ଅନୁଗୁଳ, ନଭେମ୍ବର ୪ (ଲୋକାଲ ୱାୟାର) : ଆୟବର୍ହିଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ବୁଧବାର ଅନୁଗୁଳ ବଇଣ୍ଡା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ବସ୍ତିଆଙ୍କ ଘରେ ଚଢାଉ ଜାରି ରହିଛି ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।
ସରକାରୀ ବାସ ଭବନ ସମେତ ପୈତୃକ ଘର ଓ ଶ୍ୱଶୁର ଘରେ ଚଢାଉ ଜାରି ରହିଛି । କଟକ, କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ସମେତ ୪ଟି ସ୍ଥାନରେ ଚଢାଉ ହୋଇଛି ।
ଏହି ଚଢାଉ ସମୟରେ କେତେ ପରିମାଣର ସମ୍ପତ୍ତି ଠାବ ହୋଇଛି, ତାହା ଏଯାବତ୍ ସ୍ପଷ୍ଟ ହୋଇ ନାହିଁ ।
ଲୋକାଲ ୱାୟାର