• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

କେନ୍ଦ୍ରାପଡା

ଚାରି ମୂର୍ତ୍ତି ଚୋର ଗିରଫ

April 12, 2021 By Ashis Senapati Leave a Comment

କେନ୍ଦ୍ରାପଡ଼ା, ଏପ୍ରିଲ ୧୨ (ଲୋକାଲ ୱାୟାର): କେନ୍ଦ୍ରାପଡ଼ା ପୁଲିସ ରବିବାର ରାତିରେ ଏକ ମୂର୍ତି ଚୋର ଗ୍ୟାଙ୍ଗର ପର୍ଦ୍ଦାଫାଶ କରିବା ସହ ଗ୍ୟାଙ୍ଗର ଚାରି ସଦସ୍ୟଙ୍କୁ ଗିରଫ କରିଛି ।

ଗିରଫ ହୋଇଥିବା ମୂର୍ତି ଚୋରମାନେ ହେଲେ ଅଜୟ ମଲ୍ଲିକ, ରଞ୍ଜିତ ଜେନା, ସେକ ସାଇରି ଓ ମକରା ମଲ୍ଲିକ ।

ରବିବାର ରାତିରେ ଏକ ମନ୍ଦିରରୁ ଚୋରି କରି ଫେରୁଥିବା ବେଳେ ପୁଲିସ ସେମାନଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ପିତଳ ମୂର୍ତ୍ତି ଓ ୬ଟି ମାରଣାସ୍ତ୍ର ଜବତ କରିଥିଲା ।

ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଛି ଓ ତଦନ୍ତ ଜାରି ରହିଛି ।ର‌୍ୟାକେଟରେ ସାମିଲ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଚଢାଉ ଜାରି ରହିଛି ବୋଲି କେନ୍ଦ୍ରାପଡା ଟାଉନ ଥାନା ଆଇଆଇସି ଜ୍ୟୋତିପ୍ରକାଶ ସାମନ୍ତରାୟ କହିଛନ୍ତି ।

ମନ୍ଦିର ଓ ବୌଦ୍ଧ ପୀଠଗୁଡ଼ିକ ମୂଲ୍ୟବାନ ପ୍ରାଚୀନ ସାମଗ୍ରୀର ଗନ୍ତାଘର ହୋଇଥିବାରୁ ମୂର୍ତି ଚୋରମାନେ ସେଗୁଡ଼ିକୁ ଟାର୍ଗେଟ କରୁଛନ୍ତି ।

କିଛି ଦଲାଲ ସେଗୁଡ଼ିକୁ ଚୋରଙ୍କ ଠାରୁ ଶସ୍ତାରେ କିଣି ବଡ଼ ବଡ଼ ସହରରେ ଚଢ଼ା ଦାମରେ ବିକ୍ରି କରୁଛନ୍ତି ବୋଲ ଗବେଷକ ଡଃ ବାସୁଦେବ ଦାସ କହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କେନ୍ଦ୍ରାପଡା

କେନ୍ଦ୍ରାପଡ଼ାରେ ବିରଳ ଯୋଡ଼ାଶିଶୁ ଜନ୍ମ

April 11, 2021 By Ashis Senapati Leave a Comment

କେନ୍ଦ୍ରାପଡ଼ା, ଏପ୍ରିଲ ୧୧ (ଲୋକାଲ ୱାୟାର): କେନ୍ଦ୍ରାପଡ଼ା ଜିଲ୍ଲାର ଏକ ବେସରକାରୀ ଡାକ୍ତରଖାନାରେ ଜଣେ ମହିଳା ବିରଳ ଯୋଡାଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଗରିବ ପରିବାରର ମହିଳା ଅମ୍ବିକା ପରିଡ଼ାଙ୍କ ଏହା ଦ୍ୱିତୀୟ ସନ୍ତାନ ।

ନବଜନ୍ମିତ ଶିଶୁର ପୂର୍ଣ୍ଣ ବିକଶିତ ମୁଣ୍ଡ ଥିବା ବେଳେ, ଦୁଇଟି ମୁହଁ ଓ ଦୁଇଟି ନାକ ରହିଛି ।

ଗୋଟିଏ ଶରୀର ଥିବା ନବଜାତକର ତିନିଟି ହାତ, ଦୁଇଟି ଗୋଡ ରହିଛି । ଶିଶୁଟିକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ଶିଶୁଟି ସୁସ୍ଥ ଥିଲେ ବି ଉପଯୁକ୍ତ ଚିକିତ୍ସା ନିଆ ନଗଲେ ଜୀବନ ପ୍ରତି ବିପଦ ଥିବାରୁ କଟକ ଶିଶୁଭବନ ରେଫର କରାଯାଇଛି ବୋଲି ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଦେବାଶିଷ ସାହୁ କହିଛନ୍ତି ।

ଶିଶୁଟିର ବାପା ଉମାକାନ୍ତ ପରିଡ଼ା ଓ ମା ଅମ୍ବିକା ପରିଡ଼ା ଗରିବ ପରିବାରର ହୋଇଥିବାରୁ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଲୋଡ଼ିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କେନ୍ଦ୍ରାପଡା

ବତୀଘର ବିକାଶ ପ୍ରକଳ୍ପରେ ନିବେଶ କରିବେ ବେସରକାରୀ ସଂସ୍ଥା

April 11, 2021 By Ashis Senapati Leave a Comment

କେନ୍ଦ୍ରାପଡ଼ା, ଏପ୍ରିଲ ୧୧ (ଲୋକାଲ ୱାୟାର): ଓଡ଼ିଶାର ୪ଟି ବତୀଘର ସମେତ ଦେଶର ୬୫ଟି ବତୀଘରର ପିପିପି ମୋଡରେ ବିକାଶ ପାଇଁ ବେସରକାରୀ ସଂସ୍ଥାଗୁଡ଼ିକୁ ଆହ୍ୱାନ ଜଣାଇଛନ୍ତି କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରାଳୟ ।

ଦେଶ ତଥା ରାଜ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ଏହି ପଦକ୍ଷେପ ନିଆଯାଉଛି ବୋଲି ମହାନିଦେ୍ର୍ଦଶକ, ଲାଇଟ ହାଉସେସ, କୋଲକାତା ବୀରେନ୍ଦ୍ର ଯାଦବ କହିଛନ୍ତି ।

ଗତବର୍ଷ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳୀ ମାନ୍ୟତା ପାଇଥିବା ଚନ୍ଦ୍ରଭାଗା ବତୀଘରେ ଏକ ଲିଫ୍ଟ ଲଗାଯାଇଛି ।

ରାଜ୍ୟର ଅନ୍ୟ ବତୀଘରଗୁଡିକରେ ମଧ୍ୟ ଲିଫ୍ଟ ଲଗାଇବାର ଯୋଜନା ରହିଛି । ବେଳାଭୂମିର ମନୋରମ ଦୃଶ୍ୟ ସାଙ୍ଗ, ସମୁଦ୍ରର ବିଶାଳତା ଦେଖିବାକୁ ମିଳୁଥିବାରୁ ସାରା ବିଶ୍ୱରେ ବତୀଘରଗୁଡ଼ିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ।

ପର୍ଯ୍ୟଟନର ବିକାଶ ପାଇଁ ବହୁ ଦେଶ ବତୀଘରର ବିକାଶ କରିବା ସହ ସେଠାରେ ସମସ୍ତ ସୁବିଧାସୁଯୋଗ ଯୋଗାଇ ଦେଇଛନ୍ତି ।

ବିଶ୍ୱସ୍ତରୀୟ ମାନଦଣ୍ଡ ଅନୁଯାୟୀ ଭାରତରେ ବତୀଘରଗୁଡିକର ବିକାଶ ହେବ । ବତୀଘରକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ପର୍ଯ୍ୟଟନ ସ୍ଥଳୀ ଭାବେ ଆଖପାଖ ଅଞ୍ଚଳର ବିକାଶ କରାଯିବ ।

ଜାତୀୟ ସାମୁଦ୍ରିକ ସଂଗ୍ରହାଳୟ ଓ ଜାତୀୟ ବତୀଘର ସଂଗ୍ରହାଳୟ ଭଳି ଭିତ୍ତିଭୂମି ମଧ୍ୟ ବିକାଶ କରାଯିବ ବୋଲି ଯାଦବ କହିଛନ୍ତି ।

କୋଭିଡ-୧୯ ଯୋଗୁଁ ମାର୍ଚ୍ଚ ୨୦୨୦ରୁ ଓଡିଶାର ପାରାଦୀପ, ଫଲ୍ସ ପଏଣ୍ଟ, ଗୋପାଳପୁର, ଚନ୍ଦ୍ରଭାଗା, ପ୍ରୟାଗୀ ଓ ପୁରୀ ବତୀଘର ବନ୍ଦ ରହିଛି ।

ନିକଟରେ ମହାନିଦେ୍ର୍ଦଶକ, ଲାଇଟ ହାଉସେସ, କୋଲକାତାଙ୍କୁ ଚିଠି ଲେଖି ବତୀଘର ଖୋଲିବାକୁ ଅନୁରୋଧ କରିଥିଲେ ବି ସେ ନେଇ ନିଷ୍ପତି ହୋଇନାହିଁ ବୋଲି ଫଲ୍ସ ପଏଣ୍ଟ ବତୀଘରର ନାଭିଗେସନାଲ ଆସିଷ୍ଟାଣ୍ଟ ତଥା ହେଡ ଲାଇଟକିପର ଜୟନ୍ତ ଚାଟାର୍ଜୀ କହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କେନ୍ଦ୍ରାପଡା

ଗହୀରମଥାରେ ୩୪୨ ଡଲଫିନ

April 10, 2021 By Ashis Senapati Leave a Comment

କେନ୍ଦ୍ରାପଡା, ଏପ୍ରିଲ ୧୦ (ଲୋକାଲ ୱାୟାର): ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଡଲଫିନଙ୍କ ସଂଖ୍ୟା ବେଶ ବୃଦ୍ଧି ହୋଇଥିବା ୨୦୨୧ ଗଣନାରୁ ଜଣାପଡିଛି ।

ବାର୍ଷିକ ଡଲଫିନ ଗଣନା ବେଳେ ଭିତରକନିକା ଆଖପାଖ ଅଞ୍ଚଳ ଓ ଗହୀରମଥାରେ ୩୪୨ଟି ଡଲଫିନ ଥିବା ବନ ଅଧିକାରୀମାନେ ଗଣନା କରିଛନ୍ତି ।

ସେଥିରେ ୩୯ଟି ଇରାୱାଡି ଜଲଫିନ, ୨୨ଟି ବଟଲନୋଜ ଡଲଫିନ, ୨୮୧ଟି ହମ୍ପବ୍ୟାକ୍ ଡଲଫିନ ଅଛନ୍ତି ।

୨୦୨୦ରେ ମାତ୍ର ୬୨ଟି ଡଲଫିନ ଥିବା ଗଣନାରୁ ଜଣା ପଡିଥିଲା । ସାମୁଦ୍ରିକ ଅଭୟାରଣ୍ୟ ଘୋଷଣା ହେବା ପରେ ଗହୀରମଥାରେ ସାତ ମାସ ମାଛ ଧରା ନିଷିଦ୍ଧ ରହୁଥିବାରୁ ଡଲଫିନଙ୍କ ସଂଖ୍ୟା ବଢିଛି ।

ଖୋଲା, ନଳିତାପାଟ, ଧାମରା, ସାତଭାୟା, ପେଣ୍ଠ, ଅଗରନାସୀ, ଏକାକୂଳ, ହୁକିଟୋଲା ନିକଟସ୍ଥ ସମୁଦ୍ରରେ ଡଲଫିନ ଦେଖାଯାଉଛନ୍ତି ।

ଡଲଫିନକୁ ଭାରତୀୟ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ, ୧୯୭୨ର ସୂଚୀ ୧ରେ ସାମିଲ କରାଯାଇଛି ।

ଏହା ଆଇୟୁସିଏନ ଲାଲ ତାଲିକାରେ ମଧ୍ୟ ସ୍ଥାନିତ ହୋଇଛି ବୋଲି ଭିତରକନିକା ଡିଏଫଓ ବିକାଶ ରଞ୍ଜନ ଦାଶ କହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କେନ୍ଦ୍ରାପଡା

ବେଳାଭୂମିରୁ ୨ ମୃତଦେହ ମିଳିବା ମାମଲା, ଅପରାଧୀଙ୍କୁ ଗିରଫ ଦାବିରେ ରାସ୍ତାରୋକ

April 10, 2021 By Ashis Senapati Leave a Comment

କେନ୍ଦ୍ରାପଡ଼ା, ଏପ୍ରିଲ ୧୦ (ଲୋକାଲ ୱାୟାର): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ପେଣ୍ଠ ବେଳାଭୂମିରୁ ଯୁବକଯୁବତୀଙ୍କ ମୃତ ଦେହ ଅସ୍ୱାଭାବିକ ଅବସ୍ଥାରେ ମିଳିବା ଘଟଣା ଚାଂଚଲ୍ୟ ସୃଷ୍ଟି କରିଛି ।

ଚନ୍ଦନନଗର ଗାଁର ପୂର୍ଣ୍ଣିମା ମହାନ୍ତି (୧୭) ଓ ଓସ୍ତପୁର ଗାଁର ପ୍ରଶାନ୍ତ ପାତ୍ର (୧୮) ବୁଧବାର ସନ୍ଧ୍ୟା ଠାରୁ ନିଖୋଜ ଥିଲେ ।

ଶୁକ୍ରବାର ରାତିରେ ସେମାନଙ୍କ ମୃତ ଦେହ ପେଣ୍ଠ ବେଳାଭୂମିରୁ ମିଳିଥିଲା ।

ପୂର୍ଣ୍ଣିମା ପଟ୍ଟାମୁଣ୍ଡାଇ ସ୍ଥିତ ମହିଳା କଲେଜରେ ଯୁକ୍ତ ଦୁଇ କଳା ପଢୁଥିବା ବେଳେ ପ୍ରଶାନ୍ତ ଭୁବନେଶ୍ୱରର ଏକ କଲେଜରେ ପଢୁଥିଲେ ।

ପୁଲିସ ପହଁଚି ମୃତ ଦେହଗୁଡିକୁ ପୋଷ୍ଟମର୍ଟମ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି ।

ଉଭୟଙ୍କ ମୃତୁ୍ୟ ଦୁଇ ତିନ ପୂର୍ବରୁ ହୋଇଥିବା ସନେ୍ଦହ କରାଯାଉଛି । ସେମାନଙ୍କୁ କେହି ହତ୍ୟା କରିଥାଇପାରନ୍ତି ।

ଛାତ୍ରୀଙ୍କ ବଳାକ୍ରାର ଘଟଣାକୁ ମଧ୍ୟ ଏଡାଇ ଦିଆଯାଇପାରିବ ନାହିଁ । ପୁଲିସ ଆଇପିସିର ଧାରା ୩୦୨ ଓ ୨୦୧ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ସନ୍ଧାନୀ କୁକୁର ଓ ସାଇଂଟିଫିକ ଟିମ୍କୁ ତଦନ୍ତରେ ମୁତୟନ କରାଯାଇଛି । ପୋଷ୍ଟମର୍ଟମ ରିପୋର୍ଟ ମିଳିବା ପରେ ମୃତୁ୍ୟର ପ୍ରକୃତ କାରଣ ଜଣାପଡିବ ।

ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାର ଅନୁଧ୍ୟାନ କରୁଛନ୍ତି ବୋଲି ରାଜନଗର ଆଇଆଇସି ତପନ କୁମାର ନାୟକ କହିଛନ୍ତି ।

ତେବେ ଶନିବାର ବହୁ ସଂଖ୍ୟାରେ ଗ୍ରାମବାସୀ ରାଜନଗର ମୁଖ୍ୟ ରାସ୍ତା ଅବରୋଧ କରି ଅପରାଧୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ ।

ଫଳରେ ଚାରି ଘଂଟା ପାଇଁ ଗାଡି ଚଳାଚଳ ବ୍ୟାହତ ହୋଇଥିଲା । ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଁଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କେନ୍ଦ୍ରାପଡା

ବିବାହିତା ମହିଳାଙ୍କ ଫଟୋ ଓ ମେସେଜ ଶେୟାର କରି ଯୁବକ ଗିରଫ

April 9, 2021 By Ashis Senapati Leave a Comment

କେନ୍ଦ୍ରାପଡ଼ା, ଏପ୍ରିଲ ୯ (ଲୋକାଲ ୱାୟାର): ମୋବାଇଲ ଫୋନରେ ବିବାହିତା ମହିଳାଙ୍କ ଫଟୋ ଓ ମେସେଜ ଶେୟାର କରିବା ଅଭିଯୋଗରେ କେନ୍ଦ୍ରାପଡା ପୁଲିସ ଜଣେ ୨୬ ବର୍ଷୀୟ ଯୁବକକୁ ଗିରଫ କରିଛି ।

ପୀଡ଼ିତା ଜଣକ ଏ ସମ୍ପର୍କରେ କେନ୍ଦ୍ରାପଡ଼ା ସଦର ଥାନାରେ ଏଫଆଇଆର ଦେଇଥିଲେ ।

ଫକୀରାବାଦ ଗାଁର ମୀର ଆଲମ ଅଶ୍ଳୀଳ ମେସେଜ ପଠାଇବା ସହ ଫଟୋ ଶେୟାର କରୁଥିବା ମହିଳାଜଣକ ଅଭିଯୋଗ କରିଥିଲେ ।

ଏଫଆଇଆରକୁ ଭିତି କରି ପୁଲିସ ମୀର ଆଲମକୁ ଗିରଫ କରିଛି । ଅଭିଯୁକ୍ତ ଲୁଚିଛପି ମହିଳାଙ୍କ ଫଟୋ ଉଠାଇଥିଲା ବୋଲି ତଦନ୍ତ ବେଳେ ଜଣାପଡିଛି ।

ଅଭିଯୁକ୍ତ ବିରୋଧରେ ସୂଚନା ପ୍ରଯୁକ୍ତି ଆଇନର ଧାରା ୬୬(ଏ), ୬୬ (ସି), ୬୭ ଓ ଆଇପିସିର ଧାରା ୫୦୧ ଅନୁଯାୟୀ ମାମଲା ରୁଜୁ ହୋଇଛି ।

ଅଭିଯୁକ୍ତକୁ ଶୁକ୍ରବାର କେନ୍ଦ୍ରାପଡ଼ା ଏସଡିଜେଏମଙ୍କ ଅଦାଲତରେ ହାଜର କରାଯାଇଥିଲା ।

ଅଦାଲତ ତାଙ୍କ ଜାମିନ ଆବେଦନ ନାକଚ କରି ଜେଲ ହାଜତକୁ ପଠାଇ ଦେଇଛନ୍ତି ।

ମାମଲାର ତଦନ୍ତ ଜାରି ରହିଛି ବୋଲି କେନ୍ଦ୍ରାପଡା ସଦର ଥାନା ଆଇଆଇସି ପ୍ରମୋଦ କୁମାର ମଲ୍ଲିକ କହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କେନ୍ଦ୍ରାପଡା

ପିଇବା ପାଣି ଦାବିରେ ମହିଳାଙ୍କ ରାସ୍ତା ଅବରୋଧ

April 8, 2021 By Ashis Senapati Leave a Comment

କେନ୍ଦ୍ରାପଡା, ଏପ୍ରିଲ ୮ (ଲୋକାଲ ୱାୟାର): କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ରାଜଗଡ, ଗଇସପୁର, ପାଟଣା, ନଛିପଡା, ସ୍ୱାଇଁପଡା ଆଦି ଗାଁର ମହିଳାମାନେ ଖାଲି ବାଲଟି ଓ ମାଠିଆ ଧରି ରାଜଗଡ ଠାରେ କେନ୍ଦ୍ରାପଡା-ଓରତଘାଟ ରାସ୍ତା ଅବରୋଧ କରିଥିଲେ ।

ପ୍ରାୟ ୬ ଘଂଟା ଧରି ଯାନବାହାନ ଚଳାଚଳ ପ୍ରଭାବିତ ହୋଇଥିଲା । ଦୀର୍ଘଦିନରୁ ପାଣି ପାଇଁ ଦାବି କରି ଆସୁଥିଲେ ବି ଅଚଳ ନଳକୂଅଗୁଡିକ ସଜାଡିବାକୁ କର୍ତୃପକ୍ଷ ପଦକ୍ଷେପ ନନେବାରୁ ବାଧ୍ୟ ହୋଇ ରାସ୍ତା ଅବରୋଧ କରିଛୁ ବୋଲି କହିଛନ୍ତି ରାଜଗଡ ଗାଁର ହରପ୍ରିୟା ମହାନ୍ତି ।

ଗ୍ରାମବାସୀମାନେ ପୋଖରୀ, ନଦୀ ଓ ଅନ୍ୟ ଜଳ ଉତ୍ସର ଦୂଷିତ ପାଣି ପିଇ ରୋଗରେ ପଡୁଥିବା କହିଛନ୍ତି ପାଟଣା ଗାଁର ଲକ୍ଷ୍ମୀପ୍ରିୟା ରାଉତ ।

ତ୍ରୁଟିପୂର୍ଣ୍ଣ ସ୍ୱେରେଜ ପାଇପ ବିଛାଣ ଯୋଗୁଁ ପିଇବା ପାଣିରେ ତାହା ମିଶୁଛି । ତେଣୁ ନଳ ପାଣି ରାନ୍ଧିବା ବା ଗାଧୋଇବା ଉପଯୋଗୀ ନୁହେଁ ।

ପିଇବା ପାଣି ସମସ୍ୟା ଶୀଘ୍ର ସମାଧାନ ନହେଲେ ବହୁ ଗାଁରେ ମହାମାରୀ ବ୍ୟାପିବା ଆଶଙ୍କା ରହିଛି ବୋଲି କହିଛନ୍ତି ସ୍ୱାଇଁପଡାର ଶାରଳା ସ୍ୱାଇଁ ।

ଏ ସମ୍ପର୍କରେ ମହାକାଳପଡା ବ୍ଲକର ଆରଡବ୍ଲୁଏସଏସ ଯନ୍ତ୍ରୀ ପ୍ରତାପ କୁମାର ରଥଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ବିଭିନ୍ନ ଗାଁକୁ ପାନୀୟ ଜଳ ଟ୍ୟାଙ୍କର ପଠାଯାଉଛି ।

ଅଚଳ ନଳକୂଅଗୁଡିକ ମରାମତି ହେଉଛି । ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାମ ବର୍ଷକ ମଧ୍ୟରେ ଶେଷ ହେବ । ଏହାଦ୍ୱାରା ମହାକାଳପଡା ଓ ମାର୍ଶାଘାଇ ବ୍ଲକ ବାସିନ୍ଦା ଉପକୃତ ହେବେ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କେନ୍ଦ୍ରାପଡା

ଗହୀରମଥାରେ ପ୍ରାୟ ସାଢ଼େ ତିନି ଲକ୍ଷ ଅଲିଭ ରିଡଲେ କଇଁଚଙ୍କ ଅଣ୍ଡାଦାନ

April 6, 2021 By Ashis Senapati Leave a Comment

କେନ୍ଦ୍ରାପଡ଼ା, ଏପ୍ରିଲ ୬ (ଲୋକାଲ ୱାୟାର): ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭ ରିଡଲେ କଇଁଚଙ୍କ ୧୪ ଦିନିଆ ଅଣ୍ଡାଦାନ ପ୍ରକ୍ରିୟା ଶେଷ ହୋଇଛି ।

ମାର୍ଚ୍ଚ ୯ରୁ ୨୩ ମଧ୍ୟରେ ୩,୪୯,୬୯୪ କଇଁଚ ନାସି-୧ ଓ ନାସି-୨ ଦ୍ୱୀପରେ ଅଣ୍ଡା ଦେଇଛନ୍ତି ।

୨୦୨୦ରେ ୪୦୭୧୯୪, ୨୦୧୯ରେ ୪,୫୧,୬୪୮, ୨୦୧୮ରେ ୬,୬୫,୧୮୫ କଇଁଚ ଅଣ୍ଡା ଦେଇଥିବା ବେଳେ ୧୯୮୮, ୧୯୯୭ ଓ ୨୦୧୪ରେ କଇଁଚ ଗହୀରମଥାକୁ ଅଣ୍ଡା ଦେବାକୁ ଆସିନଥିଲେ ।

ବନ୍ୟପ୍ରାଣୀ ସଂରକ୍ଷଣ ଆଇନ, ୧୯୭୨ ଅନ୍ତର୍ଗତ ସୂଚୀ-୧ରେ ଅଲିଭ ରିଡଲେ କଇଁଚ ସ୍ଥାନ ପାଇବା ପରେ ବନ ବିଭାଗ, ଅନ୍ୟ ସରକାରୀ ଓ ବେସରକାରୀ ସଂସ୍ଥା କଇଁଚ ସଂରକ୍ଷଣ ପ୍ରତି ଅଧିକ ଗୁରୁତ୍ୱ ଦେଉଛନ୍ତି ।

କୁକୁର, ବିଲୁଆ, ବାରହା ଭଳି ଜନ୍ତୁ ଠାରୁ ଅଣ୍ଡା ଓ କଇଁଚଙ୍କୁ ସୁରକ୍ଷା ପ୍ରଦାନ ପାଇଁ ବନ ବିଭାଗ ପକ୍ଷରୁ ନାସି-୧ ଓ ନାସି-୨ ଦ୍ୱୀପର ଅଣ୍ଡାଦାନ ଅଂଚଳରେ ବାଡ ଘେରା ଯିବା ସହ ସୁରକ୍ଷା ପାଇଁ ବନ କର୍ମୀ ମୁତୟନ କରାଯାଇଛି ।

୪୫ଦିନରେ ଅଣ୍ଡାରୁ ଛୁଆ ଫୁଟି ସମୁଦ୍ରକୁ ଯିବେ । ପ୍ରତିବର୍ଷ ଶୀତଦିନେ ଅଲିଭ ରିଡଲେ କଇଁଚ ଦୂର ସ୍ଥାନରୁ ଅଣ୍ଡା ଦେବା ପାଇଁ ଆସିଥାନ୍ତି ବୋଲି ଭିତରକନିକା ଡିଏଫଓ ବିକାଶ ରଞ୍ଜନ ଦାଶ କହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କେନ୍ଦ୍ରାପଡା

ଚାଷୀଙ୍କୁ ହତାଶ କରୁଛି ଅଭାବୀ କଖାରୁ ବିକ୍ରି

April 5, 2021 By Ashis Senapati Leave a Comment

କେନ୍ଦ୍ରାପଡା, ଏପ୍ରିଲ ୫ (ଲୋକାଲ ୱାୟାର): ଅମଳ ଋତୁରେ କେନ୍ଦ୍ରାପଋା ଜିଲ୍ଲା ଅରିଲୋ ଗାଁର ହିମାଂଶୁ ମହାନ୍ତିଙ୍କ ବିଲରେ କଖାରୁ ପଡି ରହିଛି ।

ଅଧିକ ଅମଳ ହୋଇଥିଲେ ବି ଦର ଖୁବ କମ ଥିବାରୁ ହିମାଂଶୁଙ୍କ ଭଳି ବହୁ ଚାଷୀ ଚିନ୍ତିତ ହୋଇ ପଡିଛନ୍ତି । କଖାରୁ କିଲୋ ପ୍ରତି ୪-୫ ଟଙ୍କାରେ ବିକ୍ରି ହେଉଛି ।

ଏହି ଦରରେ ଅମଳ ଖର୍ଚ୍ଚ ବି ଉଠିବ ନାହିଁ ବୋଲି କହିଛନ୍ତି ହିମାଂଶୁ । ନଈକୂଳିଆ ଗାଁଗୁଡ଼ିକର ପ୍ରାୟ ୨୦ ହଜାର ଚାଷୀ ୪୦ ହଜାର ଏକରରୁ ଅଧିକ ଜମିରେ କଖାରୁ ଚାଷ କରିଛନ୍ତି ।

ଏକର ପିଛା ୫୦ରୁ ୬୦ କ୍ୱିଣ୍ଟାଲ କଖାରୁ ଅମଳ ହେଉଥିବା ବେଳେ ଗତ ଅକ୍ଟୋବରରୁ ଜାନୁଆରୀ ମଧ୍ୟରେ କିଲୋ ପ୍ରତି ୨୫ରୁ ୩୦ ଟଙ୍କାରେ ବିକ୍ରି ହେଉଥିଲା ।

ଭଲ ରୋଜଗାର ହେଉଥିବାରୁ ଅଧିକ ଚାଷୀ କଖାରୁ ଚାଷ ପ୍ରତି ଆଗ୍ରହୀ ହୋଇଥିଲେ ।

ଅଧିକ ଉତ୍ପାଦନ ଯୋଗୁଁ କଖାରୁର ଦର ହ୍ରାସ ହୋଇଛି ବୋଲି କୃଷକ ନେତା ଉମେଶ ଚନ୍ଦ୍ର ସିଂହ କହିଛନ୍ତି ।

ନିଜର ଦୁଇ ଏକର ଜମିରେ ସାର, ବିହନ, କୀଟନାଶକ, ଜଳସେଚନ ବାବଦରେ ପ୍ରାୟ ୨୦ ହଜାର ଟଙ୍କା ଖର୍ଚ୍ଚ କରି କଖାରୁ ଚାଷ କରିଥିଲି ।

ହେଲେ କଖାରୁ ଦର ହ୍ରାସ ସବୁ ଆଶା ମାଟିରେ ମିଶାଇ ଦେଇଛି ବୋଲି କହନ୍ତି ମୂଳବସନ୍ତ ଗାଁର ଚାଷୀ ବାବାଜୀ ପରିଡ଼ା ।

ଜିଲ୍ଲାରେ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ କର୍ତୃପକ୍ଷ ଧ୍ୟାନ ଦେଉନାହାନ୍ତି ।

ତେଣୁ ଚାଷୀମାନେ ଏପରି ସମସ୍ୟା ଭୋଗୁଛନ୍ତି ବୋଲି କହିଛନ୍ତି ପାଟକୁରାର ରଞ୍ଜନ ସାହୁ ।

ଉଦ୍ୟାନ କୃଷି ବିଭାଗ ତରଫରୁ କଖାରୁ ଓ ଅନ୍ୟ ପରିବା ଚାଷ ପାଇଁ ହାଇବ୍ରିଡ ବିହନ ଯୋଗାଇ ଦିଆଯାଉଛି ।

ଜିଲ୍ଲାରେ ଶୀତଳ ଭଣ୍ଡାର ନଥିବାରୁ ଚାଷୀମାନେ ପରିବା ଅଭାବୀ ବିକ୍ରି ପାଇଁ ବାଧ୍ୟ ହେଉଛନ୍ତି ।

୩୦ ଟନ କ୍ଷମତା ବିଶିଷ୍ଟ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ସରକାର ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି ।

ମିନି ଶୀତଳ ଭଣ୍ଡାର ପାଇଁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ଓ ଏଥିପାଇଁ ସରକାର ୪୦ ପ୍ରତିଶତ ରିହାତି ଦେବେ ।

ହେଲେ କେହି ବି ଶୀତଳଭଣ୍ଡାର ସ୍ଥାପନ ପାଇଁ ଆଗେଇ ଆସୁନାହାନ୍ତି ବୋଲି କେନ୍ଦ୍ରାପଡ଼ା ଉଦ୍ୟାନ କୃଷି ବିଭାଗର ସହକାରୀ ନିଦେ୍ର୍ଦଶକ କନ୍ଦ ଜେନା ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କେନ୍ଦ୍ରାପଡା

ମ୍ୟୁଜିୟମ ପାଲଟିବ ଗାନ୍ଧିଜୀଙ୍କ ଗାଧୁଆ ତୁଠ

April 1, 2021 By Ashis Senapati Leave a Comment

କେନ୍ଦ୍ରାପଡ଼ା, ଏପ୍ରିଲ ୧ (ଲୋକାଲ ୱାୟାର): ଜାତିର ପିତା ମହାତ୍ମା ଗାନ୍ଧି ବ୍ୟବହାର କରିଥିବା ଗାଧୁଆ ତୁଠକୁ ମ୍ୟୁଜିୟମରେ ପରିଣତ କରିବାକୁ ସରକାର ନିଷ୍ପତି ନେଇଛନ୍ତି ।

ଐତିହାସିକ ପଦଯାତ୍ରା ବେଳେ ମେ ୩୦, ୧୯୩୪ରେ ଧୁମାତ ଗାଁରେ ଏକ ପଥର ଉପରେ ବସି ଗାଧୋଇଥିଲେ ।

ଅସ୍ପୃଶ୍ୟତା ବିରୋଧରେ ଗାନ୍ଧିଜୀ କରିଥିବା ଏହି ପଦଯାତ୍ରାର ୮୭ ବର୍ଷ ପରେ ବି ସ୍ଥାନୀୟ ଲୋକେ ପଥରଟିକୁ ସାଇତି ରଖିଛନ୍ତି ।

ମ୍ୟୁଜିୟମରେ ଗାନ୍ଧିଜୀ ଗାଧୋଇଥିବା ପଥରଟି ସ୍ଥାନ ପାଇବା ସହ ଖଦୀ ବିକ୍ରୟ କେନ୍ଦ୍ର, ଫଟୋ ଗ୍ୟାଲେରି, ଲାଇବ୍ରେରୀ, କନଫରେନ୍ସ ହଲ ରହିବ ।

ଏହାସହିତ ଗାନ୍ଧିଜୀ ବ୍ୟବହାର କରିଥିବା ଟେବଲ, ଚେୟାର ଓ ଅନ୍ୟ ଆସବାବପତ୍ର ମଧ୍ୟ ସ୍ଥାନ ପାଇବ ବୋଲି ପୂର୍ବତନ ମନ୍ତ୍ରୀ ତଥା କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି ।

ଗାଧୁଆ ପଥର ନିକଟରେ ଗାନ୍ଧି ଓ ଗୋପବନ୍ଧୁଙ୍କ ଦୁଇଟି ପ୍ରତିମୂର୍ତ୍ତି ନିର୍ମାଣ ହେବ । ଜାତିର ପିତା ଆମ ଗାଁକୁ ଆସିଥିବାରୁ ଆମେ ଗର୍ବିତ ବୋଲି କହିଛନ୍ତି ଧୁମାତ ଗାଁର କୁଳମଣି ଦାସ ।

ଗାନ୍ଧିଜୀଙ୍କ ୧୯୩୪ ପଦଯାତ୍ରା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହି ଅବସରରେ ଧୁମାତରେ ଆୟୋଜିତ ସଭାରେ ଗାନ୍ଧିଜୀ ଉଦବୋଧନ ଦେଇଥିଲେ ବୋଲି କେନ୍ଦ୍ରାପଡା କଲେଜର ପୂର୍ବତନ ଅଧ୍ୟକ୍ଷ ନନ୍ଦକିଶୋର ପରିଡ଼ା କହିଛନ୍ତି ।

ଗାନ୍ଧିଜୀଙ୍କ ଡାକରାରେ ଧୁମାତ, ଇନ୍ଦୁପୁର ଓ ଆଖପାଖ ଅଞ୍ଚଳରେ ବହୁ ଗ୍ରାମବାସୀ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ ।

ତାଙ୍କ ସ୍ମୃତିରେ ୧୯୩୮ରେ ଏକ ଚାଳଛପର ଆଶ୍ରମ ନିର୍ମିତ ହୋଇଥିଲା । ହେଲେ ୧୯୯୯ ମହାବାତ୍ୟାରେ ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା ବୋଲି ଗବେଷକ ଡଃ ବାସୁଦେବ ଦାସ କହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କେନ୍ଦ୍ରାପଡା

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 64
  • Go to Next Page »

Primary Sidebar

ଲୋକାଲ ୱାୟାର ନୂଆ ଡିଜାଇନ

ଲୋକପ୍ରିୟ

କୋଭିଡ-୧୯ ମହାମାରୀ ବିରୋଧରେ ଓଡିଶାର ଲଢେଇ: ଏକ ବିହଙ୍ଗାବଲୋକନ

କୋଭିଡ-୧୯ ନିୟନ୍ତ୍ରଣ ଓ ମୁକାବିଲାରେ ଦେଶର ଶୀର୍ଷ ଦୁଇଟି ରାଜ୍ୟ ମଧ୍ୟରେ ଥିବାରୁ କେନ୍ଦ୍ର ସରକାର ଓଡ଼ିଶାକୁ ପ୍ରଶଂସା କରିଛନ୍ତି ।

କୋଭିଡ-୧୯ ସଙ୍କଟକୁ ସଫଳ ଭାବେ ମୁକାବିଲା କରିଥିବା କେରଳ ଓ ଓଡ଼ିଶାକୁ ବିଶ୍ୱ ଅର୍ଥନୈତିକ ଫୋରମ ପ୍ରଶଂସା କରିଛି ।

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ଅଧିକ ବିଶେଷ ଖବର

Copyright © 2021 · LocalWire