• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

କାର୍ଯ୍ୟକ୍ରମ

ବିଭିନ୍ନ ପାନ୍ଥନିବାସରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି

October 2, 2020 By LocalWire Leave a Comment

ଭୁବନେଶ୍ୱର, ଅକ୍ଟୋବର ୨(ଲୋକାଲ ୱାୟାର): ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ରାଜ୍ୟର ୨୨ଟି ଯାକ ପାନ୍ଥନିବାସ ପରିସରରେ ଗାନ୍ଧି ଜୟନ୍ତୀ ପାଳିତ ହୋଇଯାଇଛି ।

ଏହି ଅବସରରେ ଭୁବନେଶ୍ୱର ପାନ୍ଥନିବାସରେ ସ୍ୱତନ୍ତ୍ର ଆୟୋଜନ ହୋଇଥିଲା ।

ଏଥିରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଯୋଗ ଦେଇ ଗାନ୍ଧିଜୀଙ୍କ ପ୍ରତିଛବିରେ ପୁଷ୍ପ ଅର୍ପଣ କରିବା ସହ ଦୀପ ପ୍ରଜ୍ଜ୍ୱଳନ କରିିଲେ ।

ଓଟିଡିସିର ଅନ୍ୟ କର୍ମଚାରୀମାନେ ମଧ୍ୟ ଗାନ୍ଧିଜୀଙ୍କ ପ୍ରତିଛବି ନିକଟରେ ପୁଷ୍ପ ଅର୍ପଣ ଓ ଦୀପ ପ୍ରଜ୍ଜ୍ୱଳନ କରିଥିଲେ ।

ଉପସ୍ଥିତ ସମସ୍ତ କର୍ମଚାରୀମାନେ କରୋନା ନିୟମ ପାଳନ ସହ ଗାନ୍ଧି ଜୟନ୍ତୀ ପାଳନ କରିଥିଲେ ।

କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚ୍ଚିନ୍ ରାମଚନ୍ଦ୍ର ଯାଦବ ଉପସ୍ଥିତ ଥିଲେ ।

ଲୋକାଲ ୱାୟାର

Filed Under: Odia, ଶ୍ରଦ୍ଧାଞ୍ଜଳି Tagged With: ଓଡିଶା, କାର୍ଯ୍ୟକ୍ରମ, ଶ୍ରଦ୍ଧାଞ୍ଜଳି

ସଂସ୍କୃତି ଭବନରେ ‘ବୈଷ୍ଣବ ଜନତୋ’ ଧୂନ୍‌

October 2, 2020 By LocalWire Leave a Comment

ଭୁବନେଶ୍ୱର, ଅକ୍ଟୋବର ୨(ଲୋକାଲ ୱାୟାର): ଶୁକ୍ରବାର ପୂର୍ବାହ୍ନରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି ।

ପ୍ରଥମେ ଗାନ୍ଧିଜୀଙ୍କ ତୈଳ ଚିତ୍ରରେ ସୂତ୍ରାଞ୍ଜଳି ପ୍ରଦାନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ଏହାପରେ ବାପୁଙ୍କ ପ୍ରିୟ ଭଜନ ‘ରଘୁପତି ରାଘବ ରାଜାରାମ’ ପରିବେଷଣ କରାଯାଇଥିଲା ।

ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରକାଶିତ ପୁସ୍ତକ ଲୋକର୍ପିତ ହୋଇଥିଲା ।

ଗାନ୍ଧିଙ୍କ ବିଚାର, ଆଦର୍ଶ, ଜୀବନୀ ଉପରେ ଆଧାରିତ ‘ଶିଶୁଗୀତିରେ ଗାନ୍ଧି’, ‘ଦେଶାତ୍ମବୋଧକ ଓଡ଼ିଆ କବିତା’, ଇଂରାଜୀ ‘କୋଣାର୍କ’ ସଂଖ୍ୟା-୪, କଫିଟେବୁଲ୍ ପୁସ୍ତକ ‘ଅକ୍ଷର’ ଲୋକାର୍ପିତ ହୋଇଥିଲା ।

ଉତ୍କଳ ଗାନ୍ଧି ସ୍ମାରକନିଧି ଦ୍ୱାରା ପ୍ରକାଶିତ ଗାନ୍ଧି ରଚନାବଳୀ: ‘ଆତ୍ମକଥା ଅଥବା ସତ୍ୟର ପ୍ରୟୋଗ’, ଗାନ୍ଧି ରଚନାବଳୀ: ‘ଦକ୍ଷିଣ ଆଫ୍ରିକା ସତ୍ୟାଗ୍ରହ’, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ନାୟକଙ୍କ ଦ୍ୱାରା ରଚିତ ପୁସ୍ତକ ‘ଗାନ୍ଧି ମହାତ୍ମ୍ୟ’ ଉନ୍ମୋଚିତ ହୋଇଥିଲା ।

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ପ୍ରକାଶିତ ପୁସ୍ତକ ‘ଏ ଡକ୍ୟୁମେଣ୍ଟାରୀ ହିଷ୍ଟୋରୀ: ଗ୍ରୁପ୍ ଥିଏଟର୍ ଇନ୍ ଓଡ଼ିଶା(୧୯୫୫-୨୦୨୦)’, ଏକାଡେମୀ ମୁଖପତ୍ର ‘ରଙ୍ଗଭୂମି’ ଲୋକାର୍ପଣ ସାଙ୍ଗକୁ ଏକାଡେମୀର ଦୃଶ୍ୟଶ୍ରାବ୍ୟ ଅଭିଲେଖାଗାର ଶୁଭ ଉଦଘାଟନ ହୋଇଥିଲା ।

ଓଡ଼ିଶା ଊର୍ଦ୍ଦୁ ଏକାଡେମୀ ଦ୍ୱାରା ପ୍ରକାଶିତ ପୁସ୍ତକ ‘କାଖ୍‌-ଏ-ସୁଖାନ୍‌’ ଓ ‘ଓଡ଼ିଆ ଜବାନ୍ ଓ ଆଦାବ: ଏକ ମୁତଲିଆ’ ଉନ୍ମୋଚିତ ହୋଇଥିଲା ।

ଶେଷରେ ‘ବୈଷ୍ଣବ ଜନତୋ’ ପରିବେଷଣ କରାଯାଇଥିଲା ।

ଅପରାହ୍ନରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଦ୍ୱାରା ‘ଗାନ୍ଧିଜୀଙ୍କ ଆଦର୍ଶ’ ଭିତ୍ତିକ ୱେବିନାର୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏଥିରେ ୫ହଜାରରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।

ଛାତ୍ରଛାତ୍ରୀଙ୍କୁ ଗାନ୍ଧିଙ୍କ ଆଦର୍ଶ ଓ ବିଚାର ସହିତ ପରିଚିତ କରାଇବା ଏହାର ଊଦ୍ଦେଶ୍ୟ ଥିଲା ।

ସମସ୍ତ କାର୍ଯ୍ୟକ୍ରମ କୋଭିଡ୍‌-୧୯ ମାର୍ଗଦର୍ଶିକା ଅନୁସରଣରେ ପାଳନ କରାଯାଇଥିଲା ।

ଏହି ଅବସରରେ ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରସ୍ତୁତ ଘଣ୍ଟାକିଆ ‘ଓଡ଼ିଶାରେ ଗାନ୍ଧିଜୀ’ ଶୀର୍ଷକ ସ୍ୱତନ୍ତ୍ର ପ୍ରାମାଣିକ ଚଳଚ୍ଚିତ୍ର ବିଭିନ୍ନ ଟିଭି ଚ୍ୟାନେଲରେ ପ୍ରସାରିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ପୂର୍ବତନ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ନିର୍ଦ୍ଦେଶକ ବିଜୟ କୁମାର ନାୟକ, ସଂସ୍କୃତି ଗବେଷକ ପ୍ରହ୍ଲାଦ ସିଂହ, ବିରୁପାକ୍ଷ ତ୍ରିପାଠୀ, ଅଧ୍ୟାପକ ଅଭିରାମ ବିଶ୍ୱାଳ, ଡ. ବିଶ୍ୱଜିତ, ଆଶାଲତା ଦାସ ପ୍ରମୁଖ ଯୋଗ ଦେଇଥିଲେ ।

ଲୋକାଲ ୱାୟାର

Filed Under: Odia, କାର୍ଯ୍ୟକ୍ରମ Tagged With: ଓଡିଶା, କାର୍ଯ୍ୟକ୍ରମ

ସମ୍ବଲପୁରୀ ମାସ୍କକୁ ଅଧିକ ଜନାଦୃତ କରିବାକୁ ପଡ଼ିବ: ଧର୍ମେନ୍ଦ୍ର

September 20, 2020 By LocalWire Leave a Comment

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୦(ଲୋକାଲ ୱାୟାର): ମହାମାରୀ ସମୟରେ ସମ୍ବଲପୁରୀ ମାସ୍କର ଚାହିଦା ବୃଦ୍ଧି ପାଉଥିବାରୁ ଏହାକୁ ଆହୁରି ଜନାଦୃତ କରିବାୁ ପଡ଼ିବ ବୋଲି ରବିବାର ଗ୍ଲୋବାଲ୍ ୱେଷ୍ଟର୍ଣ୍ଣ ଓଡ଼ିଶା ପକ୍ଷରୁ ଆୟୋଜିତ ନୂଆଖାଇ ଭେଟଘାଟରେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗଦେଇ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେ କହିଛନ୍ତି, ଟେକ୍ସଟାଇଲ୍‌, ପର୍ଯ୍ୟଟନ ଏବଂ କୃଷି କ୍ଷେତ୍ର ଓଡ଼ିଶାର ମୂଳ ପୁଞ୍ଜି । ରାଜ୍ୟର ସଂସ୍କୃତି ଓ ପରମ୍ପରା ମଧ୍ୟ ଆମର ଭିନ୍ନ ଏକ ପୁଞ୍ଜି ।

ତେବେ ଏହି ସବୁ ପୁଞ୍ଜିକୁ ବିଶ୍ୱସ୍ତରରେ ପହଞ୍ଚାଇବା ଆମର ଲକ୍ଷ୍ୟ ହେବା ଦରକାର ।

ନୂଆଖାଇ ଚାଷଭିତ୍ତିକ ଏକ ସାଂସ୍କୃତିକ-ସାମାଜିକ ମହାନ ଗଣପର୍ବ ।

ଚାଷ ଆଧାରିତ ଅର୍ଥନୀତିକୁ ସୁଦୃଢ଼ କରି ରଖିବାର ମହତ ବାର୍ତ୍ତା ନୂଆଖାଇ ଦିଏ ।

ଭାରତ ସରକାର ଚାଷର ଉନ୍ନତି, କୃଷକଙ୍କକଲ୍ୟାଣ ଏବଂ ଚାଷ-ଆଧାରିତ ଅର୍ଥନୀତିର ସୁଦୃଢ଼ୀକରଣକୁ ପ୍ରଧାନ୍ୟ ଦେଇଛନ୍ତି ।

ସେ କହିଛନ୍ତି ପ୍ରସିଦ୍ଧ ରଙ୍ଗବତି ଗୀତ ଦୀର୍ଘ ଦଶନ୍ଧି ଧରି ଦେଶ ଓ ବିଶ୍ୱରେ ଆଦୃତ ହୋଇପାରିଛି ।

ଏହିପରି ଭାବରେ ଆମର ସଂସ୍କୃତି ଓ ପରମ୍ପରାକୁ ବିଭିନ୍ନ ସଂଗଠନର ଉଦ୍ୟମରେ ବିଶ୍ୱସ୍ତରୀୟ କରିବାର ଆବଶ୍ୟକତା ରହିଛି ।

ବର୍ତ୍ତମାନ କରୋନା ମହାମାରୀ ଦ୍ୱାରା ଓଡିଶା ସମେତ ସାରାଦେଶ ପ୍ରଭାବିତ ହୋଇଛି । ତେବେ ଆଜିର ସମୟରେ ଡିଜିଟାଲ ସଂଯୋଗ ବୃଦ୍ଧି ପାଇଛି ।

ଗ୍ରାମାଂଚଳ ସମେତ ଅଧିକରୁ ଅଧିକ ଲୋକମାନେ ଡିଜିଟାଲ ପ୍ଲାଟଫର୍ମର ଯୋଡ଼ିହୋଇଛନ୍ତି ।

ବର୍ତମାନର ମୂଳ ବିଷୟ ହେଉଛି ସମସ୍ତଙ୍କ ଜୀବନକୁ ସୁରକ୍ଷିତ କରିବାର ଓ କରୋନାରୁ ଦୂରେଇ ରହିବା ପାଇଁ ସଚେତନତା ସୃଷ୍ଟି କରିବାର ।

ବିଶ୍ୱରେ ଅର୍ଥନୀତି ଓ ସାମାଜିକ ବ୍ୟବସ୍ଥା ସ୍ୱାଭାବିକ ହେବ ।

ଏହି ସକରାତ୍ମକ ଚିନ୍ତାଧାରା ନେଇ ସମସ୍ତଙ୍କୁ ଆଗକୁ ବଢିବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଉଲ୍ଲେଖନୀୟ ଯେ, ଆଜିର ଏହି କାର୍ଯ୍ୟକ୍ରମରେ ଦେଶ ଓ ବିଦେଶରୁ ପଶ୍ଚିମ ଓଡିଶାର ପ୍ରତିନିଧିମାନେ ଯୋଗଦେଇ ଓଡ଼ିଶାର ଅନନ୍ୟ ଗଣପର୍ବ ନୂଆଁଖାଇ ସଂସ୍କୃତି ଓ ପରମ୍ପରା ଉପରେ ଆଲୋଚନା କରିଥିଲେ ।

ଲୋକାଲ ୱାୟାର

Filed Under: Odia, କାର୍ଯ୍ୟକ୍ରମ Tagged With: ଓଡିଶା, କାର୍ଯ୍ୟକ୍ରମ

ଆଇଆଇଏମସିରେ ହିନ୍ଦୀ କବିତା ପାଠୋତ୍ସବ ‘ଶବ୍ଦାଞ୍ଜଳି’

September 20, 2020 By LocalWire Leave a Comment

ଢେଙ୍କାନାଳ, ସେପ୍ଟେମ୍ବର ୨୦(ଲୋକାଲ ୱାୟାର): ହିନ୍ଦୀ ପକ୍ଷ ପାଳନ ଅବସରରେ ରବିବାର ସନ୍ଧ୍ୟାରେ ଗୁଗୁଲ ମିଟ୍‍ ମଞ୍ଚରେ ଭାରତୀୟ ଜନ ସଂଚାର ସଂସ୍ଥାନ(ଆଇଆଇଏମସି)ରେ ହିନ୍ଦୀ କବିତା ପାଠୋତ୍ସବ ‘ଶବ୍ଦାଞ୍ଜଳି’ ରବିବାର ଅନୁଷ୍ଠିତ ହୋଇଯାଇଛି ।

ଦେଶର ପ୍ରସିଦ୍ଧ କବି, କବୟତ୍ରୀମାନେ ସ୍ୱରଚିତ କବିତା ମାଧ୍ୟମରେ ହିନ୍ଦୀ ଭାଷାର ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିଲେ ।

ହିନ୍ଦୀ ଆଦି ବିଭିନ୍ନ ମାତୃଭାଷା ଜରିଆରେ ମନର ଭାବନାକୁ ଭଲଭାବେ ବ୍ୟକ୍ତ କରାଯାଇପାରେ ।

ପରିବାର ଓ ସମାଜ ମଧ୍ୟରେ ମାତୃଭାଷା ସମ୍ପର୍କ ଯୋଡି଼ଥାଏ ।

ସମ୍ପର୍କରେ ନିବିଡ଼ତା ଓ ମଧୁରତା ଆଣିଥାଏ ବୋଲି କବିମାନେ କଳାତ୍ମକ ଢଙ୍ଗରେ ମତ ବ୍ୟକ୍ତ କରିଥିଲେ ।

ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଡ. ମୃଣାଳ ଚାଟାର୍ଜୀ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।

ଆଇଆଇଏମ୍‍ସିରେ ଦୀର୍ଘ ବର୍ଷ ‘ଶବ୍ଦାଞ୍ଜଳି’ ମାଧ୍ୟମରେ ସାହିତ୍ୟ ଚର୍ଚ୍ଚା ହୋଇଆସୁଛି ।

ଚଳିତ ବର୍ଷ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଅନଲାଇନ୍‍ ମଞ୍ଚରେ କାର୍ଯ୍ୟକ୍ରମ ଆୟୋଜନ ସମ୍ଭବ ହୋଇପାରିଛି ବୋଲି ଡ. ଚାଟାର୍ଜୀ କହିଥିଲେ ।

ଅନ୍ତର୍ଜାତୀୟ ପ୍ରସିଦ୍ଧ କବି ଲକ୍ଷ୍ମୀଶଙ୍କର ବାଜପେୟୀ ନିଜର କବିତା ପାଠ କରିବା ସହ ଦୋହା ଓ ଗଜଲ ଗାନ କରିଥିଲେ ।

ପ୍ରକୃତିର ସୌନ୍ଦର୍ଯ୍ୟ, ମଣିଷର ଆବେଗ, ମହିଳା ସଶକ୍ତିକରଣ, ଗ୍ରାମୀଣ ପରିବେଶ ଉପରେ ସେ ସୁନ୍ଦର ଭାବେ ନିଜର ଭାବନା ରଖିଥିଲେ ।

ରାଜଭାଷା ପୁରସ୍କାରପ୍ରାପ୍ତ କବୟିତ୍ରୀ ଅନାମିକା କବିତା ମାଧ୍ୟମରେ ହିନ୍ଦୀ ଭାଷା ପ୍ରତି ତରୁଣ, ତରୁଣୀମାନଙ୍କର ଅନାଦର ଓ ଇଂରାଜୀ ଭାଷାକୁ ଆଦର କରୁଥିବା ପ୍ରସଙ୍ଗକୁ ସମାଲୋଚନା କରିଥିଲେ ।

କବୟିତ୍ରୀ ରେଣୁ ହୁସେନ କବିତା ସହ ଗଜଲ ଗାନ କରିଥିଲେ ।

କବି ପଙ୍କଜ ପ୍ରସୂନ ହିନ୍ଦୀ ଭାଷାର ମହତ୍ତ୍ୱ ଓ ଇଂରାଜୀ ଭାଷାର ବହୁଳ ପ୍ରଚଳନକୁ ବ୍ୟଙ୍ଗ ମାଧ୍ୟମରେ ସମାଲୋଚନା କରିଥିଲେ ।

ଚଳଚ୍ଚିତ୍ର ନିର୍ମାତା ତଥା କବି ରବି ଯାଦବ କରୋନା ସମୟର ପରିସ୍ଥିତି ଓ ମହିଳାଙ୍କ ମନର ଆଶାକୁ ନେଇ ସୁନ୍ଦର ଭାବେ କବିତା ପାଠ କରିଥିଲେ ।

କବୟିତ୍ରୀ ରଶ୍ମୀ ଭରଦ୍ୱାଜ ମହିଳାମାନଙ୍କ ପ୍ରତି ସମାଜର ଦୃଷ୍ଟିଭଙ୍ଗୀକୁ ନିଜର କବିତାରେ ସ୍ଥାନ ଦେଇଥିଲେ ।

କବୟିତ୍ରୀ ବିଷ୍ଣୁପ୍ରିୟା ପାଣ୍ଡେ ଓ ଅଲ୍‍ ଇଣ୍ଡିଆ ରେଡିଓ କଟକ କେନ୍ଦ୍ରର ବାର୍ତ୍ତା ସମ୍ପାଦକ ତଥା ଆଇଆଇଏମସିର ପୁରାତନ ଛାତ୍ରୀ ଇତିଶ୍ରୀ ସିଂହ ରାଠୋର ପାଠୋତ୍ସବକୁ ସଞ୍ଚାଳନ କରିଥିଲେ ।

ସଂସ୍ଥାନର ସହକାରୀ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ର, ସମ୍ବିତ ପାଲ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ।

କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରରୁ ବହୁ କବି, କବିୟତ୍ରୀ, ସାହିତ୍ୟ ପ୍ରେମୀମାନେ ସାମିଲ ହୋଇଥିଲେ ।

ଲୋକାଲ ୱାୟାର

Filed Under: Odia, କାର୍ଯ୍ୟକ୍ରମ Tagged With: ଓଡିଶା, କାର୍ଯ୍ୟକ୍ରମ

ଓଡ଼ିଆ ଭାଷା ପ୍ରତିଷ୍ଠାନ ନିର୍ଦ୍ଦେଶିକା ହେଲେ ଡ. ଭାଗ୍ୟଲିପି ମଲ୍ଲ

March 30, 2020 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୩୦(ଲୋକାଲ ୱାୟାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ଭାବେ ଡ. ଭାଗ୍ୟଲିପି ମଲ୍ଲଙ୍କୁ ନିଯୁକ୍ତି ଦିଆଯାଇଛି ।

ସେ ରାଜ୍ୟ ସଂଗ୍ରହାଳୟର ନିଜ ଦାୟିତ୍ୱ ସହ ଏହି କାର୍ଯ୍ୟକୁ ଅତିରିକ୍ତ ଦାୟିତ୍ୱ ଭାବେ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ତୁଲାଇବେ ।

ପୂର୍ବରୁ ଡ. ମଲ୍ଲ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଭାବେ ସଫଳତାର ସହ କାର୍ଯ୍ୟ କରିବା ସହିତ ବର୍ତ୍ତମାନ ରାଜ୍ୟ ସଂଗ୍ରହାଳୟର କୁ୍ୟରେଟର ଅଛନ୍ତି ।

ସେହିପରି ସଙ୍ଗୀତ ଗୁରୁ ଡ. ବିଜୟ କୁମାର ଜେନାଙ୍କୁ ଉକ୍ରଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ।

ବର୍ତ୍ତମାନ ଡ. ଜେନା ଉକ୍ରଳ ସଙ୍ଗୀତ ମହାବିଦ୍ୟାଳୟ ଓଡ଼ିଶୀ କଣ୍ଠସଙ୍ଗୀତ ବିଭାଗର ମୁଖ୍ୟ ଅଧ୍ୟାପକ ଥିବାବେଳେ ପୂର୍ବରୁ ୨ବର୍ଷ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଭାବେ କାର୍ଯ୍ୟ କରିଛନ୍ତି ।

ପୂର୍ବରୁ ଏହି ଦୁଇଟିଯାକ ପଦବିରେ ଡ. ତମସାରାଣୀ ଦାସମହାପାତ୍ର କାର୍ଯ୍ୟ କରୁଥିଲେ ।

ସେ ସୋମବାର ଅବସର ଗ୍ରହଣ କରିବା ପରେ ଉକ୍ତ ପଦବି ଲାଗି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଲୋକାଲ ୱାୟାର

Filed Under: Happenings, Odia, କାର୍ଯ୍ୟକ୍ରମ Tagged With: Happenings, ଓଡିଶା, କାର୍ଯ୍ୟକ୍ରମ

ହୀରାଧର ସାହୁ ପାଇଲେ ଶାମ୍ଭବୀ ପୁରସ୍କାର

March 13, 2020 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୧୨(ଲୋକାଲ ୱାୟାର): ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍‌)ପକ୍ଷରୁ ସପ୍ତମ ଶାମ୍ଭବୀ ପୁରସ୍କାର ସମାରୋହ ଗୁରୁବାର ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅକ୍ସଫାମ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ୍ ବେହର, ସମ୍ମାନିତ ଅତିଥି ଭାବେ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜିର ଡିରେକ୍ଟର ତଥା ଅଧ୍ୟାପକ ପ୍ରଫେସର ବି.ଏନ୍ ଥୋରଟ୍ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ହୀରାଧର ସାହୁଙ୍କୁ ‘ଶାମ୍ଭବୀ ପୁରସ୍କାର ୨୦୨୦’ରେ ଅତିଥିମାନେ ସମ୍ମାନିତ କରିଥିଲେ ।

ଶ୍ରୀ ସାହୁ ଦେବଗଡ଼ ଜିଲ୍ଲାରେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଜିଲ୍ଲା ଜଙ୍ଗଲ ମଞ୍ଚ’ ମାଧ୍ୟମରେ ବନ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି । ତାଙ୍କର ଏହି ଆନ୍ଦୋଳନରେ ୯୦୦ ଗ୍ରାମବାସୀଙ୍କୁ ସାମିଲ କରିଛନ୍ତି ।

ସମସ୍ତେ ମିଶି ବନ୍ୟ ପରିଚାଳନା କ୍ଷେତ୍ରରେ କାର୍ଯ୍ୟ କରିଆସୁଛନ୍ତି । ଏହା ସହ ତାଙ୍କ ଉଦ୍ୟମ ଦ୍ୱାରା ଜଙ୍ଗଲ ଅଧିକାର ଆଇନ ଅଧୀନରେ ୬ ହଜାର ଆଦିବାସୀ ପରିବାର ଜମି ପାଇପାରିଛନ୍ତି ।

ପୁରସ୍କାର ପ୍ରଦାନ କରି ମୁଖ୍ୟ ଅତିଥି ଶ୍ରୀ ବେହର କହିଲେ, ବାସ୍ତବ ପରିବର୍ତ୍ତନ ସର୍ବଦା ନିମ୍ନ ସ୍ତରରୁ ହିଁ ହୋଇଥାଏ ।

ନିଜର ପ୍ରତିବଦ୍ଧତା ଏବଂ ଆଦର୍ଶ ମାଧ୍ୟମରେ ସଂସାରକୁ ପରିବର୍ତ୍ତନ କରୁଥିବା ବାସ୍ତବ ବୀର ମାନଙ୍କୁ ଶାମ୍ଭବୀ ପୁରସ୍କାର ମାଧ୍ୟମରେ ପରିପ୍ରକାଶ କରାଯାଇପାରୁଛି ।

ଅନ୍ୟପକ୍ଷରେ କଟକ ଜିଲ୍ଲାର ଗ୍ରାମୀଣ ଅଞ୍ଚଳରେ ଅବହେଳିତ ଶିଶୁଙ୍କୁ ଶିକ୍ଷା ପ୍ରଦାନ କରିବାରେ ନିଜର ଉତ୍ସର୍ଗ, ନିଷ୍ଠା ଓ ନିସ୍ୱାର୍ଥପର ସେବା ପାଇଁ ଅନିଲ ପ୍ରଧାନଙ୍କୁ ଚଳିତ ବର୍ଷର ‘ଜୁରୀ କମେଣ୍ଡେସନ୍ ସାର୍ଟିଫିକେଟ୍ ୨୦୨୦’ରେ ସମ୍ବର୍ଦ୍ଧିତ କରାଯାଇଛି ।

ଅନିଲ ପ୍ରଧାନ ଇଞ୍ଜିନିୟର ହୋଇ ପ୍ରତିଷ୍ଠା କରିଛନ୍ତି ଇଣ୍ଟରନ୍ୟାସନାଲ୍ ପବ୍ଲିକ୍ ସ୍କଲ ଫର୍ ରୁରାଲ୍ ଇନୋଭେସନ୍‌’ ଏବଂ ‘ନବୋନ୍ମେଶ ପ୍ରସାର ଫାଉଣ୍ଡେସନ୍‌’ ।

ଏଥିରେ ସେ ଗ୍ରାମୀଣ ବିଦ୍ୟାର୍ଥୀଙ୍କୁ ମାଗଣାରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ଇନୋଭେସନ୍ ଉପରେ ଶିକ୍ଷା ପ୍ରଦାନ କରୁଛନ୍ତି ।

କାର୍ଯ୍ୟକ୍ରମର ଜୁରୀ ମେମ୍ବର ଭାବେ କେୟାର ଇଣ୍ଡିଆର ଆଞ୍ଚଳିକ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଶାନ୍ତମୟ ଚାଟାର୍ଜୀ, ନାବାର୍ଡ ଓଡ଼ିଶାର ଜେନେରାଲ୍ ମେମ୍ବର ଏ.ପି ଦାସ ଯୋଗ ଦେଇଥିଲେ । ବିଆଇପିଏଫର ସିଇଓ ଶୈଫାଳିକା ପଣ୍ଡା ଉପସ୍ଥିତ ଥିଲେ ।

ଲୋକାଲ ୱାୟାର

Filed Under: Award, Odia Tagged With: Award, Happenings, କାର୍ଯ୍ୟକ୍ରମ, ଭୁବନେଶ୍ୱର

ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସ

March 11, 2020 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୧୧(ଲୋକାଲ ୱାୟାର): ଓଡ଼ିଆ ଭାଷାର ବ୍ୟବହାରକୁ ସୀମିତ କରାଯିବା ଉଚିତ ନୁହେଁ ।

ଏହାକୁ ଅଧିକ ରୁଦ୍ଧିମନ୍ତ କରିବା ସହିତ ସବୁ କ୍ଷେତ୍ରରେ ଏହାର ବହୁଳ ବ୍ୟବହାର କରାଯିବା ଉପରେ ଉଦ୍ୟମ ଆବଶ୍ୟକ ।

ଓଡ଼ିଆ ଭାଷାକୁ ଜ୍ଞାନଭଣ୍ଡାରର ଭାଷା ଭାବରେ ପ୍ରତିଷ୍ଠିତ କରିବା ଦିଗରେ ବୁଦ୍ଧିଜୀବୀ, ଗବେଷକ ଓ ବିଷେଜ୍ଞମାନେ ଆଗେଇ ଆସନ୍ତୁ ବୋଲି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ବୁଧବାର ପୂର୍ବାହ୍ନରେ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସ ପାଳନ କରାଯାଇଥିଲା ।

ଓଡ଼ିଆକୁ ଶାସ୍ତ୍ରୀୟ ଭାଷା ଭାବରେ ଜାତୀୟ ସ୍ତରରେ ମାନ୍ୟତା ମିଳିବାର ଆଜି ଥିଲା ଷଷ୍ଠ ବର୍ଷ ପୂର୍ତ୍ତି ।

ଏଥିରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟ ରଖିଥିଲେ ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଭିନ୍ନ ଭାଷା ମଧ୍ୟରେ ରହିଥିବା ସାମ୍ୟ ଓ ସମ୍ପର୍କ ଉପରେ ଆଲୋକପାତ କରିଥିଲେ ।

ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ବିଜୟ କୁମାର ନାୟକ ଅନ୍ୟତମ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।

ପ୍ରସିଦ୍ଧ ଗବେଷକ ଓ ବିଦ୍ୱାନ ଡ. ରଜତ କୁମାର କର ଓଡ଼ିଆ ଭାଷାର ଶାସ୍ତ୍ରୀୟତା ଓ ଭାଷିକ ବୈଚିତ୍ର‌୍ୟ ଉପରେ ବକ୍ତବ୍ୟ ରଖିଥିଲେ ।

ବିଶିଷ୍ଟ ସମାଲୋଚକ ପ୍ରଫେସର ଡ. ଯତୀନ୍ଦ୍ର କୁମାର ନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଭାଷାର ସମୃଦ୍ଧି ଦିଗରେ ଦେଖା ଦେଇଥିବା ବିବିଧ ଆହ୍ୱାନଗୁଡ଼ିକ ବାବଦରେ ସୂଚନା ଦେଇଥିଲେ ।

ଓଡ଼ିଆ ଭାଷାର ଅଭିବୃଦ୍ଧି ଏବଂ ପ୍ରସାର ନିମନ୍ତେ ବହୁମୁଖୀ ପଦକ୍ଷେପ ନିଆଯିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ତମସାରାଣୀ ଦାସମହାପାତ୍ର ଏହି କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ପ୍ରାରମ୍ଭିକ ସୂଚନା ଦେଇ ଏପରି ଦିବସ ପାଳନର ତାତ୍ପର୍ଯ୍ୟ ବର୍ଣ୍ଣନା କରିଥିଲେ ।

କାର୍ଯ୍ୟକ୍ରମରେ ପ୍ରତିଷ୍ଠାନ ଦ୍ୱାରା ପ୍ରକାଶିତ ଦୁଇଟି ପୁସ୍ତକ ‘ଓଡ଼ିଆ ଭାଷାତତ୍ତ୍ୱ କୋଷ’ ଏବଂ ‘କାର୍ଯ୍ୟାଳୟ ନଥି’ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା ।

ଏହି ଅବସରରେ ଆୟୋଜିତ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାର ସଫଳ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ କାର୍ଯ୍ୟାଳୟ ତତ୍ତ୍ୱାବଧାରକ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଦେଇଥିଲେ ।

ଲୋକାଲ ୱାୟାର

Filed Under: Happenings, Odia, କାର୍ଯ୍ୟକ୍ରମ Tagged With: Happenings, ଓଡିଶା, କାର୍ଯ୍ୟକ୍ରମ

ହଳଦୀ, ଚନ୍ଦନ ଓ ମୁଲତାନୀ ମାଟିରେ ହୋଲିର ବାର୍ତ୍ତା

March 10, 2020 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୧୦(ଲୋକାଲ ୱାୟାର): ସମର୍ପିତ ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ମଙ୍ଗଳବାର ହଳଦୀ, ଚନ୍ଦନ, ଓ ମୁଲତାନୀ ମାଟିରେ ପ୍ରସ୍ତୁତ ସମ୍ପୂର୍ଣ୍ଣ ପ୍ରାକୃତିକ ରଙ୍ଗରେ ହୋଲି ପର୍ବ ମଧୁରମୟୀ ଶିକ୍ଷାନିକେତନର ପିଲାମାନଙ୍କ ସହ ଖେଳାଯାଇଥିଲା ।

ସମର୍ପିତର ପ୍ରତିଷ୍ଠାତା ସମ୍ପାଦକ ସଦାଶିବ ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମର୍ପିତର ଉପଦେଷ୍ଟା, ଓଡ଼ିଶା ଖଦୀ ଓ ଗ୍ରାମଦ୍ୟୋଗ ବୋର୍ଡ଼ର ସଭାପତି ସଂଗ୍ରାମ କେଶରୀ ପାଇକରାୟ, ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଉପଦେଷ୍ଟା ସୁଲତା ଦେଓ, ଓଡ଼ିଶା ରାଜ୍ୟ ଗୃହ ନିର୍ମାଣର ସଂସ୍ଥାର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ପରିଚୟ ଫାଉଣ୍ଡେସନର ଅଧ୍ୟକ୍ଷା ରୋଜାଲିନ ପାଟ୍ଟଶାଣୀ, ହୁ୍ୟମାନ ରାଇଟସ୍ ପ୍ରୋଟେକ୍ସନର ଅଧ୍ୟକ୍ଷା ଇନ୍ଦିରା ଦାଶ, ଚଳଚ୍ଚିତ୍ର ଅଭିନେତ୍ରୀ ବିଦୁସ୍ମିତା ଓ ଉଠା ଦୋକାନୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ଉପସ୍ଥିତ ଅତିଥିମାନେ ସମର୍ପିତର ସଦସ୍ୟ ସଦସ୍ୟାମାନଙ୍କ ସହ ମିଶି ମଧୁରମୟୀ ଶିକ୍ଷାନିକେତନର ଅନ୍ତେବାସୀ ମାନଙ୍କ ସହ ସମ୍ପୂର୍ଣ୍ଣ ପ୍ରାକୃତିକ ରଙ୍ଗ ହଳଦୀ, ଚନ୍ଦନ ଓ ମୁଲତାନୀ ମାଟିରେ ପ୍ରସ୍ତୁତ ରଙ୍ଗରେ ହୋଲି ପର୍ବ ପାଳନ କରିଥିଲେ ।

ଏହି ଅବସରରେ ସମର୍ପିତ ତରଫରୁ ପିଲାମାନଙ୍କୁ ମିଷ୍ଟାନ୍ନ ଓ ସକାଳ ଜଳଖିଆ ସହିତ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

କାର୍ଯ୍ୟକ୍ରମକୁ ସମର୍ପିତ ସୋସିଆଲ ଫାଉଣ୍ଡେସନର ସମସ୍ତ ସଦସ୍ୟ ସଦସ୍ୟାମାନେ ପରି·ଳନା କରିଥିଲେ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କାର୍ଯ୍ୟକ୍ରମ, ଭୁବନେଶ୍ୱର, ହୋଲି

ଦିବ୍ୟାଙ୍ଗ ପିଲା ଓ ସେଲିବ୍ରିଟିଙ୍କ ସହ ପିସିସି ସଭାପତିଙ୍କ ନିଆରା ହୋଲି

March 9, 2020 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୯(ଲୋକାଲ ୱାୟାର): ରାସାୟନିକ ରଙ୍ଗ ପରିବର୍ତ୍ତେ ଜୈବିକ ହୋଲି ଖେଳିବାର ବାର୍ତ୍ତା ନେଇ ସୋମବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭୁବନେଶ୍ୱରର ପଳାସପଲ୍ଲୀ ସ୍ଥିତ ଅନ୍ଧ, ମୂକ ଓ ବଧିର ସଙ୍ଗଠନର ଅନ୍ତବାସୀଙ୍କ ସହ ନିଆରା ହୋଲି ଖେଳିଛନ୍ତି ।

ଏହି ଅବସରରେ ଶ୍ରୀ ପଟ୍ଟନାୟକ ପିଲାମାନଙ୍କୁ ପବିତ୍ର ଦୋଳ ଓ ହୋଲିର ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ସେମାନଙ୍କୁ ମିଷ୍ଟାନ୍ନ ଖୁଆଇ ହୋଲିି ପାଳିଥିଲେ ।

ଏହି ହୋଲିରେ ସାମିଲ ହୋଇଥିଲେ ‘ଗାଁର ନା ଗାଲୁଆପୁର’ ଚଳଚ୍ଚିତ୍ରର ଅଭିନେତା ପପୁ ପମପମଙ୍କ ସହ ଅଭିନେତ୍ରୀ ମନୀଷାଧର ମହାପାତ୍ର, ନିର୍ଦ୍ଦେଶକ ଜିତୁ ମହାପାତ୍ର, ପ୍ରଯୋଜକ ସମପ୍ରୀତ ମହାପାତ୍ର, ଉପଦେଷ୍ଟା ସନ୍ତୋଷ ମହାପାତ୍ର ଏବଂ କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ।

ସମସ୍ତେ ଛୋଟ ଛୋଟ ପିଲାମାନଙ୍କ ସହ କିଛି ସମୟ ହୋଲି ଖେଳିବା ସହ କରୋନା ଭାଇରସ ସମ୍ପର୍କେରେ ମଧ୍ୟ ସଚେତନ କରାଇଥିଲେ ।

ରାସାୟନିକ ରଙ୍ଗ ପରିବର୍ତ୍ତେ ଜୈବିକ କିମ୍ବା ଫୁଲରେ ହୋଲି ଖେଳିବା ପାଇଁ ସେମାନେ ପରାମର୍ଶ ଦେଇଥିଲେ ।

ଯୁକ୍ତାମୁଖୀ ଚାରିଟେବଲ ଟ୍ରଷ୍ଟର ଅଧ୍ୟକ୍ଷା ଶ୍ରୀୟାସ୍ମିତା ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ନିଆରା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟେରେ କଂଗ୍ରେସ ନେତା ଶୁଭେନ୍ଦୁ ମହାନ୍ତି, ରଶ୍ମି ମହାପାତ୍ର, ମିଲି ପଣ୍ଡା, ଦିଲ୍ଲୀପ ପଣ୍ଡା, ସୁବ୍ରମ ମହାପାତ୍ର ପ୍ରମୁଖ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।

ଲୋକାଲ ୱାୟାର

Filed Under: Happenings, Odia, କାର୍ଯ୍ୟକ୍ରମ Tagged With: Happenings, ଓଡିଶା, କାର୍ଯ୍ୟକ୍ରମ, ହୋଲି

ପଦ୍ମଚରଣ ନାୟକଙ୍କୁ ଉତ୍କଳମଣି ସେବା ସମ୍ମାନ

March 8, 2020 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୮(ଲୋକାଲ ୱାୟାର): ଉତ୍କଳ ବିପନ୍ନ ସହାୟତା ସମିତି ପକ୍ଷରୁ ବାର୍ଷିକ ଉତ୍ସବ ଏବଂ ଉତ୍କଳମଣି ସେବା ସମ୍ମାନ ସମାରୋହ-୨୦୨୦ ମଞ୍ଚେଶ୍ୱରରେ ଥିବା ସମିତିର ସେବା ପରିସର ମଧ୍ୟରେ ଆସନ୍ତା ୮ତାରିଖ ସନ୍ଧ୍ୟା ୫ଟାରେ ଅନୁଷ୍ଠିତ ହେବ ।

ଏହି ଅବସରରେ ବିଶିଷ୍ଟ ସମାଜସେବୀ, ଗାନ୍ଧିବାଦୀ ତଥା ଓଡ଼ିଶା ମଦ ବିରୋଧୀ ଆନ୍ଦୋଳନର ସଭାପତି ଓ ପ୍ରାକ୍ତନ ବିଧାନସଭା ସଭ୍ୟ ୯୫ବର୍ଷୀୟ ପଦ୍ମଚରଣ ନାୟକଙ୍କୁ ଉତ୍କଳମଣି ସେବା ସମ୍ମାନରେ ସମ୍ମାନିତ କରାଯିବ ।

ତାଙ୍କୁ ପୁରସ୍କାର ସ୍ୱରୂପ ୧୦ହଜାର ଟଙ୍କା ପ୍ରଦାନ କରାଯିବ ।

ଆସନ୍ତା ବର୍ଷଠୁ ରାଜ୍ୟସ୍ତରରୁ ଜଣେ ଏବଂ ଜାତୀୟସ୍ତରରୁ ଏକ ଅନୁଷ୍ଠାନ କିମ୍ବା ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ସମିତି ସଭାପତି ଅଭୟ କୁମାର ସାମନ୍ତରାୟ କହିଛନ୍ତି, ଚଳିତ ବର୍ଷ ଏହି ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି, ସାପ୍ତାହିକ ଓଡ଼ିଆ ପତ୍ରିକା ରାଷ୍ଟ୍ରଦୀପର ପ୍ରାକ୍ତନ ସମ୍ପାଦକ ଜଗବନ୍ଧୁ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେବେ ।

ଲୋକାଲ ୱାୟାର

Filed Under: Odia, କାର୍ଯ୍ୟକ୍ରମ Tagged With: Happenings, ଓଡିଶା, କାର୍ଯ୍ୟକ୍ରମ

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 108
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire