• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

Special

Hard work made all the difference, says Somalin who cracked civil services (Interview)

April 7, 2019 By Pratika Priyadarshini Leave a Comment

Bhubaneswar, April 7 (LocalWire): Somalin Subhadarshini is among 16 candidates from Odisha who has cracked the UPSC civil services exam 2018.

LocalWire’s Pratika Priyadarshini spoke to her, who has been ranked 478, about her preparation and what motivated her to take the exam after the results were declared on Friday.

Here are the excerpts of the interview:

Q. What was your reaction when you first came to know about your result?

A. I couldn’t believe. I was speechless. I thought I may have wrongly seen my roll number.

So I called up three to four people to recheck and confirm it.

Q. Why did you choose civil services?

A. I wanted to do this since I was a child. This job attracted me because of the power it holds to make a difference in the lives of the people.

It gives us an opportunity to improve the living standards of people.

Q. How did you prepare for the exam?

A. The strategy is to revise again and again. Made short notes that are easy to revise later on. And hard work, consistency and perseverance are the key pillars.

Q. How many hours did you put daily for the preparation?

A. There’s no fixed hours, but on an average, I gave seven to eight hours daily.

What matters is the quality of time rather than quantity.

For time management, I used to write my daily targets on my diary.

Q. Did you attend any coaching institute?

A. Yes, I attended two coaching institutes; Aptip Academy in Odisha and Vajirao Institute in Delhi.

Q. How did your family support you?

A. My parents motivated me a lot during my preparation.

My father and mother are guiding force behind my success.

It’s a joint success of both family and me.

Q. Do you think there’s more competition today for the exam?

A. The competition is definitely increasing as it is one of the most prestigious jobs in the country.

Lakhs of students appear for the exam.

Q. Any advice to civil services aspirants?

A. Don’t take civil services simply as a profession, but contribute and help in bettering the society.

Q. Can you share a little bit about yourself?

A. I am from Tirtol in Jagatsinghpur district. My father Bipin Bihari Barik and mother Nalini Barik both are lecturers.

My parents have guided me in every step of my preparation and to meet my targets. I am the second of 3 siblings.

They all supported me a lot during my struggling days.

I have done my schooling in Anugul and graduated as an electronics & telecommunication engineer.

I worked at TCS in Bhubaneswar.

LocalWire

Filed Under: English, Special Tagged With: Bhubaneswar, Interview, Odisha, Special

ଦୃଢ଼ ମନୋବଳ ଓ ପରିଶ୍ରମର ପରିସମାପ୍ତି ସନ୍ତୋଷଜନକ ହୋଇଥାଏ : ନବଲ କୁମାର ଜୈନ (ସାକ୍ଷାତକାର)

April 7, 2019 By Ashmeera kanungo 1 Comment

ଭୁବନେଶ୍ୱର, ଏପ୍ରିଲ ୭ (ଲୋକାଲ୍ ୱାୟାର): କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସସି) ଦ୍ୱାରା ପରିଚାଳିତ ସିଭିଲ୍ ସର୍ଭିସ ପରୀକ୍ଷା ୨୦୧୮ର ଫଳ ଶୁକ୍ରବାର ପ୍ରକାଶ ପାଇଛି ।

ଏଥିରେ ଅନେକ ଓଡ଼ିଆ ପରୀକ୍ଷାର୍ଥୀଙ୍କୁ ସଫଳତା ମିଳିଛି । ସେମାନଙ୍କ ମଧ୍ୟରେ କଣ୍ଟାବାଞ୍ଜିର ନବଲ କୁମାର ଜୈନ ଅନ୍ୟତମ ।

ନିଜ ଗାଁରୁ ହିଁ ପ୍ରଶାସନିକ ବିଭାଗର ଦକ୍ଷ ଅଧିକାରୀ ହେବାର ସ୍ୱପ୍ନ ଦେଖିଥିବା ନବଲ କୁମାର ଆଜି ସିଭିଲ୍ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସାରା ଦେଶରେ ୩୫୦ ତମ ସ୍ଥାନ ଅଧିକାର କରିଛନ୍ତି ।

ତାଙ୍କ ସଫଳତାର ବାର୍ତ୍ତା ଓ ଆନନ୍ଦକୁ ଲୋକାଲ୍ ୱାୟାର ପ୍ରତିନିଧି ଅଶ୍ମୀରା କାନୁନଗୋ ଙ୍କ ସହିତ ବାଣ୍ଟିଥିଲେ ଯାହାକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା…..

ପ୍ର: ଆମ ରାଜ୍ୟରେ ଜଣେ ପିଲା ପ୍ରଶାସନିକ ପରୀକ୍ଷା ଦେବାକୁ ଚାହିଁଲେ କିପରି ଭାବେ ପ୍ରସ୍ତୁତି କରିବା ଦରକାର ?

ଉ. ପ୍ରଥମତଃ ଓଡ଼ିଶାରେ କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସସି) ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀମାନେ ସେଭଳି ସଚେତନ ନଥାନ୍ତି ।

କୌଣସି ପିଲା ମଧ୍ୟରେ ଦକ୍ଷତାର ଅଭାବ ନଥାଏ । କିନ୍ତୁ ସେହି ଦକ୍ଷତାକୁ ବୁଝି ସେ ଦିଗରେ ଆଗେଇବାର ଆବଶ୍ୟକତା ରହିଛି ।

ଆମ ରାଜ୍ୟର ଯଦି କେହି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥାଆନ୍ତି ତେବେ ନିଜ ମନୋବଳକୁ ପ୍ରଥମେ ସୁଦୃଢ଼ କରନ୍ତୁ ।

ଦିନରେ ଛଅ ଘଂଟା ପଢ଼ୁଥିଲେ ନିଜ ପରିଶ୍ରମର ମୂଲ୍ୟକୁ ଆକଳନ କରି ଆଗକୁ ଅଗ୍ରସର ହୁଅନ୍ତୁ ।

ପ୍ର: ଆପଣ କେଉଁଠାରେ ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ?

ଉ. ମୁଁ କଣ୍ଟାବାଞ୍ଜି କଲେଜରେ ବାଣିଜ୍ୟରେ ସ୍ନାତକ ଶେଷ କରିବା ପରେ ୨୦୧୬ରେ ଚାର୍ଟାର୍ଡ ପାଇଁ ପ୍ରସ୍ତୁତି କରିଥିଲୋ

ଏହାପରେ ୨୦୧୭ରେ ସିଭିଲ ସର୍ଭିସ ପରୀକ୍ଷା ଦେବି ବୋଲି ସ୍ଥିର କରି ଦିଲ୍ଲୀରେ ହିଁ ରହି ପ୍ରସ୍ତୁତି ଆରମ୍ଭ କରିଥିଲି ।

ପ୍ର: ଓଡ଼ିଶାରେ ପଢ଼ିବା କ’ଣ ସମ୍ଭବ ନୁହେ?

ଉ. ସବୁକିଛି ନିର୍ଭର କରେ ନିଜ ଇଚ୍ଛାଶକ୍ତି ଉପରେ । ମୋର କେତେଜଣ ବନ୍ଧୁ ଦିଲ୍ଲୀରେ ରହି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବାରୁ ମତେ ଲାଗିଥିଲା ମୁଁ ବି ସେମାନଙ୍କ ସାଙ୍ଗରେ ରହି ପଢ଼ିଲେ ହୁଏତ ମୋର ଆଶା ଓ ଆକାଂକ୍ଷା ଶୀଘ୍ର ପୂରଣ ହୋଇପାରିବ ।

ଯେଉଁଠି ପଢ଼ିଲେ ମଧ୍ୟ ନିଜ ପରିଶ୍ରମର ଆକଳନ କରିପାରିଲେ ତାହାର ଫଳ ଦିନେ ନା ଦିନେ ନିଶ୍ଚିତ ଭାବେ ମିଳିବ ।

ପ୍ର: ଆପଣ କେତେ ସମୟ ପଢ଼ାପଢ଼ି କରୁଥିଲେ?

ଉ. ମୋର ଯୁକ୍ତ ତିନି ବାଣିଜ୍ୟ ଥିଲା ଓ ମୁଁ ଚାଟାର୍ଡ କରିଥିବାରୁ ବାଣିଜ୍ୟକୁ ବିଷୟବସ୍ତୁ ଭାବେ ଚୟନ କରି ପରୀକ୍ଷା ଦେଇଥିଲିା ମୋର ସାକ୍ଷାତକାର ମଧ୍ୟ ବାଣିଜ୍ୟଭିିତ୍ତିକ ଥିଲା ।

ସତ କହିବାକୁ ଗଲେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ଇଚ୍ଛା ଏତେ ପ୍ରବଳ ଥିଲା ଯେ ଦୈନିକ ୧୦ରୁ ୧୨ ଘଂଟା ନ ପଢ଼ିଲେ ମତେ ଆତ୍ମସନ୍ତୋଷ ମିଳୁନଥିଲା ।

ପ୍ର: ଦକ୍ଷ ପ୍ରଶାସନିକ ଅଧିକାରୀ ହେବାର ପ୍ରେରଣା କେଉଁଠାରୁ ପାଇଲେ?

ଉ. ଭଲ ଚାକିରି କରିବି ବୋଲି ପିଲାଦିନରୁ ଇଚ୍ଛା ଥିଲା । ବାପା ମତେ ପାଠପଢ଼ାରେ ଅନେକ ସହଯୋଗ କରିଆସିଛନ୍ତି ।

କିନ୍ତୁ ମୋ ଗାଁର ୨-୩ ଜଣ ପିଲା ପରୀକ୍ଷା ପାଇଁ ପ୍ରସ୍ତୁତି କରି ସଫଳ ହେବା ପରେ ସେମାନଙ୍କୁ ଦେଖି ମୁଁ ବି ପ୍ରଶାସନିକ ଅଧିକାରୀ ହେବାର ସ୍ୱପ୍ନ ଦେଖିଲି ।

ପ୍ର: ଘରେ କିଏ ଅଛନ୍ତି । ଆପଣଙ୍କୁ କିଭଳି ଭାବେ ସେମାନେ ସହଯୋଗ କରନ୍ତି?

ଉ. ଘରେ ବାପା, ମା ଓ ଦୁଇ ଭଉଣୀ ଅଛନ୍ତି । ବାପା ଓ ମା ମତେ ସବୁବେଳେ ସହଯୋଗ କରିଆସିଛନ୍ତି ।

ସେମାନେ ହିଁ ମତେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଉତ୍ସାହିତ କରିଛନ୍ତି ।

ଲୋକାଲ ୱାୟାର

Filed Under: Odia, Special, ଶିକ୍ଷା Tagged With: Special, ଓଡିଶା, ଭୁବନେଶ୍ୱର, ଶିକ୍ଷା, ସାକ୍ଷାତକାର

ନିର୍ବାଚନରେ ପୁଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ, ଶାନ୍ତିପୂର୍ଣ୍ଣ ନିର୍ବାଚନ ଆମ ଲକ୍ଷ୍ୟ: ଡିସିପି ଅଖିଳେଶ୍ୱର ସିଂହ (ସାକ୍ଷାତକାର)

April 6, 2019 By Paresh Kumar Leave a Comment

୨୦୧୭ ଜୁନ ମାସରୁ ଅଖିଳେଶ୍ୱର ସିଂହ କଟକ କମିଶନରେଟ ପୁଲିସରେ ଡିସିିପି ଭାବେ କାର୍ଯ୍ୟରତ । ସହର ଓ ଉପକଣ୍ଠ ଅଞ୍ଚଳରେ ଆଇନଶୃଙ୍ଖଳା ରକ୍ଷା ଦିଗରେ ଅନେକ ପଦକ୍ଷେପ ନେଇଥିବା ଶ୍ରୀ ସିଂହଙ୍କ ସହ ଲୋକାଲ ୱାୟାର ପ୍ରତିନିଧି ପରେଶ କୁମାରଙ୍କ ବାର୍ତ୍ତାଳାପ….

ପ୍ରଶ୍ନ : ଲୋକସଭା ନିର୍ବାଚନ ଏବଂ ବିଧାନସଭା ନିର୍ବାଚନରେ ନିର୍ବାଚନ ଆୟୋଗଙ୍କ ଯେତିକି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ, ପୁଲିସର ମଧ୍ୟ ସେତିକି ଗୁରୁଦାୟିତ୍ୱ ରହିଥାଏ। ଏହା ଉପରେ ଆପଣଙ୍କ କ’ଣ ମତ ରହିଛି?

ଉତ୍ତର : ବହୁତ ଦାୟିତ୍ୱ ରହିଛି। ଯେଉଁମାନଙ୍କ ଉପରେ ଅପରାଧିକ ମାମଲା ରହିଛି ସେମାନଙ୍କ ଉପରେ ନଜର ରଖିବାକୁ କୁହାଯାଇଛି।

ଯେଉଁ ମାନଙ୍କର ଆର୍ମ ଲାଇସେନ୍ସ ଅଛି ସେମାନେ ଆର୍ମ ଜମା କରିବେ। ଯେଉଁମାନେ ଅଭ୍ୟାସଗତ ଅପରାଧୀ ଅଛନ୍ତି ସେମାନଙ୍କ ଉପରେ ସିଆରପିସି ୧୦୭ ଏବଂ ୧୧୦ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଯେଉଁମାନଙ୍କ ନାମରେ ଏତଲା ରହିଛି ସେମାନଙ୍କ ଉପରେ ନଜର ରଖାଯିବ। ଯଦି କୌଣସି ସ୍ଥାନରେ ଅର୍ଥ ବଣ୍ଟନ କରାଯାଉଥିବା ସୂଚନା ମିଳିଲା ସେମାନଙ୍କୁ ଗିରଫ କରାଯିବ।

ଏ ସମସ୍ତ ଦିଗରେ ଆମେ କାର୍ଯ୍ୟ କରୁଛୁ । ଡିଜି ଦେଇଥିବା ସମସ୍ତ ଟାର୍ଗେଟ ପୂରଣ କରିବା ସହ ଆମେ ଅଧିକା କାର୍ଯ୍ୟ କରିଛୁ। ନିର୍ବାଚନରେ ପୁଲିସର ଭୂମିକା ଯାହା ଆମେ ତାହା କାର୍ଯ୍ୟ କରୁଛୁ। ଏକ ଶାନ୍ତିପୂର୍ଣ୍ଣ ନିର୍ବାଚନ କରିବା ଆମ ଲକ୍ଷ୍ୟ।

ପ୍ରଶ୍ନ : ନିର୍ବାଚନ ସମୟରେ ପ୍ରାର୍ଥୀମାନଙ୍କ ପ୍ରାଥିପତ୍ର ଦାଖଲ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରଚାର ସମୟରେ ଜନଗହଳି ଦେଖିବାକୁ ମିଳିଥାଏ। କଟକର ଭୌଗଳିକ ସ୍ଥିତି ଅନୁସାରେ ଏହି ଜନଗହଳି ଦ୍ୱାରା ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଛି। ଏତିପ୍ରତି କମିସନରେଟ ପୁଲିସ କ’ଣ ପଦକ୍ଷେପ ନେଉଛନ୍ତି?

ଉତ୍ତର : ନିର୍ବାଚନ କମିଶନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ଜିଲା ନିର୍ବାଚନ ଅଧିକାରୀ ଏକ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ଦ୍ୱାରା ନିର୍ବାଚନୀ ପ୍ରଚାରର ଅନୁମତି ଦେଉଛନ୍ତି। ଏଥିପାଇଁ ଜିଲ୍ଲାପାଳଙ୍କ ସହ ପୁଲିସ ମିଳିତ ଭାବେ କାର୍ଯ୍ୟା କରୁଛି ।

ହଁ ଏହା ସତ କଟକ ପୁରୁଣା ସହର ହୋଇଥିବାରୁ ଏଠାରେ ଏକ ନିର୍ବାଚନ ରାଲି ଆସିଲେ ଟ୍ରାଫିକ ଜାମ ଦେଖିବାକୁ ମିଳୁଛି।

ଗତ ଦୁଇ ଦିନଧରି ଅଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବାରୁ ସହରରେ ଅଧିକ ଭିଡ଼ ଦେଖିବାକୁ ମିଳିଥିଲା। ଅଧିକ ପ୍ରାର୍ଥୀ ନାମାଙ୍କନ କରିବା ସହ କିଛି ପ୍ରାର୍ଥୀ ଅଧିକ ଲୋକ ମଧ୍ୟ ନେଇକି ଆସିଥିଲେ। ଏଥିପ୍ରତି ଦୃଷ୍ଟି ଦିଆଯାଉଛି।

ପ୍ରଶ୍ନ : କିଛିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ଉ ଦ୍ୱାରା ଟଙ୍କା ଜବତ କରାଯାଇଛି। ନିର୍ବାଚନ ସମୟରେ ଏହି ଅର୍ଥବଣ୍ଟନକୁ ନେଇ କଟକରେ କ’ଣ ବ୍ୟବସ୍ଥା କରାଯାଇଛି?

ଉତ୍ତର : ଏ ସମସ୍ତ ଦିଗପ୍ରତି ଆମେ ଦୃଷ୍ଟି ଦେଉଛୁ।ପ୍ରାର୍ଥୀ ମାନଙ୍କ ନାମାଙ୍କନ ଦାଖଲ ପରେ ଏହି ସବୁ ସମସ୍ୟା ବଢି଼ଥାଏ। ସମସ୍ତ ଥାନାର ଆଇଆଇସି ମାନଙ୍କ ସହ କଥା ହୋଇଛୁ, ଏହିସବୁ ଜିନିଷ ଦେଖାଗଲେ ସେଥିପ୍ରତି ଦୃଷ୍ଟି ଦିଆଯିବ।

ଫ୍ଲାଇଂ ସ୍କ୍ୱାଡ୍ ଏବଂ ଅନ୍ୟ ସମସ୍ତ ଦଳ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟ କରୁଛନ୍ତି। ଅନ୍ୟ ସମସ୍ତ ଆଇଆଇସି ମାନଙ୍କୁ ଏଥିପ୍ରତି ସଜାଗ ରହିବା ପାଇଁ କୁହାଯାଇଛି।

ପ୍ରଶ୍ନ : ୨୦୧୪ ସାଧାରଣ ନିର୍ବାଚନ ସମୟରେ ଆପଣ ମାଲକାନଗିରି ଭଳି ମାଓପ୍ରବଣ ଅଞ୍ଚଳରେ କାର୍ଯ୍ୟରତ ଥିଲେ, କିନ୍ତୁ ବର୍ତ୍ତମାନ ଆପଣ କଟକ ମହାନଗର ନିଗମରେ କାର୍ଯ୍ୟରତ। ଏହି ଦୁଇଟି ସ୍ଥାନରେ କିଭଳି ନିର୍ବାଚନର ପାର୍ଥକ୍ୟକୁ ଦେଖୁଛନ୍ତି?

ଉତ୍ତର : ମାଲକାନଗିରିରେ ନିର୍ବାଚନ ଅଧିକାରୀ ଏବଂ ପୁଲିସ ମାନଙ୍କୁ ନକ୍ସଲ ଆକ୍ରମଣର ଭୟ ରହିଥିଲା । ସହର ଅଞ୍ଚଳରେ ପୁଲିସ ଉପରେ ନକ୍ସଲ ମାନଙ୍କ ଆକ୍ରମଣର ଭୟ ନାହିଁ। ଏଠାରେ ଅଲଗା ସମସ୍ୟା ରହିଛି। ଏଠାକାର ଲୋକମାନେ ରାଜନୈତିକ ସଚେତନତା ଅବଲମ୍ବନ କରୁଛନ୍ତି, ଯାହା ମାଲକାନଗିରିରେ ଦେଖିବାକୁ ମିଳିନଥାଏ।

ରାଜନୈତିକ ଲୋକମାନଙ୍କ ମଧ୍ୟରେ ଜୋରଦାର ପ୍ରଚାର ଏଠାରେ ଦେଖିବାକୁ ମିଳିଥାଏ। କିନ୍ତୁ ମାଲକାନଗିରିରେ ନିର୍ବାଚନ ସୁରୁଖୁରରେ କରିବା ପାଇଁ ବିଏସଏଫ୍‍, ସିଆରପିଏଫ୍‍, ଏସଓଜି,ପାରା ମିଲିଟାରୀ ଫୋର୍ସଙ୍କୁ ନିୟୋଜିତ କରାଯାଇଥାଏ।

ପ୍ରଶ୍ନ : ନିର୍ବାଚନ ସମୟରେ ପ୍ରାର୍ଥୀମାନେ ସାମାଜିକ ଗଣମାଧ୍ୟମ ବହୁଳ ଭାବରେ ବ୍ୟବହାର କରିଥାନ୍ତି। ଏହିସମୟରେ କିଛି ପ୍ରାର୍ଥୀମାନଙ୍କ ବିରୋଧରେ ମିଥ୍ୟା ପ୍ରଚାର ମଧ୍ୟ କରାଯାଏ। ଏହା ରୋକିବାକୁ କମିସନରେଟ ପୁଲିସ ଦ୍ୱାରା କ’ଣ ପଦକ୍ଷେପ ନିଆଯାଉଛି?

ଉତ୍ତର : କଟକ କମିସନରେଟ ପୁଲିସ କାର୍ଯ୍ୟାଳୟରେ ସୋସିଆଲ ମିଡିଆ ସମ୍ପର୍କିତ ତଦନ୍ତ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇନାହିଁ। ବର୍ତ୍ତମାନ ସୁଦ୍ଧା ସେଭଳି କୌଣସି ଅଭିଯୋଗ ଆସିନାହିଁ। ଆସିଲେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।

ପ୍ରଶ୍ନ : ପୁଲିସର କାର୍ଯ୍ୟଶୈଳୀକୁ ନେଇ ବିଭିନ୍ନ ରାଜନୈତିକ ଦଳ ଅଭିଯୋଗ କରିଆସୁଛନ୍ତି। ଏହାକୁ ନେଇ ଆପଣଙ୍କ ମତ କ’ଣ?

ଉତ୍ତର : ଏ ସମସ୍ତ ଅଭିଯୋଗ ଦଳମାନଙ୍କ ନିଜର ସମସ୍ୟା। ପୁଲିସ ନିରପେକ୍ଷ ଭାବେ ନିଜ କାର୍ଯ୍ୟ କରୁଛି। ଆମେ କେବେ ପକ୍ଷପାତ କାର୍ଯ୍ୟ କରିନାହୁଁ କିମ୍ବା ଭବିଷ୍ୟତରେ ମଧ୍ୟ କରିବୁ ନାହୁଁ।

 

ଯିଏ ବି ଆଇନ ଉଲ୍ଲଙ୍ଘନ କରିବ ତାଙ୍କୁ ଗିରଫ କରାଯିବ ସେ ବିଜେଡି, ବିଜେପି କିମ୍ବା କଂଗ୍ରେସ ହେଉନା କାହିଁକି। ଆଜି ପର୍ଯ୍ୟନ୍ତ ଯାହାକୁ ବି ଧରିଛୁ କୌଣସି ଦଳ ଭିତ୍ତିରେ ଗିରଫ କରିନାହୁଁ କିମ୍ବା ଆଗକୁ ମଧ୍ୟ ଧରିବୁ  ନାହିଁ ।  କୌଣସି ଦଳ କ’ଣ କହିଲା ଆମର ସେଥିରେ କୌଣସି ମତଲବ ନାହିଁ।

ପ୍ରଶ୍ନ : ଓଡ଼ିଶାରେ ୨୦୧୯ ସାଧାରଣ ନିର୍ବାଚନ ରାଜନୈତିକ ଦଳମାନଙ୍କ ମଧ୍ୟରେ ଜୋରଦାର ଲଢେଇ ଦେଖିବାକୁ ମିଳୁଛି। ନିର୍ବାଚନ ସମୟରେ ବହୁ ହିଂସାକାଣ୍ଡ ଏପରିକି ହତ୍ୟାକାଣ୍ଡ ହେଉଥିବା ଦେଖିବାକୁ ମିଳିଥାଏ। ଏହା ଯେପରି ନ ହେବ ସେଥି ପାଇଁ କିଭଳି ଦୃଷ୍ଟି ଦିଆଯାଇଛି?

ଉତ୍ତର : ଏଥିପ୍ରତି ଆମେ ବହୁତ ସଜାଗ ଅଛୁ, ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ପୁଲିସ ସତର୍କ ରହିବା ସହ ଅପରାଧୀଙ୍କ ଉପରେ ନଜର ରଖାଯାଇଛି ।

ଅପରାଧୀମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ପରେ ବି ଆମେ ନିରବରେ ବସିବୁ ନାହିଁ।

ଯଦି ଏଭଳି କିଏ ବି କାର୍ଯ୍ୟ କରିବ ତାହେଲେ ଆଇନ ତା ଅନୁସାରେ କାର୍ଯ୍ୟ କରିବ। କାର୍ଯ୍ୟାନୁଷ୍ଠାନରୁ ଲୋକେ ଜାଣି ପାରିବେ ।

ପ୍ରଶ୍ନ : ଶାନ୍ତିପୂର୍ଣ୍ଣ ନିର୍ବାଚନ କରିବା ପାଇଁ କଟକ କମିସନରେଟ ପୁଲିସ ତରଫରୁ କ’ଣ ପଦକ୍ଷେପ ନିଆଯାଉଛି?

ଉତ୍ତର : ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ପାଇଁ ଆମେ ପୂର୍ବରୁ ହିଁ ପ୍ରସ୍ତୁତ ଥିଲୁ। ଅପରାଧିକ କାର୍ଯ୍ୟରେ ଲିପ୍ତଥିବା ଲୋକମାନଙ୍କୁ ଚେତାବନୀ କରାଯାଇଛି। ବର୍ତ୍ତମାନ ଆମେ ଏକ ମାସ ମଧ୍ୟରେ ୨୩ଟି ଅସ୍ତ୍ରଶସ୍ତ୍ର ଜବତ କରିଛୁ ।

ଏଥିମଧ୍ୟରେ ୪୨/୪୩ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି। ଏହାବ୍ୟତୀତ ବିଭିନ୍ନ ଅପରାଧିକ ଗୋଷ୍ଠୀକୁ ମଧ୍ୟ ଗିରଫ କରିଛୁ। ବିଭିନ୍ନ ଅପରାଧିକ ଲୋକମାନଙ୍କର ତାଲିକା ପ୍ରସ୍ତୁତ କରାଯାଇଛି।

ସେହି ଲୋକମାନଙ୍କ ଅଞ୍ଚଳ ଆମେ ବୁଲିବୁ ଏବଂ ଲୋକମାନଙ୍କୁ ଚେତାବନୀ ଦବୁ। ନିର୍ବାଚନ ପାଇଁ ଆମେ ପ୍ରାୟତଃ କାର୍ଯ୍ୟ କରିସାରିଛୁ। ଆଉ ଯାହା ବି କାର୍ଯ୍ୟ ଅଛି ତାହା ବହୁତ ଶୀଘ୍ର କରିବୁ।

ଲୋକାଲ ୱାୟାର

Filed Under: Interview, Odia, Special, ବିଶେଷ Tagged With: Special, ବିଶେଷ, ସାକ୍ଷାତକାର

ଭୋଟର ଦ୍ୱନ୍ଦ୍ୱରେ; କାହାକୁ ବାଛିବେ; ନେତା ନା ନୀତି! ସବୁ ବିଗାଡ଼ିଲେ ଦଳଡିଆଁ

April 6, 2019 By LocalWire Leave a Comment

ଭୁବନେଶ୍ୱର, ଏପ୍ରିଲ ୬ (ଲୋକାଲ ୱାୟାର): ୨୦୧୯ର ନିର୍ବାଚନ ରାଜ୍ୟ ରାଜନୀତିରେ ଏକ ନୂଆ ଚିତ୍ର ସୃଷ୍ଟି କରିଛି । ଦଳବଦଳ ନୀତି ଓ ଦଳଡିଆଁଙ୍କ ଭୋଟର ଏବେ ଦ୍ୱନ୍ଦ୍ୱରେ । କାହାକୁ ବାଛିବେ? ନେତା ନା ନୀତି? କିଏ ସେମାନଙ୍କ ସମସ୍ୟା ସମାଧାନ କରିବେ?

ଭାରତୀୟ ରାଜନୀତିରେ ସାଧାରଣତଃ ରାଜନୈତିକ ଦଳ ସୃଷ୍ଟି ହୋଇଥାଏ ଏକ ନିର୍ଦ୍ଦିଷ୍ଟ ନୀତିକୁ ଆଧାର କରି ।

ବିଜେପି (ଭାରତୀୟ ଜନତା ପାର୍ଟି), ବିଜେଡି (ବିଜୁ ଜନତା ଦଳ), କଂଗ୍ରେସ (ଭାରତୀୟ ଜାତୀୟ କଂଗ୍ରେସ), ବିଏସପି (ବହୁଜନ ସମାଜ ପାର୍ଟି), ଏସପି (ସମାଜବାଦୀ ପାର୍ଟି) ଇତ୍ୟାଦି ଇତ୍ୟାଦି.. । ସମସ୍ତ ଦଳର ନୀତି ଓ ଆଦର୍ଶ ଭିନ୍ନ ଭିନ୍ନ ।

ପ୍ରତି ନିର୍ବାଚନରେ ସେମାନେ ନିଜସ୍ୱ ଇସ୍ତାହାର ଏବଂ ପ୍ରତିଶ୍ରୁତି ନେଇ ନିର୍ବାଚନୀ ମୈଦାନରେ ଓହ୍ଲାଇଥାନ୍ତି । ଭୋଟର ସେଥିରୁ ନିଜ ପସନ୍ଦ ଅନୁଯାୟୀ ଆଶା ଓ ଆକାଂକ୍ଷାର ସହ ଭୋଟ ଦେଇଥାନ୍ତି ।

କିନ୍ତୁ ଓଡ଼ିଶାରେ ୨୦୧୯ ବିଧାନସଭା ଓ ସାଧାରଣ ନିର୍ବାଚନର ଦୁନ୍ଦୁଭି ବାଜିବା ପରଠାରୁ ଅନେକ ନେତାଙ୍କ ଚରିତ୍ର ଅଚାନକ ବଦଳି ଯାଇଥିଲା ।

ସେମାନଙ୍କର ଗୋଟିଏ ଲକ୍ଷ୍ୟ ଥିଲା ଟିକେଟ ଏବଂ ୫ ବର୍ଷ ପର୍ଯ୍ୟନ୍ତ କେମିିତି ଚୌକି ସୁରକ୍ଷିତ ରହିବ । ସେମାନଙ୍କ ନିକଟରେ ନା ଜନସେବା ନା ଆତ୍ମବିଶ୍ୱାସ କିଛିର ବି ଲକ୍ଷଣ ନଥିବା ପରି ବୋଧ ହେଲା । ନୀତି ଓ ଆଦର୍ଶ ଯେମିତି ଚୁଲିକି ପଳାଇଲା!

ଏହି ପ୍ରସଙ୍ଗରେ ଲୋକାଲ ୱାୟାର ପକ୍ଷରୁ ଅନେକ ବରିଷ୍ଠ ତଥା ସଚେତନ ନାଗରିକଙ୍କ ମତ ଲୋଡ଼ା ଯାଇଥିଲା ।

ସେମାନେ ରାଜ୍ୟ ରାଜନୀତିର ଏଭଳି ଚିତ୍ର୍ରରେ ଯେତିକି ବିସ୍ମିତ ହୋଇଥିଲେ, ତା’ ଠାରୁ ଅଧିକ କ୍ଷୁବ୍ଧ ମଧ୍ୟ ହୋଇଥିଲେ । କିନ୍ତୁ ମତଦାନର ଅଧିକାର ସାବ୍ୟସ୍ତ କରିବାକୁ ଏହି ଦଳଡିଆଁଙ୍କ ମଧ୍ୟ କାହାକୁ ବାଛିବା ବ୍ୟତୀତ କିଛି ବିକଳ୍ପ ନଥିବା କହି ନାଚାରପଣିଆ ମଧ୍ୟ ଜାହିର କଲେ ।

ଆସନ୍ତୁ ଦେଖିବା ଚଳିତ ନିର୍ବାଚନର ଦଳଡିଆଁ ଚିତ୍ର: ଆନନ୍ଦପୁର, କାକଟପୁର ଓ ତିର୍ତ୍ତୋଲରେ ତିନି ଜଣ ନେତା ଏପରି ଅଲୋଡ଼ା ଉଦାହରଣ ସୃଷ୍ଟି କଲେ, ଯାହାକୁ କି ରାଜନୀତିରେ କଳଙ୍କ କୁହାଯାଇପାରେ ।

ଆନନ୍ଦପୁରରେ ବିଜେପି ଟିକେଟ ପାଇବା ପରେ ବି ଭାଗିରଥୀ ସେଠୀ ବିଜେପିକୁ ପଳାଇଲେ । ସେହିପରି କାକଟପୁରରେ ତୁଷାରକାନ୍ତି ବେହେରା ପଦ୍ମ ଟିକେଟ ପାଇବା ପରେ ବି ବଜେଡିକୁ ଲମ୍ଫ ମାରିଲେ ।
ତିର୍ତ୍ତେର୍ାଲରେ ବିଭୁ ତରାଇ କଂଗ୍ରେସ ଟିକେଟ ପାଇବା ପରେ ବିଜେପିକୁ ପଳାଇଲେ ।

ସେହିପରି ଦଳଡିଆଁ ଭାବେ ଅନ୍ୟ କେତେକ ଉଦାହରଣ: ଭଦ୍ରକ ଲୋକସଭା ଆସନରେ ବିଜେଡିରୁ ଅଧ ଡଜନରୁ ଅଧିକ ଥର ଜିତିବା ପରେ ଅର୍ଜୁନ ସେଠୀ ଏବେ ପୁଅକୁ ଟିକେଟ ମିଳିଲାନି ବୋଲି ସପୁତ୍ରକ ପଦ୍ମ ଦଳକୁ ଡେଇଁ ପଡ଼ିଲେ । ପୁଅ ଅଭିମନ୍ୟୁକୁ ବିଜେପି ଭଦ୍ରକ ଲୋକସଭାରେ ପ୍ରାର୍ଥୀ କଲା ଏବଂ ଅର୍ଜୁନ ଖୁସ୍ ।

ନିଜକୁ ବିଜୁ ପଟ୍ଟନାୟକଙ୍କ ସବୁଠୁ ବଡ଼ ବିଶ୍ୱସ୍ତ ଅନୁଗତ କରୁଥିବା ଡା. ଦାମୋଦର ରାଉତ ବିଜୁ ପରିବାରକୁ ଅଲବିଦା କହି ପୂର୍ବରୁ ତୀବ୍ର ସମାଲୋଚନା କରୁଥିବା ବିଜେପିକୁ ଡେଇଁପଡ଼ିଲେ ।

ନିଜେ ବିଜେପି ଟିକେଟରେ ବାଲିକୁଦା-ଏରସମା ବିଧାନସଭା ଆସନରୁ ପ୍ରାର୍ଥୀ ହେଲେ କିନ୍ତୁ ବିଜେଡିରୁ ପୁଅ ସମ୍ବିତ ପ୍ରାର୍ଥୀ ହୋଇଥିବାରୁ ସେଠି ଶଙ୍ଖ ସପକ୍ଷରେ ଭାଷଣ ଦେଲେଣି ।

ବାଲେଶ୍ୱର ଜିଲ୍ଲାର ପ୍ରବୀଣ ରାଜନେତା ରଘୁନାଥ ମହାନ୍ତି ଟିକେଟ ମିଳିଲାନି ବୋଲି ସବୁ ନୀତି ଆଦର୍ଶକୁ ଜଳାଞ୍ଜଳି ଦେଇ ପଦ୍ମ ଧରିଲେ ଏବଂ ବସ୍ତାରୁ ଟିକେଟ ପାଇ ୨୦ ବର୍ଷ ଧରି ଯାହାର ଗୁଣଗାନ କରୁଥିଲେ ସେହି ବିଜେଡିକୁ ଶତ୍ରୁ କରିଛନ୍ତି ।

ବୈଜୟନ୍ତ ପଣ୍ଡା । ଦିନ ଥିଲା ଶଙ୍ଖ ଦଳର ଅଗ୍ରଣୀ ନେତା ଥିଲେ । ମନାନ୍ତର ହେଲା, ମନ ମିଳିଲା ନାହିଁ । ଦଳରୁ ବିଦାୟ ନେଲେ ଏବେ ବିଜେପିରେ ହୋଇଛନ୍ତି ରାଷ୍ଟ୍ରୀୟ ଉପସଭାପତି ।

ସେତିକି ନୁହେଁ କେନ୍ଦ୍ରାପଡ଼ା ଲୋକସଭା ଆସନରେ ମଧ୍ୟ ବିଜେପି ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ଅନୁଗତ ଏବେ ନୀତି ନା ନେତା ଧରିବେ ଜାଣି ପାରୁନାହାନ୍ତି ।

ଦିନ ଥିଲା ବିଧାନସଭାରେ କଂଗ୍ରେସ ସପକ୍ଷରେ ନବ କିଶୋର ଦାସ ଗର୍ଜନ କରୁଥିଲେ । ବିଜେଡି ଓ ବିଜେପିକୁ ନାକେଦମ୍ କରୁଥିଲେ ।

କିନ୍ତୁ ଏବେ ଆଦର୍ଶ/ନୀତି ବଦଳିଗଲା । ନବୀନ ହେଲେ ଆଦର୍ଶ ଏବଂ ବିଜେଡି ନୀତିକୁ ପ୍ରେମ କଲେ । ଦଳଡିଆଁ ତାଲିକାରେ ଯୋଡ଼ି ହେଲେ । କହିଲେ କର୍ମୀଙ୍କ ଇଚ୍ଛାନୁସାରେ ନିଷ୍ପତ୍ତି ନେଲେ ।

ବାପା ହେମାନନ୍ଦ ବିଶ୍ୱାଳ ଏବେ ବି କଂଗ୍ରେସରେ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ପଦବିରେ ଅଛନ୍ତି । ତାଙ୍କ ଝିଅ ସୁନିତା ବିଶ୍ୱାଳଙ୍କୁ ବାପାଙ୍କ ନୀତି ଭଲ ଲାଗିଲା ନାହିଁ ।

ନବୀନ ହେଲେ ଆଦର୍ଶ ଏବଂ ସେ ମିଶିଲେ ବିଜେଡିରେ, ଆଉ ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ଟିକେଟ ବି ପାଇଲେ ।

ପ୍ରତ୍ୟୁଷା ରାଜେଶ୍ୱରୀ । ସ୍ୱାମୀଙ୍କ ପରଲୋକ ପରେ ବିଜେଡି ତାଙ୍କୁ ପ୍ଲାଟଫର୍ମ ଦେଲା, ରାଜନୈତିକ ପରିଚୟ ଦେଲା ।

୨୦୧୯ରେ ପୁଣି ଟିକେଟ ଆଶାୟୀ ଥିଲେ । ଟିକେଟ ମିଳିଲାନି ବୋଲି ଦଳଡିଆଁ ହେଲେ, ବିଜେପି ହାତ ଧରିଲେ । ଅବଶ୍ୟ ଟିକେଟ ପାଇ ନାହାନ୍ତି, କିନ୍ତୁ ସଙ୍ଗଠନରେ ପଦବି ଦିଆଗଲା ।

କଂଗ୍ରେସରୁ ସୁନ୍ଦରଗଡ଼ର ବିଧାୟକ ଥିଲେ ଯୋଗେଶ ସିଂହ । ଆଗକୁ ବିଜେଡିର ବିଜୟ ସୁନିଶ୍ଚିତ ବୋଲି ଅନୁଭବ କଲେ । ଦଳ ଛାଡ଼ି ଲମ୍ଫ ମାରିଲେ । ଟିକେଟ ବି ପାଇଲେ ।

ସାଲେପୁରର ବିଧାୟକ ପ୍ରକାଶ ବେହେରା । କଂଗ୍ରେସରୁ ମୋହ ତୁଟିଗଲା । ବିଜେଡି କି ବିଜେପି ବହୁ ଦିନ ଭାବିଲେ । ଶେଷରେ ବିଜେପିକୁ ଗଲେ ଏବଂ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ।

ଏତ ଥିଲା ହାତଗଣତି ଉଦାହରଣ । ଯଦି ଚଳିତ ନିର୍ବାଚନ ମୈଦାନରେ ଦଳଡିଆଁଙ୍କ ତାଲିକା ଦେଖିବା, ତାହା ବହୁତ ଲମ୍ବା ।

ସାଂସଦ ବଳଭଦ୍ର ମାଝୀ, ନବୀନ ନନ୍ଦ, କୁସୁମ ଟେଟେ, ରାଜକିଶୋର ଦାସ, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ମୋହନା ବିଧାୟକ ବାସନ୍ତୀ ମଲ୍ଲିକ, ଗୁରୁଉପର ବିଧାୟକ ତ୍ରିନାଥ ଗମାଙ୍ଗ, ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ଆସିକା ବିଧାୟକ ଦେବରାଜ ମହାନ୍ତି ଏବଂ ମୋରଡ଼ା ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଏହି ତାଲିକାରେ ଅଛନ୍ତି ।

ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନା, ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦ, ପୂର୍ବତନ ବିଧାୟକ ଜିତୁ ମିତ୍ର, ବସ୍ତାର ଶ୍ୟାମ ପ୍ରସାଦ ବେହେରା । କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ, ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀ ଚାନ୍ଦ, ବସ୍ତାର ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତି, ସିମୁଳିଆର ପୂର୍ବତନ ବିଧାୟକ ପଦ୍ମଲୋଚନ ପଣ୍ଡା, ବରଗଡ଼ର କଂଗ୍ରେସ ନେତା ସାଧୁ ନେପାକ, ଜି.ଉଦୟଗିରି ବିଧାୟକ ଜାକବ ପ୍ରଧାନ ମଧ୍ୟ ଦଳଡିଆଁ ନୀତିକୁ ଆଦରିଛନ୍ତି ।

ସମ୍ଭବତଃ ଓଡ଼ିଶା ରାଜନୀତିରେ ପୂର୍ବରୁ କୌଣସି ନିର୍ବାଚନରେ ଏତେ ସଂଖ୍ୟକ ନେତା ଦଳଡିଆଁ ତାଲିକାରେ ନାମ ଲେଖାଇ ନଥିଲେ ।

ତେଣୁ ଭୋଟର ଏବେ ଦ୍ୱନ୍ଦ୍ୱରେ ଏହା କିଭଳି ରାଜନୀତି ବୋଲି ଅନେକ ସଚେତନ ନାଗରିକ ପ୍ରଶ୍ନ ମଧ୍ୟ କରିଛନ୍ତି ।

ଲୋକାଲ ୱାୟାର

Filed Under: Election-2019, Odia, Special, ରାଜନୀତି Tagged With: Election-2019, Special, ବରଗଡ, ଭଦ୍ରକ, ଭୁବନେଶ୍ୱର, ଯାଜପୁର, ରାଜନୀତି

ନିର୍ବାଚନ ପୂର୍ବରୁ ଭିତରକନିକା ନିକଟବର୍ତ୍ତୀ ଗାଁଗୁଡ଼ିକୁ ଇକୋ ଟ୍ୟାଗ ପ୍ରଦାନକୁ ନେଇ ଦଳଗୁଡ଼ିକ ମଧ୍ୟରେ ବଳ କଷାକଷି

April 5, 2019 By Ashis Senapati Leave a Comment

କେନ୍ଦ୍ରାପଡ଼ା, ଏପ୍ରିଲ ୫(ଲୋକାଲ ୱାୟାର): ଭିତରକନିକା ଜାତୀୟ ଉଦ୍ୟାନ ନିକଟବର୍ତ୍ତୀ ୧୯୨ଟି ଗାଁକୁ ପରିବେଶ ସମ୍ବେଦନଶୀଳ କ୍ଷେତ୍ର ବା ଇଏସଜେଡ ଭାବରେ ଘୋଷଣା କରିବା ପାଇଁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀର ରାଜନଗର ବିଧାନସଭା କ୍ଷେତ୍ରରେ ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି ।

୧୯୨ଟି ଗାଁର ୪୪୬.୪୦ ବର୍ଗ କିଲୋମିଟର ଅଞ୍ଚଳକୁ ପରିବେଶ ସମ୍ବେଦନଶୀଳ କ୍ଷେତ୍ର ଭାବରେ ଘୋଷଣା ପାଇଁ କେନ୍ଦ୍ର ସରକାର ଜାରି କରିଥିବା ଚାରି ବର୍ଷ ପୁରୁଣା ବିଜ୍ଞପ୍ତିକୁ ଆମେ ବିରୋଧ କରୁଛୁ । କାରଣ ଏହା ଅଞ୍ଚଳର ଭିତ୍ତିଭୂମି ବିକାଶରେ ବାଧକ ହେବ । ଇଏସଜେଡ ଯୋଗୁଁ ସଂରକ୍ଷଣ ନାଁରେ ଭିତରକନିକା ଆଖପାଖର ଲୋକଙ୍କ ବଞ୍ଚିବା କଷ୍ଟକର ହେବ ।

ଆମେ ଏହାକୁ ନିର୍ବାଚନ ପ୍ରସଙ୍ଗ କରି ବିଜେପି ଓ ବିଜେଡି ବିରୋଧରେ ପ୍ରଚାର କରୁଛୁ ବୋଲି କହିଛନ୍ତି ବର୍ତ୍ତମାନର ବିଧାୟକ ତଥା ରାଜନଗରର କଂଗ୍ରେସ ପ୍ରାର୍ଥୀ ଅଂଶୁମାନ ମହାନ୍ତି ।

ଭିତରକନିକାର ଜୈବ ବିବିଧତା ବଜାୟ ରଖିବା ପାଇଁ ଆମେ ବଦ୍ଧ ପରିକର । ତେବେ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ ଯେପରିକି ସେତୁ ନିର୍ମାଣ, କଂକ୍ରିଟ ରାସ୍ତା ନିର୍ମାଣ, ଲୁଣା ବନ୍ଧ ନିର୍ମାଣକୁ ଇଏସଜେଡ ଆଳରେ ବନ୍ଦ କରିବାକୁ କେନ୍ଦ୍ରର ଅଧିକାର ନାହିଁ ବୋଲି ରାଜନଗରର ବିଜେଡି ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ କହିଛନ୍ତି ।

ଏସବୁ ଅଞ୍ଚଳକୁ ଇଏସଜେଡରେ ସାମିଲ କରିବାକୁ କେନ୍ଦ୍ର ସରକାର ଅନ୍ତିମ ବିଜ୍ଞପ୍ତି ଜାରି କରି ଜଙ୍ଗଲ ଅଧିକାର ଆଇନ ଓ ଅନ୍ୟାନ୍ୟ ଆଇନ ଉଲ୍ଲଂଘନ କରିଛନ୍ତି ବୋଲି ସେ କହିଛନ୍ତି ।

ଆମେ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେବୁ, କାରଣ ବିଜେଡି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛି ବୋଲି କହିଛନ୍ତି ଇଶ୍ୱରପୁର ଗାଁର ଅଖିଳ ମଣ୍ଡଳ ।

୨୦୧୫ରେ ମନ୍ତ୍ରାଳୟ ଦ୍ୱାରା ଜାରି ନୂଆ ଇଏସଜେଡ ନିର୍ଦ୍ଦେଶାବଳୀ ଅନୁଯାୟୀ ଏସବୁ ଅଞ୍ଚଳର କାର୍ଯ୍ୟକ୍ରମକୁ ନିୟନ୍ତ୍ରିତ ଓ ଅନୁଧ୍ୟାନ କରି ଆଘାତ ଅବଶୋଷକ ଭାବେ ବ୍ୟବହାର କରାଯିିବ ।

ରାଜନଗରର ପୂର୍ବତନ ବିଧାୟକ ତଥା ବିଜେପି ପ୍ରାର୍ଥୀ ଅଲେଖ ଜେନା କହିଛନ୍ତି ଇଏସଜେଡର ପ୍ରାଥମିକ ଲକ୍ଷ୍ୟ ହେଲା ଭିତର କନିକା ଜାତୀୟ ଉଦ୍ୟାନ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପକୁ ନିୟନ୍ତ୍ରିତ କରି ସଂରକ୍ଷିତ ଅଞ୍ଚଳର ଦୁର୍ବଳ ଜୈବ ବିବିଧତା ଉପରେ ଯେପରି କୁପ୍ରଭାବ ନପଡ଼େ ସେଥିପ୍ରତି ଦୃଷ୍ଟି ଦେବା ।

ଭିତରକନିକା ଜଳାଶୟଗୁଡ଼ିକରେ ରହୁଥିବା ୧୮୦୦ରୁ ଅଧିକ ଲୁଣାଜଳ କୁମ୍ଭୀର, ହେନ୍ତାଳ ବଣ ଓ ଅନ୍ୟ ଜୀବଜନ୍ତୁ ତଥା ଗହୀରମଥାର ଅଲିଭ ରିଡଲେ କଇଁଚ ଇଏସଜେଡ ଦ୍ୱାରା ସଂରକ୍ଷିତ ହେବେ ।

କୌଣସି ରାଜନୈତିକ ଦଳ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିବା ବେଆଇନ । କଂଗ୍ରେସ ଓ ବିଜେଡି ନେତାମାନେ ଇଏସଜେଡ ସଂପର୍କରେ ମିଛ ପ୍ରଚାର କରୁଛନ୍ତି । ସେମାନଙ୍କ ପ୍ରକୃତ ଉଦ୍ଦେଶ୍ୟ ହେଲା ନିର୍ବାଚନ ପୂର୍ବରୁ ବିଜେପିକୁ ନିନ୍ଦିତ କରିବା ବୋଲି ସେ କହିଛନ୍ତି ।

ଲୋକାଲ ୱାୟାର

Filed Under: Election-2019, Odia, Politics, Special Tagged With: Election-2019, Politics, Special, ଓଡିଶା, କେନ୍ଦ୍ରାପଡା, ଭିତରକନିକା

BJD supremo’s hi-tech bus draws people by the drove

April 5, 2019 By Hrusikesh Mohanty Leave a Comment

Berhampur, April 5 (localWire): The specially-designed bus that Chief Minister Naveen Patnaik used to launch his election campaign from Ganjam district on Wednesday was a major attraction for the people.

The bus, fitted with air conditioner, reclining lifts, comfortable sofas, private bedrooms and high-tech toilets with sophisticated interior was a hit during the road show in Berhampur by the BJD supremo.

The reclining lift is also a makeshift stage, with a height of about five-feet, from where the BJD president addressed the people.

The vehicle has glass fitting which allowed the people to see the CM while he was in the vehicle during the road show.

During the road-show he waved hands from inside the vehicle and addressed the public from the makeshift stage of the bus in several places in Berhampur.

Patnaik plans to cover major Assembly constituencies through this special-designed luxury bus. Besides beating the heat, which is around 40 degree celsius in different parts of the state, the vehicle will also help to reach out the people from up close, said a BJD leader.

‘There is no need to construct stages or to make makeshift helipads for the chief minister’s chopper,’ he said. He, however, did not give out the cost details.

The vehicle sports pictures of BJD supremo and the conch, the symbol of the BJD and the Hockey World Cup, held at Bhubaneswar.

A poll observer said these types of buses are very much in demand in the southern states during elections.

‘The leaders, in order to be in close proximity with the electorate, prefer such type of vehicles during the election,’ said Jayant Kumar Mohapatra, a former professor, Berhampur University.

In 1990s, the former chief minister Biju Patnaik rode his non air-conditioned Kalinga Rath, a specially designed vehicle, to reach out to the people during the election period, he said.

LocalWire

Photo -Gopal Reddy

Filed Under: Election-2019, English, Politics, Special Tagged With: Bhubaneswar, Election-2019, Odisha, Politics, Special

ରାଜନୀତି ରଣାଙ୍ଗନରେ ରାଜ ପରିବାର, ହାରଜିତର ଅଙ୍କକଷା ଚାଲିଛି

April 5, 2019 By LocalWire Leave a Comment

ଭୁବନେଶ୍ୱର, ଏପ୍ରିଲ ୫ (ଲୋକାଲ ୱାୟାର): ରାଜ୍ୟ ନାହିିଁ କି ସିଂହାସନ ନାହିଁ । ରାଜ ଦରବାର ନାହିଁ କି କରଦ ରାଜା ବି ନାହାନ୍ତି ।

ତଥାପି ଅଞ୍ଚଳର ଲୋକମାନେ ସେମାନଙ୍କୁ ରାଜପରିବାର ଭାବେ ଦେଇଥାନ୍ତି ସମ୍ମାନ, ସ୍ନେହ ଶ୍ରଦ୍ଧା । ଆଉ ଏହାହିଁ ସେମାନଙ୍କୁ ବାନ୍ଧି ରଖିଛି ଗଣତାନ୍ତ୍ରିକ ପ୍ରକ୍ରିୟାରେ ରାଜନୀତିରେ ।

ସବୁଥର ଭଳି ୨୦୧୯ ନିର୍ବାଚନ ରଣାଙ୍ଗନରେ ମଧ୍ୟରେ ଓଡ଼ିଶାରେ ଅନେକ ରାଜପରିବାରର ସଦସ୍ୟ କରୁଛନ୍ତି ଭାଗ୍ୟ ପରୀକ୍ଷା, ଚାଲିଛି ହାରଜିତର ଅଙ୍କକଷା । ସେମାନଙ୍କ ସମ୍ପର୍କରେ ଏକ ରିପୋର୍ଟ:

ସବୁଠୁ ରୋଚକ ଲଢ଼େଇ ହେଉଛି ଏକଦା ଗଡ଼ଜାତ ରାଜ୍ୟ ଭାବେ ପରିଚିତ ବଲାଙ୍ଗୀରରେ । ଏଠାରେ ପାଟଣାଗଡ଼ ସିଂହଦେଓ ରାଜ ପରିବାରର ୪ ଜଣ ମୁକାବିଲାକୁ ଓହ୍ଲାଇଛନ୍ତି ।

ବଲାଙ୍ଗୀର ରାଜ ପରିବାରର ଅନଙ୍ଗ ଉଦୟ ସିଂହଦେଓଙ୍କ ଦୁଇ ପୁଅ ଏଥର ଲଢ଼େଇକୁ ଓହ୍ଲାଇଛନ୍ତି । ବଡ଼ ପୁଅ ତଥା ସାଂସଦ କଳିକେଶ ସିଂହଦେଓ ଏଥର ପୁଣି ବଲାଙ୍ଗୀର ଲୋକସଭା ଆସନ ପାଇଁ ଲଢ଼ିବାକୁ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ।

ତାଙ୍କ ବିପକ୍ଷରେ ଅଛନ୍ତି ସିଂହଦେଓ ରାଜ ପରିବାରର ଅନ୍ୟ ଜଣେ ସଦସ୍ୟ ଓ ତାଙ୍କ ଭାଉଜ ସଙ୍ଗୀତା ସିଂହଦେଓ ।

ପାଟଣାଗଡ଼ ରାଜା କନକବର୍ଦ୍ଧନ ସିଂହଦେଓଙ୍କ ପତ୍ନୀ ସଙ୍ଗୀତା ଏଥର ବିଜେପି ଟିକେଟରେ ଲଢୁଛନ୍ତି । ଦିଅର-ଭାଉଜଙ୍କ ଭିତରେ ଲଢ଼େଇ ହେବ ।

ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ଉଭୟଙ୍କୁ ଟକ୍କର ଦେବେ ।

ଅନଙ୍ଗ ଉଦୟଙ୍କ ସାନ ପୁଅ ଅର୍କେଶ ନାରାୟଣ ବଲାଙ୍ଗୀର ବିଧାନସଭା ଆସନରୁ ଲଢ଼ିବେ । ସେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ।

ବିରୋଧୀ ଦଳ ନେତା ନରସିଂହ ତାଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବେ । ପାଟଣାଗଡ଼ ରାଜା ହେଭିୱେଟ କନକବର୍ଦ୍ଧନ ସିଂହଦେଓ ପାଟଣାଗଡ଼ରୁ ବିଜେପି ଟିକେଟରେ ପୁଣି ଛିଡ଼ା ହେଉଛନ୍ତି ।

ଦେବଗଡ଼ ରାଜ ପରିବାରର ଦାୟାଦ ନୀତେଶ ଗଙ୍ଗଦେବ ବିଜେପିରୁ ସମ୍ବଲପୁର ଲୋକସଭା ଆସନରେ ପ୍ରାର୍ଥୀ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ନଳିନୀ ପ୍ରଧାନଙ୍କ ସହ ତାଙ୍କର ମୁକାବିଲା ହେବ ।

କଳାହାଣ୍ଡି ରାଜକୁମାର ଅନନ୍ତ ପ୍ରତାପ ଦେଓ ଧର୍ମଗଡ଼ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ହୋଇଛନ୍ତି ।

ଧର୍ମଗଡ଼ ରାଜପରିବାର ଦାୟାଦ ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ବିଜେଡିରୁ କଳାହାଣ୍ଡିରୁ ସାଂସଦ ପ୍ରାର୍ଥୀ ହୋଇଛନ୍ତି ।

ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ କଂଗ୍ରେସର ବରିଷ୍ଠ ନେତା ଭକ୍ତ ଦାସଙ୍କୁ ସେ ମୁକାବିଲା କରିବେ ।

ଆଳି ରାଜ ପରିବାରର ପ୍ରତାପ କେଶରୀ ଦେବ ବିଜେଡି ଟିକେଟ ପାଇ ଆଳିରୁ ପ୍ରାର୍ଥୀ ହୋଇଛନ୍ତି ।

ସାନଖେମୁଣ୍ଡିରୁ ରାଜ ପରିବାର ସଦସ୍ୟ ନଳିନୀ ଦେବୀଙ୍କୁ ବିଜେଡି ଛିଡ଼ା କରାଇଛି । ପାରଳାଖେମୁଣ୍ଡି ରାଜକୁମାରୀ କଲ୍ୟାଣୀ ଗଜପତିଙ୍କୁ ବି ଏଥର ବିଜେଡି ଟିକେଟ ଦେଇଛି ।

ସେହିପରି ଚିକିଟିରୁ ରାଣୀ ଉଷା ଦେବୀଙ୍କୁ ପୁଣି ବିଜେଡି ଟିକେଟ ଦେଇଛି । ଖଣ୍ଡପଡ଼ା ରାଜ ପରିବାରର ବଂଶଜ ସିଦ୍ଧାର୍ଥ ସିଂହ ବିଜେପିରୁ ବିଧାୟକ ପ୍ରାର୍ଥୀ ଭାବେ ଲଢୁଛନ୍ତି ।

ଅପରପକ୍ଷରେ, କଂଗ୍ରେସ ବି ରାଜପରିବାର ଉପରେ ଆସ୍ଥା ରଖିବା କ୍ଷେତ୍ରରେ ପଛରେ ପଡ଼ିନାହିଁ ।

ଢେଙ୍କାନାଳ ରାଜା ବ୍ରିଗେଡିୟର କାମାକ୍ଷା ପ୍ରସାଦ ସିଂହଦେଓଙ୍କୁ ଏଥର କଂଗ୍ରେସ ପୁଣି ସେହି ଆସନରୁ ଲୋକସଭା ପ୍ରାର୍ଥୀ କରିଛି ।

ନୀଳଗିରିରୁ ମନୋଜ ମଞ୍ଜରୀ ଦେବୀ ଓ ଜୁନାଗଡ଼ରୁ ଅନୀଲ ସିଂହଦେଓଙ୍କୁ ମଧ୍ୟ ଦଳ ମୈଦାନରେ ଓହ୍ଲାଇଛି ।

ତେବେ ସର୍ବାଧିକ ୧୦ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ଖଲିକୋଟ ମହାରାଣୀ ସୁଜ୍ଞାନ କୁମାରୀ ଦେଓ ଏଥର ନିର୍ବାଚନ ଲଢେଇରେ ନାହାନ୍ତି ମୟୂରଭଞ୍ଜ ମହାରାଜା ପ୍ରବୀଣ କୁମାର ଭଞ୍ଜଦେଓ ମଧ୍ୟ ଲଢ଼େଇରୁ ବାଦ୍ ପଡ଼ିଛନ୍ତି ।

କନ୍ଧମାଳ ରାଣୀ ପ୍ରତ୍ୟୁଷା ଦେବୀ ମଧ୍ୟ ଟିକେଟରୁ ବଂଚିତ ହୋଇଛନ୍ତି । କଳାହାଣ୍ଡି ରାଜା ଅର୍କକେଶରୀ ଦେଓ ମଧ୍ୟ ନିର୍ବାଚନ ଲଢ଼େଇରୁ ବାଦ୍ ପଡ଼ିଛନ୍ତି ।

ଲୋକାଲ ୱାୟାର

Filed Under: Election-2019, Odia, Special, ରାଜନୀତି Tagged With: Election-2019, Special, ଓଡିଶା, କନ୍ଧମାଳ, ଗଜପତି, ଢେଙ୍କାନାଳ, ଭୁବନେଶ୍ୱର, ରାଜନୀତି

ନାଟୁଆଙ୍କ କାନ୍ଧରେ ନେତାଙ୍କ ଭାଗ୍ୟ: ପଥପ୍ରାନ୍ତ ନାଟକରେ ନିର୍ବାଚନ ପ୍ରଚାର

April 5, 2019 By LocalWire Leave a Comment

ଭୁବନେଶ୍ୱର, ଏପ୍ରିଲ ୫ (ଲୋକାଲ ୱାୟାର): ନାଟୁଆଙ୍କ କାନ୍ଧରେ ନେତାଙ୍କ ଭାଗ୍ୟ । ନିର୍ବାଚନ ପ୍ରଚାରର ପ୍ରମୁଖ ଅସ୍ତ୍ର ପାଲଟିଛନ୍ତି ନାଟୁଆ । ପାରମ୍ପରିକ ଧାରାରେ ପଥପ୍ରାନ୍ତ ନାଟକକୁ ନିର୍ବାଚନ ପ୍ରଚାରର ପ୍ରମୁଖ ମାଧ୍ୟମ କରିଛନ୍ତି ବିଭିନ୍ନ ଦଳ ଓ ରାଜନେତା । ଏହାରି ମାଧ୍ୟମରେ ଲୋକଙ୍କ ନିକଟତର ହେବାକୁ ଲାଗିଛନ୍ତି ।

ପଥପ୍ରାନ୍ତ ନାଟକ ମାଧ୍ୟମରେ ନିର୍ବାଚନ ପ୍ରଚାରରେ ଆଗରେ ରହିଛନ୍ତି ବିଜେଡି ଓ ବିଜେପି । ଦଳ ପକ୍ଷରୁ ନିର୍ବାଚନ ତାରିଖ ଘୋଷଣାର ୧୫ ଦିନ ପୂର୍ବରୁ ରାଜ୍ୟର ଗ୍ରାମାଞ୍ଚଳରେ ପଥପାନ୍ତ ନାଟକ ମାଧ୍ୟମରେ ପ୍ରଚାର ଚାଲିଛି । କେଉଁଠି ‘ଫିର୍ ଏକ୍ ବାର୍ ମୋଦି ସରକାର’ର ନାରା ଶୁଭିଲାଣି ତ ଆଉ କେଉଁଠି ‘କାଳିଆ’ ଭରସା ଗୀତ ବାଜିଲାଣି । ତା’ ସାଙ୍ଗକୁ ‘ଚୌକିଦାର ଚୋର୍ ହୈ’ ।

ଗାଁ ଗାଁରେ ସହରର ପଥପ୍ରାନ୍ତରେ ଚାଲିଛି ନାଟକ । ଲୋକଙ୍କୁ ଭୋଟ୍ ଦେବାକୁ ସଚେତନ କରିବା ସାଙ୍ଗକୁ ନିଜ ନିଜର ପଚାର କରୁଛନ୍ତି ପ୍ରମୁଖ ରାଜନୈତିକ ଦଳ । ତା’ରି ମାଧ୍ୟମରେ ନିଜ ଇସ୍ତାହାରକୁ ବି ଲୋକଙ୍କ ସାମ୍ନାରେ ଥୋଉଛନ୍ତି । ଏହାଦ୍ୱାରା କଳାକାରମାନେ ବେଶ୍ କିଛି ଟଙ୍କା ରୋଜଗାର କରିପାରୁଛନ୍ତି ।

ସାରା ଓଡ଼ିଶାରେ ନିର୍ବାଚନ ନାରା । ଗାଁରୁ ସହର ପୂରା ବ୍ୟସ୍ତ । ନେତାଠୁ କର୍ମୀ ସମସ୍ତେ ପ୍ରଚାର ମୈଦାନରେ । ଭୋଟରଙ୍କ ପାଖରେ ପହଞ୍ଚିବାକୁ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରି ଚାଲିଛନ୍ତି ନେତା ।

କିଏ ନିର୍ବାଚନ ଗୀତ ରେକର୍ଡିଂ କରି ଗାଁ ଗାଁ ପ୍ରଚାର ଗାଡ଼ି ବୁଲାଉଛି ତ ଆଉ କିଏ ସୋସିଆଲ୍ ମିଡିଆକୁ ଅସ୍ତ୍ର କରି ମୋବାଇଲରେ ମତଦାତାଙ୍କୁ ଆପଣାର କରିବାର ପ୍ରୟାସ ଚଳାଇଛି । ଏହି ଭିତରେ କିନ୍ତୁ ନାଟୁଆ ଭାଇଙ୍କୁ ବେଶୀ ସୁଯୋଗ ମିଳିଛି । ଖାଲି ନାଟକ ନୁହେଁ ପାଲା, ଦାସକାଠିଆଠୁ ଆରମ୍ଭ କରି ଲୋକକଳା କଳାକାରଙ୍କ ପର୍ଯ୍ୟନ୍ତ କାହାରି ପାଖରେ ସମୟ ନାହିଁ ।

ଗାଁ ଗାଁ ବୁଲି ପଥପ୍ରାନ୍ତ ନାଟକ କରୁଥିବା ସ୍ପନ୍ଦନ କ୍ରିଏସନର ମୁଖ୍ୟ ରମାକାନ୍ତ ପ୍ରଧାନ କହିଛନ୍ତି, ‘ଆମ ଅନୁଷ୍ଠାନ ପକ୍ଷରୁ ୭ରୁ ୮ଟି ଦଳ ନୟାଗଡ଼, ବ୍ରହ୍ମଗିରିର ବିଭିନ୍ନ ପଞ୍ଚାୟତରେ ବୁଲି ବୁଲି ପଥପ୍ରାନ୍ତ ନାଟକ ପରିବେଷଣ କରୁଛନ୍ତି ।

ଗୋଟିଏ ଦଳରେ ୫ରୁ ୬ଜଣ କଳାକାର ଏବଂ ୨ଜଣ ବାଦ୍ୟଶିଳ୍ପୀ ରହିଛନ୍ତି । ସେମାନେ ଦିନକୁ ୪-୫ଟି ଶୋ’ କରୁଛନ୍ତି । ଏଥିପାଇଁ ଦୈନିକ ୪୦ରୁ ୪୫ହଜାର ଟଙ୍କା ମିଳୁଛି । ବର୍ତ୍ତମାନ ବିଜେପି ଏବଂ ବିଜେଡି ପାଇଁ ପ୍ରଚାର କରୁଛୁ । ଟିକେଟ୍ ବଣ୍ଟନ ପରେ ବିଭିନ୍ନ ନେତାଙ୍କ ପାଇଁ କରିବୁ । ସେମାନଙ୍କ ପକ୍ଷରୁ ଆଗୁଆ ଯୋଗାଯୋଗ ସରିଲାଣି ।

ଏବେ ୨ଟି ନାଟକ ‘ଫିର୍ ଏକ୍ ବାର୍ ମୋଦି ସରକାର୍’ ଏବଂ ‘କାଳିଆ ଭରସା’ ନାଟକ କରୁଛୁ ।’

ସେ କହିଛନ୍ତି, ଏହିଭଳି ଅନେକ ସଂସ୍ଥା ରାଜ୍ୟର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ନାଟକ କରୁଛନ୍ତି । ଏଥିପାଇଁ ବି ଅଧିକ ଖର୍ଚ୍ଚ କରିବାକୁ ପଡ଼ୁନି, ଯେଉଁଠି ପାଲ ପାରିଲେ ସେଠି ମଞ୍ଚ ଠିଆ ହେଲା ଆଉ ଲୋକେ ଦେଖିଲେ । ଅଧିକାଂଶ ଗାଁରେ ଲୋକେ ରାତିରେ ନାଟକ କରିବାକୁ ଅନୁରୋଧ କରୁଛନ୍ତି ।

ସେହିପରି ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ‘ଦିଶା’ ପକ୍ଷରୁ ନିର୍ବାଚନ ପରିପ୍ରେକ୍ଷୀରେ ଖୁବଶୀଘ୍ର ରାଜଧାନୀର ରାସ୍ତାରେ ଜନସଚେତନତାଭିତ୍ତିକ ପଥପ୍ରାନ୍ତ ନାଟକ ‘ମୁଁ ନେତା ହେବି(ବାନର ବେକେ ମୁକ୍ତା ମାଳ)’ ମଞ୍ଚସ୍ଥ ହେବ । ଏହାର ପରିକଳ୍ପନା ସାଙ୍ଗକୁ କାହାଣୀ ରଚନା ଓ ନିର୍ଦ୍ଦେଶନା ଦେଇଛନ୍ତି ବାପୁ ଓଝା ।

ଲୋକାଲ ୱାୟାର

Filed Under: Election-2019, Odia, Politics, Special Tagged With: Election-2019, Politics, Special, ଓଡିଶା, ଭୁବନେଶ୍ୱର

Danda Nata proves a hurdle, as politicians scout for audience

April 4, 2019 By Hrusikesh Mohanty Leave a Comment

Berhampur: April 4 (Localwire): Politicians are facing a hard time drawing crowds in Ganjam district as people head to watch stage-shows with the start of the popular Danda Nata folk-dance festival.

Due to the ongoing Danda Nata, few people are attending political road-shows, a poll observer said.

Union minister Dharmendra Pradhan’s road-shows in Berhampur and Chhatrapur on Wednesday drew fewer crowds, as people kept preoccupied with Danda Nata festivities.

During Danda Nata, the local youth visit door-to-door in the villages in groups to perform song and dance. The festival lasts till April 14.

Each member of the group is called Dandua, who believe that God would fulfill their desires when they would keep others happy, with their song and dance performances, during hardships in life.

However, candidates have a bigger reason to worry: what if they don’t turn up on polling day on April 11.

“Polling would be affected if people remain away from villages celebrating Danda Nata,” said BJP’s Gopalpur candidate Bibhuti Jena.

The Berhampur constituency will go to polls on the first phase of elections on April 11, while Aska will vote on second phase on April 18.

Filed Under: Election-2019, English, Politics, Special Tagged With: Berhampur, Election-2019, Odisha, Politics, Special

ଅପରାଧ ରେକର୍ଡ ଥିବା ପ୍ରାର୍ଥୀଙ୍କୁ ବାଛିବେ ୩୭ % ଓଡ଼ିଶା ଭୋଟର: ସର୍ଭେ

April 4, 2019 By LocalWire Leave a Comment

ଭୁବନେଶ୍ୱର, ଏପ୍ରିଲ ୪(ଲୋକାଲ ୱାୟାର): ନିର୍ବାଚନରେ କିଭଳି ପ୍ରାର୍ଥୀଙ୍କୁ ଭୋଟ ଦେବେ ପ୍ରଶ୍ନରେ ୯୮ % ଓଡ଼ିଶା ଭୋଟର ଅପରାଧ ପୃଷ୍ଠଭୂମି ଥିବା ବ୍ୟକ୍ତି ସଂସଦ କିମ୍ବା ବିଧାନସଭାକୁ ନିର୍ବାଚିତ ହେବା ଉଚିତ ନୁହେଁ ବୋଲି କହିଛନ୍ତି । ତେବେ ୩୭ % ମତ ଦେଇଛନ୍ତି ଯଦି ପ୍ରାର୍ଥୀଙ୍କ ବିରୋଧରେ ଥିବା ମାମଲା ଗୁରୁତର ନୁହେଁ ତେବେ ନିର୍ବାଚିତ ହେବାରେ କୌଣସି ଅସୁବିଧା ନାହିଁ ।

ଏହି ୩୭ % ଭୋଟରଙ୍କ ପାଇଁ ଅପରାଧ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କୁ ନିର୍ବାଚିତ କରିବାର ଆଉ ଏକ ପ୍ରମୁଖ କାରଣ ହେଲା, ସେମାନେ ନିର୍ବାଚନରେ ବିପୁଳ ଖର୍ଚ୍ଚ କରିପାରନ୍ତି । ରାଜ୍ୟରେ ଲୋକଙ୍କ ମତଦାନ ଆଚରଣ ଜାଣିବା ପାଇଁ ସ୍ୱେଚ୍ଛାସେବୀ ସଂଗଠନ ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ଦ୍ୱାରା ହୋଇଥିବା ସର୍ବେକ୍ଷଣରୁ ଏହା ଜଣାପଡ଼ିଛି ।

୯୦ % ଭୋଟରଙ୍କ ପାଇଁ ନିର୍ବାଚନ ମଇଦାନରେ ଥିବା ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ୮୫ % ଙ୍କ ପାଇଁ ଦଳ ଓ ୭୯ %ଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଗୁରୁତ୍ୱପୂର୍ଣ୍ଣ ହେବ । ସେହିପରି ନିର୍ବାଚନ ଲଢୁଥିବା ଅପରାଧୀ ପ୍ରାର୍ଥୀଙ୍କ ସଂପର୍କରେ ଭୋଟରଙ୍କ ମତ ତଥା ନିର୍ବାଚନରେ ଅପରାଧ ଓ ଟଙ୍କାର ଭୂମିକାକୁ ନେଇ ଭୋଟରଙ୍କ ସଚେତନତା ସଂପର୍କରେ ସର୍ବେକ୍ଷଣ ହୋଇଥିଲା ।

ପ୍ରାର୍ଥୀ ଚୟନ ବେଳେ, ୮୬ ପ୍ରତିଶତ ଭୋଟର ନିଜସ୍ୱ ମତକୁ ଗୁରୁତ୍ୱ ଦିଅନ୍ତି । ୬ ପ୍ରତିଶତ ପରିବାର ସଦସ୍ୟଙ୍କ ମତାମତ ଓ ୫ ପ୍ରତିଶତ ସ୍ୱାମୀ ବା ସ୍ତ୍ରୀଙ୍କ ମତାମତ ଲୋଡିଥାନ୍ତି ବୋଲି ସର୍ବେକ୍ଷଣରୁ ଜଣାପଡିଛି ।

ସର୍ବେକ୍ଷଣରୁ ଜଣାପଡିଛି ୧୫ % ଭୋଟର ନିର୍ବାଚନରେ କୌଣସି ଦଳର ପ୍ରାର୍ଥୀ ଚୟନ ବେଳେ ଟଙ୍କା, ମଦ ଓ ଉପହାର ବଣ୍ଟାକୁ ଗୁରୁତ୍ୱ ଦିଅନ୍ତି । ସେମାନଙ୍କ ମଧ୍ୟରୁ ୧୦ % ଏହାକୁ ଗୁରୁତ୍ୱପୂର୍ଣ୍ଣ ଭାବୁଥିବା ବେଳେ ୫ % ଏହାକୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଭାବନ୍ତି ।

୮୫ % ଭୋଟର ଜାଣନ୍ତି ଟଙ୍କା, ଉପହାର ଆଦି ବାଣ୍ଟିବା ବେଆଇନ । ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଟଙ୍କା ଓ ଉପହାର ପ୍ରଦାନ କରାଯାଉଛି ବୋଲି ଜାଣନ୍ତି ।

୪୦ %ରୁ ଅଧିକ ଭୋଟର ଜାଣନ୍ତି ଯେ, ପ୍ରାର୍ଥୀଙ୍କ ଅପରାଧ ରେକର୍ଡ ସଂପର୍କରେ ସେମାନେ ସୂଚନା ପାଇପାରିବେ ।

୩୬ % ଭୋଟର ଅନୁଭବ କରନ୍ତି ଲୋକେ ଅପରାଧ ପୃଷ୍ଠଭୂମି ଥିବା ପ୍ରାର୍ଥୀ ଅପେକ୍ଷାକୃତ ଭଲ କାମ କରନ୍ତି । ଜାତି ଓ ଧର୍ମ ଆଧାରରେ ୩୬ % ଭୋଟର ପ୍ରାର୍ଥୀ ଚୟନ କରନ୍ତି ।

ଅପରାଧୀ ପ୍ରାର୍ଥୀଙ୍କୁ ଭୋଟ ଦେବାର ଆଉ ଏକ କାରଣ ସର୍ବେକ୍ଷଣରୁ ଜଣାପଡ଼ିଛି । ୩୬ % ଭୋଟର ଭାବନ୍ତି ପ୍ରାର୍ଥୀ ଖୁବ୍ ପ୍ରଭାବଶାଳୀ ଓ ୩୪ % ଭୋଟର ପ୍ରାର୍ଥୀଙ୍କ ଅପରାଧ ପୃଷ୍ଠଭୂମି ସଂପର୍କରେ ଅବଗତ ନଥାନ୍ତି ।

ଲୋକାଲ ୱୟାର

Filed Under: Election-2019, Odia, Politics, Special Tagged With: Election-2019, Politics, Special, ଓଡିଶା, ଭୁବନେଶ୍ୱର

  • « Go to Previous Page
  • Go to page 1
  • Interim pages omitted …
  • Go to page 60
  • Go to page 61
  • Go to page 62
  • Go to page 63
  • Go to page 64
  • Interim pages omitted …
  • Go to page 72
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire