• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

ଖେଳ

କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ହକି ପ୍ରଶିକ୍ଷଣ ଶିବିର

June 26, 2020 By LocalWire Leave a Comment

ଭୁବନେଶ୍ୱର, ଜୁନ୍ ୨୬(ଲୋକାଲ ୱାୟାର): କୋଭିଡ-୧୯ ପାଇଁ ଦୀର୍ଘ ଦିନ ବନ୍ଦ ରହିବା ପରେ ପୁଣି ଥରେ ହକି ପ୍ରଶିକ୍ଷଣ ଆରମ୍ଭ ହୋଇଥିବା କର୍ତ୍ତୃପକ୍ଷ ଶୁକ୍ରବାର କହିଛନ୍ତି ।

ଟାଟା ଏକାଡେମୀର ମୁଖ୍ୟ କୋଚ୍ ପି.ନାରାୟଣଙ୍କ ନେତୃତ୍ୱରେ ୨୩ ଜଣ ଖେଳାଳି କଳିଙ୍ଗ ଷ୍ଟାଡିୟମ ହକି ଗ୍ରାଉଣ୍ଡରେ ଅଭ୍ୟାସ କରିଛନ୍ତି ।

ପୂର୍ବରୁ ସେମାନଙ୍କର କରୋନା ଟେଷ୍ଟ କରାଯାଇଥିଲା । ଷ୍ଟାଡିୟମରେ ପ୍ରବେଶ ସମୟରେ ସ୍କ୍ରିନିଂ ମଧ୍ୟ କରାଯାଇଥିଲା । ଷ୍ଟାଡିୟମ ଟର୍ଫକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯାଇଥିଲା ।

ଉଲ୍ଳେଖଯୋଗ୍ୟ, ରାଜ୍ୟ ସରକାର ଏବଂ ଟାଟା ଷ୍ଟିଲ୍ ଓ ଟାଟା ଟ୍ରଷ୍ଟ୍ ସହଭାଗିତାରେ କଳିଙ୍ଗ ଷ୍ଟାଡିୟମରେ ପ୍ରତିଷ୍ଠା ହୋଇଛି ହକି ଉକ୍ରର୍ଷ କେନ୍ଦ୍ର ।
ଏଥିରେ ୨୮ ଜଣ ବାଳିକା ପ୍ରଶିକ୍ଷଣ ନେଉଛନ୍ତି ।

ଲୋକାଲ ୱାୟାର

Filed Under: Odia, Sports, ଖେଳ Tagged With: ଓଡିଶା, ଖେଳ

ଓସିଏର ୮ ଜଣିଆ କମିଟି ଗଠିତ

March 12, 2020 By Prabeen Sahoo Leave a Comment

କଟକ,ମାର୍ଚ୍ଚ ୧୨ୱ(ଲୋକାଲ ୱାୟାର): ଓଡ଼ିଶା କ୍ରିକେଟ ଆସୋସିଏସନର ସମ୍ବିଧାନ ଅନୁଯାୟୀ ସାଧାରଣ ପରିଷଦ ବୈଠକର ନିଷ୍ପତ୍ତି ଅନୁଯାୟୀ ବିଭିନ୍ନ କମିଟି ଓ ସବ କମିଟି ଗଠନ କରାଯାଇଥିବା ଜଣେ କର୍ମକର୍ତ୍ତା ବୁଧବାର କହିଛନ୍ତି।

ଏଥିପାଇଁ ଏକ ୮ ଜଣିଆ କମିଟି ଓ ପ୍ରତି କମିଟିରେ ୫ ଜଣିଆ ସଦସ୍ୟ ରହିଥିବା ବେଳେ କ୍ରିକେଟ ଆଡଭାଇଜର କମିଟିରେ ୩ ଜଣ ସଦସ୍ୟ ଏବଂ କ୍ୟୁରେଟରେ ଜଣେ ସଦସ୍ୟ ରହିଛନ୍ତି।

ତେବେ ସମସ୍ତ କମିଟିରେ ଓସିଏ ସଭାପତି ଅଧ୍ୟକ୍ଷ ରହିଥିବା ବେଳେ ସମ୍ପାଦକ ଆବାହକ ଅଛନ୍ତି।

ଲୋକାଲ ୱାୟାର

Filed Under: Odia, Sports, ଖେଳ Tagged With: Sports, ଓଡିଶା, ଖେଳ

ଏସଡିସି କପରେ ସୁନ୍ଦରଗଡ଼ ପୁୁରୁଷ ଓ ମହିଳା ବିଭାଗରେ ଚାମ୍ପିଅନ୍‌

March 5, 2020 By LocalWire Leave a Comment

କଟକ, ମାର୍ଚ୍ଚ ୫(ଲୋକାଲ ୱାୟାର): ବାରବାଟୀ ଷ୍ଟାଡିୟମରେ ଗୁରୁବାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଆନୁକୂଲ୍ୟରେ ଆୟୋଜିତ ଏସଡିସି କପ୍ ଫୁଟବଲ ଫାଇନାଲର ପୁରୁଷ ଓ ମହିଳା ବର୍ଗରେ ସୁନ୍ଦରଗଡ଼ ଟିମ୍ ବାଜି ମାରି ନେଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭାରତୀୟ ଫୁଟବଲ ଦଳର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୁତିଆ ଅତିଥି ଭାବେ ଯୋଗ ଦେଇ ଉଭୟ ଚାମ୍ପିଅନ ଓ ରନର୍ସ ଅପ୍ ଦଳକୁ କପ୍ ଦେବା ସହ ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ ।

ଚାମ୍ପିଅନ୍ ଦଳକୁ ୨ ଲକ୍ଷ ଏବଂ ରନର୍ସ ଅପ୍ ଦଳକୁ ୧ ଲକ୍ଷ ଟଙ୍କା ପୁରସ୍କାର ଦିଆଯାଇଥିଲା ।

ଫାଇନାଲ ମ୍ୟାଚର ମହିଳା ବର୍ଗରେ ସୁନ୍ଦରଗଡ଼ ୨-୦ ଗୋଲରେ ରାଇରଙ୍ଗପୁରକୁ ଏବଂ ପୁରୁଷ ବର୍ଗରେ ସୁନ୍ଦରଗଡ଼ ବାରିପଦାକୁ ୪-୧ ଗୋଲରେ ହରାଇ ଚାମ୍ପିଅନ ହୋଇଥିଲା ।

ଲୋକାଲ ୱାୟାର

Filed Under: Odia, Sports, ଖେଳ Tagged With: Sports, ଓଡିଶା, କଟକ, ଖେଳ

ସର୍ବଭାରତୀୟ କଳିଙ୍ଗ କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ପୁନଃ ଆୟୋଜନ ପାଇଁ ଉଦ୍ୟମ

March 1, 2020 By Prabeen Sahoo Leave a Comment

କଟକ,ମାର୍ଚ୍ଚ ୧ (ଲୋକାଲ ୱାୟାର): ପ୍ରଖ୍ୟାତ ଜନ ନାୟକ ବିଜୁ ପଟ୍ଟନାୟକ ଆରମ୍ଭ କରିଥିବା ସମ୍ମାନଜନକ ସର୍ବଭାରତୀୟ କଳିଙ୍ଗ କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ପୁନଃ ଆୟୋଜନ ପାଇଁ ଫୁଟବଲ ଆସୋସିଏସନ ଅଫ ଓଡିଶା(ଫାଓ) ଅଣ୍ଟା ଭିଡି ଥିବା ଜଣେ କ୍ରୀଡା ସଙ୍ଗଠକ ରବିବାର କହିଛନ୍ତି।

ରବିବାର ଦିନ ଓସିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଫାଓ ବୈଠକରେ ଏ ନେଇ ବିଷଦ ଆଲୋଚନା ହୋଇଛି।

ଅନ୍ୟପକ୍ଷରେ ରାଜ୍ୟରେ ଫୁଟବଲର ବିକାଶ ପାଇଁ ଫାଓ କ୍ଷମତାର ବିକେନ୍ଦ୍ରୀକରଣ ହୋଇଛି।

ଏଣୁ ଫାଓ ପକ୍ଷରୁ ୧୧ଟି ସବ କମିଟି କମିଟି ଗଠନ କରାଯାଇଛି ଯେଉଁଥିରେ ଜଣେ କର୍ମକର୍ତ୍ତାଙ୍କୁ ଅଧ୍ୟକ୍ଷ ଓ ଏଥିରେ ୬ ଜଣଙ୍କୁ ସଦସ୍ୟ ଭାବେ ନିଆଯାଇଛି।

ଫାଓ ସଭାପତି ଦେବାଶିଷ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗଠନ କରାଯାଇଥିବା ବିଭିନ୍ନ ସବ କମିଟିରେ ଅଧ୍ୟକ୍ଷ ଭାବେ ବିଜୟ ଦାସ, ଦିଲ୍ଲୀପ ସାହୁ, ରବିନାରାୟଣ ନନ୍ଦ, ହୃଦୟ ରଞ୍ଜନ ବେହେରା, ବସନ୍ତ ପାଣିଗ୍ରାହୀ, ରାଜେନ୍ଦ୍ର ମହାନ୍ତି, ପ୍ରଦୀପ କିଶୋର ମହାନ୍ତି, ଦେବାଶିଷ ସମାନ୍ତରାୟ, ଭକ୍ତ ବଲ୍ଲଭ ଦାସ, ଶ୍ରୀକର ମିଶ୍ର ଏବଂ ପ୍ରଦୀପ କୁମାର ଦାସଙ୍କୁ ମନୋନୀତ କରାଯାଇଛି।

ତେବେ ସମସ୍ତ କମିଟିରେ ଆବାହକ ଭାବେ ଆଶୀର୍ବାଦ ବେହେରାଙ୍କୁ ରଖାଯାଇଛି।

ଲୋକାଲ ୱାୟାର

Filed Under: Odia, Sports, ଖେଳ Tagged With: Sports, ଓଡିଶା, କଟକ, ଖେଳ

ଆସନ୍ତାକାଲି ଠାରୁ ଆରମ୍ଭ ହେବ ତିନି ଦିନିଆ ଇଞ୍ଜିନିୟର କପ୍

February 28, 2020 By LocalWire Leave a Comment

ଭୁବନେଶ୍ୱର, ଫେବ୍ରୁଆରୀ ୨୮(ଲୋକାଲ ୱାୟାର): ଭୁବନେଶ୍ୱରର କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ତିନି ଦିନିଆ ବାର୍ଷିକ କ୍ରୀଡା ଉତ୍ସବ ଆସନ୍ତା ଶନିବାର ଆରମ୍ଭ ହେବ ବୋଲି ଶୁକ୍ରବାର ଆୟୋଜକମାନେ କହିଛନ୍ତି।

ସେ କହିଥିଲେ ଯେ , ସିଇଟି ରେ ମଜା କେବେ ବନ୍ଦ ହୋଇନାହିଁ ଏବଂ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି କଲେଜର ସ୍ପୋର୍ଟସ ସୋସାଇଟି ଚଳିତ ବର୍ଷ ସମସ୍ତଙ୍କ ପାଇଁ ଆକର୍ଷଣୀୟ ଅଛି |

ଇଞ୍ଜିନିୟର୍ସ କପ୍ ୨୦୨୦- ସିଇଟି ର ବାର୍ଷିକ କ୍ରୀଡା ମହୋତ୍ସବ, ଓ ଏହି ପ୍ରତିଯୋଗୀତାରେ ୧୦୦୦ ରୁ ଅଧିକ କ୍ରୀଡ଼ାବିତ ଏବଂ ୧୫ ରୁ ଅଧିକ କଲେଜର ଅଂଶଗ୍ରହଣ କରିବେ ।

ଲୋକାଲ୍ ୱାୟାର୍

Filed Under: Odia, ଖେଳ Tagged With: ଓଡିଶା, ଖେଳ, ଭୁବନେଶ୍ୱର

ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

February 22, 2020 By LocalWire Leave a Comment

ଭୁବନେଶ୍ୱର, ଫେବ୍ରୁଆରୀ ୨୨(ଲୋକାଲ ୱାୟାର): କଟକସ୍ଥିତ ଜବାହରଲାଲ ନେହରୁ ଇନଡୋର ଷ୍ଟାଡିୟମ ପରିସରରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ଏହି କ୍ରୀଡ଼ା ମହାକୁମ୍ଭକୁ ଉଦଘାଟନ କରିବା ସହ ଷ୍ଟାଡିୟମରେ ଉପସ୍ଥିତ କ୍ରୀଡ଼ାପ୍ରେମୀମାନଙ୍କୁ ଉଦବୋଧନ ଦେଇଥିଲେ ।


ଏହି ପ୍ରତିଯୋଗିତାର ଶୁଭାରମ୍ଭ ସହିତ ଓଡ଼ିଶା ପାଇଁ ଏକ ନୂଆ ଇତିହାସ ସୃଷ୍ଟି ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଷ୍ଟାଡିୟମରେ ଉପସ୍ଥିତ କ୍ରୀଡ଼ାପ୍ରେମୀଙ୍କ ଉତ୍ସାହକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଇତିହାସରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଆଜିଠାରୁ ଆରମ୍ଭ ହେଉଛି ।

ଏହା ଭାରତୀୟ କ୍ରୀଡ଼ା ପାଇଁ କେବଳ ଏକ ଐତିହାସିକ ସୋପାନ ନୁହେଁ ବରଂ କ୍ରୀଡ଼ାର ଭବିଷ୍ୟତ ପାଇଁ ମଧ୍ୟ ଏକ ବହୁତ ବଡ଼ ପଦକ୍ଷେପ ।

ଆଜି ଭାରତ ବିଶ୍ୱର ହାତଗଣତି ରାଷ୍ଟ୍ର ମଧ୍ୟରେ ସାମିଲ ହୋଇପାରିଛି ଯେଉଁଠି ଏହି ସ୍ତରରେ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଆୟୋଜନ କରାଯାଉଛି ।

“ଓଡ଼ିଶାର ଜନସାଧାରଣ ଏବଂ ଏଠାକାର ସରକାରଙ୍କୁ ତଥା ଏହି କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ସାରା ଦେଶରୁ ଆସିଥିବା ୩ହଜାରରୁ ଊର୍ଦ୍ଧ୍ୱ କ୍ରୀଡ଼ାବିତଙ୍କୁ ଅନେକ ଅନେକ ଶୁଭକାମନା ।

ସାଥୀଗଣ ଆଗାମୀ ଦିନରେ ୨୦୦ରୁ ଊର୍ଦ୍ଧ୍ୱ ପଦକ ଜିତିବାର ଲକ୍ଷ୍ୟ ସହିତ ଆପଣମାନଙ୍କୁ ନିଜ ପ୍ରଦର୍ଶନରେ ସୁଧାର ଆଣିବାର ସୁଯୋଗ ମିଳିବ ।

ନିଜର ସାମର୍ଥ୍ୟକୁ ନୂତନ ଉଚ୍ଚତାରେ ପହଁଚାଇବାର ଅବସର ମିଳିବ ।

ଭୁବନେଶ୍ୱରରେ ଆପଣମାନେ ଅନ୍ୟମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ସହ ନିଜ ସହ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିବେ ।

ଭୁବନେଶ୍ୱରରେ ଆପଣମାନେ କରିଥିବା ପରିଶ୍ରମ, ଆପଣମାନଙ୍କ ସ୍ୱପ୍ନକୁ, ପରିବାରର ସ୍ୱପ୍ନକୁ ଓ ଭାରତର ସ୍ୱପ୍ନକୁ ଆଗକୁ ନେବାରେ ସହାୟକ ହେବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଶ୍ରୀ ମୋଦୀ ଆହୁରି କହିଥିଲେ ଯେ ଏହି ସମାରୋହର ମଶାଲଧାରୀ ଦୂତୀ ଚାନ୍ଦଙ୍କ ଭଳି ଅନେକ କ୍ରୀଡ଼ାବିତ ଆପଣମାନଙ୍କ ପାଇଁ ପ୍ରେରଣା ।

ଆପଣମାନେ ମେଡାଲ ଜିତନ୍ତୁ ଏବଂ ଦେଶକୁ ଫିଟ ରଖିବା ପାଇଁ ଅନୁପ୍ରାଣିତ ମଧ୍ୟ କରନ୍ତୁ ।

ଏହି ଭାବନା ନେଇ ପଡ଼ିଆକୁ ଓହ୍ଲାଇବା ଲାଗି ସେ ପ୍ରତିଯୋଗୀମାନଙ୍କୁ ଆହ୍ୱାନ କରିଥିଲେ ।

ସେ କହିଥିଲେ ଯେ ଖେଲୋ ଇଣ୍ଡିଆ ଅଭିଯାନ ଆରମ୍ଭ କରାଯିବା ଫଳରେ ଦେଶରେ କିଭଳି ପରିବର୍ତ୍ତନ ଆସିଛି ତା’ର ଉଦାହରଣ ନିକଟରେ ଗୌହାଟୀରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ଦେଖିବାକୁ ମିଳିଛି ।

୨୦୧୮ରେ ଖେଲୋ ଇଣ୍ଡିଆ ଅଭିଯାନ ଆରମ୍ଭ କରିବା ସମୟରେ ପ୍ରତିଯୋଗୀଙ୍କ ସଂଖ୍ୟା ସାଢ଼େ ତିନି ହଜାର ଥିଲା, ମାତ୍ର ତିନି ବର୍ଷ ମଧ୍ୟରେ ଏହା ବୃଦ୍ଧି ପାଇଁ ୬ ହଜାରରୁ ମଧ୍ୟ ଅଧିକ ହୋଇଯାଇଛି ।

ଖେଳ ଓ ଖେଳାଳି ତଥା କ୍ରୀଡ଼ା ଭିତ୍ତିଭୂମି ସ୍ତରରେ ମଧ୍ୟ ଲଗାତାର ସୁଧାର ହୋଇଛି । ଖେଲୋ ଇଣ୍ଡିଆ ସ୍କୁଲ ଗେମ୍ସରେ ୮୦ଟି ରେକର୍ଡ ଭାଙ୍ଗିଥିଲା ।

ଏଥିମଧ୍ୟରୁ ୫୬ଟି ରେକର୍ଡ କେବଳ ଆମର ଝିଅମାନେ ଭାଙ୍ଗିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଅଭିଯାନ ମାଧ୍ୟମରେ ଚୟନ କରାଯାଇଥିବା ଶ୍ରେଷ୍ଠ ପ୍ରତିଭାମାନଙ୍କୁ ବାର୍ଷିକ ପାଖାପାଖି ୬ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯାଉଛି ।

ଏହା ବ୍ୟତୀତ ଏମାନଙ୍କୁ ଦେଶର ୧୦୦ରୁ ଅଧିକ କ୍ରୀଡ଼ା ଏକାଡେମୀରେ ତାଲିମ ନେବାର ସୁଯୋଗ ମଧ୍ୟ ମିଳୁଛି ।

ବର୍ତ୍ତମାନ ସୁଦ୍ଧା ପାଖାପାଖି ୩ ହଜାର ଏପରି ଖେଳାଳିଙ୍କୁ ଚୟନ କରାଯ୍ଧବଥିବା ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଖେଲୋ ଇଣ୍ଡିଆ ମୋବାଇଲ ଆପର ମଧ୍ୟ ଶୁଭାରମ୍ଭ କରାଯାଇଛି ।

ଯୁବକଯୁବତୀ ଏହି ମୋବାଇଲ ଆପକୁ ଡାଉନଲୋଡ କରି ଦେଶରେ କ୍ରୀଡ଼ା କ୍ଷେତ୍ରର ସମସ୍ତ ସୂଚନା ବିଷୟରେ ଜାଣିପାରିବେ ।

ଏହାବ୍ୟତୀତ ଅଲିମ୍ପିକ୍ସ ପୋଡିୟମ ଯୋଜନା ଅନ୍ତର୍ଗତ ଦେଶର ପ୍ରତିଭାଶାଳୀ କ୍ରୀଡ଼ାବିତଙ୍କୁ ଉଚ୍ଚସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରାଯାଉଛି ।

ଏହି ଯୋଜନା ଅନ୍ତର୍ଗତ ଦେଶର ପାଖାପାଖି ୧୦୦ ଶୀର୍ଷ କ୍ରୀଡ଼ାବିତଙ୍କୁ ସହାୟତା ଯୋଗାଇ ଦିଆଯାଉଛି ।

ଏମାନେ ହେଉଛନ୍ତି ସେହି ଖେଳାଳି ଯେଉଁମାନେ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ଲାଗି ସମ୍ଭାବ୍ୟ ତାଲିକାରେ ସ୍ଥାନ ପାଇଛନ୍ତି ।

ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ଔପଚାରିକ ଘୋଷଣା କରି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ ।

ଏତେ ବଡ଼ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଜଗତ ଜିଣିବା ପାଇଁ ଆଗେଇ ଯିବା ଲାଗି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ ।

ପୂର୍ବରୁ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରେନ ରିଜିଜୁ କହିଥିଲେ ଯେ ପ୍ରଥମ ଥର ପାଇଁ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଓଡ଼ିଶାରେ ଆୟୋଜନ କରାଯାଉଛି ।

ଏଥିପାଇଁ ଆବଶ୍ୟକ ସହଯୋଗ ଯୋଗାଇ ଦେଇଥିବାରୁ ଓଡ଼ିଶା ସରକାରଙ୍କୁ ସେ ଧନ୍ୟବାଦ ଜଣାଇଥିଲେ ।

ଶ୍ରୀ ରିଜିଜୁ କହିଥିଲେ, “ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଏହି ପ୍ରତିଯୋଗିତା ପାଇଁ ଇଣ୍ଡିଆନ ଅଏଲ କର୍ପୋରେସନ, ଗେଲ, ଓଏନଜିସି ଆଦି ରାଷ୍ଟ୍ରାୟତ ଉଦ୍ୟୋଗ ପ୍ରାୟୋଜକ ଅଛନ୍ତି ।

କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସ କାରଣରୁ ଏହା ସମ୍ଭବ ହୋଇଛି ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୟାସ କାରଣରୁ ଓଡ଼ିଶାରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଭଳି ପ୍ରତିଯୋଗିତା ଆୟୋଜନ କରାଯାଉଛି ।

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ଐତିହାସିକ କଟକ ସହରରେ ପ୍ରତିଯୋଗିତା ଉଦଘାଟିତ ହେବା ଆମ ପାଇଁ ଗର୍ବର ବିଷୟ ।

ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ଓଡ଼ିଶା ଆସିଥିବା ସମସ୍ତ ପ୍ରତିଯୋଗୀଙ୍କୁ ସେ ରାଜ୍ୟବାସୀ ତଥା ଭାରତ ସରକାରଙ୍କ ତରଫରୁ ସ୍ୱାଗତ ଜଣାଇଥିଲେ ।

କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀଙ୍କ କହିବା ଅନୁସାରେ ଓଡ଼ିଶାରେ ହିଁ ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସ ଆୟୋଜନ କରାଯାଉ ବୋଲି ଶ୍ରୀ ପ୍ରଧାନ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟର ସଚିବ ରାଧେଶ୍ୟାମ ଜୁଲାନିଆଁ, ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ ।

ସଭାଶେଷରେ ଦେଶର ଦ୍ରୁତତମ ଧାବିକା ଦୂତୀ ଚାନ୍ଦ, କିମ୍ବଦନ୍ତୀ ହକି ଖେଳାଳି ଦିଲୀପ ତିର୍କୀ ପ୍ରମୁଖ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଶପଥ ପାଠ କରିବା ସହିତ ମଶାଲ ଧରିଥିଲେ ।

ଏହାପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ଏଥିରେ ଓଡ଼ିଶୀ ନୃତ୍ୟ ତଥା ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳିଥିଲା ।

ଲୋକାଲ ୱାୟାର

Filed Under: Happenings, Odia, Sports, କାର୍ଯ୍ୟକ୍ରମ, ଖେଳ Tagged With: Happenings, Sports, ଓଡିଶା, କାର୍ଯ୍ୟକ୍ରମ, ଖେଳ, ଭୁବନେଶ୍ୱର

ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 21, 2020 By LocalWire Leave a Comment

ଭୁବନେଶ୍ୱର, ଫେବ୍ରୁଆରୀ ୨୧(ଲୋକାଲ ୱାୟାର): ଓଡ଼ିଶାରେ ଖେଳା ଯିବାକୁ ଥିବା ଦେଶର ସର୍ବ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାକୁ ଆସନ୍ତା କାଲି ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କଟକର ଜବାହରଲାଲ ନେହରୁ ଇନଡୋର ଷ୍ଟାଡିୟମଠାରେ ଉଦଘାଟନୀ ସମାରୋହରେ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କିରେନ ରିିିଜିଜୁ ମଧ୍ୟ ଉପସ୍ଥିତ ରହିବେ ।

ଓଡ଼ିଶା ରାଜ୍ୟ ସରକାରଙ୍କ ସହଯୋଗରେ ଭାରତ ସରକାର ଏହି ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଆୟୋଜନ କରିଛନ୍ତି ।

ଦେଶର ତୃଣମୂଳ ସ୍ତରରେ କ୍ରୀଡ଼ା ସଂସ୍କୃତିକୁ ଉଦଜୀବିତ କରିବା ତଥା ଦେଶରେ ସବୁ ପ୍ରକାର କ୍ରୀଡ଼ାର ଏକ ସୁଦୃଢ଼ ଭିତ୍ତିଭୂମି ସ୍ଥାପନ କରିବା ଏହି ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମର ଲକ୍ଷ୍ୟ ।

ଏହି କ୍ରୀଡ଼ା ପ୍ରତିଯୋଗିତା ଭୁବନେଶ୍ୱର ଓ କଟକର ବିଭିନ୍ନ ଜାଗାରେ ମାର୍ଚ୍ଚ ପହିଲା ପର୍ଯ୍ୟନ୍ତ ଚାଲିବ ।

ବିଶ୍ୱବିଦ୍ୟାଳୟ ସ୍ତରରେ ଏହା ଦେଶର ସର୍ବବୃହତ ପ୍ରତିଯୋଗିତା । ଦେଶର ୧୫୦ ବିଶ୍ୱବିଦ୍ୟାଳୟରୁ ପ୍ରାୟ ସାଢ଼େ ୩ ହଜାର କ୍ରୀଡ଼ାବିତ ଏଥିରେ ଅଂଶଗ୍ରହଣ କରୁଛନ୍ତି । ଏଥିରେ ମୋଟ ୧୭ଟି କ୍ରୀଡ଼ା ଶ୍ରେଣୀ ରହିଛି ।

ସେଗୁଡ଼ିକ ହେଲା ତୀରନ୍ଦାଜୀ, ଦୌଡ଼କୁଦ, ମୁଷ୍ଟିଯୁଦ୍ଧ, ଅଶୀଚାଳନା, ଜୁଡୋ, ସନ୍ତରଣ, ଭାରୋତୋଳନ, କୁସ୍ତି, ବ୍ୟାଡମିଣ୍ଟନ, ବାସ୍କେଟ ବଲ, ଫୁଟବଲ, ହକି, ଟେବୁଲ ଟେନିସ, ଟେନିସ, ଭଲିବଲ, ରଗବୀ ଏବଂ କବାଡ଼ି ।

ଲୋକାଲ ୱାୟାର

Filed Under: Odia, Sports, ଖେଳ Tagged With: Sports, ଓଡିଶା, ଖେଳ, ଭୁବନେଶ୍ୱର

କ୍ରିକେଟରୁ ସନ୍ନ୍ୟାସ ନେଲେ ଓଡ଼ିଆ କ୍ରିକେଟର୍ ପ୍ରଜ୍ଞାନ ଓଝା

February 21, 2020 By LocalWire Leave a Comment

ଭୁବନେଶ୍ବର, ଫେବ୍ରୁଆରି ୨୧ (ଲୋକାଲ ୱାୟାର): ଓଡ଼ିଆ କ୍ରିକେଟର୍ ପ୍ରଜ୍ଞାନ ଓଝା ଶୁକ୍ରବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି।

ଟ୍ବିଟ୍ କରି ପ୍ରଜ୍ଞାନ ଏହି ଅବସରରେ ତାଙ୍କର ସମସ୍ତ ଶୁଭେଚ୍ଛୁ, କ୍ରିକେଟପ୍ରେମୀ, ବିସିସିଆଇ, ବେଙ୍ଗଲ କ୍ରିକେଟ ଆସୋସିଏସନ୍, ବିହାର କ୍ରିକେଟ ଆସୋସିଏସନ, ଡେକାନ୍‌ ଚାର୍ଜର୍ସ ଓ ମୁମ୍ୱାଇ ଇଣ୍ଡିଆନ୍ସ ସମେତ ସୌରଭ ଗାଙ୍ଗୁଲି, ମହେନ୍ଦ୍ର ସିଂହ ଧୋନି, ଭିଭିଏସ୍ ଲକ୍ଷ୍ଣଣ, ରୋହିତ ଶର୍ମା ଓ ଅନ୍ୟ ସହଯୋଗୀ ଖେଳାଳିଙ୍କୁ ଧନ୍ୟବାଦ ଜଣାଇଛନ୍ତି।

୨୦୦୮ରେ ବାଂଲାଦେଶ ବିପକ୍ଷରେ ଜୀବନର ପ୍ରଥମ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ ଖେଳିଥିବା ପ୍ରଜ୍ଞାନ ଟିମ୍‌ ଇଣ୍ଡିଆ ପକ୍ଷରୁ ସମୁଦାୟ ୧୮ଟି ଦିନିକିଆ ମ୍ୟାଚ୍ ଖେଳି ୨୧ଟି ୱିକେଟ୍ ନେଇଛନ୍ତି।

ଶେଷ ଥର ଲାଗି ସେ ୨୪ ଜୁଲାଇ ୨୦୧୨ରେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ମ୍ୟାଚ୍ ଖେଳିଥିଲେ।

ସେହିପରି ୨୦୦୯ରେ ସେ ପ୍ରଥମ ଟେଷ୍ଟ୍‌ ମ୍ୟାଚ୍ ଖେଳି ୨୪ଟି ଟେଷ୍ଟ୍ ଖେଳିବାର ସୁଯୋଗ ପାଇଥିଲେ।

୨୪ଟି ଟେଷ୍ଟରୁ ସେ ୧୧୩ଟି ୱିକେଟ୍ ନେଇଛନ୍ତି।

୨୦୧୩ ପରେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇନଥିବା ପ୍ରଜ୍ଞାନ ୧୪ ବର୍ଷ ଧରି ହାଇଦ୍ରାବାଦ କ୍ରିକେଟ୍‌ ଆସୋସିଏସନ୍‌ ପକ୍ଷରୁ ଖେଳିଥିଲେ।

ସେ ଡେକାନ୍‌ ଚାର୍ଜର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଆଇପିଏଲ୍‌ ମଧ୍ୟ ଖେଳିଛନ୍ତି।

ସେ ୯୨ଟି ଆଇପିଏଲ୍‌ ଖେଳି ୮୯ଟି ୱେକେଟ୍ ନେଇଥିଲେ।

ସେ ହାଇଦ୍ରାବାଦ, ବେଙ୍ଗଲ ଓ ବିହାର ପକ୍ଷରୁ ରଣଜୀ ମଧ୍ୟ ଖେଳିଛନ୍ତି।

ଲୋକାଲ୍ ଓ୍ବାୟାର୍

Filed Under: Odia, ଖେଳ Tagged With: ଓଡିଶା, ଖେଳ

୨୨ରୁ ଟ୍ବିନ୍ ସିଟିରେ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍, ଭାଗ ନେବେ ୪ ହଜାର ଖେଳାଳି

February 20, 2020 By LocalWire Leave a Comment

ଭୁବନେଶ୍ବର, ଫେବ୍ରୁଆରି ୨୦ (ଲୋକାଲ ୱାୟାର): ଆସନ୍ତା ୨୨ ତାରିଖରୁ ମାର୍ଚ୍ଚ ପହିଲା ଯାଏ ଭୁବନେଶ୍ବର ଓ କଟକ ଟ୍ୱିନ୍ ସିଟିରେ ପ୍ରଥମ କରି ଆୟୋଜିତ ହେବାକୁ ଯାଉଛି ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ ।

ଏହାକୁ ନେଇ ଉଭୟ ସହର ଚଳଚଞ୍ଚଳ ହୋଇପଡିଥିବାବେଳେ ଏଥିରେ ସମୁଦାୟ ୧୭ଟି ଶୃଙ୍ଖଳା ଖେଳାଯିବ।

ଏହି ପ୍ରତିଯୋଗିତାରେ ଦେଶର ଶହେଟି ବିଶ୍ବବିଦ୍ୟାଳୟର ୪ ହଜାର ଖେଳାଳି ଭାଗ ନେବେ।

ଏଥିରେ ଭାଗ ନେବାକୁ ପଞ୍ଜାବ ୟୁନିଭର୍ସିଟି ଅଫ ଚଣ୍ଡିଗଡ, ଗୁରୁ ନାନକ ଦେବ ୟୁନିଭର୍ସିଟି ଅଫ ଅମ୍ରିତସର, ଏମଡିୟୁ ରୋହତକ, ପଞ୍ଜାବ ୟୁନିଭର୍ସିଟି ଅଫ ପଟିଆଲା ଓ ଦିଲ୍ଲୀ ୟୁନିଭର୍ସିଟି ସ୍ପଟ୍ କାଉନସିଲ୍ ଟିମ୍ ଓଡ଼ିଶା ପହଞ୍ଚିସାରିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ତୀରନ୍ଦାଜ, ଆଥଲେଟିକ୍, ବକ୍ସିଂ, ଫେନସିଂ, ଜୁଡୋ. ସୁଇମିଂ, ୱେଟଲିଫ୍ଟିଂ, ରେସ୍‌ଲିଂ‌, ବ୍ୟାଡମିଣ୍ଟନ୍, ବାସ୍କେଟବଲ୍‌, ଫୁଟବଲ, ଟେନିସ୍‌, ଭଲିବଲ୍‌, ରଗବି ଓ କବାଡି ଶୃଙ୍ଖଳାରେ ଖେଳାଳିମାନେ ଭାଗନେବେ।

ଏହି ସମସ୍ତ ପ୍ରତିଯୋଗିତା କଳିଙ୍ଗ ଷ୍ଟାଡିୟମ, ସହିଦ ନଗର ଇଣ୍ଡୋର ହଲ୍, କିଟ୍‌ ବିଶ୍ବବିଦ୍ୟାଳୟ, ସାଇ ରେନିଡେନସିଆଲ୍ ସ୍କୁଲ ଓ କଟକର ଜବାହରଲାଲ ନେହରୁ ଇଣ୍ଡୋର୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ ।

ଆଥଲେଟିକ୍ ଓ ସୁଇମିଂ ଇଭେଣ୍ଟ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବାବେଳେ ରେସଲିଂ ଓ ଫେନସିଂ ସହିଦନଗର ଇଣ୍ଡୋର ହଲରେ ହେବ ।

ସେହିପରି ବ୍ୟାଡମିଣ୍ଟନ ଓ ଟେବୁଲ ଟେନିସ୍ କଟକ ଇଣ୍ଡୋର ଷ୍ଟାଡିୟମରେ ଏବଂ ଫୁଟବଲ୍ ସାଇ ସ୍କୁଲରେ ଖେଳାଯିବ।

ଅନ୍ୟ ସମସ୍ତ କ୍ରୀଡ଼ା କିଟ୍ ୟୁନିଭର୍ସିଟି ପରିସରରେ ଅନୁଷ୍ଠିତ ହେବ।

ଏହି ପ୍ରତିଯୋଗିତା ମାଧ୍ୟମରେ ପ୍ରତିଭା ଚିହ୍ନଟ କରି ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇଦିଆଯିବ ବୋଲି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରନ ରିଜ୍ଜୁ କହିଛନ୍ତି ।

ସୂଚନାଯୋଗ୍ୟ, ଗତ ମାସ ଆସାମର ଗୌହାଟିଠାରେ ତୃତୀୟ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ ଆୟୋଜିତ ହୋଇଥିଲା।

ଏହାପରେ କ୍ରୀଡା ମନ୍ତ୍ରଣାଳୟ ୟୁନିଭର୍ସିଟି ଗେମ୍ ଆୟୋଜନର ନିଷ୍ପତ୍ତି ନେଇଥିଲା।

ଲୋକାଲ୍ ଓ୍ବାୟାର୍

Filed Under: Odia, ଖେଳ Tagged With: ଓଡିଶା, ଖେଳ

ଖେଲୋ ଇଣ୍ଡିଆ ପାଇଁ ଭୁବନେଶ୍ୱର, କଟକ ପ୍ରସ୍ତୁତ; ପହଞ୍ଚିଲେଣି ଖେଳାଳି

February 19, 2020 By LocalWire Leave a Comment

ଭୁବନେଶ୍ୱର, ଫେବ୍ରୁଆରୀ ୧୯(ଲୋକାଲ ୱାୟାର): ଫେବ୍ରୁଆରୀ ୨୨ ତାରିଖରୁ ଓଡ଼ିଶାରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣ ଭୁବନେଶ୍ୱର ଓ କଟକରେ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଦୁଇ ସହର ସମ୍ପର୍କ ପ୍ରସ୍ତୁତ ହୋଇ ସାରିଥିବା ବେଳେ ଖେଳାଳିମାନେ ପହଞ୍ଚିବା ଆରମ୍ଭ ହୋଇଯାଇଥିବା କହିଛନ୍ତି ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ଜଣେ ବରିଷ୍ଠ ଅଧିକାରୀ ।

ଦେଶର ୧୭୭ରୁ ଅଧିକ ବିଶ୍ୱବିଦ୍ୟାଳୟର ପାଖାପାଖି ୪ହଜାର ଖେଳାଳି ଓ ୪ଶହ ଅଫିସିଆଲ ୯ ଦିନ ବ୍ୟାପୀ ହେବାକୁ ଥିବା ଏହି କ୍ରୀଡ଼ାରେ ଅଂଶ ଗ୍ରହଣ କରିବାର ସମ୍ଭାବନା ରହିଛି । ଏହି ଜାତୀୟସ୍ତରର କ୍ରୀଡ଼ାରେ ମୋଟ ୧୭ଟି ଇଭେଣ୍ଟ ଅନୁଷ୍ଠିତ ହେବ ।

ଏଥିରୁ ଆର୍ଚେରୀ, ଆଥଲେଟିକ୍ସ, ବକ୍ସିଂ, ଜୁଡୋ, ରେସିଲିଂ, ଭଲିବଲ, ରଗବୀ ଓ ହକି ଇତ୍ୟାଦି କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ବିଭିନ୍ନ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଆଥଲେଟିକ୍ସର ପ୍ରମୁଖ ଇଭେଣ୍ଟ ଗୁଡ଼ିକ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ । କଟକ ଓ ଭୁବନେଶ୍ୱର ଶହିଦନଗରସ୍ଥିତ ଇନଡୋର ଷ୍ଟାଡିୟମରେ ବ୍ୟାଡମିଣ୍ଟନ ଓ ଟେବୁଲ ଟେନିସ୍ ଖେଳାଯିବ ।

ଖେଲୋ ଇଣ୍ଡିଆକୁ ସଫଳ କରିବା ପାଇଁ ସବୁସ୍ତରରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ବିମାନବନ୍ଦର ଠାରୁ ଜୟଦେବ ବିିହାର ଦେଇ କିଟ୍ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ ଓ ଡିଭାଇଡରକୁ ସଜା ଯାଇଛି । ସ୍ଥାନେ ସ୍ଥାନେ ଭିନ୍ନ ଭିନ୍ନ ଆଳଙ୍କରିକ ବୃକ୍ଷରୋପଣ କରାଯାଇଛି ।

ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା କ୍ରୀଡ଼ାବିତମାନଙ୍କୁ ସ୍ୱାଗତ କରିବାକୁ ବିମାନବନ୍ଦରରେ ବାଲୁକା କଳା ପ୍ରଦର୍ଶନ କରାଯାଉଛି । ବିଭିନ୍ନ ରାସ୍ତାରେ ଖେଲୋ ଇଣ୍ଡିଆର ଲୋଗୋ ଥିବା ପୋଷ୍ଟର ଓ ହୋର୍ଡିଂ ଶୋଭା ପାଉଛି । ଗାଡ଼ି ଗୁଡ଼ିକୁ ବି ବ୍ରାଣ୍ଡିଂ କରାଯାଇଛି ।

ଖେଲୋ ଇଣ୍ଡିଆରେ ଭାଗ ନେବାକୁ ଆସୁଥିବା ଖେଳାଳି ଓ ଅଧିକାରୀମାନଙ୍କ ଯିବାଆସିବା ପାଇଁ ୨୦ଟି ମୋ ବସ୍ ପ୍ରସ୍ତୁତ ରହିଛି ।

ଏଥିସସହ କିଟ୍ ର ୪୦ଟି ବସ୍‌, ଓଟିଡିସିର ୩୭ଟି ବସ୍ ଓ ୧୪୦ଟି କାର୍ ମଧ୍ୟ ପ୍ରସ୍ତୁତ ରହିଛି । ଅତିଥିମାନଙ୍କୁ କିପରି ବ୍ୟବହାର କରାଯିବ ସେ ସମ୍ପର୍କରେ ଡ୍ରାଇଭରମାନଙ୍କୁ ଏକ କର୍ମଶାଳାରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ।

ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ପାଇଁ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ନିର୍ମାଣ କରାଯାଇଛି ସ୍ୱତନ୍ତ୍ର କ୍ରୀଡ଼ାଗ୍ରାମ । ଏଠାରେ ୪ ହଜାର ଖେଳାଳି ରହି ପାରିବାର ବ୍ୟବସ୍ଥା କରାଯାଇଛି ।

କଟକର ଜବାହରଲାଲ ନେହରୁ ଇନଡୋର ଷ୍ଟାଡିମୟରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ ।

ଏଠାରେ ହୋଇଥିବା ପ୍ରସ୍ତୁତିକୁ ଇତି ମଧ୍ୟରେ ବିଭାଗୀୟ ଅଧିକାରୀମାନେ ସମୀକ୍ଷା କରିଛନ୍ତି । ଉଦଘାଟନୀ ଉତ୍ସବକୁ ମନଛୁଆଁ କରିବାକୁ ରଙ୍ଗାରଙ୍ଗ ସାଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଏଥିପାଇଁ ଷ୍ଟାଡିୟମରେ ସ୍ୱତନ୍ତ୍ର ମଞ୍ଚ ପ୍ରସ୍ତୁତ କରାଯାଇଛି ।

ଖେଲୋ ଇଣ୍ଡିଆ କ୍ରୀଡ଼ାରେ ଭାଗ ନେବାକୁ ପ୍ର୍ରଥମ ଦଳ ଭାବେ ଭୁବନେଶ୍ୱରରେ ଇତି ମଧ୍ୟରେ ପହଞ୍ଚିଛି ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟର ବାସ୍କେଟ ବଲ୍ ମହିଳା ଓ ପୁରୁଷ ଦଳ ।

ଅନୁପ କୁମାର ଓ ସୁରେନ୍ଦ୍ର କୁମାର ନାଡାଙ୍କ ଆନ୍ତର୍ଜାତିକ କବାଡ଼ି ଖେଳାଳିଙ୍କୁ ନେଇ ହରିଆନାର କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟ ଓ ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟର କବାଡ଼ି ଦଳ ମଧ୍ୟ ପହଞ୍ଚିଯାଇଛି ।

ଧୀରେ ଧୀରେ ଅନ୍ୟ ଦଳ ଗୁଡ଼ିକ ମଧ୍ୟ ପହଞ୍ଚି ଯିବେ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।

‘ଇଣ୍ଡିଆନ ଅଏଲ୍‌’ ଏହି କ୍ରୀଡ଼ାର ମୁଖ୍ୟ ପ୍ରାୟୋଜକ ଥିବା ବେଳେ ‘ଗେଲ୍‌’ ଓ ‘ଓଏନଜିସି’ ସହଯୋଗୀ ପ୍ରାୟୋଜକ ରହିଛନ୍ତି ।

କ୍ରୀଡ଼ାର ସିଧା ପ୍ରସାରଣ ଡିଡି ସ୍ପୋର୍ଟ୍ସ ସହ ଷ୍ଟାର ସ୍ପୋର୍ଟ୍ସ -୧ ଓ ଷ୍ଟାର ସ୍ପୋର୍ଟ୍ସ ୧-ହିନ୍ଦୀରେ ହେବ । ଏହି କ୍ରୀଡ଼ାର ଅଫିସିଆଲ ସଙ୍ଗୀତ ‘ଖେଳ୍ ରହା ହୈ ଇଣ୍ଡିଆ…ଇତି ମଧ୍ୟରେ ଉନ୍ମୋଚନ ହୋଇଯାଇଛି ।

ଲୋକାଲ ୱାୟାର

Filed Under: Odia, ଖେଳ Tagged With: ଓଡିଶା, କଟକ, ଖେଳ

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 36
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire