ବାରିପଦା, ମାର୍ଚ୍ଚ ୨୫(ଲୋକାଲ ୱାୟାର): ରାଜା, ମହାରାଜା ହୁଅନ୍ତୁ କି ରାଣୀମାନଙ୍କ ଜୀବନ କିପରି ବିତୁଥିଲା ଜାଣିବାକୁ ଚାହୁଁଛନ୍ତି କିମ୍ବା ରାଜ ପରିବାର ପାଇଁ ଉଦ୍ଦିଷ୍ଟ ସେବା ଉପଭୋଗ କରିବାକୁ ଇଚ୍ଛା ଅଛି କି?
ମ୍ରିଣାଳିକା ଓ ଅକ୍ଷିତା ଭଂଜଦେଓ ଆପଣଙ୍କ ଏହି ସ୍ୱପ୍ନକୁ ବାସ୍ତବରେ ପରିଣତ କରିପାରିବେ । ମୟୂରଭଂଜର ଭଂଜ ରାଜବଂଶର ରାଜା ପ୍ରବୀଣ ଚନ୍ଦ୍ର ଭଂଜଦେଓଙ୍କ ଏହି ଦୁଇ ଝିଅ ବାରିପଦା ସହର ଠାରୁ ଅନତି ଦୂରରେଥିବା ବେଲଗାଡ଼ିଆ ରାଜପ୍ରାସାଦର ଦ୍ୱାର ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲି ଦେଇଛନ୍ତି ।
ବେଲଗାଡ଼ିଆ ରାଜପ୍ରାସାଦ କୋଲକାତା, ଭୁବନେଶ୍ୱର ଏବଂ ଜାମସେଦପୁରରୁ ସାଢ଼େ ତିନି ଘଣ୍ଟାର ରାସ୍ତା ।
ବିସ୍ତୃତ ପୁନରୁଦ୍ଧାର କାମ ପରେ ପ୍ରାସାଦର କିଛି ଅଂଶରେ ବୁଟିକ ହୋଟେଲ ହୋଇଛି । ରାଜ ପରିବାର ପାଇଁ ତିଆରି ହୋଇଥିବା ପୁରୁଣା ଆସବାବପତ୍ରକୁ ଆମେ ସଂରକ୍ଷିତ କରି ରଖାଯାଇଛି ବୋଲି କୁହନ୍ତି ମ୍ରିଣାଳିକା ।
ଏହି ଦୁଇ ଭଉଣୀ ପିଲା ବେଳ କୋଲକାତାରେ କଟାଇଥିବା ବେଳେ ପରବର୍ତ୍ତୀ ସମୟରେ ଉଚ୍ଚଶିକ୍ଷା ସକାଶେ ବିଦେଶ ଯାଇଥିଲେ । ହେଲେ ସେମାନଙ୍କ ମନରେ ନିଜ ରାଜ୍ୟକୁ ଫେରି ଆସି ରାଜ୍ୟର ସମୃଦ୍ଧି କରିବାର ଇଚ୍ଛା ଥିଲା ।
ଅଜଣା ଲୋକଙ୍କୁ ନିଜ ପୁରୁଣା ପ୍ରାସାଦକୁ ନେଇ ସେମାନେ ସାରା ଜୀବନ ମନେ ରଖିବେ ସେ ଭଳି ଅଭିଜ୍ଞତା ପ୍ରଦାନ ପାଇଁ ଦୁଇ ଭଉଣୀ ଚିନ୍ତା କରି ଏ ଦିଗରେ ଉଦ୍ୟମ ଆରମ୍ଭ କରିଥିଲେ । ସେମାନେ ବକିଂହାମ ପ୍ରାସାଦ ଢାଞ୍ଚାରେ ୨୫ଟି କୋଠରୀକୁ ବିଭିନ୍ନ ଥିମ୍ ଏବଂ ରଙ୍ଗ ଦେଇ ପୁଣି ସଜାଇଥିଲେ । ଦୁଇ ଭଉଣୀ ସ୍ଥାନୀୟ ଲୋକଙ୍କୁ କର୍ମଚାରୀ ଭାବେ ନିଯୁକ୍ତ କରି ସେମାନଙ୍କୁ ଉପଯୁକ୍ତ ଟ୍ରେନିଂ ଦେଇଥିଲେ ।
ରାଜ ପରିବାରର ଅନ୍ୟ ସଦସ୍ୟମାନେ ବି ଅତିଥିଙ୍କୁ ସ୍ୱାଗତ କରିବା ପାଇଁ ନିୟୋଜିତ ରଖିଥାନ୍ତି ।
ପ୍ରାସାଦ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହି ଦୁଇ ଭଉଣୀ ଟୁରିଷ୍ଟ ଗାଇଡ ଭାବେ କାମ କରିଥାନ୍ତି । ପ୍ରାସାଦ ଭ୍ରମଣ ମନ୍ଦିର ଦର୍ଶନ, ଅଭୟାରଣ୍ୟ, ଜଳପ୍ରପାତ, ଉପନିବେଶୀୟ ଐତିହ୍ୟ ଭ୍ରମଣ ପରେ ହିଁ ଶେଷ ହୋଇଥାଏ । ଭାରତର ଦ୍ୱିତୀୟ ଜୀବ ମଣ୍ଡଳ ଭାବେ ପ୍ରସିଦ୍ଧ ଶିମିଳିପାଳ ଏଠାରୁ ମାତ୍ର କେଇ ଘଣ୍ଟାର ରାସ୍ତା ।
ଆଜିର ଯୁଗରେ ରାଜବଂଶୀୟମାନେ କେବଳ ଗର୍ବିତ ହେବା କିମ୍ବା ସେପରି ବ୍ୟବହାର କରିବା ନୁହେଁ ବରଂ ନିଜ ଐତିହ୍ୟର ସଂରକ୍ଷକ ହେବାକୁ ପଡ଼ିବ । ଦିନେ ନା ଦିନେ ସାରା ବିଶ୍ୱରେ ଓଡ଼ିଶା ପ୍ରତି ଥିବା ଧାରଣାକୁ ବଦଳାଇ ଦେବାକୁ ଇଚ୍ଛା ରଖନ୍ତି ଅକ୍ଷିତା । ପେସାରେ ମ୍ରିଣାଳିନୀ ଯୋଗ ଗୁରୁ ଓ ସେ ବିଦେଶରେ ମଧ୍ୟ ଯୋଗ ଶିବିର ଆୟୋଜନ କରନ୍ତି ।
ଅକ୍ଷିତା ଗ୍ଲୋବାଲ ସିଟିଜେନ ଇଣ୍ଡିଆର ବ୍ରାଣ୍ଡ ଷ୍ଟ୍ରାଟେଜିଷ୍ଟ ଭାବେ କାମ କରନ୍ତି । ଉଭୟ ନିଜ ରୋଜଗାରରୁ କିଛି ଛୋଟ ଛୋଟ ଝିଅମାନଙ୍କୁ ଖେଳ ଶିକ୍ଷା ପ୍ରଦାନ କରୁଥିବା ସ୍ୱେଚ୍ଛାସେବୀ ସଙ୍ଗଠନକୁ ଦେଇଥାନ୍ତି । ଏହା ସହିତ ଲୁପ୍ତପ୍ରାୟ ଓଡ଼ିଆ ଲୋକକଳା ମୟୂରଭଞ୍ଜର ଛଉ, ଯାହା ଏକ ସାମରିକ କଳାକୁ ସାଇତି ରଖିବାକୁ ଚେଷ୍ଟା କରୁଛନ୍ତି ।
ଓଡ଼ିଶାର ପୁରାତନ ସଂସ୍କୃତି, ଐତିହ୍ୟ, ପରମ୍ପରାକୁ ବିଶ୍ୱ ସମ୍ମୁଖରେ ସମୃଦ୍ଧି ସହକାରେ ଉପସ୍ଥାପନ କରିବା ଦିଗରେ ମ୍ରିଣାଳିନୀ ଓ ଅକ୍ଷିତାଙ୍କ ଉଦ୍ୟମ ବାସ୍ତବିକ୍ ପ୍ରଶଂସନୀୟ ।
ଲୋକାଲ ୱାୟାର