• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

କଳାହାଣ୍ଡି

କଳାହାଣ୍ଡି ଗରିବୀର ପରୀକ୍ଷାଗାର ନୁହେଁ, ବିକାଶର ମଡେଲ: ନବୀନ

January 14, 2021 By LocalWire Leave a Comment

ଭବାନୀପାଟଣା, ଜାନୁଆରୀ ୧୪(ଲୋକାଲ ୱାୟାର): କଳାହାଣ୍ଡି ଗରିବୀର ପରୀକ୍ଷାଗାର ନୁହେଁ ବରଂ ବିକାଶର ମଡେଲ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କଳାହାଣ୍ଡି ଜିଲ୍ଲା ଗସ୍ତରେ ଯାଇ ଜୟପାଟଣା ବ୍ଲକ ଅନ୍ତର୍ଗତ ମଙ୍ଗଳପୁରଠାରେ ଆୟୋଜିତ ଜନସମାବେଶରେ ଉଦବୋଧନ ଦେଇ କହିଛନ୍ତି ।

ଉଦବୋଧନ ଅବସରରେ ସେ ବିଜୁବାବୁଙ୍କର କଳାହାଣ୍ଡି ସହ ଥିବା ସମ୍ପର୍କର୍କୁ ମନେ ପକାଇ କହିଥିଲେ, ‘ବିଜୁ ବାବୁ ୯୦ ଦଶକରେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଭବାନୀପାଟଣା ଗସ୍ତ ସମୟରେ ତାଙ୍କ ଉପରେ କିଛି ପିଲା ପଥର ମାଡ଼ କରିଥିଲେ ।

ବିଜୁବାବୁ ତାଙ୍କ ବିଶାଳ ହୃଦୟରେ ସେହି ପିଲାମାନଙ୍କୁ କ୍ଷମା କରିଥିଲେ । ପରେ ତାଙ୍କ ପୁଅ ହିସାବରେ ମୁଁ ତାଙ୍କୁ ଏ ସମ୍ପର୍କରେ ପ୍ରଶ୍ନ କରିବାରୁ ସେ କହିଥିଲେ ନଥିଙ୍ଗ ଟୁ ବି ଓରିଡ୍ ।

କଳାହାଣ୍ଡିବାସୀ ମୋତ ବହୁତ ଭଲ ପାଆନ୍ତି । ମୁଁ ମଧ୍ୟ କଳାହାଣ୍ଡିକୁ ବହୁତ ଭଲ ପାଏ । କଳାହାଣ୍ଡି ମାଟିରେ ମୋଟ ଯେତିକି ବିନ୍ଦୁ ରକ୍ତ ପଡ଼ିଛି, କଳାହାଣ୍ଡିର ବିକାଶ ପାଇଁଁ ମୁଁ ତାଠୁ ୧୦ ଗୁଣ ଅଧିକ ପରିଶ୍ରମ କରିବି ।

୨୦୦୦ ମସିହାରେ ମୁଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ଓଡ଼ିଶା ମା’ର ସେବା ପାଇଁ ସୁଯୋଗ ପାଇଥିଲି ଏବଂ ବିଜୁ ବାବୁଙ୍କର ସେହି କଥା ମୋ ମନକୁ ବାରମ୍ବାର ଆସୁଥିଲା ଏବଂ କଳାହାଣ୍ଡିର ବିକାଶ ପାଇଁ ମାର୍ଗ ଦେଖାଉଥିଲା । ଏ ଭିତରେ କଳାହାଣ୍ଡିର ଛବି ଉଜ୍ୱଳ ହୋଇଛି ।’

କୃଷି କ୍ଷେତ୍ରରେ କଳାହାଣ୍ଡିର ଉଚ୍ଚ ପ୍ରଶଂସା କରି ସେ କହିଥିଲେ, ଭୋକର ଭୂଗୋଳ କଳାହାଣ୍ଡିକୁ କୁହାଯାଉଥିବା ବେଳେ ଏବେ ଏହା ଭାତହାଣ୍ଡିରେ ପରିଣତ ହୋଇଛି ।

ଜିଲ୍ଲା ଧାନ ଉତ୍ପାଦନରେ ରାଜ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିବା ସହ ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଚାଉଳ ଯୋଗାଉଛି ।

୧୦ଟି ରାଜ୍ୟ କେନ୍ଦ୍ରୀୟ ଭଣ୍ଡାରକୁ ଯେତିକି ଚାଉଳ ଦେଉଛନ୍ତି, ଏହା କଳାହାଣ୍ଡି ସେତିକି ଚାଉଳ ଦେଉଛି ।

ଏହା କେବଳ କଳାହାଣ୍ଡିର ଚାଷୀଙ୍କ ଦୃଢ଼ ଇଚ୍ଛାଶକ୍ତି ଯୋଗୁ ହୋଇପାରିଛି । କଳାହାଣ୍ଡି ଜିଲ୍ଲାର ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୧୨ଶହ କୋଟି ଟଙ୍କା ଦିଆଯାଇଛି । ଜଳସେଚନ ସୁବିଧା ତିନିଗୁଣ ବୃଦ୍ଧି ପାଇଛି ।

ଏହି ଜିଲ୍ଲା ଦେଶରେ ସ୍ୱାସ୍ଥ୍ୟ ଓ ପୁଷ୍ଟି କ୍ଷେତ୍ରରେ ବେଷ୍ଟ ପରଫର୍ମିଙ୍ଗ ଜିଲ୍ଲା ହୋଇପାରିଛି ।

ମାଛ ଚାଷ କ୍ଷେତ୍ରରେ ମଧ୍ୟ ଦେଶରେ ଶ୍ରେଷ୍ଠ ଜିଲ୍ଲାର ମର୍ଯ୍ୟାଦା ପାଇପାରିଛି । ୨୦୦୦ ମସିହାରେ କଳାହାଣ୍ଡି ଜିଲ୍ଲାରେ ଶିଶୁ ମୃତ୍ୟୁହାର ପ୍ରତି ହଜାରରେ ୭୬ ଥିବା ବେଳେ ମାତୃ ମୃତୁ୍ୟହାର ୪୩୨ ଥିଲା ।

ଏବେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଯୋଗୁ ବହୁ ମା ଓ ଶିଶୁଙ୍କ ଜୀବନ ରକ୍ଷା ହୋଇପାରିଛି ।’

ଇନ୍ଦ୍ରାବତୀ ନଦୀ ସମ୍ପର୍କରେ ସେ କହିଥିଲେ, ଇନ୍ଦ୍ରାବତୀ ଆମର ମା’ ଓ କଳାହାଣ୍ଡିର ଜୀବନରେଖା ।

ତାର ପ୍ରତିଟି ଜଳବିନ୍ଦୁ କଳାହାଣ୍ଡିକୁ ସମୃଦ୍ଧ କରିଛି । ମା’ ଇନ୍ଦ୍ରାବତୀର ଏହି ଅବଦାନକୁ ସମ୍ମାନ ଜଣାଇ ଏକ ସଂଗ୍ରହାଳୟ ଓ ଉଦ୍ୟାନ ନିର୍ମାଣ କରାଯିବ ।

ଏହି ସଂଗ୍ରହାଳୟ ସାରା ବିଶ୍ୱକୁ କଳାହାଣ୍ଡିର ରୂପାନ୍ତରର କାହାଣୀ କହିବ । ଏହି ଉଦ୍ୟାନ ଭିତରେ ମା’ ଇନ୍ଦ୍ରାବତୀଙ୍କ ଏକ ଭବ୍ୟମନ୍ଦିର ନିର୍ମାଣ କରାଯିବ ବୋଲି ସେ କହିଥିଲେ ।

ଆଜିର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ୨୦୮୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ ।

୫୪ଟି ପ୍ରକଳ୍ପର ଉଦଘାଟନ ଓ ୫୨ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ୯୮୭ କୋଟି ଟଙ୍କାର ଅପର ଇନ୍ଦ୍ରାବତୀ ଉଠାଜଳସେଚନ ବ୍ୟବସ୍ଥା ରହିଛି ।

ଏହା ଦ୍ୱାରା ୨୫ ହଜାର ୨୭୫ ହେକ୍ଟର ଜମି ଜଳସେଚିତ ହୋଇପାରିବ ।ଏଥିରେ ୪୩.୨୬ କିଲୋମିଟର କଂକ୍ରିଟ କେନାଲ ଥିବା ବେଳେ ୧୧୪୨ କିଲୋମିଟର ଭୂତଳ ପାଇପ ଲାଇନ ରହିଛି ।

କୋକସରା, ଜୟପାଟଣା ଓ ଧର୍ମଗଡ଼ ବ୍ଲକର ୩ ଲକ୍ଷ ଚାଷୀ ଉପକୃତ ହେବେ । ମଙ୍ଗଳପୁର ବ୍ୟାରେଜରୁ ଜଳସେଚନ କରାଯିବ ।

ଏଥିସହ ୨୦ କୋଟି ଟଙ୍କାର ୧୦ଟି ପାନୀୟ ଜଳ ପ୍ରକଳ୍ପ ଓ ୪.୮୩ କୋଟି ଟଙ୍କାର ୧୩ଟି ଚେକ୍ ଡ୍ୟାମ ମଧ୍ୟ ବିଭିନ୍ନ ଯୋଜନାରେ ରହିଛି ।

ଫୁଡପାର୍କ, ନୂଆ ବିଦ୍ୟୁତ୍ ଫିଡର ଲାଇନ, ଭବାନୀପାଟଣାରେ ନୂଆ ବସଷ୍ଟାଣ୍ଡ, ରାସ୍ତାଘାଟ ଓ ସେତୁ ଇତ୍ୟାଦି ରହିଛି ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ରଘୁନନ୍ଦନ ଦାସ ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉଦବୋଧନ ଦେଇଥିଲେ ।

ପ୍ରିନ୍ସ ଡ୍ୟାନ୍ସ ଗ୍ରୂୁପ ଆକର୍ଷଣୀୟ ନୃତ୍ୟ ଦ୍ୱାରା କଳାହାଣ୍ଡିର ବିକାଶକୁ ଉପସ୍ଥାପନ କରିଥିଲେ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କଳାହାଣ୍ଡି

ତିନି କୋଟିପତି ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

December 28, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୨୮(ଲୋକାଲ ୱାୟାର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୋମବାର ତିନି ଜଣ କୋଟିପତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି ।

ବରଗଡ଼ ଜିଲ୍ଲା ଗାଇସିଲଟ ବ୍ଲକ ପଞ୍ଚାୟତ ଏକଜିକୁ୍ୟଟିଭ୍ ଅଫିସର ପାଣ୍ଡବ ନନ୍ଦଙ୍କ ଘରେ ହୋଇଥିବା ଚଢ଼ାଉରେ ତାଙ୍କର ୧ କୋଟି ୪୩ ଲକ୍ଷ ୩୦ ହଜାର ୮୨୦ ଟଙ୍କାର ସମ୍ପତ୍ତି ଥିବା ଜଣାପଡ଼ିଛି ।

ଚଢ଼ାଉ ବେଳେ ଠାବ ହୋଇଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମଧ୍ୟରେ ଅଛି ଗାଇସିଲଟ ବ୍ଲକର କାଳଙ୍ଗପଲୀ ଗ୍ରାମରେ ଥିବା ଏକ ଦୁଇ ମହଲା କୋଠା (୭୪ ଲକ୍ଷ ୬୫ ହଜାର ୨୨୬ ଟଙ୍କା), ବଲାଙ୍ଗିର ଓ ବରଗଡ଼ ଜିଲ୍ଲାରେ ଥିବା ୧୨ଟି ପ୍ଲଟ ( ୩ ଲକ୍ଷ ୭୭ ହଜାର ୮ଶହ ଟଙ୍କା), ଦୁଇଟି ଦୁଇ ଚକିଆ (୧ ଲକ୍ଷ ୫୬ ହଜାର), ସୁନା ଗହଣା (୪୪ ହଜାର ୯୭୪ ଟଙ୍କା), ଘରକରଣା ସାମଗ୍ରୀ(୪ ଲକ୍ଷ ୮୮ ହଜାର ୨୧୯ ଟଙ୍କା) ଏବଂ ୩ ଲକ୍ଷ ୪୦ ହଜାର ୯୪୦ ଟଙ୍କା ଅଛି ।

ସେହିପରି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ସମବାୟ ସମିତି ସମ୍ପାଦକଙ୍କ ଘରେ ହୋଇଥିବା ଚଢ଼ାଉରେ ୧ କୋଟି ୯ ଲକ୍ଷ ୪୭ ହଜାର ୪୩୩ ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଏହା ମଧ୍ୟରେ ରହିଛି କଣ୍ଟାମଳରେ ଏକ ଦୁଇ ମହଲା କୋଠା (୨୫ ଲକ୍ଷ ଟଙ୍କା), କଣ୍ଟାମାଳରେ ଅନ୍ୟ ଏକ କୋଠା (୨୦ ଲକ୍ଷ ୧୦ ହଜାର ଟଙ୍କା), କଣ୍ଟାମାଳରେ ୪ଟି ପ୍ଲଟ (୮୬ ହଜାର ୬୮୩ ଟଙ୍କା), ଦୁଇଟି ଚାରି ଚକିଆ (୧୧ ଲକ୍ଷ ୬୭ ହଜାର ୯୮୪ ଟଙ୍କା), ଦୁଇଟି ଟ୍ରାକ୍ଟର (୧୨ ଲକ୍ଷ ୩୫ ହଜାର ୧୨୫ ଟଙ୍କା), ୬ଟି ଦୁଇ ଚକିଆ (୪ ଲକ୍ଷ ୭୯ ହଜାର ୬୮୨ ଟଙ୍କା), ଏକ ଧାନ ପିଟା ମେସିନ (୧ ଲକ୍ଷ ଟଙ୍କା), ବିଭିନ୍ନ ବ୍ୟାଙ୍କରେ ଜମା (୩ ଲକ୍ଷ ୫୫ ହଜାର ଟଙ୍କା), ସୁନା ଅଳଙ୍କାର (୧୯ ଲକ୍ଷ ୯୫ ହଜାର), ଘରକରଣା ସାମଗ୍ରୀ (୨ ଲକ୍ଷ ୯୮ ହଜାର ୯୬୯ ଟଙ୍କା) ଏବଂ ୭ ଲକ୍ଷ ୧୮ ହଜାର ୫ ଶହ ଟଙ୍କା ।

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଥୁଆପଦର ପଞ୍ଚାୟତ ପିଇଓ ବାଲେଶ୍ୱର ନାୟକଙ୍କ ଘରେ ହୋଇଥିବା ଚଢ଼ାଉରେ ୯୬ ଲକ୍ଷ ୪୭ ହଜାର ୭୯୮ ଟଙ୍କାର ସମ୍ପତ୍ତି ଠାବ ହୋଇଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କଳାହାଣ୍ଡି, ବରଗଡ, ବୌଦ୍ଧ

ନର୍ଲା ଲାଖପଦରର ଏସଏଚଜିଙ୍କୁ ପ୍ରତିଷ୍ଠା ଦେଇଛି ମାଛ ଚାଷ

November 24, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୨୪(ଲୋକାଲ ୱାୟାର): କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକ୍ ସଦର ମହକୁମା ଠାରୁ ୨୦ କିଲୋମିଟର ଦୂରରେ ଅବସ୍ଥିତ ଲାଖପଦର ଗାଁ ।

୧୦ଜଣ ଗରିବ ମହିଳା ଆର୍ଥିକ ଦୃଷ୍ଟିକୋଣରୁ ସ୍ୱାବଲମ୍ବୀ ହେବା ଲକ୍ଷ୍ୟ ନେଇ ୨୦୦୯ ମସିହାରେ କେଦାରଗୌରୀ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିଥିଲେ ।

ମିଶନ ଶକ୍ତି କର୍ମକର୍ତ୍ତାଙ୍କ ସହାୟତାରେ ମାଛ ଚାଷ ପାଇଁ ଗ୍ରାମ ପଞ୍ଚାୟତ ପୋଖରୀ ଗୁଡ଼ିକର ଦୀର୍ଘମିଆଦୀ ଲିଜ୍ ପାଇଁ ୨୦୧୯ରେ ପୋଖରୀ ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କଲେ ।

ଚୟନ ପ୍ରକ୍ରିୟାରେ ସଫଳ ହେବା ପରେ ୧୪ ଏକର ପରିମିତ ପଞ୍ଚାୟତ ପୋଖରୀକୁ ୩ବର୍ଷ ପାଇଁ ଲିଜ୍ ସୂତ୍ରରେ ନେଇ ମାଛଚାଷ ଆରମ୍ଭ କଲେ ।

ବ୍ୟବସାୟିକ ଭିତ୍ତିରେ ମାଛ ଚାଷ ପାଇଁ ତାଲିମ ନେବା ସହ ମିଶନ ଶକ୍ତି ସହାୟତାରେ ୩ ଲକ୍ଷ ଟଙ୍କା ବ୍ୟାଙ୍କ ଋଣ ନେଇ ୩ କ୍ୱିଣ୍ଟାଲ ମାଛ ଯାଅାଁଳ ଛାଡ଼ି ଥିଲେ ।

ମିଶନ ଶକ୍ତି ଜୀବିକା ସଂଯୋଜନା କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଏସଏଚଜି ମତ୍ସ୍ୟ ନିଦେ୍ର୍ଦଶାଳୟ ତରଫରୁ ୩.୬ ଲକ୍ଷ ଟଙ୍କାର ଇନପୁଟ୍ ସବସିଡି ପାଇ ପାରିଛନ୍ତି ।

କୋଭିଡ୍ – ୧୯ ଲକଡାଉନ୍ ସମୟରେ ୧.୫ ଲକ୍ଷ ଟଙ୍କା ମୂଲ୍ୟର ପ୍ରାୟ ୧୦ କ୍ୱିଣ୍ଟାଲ ମାଛ ଉତ୍ପାଦନ କରି ସ୍ଥାନୀୟ ବଜାରରେ ବିକ୍ରି କରିଛନ୍ତି ।

ଏ ପର୍ଯ୍ୟନ୍ତ ପ୍ରାୟ ୨.୧ ଲକ୍ଷ ଟଙ୍କାର ଲାଭ ପାଇଥିବା ଏହି ମହିଳାମାନେ ଶେଷ ଅମଳ ବେଳକୁ ଆଖିଦୃଶିଆ ଲାଭ ପାଇବେ ବୋଲି ଆଶା ରଖିଛନ୍ତି ।

କେଦାରଗୌରୀ ଏସଏଚଜି ସଭାପତି କମଳି ଭୋଇ କହିଛନ୍ତି, ଏହା ଆମର ନିୟମିତ ଘର ଖର୍ଚ୍ଚ ପାଇଁ ଯଥେଷ୍ଟ ଆର୍ଥିକ ସହଯୋଗ କରିପାରିଥିବାରୁ ଆମେ ମାନେ ବହୁତ ଖୁସି ।

ଆମ ପାଇଁ ମାଛ ଚାଷ କେବଳ ଜୀବିକା ନୁହେଁ, ଏହା ଆମକୁ ସାମାଜିକ ପରିଚୟ, ପ୍ରତିଷ୍ଠା ଏବଂ ଆତ୍ମବିଶ୍ୱାସ ଆଣିଦେଇଛି । ଏଥିପାଇଁ ଆମେ ମିଶନ ଶକ୍ତି ନିକଟରେ କୃତଜ୍ଞ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କଳାହାଣ୍ଡି

ଝଡ଼ର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ; ୨୫ ଓ ୨୬ ଓଡ଼ିଶାରେ ପ୍ରବଳ ବର୍ଷା

November 23, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୨୩ (ଲୋକାଲ ୱାୟାର) : ଦକ୍ଷିଣ-ପୂର୍ବ ତଥା ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାର ଅଞ୍ଚଳରେ ସୃଷ୍ଟ ଲଘୁଚାପ ୱେଲମାର୍କରେ ପରିଣତ ହୋଇଥିବା ବେଳେ ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେଇପାରେ ।

ଆଗାମୀ ୨୪ ଘଣ୍ଟାରେ ଆହୁରି ଘନୀଭୂ ହୋଇ ସାମୁଦ୍ରିକ ଝଡ ବା ବାତ୍ୟାର ରୂପନେଇ ପାରେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକା ପାଣିପାଗ ବିଜ୍ଞାନ କେନ୍ଦ୍ର ସୋମବାର ସୂଚନା ଦେଇଛି ।

ଏହା ପ୍ରଭାବରେ ଆସନ୍ତା ୨୫ରୁ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଲଘୁଚାପଟି ପଶ୍ଚିମ-ଉତ୍ତରପଶ୍ଚିମକୁ ମୁହାଁଇ ୨୫ ସୁଦ୍ଧା ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଛୁଇଁବ ।

ଏହାର ପ୍ରଭାବ ସିଧାସଳଖ ଓଡ଼ିଶା ଉପରେ ନାହିଁ ବୋଲି ପାଣିପାଗ ବିଭାଗ କହିଛି ।

ପ୍ରଭାବରେ ୨୫ରୁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଏବଂ ୨୬ରେ ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି।

ଆଜି କନ୍ଧମାଳ, ଅନୁଗୁଳ, ମୟୂରଭଞ୍ଜ, କଳାହାଣ୍ଡି, ଗଜପତି, ରାୟଗଡ଼ା ଓ ଢେଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।

୨୫ ତାରିଖରେ କୋରାପୁଟ, ରାୟଗଡ଼ା ଓ ଗଜପତିରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

୨୬ ତାରିଖରେ ଗଜପତି ଓ ରାୟଗଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର କହିଛି । ଏ ସମସ୍ତ ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଲୋକାଲ ୱାୟାର

Filed Under: Odia Tagged With: ଅନୁଗୁଳ, ଓଡିଶା, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ଗଜପତି, ଢେଙ୍କାନାଳ, ନବରଙ୍ଗପୁର, ମୟୂରଭଞ୍ଜ, ମାଲକାନଗିରି, ରାୟଗଡା

ଅନଲାଇନରେ ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା ଦେଖିଲେ ଭକ୍ତ

October 24, 2020 By LocalWire Leave a Comment

ଭବାନୀପାଟଣା, ଅକ୍ଟୋବର ୨୪(ଲୋକାଲ ୱାୟାର): କରୋନା ମହାମାରୀର ଆତଙ୍କ ମଧ୍ୟରେ କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା ଶନିବାର ଅନୁଷ୍ଠିତ ହୋଇଥିବା ବେଳେ ଭକ୍ତମାନେ ଏହାକୁ ଅନଲାଇନରେ ଦେଖିବାର ସୁଯୋଗ ପାଇଛନ୍ତି ।

ଅଷ୍ଟମୀ ତିଥିର ରାତି ପ୍ରାୟ ୩ଟାରେ ମା’ଙ୍କ ଛତର ମନ୍ଦିରରୁ ବାହାରି ଜେନାଖାଲକୁ ଯିବା ପରେ ଗୁପ୍ତ ପୂଜା ହୋଇଥିଲା ।

ଭୋର୍ ପ୍ରାୟ ୬ଟାରେ ମା’ଙ୍କୁ ମନ୍ଦିର ଅଣାଯାଇଥିଲା । ଅଞ୍ଚଳରେ ସଟ ଡାଉନ ଜାରି ହୋଇଥିବାରୁ ମାତ୍ର ଅଧଘଣ୍ଟା ମଧ୍ୟରେ ଯାତ୍ରା ଶେଷ ହୋଇଥିଲା ।

ବିଶ୍ୱାସ, ଭକ୍ତି ଏବଂ ପରମ୍ପରାର ମହାନ ପର୍ବ ଛତର ଯାତ୍ରାରେ କେବଳ ହାତଗଣତି ପୂଜକ, ସେବକ, ପୁଲିସ ଓ ପ୍ରଶାସନିକ ଅଧିକାରୀ ସାମିଲ ଥିଲେ ।

ବିନା ଭକ୍ତରେ ମା’ ନଗର ଭ୍ରମଣ କରିଥିଲେ । ତେବେ ଅନଲାଇନରେ ଭକ୍ତମାନେ ମା’ଙ୍କୁ ଦେଖି ବିଭୋର ହୋଇଛନ୍ତି ।

ଲୋକାଲ ୱାୟାର

Filed Under: Cultural, Odia Tagged With: ଓଡିଶା, କଳାହାଣ୍ଡି

କଟକଣା ସହ ମା’ ମାଣିକେଶ୍ୱରୀଙ୍କର ପ୍ରସିଦ୍ଧ ଛତ୍ର ଯାତ୍ରା ପାଳିତ

October 24, 2020 By LocalWire Leave a Comment

ଭବାନୀପାଟଣା, ଅକ୍ଟୋବର ୨୪ (ଲୋକାଲ ୱାୟାର) : କଟକଣା ଓ ବିନା ଭକ୍ତରେ କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କର ପ୍ରସିଦ୍ଧ ଛତ୍ର ଯାତ୍ରା ପାଳିତ ହୋଇଛି ।

ମା’ଙ୍କ ପ୍ରତୀକ ଛତର ଅଷ୍ଟମୀ ମଧ୍ୟରାତ୍ରରେ ନିଜ ମୂଳଆସ୍ଥାନ ମନ୍ଦିର ଠାରୁ ବାହାରି ଭବାନୀପାଟଣା ସହର ଉପକଣ୍ଠ ଜେନାଖାଲକୁ ନିଆଯାଇଥିଲା ।

ସନ୍ଧି ପୂଜା ପରେ ପରେ ଆଜି ନବମୀ ପ୍ରାତଃରୁ ମାଣିକେଶ୍ୱରୀ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ ମା’ ।

ପାରମ୍ପରିକ ବାଦ୍ୟ, ଘୁମୁରା ଓ ଢୋଲ୍ ନିଶାନ୍ତ ତାଳେ ତାଳେ ମା’ଙ୍କ ମନ୍ଦିରକୁ ଛତର ପ୍ରତ୍ୟାବର୍ତ୍ତନ କରିଥିଲେ ।

ଚଳିତବର୍ଷ ଛତରଯାତ୍ରାରେ ଯେଭଳି ଭକ୍ତଙ୍କର ସମାଗମ ନ ହେବ ସେଥିପାଇଁ ଜିଲ୍ଲା ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିବା ସହ ଭବାନୀପାଟଣା ସହରରେ ୧୪୪ ଧାରା ଜାରି କରାଯାଇଥିଲା ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କଳାହାଣ୍ଡି

କଳାହାଣ୍ଡିରେ ୩ଟି ଶକ୍ତି ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

October 2, 2020 By LocalWire Leave a Comment

ଭୁବନେଶ୍ୱର, ଅକ୍ଟୋବର ୨ (ଲୋକାଲ ୱାୟାର) : କଳାହାଣ୍ଡି ଜିଲ୍ଲାରେ ଶୁକ୍ରବାର ଭିଡିଓ କନଫରେନ୍ସିଂ ଜରିଆରେ ୩ଟି ଶକ୍ତି ପ୍ରକଳ୍ପ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ଜୟପାଟଣା ଅଞ୍ଚଳର ବାନେର୍ ଠାରେ ୨୨୦/୧୩୨/୩୩ କେଭି ଗ୍ରୀଡ ସବ୍‌ଷ୍ଟେସନକୁ ଉଦ୍‌ଘାଟନ କରିଥିବବେଳେ ଗ୍ରୀଡ୍‌ରୁ ବାହାରୁଥିବା ଦୁଇଟି ୩୩ କେଭି ଫିଡର୍ ଲାଇନ୍ ମଧ୍ୟ ଲୋକାର୍ପିତ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ୩ଟି ଶକ୍ତି ପ୍ରକଳ୍ପ ଦ୍ବାରା କଳାହାଣ୍ଡି ଜିଲ୍ଲା ବିକାଶର ନୂଆ ପରିଚୟ ସୃଷ୍ଟି କରିବ ।

ଜିଲ୍ଲାର ଜୟପାଟଣା, କୋକସରା ଓ କଲମପୁର ଅଞ୍ଚଳର ୩୦ ହଜାର ଲୋକ ଉପକୃତ ହେବେ।

ଲୋକଙ୍କୁ ଉନ୍ନତ ମାନର ବିଶ୍ବସନୀୟ ଓ ନିରବଚ୍ଛିନ୍ନ ବିଦ୍ୟୁତ ସେବା ମିଳିବ। ପାୱାର କଟ୍ ସମସ୍ୟା ଦୂର ହେବ ଏବଂ ଚାଷୀ, ମହିଳା ଓ ଛାତ୍ରଛାତ୍ରୀ ସମସ୍ତେ ଉପକୃତ ହେବେ ।

ଆଗାମୀ ଦିନରେ ଜିଲ୍ଲାର ଅନ୍ୟ ଅଞ୍ଚଳକୁ ବିଦ୍ୟୁତ ସେବାର ସଂପ୍ରସାରଣ କରାଯିବ ।

ସୂଚନାଯୋଗ୍ୟ ଯେ, ଏହି ୨୨୦ କେଭି ଜୟପାଟଣା ଗ୍ରୀଡ ପାଇଁ ୮୨ କୋଟି ଟଙ୍କା ବ୍ୟୟ କରାଯାଇଛି ।

ଏହା ଦ୍ବାରା କଳାହାଣ୍ଡିର ଜନସାଧାରଣ ପ୍ରଥମ ଥର ପାଇଁ ଇନ୍ଦ୍ରାବତୀ ପ୍ରକଳ୍ପରୁ ସିଧାସଳଖ ବିଜୁଳି ଶକ୍ତି ପାଇପାରିବେ।

ଆଗାମୀ ଦିନରେ ୪୭ କିଲୋମିଟର ଦୀର୍ଘ ଆଉ ଏକ ୧୩୨ କେଭି ‘ଡବଲ ସର୍‌କ୍ୟୁଟ୍ ଲାଇନ୍‌’ ଜୁନାଗଡକୁ ସଂଯୁକ୍ତ କରାଯିବ।

ପ୍ରକଳ୍ପ ଲୋକାର୍ପିତ ସମୟରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବାନେର୍ ଠାରେ ଉପସ୍ଥିତ ରହି କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ କଳାହାଣ୍ଡିରେ କୃଷି, ଜଳସେଚନ, ସଡକ ପରିବହନ, ଶିକ୍ଷା, ସ୍ବାସ୍ଥ୍ୟ ସବୁ କ୍ଷେତ୍ରରେ ଉନ୍ନତି ଆସିଛି।

ବିଦ୍ୟୁତ ପ୍ରକଳ୍ପ ପାଇଁ ସେ କଳାହାଣ୍ଡି ଜିଲ୍ଲାବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରକାଶ କରିଥିଲେ।

ବିରୋଧୀ ଦଳର ନେତା ଶ୍ରୀ ପ୍ରଦୀପ୍ତ ନାଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ, ଇନ୍ଦ୍ରାବତୀ ପ୍ରକଳ୍ପ ପରେ କଳାହାଣ୍ଡିରେ ବିକାଶ ଆସିଛି।

ବାମ କେନାଲ ତିଆରି ହେବା ପରେ କଳାହାଣ୍ଡି ଜିଲ୍ଲା ଏବେ ଧାନ ଉତ୍ପାଦନରେ ସୁନାମ ଅର୍ଜନ କରିଛି । ଦକ୍ଷିଣ କେନାଲର ନିର୍ମାଣ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କଳାହାଣ୍ଡି

ଦେଢ଼ କୋଟିର ଗଞ୍ଜେଇ ଜବତ, ଓଡ଼ିଶାରୁ ଦିଲ୍ଲୀ ଚାଲାଣ ହେଉଥିଲା

September 26, 2020 By LocalWire Leave a Comment

ନୂଆପଡ଼ା, ସେପ୍ଟେମ୍ବର ୨୬(ଲୋକାଲ ୱାୟାର): କଳାହାଣ୍ଡି ଜିଲ୍ଲାରୁ ଦିଲ୍ଲୀ ଚାଲାଣ ହେଉଥିବା ପ୍ରାୟ ଦେଢ଼ କୋଟି ଟଙ୍କାର ଗଞ୍ଜେଇ ନୂଆପଡ଼ା ଜିଲ୍ଲା ସୀମାରେ ଛତିଶଗଡ଼ ପୁଲିସ ଦ୍ୱାରା ଜବତ ହୋଇଥିବା ସ୍ଥାନୀୟ ଅଧିକାରୀ ଶନିବାର କହିଛନ୍ତି ।

ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇ ଛତିଶଗଡ଼ ପୁଲିସ ନୂଆପଡ଼ା ଜିଲ୍ଲା ସୀମାରେ ଥିବା ଟେମରୀ ବନବିଭାଗ ତନଖି ଫାଟକ ନିକଟରେ ଶନିବାର ସକାଳେ ପାଟ୍ରୋଲିଂ କରୁଥିଲେ ।

ଓଡ଼ିଶାରୁ ଯାଉଥିବା ଏକ ଟ୍ରକକୁ ସନେ୍ଦହରେ ଅଟକାଇ ତଲାସୀ କରିବାରୁ ୨୬ଟି ବସ୍ତାରେ ଥିବା ୧୬୫ ପ୍ୟାକେଟ ଗଞ୍ଜେଇ ଜବତ ହୋଇଥିଲା ।

ଏଥିରେ ପ୍ରାୟ ୮ କ୍ୱିଣ୍ଟାଲ ୧୦କେଜି ଗଞ୍ଜେଇ ଥିଲା । ଏହାର ଆନୁମାନିକ ମୂଲ୍ୟ ୧ କୋଟି ୬୨ ଲକ୍ଷ ଟଙ୍କା ବୋଲି କୁହାଯାଇଛି ।

କଳାହାଣ୍ଡିର ଭବାନୀପାଟଣାରୁ ଦିଲ୍ଲୀ ଯାଉଥିବା ଏହି ଟ୍ରକରୁ ରାଜସ୍ଥାନ ଭରତପୁର ଜିଲ୍ଲା ଗୋପାଳଗଡ଼ ଗାଁର ଖଲିଦ ଓ ଅଲୱର ଜିଲ୍ଲାର ସାକିର ହୁସେନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କଳାହାଣ୍ଡି, ନୂଆପଡା

ଫାୟାର ସାର୍ଟିଫିକେଟ ପାଇଁ ଲାଞ୍ଚ ନେବା ବେଳେ ଅଗ୍ନିଶମ ଅଧିକାରୀ ଗିରଫ

September 23, 2020 By LocalWire Leave a Comment

ଭବାନୀପାଟଣା, ସେପ୍ଟେମ୍ବର ୨୩(ଲୋକାଲ ୱାୟାର): କଳାହାଣ୍ଡି ଜିଲ୍ଲାର ନର୍ଲାଠାରେ ଜଣେ ବ୍ୟକ୍ତିଙ୍କୁ ଫାୟାର ସାର୍ଟିଫିକେଟ ପ୍ରଦାନ କରିବାକୁ ଲାଞ୍ଚ ନେଉଥିବା ବେଳେ ସ୍ଥାନୀୟ ଅଗ୍ନିଶମ ଅଧିକାରୀ ଗିରଫ ହୋଇଥିବା ଭିଜିଲାନ୍ସ ପକ୍ଷରୁ ବୁଧବାର କୁହାଯାଇଛି ।

ବରୁଣ କୁମାର ସାହୁ ନାମକ ବ୍ୟକ୍ତିଙ୍କର କାରଟି କୌଣସି କାରଣରୁ ଜଳି ଯାଇଥିଲା ।

ସେ ଏକ ଫାୟାର ସାର୍ଟିଫିକେଟ ପାଇଁ ନର୍ଲା ଅଗ୍ନିଶମ କେନ୍ଦ୍ରକୁ ଯାଇଥିଲେ ।

କିନ୍ତୁ ସ୍ଥାନୀୟ ଅଗ୍ନିଶମ ଅଧିକାରୀ ଅନୁପମ ବାଗ ସାର୍ଟିଫିକେଟ ଦେବାକୁ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ବରୁଣ ବାଧ୍ୟ ହୋଇ ଭିଜିଲାନ୍ସକୁ ଏହି ସୂଚନା ଦେଇଥିଲେ ।

ଯୋଜନାନୁସାରେ ବୁଧବାର ବରୁଣ ଅଗ୍ନିଶମ ଅଧିକାରୀଙ୍କୁ ୪ ହଜାର ଟଙ୍କା ଲାଞ୍ଚ ଦେଇଥିଲେ ।

ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରି ଶ୍ରୀ ବାଗଙ୍କୁ ଗିରଫ କରବିା ସହ ଲାଞ୍ଚ ଟଙ୍କା ଜବତ କରିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କଳାହାଣ୍ଡି

ଦୁଇ ସହିଦ ଏସଓଜି ଯବାନଙ୍କୁ ନବୀନଙ୍କ ସାଲ୍ୟୁଟ, ଶ୍ରଦ୍ଧାଞ୍ଜଳି ଜଣାଇଲେ ଡିଜିପି

September 10, 2020 By LocalWire Leave a Comment

ଭୁବନେଶ୍ୱର, ସେପ୍ଟେମ୍ବର ୧୦(ଲୋକାଲ ୱାୟାର): କଳାହାଣ୍ଡି-କନ୍ଧମାଳ ଜିଲ୍ଲା ସୀମାରେ ନକ୍ସଲଙ୍କ ସହ ଗୁଳି ବିନିମୟରେ ସହିିଦ ହୋଇଥିବା ଦୁଇ ଏସଓଜି ଯବାନ ବୀରପୁତ୍ର ବୋଲି ସେମାନଙ୍କୁ ଟ୍ୱିଟରରେ ଶ୍ରଦ୍ଧାଞ୍ଜଳି ଜଣାଇ ଗୁରୁବାର କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେ ଦୁଇ ସହିଦଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିବା ସହ ଜାତି ସେମାନଙ୍କୁ ସବୁ ଦିନ ମନେ ରଖିବ ବୋଲି କହିଛନ୍ତି ।
ଦୁୁଇ ସହିଦ ହେଲେ ମୟୂରଭଞ୍ଜର ସୁଧୀର କୁମାର ଟୁଡ଼ୁ ଏବଂ ଅନୁଗୁଳର ଦେବାଶିଷ ସେଠୀ ।

ଅପରପକ୍ଷରେ କଳାହାଣ୍ଡିସ୍ଥିତ ରିଜର୍ଭ ଅଫିସ ପରିସରରେ ଦୁଇ ଯବାନଙ୍କ ମରଶରୀରକୁ ଗୁରୁବାର ସକାଳେ ରଖାଯାଇଥିଲା ।

ସେଠାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏବଂ ପୁଲିସ ଅଭୟଙ୍କ ସହ ବରିଷ୍ଠ ପୁଲିସ ଅଫିସରମାନେ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ଏହାପରେ ଉଭୟ ଯବାନଙ୍କ ମରଶରୀରକୁ ସେମାନଙ୍କ ଜନ୍ମଭୂମିକୁ ପଠାଯାଇଥିଲା ।

ଉଲ୍ଲେଖଯୋଗ୍ୟ, ଗତକାଲିର ଗୁଳି ବିନିମୟରେ ୫ ଜଣ ନକ୍ସଲ ନିହତ ହୋଇଥିଲେ ଏବଂ ୬ଟି ବନ୍ଧୁକ ଜବତ କରାଯାଇଥିଲା । ନକ୍ସଲଙ୍କ ୭ଟି କ୍ୟାମ୍ପ ଧ୍ୱଂସ କରାଯାଇଛି ।

ଏ ସମ୍ପର୍କରେ ପୁଲିସ ଡିଜି ଅଭୟ କହିଛନ୍ତି, ଆମ ଯବାନ ମାନେ ଅଦମ୍ୟ ବୀରତ୍ୱ ଓ ସାହସ ଦେଖାଇ ପ୍ରାଣବଳି ଦେଇଛନ୍ତି ।

ସୁଧୀରଙ୍କ ଛାତି ଓ ଦେବାଶିଷଙ୍କ ଜଂଘରେ ଗୁଳି ବାଜିଥିଲା । ଉଭୟ ସହିଦଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ସମସ୍ତ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ ।

ଗତ ଦୁଇ ମାସ ମଧ୍ୟରେ ୧୨ ଜଣ ନକ୍ସଲ ପ୍ରାଣ ହରାଇବା ରାଜ୍ୟ ପୁଲିସ ପାଇଁ ବଡ଼ ସଫଳତା । ଏହି ଗୁଳି ବିନିମୟ ବେଳେ ଜଣେ ବଡ଼ ନକ୍ସଲ ନେତା କ୍ୟାମ୍ପରେ ଥିଲେ ।

ନକ୍ସଲ ନେତାମାନେ ସର୍ବଦା ପଛରେ ରହି କ୍ୟାଡରମାନଙ୍କୁ ମୃତୁ୍ୟମୁଖକୁ ଠେଲି ଦେଉଛନ୍ତି ।

ତେଣୁ ସେମାନଙ୍କ କଥାରେ ପରିଚାଳିତ ନହୋଇ ସମାଜର ମୁଖ୍ୟଧାରାରେ ସାମିଲ ହେବାକୁ ଆତ୍ମସମର୍ପଣ କରିବା ପାଇଁ ନକ୍ସଲମାନଙ୍କ ପୁଲିସ ଡିଜି ଏହି ଅବସରରେ ଆହ୍ୱାନ ଦେଇଥିଲେ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କନ୍ଧମାଳ, କଳାହାଣ୍ଡି

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 11
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire