• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

କନ୍ଧମାଳ

ରାତିରେ ହ୍ରାସ ପାଇବ ସର୍ବନିମ୍ନ ତାପମାତ୍ରା, ଘନ କୁହୁଡି ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି

January 18, 2021 By LocalWire Leave a Comment

ଭୁବନେଶ୍ୱର, ଜାନୁଆରୀ ୧୮ (ଲୋକାଲ ୱାୟାର) : ଆଭ୍ୟନ୍ତରୀଣ ଓଡିଶା ଏବଂ ଆଖପାଖ ଅଞ୍ଚଳରେ ସ୍ଥଳଭାଗରେ ସମୁଦ୍ର ପତନ ଠାରୁ ୦.୯ କିଲୋମିଟର ଉଚ୍ଚରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ୍ ପ୍ରବାହ ଏବେ ଦୁର୍ବଳ ହୋଇ ପଡ଼ିଥିବାରୁ ଆଗାମୀ ୨ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବହୁ ଜିଲ୍ଲାରେ ରାତିର ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ସହ ପ୍ରତ୍ୟୁଷରୁ ଘନରୁ ହାଲୁକା କୁହୁଡ଼ି ପଡ଼ିବ ବୋଲି ଆଜି ଅପରାହ୍ନରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ବୁଲେଟିନରେ କୁହାଯାଇଛି।

ବୁଲେଟିନ୍ ଅନୁସାରେ, ଆଜିଠାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଓ ନୟାଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ଅଧିକ ରହିଛି।

ସେହିଭଳି ମଙ୍ଗଳବାର ଓ ବୁଧବାର ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର,ମୟୂରଭଞ୍ଜ, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି। ଏ ସମସ୍ତ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଲୋକାଲ ୱାୟାର

Filed Under: Odia Tagged With: ଅନୁଗୁଳ, ଓଡିଶା, କଟକ, କନ୍ଧମାଳ, କେନ୍ଦ୍ରାପଡା, ଜଗତସିଂହପୁର, ନୟାଗଡ଼, ବାଲେଶ୍ୱର, ବୌଦ୍ଧ, ଭଦ୍ରକ, ମୟୂରଭଞ୍ଜ

କନ୍ଧମାଳରେ ମାଓବାଦୀଙ୍କ ସହ ଗୁଳି ବିନିମୟ; ବିସ୍ଫୋରକ, ହ୍ୟାଣ୍ଡ ଗ୍ରେନେଡ ଜବତ

January 8, 2021 By LocalWire Leave a Comment

ଫୁଲବାଣୀ, ଜାନୁଆରୀ ୮(ଲୋକାଲ ୱାୟାର): କନ୍ଧମାଳ ଜିଲ୍ଲାର ଚକାପାଦ ନିକଟ ଜଙ୍ଗଲରେ ମାଓବାଦୀଙ୍କ ସହ ଗୁଳି ବିନିମୟ ପରେ ଯବାନମାନେ ଏକ ମାଓ କ୍ୟାମ୍ପକୁ ଧ୍ୱସ୍ତ କରିବା ସହ ହ୍ୟାଣ୍ଡ ଗ୍ରେନେଡ ଓ ବିସ୍ଫୋରକ ଜବତ କରିଥିବା ଶୁକ୍ରବାର କହିଛନ୍ତି କନ୍ଧମାଳ ଏସପି ବିନିତ ଅଗ୍ରୱାଲ ।

ସେ କହିଛନ୍ତି, ଗୁଇନ୍ଦା ସୂଚନା ଭିିତ୍ତିରେ ଏସଓଜି ଓ ଡିଭିଏଫ ଯବାନମାନେ ମିଳିତ ଭାବେ ଗତକାଲି ସକାଳେ ଏହି କମ୍ବିଂ ଅପରେସନ କରିଥିଲେ ।

ଅପରେସନ ସମୟରେ ଏକ ମାଓ କ୍ୟାମ୍ପ ଠାବ ହୋଇଥିଲା । ଚେତାବନୀ ସତ୍ତ୍ୱେ ମାଓଓବାଦୀମାନେ ଆତ୍ମସମର୍ପର୍ଣ କରିବା ପରିବର୍ତ୍ତେ ଗୁଳି ଚଳାଇଥିଲେ ।

ବାଧ୍ୟ ହୋଇ ଯବାନମାନେ ପାଲଟା ଜବାବ ଦେଇଥିଲେ । ପ୍ରାୟ ଅଧଘଣ୍ଟା ଧରରି ଗୁଳି ବିନିମୟ ହେବା ପରେ ମାଓବାଦୀମାନେ ପଛଘୁଞ୍ଚା ଦେଇ ଘଞ୍ଚ ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲେ ।

କ୍ୟାମ୍ପରେ ପ୍ରାୟ ୧୫/୨୦ ଜଣ ମାଓବାଦୀ ଥିଲେ । ସେମାନଙ୍କ ମଧ୍ୟରୁ କେତେକ ଗୁଳି ବିନିମୟରେ ଆହତ ହୋଇଥିବା ଅନୁମାନ କରାଯାଉଛି ।

ମାଓ କ୍ୟାମ୍ପରୁ ହ୍ୟାଣ୍ଡ ଗ୍ରେନେଡ, ବିସ୍ଫୋରକ, ଡିଟୋନେଟର, ବ୍ୟାଟେରୀ ଏବଂ ମାଓ ପ୍ରଚାରପତ୍ର ଜବତ ହୋଇଥିବା ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତ କେଇ ମାସ ମଧ୍ୟରେ କନ୍ଧମାଳ ଜିଲ୍ଲାରେ ଗୁଳି ବିନିମୟରେ ୯ରୁ ଅଧିକ ମାଓବାଦୀ ନିହତ ହେଲେଣି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କନ୍ଧମାଳ

ନୂଆ କରୋନା ଆକ୍ରାନ୍ତ ନାହାନ୍ତି; ଗଜପତି ଓ କନ୍ଧମାଳ ଆଶ୍ୱସ୍ତ

December 3, 2020 By Hrusikesh Mohanty Leave a Comment

ବ୍ରହ୍ମପୁର, ଡିସେମ୍ବର ୩(ଲୋକାଲ ୱାୟାର): ଗଜପତି ଜିଲ୍ଲାରେ ଗତ ୩ ଦିନ ଧରି ଏବଂ କନ୍ଧମାଳ ଜିଲ୍ଲାରେ ଗତ ଦୁଇ ଦିନ ଧରି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନଥିବାରୁ ଦୁଇ ଜିଲ୍ଲାର ଲୋକେ ଆଶ୍ୱସ୍ତ ହୋଇଛନ୍ତି ।

ଏହି ଦୁଇ ଆଦିବାସୀ ବହୁଳ ଜିଲ୍ଲାରେ ଏବେ ସକ୍ରିୟ କରୋନା ମାମଲା ୨୦ରୁ ତଳକୁ ଖସି ଆସିଛି ।

ଗତ ୭ ଦିନ ମଧ୍ୟରେ ଗଜପତି ଜିଲ୍ଲାରେ ମାତ୍ର ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଶେଷ ତିନି ଦିନରେ କେହି ଚିହ୍ନଟ ହୋଇନାହାନ୍ତି ।

ଜିଲ୍ଲାରେ ମୋଟ ୩୯୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୯୦୪ ଜଣ ସୁସ୍ଥ ହୋଇଛନ୍ତି । ଏବେ ପ୍ରାୟ ୧୪ ଜଣ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ।

ମେ ୨୩ରେ ଜିଲ୍ଲାର ପ୍ରଥମ କୋଭିଡ ରୋଗୀ ଚିହ୍ନଟ ହୋଇଥିଲେ । ସେହିପରି କନ୍ଧମାଳ ଜିଲ୍ଲାରେ ଦୁଇ ଦିନ ଧରି କୌଣସି ନୂଆ ଆକ୍ରାନ୍ତ ନାହାନ୍ତି ।

ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତ ୫ ହଜାର ୯୦୮ ଥିବା ବେଳେ ୫ ହଜାର ୮୫୭ ଜଣ ସୁସ୍ଥ ହୋଇଛନ୍ତି ।

ଗୁରୁବାର ଦିନ ଜିଲ୍ଲାରେ ସକ୍ରିୟ ମାମଲା ୧୮କୁ ହ୍ରାସ ପାଇଛି ।

ଏ ପର୍ଯ୍ୟନ୍ତ କରୋନାରେ ଗଜପତି ଜିଲ୍ଲାରେ ୩୨ ଏବଂ କନ୍ଧମାଳ ଜିଲ୍ଲାରେ ୩୩ ଜଣ କରୋନାରେ ପ୍ରାଣ ହରାଇଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କନ୍ଧମାଳ, କରୋନା, ଗଜପତି

ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଇଁ ବସ୍ ଚଳାଚଳ ବାଧାପ୍ରାପ୍ତ

December 2, 2020 By LocalWire Leave a Comment

ବ୍ରହ୍ମପୁର, ଡିସେମ୍ବର ୨(ଲୋକାଲ ୱାୟାର): ମାଓବାଦୀ ସଙ୍ଗଠନର ପିଏଲଜିଏ ସପ୍ତାହ ଆଜିଠାରୁ ଆରମ୍ଭ ହୋଇଥିବାରୁ ଦକ୍ଷିଣ ଓଡ଼ିଶାରେ ବସ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଓଡ଼ିଶା ରାଜ୍ୟ ସଡ଼କ ପରିବହନ (ଓଏସଆରଟିସି) ୧୪ଟି ରୁଟରେ ବସ୍ ଚଳାଚଳ ବନ୍ଦ ରଖିଥିବା ବେଳେ ୫ଟି ରୁଟରେ ଡାଇଭର୍ଟ କରାଯାଇଛି ।

ଓଏସଆରଟିସି ବସ୍ ଚଳାଚଳ ବନ୍ଦ ରଖିଥିଲେ ମଧ୍ୟ ବେସରକାରୀ ବସ୍ ଚଳାଚଳ ଯର୍ଥରୀତି ଚାଲିଛି ।

ମାଲକାନଗିରି ସମେତ ମାଓ ଉପଦ୍ରୁତ ଜିଲ୍ଲା ଗୁଡ଼ିକରେ ଡିସେମ୍ବର ୨ରୁ ୮ ପର୍ଯ୍ୟନ୍ତ ବସ୍ ଚଳାଚଳ ବନ୍ଦ ରଖାଯାଇଥିବା ଓଏସଆରଟିସିର ବରିଷ୍ଠ ଅଧିକାରୀ କହିଥିବା ବେଳେ ପରିସ୍ଥିତି ଉପରେ ନଜର ରଖି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବେସରକାରୀ ବସ୍ ସଂଘର ବରିଷ୍ଠ କର୍ମକର୍ତ୍ତା ।

ପରିସ୍ଥିତିକୁ ଦଖେି ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ କମ୍ବିଂ ତ୍ୱରାନ୍ୱିତ କରାଯାଇଥିବା କହିଛନ୍ତି କନ୍ଧମାଳ ଏସପି ବିନିତ ଅଗ୍ରୱାଲ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କନ୍ଧମାଳ, ଗଞ୍ଜାମ, ବ୍ରହ୍ମପୁର

ଗଜପତି ଓ କନ୍ଧମାଳ ଜିଲ୍ଲାରେ ଶୂନ୍ୟ କରୋନା ପଜିଟିଭ

November 28, 2020 By Hrusikesh Mohanty Leave a Comment

ବ୍ରହ୍ମପୁର, ନଭେମ୍ବର ୨୮(ଲୋକାଲ ୱାୟାର): ଶନିବାର ଗଜପତି ଓ କନ୍ଧମାଳ ଜିଲ୍ଲାରୁ କେହି ବି କରୋନା ପଜିଟିଭ ଚିହ୍ନଟ ହୋଇନାହାନ୍ତି ।

ପ୍ରଥମ ଥର ପାଇଁ କନ୍ଧମାଳ ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ଶୂନ ଥିବା ବେଳେ ଗଜପତି ଜିଲ୍ଲାରେ ଗତ ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ଏହି ସଫଳତା ଦୋହରାଇଛି ।

ନଭେମ୍ବର ୨୨ରେ ଗଜପତି ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ଶୂନ ଥିଲା । ଶନିବାର ୬୦୪ ନମୁନା ପରୀକ୍ଷା ହୋଇଥିଲା ।

ସମସ୍ତ ରିପୋର୍ଟ ନେଗେଟିଭ ଆସିଛି ବୋଲି ଜିଲ୍ଲାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ସେହିପରି କନ୍ଧମାଳ ଜିଲ୍ଲା ପ୍ରଶାସନ ପରୀକ୍ଷା କରିଥିବା ୮୨୦ ନମୁନା ମଧ୍ୟରୁ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି ।

ଗଜପତି ଓ କନ୍ଧମାଳ ଜିଲ୍ଲାରେ ସମୁଦାୟ କରୋନା ରୋଗୀଙ୍କ ସଂଖ୍ୟା ଯଥାକ୍ରମେ ୩୯୪୯ ଓ ୫୮୮୮ ରହିଛି ।

ଗଜପତି ଜିଲ୍ଲାରେ ପ୍ରଥମ ଥର ପାଇଁ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୨୦ରୁ କମ୍ ରହିଛି ।

ଜିଲ୍ଲାରେ ସୁସ୍ଥ ସଂଖ୍ୟା ୨୮୯୭କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା୩୨ରେ ସ୍ଥିର ରହିଛି ।

ସେହିପରି କନ୍ଧମାଳ ଜିଲ୍ଲାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୧କୁ ଖସି ଆସିଛି ।

ଜିଲ୍ଲାରେ ୫୮୩୪ ସୁସ୍ଥ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୩ରେ ସ୍ଥିର ରହିଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କନ୍ଧମାଳ, ଗଜପତି

ଏସସିବିରେ ଯୋଡ଼ାମୁଣ୍ଡ ଶିଶୁଙ୍କ ମଧ୍ୟରୁ କାଳିଆର ମୃତ୍ୟୁ

November 25, 2020 By LocalWire Leave a Comment

କଟକ, ନଭେମ୍ବର ୨୫(ଲୋକାଲ ୱାୟାର): ୨୦୧୭ ମସିହାରେ ଅପରେସନ ଦ୍ୱାରା ଅଲଗା କରାଯାଇଥିବା ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ମଧ୍ୟରୁ କାଳିଆର ବୁଧବାର ରାତି କଟକ ଏସସିବି ମେଡିକାଲରେ ମୃତ୍ୟୁ ହୋଇଥିବା କହିଛନ୍ତି ଏସସିବିର ଜରୁରିକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହରଣା ।

୨୦୧୫ ଏପ୍ରିଲ ୯ ତାରିଖରେ କନ୍ଧମାଳ ଜିଲ୍ଲା ମାଳିପଡ଼ା ଗ୍ରାମରେ ଜନ୍ମିତ ଏହି ଯୋଡ଼ାମୁଣ୍ଡ ଶିଶୁଙ୍କୁ ୨୦୧୭ ଅଗଷ୍ଟରେ ଏମ୍ସରେ ଅସ୍ତ୍ରୋପଚାର ଦ୍ୱାରା ଅଲଗା କରାଯାଇଥିଲା ।

ରାଜ୍ୟ ସରକାର ମଧ୍ୟ ଏଥିପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଓ ଏମ୍ସର ପରାମର୍ଶରେ ୨୦୧୯ ସେପ୍ଟେମ୍ବର ୭ରୁ କଟକର ଏସସିବିକୁ ସେମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା ।

ତେବେ ଗତ କିଛି ଦିନ ହେବ କାଳିଆ ଅସୁସ୍ଥ ହୋଇ ପଡ଼ିବାରୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା । ଆଜି ତାର ମୃତ୍ୟୁ ହୋଇଯାଇଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କଟକ, କନ୍ଧମାଳ

ଲାଞ୍ଚ ନେବା ଅଭିଯୋଗରେ ଦାରିଙ୍ଗବାଡ଼ି ବିଇଓ ଗିରଫ

November 24, 2020 By LocalWire Leave a Comment

ଫୁଲବାଣୀ, ନଭେମ୍ବର ୨୪(ଲୋକାଲ ୱାୟାର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ବିଇଓ ଚିତ୍ତରଞ୍ଜନ ସିଂ ମଙ୍ଗଳବାର ୫ ହଜାର ଲାଞ୍ଚ ନେଉଥିବା ଧରାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

ଦାରିଙ୍ଗବାଡ଼ିରେ ବ୍ଲକରେ ପୂର୍ବରୁ କାର୍ଯ୍ୟରତ ଜନୈକ ସହାୟକ ଶିକ୍ଷକଙ୍କ ପରଲୋକ ପରେ ତାଙ୍କ ପୁତ୍ର ଶିବ ଶଙ୍କର ପଟ୍ଟନାୟକ ଥଇଥାନ ଯୋଜନାରେ ଚାକିରି ପାଇବାକୁ ଆବେଦନ କରିଥିଲେ ।

ତେବେ ଫାଇଲ କାମ କରିବାକୁ ବ୍ଲକର ବିଇଓ ଚିତ୍ତରଞ୍ଜନ ସିଂ ତାଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ଏ ନେଇ ଶିବଶଙ୍କର ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ପୂର୍ବ ଯୋଜନାନୁୁସାରେ ମଙ୍ଗଳବାର ଶିବଶଙ୍କର ଚିତ୍ତରଞ୍ଜନଙ୍କୁ ତାଙ୍କ କାର୍ଯ୍ୟାଳୟରେ ଲାଞ୍ଚ ଟଙ୍କା ଦେଇଥିଲେ ।

ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ୍ ଚଢ଼ାଉ କରି ଲାଞ୍ଚ ଟଙ୍କା ଜବତ କରିବା ସହ ଚିତ୍ତରଞ୍ଜନଙ୍କୁ ଗିରଫ କରିଛନ୍ତିି ।

ଏଥିସହ ତାଙ୍କ କାର୍ଯ୍ୟାଳୟ ଓ ବାଲିଗୁଡ଼ାସ୍ଥିତ ବାସଭବନରେ ମଧ୍ୟରେ ଏକକାଳୀନ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ଥିବା କୁହାଯାଇଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କନ୍ଧମାଳ

ଝଡ଼ର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ; ୨୫ ଓ ୨୬ ଓଡ଼ିଶାରେ ପ୍ରବଳ ବର୍ଷା

November 23, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୨୩ (ଲୋକାଲ ୱାୟାର) : ଦକ୍ଷିଣ-ପୂର୍ବ ତଥା ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାର ଅଞ୍ଚଳରେ ସୃଷ୍ଟ ଲଘୁଚାପ ୱେଲମାର୍କରେ ପରିଣତ ହୋଇଥିବା ବେଳେ ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେଇପାରେ ।

ଆଗାମୀ ୨୪ ଘଣ୍ଟାରେ ଆହୁରି ଘନୀଭୂ ହୋଇ ସାମୁଦ୍ରିକ ଝଡ ବା ବାତ୍ୟାର ରୂପନେଇ ପାରେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକା ପାଣିପାଗ ବିଜ୍ଞାନ କେନ୍ଦ୍ର ସୋମବାର ସୂଚନା ଦେଇଛି ।

ଏହା ପ୍ରଭାବରେ ଆସନ୍ତା ୨୫ରୁ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଲଘୁଚାପଟି ପଶ୍ଚିମ-ଉତ୍ତରପଶ୍ଚିମକୁ ମୁହାଁଇ ୨୫ ସୁଦ୍ଧା ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଛୁଇଁବ ।

ଏହାର ପ୍ରଭାବ ସିଧାସଳଖ ଓଡ଼ିଶା ଉପରେ ନାହିଁ ବୋଲି ପାଣିପାଗ ବିଭାଗ କହିଛି ।

ପ୍ରଭାବରେ ୨୫ରୁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଏବଂ ୨୬ରେ ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି।

ଆଜି କନ୍ଧମାଳ, ଅନୁଗୁଳ, ମୟୂରଭଞ୍ଜ, କଳାହାଣ୍ଡି, ଗଜପତି, ରାୟଗଡ଼ା ଓ ଢେଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।

୨୫ ତାରିଖରେ କୋରାପୁଟ, ରାୟଗଡ଼ା ଓ ଗଜପତିରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

୨୬ ତାରିଖରେ ଗଜପତି ଓ ରାୟଗଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର କହିଛି । ଏ ସମସ୍ତ ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଲୋକାଲ ୱାୟାର

Filed Under: Odia Tagged With: ଅନୁଗୁଳ, ଓଡିଶା, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ଗଜପତି, ଢେଙ୍କାନାଳ, ନବରଙ୍ଗପୁର, ମୟୂରଭଞ୍ଜ, ମାଲକାନଗିରି, ରାୟଗଡା

ଦାରିଙ୍ଗବାଡ଼ି ଇକୋ ରିଟ୍ରିଟରେ ନିରବ ଉପତ୍ୟକାର ମଜା

November 22, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୨୨(ଲୋକାଲ ୱାୟାର): ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଚଳିତ ବର୍ଷ ପ୍ରଥମ କରି ଦାରିଙ୍ଗବାଡ଼ିରେ ପ୍ରଥମ ଥର ପାଇଁ ଇକୋ ରିଟ୍ରିଟ୍ ଆୟୋଜନ କରିବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ଚିନ୍ତା କରିଛି ।

ଡିସେମ୍ବର ୮ରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ତିନିମାସ ଯାଏଁ ଚାଲିବ ।

ଦାରିଙ୍ଗବାଡ଼ି ପ୍ରାକୃତିକ ଶୋଭାରାଜିରେ ଭରପୁର ଥିବାରୁ ଓ ଏଠାରେ ପ୍ରକୃତିକୁ ଭିନ୍ନ ପ୍ରକାରେ ଉପଭୋଗ କରିବାର ସୁଯୋଗ ରହିଛି । ୨ ରାତି ତିନି ଦିନର ଏହି ରହଣି ପାଇଁ ଜଣକୁ ୮୦୦୦ ଟଙ୍କା ଦେବାକୁ ପଡିବ ।

ଭୁବନେଶ୍ୱରରୁ ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍ ୨୪୭ କିଲୋମିଟର ଥିବା ବେଳେ ଏଥିପାଇଁ ୬ ଘଣ୍ଟା ସମୟ ଲାଗିବ ।

ପ୍ରଥମ ଦିନରେ ଜଣେ ମିଦୁବନ୍ଧ ଜଳପ୍ରପାତ, କଫି ଜଙ୍ଗଲ, ଲଭର୍ସ ପଏଣ୍ଟ ଆଦି ସ୍ଥାନକୁ ଜଣେ ଏହି ରିଟ୍ରିଟରେ ଭାଗ ନେଇ ଦେଖିବାର ଅବକାଶ ପାଇବ ।

ଯେଉଁଠାରେ ଜଣେ ହାଇକିଂର ଅନୁଭୂତି ପାଇ ପାରିବ । ସେହିପରି ଦାରିଙ୍ଗବାଡ଼ି କଫି ଗାର୍ଡେନ୍ ବୁଲିବା ସହ ଜଣେ କଫି ଚାଷୀମାନଙ୍କ ସହ କଥା ହେବାର ସୁଯୋଗ ପାଇ ପାରିବ ।

ସେହିଦିନ ରାତିରେ କ୍ୟାମ୍ପ୍ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ମୁକ୍ତାକାଶ ଚଳଚ୍ଚିତ୍ର ପ୍ରଦର୍ଶନୀ ଦେଖିପାରିବ ।

ଦ୍ୱିତୀୟ ଦିନର ଆରମ୍ଭ ଦାରିଙ୍ଗବାଡ଼ି ପାହାଡ଼ ଉପରେ ଯୋଗାଭ୍ୟାସ୍, ଧ୍ୟାନ ଓ ଜୁମ୍ବା ନୃତ୍ୟରୁ ଆରମ୍ଭ ହେବ ।

ଏଥିରେ ବୁକିଂ କରିଥିବା ପର୍ଯ୍ୟଟକ ଅଭିଜ୍ଞ ଗାଇଡମାନଙ୍କ ଦ୍ୱାରା ମଣ୍ଡାସାରୂ ନିରବ ଉପତ୍ୟକା ବୁଲିପାର ସୁଯୋଗ ପାଇପାରିବେ । ସେଠାରୁ ରାତିରେ କ୍ୟାମ୍ପ ସ୍ଥାନକୁ ଫେରି ପୁଣିଥରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେବେ ।

ତୃତୀୟ ଦିନରେ ଜଣେ ସରସ୍ୱତୀ ଗୁମ୍ଫା ଯାଏଁ ହାଇକିଂ କରିବାର ନିଆରା ଅନୁଭୂତି ସାଉଁଟି ପାରିବ । ଏଠାକୁ ଯିବାକୁ ହେଲେ ବଣପାହାଡ ଘେରା ରାସ୍ତା କିଛି ସମୟ ହାଇକିଂ କରିବାକୁ ହେବ ।

ଏହି ସମୟରେ ଭିତରେ ଜଣେ ପୁରାତନ ସମୟର ଅନେକ ପୁରୁଣା ଗୁମ୍ଫାକୁ ଆବିଷ୍କାର ବରିବା ସହ ଏକ ଦୁଃସାହସିକ ଯାତ୍ରାର ଅନୁଭୂତି ସାଉଁଟି ପାରିବ ।

କେବଳ ସେତିକି ନୁହେଁ ପ୍ରତି ରବିବାର ଦାରିଙ୍ଗବାଡ଼ିରେ ଓ ପ୍ରତି ସୋମବାର ରାଇକିଆରେ ସ୍ଥାନୀୟ ଆଦିବାସୀ ହାଟର ଅନୁଭୂତି ପାଇବ ।

ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨୫ଟି ବିଳାସପୂର୍ଣ୍ଣ ଟେଣ୍ଟରେ ଯେପରି ୫୦ ଜଣ ପର୍ଯ୍ୟଟକ ରହିପାରିବେ ସେହି ଢଙ୍ଗରେ ଏହାକୁ ତିଆରି କରାଯାଉଛି ।

ମୌଳିକ ସୁବିଧା ସାଙ୍ଗକୁ, ସାଂସ୍କୃତିକ କାର୍ଯ୍ୟକ୍ରମ, ମୁକ୍ତାକାଶ ଚଳଚ୍ଚିତ୍ର ପ୍ରଦର୍ଶନୀ, ଷ୍ଟାର୍ ଗେଜିଂ ଓ ସାଇଟ୍ ଦେଖିବା ଭଳି ସୁବିଧା ବି ଉପଲବ୍ଧ ହେବ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କନ୍ଧମାଳ

କରୋନାରେ ମୃତ ସାମ୍ବାଦିକଙ୍କ ପରିବାରକୁ ସରକାରଙ୍କ ୧୫ ଲକ୍ଷ ସହାୟତା

November 11, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୧୧(ଲୋକାଲ ୱାୟାର): କରୋନାରେ ପ୍ରାଣ ହରାଇଥିବା ଜଣେ ସାମ୍ବାଦିକଙ୍କ ପରିବାରକୁ ରାଜ୍ୟ ସରକାର ୧୫ ଲକ୍ଷ ଟଙ୍କାର ସହାୟତା ମଂଜୁର କରିଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି ।

ଦୈନିକ ଖବରକାଗଜ ‘ପ୍ରମେୟ’ର କନ୍ଧମାଳରେ କାର୍ଯ୍ୟରତ ସାମ୍ବାଦିକ ତାରିଣୀ ପାଢ଼ୀ ଗତ ସେପ୍ଟେମ୍ବର ୨୯ ତାରିଖରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ।

ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ ପତ୍ନୀ ସବିତା ପାଢ଼ୀଙ୍କୁ ଅନୁକମ୍ପାମୂଳକ ସହାୟତା ଦେବା ସକାଶେ ୧୫ ଲକ୍ଷ ଟଙ୍କା ମଂଜୁର କରାଯାଇଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କନ୍ଧମାଳ, ନବରଙ୍ଗପୁର

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 54
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire