ଭୁବନେଶ୍ୱର, ମାର୍ଚ୍ଚ ୮(ଲୋକାଲ ୱାୟାର): ୟେସ୍ ବ୍ୟାଙ୍କରେ ଜମା ଥିବା ଶ୍ରୀମନ୍ଦିରର ୫୪୫ କୋଟି ଟଙ୍କା ଭବିଷ୍ୟତକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ଟଙ୍କା ଫେରି ପାଇବା ଦିଗରେ ହସ୍ତକ୍ଷେପ କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି ।
ଶ୍ରୀ ପୂଜାରୀ ତାଙ୍କ ଚିଠିରେ ଲେଖିଛନ୍ତି, ୟେସ୍ ବ୍ୟାଙ୍କରେ ଥିବା ଶ୍ରୀମନ୍ଦିରର ୫୪୫ କୋଟି ଟଙ୍କାର ଜମା ମିଆଦ ଶୀଘ୍ର ଶେଷ ହେବାର ଥିଲା ।
ଏଭଳି ସମୟରେ ରିଜର୍ଭ ବ୍ୟାଙ୍କ ୟେସ୍ ବ୍ୟାଙ୍କକୁ ନିଜ କବଜାକୁ ନେବା ସହ ଅଧିକ ଅର୍ଥ ଉଠାଣ ଉପରେ କଟକଣା ଜାରି କରିଛନ୍ତି । ତେଣୁ ଶ୍ରୀମନ୍ଦିର ଟଙ୍କାର ଭବିଷ୍ୟତ ନେଇ ସନ୍ଦେହ ଉଠିଲାଣି ।
ପୁରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ରାଜ୍ୟ ସରକାରଙ୍କ ଏକ ସାମ୍ବିଧାନିକ ସଂସ୍ଥା ।
ପ୍ରଭୁ ଜଗନ୍ନାଥଙ୍କ ସହ କୋଟି କୋଟି ଭକ୍ତଙ୍କ ଭାବାବେଗ ଜଡ଼ିତ ।
ଏଣୁ ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ୟେସ୍ ବ୍ୟାଙ୍କରେ ଜମା ଥିବା ଅର୍ଥ ଫେରସ୍ତ ଉଦେ୍ଦଶ୍ୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ଆରବିଆଇକୁ ନିଦେ୍ର୍ଦଶ ଦେବାକୁ ସେ ଅନୁରୋଧ କରିଛନ୍ତି ।
ଲୋକାଲ ୱାୟାର