ୍କ ଡାଏଲଗ୍ ‘ଆପଣମାନେ ଖୁସି ତ?’କୁ ନେଇ ବି ଗୀତ ହୋଇଛି । ସମ୍ବଲପୁରୀ ଭାଷାରେ ବି ଗୀତ ହୋଇଛି ।

ଇଂ. ଦେବବ୍ରତ ମିଶ୍ର ପ୍ରଯୋଜିତ, ରତନ କୁମାର ପୂଜାହାରୀଙ୍କ ରଚିତ ସମ୍ବଲପୁରୀ ଗୀତ ‘ନବୀନ ବାବୁ ଆମର ନେତା’ ।

ଏହାକୁ ଗାଇଛନ୍ତି ଉମାକାନ୍ତ ବାରିକ ଓ ଜାଗୃତି ମିଶ୍ର । ଗୁରୁ ଶତପଥୀଙ୍କ ଗୀତ, କାର୍ତ୍ତିକ କୁମାରଙ୍କ ସଙ୍ଗୀତ ଏବଂ ସୋନାଲୀ ଶତପଥୀଙ୍କ ପ୍ରଯୋଜନାରେ ହ୍ୟୁମାନ୍ ସାଗର ଗାଇଛନ୍ତି ‘ଆପଣମାନେ ଖୁସି ତ?’ ।

ବିଦୁଲତା ପ୍ରଡକ୍ସନ୍ ନିବେଦିତ ଅଶ୍ୱିନୀ କୁମାର ରାଉତ ପ୍ରଯୋଜିତ ‘ଆମେ ନବୀନ ଫ୍ୟାନ୍’ । ଏହାକୁ ଗାଇଛନ୍ତି ହ୍ୟୁମାନ୍ ସାଗର । ଲେଖିଛନ୍ତି ପ୍ରମୋଦ ପରିଡ଼ା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିରାଜ ପ୍ରସାଦ ।

ପ୍ରଭାସ ବେହେରାଙ୍କ ସଙ୍ଗୀତ ଓ ନିର୍ଦ୍ଦେଶନାରେ ‘ନବୀନ ନବୀନ ଆମ ନବୀନ’ । ଏହାକୁ ଲେଖିଛନ୍ତି ଯୁଧିଷ୍ଟିର ଏବଂ ଗାଇଛନ୍ତି ସତ୍ୟ । ଅରମାନ୍ ମ୍ୟୁଜିକ୍ ପ୍ରସ୍ତୁତ ମୁନୁ ପାଗଳଙ୍କ ଗୀତ, ଜାପାନୀଙ୍କ ସଙ୍ଗୀତରେ ହ୍ୟୁମାନ୍ ଗାଇଛନ୍ତି ‘ନବୀନ ନବୀନ’ ।

ଇଂ. ଦେବବ୍ରତ ମିଶ୍ର ପ୍ରଯୋଜିତ ରତନ ପୂଜାହାରୀ ଗୀତ, ରେହାନ କମଳ ସଙ୍ଗୀତ ସଂଯୋଜନାରେ ମଣ୍ଟୁ ଛୁରିଆ ଗାଇଛନ୍ତି ସମ୍ବଲପୁରୀ ଗୀତ ‘ଆମର ଚିହ୍ନା ଶଙ୍ଖ ଚିହ୍ନା’ । ସାଇଦୀପ ସାହୁଙ୍କ ଗୀତ ରଚନା ଓ ନିର୍ଦ୍ଦେଶନାରେ ବିଷ୍ଣୁମୋହନ କବି ଗାଇଛନ୍ତି ‘ଆମ ନେତା ନବୀନ ବାବୁ’ ।

‘ନିମକି’ ଚଳଚ୍ଚିତ୍ରରେ ନବୀନଙ୍କୁ ନେଇ ଗୀତ ରହିଛି ‘ତୁମେ ଆଦର୍ଶର ଅବିଧାନ… ସ୍ୱଚ୍ଛତାର ସମ୍ବିଧାନ’ । ଆମ ସ୍ୱର ପକ୍ଷରୁ ଧନେଶ୍ୱର ମହାପାତ୍ରଙ୍କ ରଚନାରେ ନକୁଳଙ୍କ ସ୍ୱରରେ ‘ନବୀନ ବାବୁ କରେ ପ୍ରଣାମ’ ।

ଶାଶ୍ୱତ ତ୍ରିପାଠୀଙ୍କ ‘ବାର୍ଥ ଡେ ନବୀନ’ । ଏଥିରେ କଣ୍ଠଦାନ ସାଙ୍ଗକୁ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶାଶ୍ୱତ । ଗୀତ ଲେଖିଛନ୍ତି ଶରତ ସାହୁ । ଗୀତର ପ୍ରଯୋଜନା କରିଛନ୍ତି ନବଜୀବନ ପଣ୍ଡା ଏବଂ ସରୋଜ କୁମାର ପୁରୋହିତ । ଦୁର୍ଗା ମହାପାତ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ କଣ୍ଠଶିଳ୍ପୀ ଜୟଶ୍ରୀ ଧଳ ‘ଆପଣମାନେ ଖୁସି?’ ଗୀତ ଗାଇଛନ୍ତି । ଏହିଭଳି ଗୀତସବୁ ନବୀନଙ୍କୁ ନେଇ ପ୍ରସ୍ତୁତ ହୋଇଛି । ଏସବୁ ଗୀତ ୟୁଟ୍ୟୁବରେ ଲକ୍ଷାଧିକ ଲୋକଙ୍କୁ ଛୁଇଁ ପାରିଛି ।

ଲୋକାଲ ୱାୟାର

Filed Under: Election-2019, Odia, Special, ବିଶେଷ Tagged With: Election-2019, Special, ଓଡିଶା, ଭୁବନେଶ୍ୱର

ଆଠଗଡରେ ଅଧିକ ନିଯୁକ୍ତି ସୃଷ୍ଟି କରିବା ମୋର ପ୍ରଥମ ଲକ୍ଷ୍ୟ: ରଣେନ୍ଦ୍ର ପ୍ରତାପ ସ୍ଵାଇଁ (ସାକ୍ଷାତକାର)

April 15, 2019 By Swagat ranjan Pradhan 1 Comment

ଭୁବନେଶ୍ବର ,ଏପ୍ରିଲ ୧୫ (ଲୋକାଲ ୱାୟାର) ମୋ ନିର୍ବାଚନ ମଣ୍ଡଳୀରେ କେତେକ ଶିଳ୍ପ ପ୍ରତିଷ୍ଠା ହୋଇଥିବା ବେଳେ ଆଗାମୀ ଦିନରେ ଅଧିକ ଶିଳ୍ପ ପ୍ରତିଷ୍ଠା ଓ ସେହି ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ଲୋକଙ୍କୁ ଅଧିକରୁ ଅଧିକ ନିଯୁକ୍ତି ପାଇଁ ସୁଯୋଗ ସ୍ତୃଷ୍ଟି କରିବା ପ୍ରାଥମିକତା ହେବ ବୋଲି ଆଠଗଡ-କଟକ ନିର୍ବାଚନ ମଣ୍ଡଳୀରୁ ସପ୍ତମ ଥର ପାଇଁ ବିଧାନସଭାକୁ ଯିବାପାଇଁ ବିଜେଡି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଥିବା ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଲୋକାଲ ୱାୟାରକୁ ଏକ ସାକ୍ଷାତକାର ରେ ସୋମବାର କହିଛନ୍ତି।

ଗତ ତିରିଶ ବର୍ଷ ଭିତରେ ବିଧାୟକ ଭାବେ ନିଜ ନିର୍ବାଚନ ମଣ୍ଡଳୀରେ ଅନେକ ଶିଳ୍ପ ପ୍ରତିଷ୍ଠାରେ ମୁଖ୍ୟ ଭୂମିକା ଗ୍ରହଣ କରି ପ୍ରାୟ ୨୦,୦୦୦ରୁ ଅଧିକ ସ୍ଥାନୀୟ ଜନସାଧାରଣଙ୍କୁ ନିଯୁକ୍ତି ପ୍ରଦାନ କରିବାରେ ସଫଳ ହୋଇଛି ବୋଲି ସେ କହିଛନ୍ତି ।

ଅଞ୍ଚଳରେ କେତେକ ଇସ୍ପାତ ଓ ସିମେଣ୍ଟ କାରଖାନା ପ୍ରତିଷ୍ଠା ହୋଇଥିବା ସେ କହିଛନ୍ତି ।

ପୁଣି ଥରେ ନିର୍ବାଚିତ ହେଲେ ଆଠଗଡ-କଟକ ନିର୍ବାଚନ ମଣ୍ଡଳୀକୁ ଓଡିଶାର ଏକ ଆଦର୍ଶ ନିର୍ବାଚନ ମଣ୍ଡଳୀ ରୂପେ ଗଢି ତୋଳିବାର ପ୍ରୟାସ ଜାରି ରହିବ।

ଆଠଗଡ ଓ ତିଗିରିୟା ଅଞ୍ଚଳର ଜନସାଧାରଣଙ୍କର ପାନୀୟଜଳର ସମସ୍ୟାର ସମାଧାନ ସହ ରାସ୍ତାଘାଟ ଏବଂ ଗମନାଗମନ କ୍ଷେତ୍ରରେ ଅନେକ କାର୍ଯ୍ୟ ହୋଇଛି। କଟକରୁ ଆଠଗଡକୁ ସଂଯୋଗ କରୁଛି ମଧୁସୂଦନସେତୁ ଓ ଧବଳେଶ୍ଵର ଝୁଲାପୋଲ ଆଦି ତାଙ୍କ ଉଦ୍ୟମର ସଫଳତା, ବୋଲି କହିଛନ୍ତି ।

ଏହାଛଡା ସ୍ବାକ୍ଷରତା କ୍ଷେତ୍ରରେ ମଧ୍ୟ ଆଠଗଡ ସମଗ୍ର କଟକ ଜିଲ୍ଲାରେ ସର୍ବାଧିକ ୮୪% ହାସଲ କରି ସର୍ବାଗ୍ରେ ରହିଛି । ଆଉ ଯେଉଁ ସବୁ ସମସ୍ଯା ଗୁଡିକ ରହିଛି ଚଳିତଥର ବିଧାୟକରୂପେ ନିର୍ବାଚିତ ହେଲେ ତାହା ସମାଧାନ କରିବେ ବୋଲି ସେ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଛାତ୍ର ଜୀବନୀରୁ ଜଣେ ଦୃଢ ସଂଗଠକ ରୂପେ ପରିଚିତ ଶ୍ରୀ ସ୍ଵାଇଁ ଛାତ୍ର ରାଜନୀତିରେ ସଫଳତା ହାସଲ କରିବା ପରେ ୧୯୯୦ରେ ପ୍ରଥମଥର ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ।

ସେ ୧୯୯୦ ରୁ ୨୦୧୯ ପର୍ଯ୍ୟନ୍ତ ୬ ଥର କ୍ରମାଗତ ଭାବେ ବିଧାୟକ ରୂପେ ନିର୍ବାଚିତ ହୋଇଆସିଛନ୍ତି । ସେ ୨୦୧୫ରେ ଶ୍ରେଷ୍ଟ ବିଧାୟକରୂପେ ପଣ୍ଡିତ ନୀଳକଣ୍ଠ ଦାସ ସମ୍ମାନରେ ସମ୍ମାନୀତ ହୋଇଥିଲେ ।

ତତ୍କାଳୀନ ଓଡିଶାର ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ଆଠଗଡ-କଟକ ନିର୍ବାଚନ ମଣ୍ଡଳୀରୁ ପରାସ୍ତ କରି ରଣେନ୍ଦ୍ର ସାରା ରାଜ୍ୟରେ ଚର୍ଚ୍ଚିତହୋଇଥିଲେ ।

ସେ ସମଗ୍ର ଆଠଗଡରୁ ଗରିବ ସମସ୍ଯା ଦୂର କରିବା ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତି ।

ଲୋକାଲ ୱାୟାର

Filed Under: Interview, Odia, Special Tagged With: Special, ଭୁବନେଶ୍ୱର, ସାକ୍ଷାତକାର

ଭୁବନେଶ୍ୱର ଲୂମ୍ବିନୀ ବିହାର ବୁଦ୍ଧ ପାର୍କରେ ଛୋଟ ପିଲା ଶିଖୁଛନ୍ତି ଆତ୍ମରକ୍ଷାର କୌଶଳ

April 15, 2019 By Bhaskar Pradhan Leave a Comment

ଭୁବନେଶ୍ୱର, ଏପ୍ରିଲ ୧୫ ( ଲୋକାଲ ୱାୟାର) ରାଜଧାନୀ ଭୁବନେଶ୍ୱର ରେ ରହୁଥିବା ଟାଇକୁଣ୍ଡ ଶିକ୍ଷକ ରାଜେଶ ବିଶ୍ୱାଳ ପ୍ରତିଦିନ ସହରର ଲୂମ୍ବିନୀ ବିହାର ରେ ଥିବା ବୁଦ୍ଧ ଜୟନ୍ତୀ ପାର୍କରେ ଛୋଟ ଛୋଟ ପିଲାମାନଙ୍କୁ ପ୍ରଦାନ କରୁଛନ୍ତି ଆତ୍ମ ରକ୍ଷାର କୌଶଳ ।

ସମାଜରେ ବିଭିନ୍ନ ପ୍ରକାର ଅପରାଧ ଵୃଦ୍ଧି ପାଉଥିବା ବେଳେ ସବୁ ବର୍ଗର ଲୋକ ନିଜକୁ କିପରି ସୁରକ୍ଷିତ ରଖିପାରିବେ ତାହା ଜରୁରୀ ହୋଇପଡିଥିବା ଦର୍ଶାଇ ସମସ୍ତେ କିପରି ନିଜର ନିଜେ ଆତ୍ମ ରକ୍ଷା କରି ପାରିବେ ସେହି କୌଶଳର ଆବଶ୍ୟକତା ଥିବା ସେ କହିଛନ୍ତି।

ଭଦ୍ରକଜିଲ୍ଲାର ବିଶ୍ଵାଳ ରାଜଧାନୀର କଳାରାହଙ୍ଗର ରହି ଗତ ଅଠର ବର୍ଷ ଧରି ଛୋଟ ବଡ ପିଲା ଓ ମହିଳା ମାନଙ୍କୁ ଏହି କୌଶଳ ଶିଖାଇ ଆସୁଛନ୍ତି।

ଲୁମ୍ବିନୀ ବିହାର ଠାରେ ସକାଳ ଛଅ ଠାରୁ ଆଠଟା ପର୍ଯ୍ୟନ୍ତ ଓ ପୁଣି ୪.୩୦ରୁ ସନ୍ଧ୍ଯା ଛଅତ ପର୍ଯ୍ୟନ୍ତ ସମୁଦାୟ ୩୫ ଜଣ ଛାତ୍ର ଛାତ୍ରୀଙ୍କୁ ସେ ଏହି ତାଲିମ ଦେବା କାର୍ଯ୍ୟ କରୁଛନ୍ତି।

ତାଙ୍କୁ ଆଉ ଦୁଇଜଣ ଶିକ୍ଷକ ମଧ୍ୟ ସାହାଯ୍ୟ କରୁଛନ୍ତି। ଛାତ୍ର ଛାତ୍ରୀ ମାନଙ୍କୁ ଜଣ ପିଛା ପ୍ରବେଶ ଶୁଳ୍କ ଏକ କାଳୀନ ଦୁଇ ହଜାର ଟଙ୍କା ଦେବାକୁ ପଡୁଥିବା ବେଳେ ମାସିକ ପାଞ୍ଚ ଶହ ଟଙ୍କା ଫି ଦେବାକୁ ପଡିଥାଏ।

ଲୋକାଲ ୱାୟାର

Filed Under: Happenings, Odia, Special Tagged With: Happenings, Special, ଓଡିଶା, ଭଦ୍ରକ, ଭୁବନେଶ୍ୱର

ସୁନ୍ଦରଗଡ ରେ ଗଡ଼ ଜିତିବ କିଏ ? ଜୁଏଲ, ଜର୍ଜ ନା ସୁନିତା

April 14, 2019 By LocalWire Leave a Comment

ରାଉରକେଲା, ଏପ୍ରିଲ ୧୪(ଲୋକାଲ ୱାୟାର): ସୁନ୍ଦରଗଡ଼ ଲୋକସଭା କ୍ଷେତ୍ର ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ : ତଲସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲ୍ଲି, ରାଉରକେଲା, ରାଜଗାଙ୍ଗପୁର ଓ ବଣାଇକୁ ନେଇ ଗଠିତ । ୨୦୧୪ ନିର୍ବାଚନରେ ଏଠାରେ ବିଜେପି ବିଜୟୀ ହୋଇଥିଲା ।

୨୦୧୯ର ରଣାଙ୍ଗନରେ ବିଜେପିରୁ ଜୁଏଲ ଓରାମ, ବିଜେଡିରୁ ସୁନିତା ବିଶ୍ୱାଳ ଏବଂ କଂଗ୍ରେସରୁ ଜର୍ଜ ତିର୍କୀ ମୁକାବିଲାକୁ ଓହ୍ଲାଇଛନ୍ତି । ଭିନ୍ନ ଦଳରୁ ଅନ୍ୟ ୪ ଜଣ ପ୍ରାର୍ଥୀ ମଧ୍ୟ ଅଛନ୍ତି ।

ଜର୍ଜ ତିର୍କୀ ପୂର୍ବରୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ୍), ସ୍ୱାଧୀନ ଏବଂ ସମତା କ୍ରାନ୍ତି ଦଳରୁ ଭିନ୍ନ ଭିନ୍ନ ନିର୍ବାଚନରେ ମୈଦାନକୁ ଆସିଥିବା ବେଳେ ଏଥର କଂଗ୍ରେସର ହାତ ଧରିଛନ୍ତି ।

ଜିଲ୍ଲାର ଜଣେ ପୁରୁଖା ଆଦିବାସୀ ନେତା ଭାବେ ତାଙ୍କର ପତିଆରା ବେଶ୍ ଦୃଢ଼ । କେତେକ ବିଧାନସଭା କ୍ଷେତ୍ରରେ ନିଜସ୍ୱ ଭୋଟ ବ୍ୟାଙ୍କ ମଧ୍ୟ ରହିଛି ।

ବୀରମିତ୍ରପୁର ଆସନରୁ ଚାରିଥର ବିଧାୟକ ହୋଇଛନ୍ତି । ଲୋକସଭା କ୍ଷେତ୍ରରେ କଂଗ୍ରେସର ସମର୍ଥନ ମଧ୍ୟ ରହିଛି । କିନ୍ତୁ ଚଳିତ ନିର୍ବାଚନରେ ମୁଖ୍ୟ ପ୍ରଶ୍ନ ଜର୍ଜଙ୍କୁ କଂଗ୍ରେସ କର୍ମୀ କେତେଦୂର ଗ୍ରହଣ କରିବେ ।

ଯଦି କଂଗ୍ରେସର ତୃଣମୂଳ କର୍ମୀ ତାଙ୍କୁ ଗ୍ରହଣ କରନ୍ତି ତେବେ ନିର୍ବାଚନ ବୈତରଣୀ ତାଙ୍କ ପାଇଁ ବିଶେଷ କଷ୍ଟ ହେବ ନାହିଁ ବୋଲି ସମୀକ୍ଷକମାନେ ଆକଳନ କରନ୍ତି ।

ଅପରପକ୍ଷରେ ବିଜେପିର ବରିଷ୍ଠ ନେତା ଜୁଏଲ ଓରାମ ୨୦୧୪ରେ ସାଂସଦ ଥିଲେ ଏବଂ ଦେଶର ଜଣେ ଆଗଧାଡ଼ିର ଆଦିବାସୀ ନେତା ଭାବେ ତାଙ୍କର ପରିଚିତି ରହିଛି ।

ପୂର୍ବରୁ ଚାରିଥର ସେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଦୁଇଥର କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି । ନିଜସ୍ୱ ପରିଚିତି ଏବଂ ମୋଦି ହାୱା ତାଙ୍କର ବଡ଼ ଅସ୍ତ୍ର । ମୋଦି ଇତି ମଧ୍ୟରେ ଏହି ଲୋକସଭା କ୍ଷେତ୍ରରେ ପ୍ରଚାର କରିସାରିଛନ୍ତି । ପୂର୍ବରୁ ଏଠାର ଲୋକେ ମୋଦିଙ୍କୁ ସମର୍ଥନ କରୁଥିଲେ । ଏବେ ଏମିତି ବି ରାଜ୍ୟ ଶାସକଙ୍କ ବିରୋଧରେ ପରିବର୍ତ୍ତନର ହାୱା ରହିଛି । ତେଣୁ ତାଙ୍କ ପାଇଁ ନିର୍ବାଚନ ରଣାଙ୍ଗନ ସହଜ ହେବ ବୋଲି ଖୋଦ୍ ଜୁଏଲ ଆଶା ବ୍ୟକ୍ତ କରିଛନ୍ତି ।

ତେବେ ବିଜେଡି ୨୦୧୯ ନିର୍ବାଚନରେ ନୂଆ ରଣନୀତି ଖେଳିଛି । କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳଙ୍କୁ ପ୍ରାର୍ଥୀ କରିଛି । ଯାହାକୁ କି ଖୋଦ୍ ବିଜେଡି କର୍ମୀ ଚିନ୍ତା ବି କରି ନଥିଲେ । ପୂର୍ବରୁ ସଂପର୍କ ନ ଥିଲା ରାଜନୀତି ସହ । ହଠାତ୍ ବିଜେଡିରେ ମିଶି ଲୋକସଭା ଟିକେଟ ପାଇଲେ ।

ରାଜନୀତିରେ ନୂଆ, ପ୍ରାର୍ଥୀ ବି ପ୍ରଥମ ଥର । ପିତା ହେମାନନ୍ଦ ତାଙ୍କୁ ନୁହେଁ ବରଂ କଂଗ୍ରେସ ପାଇଁ ପ୍ରଚାର କରୁଛନ୍ତି । ଏଭଳି ସ୍ଥିତିରେ ସୁନିତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରିସ୍ମା ଏବଂ ବିଜେଡି କର୍ମୀଙ୍କ ଉତ୍ସାହ ହିଁ ଏକମାତ୍ର ଭରସା ।

ଉପରୋକ୍ତ ତିନି ପ୍ରାର୍ଥର୍ୀ ସୁନ୍ଦରଗଡ଼ ଲୋକସଭା ଆସନର ରଣାଙ୍ଗନରେ ମୁକାବିଲାକୁ ଓହ୍ଲାଇଥିଲେ ମଧ୍ୟ ପରୋକ୍ଷ ଭାବେ ଅନ୍ୟ ଜଣେ ଏହି ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛନ୍ତି ।

ସେ ହେଉଛନ୍ତି ନିକଟରେ ବିଜେପି ଛାଡ଼ିଥିବା ଦିଲ୍ଲୀପ ରାୟ । ତାଙ୍କ ଆଭିମୁଖ୍ୟ ନିର୍ଣ୍ଣାୟକ ହେବ ବୋଲି ସମସ୍ତ ସମୀକ୍ଷକଙ୍କ ଆକଳନ ।

କିଛି ଦିନ ତଳେ ଦିଲ୍ଲୀପ କହିଥିଲେ, ଯିଏ ରାଉରକେଲାବାସୀଙ୍କୁ ପ୍ରତାରଣା କରିଛି, ତାଙ୍କୁ ଉଚିତ ଶିକ୍ଷା ଦେବା ଦରକାର । ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ଏବଂ ଇସ୍ପାତ ଜେନେରାଲ୍ ହସ୍ପିଟାଲର ଉନ୍ନତିକରଣ ପାଇଁ ପ୍ରତିଶ୍ରୁତି ଦେଇ ବି ରକ୍ଷା କରିନି କେନ୍ଦ୍ର ବୋଲି କହିଥିଲେ ।

କିନ୍ତୁ ଦୁଇ ଦିନ ତଳେ ଏ ଦୁଇଟି ପ୍ରକଳ୍ପକୁ ପାଣ୍ଠି ମଞ୍ଜୁର ହୋଇଥିବା ଖବର ପାଇ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । କିନ୍ତୁ କାହା ସପକ୍ଷରେ ଭୋଟ ପ୍ରଚାର କରିବେ ସ୍ପଷ୍ଟ କରି ନାହାନ୍ତି । ତେବେ ଜୁଏଲ ଅନୁରୋଧ କରିଛନ୍ତି, ଦିଲ୍ଲୀପ ବିଜେପିକୁ ଫେରି ଆସନ୍ତୁ । ତଥାପି ଦିଲ୍ଲୀ ଭୋଟର ଓ ନିଜ ସମର୍ଥକଙ୍କୁ ଦ୍ୱନ୍ଦ୍ୱରେ ରଖିଛନ୍ତି ।

୧୯୫୧ ମସିହାରେ ଏହି ଲୋକସଭା ନିର୍ବାଚନମଣ୍ଡଳୀ ଗଠିତ ହୋଇଥିଲା । ଏହି ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ହୋଇଥିବା ୧୬ ନିର୍ବାଚନରୁ କଂଗ୍ରେସ ୭ଥର ବିଜୟୀ ହୋଇଥିବା ବେଳେ ଜୁଏଲ ଓରାମ ୪ଥର ବିଜୟୀ ହୋଇଛନ୍ତି ।

୨୦୧୯ ଗଣନା ଅନୁସାରେ ସୁନ୍ଦରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀର ମୋଟ ଭୋଟର ସଂଖ୍ୟା ୧୫, ୦୦, ୦୯୨ । ଏଥିରୁ ଖ୍ରୀଷ୍ଟିଆନ ଭୋଟରଙ୍କ ସଂଖ୍ୟା ପ୍ରାୟ ୪ ଲକ୍ଷ ହୋଇଥିବା ବେଳେ ଭୂୟାଁ ଭୋଟରଙ୍କ ସଂଖ୍ୟା ପ୍ରାୟ ୩ ଲକ୍ଷ ।

ଖ୍ରୀଷ୍ଟିଆନ ଭୋଟର ବିଜେପିକୁ ଭୋଟ ଦେବାର ସମ୍ଭାବନା ନଥିବା ବେଳେ ଏଥର ଖ୍ରୀଷ୍ଟିଆନ ଭୋଟର ଓ ଭୂୟାଁ ଭୋଟର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଏ ।

ତେବେ ସୁନ୍ଦରଗଡ଼ର ଗଡ଼ କାହା ହାତକୁ ଯିବ ତାହା ନିର୍ବାଚନ ପରେ ହିଁ ସ୍ପଷ୍ଟ ହୋଇପାରିବ ।

ଲୋକାଲ ୱାୟାର

Filed Under: Election-2019, Odia, Special Tagged With: Election-2019, Politics, Special, ଓଡିଶା, ରାଉରକେଲା

କନ୍ଧମାଳରେ କ’ଣ ହେବ? ଖାରବେଳ, ଅଚ୍ୟୁତ, ମନୋଜ କିଏ ପିନ୍ଧିବ ମୁକୁଟ?

April 13, 2019 By LocalWire Leave a Comment

ଫୁଲବାଣୀ, ଏପ୍ରିଲ ୧୩(ଲୋକାଲ ୱାୟାର): କନ୍ଧମାଳ ଲୋକସଭା ଆସନ ଏମିତି ଏକ ଆସନ ଏହର ଭୌଗଳିକ ସୀମା ଚାରୋଟି ଜିଲ୍ଲାକୁ ପରିବ୍ୟାପ୍ତ । କନ୍ଧମାଳ ଜିଲ୍ଲାର ଫୁଲବାଣୀ, ଜି. ଉଦୟଗିରି, ବାଲିଗୁଡ଼ା, ବୌଦ୍ଧ ଜିଲ୍ଲାର ବୌଦ୍ଧ, କଣ୍ଟାମାଳ, ଗଂଜାମ ଜିଲ୍ଲାର ଭଞ୍ଜନଗର ଓ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ ଗଠିତ ଏହି ଲୋକସଭା ଆସନ ।

ଏଠାରେ ୨୦୧୯ ନିର୍ବାଚନରେ ବିଜେଡିରୁ ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତ, କଂଗ୍ରେସରୁ ମନୋଜ କୁମାର ଆଚାର୍ଯ୍ୟ ଏବଂ ବିଜେପିରୁ ଐର ଖାରବେଳ ସ୍ୱାଇଁ ପ୍ରାର୍ଥୀ ହୋଇଛନ୍ତି ।

ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଜଣେ ଶିକ୍ଷାବିତ୍ ଭାବେ ରାଜ୍ୟରେ ବେଶ ପରିଚିତ । ଏକାଧିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିଥିବାରୁ ସେ ରାଜ୍ୟବାସୀଙ୍କ ଚିହ୍ନା ମୁହଁ ।

ତେବେ ରାଜନୀତିରେ ନିକଟରେ ପାଦ ଥାପିଥିଲେ, ଯେତେବେଳେ ବିଜେଡି ସୁପ୍ରିମୋ ତାଙ୍କ ରାଜ୍ୟସଭାକୁ ପଠାଇଲେ । କନ୍ଧମାଳ ଆସନରେ ଏବେ ସେ ଭାଗ୍ୟ ପରୀକ୍ଷା କରୁଛନ୍ତି ।

ଏଠାରେ ୨୦୧୪ରେ ବିଜେଡିର ସାଂସଦ ଥିବା ପ୍ରତ୍ୟୁଷା ରାଜେଶ୍ୱରୀ ଦେବୀ ଅଚ୍ୟୁତଙ୍କ ପ୍ରବେଶରେ କ୍ଷୁବ୍ଧ ହୋଇ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ତେବେ ସେ କୌଣସି ଦଳରୁ ପ୍ର୍ରାର୍ଥୀ ହୋଇ ନାହାନ୍ତି ।

ଅଚ୍ୟୁତଙ୍କ ପାଇଁ ଅନ୍ୟ ଏକ ସମସ୍ୟା ହେଲା ‘ମାଟିର ପୁଅ’ ସ୍ଲୋଗାନ । ସେ କନ୍ଧମାଳ ଲୋକସଭା କ୍ଷେତ୍ର ବାହାରର ବାସିନ୍ଦା । ତଥାପି ଅଚ୍ୟୁତଙ୍କ ପାଇଁ ବଡ଼ ପ୍ଲସ ପଏଣ୍ଟ ଏହା ଯେ ସେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ।

‘ନିରାମୟ’, ‘ଆହାର’, ‘କାଳିଆ’…ଏମିତି କେତେକ କ’ଣ ଯୋଜନା କରି ଗାଁ ଗଣ୍ଡାରେ ବିଜେଡି ଗତ ୧୭ ବର୍ଷ ମଧ୍ୟରେ ତାର ଦଳୀୟ ଚିହ୍ନକୁ ବ୍ରାଣ୍ଡ ଇମେଜ ଭାବେ ପ୍ରତିଷ୍ଠା କରିବାରେ ସଫଳ ହୋଇଛି । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ।

ଏହାହିଁ ତାଙ୍କୁ ନିର୍ବାଚନ ବୈତରଣୀ ପାରି କରାଇବ ବୋଲି ସେ ଆଶା ବାନ୍ଧିଛନ୍ତି । ଅବଶ୍ୟ ତାଙ୍କ ପ୍ର୍ରାର୍ଥିତ୍ୱରେ ଅସନ୍ତୁଷ୍ଟ ଥିବା ବିଜେଡି କର୍ମୀ ତାଙ୍କ ରାସ୍ତରେ ବଡ଼ ବାଧକ ହୋଇଛନ୍ତି ।

ସେହିପରି ଗତ ୨୧ ବର୍ଷ ଧରି, ଅର୍ଥାତ୍ ୧୯୯୬ରୁ ପ୍ରତି ନିର୍ବାଚନରେ ଏଠାରେ ଭୋଟର ବିଜେଡି ପ୍ର୍ରାର୍ଥୀଙ୍କ ମୁଣ୍ଡରେ ଭୋଟର ଶିରପା ବାନ୍ଧିଛନ୍ତି । ତେଣୁ ଏହି ଆସନ ଅଚ୍ୟୁତଙ୍କ ପାଇଁ ଯେତିକି ସମ୍ମାନର ବିଷୟ ନୁହେଁ, ତା ଠାରୁ ଅଧିକ ବିଜେଡି ପାଇଁ
।
ସେହିପରି ବିଜେପି ପ୍ରାର୍ଥୀ ଖାରବେଳ ସ୍ୱାଇଁ ମଧ୍ୟ ‘ମାଟିର ପୁଅ’ ସ୍ଲୋଗାନର ସମ୍ମୁଖିନ ହୋଇଛନ୍ତି । ଖାରବେଳ କନ୍ଧମାଳ ପାଇଁ ନୂଆ ମୁହଁ ।

ଅବଶ୍ୟ ସେ ରାଜନୀତି କିମ୍ବା ରାଜ୍ୟ ପାଇଁ ନୂଆ ନୁହଁନ୍ତି । ସେ ବାଲେଶ୍ୱରରୁ ୩ ଥର ସାଂସଦ ଥିଲେ । ବିଜେପି ଛାଡ଼ି ବହୁ ବର୍ଷ ଧରି ଉକ୍ରଳ ଭାରତ ଟ୍ୟାଗରେ ଚାଲିଥିଲେ ।

୨୦୧୯ରେ ଶେଷ ମୁହୂର୍ତ୍ତରେ ଉକ୍ରଳ ଭାରତ ଦଳକୁ ବିଜେପିରେ ମିଶାଇ ଦେଲେ ଓ କନ୍ଧମାଳ ଟିକେଟ୍ ପାଇଲେ । କିନ୍ତୁ କନ୍ଧମାଳର ପୂର୍ବତନ ବିଜେପି ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ଏବଂ ତୃଣମୂଳ ବିଜେପି କର୍ମୀ ଖାରବେଳଙ୍କୁ ଗ୍ରହଣ କରିବାକୁ ନାରାଜ ।

ରାଜ୍ୟ ସରକାରଙ୍କ ଦୁର୍ନୀତି, ଅପାରଗତା ସହ କେନ୍ଦ୍ରର ମୋଦି ସରକାରଙ୍କ ସଫଳତାର କଥା କହି ସେ ଭୋଟ ଭିକ୍ଷା କରୁଛନ୍ତି । ଖାରବେଳ ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କୁ ସାହାରା କରିବାକୁ ଯୋଜନା କରିଛନ୍ତି, ଠିକ୍ ଯେମିତି ଅଚ୍ୟୁତ ଅସନ୍ତୁଷ୍ଟ ବିଜେପି କର୍ମୀଙ୍କୁ ନିଜ ପକ୍ଷକୁ ଟାଣିବାରେ ବ୍ୟସ୍ତ ।

କଂଗ୍ରେସ ପ୍ରାର୍ଥୀ ମନୋଜ କୁମାର ଆଚାର୍ଯ୍ୟ ରାଜନୀତିରେ ନୂଆ ମୁହଁ । ତାଙ୍କ ଘର କନ୍ଧମାଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଲିଗୁଡ଼ା । ନିର୍ବାଚନମଣ୍ଡଳୀରେ କଂଗ୍ରେସର ସ୍ଥିତି ସେତେ ଭଲ ନଥିଲେ ମଧ୍ୟ ସେ ସ୍ଥାନୀୟ ବାସିନ୍ଦା ହୋଇଥିବାରୁ ‘ମାଟିର ପୁଅ’ ସ୍ଲୋଗାନରେ ଭୋଟରଙ୍କ ଅନୁକମ୍ପା ଭୋଟ ପାଇବାର ଆଶା ରଖିଛନ୍ତି ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କନ୍ଧମାଳ ଜିଲ୍ଲା ପ୍ରତି ଅବହେଳା ଅଭିଯୋଗ କରି ଭୋଟ ସାଉଁଟିବାକୁ ପ୍ରୟାସ ଜାରି ରଖିଛନ୍ତି ।

ଏଠାରେ ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ୱର୍ଗତ ହେମେନ୍ଦ୍ର ଚନ୍ଦ୍ର ସିଂ ୪,୨୧,୪୫୮ ଭୋଟ୍ ପାଇ ବିଜୟୀ ହୋଇଥିଲେ । କଂଗ୍ରେସର ହରିହର କରଣ ୨,୪୦,୪୧୧ ଓ ବିଜେପିର ସୁକାନ୍ତ ପାଣିଗ୍ରାହୀ ୧,୦୮,୭୪୪ ଭୋଟ୍ ହାସଲ କରିଥିଲେ ।

 

ହେମେନ୍ଦ୍ରଙ୍କ ଦେହାନ୍ତ ପରେ ସେହି ବର୍ଷ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇଥିଲେ ପ୍ରତ୍ୟାଶା ରାଜେଶ୍ୱରୀ ସିଂ । ସ୍ୱାମୀଙ୍କ ମୃତ୍ୟୁ ପରର ଅନୁକମ୍ପା ସହ ବିଜେଡିର ପାରମ୍ପରିକ ଭୋଟ୍ ମିଶାଇ ସେ ପାଇଥିଲେ ୪,୭୭,୫୨୯ ଭୋଟ୍ ।

ବିଜେପି ପ୍ରାର୍ଥୀ ରୁଦ୍ରମାଧବ ରାୟ ୧,୭୮,୬୬୧ ପାଇ ଦ୍ୱିତୀୟ ସ୍ଥାନରେ ଥିବା ବେଳେ କଂଗ୍ରେସର ଅଭିମନ୍ୟୁ ବେହେରା ୯୦,୫୩୬ ଭୋଟ୍ ପାଇ ତୃତୀୟ ସ୍ଥାନକୁ ଖସିଥିଲେ ।

ଲୋକସଭା କ୍ଷେତ୍ରର ୭ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ୨୦୧୪ରେ ୬ଟିରେ ବିଜେଡି ଓ କେବଳ ଜି. ଉଦୟଗିରିରେ କଂଗ୍ରେସ ବିଧାୟକ ଜିିତିଥିଲେ ।
ଏହାହିଁ ବିଜେଡି ପ୍ରାର୍ଥୀଙ୍କୁ ସୁବିଧାଜନକ ସ୍ଥିତିରେ ରଖୁଛି ।

ଏହି ଲୋକସଭା ଆସନ ପାଇଁ ଆସନ୍ତ ୧୮ ତାରିଖରେ ହେବ ମତଦାନ । ମଇଦାନରେ ରହିଛନ୍ତି ଅଚ୍ୟୁତ, ଖାରବେଳ ଓ ମନୋଜଙ୍କୁ ଛାଡ଼ିଦେଲେ ଅଛନ୍ତି ଆଉ ଦୁଇ ପ୍ରାର୍ଥୀ । ସିପିଆଇ(ଏମଏଲ)ର ଟୁନା ମଲ୍ଲିକ ଓ ବିଏସପି ପ୍ରାର୍ଥୀ ଅମିର ନାୟକ ମଧ୍ୟ ଲଢ଼େଇରେ ଅଛନ୍ତି ।

କନ୍ଧମାଳରେ କ’ଣ ହେବ? ଭୋଟର କାହା ମୁଣ୍ଡରେ ଶିରପା ବାନ୍ଧିବେ ତାହା କେବଳ ଭୋଟ ଗଣତି ପରେ ଜଣାପଡ଼ିବ ।

ଲୋକାଲ ୱାୟାର

Filed Under: Election-2019, Odia, Special, ରାଜନୀତି Tagged With: Election-2019, Special, ଓଡିଶା, କନ୍ଧମାଳ, ଫୁଲବାଣୀ, ବୌଦ୍ଧ, ରାଜନୀତି

ବରଗଡ଼ ଯୁଦ୍ଧରେ କିଏ ହେବ ବିଜୟୀ? ଲଢ଼େଇରେ ପ୍ରସନ୍ନ, ସୁରେଶ, ପ୍ରଦୀପ (ବିଶେଷ)

April 12, 2019 By LocalWire Leave a Comment

ଭୁବନେଶ୍ୱର, ଏପ୍ରିଲ ୧୨(ଲୋକାଲ ୱାୟାର): ବର୍ତ୍ତମାନର ବରଗଡ଼ ଲୋକସଭା ଆସନ ବେଶୀ ପୁରୁଣା ନୁହେଁ । ପଚାଶ-ଷାଠିଏ ଦଶକରେ ଏହାର ଅସ୍ତିତ୍ୱ ଥିଲେ ମଧ୍ୟ ପରବର୍ତ୍ତୀ ଦିନରେ ଏହା ସମ୍ବଲପୁର ଲୋକସଭା ଆସନରେ ବିଲୀନ ହୋଇ ଯାଇଥିଲେ ।

୨୦୦୮ ମସିହାରେ ପୁଣି ଏହାର ପୁନର୍ଜନ୍ମ ହୋଇଥିଲା । ବରଗଡ଼ ଜିଲ୍ଲାର ୫ଟି ବିଧାନସଭା ଆସନ ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା ଓ ଭଟଲି ସମେତ ଝାରସୁଗୁଡ଼ା ଜିଲ୍ଲାର ୨ ନିର୍ବାଚନମଣ୍ଡଳୀ ଝାରସୁଗୁଡ଼ା ଓ ବ୍ରଜରାଜନଗରକୁ ନେଇ ନିର୍ବାଚନ ମାନଚିତ୍ରରେ ଏହି ସଂସଦୀୟ କ୍ଷେତ୍ର ପୁଣି ଅସ୍ତିତ୍ୱ ଜାହିର କରିଥିଲା

୨୦୧୯ ନିର୍ବାଚନରେ ଏଠାରେ ବିଜେଡି ତାର ବରିଷ୍ଠ ତଥା ଧୁରନ୍ଧର ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପିର ବରିଷ୍ଠ ନେତା ସୁରେଶ ପୂଜାରୀ ଏବଂ କଂଗ୍ରେସର ଯୁବ ନେତା ପ୍ରଦୀପ ଦେବତା ତାଙ୍କ ସହ ମୁକାବିଲାରେ ଅଛନ୍ତି ।

ଏମାନଙ୍କ ବ୍ୟତୀତ ବିଏସପିରୁ କୌଶିକ ସୁନାଙ୍କ ସମେତ ଦୁଇଜଣ ସ୍ୱାଧୀନ ପ୍ରାର୍ଥୀ ପଶ୍ଚିମାଞ୍ଚଳ ବିକାଶ ପାର୍ଟିରୁ କୁଳମଣି ଉର୍ମା ଓ ଏମଡି ନିଜାମୁଦ୍ଧିନ ମଧ୍ୟ ଦୌଡ଼ରେ ଅଛନ୍ତି ।

କିନ୍ତୁ ଏଥର ଏହି ସଂସଦୀୟ କ୍ଷେତ୍ର ଉପରେ କେବଳ ରାଜ୍ୟ ନୁହେଁ ଜାତୀୟ ସ୍ତରର ସମୀକ୍ଷକଙ୍କ ନଜର ରହିଛି । କାରଣ ଏହି ଲୋକସଭା ଆସନ ଅନ୍ତର୍ଗତ ବିଜେପୁର ବିଧାନସଭା ଆସନରେ ଛିଡ଼ା ହୋଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ଚାରି ଥର ସାଂସଦ ତଥା ଦୁଇଥର ରାଜ୍ୟର ମନ୍ତ୍ରୀ ହୋଇଥିଲେ । ରାଜ୍ୟର ଜଣେ ପୋଖତ ରାଜନେତା ଭାବେ ସେ ବେଶ୍ ପରିଚିତ । ସମଗ୍ର ଲୋକସଭା କ୍ଷେତ୍ରରେ ସେ ପୁରୁଣା ମୁହଁ ।

ପ୍ରସନ୍ନ ପୂର୍ବରୁ ସମ୍ବଲପୁର ଲୋକସଭା, ବରଗଡ଼ ବିଧାନସଭା, ବିଜେପୁର ବିଧାନସଭାରେ ନିର୍ବାଚନ ଲଢ଼ିଛନ୍ତି । ଏଥର ତାଙ୍କ ପାଇଁ ପ୍ଲସ ପଏଣ୍ଟ ହୋଇଛି ବିଜେପୁରରୁ ନବୀନଙ୍କ ପ୍ରତିଦ୍ୱନ୍ଦ୍ୱିତା । ଏହା ସମଗ୍ର ଲୋକସଭା କ୍ଷେତ୍ରରେ ବିଜେଡି ସପକ୍ଷରେ ବଡ଼ ହାୱା ସୃଷ୍ଟି କରିଛି ବୋଲି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ।

ଅପରପକ୍ଷରେ କଂଗ୍ରେସରୁ ପ୍ରଣୟ ସାହୁ, ଝାରସଗୁଡ଼ା ବିଧାୟକ ନବ ଦାସଙ୍କ ସମେତ ସୁବାସ ଚୌହାନ, ପୂର୍ବତନ ବିଧାୟକ ସାଧୁ ନେପାକଙ୍କ ବିଜେଡିରେ ଯୋଗଦାନ ଦଳ ପାଇଁ ବରଦାନ ସଦୃଶ ହୋଇଛି ।

ତେବେ ବିଜେପି ଏଠାରେ ପ୍ରାର୍ଥୀ କରିଛି ଦଳର ପୁରୁଖା ନେତା ସୁରେଶ ପୂଜାରୀଙ୍କୁ । ବରଗଡ଼ ଲୋକସଭା ଆସନ ତାଙ୍କ ପାଇଁ ନୂଆ ହୋଇଥିଲେ ମଧ୍ୟ ସେ ପୂର୍ବରୁ ୨୦୧୪ ନିର୍ବାଚନରେ ସମ୍ବଲପୁରରୁ ପ୍ରତିଦ୍ୱନ୍ଦ୍ୱିତା କରି ଦ୍ୱିତୀୟ ସ୍ଥାନରେ ଥିବା ବେଳେ ତା’ପୂର୍ବ ନିର୍ବାଚନରେ ବ୍ରଜରାଜନଗର ବିଧାନସଭା ଆସନରୁ ଲଢ଼ି ପରାଜିତ ହୋଇଥିଲେ ।

ବ୍ରଜରାଜନଗରରୁ ପୂର୍ବରୁ ତିନି ଥର ନିର୍ବାଚନ ଲଢ଼ିଥିବାରୁ ଝାରସୁଗୁଡ଼ା ଜିଲ୍ଲାରେ ତାଙ୍କ ଭଲ ସଂଗଠନ ରହିଛି ।

ଅବଶ୍ୟ ବିଜେପି ଏକ କ୍ୟାଡରଭିତ୍ତିକ ଦଳ ହୋଇଥିବାରୁ ସଙ୍ଗଠନ ହିଁ ସୁରେଶଙ୍କ ପାଇଁ ବଡ଼ ଭରସା । କିନ୍ତୁ ବିଜେପିରୁ ସୁବାସ ଚୌହାନଙ୍କ ଇସ୍ତଫା ଦଳର ପ୍ରଦର୍ଶନ ଉପରେ ଏଠାରେ ପ୍ରଭାବ ପକାଇବ ବୋଲି ସମୀକ୍ଷକମାନେ ଅନୁୁମାନ କରୁଛନ୍ତି ।

କାରଣ ୨୦୧୪ ନିର୍ବାଚନରେ ସେ ମାତ୍ର ୧୧ ହଜାର ଭୋଟରେ ଏହି ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଭାବେ ପରାଜିତ ହୋଇଥିଲେ । ସୁବାସ ଦଳ ଛାଡ଼ିବା ପରେ ତୃଣମୂଳ ସ୍ତରରେ ଏହାର କ’ଣ ପ୍ରଭାବ ପଡ଼ିଛି ତାହା ଆକଳନ କରିବା କଷ୍ଟକର ବୋଲି କହିଛନ୍ତି ଖୋଦ୍ ବିଜେପିର ଜଣେ ନେତା ।

ତେବେ ମୋଦି ହାୱା ତାଙ୍କ ନିଜର ନିର୍ମଳ ଚେହେରା ତାଙ୍କୁ ନିର୍ବାଚନ ବୈତରଣୀ ପାରି କରିବ ବୋଲି ସୁରେଶ ଆଶା ବାନ୍ଧିଛନ୍ତି ।

କିନ୍ତୁ କଂଗ୍ରେସ ଜଣେ ସଂପୂର୍ଣ୍ଣ ନବାଗତ ଯୁବନେତା ପ୍ରଦୀପ ଦେବତାଙ୍କୁ ବାଛି ତୃଣମୂଳ ସ୍ତରରୁ ଦଳକୁ ଭିନ୍ନ ଏକ ବାର୍ତ୍ତା ଦେଇଛି । ଅଞ୍ଚଳର ସାମାଜିକ କ୍ଷେତ୍ରରେ ତାଙ୍କର ସ୍ୱତନ୍ତ୍ର ପରିଚୟ ଥିବାରୁ ଏହା ତାଙ୍କୁ ସହାୟକ ହେବ ।

କଂଗ୍ରେସର ଏହି ଲୋକସଭା କ୍ଷେତ୍ରର ପ୍ରାୟ ସମସ୍ତ ବିଧାନସଭା ଅଞ୍ଚଳରେ ସଙ୍ଗଠନ ଦୃଢ଼ ଥିବାରୁ ଏବଂ ରାହୁଲ ଗାନ୍ଧୀଙ୍କ ପ୍ରଚାର ତାଙ୍କ ପାଇଁ ବିଜୟ ରାସ୍ତା ଖୋଲିବ ବୋଲି ପ୍ରଦୀପ ଆଶା କରନ୍ତି ।

ଅପରପକ୍ଷରେ, ତିନୋଟି ଯାକ ଦଳରେ ପ୍ରାର୍ଥିତ୍ୱକୁ ନେଇ ଥିବା କିଛିଟା ଅସନ୍ତୋଷ ମତଦାନକୁ କିଭଳି ପ୍ରଭାବିତ କରିବ ତାହା ମଧ୍ୟ ପ୍ରଶ୍ନର ବିଷୟ ହୋଇଛି । ୨୦୧୪ ନିର୍ବାଚନରେ ଏଠାରେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରଥମ, ଦ୍ୱିତୀୟ ଓ ତୃତୀୟରେ ଥିଲେ ।

ତେଣୁ ବିଜେଡିର ପଲା ଭାରି ରହିବା ସ୍ୱାଭାବିକ । ତଥାପି ନିର୍ବାଚନ ଫଳାଫଳକୁ ଜାତି ଆଧାରରେ ଭୋଟ ବି ପ୍ରଭାବିତ କରିପାରେ ବୋଲି ଜଣେ ସମୀକ୍ଷକ କହିଛନ୍ତି । ଚାଷୀଙ୍କ ବିକାଶ ପ୍ରସଙ୍ଗ ଓ କୁଲିତା ସମ୍ପ୍ରଦାୟର ଭୋଟ ହିଁ ଫଳାଫଳକୁ ଓଲଟ ପାଲଟ କରିବାର ଦକ୍ଷତା ରଖିଥିବା କୁହାଯାଉଛି ।

ତେବେ ବରଗଡ଼ ଯୁଦ୍ଧରେ କିଏ ହେବ ବିଜୟୀ ତାହା କେବଳ ମତଦାତାଙ୍କ ଏପ୍ରିଲ ୧୮ର ମତଦାନ ଉପରେ ନିର୍ଭର କରେ ଏବଂ ଭୋଟ ଗଣତି ପରେ ସ୍ପଷ୍ଟ ହୋଇଯିବ ।

ଲୋକାଲ ୱାୟାର

Filed Under: Election-2019, Odia, Special, ରାଜନୀତି Tagged With: Election-2019, Special, ଓଡିଶା, ଝାରସୁଗୁଡା, ଭୁବନେଶ୍ୱର, ରାଜନୀତି

ଓଡ଼ିଶା ରାଜନୀତିର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତରେ ପଟ୍ଟନାୟକଙ୍କ ପ୍ରାଧାନ୍ୟ

April 11, 2019 By LocalWire Leave a Comment

ଭୁବନେଶ୍ୱର, ଏପ୍ରିଲ ୧୧(ଲୋକାଲ ୱାୟାର): ଓଡ଼ିଶା ରାଜନୈତିକ ଇତିହାସ ସହ ପଟ୍ଟନାୟକମାନେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଭାରତ ସ୍ୱାଧୀନତା ପରର ପ୍ରାୟ ୭୦ ବର୍ଷ ମଧ୍ୟରୁ ଓଡ଼ିଶା ରାଜନୀତି ୪୦ ବର୍ଷରୁ ଅଧିକ ଜଣେ ନା ଜଣେ ପଟ୍ଟନାୟକଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଛି ।

ଯଦି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ପଞ୍ଚମ ଥର କ୍ଷମତା ହାସଲ କରିବାରେ ସଫଳ ହୁଏ ତେବେ ଏହି ସମୟ ବଢ଼ିବ । ବିଜୁ ପଟ୍ଟନାୟକଙ୍କ ଠାରୁ ଆରମ୍ଭ ଏହି ଧାରା ବିଜୁଙ୍କ ପୁଅ ନବୀନ ପଟ୍ଟନାୟକ କ୍ଷମତାକୁ ନ ଆସିବା ପର୍ଯ୍ୟନ୍ତ ଜାନକୀ ପଟ୍ଟନାୟକଙ୍କ ଦ୍ୱାରା ଜାରି ରହିଥିଲା ।

ମିଳିତ ଭାବେ ଏମାନେ ଚାରି ଦଶନ୍ଧିରୁ ଅଧିକ ସମୟ ମୁଖ୍ୟମନ୍ତ୍ରୀ ଭାବରେ ରହିଛନ୍ତି । ବିଜୁ ସାତ ବର୍ଷ (୧୯୬୧-୬୩, ୧୯୯୦-୯୫), ଜାନକୀ ବଲ୍ଲଭ ୧୫ ବର୍ଷ (୧୯୮୦-୮୫, ୧୯୮୫-୮୯ ଓ ୧୯୯୫-୯୯) ଏବଂ ନବୀନ ୧୯ ବର୍ଷ (୨୦୦୦ ମସିହାରୁ ଏପର୍ଯ୍ୟନ୍ତ । ଏହା ଭିତରେ ଓଡ଼ିଶା ଆଉ ୧୧ ଜଣ ମୁଖ୍ୟମନ୍ତ୍ରୀଙ୍କୁ ଦେଖିଥିଲା ।

ସାଂପ୍ରତିକ ପରିସ୍ଥିତିରେ ବିଜୁ ପଟ୍ଟନାୟକଙ୍କ ପରିବାରରୁ ରାଜନୀତିକୁ ଆସିବାରେ ନବୀନ ଏକମାତ୍ର ବ୍ୟକ୍ତି । ୭୩ ବର୍ଷୀୟ ନବୀନ ଏ ଯାଏଁ ପରିବାରର କୌଣସି ସଦସ୍ୟଙ୍କୁ ରାଜନୀତିକୁ ଆଣି ନାହାନ୍ତି । ଭଉଣୀ ଗୀତା ମେହେଟ୍ଟା ଲୋକଲୋଚନ ଆଢୁଆଳରେ ରହିବାକୁ ପସନ୍ଦ କରୁଥିବା ବେଳେ ବଡ଼ ଭାଇ ପ୍ରେମ ପଟ୍ଟନାୟକ ନୂଆଦିଲ୍ଲୀରେ ବ୍ୟବସାୟ ଦେଖାଶୁଣା କରୁଛନ୍ତି ।

ଓଡ଼ିଶାରେ କଂଗ୍ରେସର ପ୍ରଥମ ପରିବାର ଭାବେ ପରିଚିତ ଜେବି ପରିବାର ଦଳକୁ ହାତମୁଠାରେ ରଖିଥିଲେ ବି ଦଳ ରାଜ୍ୟରେ ଚମକ ହରାଇଛି ।

ଜାନକୀ ବଲ୍ଲଭ ଓ ବିଜୁ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ହୋଇଥିଲେ ବି ଜାନକୀଙ୍କ ଜ୍ୱାଇଁ ସୌମ୍ୟରଂଜନ ତଥା ବିଜେଡି ରାଜ୍ୟସଭା ସାଂସଦ ଏଥର ବିଜେଡି ଖଣ୍ଡପଡା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସ ଦଳ ଜାନକୀଙ୍କ ପୁଅକୁ ବେଗୁନିଆ (ବାପା ଜାନକୀ ଏଠାରୁ ଦୁଇ ଥର ବିଧାୟକ ଥିଲେ)ରୁ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ । ତେବେ ପ୍ରାରମ୍ଭିକ ଭାବେ ସେ ନିର୍ବାଚନ ଲଢ଼ିବାକୁ ଇଚ୍ଛୁକ ଥିବା ବେଳେ ପରେ ଓହରି ଯାଇଥିଲେ ।

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଥିବା ସୌମ୍ୟଙ୍କ ବଡ଼ ଭାଇ ନିରଞ୍ଜନ ଘଷିପୁରା ଓ ଭଣ୍ଡାରୀପୋଖରୀ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ନିରଞ୍ଜନଙ୍କ ପୁଅ ନବଜ୍ୟୋତି ରାଜନୀତିରେ ପ୍ରବେଶ କରି ବାଲେଶ୍ୱର ସଂସଦୀୟ ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି । ଜାନକୀଙ୍କ ତିନିଟି ଯାକ ପାଳିରେ ନିରଞ୍ଜନ ତାଙ୍କ କ୍ୟାବିନେଟରେ ମନ୍ତ୍ରୀ ହୋଇଥିଲେ ।

ସୌମ୍ୟ ଓ ନିରଞ୍ଜନଙ୍କ ପଟ୍ଟନାୟକ ପରିବାରର ମାଇନିଂ ଠାରୁ ଆରମ୍ଭ କରି ଅଟୋମୋବାଇଲ, ରିୟଲ ଇଷ୍ଟେଟରୁ ମିଡିଆ, ଶିକ୍ଷା ଠାରୁ ସିଫୁଡ ଆଦି କ୍ଷେତ୍ରରେ ବ୍ୟବସାୟ ରହିଛି ।

ପଟ୍ଟନାୟକମାନେ ଜାତିରେ କରଣ । ଏହି ଉଚ୍ଚଜାତି ଓଡ଼ିଶା ଜନସଂଖ୍ୟାର ଏକ ଭାଗରୁ ବି କମ୍ ହୋଇଥିଲେ ବି ରାଜ୍ୟ ରାଜନୀତିରେ ସେମାନଙ୍କ ପ୍ରଭୁତ୍ୱ ବିସ୍ତାର କରିଛନ୍ତି । କାରଣ, ଜାତିଆଣ ଭିତ୍ତିରେ ଓଡ଼ିଶାରେ ଭୋଟ ହୁଏ ନାହିଁ । ଓଡ଼ିଶା ଜନସଂଖ୍ୟାର ୨୨.୮୫% ଅନୁସୂଚିତ ଜନଜାତି, ୧୭.୧୩% ଅନୁସୂଚିତ ଜାତି ଓ ପଛୁଆ ବର୍ଗ ୫୪% ।

ସ୍ୱାଧୀନତା ପରେ ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ବଂଶବାଦ ରାଜନୀତି କାୟା ବିସ୍ତାର କରିଛି । ରାଜନୈତିକ ସ୍ଥାନ ହାସଲ ପ୍ରତିଯୋଗିତାରେ ନେତାମାନେ କ୍ଷମତା ବଜାୟ ରଖିବାକୁ ଯଥାସାଧ୍ୟ ଉଦ୍ୟମ କରନ୍ତି ବୋଲି କହିଛନ୍ତି ଉକ୍ରଳ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଅମରେଶ୍ୱର ମିଶ୍ର ।

ଏଭଳି ସମାନ ପରିସ୍ଥିତି ପରିବାର ରାଜନୀତିକୁ ନିୟନ୍ତ୍ରଣ କରୁଥିବା ଆଉ କିଛି ରାଜ୍ୟ ଯେପରିକି ବିହାର, ତାମିଲନାଡୁ, ଆନ୍ଧ୍ରପ୍ରଦେଶରେ ମଧ୍ୟ ଦେଖାଯାଏ ବୋଲି କହିଛନ୍ତି ସମ୍ବଲପୁର ବିଶ୍ୱବିଦ୍ୟାଳୟର ସୋସିଓଲଜି ବିଭାଗର ଅବସରପ୍ରାପ୍ତ ପ୍ରଫେସର ଶୁକଦେବ ନାୟକ ।

ଲୋକାଲ ୱାୟାର

Filed Under: Election-2019, Odia, Special, ରାଜନୀତି Tagged With: Election-2019, Special, ଓଡିଶା, ଭୁବନେଶ୍ୱର, ରାଜନୀତି

ବିଜେଡିର ଗଡ଼ ଆସିକାରେ ଟକ୍କର ଦେଉଛନ୍ତି ସିପିଆଇ, କଂଗ୍ରେସ

April 10, 2019 By LocalWire Leave a Comment

ଆସିକା, ଏପ୍ରିଲ ୧୦(ଲୋକାଲ ୱାୟାର): ବିଗତ ଦୁଇ ଦଶନ୍ଧି ଧରି ଆସିକା ଲୋକସଭା ଆସନ ବିଜେଡିର ଗଡ଼ ଭାବେ ପରିଚିତ ହୋଇଛି ।

ଆଠଟି ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି । କଂଗ୍ରେସ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହୋଇଥିଲେ ମଧ୍ୟ ବିଜୟର ସ୍ୱାଦ ପାଇବା କଷ୍ଟ ହୋଇଛି ସର୍ବଦା ।

ଏଥର କିନ୍ତୁ କଂଗ୍ରେସ ଏହି ଆସନରେ ସିପିଆଇ ସହ କରିଛି ମେଣ୍ଟ ଏବଂ ଆସନ ମଧ୍ୟ ସିପିଆଇ ପ୍ରାର୍ଥୀଙ୍କୁ ଛାଡ଼ି ଦେଇଛି । ତେଣୁ ଏଠାରେ ମୈଦାନରେ ମୁଖ୍ୟତଃ କଂଗ୍ରେସ, ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ଚାଲିଛି ।

ବିଜେଡିରୁ ପ୍ରମିଳା ବିଶୋୟୀ, ସିପିଆଇରୁ ରାମକୃଷ୍ଣ ପଣ୍ଡା ଏବଂ ବିଜେପିରୁ ଅନିତା ଶୁଭଦର୍ଶିନୀ ଆସିକା ମୈଦାନରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି ।

ଖଲ୍ଲିକୋଟ, କବିସୂର୍ଯ୍ୟନଗର, ଆସିକା, ପୋଲସରା, ସୋରଡ଼ା, ସାନଖେମୁଣ୍ଡି ଏବଂ ହିଞ୍ଜିଳି ବିଧାନସଭା କ୍ଷେତ୍ରକୁ ନେଇ ଏହି ଲୋକସଭା ଆସନ ଗଠିତ ।

୨୦୧୯ ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆସିକା ଆସନରେ ରାଜନୀତିରେ ସମ୍ପୂର୍ଣ୍ଣ ନବାଗତା ପ୍ରମିଳା ବିଶୋୟୀଙ୍କୁ ଛିଡ଼ା କରାଇ ସମସ୍ତଙ୍କୁ ଚକିତ କରିଛନ୍ତି ।

ପ୍ରମିଳା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ କରି ଆସିକା ଅଞ୍ଚଳରେ ପରିଚିତ ହୋଇଥିଲେ ।

ତେବେ ନବୀନଙ୍କ ମହିଳା କାର୍ଡ ରାଜନୀତି ବିଶାରଦମାନଙ୍କୁ ଚକିତ କରିଥିଲେ ବି ମତଦାତା କେତେଦୂର ଏହାକୁ ଗ୍ରହଣ କରିବେ ତାହା କହିବା ମୁସ୍କିଲ୍ ।

ତେବେ ମତଦାତାଙ୍କ ପାଇଁ ପ୍ରମିଳା ନୁହେଁ ବରଂ ନବୀନଙ୍କ ନାମ ହିଁ ଭରସାର ଅନ୍ୟ ରୂପ ବୋଲି କୁହନ୍ତି ବରିଷ୍ଠ ବିଜେଡି ନେତା ।

ଏହି ଲୋକସଭା କ୍ଷେତ୍ରର ହିଂଜିଳି ବିଧାନସଭା ଆସନରୁ ନିଜେ ନବୀନ ପଟ୍ଟନାୟକ ଲଢୁଥିବାରୁ ଏହାର ପ୍ରଭାବ ସମ୍ପୂର୍ଣ୍ଣ ଲୋକସଭା ଆସନରେ ପଡ଼ିବ ବୋଲି କୁହାଯାଉଛି । ୪ଟି ବିଧାନସଭା ଆସନ(ଖଲ୍ଲିକୋଟ, କବିସୂର୍ଯ୍ୟନଗର, ଆସିକା ଓ ସାନଖେମୁଣ୍ଡି)ରେ ଦଳ ମହିଳା ପ୍ରାର୍ଥୀଙ୍କୁ ଉତାରିଛି ।

ଏହା ଦଳର ମହିଳା ଲୋକସଭା ପ୍ରାର୍ଥୀ ପ୍ରମିଳାଙ୍କୁ ସହାୟକ ହେବ ବୋଲି ବିଜେଡିର ଜଣେ ବରିଷ୍ଠ ନେତା କହିଛନ୍ତି ।

ସିପିଆଇ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡାଙ୍କ ଘର ପିତଳ ଗାଁ । ଉଭୟ ସିପିଆଇ ଓ କଂଗ୍ରେସର କର୍ମୀ ହିଁ ତାଙ୍କର ମୁଖ୍ୟ ସମ୍ବଳ ।

ଯଦି କଂଗ୍ରେସ କର୍ମୀମାନେ ତାଙ୍କୁ ଗ୍ରହଣ କରନ୍ତି ତେବେ ସେ ବିଜେଡିକୁ କଡ଼ା ଟକ୍କର ଦେବା ନିଶ୍ଚିତ ।

ଏହି ଲୋକସଭା ଆସନରେ ପୂର୍ବରୁ ସିପିଆଇର ପ୍ରଭାବ ରହି ଆସିଛି । ୧୯୯୯ ନିର୍ବାଚନରେ ବିଜେଡିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିଲେ ସିପିଆଇ ନେତା ଦ୍ୱିତୀକୃଷ୍ଣ ପଣ୍ଡା ।

୪ଟି ବିଧାନସଭା ଅଞ୍ଚଳରେ ଦଳର ମଜବୁତ କର୍ମୀ ରହିଛନ୍ତି । ଏଥିସହ କଂଗ୍ରେସ କର୍ମୀଙ୍କ ସହାୟତା ମିଳିଗଲେ ବିଜୟ ନିଶ୍ଚିତ ବୋଲି କୁହନ୍ତି ଦଳର ପ୍ରାର୍ଥୀ ରାମକୃଷ୍ଣଙ୍କ ସମର୍ଥକ ।ବିଜେପି ପ୍ରାର୍ଥୀ ଅନିତା ଶୁଭଦର୍ଶିନୀ ରାଜନୀତି ପରିବାରରୁ ଆସିଛନ୍ତି ।

ତାଙ୍କ ପିତା ରାମକୃଷ୍ଣ ପଟ୍ଟନାୟକ ୬ ଥର ବିଧାୟକ ନିର୍ବାଚିତ ହେବା ସହ କେଇଥର ମନ୍ତ୍ରୀ ମଧ୍ୟ ହୋଇଛନ୍ତି । ପ୍ରବୀଣ ରାଜନେତା ଭାବେ ସେ ଅଞ୍ଚଳରେ ବେଶ୍ ପରିଚିତ ମୁହଁ । ମା’ କୁମୁଦିନୀ ପଟ୍ଟନାୟକ ପୂର୍ବତନ ସାଂସଦ ଭାବେ ପରିଚିତ ।

କଂଗ୍ରେସର ନିଜସ୍ୱ ପ୍ରାର୍ଥୀ ନଥିବାରୁ ଏବଂ ବିଜେଡି ପ୍ରାର୍ଥୀ ଚୟନରେ ଥିବା ଅସନ୍ତୋଷକୁ ସେ ପାଥେୟ କରି ଆସିକା ଆସନରେ ପଦ୍ମ ଫୁଟାଇବାକୁ ଆଶା ବାନ୍ଧିଛନ୍ତି । ରାମକୃଷ୍ଣ ଜଣେ ପୁରୁଣା ବିଜୁ ସହଯୋଗୀ ହୋଇଥିବାରୁ ପକ୍କା ବିଜୁ ପ୍ରେମୀମାନେ ତାଙ୍କ ଝିଅଙ୍କୁ ସମର୍ଥନ କରିବେ ବୋଲଚି ଅନିତାଙ୍କ ସମର୍ଥକମାନେ କୁହନ୍ତି ।

ଅତୀତରେ ଏହି ଆସନରୁ ବିଜୁ ପଟ୍ଟନାୟକ ଥରେ ଏବଂ ନବୀନ ପଟ୍ଟନାୟକ ତିନି ଥର ନିର୍ବାଚିତ ହୋଇଛନ୍ତି ।

ଏଥିସହ ଭିନ୍ନ ଭିନ୍ନ ସମୟରେ ଦୂତିକୃଷ୍ଣ ପଣ୍ଡା, ମୋହନ ନାୟକ, ଅନନ୍ତ ତ୍ରିପାଠୀ ଶର୍ମା, ରାମଚନ୍ଦ୍ର ରଥ, ସୋମନାଥ ରଥ, ଅନନ୍ତ ନାରାୟଣ ସିଂଦେଓ, କୁମୁଦିନୀ ପଟ୍ଟନାୟକ, ହରିହର ସ୍ୱ।।ଇଁ, ନିତ୍ୟାନନ୍ଦ ପ୍ରଧାନ, ଲଡ଼ୁକିଶୋର ସ୍ୱାଇଁ ପ୍ରମୁଖ ନିର୍ବାଚିତ ହୋଇଛନ୍ତି ।

ଏଥର ଏହି କ୍ଷେତ୍ରର ଭୋଟର କାହା ଉପରେ ଭରସା କରି ତାଙ୍କୁ ସଂସଦକୁ ପଠାଇବେ ତାହା ହିଁ କେବଳ ଭୋଟ ଗଣତି ପରେ ସ୍ପଷ୍ଟ ହୋଇପାରିବ ।

ଲୋକାଲ ୱାୟାର

Filed Under: Election-2019, Odia, Special, ରାଜନୀତି Tagged With: Election-2019, Special, ଆସିକା, ଓଡିଶା, ରାଜନୀତି

ଭୁବନେଶ୍ବରକୁ ସ୍ମାର୍ଟ ସିଟିର ମାନ୍ୟତା ମିଳିଛି କିନ୍ତୁ ଲୋକଙ୍କ ମୌଳିକ ସମସ୍ୟା ସମାଧାନ ହୋଇନି: ଅପରାଜିତା (ସାକ୍ଷାତକାର)

April 10, 2019 By Paresh Kumar Leave a Comment

ଭୁବନେଶ୍ବର, ଏପ୍ରିଲ ୧୦ (ଲୋକାଲ ୱାୟାର), ଭୁବନେଶ୍ୱର କୁ ସ୍ମାର୍ଟ୍ ସିଟି ର ମାନ୍ୟତା ମିଳିଥିଲେ ମଧ୍ୟ ଏହି ସହରରେ ରହୁଥିବା ଲୋକମାନଙ୍କର ମୌଳିକ ସମସ୍ୟା ର ସମାଧାନ ହୋଇନାହିଁ କହିଛନ୍ତି ଭାରତୀୟ ଜନତା ପାର୍ଟି ତରଫରୁ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଲୋକସଭା ପ୍ରାର୍ଥୀ ଭାବରେ ଲଢୁଥିବା ଅପରାଜିତା ଷଡଙ୍ଗୀ।

ପ୍ରଶାସିକାରୁ ରାଜନେତା ହୋଇଥିବା ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ସବୁଠାରୁ ବେଶୀ ସମସ୍ୟାର ସାମନା କରୁଛନ୍ତି ବସ୍ତିରେ ରହୁଥିବା ପରିବାର ।

ସେମାନଙ୍କ ଜୀବନଶୈଳୀରେ କିପରି ପରିବର୍ତ୍ତନ ହୋଇପାରିବ ସେଥିପ୍ରତି ଦ୍ରୁଷ୍ଟି ଦେବେ ବୋଲି ସେ ଲୋକାଲ ୱାୟାର ପ୍ରତିନିଧି ପରେଶ କୁମାରଙ୍କ ସହ ଏକ ସାକ୍ଷାତକାରରେ କହିଛନ୍ତି।

ରାଜଧାନୀର ଗଳି କନ୍ଦି ରାସ୍ତାର ଅବସ୍ଥା ଠିକ ନାହିଁ ଓ ସେ ସବୁ ସଜଡ଼ା ଯିବ ।
ଗତ କିଛି ବର୍ଷ ହେବ ଭୁବନେଶ୍ୱରର ବାସିନ୍ଦା ଡ୍ରେନେଜ ସମସ୍ୟାକୁ ସାମନା କରୁଛନ୍ତି ଓ ସେ ଯଦି ନିର୍ବାଚିତ ହୁଅନ୍ତି ସେ ତାର ସ୍ଥାୟୀ ସମାଧାନ କରିବ ପାଇଁ ଉଦ୍ୟମ କରିବେ ।

ଭୁବନେଶ୍ୱର ସବୁ ବଡ଼ ନାଳକୁ ଗଙ୍ଗୁଆ ନଦୀ ସହ ସଂଯୋଗ କରିବା ତାଙ୍କର ପ୍ରାଥମିକ କାର୍ଯ୍ୟ ହେବ ବୋଲି ସେ କହିଛନ୍ତି।

ଭୁବନେଶ୍ୱର କୁ ସ୍ମାର୍ଟ୍ ସିଟି ତାଲିକାରେ ପ୍ରଥମ ସ୍ଥାନରେ ରହିଥିବା କହି ଲୋକଙ୍କୁ ଭୁଆଁ ବୁଲାଇବା ରାଜ୍ୟର ବିଜେଡି ସରକାର ବନ୍ଦ କରୁ ବୋଲି ସେ କହିଛନ୍ତି।

ରାଜ୍ୟ ସରକାର ଭୁବନେଶ୍ୱର କୁ ସ୍ମାର୍ଟ୍ ସିଟି ତାଲିକାରେ ସ୍ଥାନ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ।

କେନ୍ଦ୍ର ସରକାର ଏହି ଅନୁରୋଧକୁ ରକ୍ଷା କରି ଶିଶୁଭବନ ଛକ ରୁ ବାଣୀବିହାର ଛକ ପର୍ଯ୍ୟନ୍ତ କେବଳ ସ୍ମାର୍ଟ୍ ସିଟି ଭାବରେ ଗଣା ଯିବ ବୋଲି ଜଣାଇଛନ୍ତି।

ଶ୍ରୀମତୀ ଷଡଙ୍ଗୀ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ରାଜ୍ୟକୁ ଦେଉଥିବା ସମସ୍ତ ଅର୍ଥକୁ ନିଜ ନାମରେ ନାମିତ କରି ପ୍ରଚାର ଦ୍ଵାରା ଲୋକ ମାନଙ୍କୁ ଭୁଆଁ ବୁଲାଉଛନ୍ତି।

ସାଂସଦ ଭାବରେ ବିଜୟୀ ହେଲେ ସର୍ବ ପ୍ରଥମେ ସହରକୁ ସ୍ମାର୍ଟ ନ କରି ଲୋକଙ୍କୁ ସ୍ମାର୍ଟ୍ କରିବା ଉପରେ ଧ୍ୟାନ ଦେବେ ବୋଲି ସେ କହିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା କ୍ୟାଡ଼ରର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀମତୀ ଷଡ଼ଙ୍ଗୀ ନିଜର ୨୪ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଅନେକ ଲୋକ ପ୍ରିୟ ନିଷ୍ପତ୍ତି ନେଇ ସବୁବେଳେ ଚର୍ଚ୍ଚା ରେ ରହି ଆସିଥିଲେ।

ଗତ ବର୍ଷ ନଭେମ୍ବରରେ ଅଚାନକ ଚାକିରିରୁ ସ୍ଵେଚ୍ଛାକୃତ ଭାବରେ ଅବସର ନେଇ ଜାତୀୟ ଦଳ ବିଜେପି ରେ ଯୋଗ ଦେବାପରେ ସମସ୍ତଙ୍କୁ ସେ ଚକିତ କରିଦେଇଥିଲେ।

ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ସ୍ୱଚ୍ଛ ଏବଂ ଦକ୍ଷ ନେତୃତ୍ୱ ଦ୍ଵାରା ସେ ପ୍ରଭାବିତ ହୋଇ ବିଜେପି ରେ ଯୋଗ ଦେଇଥିବା କହିଛନ୍ତି ।

ନବରଂଗପୁର ଜିଲ୍ଲାପାଳ ଭାବେ ଶ୍ରୀମତୀ ଷଡ଼ଙ୍ଗୀ ଜିଲ୍ଲାରେ ମହିଳାଙ୍କ ମଧ୍ୟରେ ମଦର କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରି ମଦର ପ୍ରସ୍ତୁତି ଓ ବିକ୍ରି ଉପରେ ଅଙ୍କୁଶ ଲଗାଇବା, ଶିକ୍ଷା ସଚିବ ଭାବେ ଶିକ୍ଷୟିତ୍ରୀଙ୍କ ପାଇଁ ଡ୍ରେସ କୋଡର ପ୍ରଚଳନ କରିବା ଓ ମିଶନ ଶକ୍ତି ଜରିଆରେ ରାଜ୍ୟରେ ମହିଳାଙ୍କୁ ଶଶକ୍ତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରି ଲୋକପ୍ରିୟ ହୋଇଥିଲେ ।

ଭୁବନେଶ୍ବରର ମୁନିସପାଲ କମିଶନର ଭାବେ ସହରରର କାୟାକଳ୍ପର ପୁନର୍ବିନ୍ୟାସ କରିବା ଓ ଉଠା ଦୋକାନୀଙ୍କୁ ଭେଣ୍ଡିଙ୍ଗ ଜୋନ ତିଆରି କରି ଥଇଥାନ କରିବାରେ ତାଙ୍କ ଭୂମିକା ଯୋଗୁଁ ଉଛ ପ୍ରଶଂସିତ ହୋଇଥିଲେ ।

ଲୋକାଲ ୱାୟାର

Filed Under: Interview, Odia, Special Tagged With: Interview, Special, ଓଡିଶା, ଭୁବନେଶ୍ୱର, ସାକ୍ଷାତକାର

  • « Go to Previous Page
  • Go to page 1
  • Interim pages omitted …
  • Go to page 58
  • Go to page 59
  • Go to page 60
  • Go to page 61
  • Go to page 62
  • Interim pages omitted …
  • Go to page 72
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire