• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

କେନ୍ଦୁଝର

୧୧୨ କୋଟି କ୍ଷତି ହେଲାଣି, ତଥାପି ଧାରଣା ଜାରି; ଚାରି ପଞ୍ଚାୟତରେ ଅସନ୍ତୋଷ ବ୍ୟାପୁଛି

December 21, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୨୧(ଲୋକାଲ ୱାୟାର): ରାଜ୍ୟ ସରକାରଙ୍କ ୧୧୨ କୋଟି ୫୦ ଲକ୍ଷର ରାଜସ୍ୱ କ୍ଷତି ସତ୍ତ୍ୱେ ଏବେ ବି କେନ୍ଦୁଝର ଜିଲ୍ଲାର ବଲଦା ଖଣି ମୁଖ୍ୟ ଫାଟକ ନିକଟରେ ସ୍ଥାନୀୟ କିଛି ଲୋକଙ୍କ ଧାରଣା ଜାରି ରହିଛି ।

ଅପରପକ୍ଷରେ ଏହି ଧାରଣାକୁ ବିରୋଧ କରି ଓ ତୁରନ୍ତ ଖଣିଜ ପରିବହନ ଚାଲୁ କରିବା ଦାବିରେ ଚାରୋଟି ପଞ୍ଚାୟତର ବହୁ ଲୋକ ଆଜି ଜିଲ୍ଲା ପ୍ରଶାସନକୁ ଭେଟି ଗୁହାରି କରିବାକୁ କେନ୍ଦୁଝରରେ ପହଞ୍ଚିଛନ୍ତି ।

ଉଲ୍ଲେଖଯୋଗ୍ୟ, ସିରାଜୁଦ୍ଦିନର ବଲଦା ଖଣି ଉପରେ ବଲଦା, କାଳିମାଟି, ନୟାଗଡ଼ ଏବଂ ପଲସା ପଞ୍ଚାୟତ ଲୋକମାନେ ନିର୍ଭରଶୀଳ ।

ଏସବୁ ପଞ୍ଚାୟତର ବିକାଶ ପାଇଁ ମଧ୍ୟ ଖଣି କର୍ତ୍ତୃପକ୍ଷ ପ୍ରତିଶ୍ରୁତିବଦ୍ଧ ଓ ଦାୟିତ୍ୱ ନିର୍ବାହ କରିବାରେ ପଛଘୁଞ୍ଚା ଦେଇନାହାନ୍ତି ।

ଏହି ଲକ୍ଷ୍ୟରେ ବଲଦା ସମେତ ମୋଟ ୪ଟି ପଞ୍ଚାୟତ ମଧ୍ୟରେ ଖଣିଜ ପରିବହନ କାମକୁ ୨୫% ହିସାବରେ ବଣ୍ଟନ କରାଯାଇଥିଲା ।

ସ୍ଥାନୀୟ ଲୋକେ ମଧ୍ୟ ଏହି ପ୍ରକ୍ରିୟାକୁ ସ୍ୱାଗତ କରିଥିଲେ । କିନ୍ତୁ ଅଚାନକ କିଛି ନ୍ୟସ୍ତସ୍ୱାର୍ଥ ଲୋକଙ୍କ ପ୍ରରୋଚନାରେ ବଲଦା ପଞ୍ଚାୟତର ହାତଗଣତି ଲୋକ ୮୦% ପରିବହନ କାମ ପାଇବାକୁ ଦାବି ଉଠାଇଥିଲେ, ଯାହାକି ସମ୍ପୂର୍ଣ୍ଣ ଅବାସ୍ତବ ।

ଏପରିକି ଏହି ଦାବିରେ ସେମାନେ ଖଣିର ମୁଖ୍ୟ ଫାଟକ ନିକଟରେ ଧାରଣା ଆରମ୍ଭ କରିଦେଲେ, ଯାହାକୁ ଅନ୍ୟ ତିନୋଟି ପଞ୍ଚାୟତ ଲୋକେ ତୀବ୍ର ବିରୋଧ କରିଛନ୍ତି ।

ଖଣି କାମକୁ ଜୀବିକା ଭାବେ ଗ୍ରହଣ କରିଥିବା ଅଞ୍ଚଳଳର ବହୁ ପରିବାର ବ୍ୟାଙ୍କ ଋଣ କରି ଟ୍ରକ, ଡମ୍ପର କିଣି ରୋଜଗାର ଆଶାରେ ଅଛନ୍ତି ।

ଗତ ୧୫ ତାରିଖରୁ ମଧ୍ୟ ଖଣିଜ ପରିବହନ ହେବ ବୋଲି ସ୍ଥିର ହୋଇଥିଲା । କିନ୍ତୁ ବିଗତ ଛଅ ଦିନ ଧରି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଧାରଣା ଜାରି ରଖିଥିବାରୁ ଖଣିଜ ପରିବହନ ସମ୍ଭବ ହୋଇପାରିନାହିଁ ।

ତେଣୁ ଋଣ କରିଥିବା ସ୍ଥାନୀୟ ଲୋକେ ଏବେ ଚିନ୍ତାଗ୍ରସ୍ତ । ଧାରଣାକୁ ଉସୁକାଉଥିବା ହାତଗଣତି ଲୋକଙ୍କ ଉପରେ ସେମାନେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

ଅପରପକ୍ଷରେ କମ୍ପାନିର ଲିଜ୍ ଅଞ୍ଚଳ ପରିସରରେ ଲୋକମାନେ ଧାରଣା ଦେଇଥିବାରୁ ସ୍ଥାନୀୟ ପ୍ରଶାସନ ଓ ପୁଲିସକୁ ମଧ୍ୟ କମ୍ପାନି ପକ୍ଷରୁ ଅବଗତ କରାଯାଇଛି ।

ଅଞ୍ଚଳରେ ଏବେ ତିନି ପଞ୍ଚାୟତବାସୀଙ୍କ ରୋଷ ଧାରଣା ଦେଇଥିବା ହାତଗଣତି ଲୋକଙ୍କ ଉପରେ ପଡ଼ିଲାଣି ।

କୌଣସି ମୁହୂର୍ତ୍ତରେ ଦୁଇ ପକ୍ଷ ମୁହାଁମୁହିଁ ହେଲେ ଆଇନ ଶୃଙ୍ଖଳା ପରିସ୍ଥିତି ହେବାର ଆଶଙ୍କା ମଧ୍ୟ ରହିଛି ।

ଏହାକୁ ରୋକିବା ପୁଲିସର ଦାୟିତ୍ୱ ହୋଇଥିଲେ ମଧ୍ୟ ପୁଲିସ ନିରବଦ୍ରଷ୍ଟା ସାଜିଛି ।

ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କୁ ଯେଉଁ ରାଜସ୍ୱର ପ୍ରତିଶ୍ରୁତି କମ୍ପାନି ଦେଇ ଖଣି ଲିଜ୍ ନେଇଛି ତାହା କିପରି ଭରଣା ହେବ ବଡ଼ ପ୍ରଶ୍ନ ହୋଇଛି ।

କିଛି ନ୍ୟସ୍ତସ୍ୱାର୍ଥ ଲୋକଙ୍କ ପାଇଁ ଅଞ୍ଚଳବାସୀଙ୍କ ଜୀବନଜୀବିକା ବିପନ୍ନ ହେବା ସହ ରାଜ୍ୟର ରାଜସ୍ୱ କ୍ଷତି ହେବା ବିଡ଼ମ୍ବନାର ବିଷୟ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କେନ୍ଦୁଝର

କଥା କଥାକେ ଶିଳ୍ପ ବିରୋଧୀଙ୍କ ଧାରଣା, ଦିନକୁ ରାଜସ୍ୱ କ୍ଷତି ୧୮.୭୫ କୋଟି

December 17, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୧୭(ଲୋକାଲ ୱାୟାର): ରାଜ୍ୟ ସରକାର ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି କରି ଅଧିକରୁ ଅଧିକ ନିବେଶ ଆକୃଷ୍ଟ କରିବାକୁ ଉଦ୍ୟମ କରି ଚାଲିଥିବା ବେଳେ ହାତଗଣତି ଶିଳ୍ପ ବିରୋଧୀଙ୍କ ପାଇଁ ଏହା କିପରି ବିଫଳ ହେଉଛି ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ବଲଦା ଲୁହାପଥର ଖଣି ଅଞ୍ଚଳରେ ।

ଚଳିତ ବର୍ଷ ଏହି ଖଣିକୁ ସିରାଜୁଦ୍ଦିନ କମ୍ପାନି ୧୧୮.୦୫ ପ୍ରତିଶତ ପ୍ରିମିୟମ ଦେବାକୁ ରାଚ୍ୟ ସରକାରଙ୍କ ସହ ଆଇନାନୁସାରେ ଚୁକ୍ତିବଦ୍ଧ ହୋଇ ଖନନ ଆରମ୍ଭ କରିଛି । ଖନନରେ ନିୟୋଜିତ ଶ୍ରମିକମାନଙ୍କୁ ନିୟମାନୁସାରେ ଯଥେଷ୍ଟ ମଜୁରି ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଯାଇଛି ।

ତେଣୁ ସ୍ଥାନୀୟ ଅଞ୍ଚଳର ଲୋକମାନେ ଖଣି ଖନନରେ ନିଜକୁ ସାମିଲ ମଧ୍ୟ କରିଛନ୍ତି । ଖଣି ଖନନ ଜାରି ଥିବାରୁ ଏବେ ବିଭିନ୍ନ କାରଖାନା ଓ ଅନ୍ୟାନ୍ୟ ଗନ୍ତବ୍ୟସ୍ଥଳକୁ ପଠାଇବାକୁ ଯଥେଷ୍ଟ କଞ୍ଚାମାଲ ଗଚ୍ଛିତ ହୋଇପାରିଛି ।

ତେବେ ସ୍ଥାନୀୟ ଅଞ୍ଚଳର ହାତଗଣତି ଲୋକ ବିନା କୌଣସି କାରଣ ଦର୍ଶାଇ ଖଣିଜ ପରିବହନକୁ ବିରୋଧ କରି ଧାରଣା ଦେଇଥିବାରୁ ଗନ୍ତବ୍ୟ ସ୍ଥଳକୁ କଞ୍ଚାମାଲ ପଠାଇବାରେ କମ୍ପାନି ବିଫଳ ହୋଇଛି ।

ଅଞ୍ଚଳବାସୀଙ୍କ ବିନା ସମର୍ଥନରେ ହାତଗଣତି ମୁଷ୍ଟିମେୟ ଏହି ଧାରଣା ଜାରି ରଖିଛନ୍ତି ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ କେଇ ଦିନ ମଧ୍ୟରେ ଧାରଣା ଯୋଗୁ ରାଜ୍ୟ ସରକାରଙ୍କ ରାଜସ୍ୱ କ୍ଷତି ପାଖାପାଖି ୫୦ କୋଟି ଛୁଇଁଲାଣି ଏବଂ ଏହା ଯଦି ଏକ ସପ୍ତାହ ଲାଗି ରହିବ ତେବେ କ୍ଷତି ୧୩୧ କୋଟିକୁ ଟପିଯିବା ନିଶ୍ଚିତ ।

ଅପରପକ୍ଷରେ ଅନୁଶୋଚନାର ବିଷୟ ଏହା ଯେ, ରାଜ୍ୟ ସରକାର ଶିଳ୍ପାୟନକୁ ଅଗ୍ରାଧିକାର ଦେଉଥିବା ବେଳେ ସ୍ଥାନୀୟ ପୁଲିସ ଶିଳ୍ପାୟନ ପ୍ରତିକୂଳ ପଦକ୍ଷେପ ନେଇଚାଲିଛି ।

ମୁଷ୍ଟିମେୟ ଲୋକମାନେ ନିରୀହ ଲୋକଙ୍କୁ ଦୈନିକ ମନମୁତାବକ ପାରିଶ୍ରମିକ, ଏପରିକି ଖାଇବା ପିଇବା ଦେଇ ଧାରଣାରେ ବସାଉଛନ୍ତି, ଯଦିଓ ଲୋକମାନେ ଏହା ସ୍ପଷ୍ଟ ଅବଗତ ନାହାନ୍ତି, ଧାରଣା କାହିଁକି ଓ କ’ଣ ପାଇଁ?

କମ୍ପାନି ପକ୍ଷରୁ ସ୍ଥାନୀୟ ବାମେବାରୀ ଥାନାରେ ଏ ନେଇ ଅଭିଯୋଗ କରାଯାଇଥିଲେ ମଧ୍ୟ ଖଣିଜ ପରିବହନକୁ ସୁବ୍ୟବସ୍ଥିତ କରିବା ସହ ଆଇନ ଶୃଙ୍ଖଳା ରକ୍ଷାକୁ ଗୁରୁତ୍ୱ ଦେବା ପରିବର୍ତ୍ତେ ପୁଲିସ ଧାରଣାକୁ ପ୍ରୋତ୍ସାହନ ଦେଉଥିବା ଲକ୍ଷ୍ୟ କରାଯାଇଛି ।

ଦୀର୍ଘ ଦିନ ଧରି ଖଣିଜ ଖନନ ଓ ପରିବହନ ବନ୍ଦ ଫଳରେ ଅଞ୍ଚଳରେ ଲୋକଙ୍କ ଆଥିକ ଦୁରବସ୍ଥା ଏବେ ପୁଣି ଥରେ ଖଣିଜ କାରବାର ଯୋଗୁ ଦୂର ହେବାକୁ ଲାଗିଛି ।

କିନ୍ତୁ ଶିଳ୍ପ ବିରୋଧୀଙ୍କ ଧାରଣା ଲୋକଙ୍କୁ ପୁଣି ଆର୍ଥିକ ଦୁର୍ଗତିକୁ ଠେଲି ଦେବା ନିଶ୍ଚିତ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କେନ୍ଦୁଝର, ଭୁବନେଶ୍ୱର

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

December 15, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୧୫(ଲୋକାଲ ୱାୟାର): ବଡ଼ ବଡ଼ ବିଶ୍ୱବିଦ୍ୟାଳୟର ଡିଗ୍ରୀ ନାହିଁ ହାତରେ ।

ଡିଜିଟାଲ ଦୁନିଆର ଜ୍ଞାନକୌଶଳ ବି ଜଣାନାହିଁ ଏମାନଙ୍କୁ । ଘରର ଚାରିକାନ୍ଥ ଭିତରେ ରହି ରୋଷେଇ କରିବା, ଜଙ୍ଗଲରୁ ଶାଳ ମହୁଲି ସଂଗ୍ରହ କରିବା, ବୁବେଇ ଦଉଡ଼ି ତିଆରି କରିବା ଭିତରେ ଏମାନଙ୍କ ଜୀବନ ସୀମିତ; ହେଲେ କିଛିଦିନ ହେବ ସବୁକିଛି ବଦଳିଯାଇଛି ।

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ମହିଳା ସଶକ୍ତିକରଣର ଭିନ୍ନ ଦିଗକୁ ଆବିଷ୍କାର କରି ସମସ୍ତଙ୍କ ପାଇଁ ରୋଲ ମଡେଲ ହୋଇପାରିଥିବା ଏହି ମହିଳାମାନେ ହେଲେ କେନ୍ଦୁଝର ଜିଲ୍ଲା ଭଗାମୁଣ୍ଡା ସିଲ୍କ ପାର୍କର ୨୦୦ କର୍ମଚାରୀ ।

୨୦୧୯ ମସିହା କଥା । ଜାତୀୟ ହସ୍ତତନ୍ତ ମନ୍ତ୍ରଣାଳୟ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ମହିଳା ସଶକ୍ତୀକରଣ ପାଇଁ ଏକ ନୂଆ ରାସ୍ତା ଖୋଜାହେଲା ।

୭୦ କୋଟି ଟଙ୍କା ବ୍ୟୟରେ କେନ୍ଦୁଝର ଜିଲ୍ଲା ଭଗାମୁଣ୍ଡାରେ ତିଆରି ହେଲା ଏକ ଛୋଟ ସିଲକ୍ ୟୁନିଟ ।

୭ରୁ ୮ ଜଣ ସ୍ଥାନୀୟ ମହିଳାଙ୍କୁ ନେଇ କରାଗଲା ସିଲକ୍ ପାର୍କ । ଦକ୍ଷତା ବିକାଶ ତାଲିମ, ଜୀବନ କୌଶଳ ଶିକ୍ଷା ଦ୍ୱାରା ସେମାନଙ୍କୁ ବୟନ ଶିଳ୍ପର ନୂଆ ଧାରା ସହ ପରିଚୟ କରାଗଲା ।

ଆଉ ସେଇଠୁ ଆରମ୍ଭ ହେଲା ଭଗାମୁଣ୍ଡା ଟସର ସିଲକ୍ ପାର୍କ । ସ୍ଥାନୀୟ ଆଦିବାସୀ ମହିଳାଙ୍କଠାରୁ ଆରମ୍ଭ କରି ଆର୍ଥିକ ଅନଗ୍ରସର ସ୍ଥିତିରେ ଥିବା ମହିଳା, ବେରୋଜଗାର ଓ ମାନସିକ ଚାପଗ୍ରସ୍ତ ଓ ଆର୍ଥିକ ସ୍ୱଚ୍ଛଳ ନଥିବା ମହିଳାମାନେ ଧୀରେ ଧୀରେ ଜିଲ୍ଲା ପ୍ରଶାସନ ସହାୟତାରେ ଏଠାରେ କାମ କରିବାର ସୁଯୋଗ ପାଇଲେ ।

୭ ଜଣରୁ ଆରମ୍ଭ ହୋଇଥିବା ଏହି ସିଲକ୍ ପାର୍କ ଏବେ ୨୦୦ ସ୍ଥାନୀୟ ମହିଳାଙ୍କୁ କର୍ମ ନିଯୁକ୍ତିର ଆଧାର ହୋଇ ପାରିଛି ।

ଏ ବାବଦରେ ସିଲକ୍ ପାର୍କର ମହିଳା କର୍ମଚାରୀ କୁନି ଦେହୁରି କହନ୍ତି, ଆମେ ୬ ହାତିଆ ଶାଢ଼ୀ ତିଆରି କରୁଥିଲୁ; ହେଲେ ଏହା ଯେ କେବେ କାହା ଦେହରେ ଶୋଭାପାଇବ ତାହା ଭାବି ପାରୁନଥିଲୁ ।

ହାଲକା ଟସର ସିଲକ୍ ଶାଢ଼ୀରେ ଗୋଲାପୀ ଓ ନୀଳ ରଙ୍ଗର ଫ୍ଲୋରାଲ୍ ପ୍ରିଣ୍ଟ ଥିବା ଆମେ ଏକ ଶାଢ଼ୀ ବୁଣିଥିଲୁ ।

ଏହାକୁ ବିକ୍ରି କରିବା ପାଇଁ ଆମେ ଇ-ମାର୍କେଟକୁ ଦେଇଥିଲୁ । ଡିଜିଟାଲ୍ ମାର୍କେଟରେ ପ୍ରଦର୍ଶିତ ହେବାର ତିନି ଦିନ ଭିତରେ ଏହା ଫ୍ଲିପକାର୍ଟରେ ବିକ୍ରି ହୋଇଗଲା ।

ପ୍ରଥମଥର ପାଇଁ ଏହାଥିଲା ଆମ ପାଇଁ ସବୁଠୁ ବଡ଼ ସଫଳତା । ଲକଡାଉନ୍ ସତ୍ତ୍ୱେ ଆମେ ଏବେ ପର୍ଯ୍ୟନ୍ତ ପ୍ରାୟ ୫୦ରୁ ଅଧିକ ଶାଢ଼ୀ ଅନଲାଇନରେ ବିକ୍ରି କରି ସାରିଲୁଣି ।

ମାତ୍ର ଗୋଟିଏ ବର୍ଷର ବୁଣାକାର ତାଲିମ ନେଇଥିବା ଏହି ମହିଳାମାନେ ଆଜି ନିଜ ନିଜ କାରିଗରୀରେ ନିପୁଣା ।

ସବୁଠାରୁ ବଡ଼ କଥା ହେଲା ଟସର ପାର୍କରେ କାମ କରୁଥିବା ଏହି ମହିଳା ସବୁ ପାଖ ଗାଁର ଓ ଏମାନେ ସମସ୍ତେ ପ୍ରାୟ ଟସର ଉଦ୍ୟାନରେ କାମ କରୁଥିବା ଚାଷୀମାନଙ୍କ ପରିବାର ସଦସ୍ୟ ।

ଭଗାମୁଣ୍ଡା ସ୍ଥିତ ଟସର ସିଲ୍କ ପାର୍କ ତିଆରି ହେବା ଆଗରୁ ଏହି ମହିଳାମାନେ ଘରୋଇ କାମରେ ସମୟ ଅତିବାହିତ କରୁଥିଲେ ।

୨୦୧୯ ମସିହା ପରେ କିନ୍ତୁ ଏମାନଙ୍କ ଭାଗ୍ୟ ବଦଳିଗଲା । ଆଉ ଆଜି ଗାଁର ୨୦୦ରୁ ଅଧିକ ମହିଳା ଏହି ଟସର ସିଲ୍କ ପାର୍କରେ କାମ କରୁଛନ୍ତି ।

ସେମାନେ କେବଳ ରେଶମ ସୂତା ଉତ୍ପାଦନ କରୁଛନ୍ତି ତା’ନୁହେଁ; ବରଂ ଶାଢ଼ୀ ବୁଣାଠାରୁ ଆରମ୍ଭ କରି କପଡା ପ୍ରସ୍ତୁତ କରିବା, ଶାଢ଼ୀକୁ ବିଭିନ୍ନ ଡିଜାଇନରେ ମୁଦ୍ରଣ କରିବା ଓ ଶାଢ଼ୀରେ ଚିତ୍ର ଆଙ୍କବା ଭଳି ଯାବତୀୟ କାମ କରୁଛନ୍ତି ।

କେନ୍ଦ୍ର ବୟନ ଓ ହସ୍ତତନ୍ତ ବିଭାଗ ଦ୍ୱାରା ପ୍ରଥମ ଥର ପାଇଁ ଭାରତରେ ଏଭଳି ପରିକଳ୍ପନାକୁ ବାସ୍ତବ ରୂପ ଦେବାକୁ ପ୍ରୟାସ କରାଯାଇଛି ।

କେନ୍ଦୁଝର ଜିଲ୍ଲା ପ୍ରଶାସନ ଓ କେନ୍ଦ୍ର ବୟନ ଓ ହସ୍ତତନ୍ତ ବିଭାଗର ମିଳିତ ପ୍ରୟାସରେ କରାଯାଇଥିବା ଏହି ପାର୍କର ମୂଳ ଆଭିମୁଖ୍ୟ ହେଉଛି ‘ଫାର୍ମ ଟୁ ଫାଇବର ଟୁ ଫାବ୍ରିକ୍ ‘।

ଅର୍ଥାତ ଚାଷ ଜମିରୁ ରେଶମ ପୁଣି କପଡ଼ା । ସାମର୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ଗତବର୍ଷ ହସ୍ତତନ୍ତ ବିଭାଗ ଫ୍ଲିପ୍କାର୍ଟ ସହ ବୁଝାମଣା ପତ୍ର ସ୍ୱାକ୍ଷର କରିବା ସହ ଟସର ଉତ୍ପାଦିତ ଶାଢ଼ୀର ବଜାର ପ୍ରବେଶ ପାଇଁ ପ୍ରତିଶ୍ରୁତି ଦେଇଥିଲା ।

୨୦୨୦ ଅଗଷ୍ଟ ମାସରେ ପ୍ରଥମ ଥର ପାଇଁ ଭଗାମୁଣ୍ଡା ଟସର ସିଲ୍କ ପାର୍କ(ବିଟିଏସପି) ବ୍ରାଣ୍ଡରେ ପ୍ରଡକ୍ଟ ବିକ୍ରି ହେବା ଆରମ୍ଭ ହୋଇଥିଲା ।

୭ ଟି ଟସର ରିୟରର କୋପରେଟିଭ୍ ସୋସାଇଟି ଦ୍ୱାରା ଜିଲ୍ଲାରୁ ୪୦-୫୦ ଟନ୍ ସିଲ୍କ କୁକୁନ୍ ପ୍ରତିଦିନ ଉତ୍ପାଦିତ ହେଉଛି ଓ ପାର୍କକୁ ଯାଉଛି ।

ଯେଉଁଥିରୁ ପାର୍କର ମହିଳାମାନେ ପ୍ରତିଦିନ ୧୨ରୁ ୧୫ କିଲୋଗ୍ରାମ ସିଲକ୍ ସୂତା ବାହାର କରିବା ସହ ୨୦ ରୁ ୩୦ ମିଟର ଟସର ଥାନ ବୁଣୁଛନ୍ତି ।

କେନ୍ଦୁଝର ଗାଁର ଆଦିବାସୀମାନେ ପାରମ୍ପରିକ ଭାବେ ଟସର ଚାଷ କରିଥାନ୍ତି । ମାତ୍ର କିଛି ବର୍ଷ ଆଗରୁ ଗାଁକୁ ମାଇନିଂ ଓ ଖଣି ଭଳି ଶବ୍ଦ ସହ ଜଡ଼ିତ ପେସା ପଶି ଆସିବାରୁ ଲୋକେ ପ୍ରଲୋଭିତ ହୋଇ ନିଜ ନିଜର କୌଳିକ ବୃତ୍ତିରୁ ମୁହଁ ଫେରାଇ ନେଇଥିଲେ ।

ଗତ ଏକ ଦଶନ୍ଧି ହେବ କେନ୍ଦୁଝରରେ ଖଣି କାରବାର ବନ୍ଦ ହେବାକୁ ଲାଗିଛି । ଫଳରେ ଆଦିିବାସୀମାନେ ପୁଣିଥରେ ଘରମୁହାଁ ହେବା ଆରମ୍ଭ କରିଛନ୍ତି ।

ସେମାନେ ନିଜ ନିଜର ପାରମ୍ପରିକ ଜ୍ଞାନ କୌଶଳକୁ ପୁଣିଥରେ ଆପଣେଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି ।

ଏବେ ପ୍ରକଳ୍ପ ଅଧୀନରେ ପ୍ରତି ଗାଁ ଲୋକଙ୍କୁ ଟସର ଚାଷ ପାଇଁ ଆବଶ୍ୟକ ଅସନ ଓ ଅର୍ଜୁନ ଗଛ ଲଗାଇବାକୁ ପ୍ରୋତ୍ସାହିତ କରାଯିବା ସହ ଏଥିପାଇଁ ଏକ ହେକ୍ଟରର ଚାଷ ଜମି ଯୋଗାଇ ଦିଆଯାଇଛି ।

ଯେତେବେଳେ ଏହି ଅଞ୍ଚଳରେ କୁକୁନର ପରିମାଣ ବୃଦ୍ଧି ହେଲା, ସେତେବେଳେ ସରକାର ଭଗାମୁଣ୍ଡାରେ ଟସର ସିଲ୍କ ପାର୍କ ନିର୍ମାଣ କରିବାକୁ ଚିନ୍ତା କଲେ ।

ସ୍ଥାନୀୟ ଅଞ୍ଚଳର ସାମଗ୍ରିକ ବିକାଶ ସହ ଗାଁ ଲୋକଙ୍କୁ ବର୍ଷ ଯାକ କର୍ମ ନିୟୋଜନ ଯୋଗାଇ ଦେବା ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ ବୋଲି ଭଗାମୁଣ୍ଡା ଟସର ପାର୍କ ଦାୟିତ୍ୱରେ ଥିବା ଅଧିକାରୀ ପିକେ ମହାପାତ୍ର କହିଛନ୍ତି ।

ଏ ବାବଦରେ କାରିଗର କୁନି ଦେହୁରି କହିଛନ୍ତି, କଞ୍ଚାମାଲ ସିଲ୍କକୁ ପ୍ରୋସେସିଂ କରି ଶାଢ଼ୀ ବୁଣିବା ସହ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ତାଲିମ ନେଇଛୁ ।

ପୂର୍ବରୁ ୧୦ରୁ ୧୫ ଜଣ ମହିଳା ଏହି କାମ କରିବାକୁ ଆଗ୍ରହୀ ହୋଇ ଆଗେଇ ଆସିଥିଲେ ମାତ୍ର ଏବେ ଅଧିିକରୁ ଅଧିକ ମହିଳା ଆମ ସହ ଯୋଡ଼ି ହୋଇଛନ୍ତି ।

ଲୋକାଲ ୱାୟାର

Filed Under: Odia, Special, ବିଶେଷ Tagged With: Special, ଓଡିଶା, କେନ୍ଦୁଝର, ବିଶେଷ

୧୪ ଡିଗ୍ରୀ ତଳେ ୧୪ ସହରର ପାରଦ; ଚାନ୍ଦବାଲିରେ ଘନ କୁହୁଡି

December 6, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୬ (ଲୋକାଲ ୱାୟାର) : ଓଡ଼ିଶାର ଅଧିକାଂଶ ସହରରେ ରାତିରେ ସର୍ବନିମ୍ନ ତାପମାତ୍ରା ଖସୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୪ଟି ସହରର ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ତଳକୁ ଖସିଛି ।

ସୋନପୁରରେ ସବୁଠାରୁ କମ୍ ୭.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ରବିବାର ସୂଚନା ଦିଆଯାଇଛି ।

ସର୍ବନିମ୍ନ ୧୪ ଡିଗ୍ରୀ ସେଲସିୟସ ତଳେ ଥିବା ୧୪ ସହର ହେଲା, ଫୁଲବାଣୀ (୮.୩), ଦାରିଙ୍ଗିବାଡ଼ି (୯), ଅନୁଗୁଳ (୧୦), ଭବାନୀପାଟଣା (୧୦.୨), କୋରାପୁଟ (୧୧.୬), ତାଳଚେର (୧୧.୯), ସୁନ୍ଦରଗଡ (୧୨), କେନ୍ଦୁଝର (୧୨.୪), ବଲାଙ୍ଗୀର (୧୨.୮), ଝାରସୁଗୁଡ଼ା (୧୩), ବାରିପଦା (୧୩.୪), ହୀରାକୁଦ (୧୩.୬) ଓ ସମ୍ବଲପୁର (୧୪.୭) ।

ତେବେ ଭୁବନେଶ୍ୱରରେ ତାପମାତ୍ରା ୧୭.୬ ଡିଗ୍ରୀ ସେଲସିୟସ ରହିଥିବା ବେଳେ କଟକରେ ୧୫.୮ ଡିଗ୍ରୀ ଅଛି ।

ଅନ୍ୟପଟେ ଚାନ୍ଦବାଲିରେ ଆଜି ଅତିଘନ କୁହୁଡ଼ି ହୋଇଥିବା ବେଳେ ଦୃଶ୍ୟମାନ ଦୂରତା ୩୦ ମିଟର ରହିଥିଲା ।

ସେହିଭଳି ପାରାଦୀପରେ ଘନକୁହୁଡି ଦୃଶ୍ୟମାନ ଦୂରତା ୫୦ ମିଟର ଥିବାବେଳେ ଭୁବନେଶ୍ୱର, କଟକ ଏବଂ ଫୁଲବାଣୀରେ ଦୃଶ୍ୟମାନ ଦୂରତା ୮୦୦ ମିଟରରୁ କମ ଥିଲା ।

ଲୋକାଲ ୱାୟାର

Filed Under: Odia Tagged With: ଅନୁଗୁଳ, ଓଡିଶା, କେନ୍ଦୁଝର, କୋରାପୁଟ, ଚାନ୍ଦବାଲି, ଝାରସୁଗୁଡା, ତାଳଚେର, ଦାରିଙ୍ଗିବାଡ଼ି, ପାରାଦୀପ, ଫୁଲବାଣୀ, ବଲାଙ୍ଗିର, ବଲାଙ୍ଗିର, ବାରିପଦା, ଭବାନୀପାଟଣା, ସମ୍ବଲପୁର, ସୁନ୍ଦରଗଡ, ହୀରାକୁଦ

୧୫ ଡିଗ୍ରୀ ତଳେ ୧୬ ସହର; ବୌଦ୍ଧ, ସୁନ୍ଦରଗଡ଼ ଓ ସୋନପୁରରେ ଘନ କୁହୁଡି

December 4, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୪ (ଲୋକାଲ ୱାୟାର) : ଓଡ଼ିଶାର ଅଧିକାଂଶ ସହରରେ ରାତିରେ ସର୍ବନିମ୍ନ ତାପମାତ୍ରା ଖସୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୬ଟି ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିଛି ।

ସୋନପୁରରେ ସବୁଠାରୁ କମ୍ ୮.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି ।

ସର୍ବନିମ୍ନ ୧୫ ଡିଗ୍ରୀ ସେଲସିୟସ ତଳେ ଥିବା ୧୬ ସହର ହେଲା, ଦାରିଙ୍ଗିବାଡ଼ି (୯), ଫୁଲବାଣୀ (୧୦), ଅନୁଗୁଳ (୧୦), ଭବାନୀପାଟଣା (୧୦.୮), ଝାରସୁଗୁଡ଼ା (୧୧.୮), ତାଳଚେର (୧୨), କେନ୍ଦୁଝର (୧୨.୮), ସୁନ୍ଦରଗଡ (୧୩), ବଲାଙ୍ଗୀର (୧୩.୨), କୋରାପୁଟ (୧୩.୨), ବାରିପଦା (୧୪), ହୀରାକୁଦ (୧୪.୧), ସମ୍ବଲପୁର (୧୪.୨), ଟିଟିଲାଗଡ଼ (୧୪.୨) ଏବଂ ବୌଦ୍ଧ (୧୪.୫) ।

ତେବେ ଭୁବନେଶ୍ୱରରେ ତାପମାତ୍ରା ୧୬.୬ ଡିଗ୍ରୀ ସେଲସିୟସ ରହିଥିବା ବେଳେ କଟକରେ ୧୫ ଡିଗ୍ରୀ ଅଛି ।

ଅନ୍ୟପଟେ ବୌଦ୍ଧ, ସୁନ୍ଦରଗଡ଼ ଓ ସୋନପୁରରେ ଆଜି ଘନ କୁହୁଡ଼ି ଦେଖିବାକୁ ମିଳିଛି ।

ବୌଦ୍ଧରେ ଦୃଶ୍ୟମାନ ଦୂରତା ୫୦ ମିଟର ଥିବାବେଳେ ସୁନ୍ଦରଗଡ଼ ଓ ସୋନପୁରରେ ଦୃଶ୍ୟମାନ ଦୂରତା ୧୦୦ ମିଟରରୁ କମ ଥିଲା ।

କୋରାପୁଟ ଏବଂ ଫୁଲବାଣୀରେ ମଧ୍ୟମ ଧରଣର କୁହୁଡ଼ି ରହିଥିଲା ।

ଲୋକାଲ ୱାୟାର

Filed Under: Odia Tagged With: ଅନୁଗୁଳ, ଓଡିଶା, କେନ୍ଦୁଝର, କୋରାପୁଟ, ଝାରସୁଗୁଡା, ଟିଟିଲାଗଡ଼, ତାଳଚେର, ଦାରିଙ୍ଗିବାଡ଼ି, ଫୁଲବାଣୀ, ବଲାଙ୍ଗିର, ବଲାଙ୍ଗିର, ବାରିପଦା, ବୌଦ୍ଧ, ଭବାନୀପାଟଣା, ସମ୍ବଲପୁର, ସୁନ୍ଦରଗଡ, ସୋନପୁର, ହୀରାକୁଦ

ଓଡ଼ିଶାରେ ଖସୁଛି ପାରଦ, ସୋନପୁରରେ ସର୍ବନିମ୍ନ ୮.୮ ଡିଗ୍ରୀ

December 1, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୧ (ଲୋକାଲ ୱାୟାର) : ରାତିରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଖସୁଥିବା ବେଳେ ସୋନପୁରରେ ସବୁଠାରୁ କମ୍ ୮.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି ।

ରାଜ୍ୟର ୧୫ ସହରରେ ତାପମାତ୍ରା ସର୍ବନିମ୍ନ ୧୫ ଡିଗ୍ରୀ ସେଲସିୟସ ତଳକୁ ଖସିଛି ।

ସେଗୁଡ଼ିକ ହେଲା, ଦାରିଙ୍ଗିବାଡ଼ି (୯), ଫୁଲବାଣୀ (୯.୮), ଅନୁଗୁଳ (୧୦), ବାରିପଦା (୧୨), ଭବାନୀପାଟଣା (୧୨), କୋରାପୁଟ (୧୨.୪), କେନ୍ଦୁଝର (୧୨.୪), ଝାରସୁଗୁଡ଼ା (୧୩.୨), ସୁନ୍ଦରଗଡ଼ରୁ (୧୪), କଟକ (୧୪.୫) ଏବଂ ଚାନ୍ଦବାଲି (୧୪.୮) ।

ତେବେ ଭୁବନେଶ୍ୱରରେ ତାପମାତ୍ରା ୧୫.୪ ଡିଗ୍ରୀ ସେଲସିୟସ ରହିଛି ।

ଲୋକାଲ ୱାୟାର

Filed Under: Odia Tagged With: ଅନୁଗୁଳ, ଓଡିଶା, କଟକ, କେନ୍ଦୁଝର, କୋରାପୁଟ, ଚାନ୍ଦବାଲି, ଝାରସୁଗୁଡା, ଦାରିଙ୍ଗିବାଡ଼ି, ଫୁଲବାଣୀ, ବାରିପଦା, ଭବାନୀପାଟଣା, ସୁନ୍ଦରଗଡ, ସୋନପୁର

୯କୁ ଖସିଲା ସୋନପୁର ପାରଦ, ୧୫ ଡିଗ୍ରୀ ତଳେ ୧୧ ସହରର ତାପମାତ୍ରା

November 30, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୩୦ (ଲୋକାଲ ୱାୟାର) : ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଖସୁଥିବା ବେଳେ ସୋନପୁରରେ ସବୁଠାରୁ କମ୍ ୯ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି ।

ରାଜ୍ୟର ୧୧ ସହରରେ ତାପମାତ୍ରା ସର୍ବନିମ୍ନ ୧୫ ଡିଗ୍ରୀ ସେଲସିୟସ ତଳକୁ ଖସିଛି । ସେଗୁଡ଼ିକ ହେଲା, ଦାରିଙ୍ଗିବାଡ଼ି (୯.୫), ଅନୁଗୁଳ (୧୦.୬), ଫୁଲବାଣୀ (୧୧.୩), କେନ୍ଦୁଝର (୧୨.୦), ବାରିପଦା (୧୨.୪), ଭବାନୀପାଟଣା (୧୨.୮), କୋରାପୁଟ (୧୩.୦) ଝାରସୁଗୁଡ଼ା (୧୩.୨), ବଲାଙ୍ଗିର (୧୪) ଓ କଟକ (୧୪.୮) ।

ତେବେ ଭୁବନେଶ୍ୱରରେ ତାପମାତ୍ରା ୧୬.୦ ଡିଗ୍ରୀ ସେଲସିୟସ ରହିଛି ।

ଲୋକାଲ ୱାୟାର

Filed Under: Odia Tagged With: ଅନୁଗୁଳ, କଟକ, କେନ୍ଦୁଝର, କୋରାପୁଟ, ଝାରସୁଗୁଡା, ଦାରିଙ୍ଗିବାଡ଼ି, ଫୁଲବାଣୀ, ବଲାଙ୍ଗିର, ବଲାଙ୍ଗିର, ବାରିପଦା, ଭବାନୀପାଟଣା

୧୫ ଡିଗ୍ରୀ ତଳେ ୧୨ ସହରର ତାପମାତ୍ରା

November 29, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୨୯ (ଲୋକାଲ ୱାୟାର) : ରାଜ୍ୟରେ ଶୀତ ବଢ଼ୁଥିବା ବେଳେ ସୋନପୁରରେ ପାରଦ ୯.୪ ଡିଗ୍ରୀକୁ ଖସିଥିବା ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ରବିବାର ସୂଚନା ଦିଆଯାଇଛି ।

ରାଜ୍ୟର ୧୨ ସହରରେ ତାପମାତ୍ରା ସର୍ବନିମ୍ନ ୧୫ ଡିଗ୍ରୀ ସେଲସିୟସ ତଳକୁ ଖସିଛି ।

ସେଗୁଡ଼ିକ ହେଲା, ଫୁଲବାଣୀ (୧୦ ଡିଗ୍ରୀ), ଦାରିଙ୍ଗିବାଡ଼ି (୧୦), ଅନୁଗୁଳ (୧୨), ଝାରସୁଗୁଡ଼ା (୧୩.୨) ଭବାନୀପାଟଣା (୧୩.୫), କେନ୍ଦୁଝର (୧୩.୬), କୋରାପୁଟ (୧୪.୬), ସୁନ୍ଦରଗଡ଼ (୧୪.୫), ବାରିପଦା (୧୪.୯) ।

ତେବେ ଭୁବନେଶ୍ୱରରେ ତାପମାତ୍ରା ୧୬.୨ ଡିଗ୍ରୀ ସେଲସିୟସ ଥିବା ବେଳେ କଟକରେ ଅଛି ୧୫ ଡିଗ୍ରୀ ଏବଂ ବଲାଙ୍ଗୀରରେ ୧୫ ଡିଗ୍ରୀ ।

ଲୋକାଲ ୱାୟାର

Filed Under: Odia Tagged With: ଅନୁଗୁଳ, ଓଡିଶା, କେନ୍ଦୁଝର, କୋରାପୁଟ, ଝାରସୁଗୁଡା, ଦାରିଙ୍ଗିବାଡ଼ି, ଫୁଲବାଣୀ, ବଲାଙ୍ଗିର, ବଲାଙ୍ଗିର, ବାରିପଦା, ଭବାନୀପାଟଣା, ସୁନ୍ଦରଗଡ, ସୋନପୁର

ନାବାଳକକୁ ଥାନାରେ ଥାର୍ଡଡିଗ୍ରି ଅଭିଯୋଗ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଏସପି

November 25, 2020 By LocalWire Leave a Comment

କେନ୍ଦୁଝର, ନଭେମ୍ବର ୨୫ (ଲୋକାଲ ୱାୟାର) : କେନ୍ଦୁଝର ଜିଲ୍ଲା ପାଟଣା ଥାନାରେ ଜଣେ ନାବାଳକ ଉପରେ ପୁଲିସ ଥାର୍ଡଡିଗ୍ରି ପ୍ରୟୋଗ କରିଥିବା ନେଇ ଅଭିଯୋଗ ହେବା ପରେ ବୁଧବାର ଏସପି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଏ ନେଇ କେନ୍ଦୁଝର ଏସପିଙ୍କ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ, ପାଟଣା ଥାନାରେ ନାବାଳକକୁ ପୁଲିସର ଥାର୍ଡଡିଗ୍ରି ଘଟଣାରେ ଘଟଗାଁ ଏସଡିପିଓଙ୍କୁ ତଦନ୍ତ କରି ୨୪ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି। ରିପୋର୍ଟ ମିଳିବା ପରେ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସୂଚନାଯୋଗ୍ୟ, ଏକ ଚୋରି ମାମଲାରେ ପାଟଣା ଥାନା ଅନ୍ତର୍ଗତ କାମେଶ୍ୱରପୁର ପାଟଣା ଗ୍ରାମର ଯଶୋବନ୍ତ ନାଏକ ଏବଂ ବୀଣା ନାଏକଙ୍କ ନାବାଳକ ପୁଅ ଅମନ ନାଏକ (୧୬)କୁ ଗତ ୨୧ ତାରିଖରେ ଥାନା ପକ୍ଷରୁ ଡକା ଯାଇଥିଲା।

ଅମନ ଥାନାକୁ ଯିବାପରେ ପୁଲିସ ତାକୁ ଅଟକ ରଖି ନିସ୍ତୁକ ମାଡ଼ ମାରିଥିବା ଅମନର ମା’ ମଙ୍ଗଳବାର ଏସପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ।

ଅମନର ଗୋଡ଼ରେ ପ୍ରବଳ ମାଡ଼ ହୋଇଥିବାରୁ ତାକୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ବୋଲି ବୀଣା କହିଛନ୍ତି ।

ଅଭିଯୋଗ ପରେ ଏବେ ଏସପି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କେନ୍ଦୁଝର

ପାଞ୍ଚ ଅନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ମୁଖ୍ୟ ଇଞ୍ଜିନିୟର, ୧୮ ଲକ୍ଷର ସୁନା ଜବତ

November 18, 2020 By LocalWire Leave a Comment

ବାଲେଶ୍ୱର, ନଭେମ୍ବର ୧୮(ଲୋକାଲ ୱାୟାର): ବାଲେଶ୍ୱର ଜିଲ୍ଲା ସୋରୋ ଥାନା ପୁଲିସ ଏକ ସୁନା ଲୁଟ ମାମଲାର ତଦନ୍ତ କରି ୫ ଜଣ ଅନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୮ ଲକ୍ଷ ଟଙ୍କାର ଓ ଲୁଟ ସୁନା ଜବତ ହୋଇଥିବା କହିଛନ୍ତି ସ୍ଥାନୀୟ ଆଇଆଇସି ମଧୁମିତା ମହାନ୍ତି ।

ଗତ ୫ ତାରିଖରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ଜଣେ ସୁନା ବ୍ୟବସାୟୀ ବାଇକରେ ବାଲେଶ୍ୱରରୁ ଫେରୁଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥରେ ସୋରୋ ନିକଟ ବିଦୁ ଛକଠାରେ ୫ ଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ତାଙ୍କୁ ମାରଣାସ୍ତ୍ର ଦେଖାଇ ପ୍ରାୟ ୫ ଶହ ଗ୍ରାମ ସୁନା ଅଳଙ୍କାର ଲୁଟି ନେଇଥିଲେ ।

ଏହି ମାମଲାର ତଦନ୍ତସ୍ୱରୂପ ପୁଲିସ ଟିମ୍ ୪/୫ଟି ପଡ଼ୋଣୀ ଜିଲ୍ଲାରେ ଚଢ଼ାଉ କରି ୫ ଜଣ ଡାକୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ଗିରଫ ଡକାୟତମାନେ ହେଲେ ସନାତନ ଦାସ, ରତିକାନ୍ତ ଦାସ, ଚିନ୍ମୟୀ ଦାସ, ଜିତେନ୍ଦ୍ର ଦାସ ଏବଂ ଅନ୍ୟ ଜଣେ ଯୁବକ ।

ଏମାନଙ୍କ ମଧ୍ୟୟରେ ଜଣେ ଇଞ୍ଜିନିୟରିଂ ପାଠ୍ୟକ୍ର୍ରମ ଶେଷ କରିଥିବା ଛାତ୍ର ମଧ୍ୟ ଅଛି । ସେ ଗ୍ୟାଙ୍ଗ ଲିଡର ଭାବେ କାମ କରୁଥିଲା ।

ଏମାନଙ୍କଠାରୁ ପ୍ରାୟ ୧୮ ଲକ୍ଷ ଟଙ୍କାର ସୁନା ଏବଂ କିଛି ମାରଣାସ୍ତ୍ର ଜବତ ହୋଇଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 49
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

କ୍ୟାନସର ରୋଗୀଙ୍କ ପାଇଁ ଚୁଟି ଦାନ କଲେ ଶ୍ରୁତି

ବାରିପଦାରେ ଗତ କିଛି ବର୍ଷ ହେବ ୟୁନିସେକ୍ସ ସେଲୋନ୍ ଅରମ୍ଭ ହୋଇଛି । ତେଣୁ ମୁଁ ସେମାନଙ୍କୁ ଯାଇ ଚୁଟି ଦାନ ବାବଦରେ ପଚାରିଥିଲି ।

ସେଠାରୁ ନିରାଶ ହେବା ପରେ ମୁଁ ମୋର ଜଣେ ସିନିୟର ଆନନ୍ଦମୟୀ ଦିଦିଙ୍କ ସହ ସଂସ୍ପର୍ଶରେ ଆସିଲି ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire