• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

ଗଜପତି

ସଂସ୍କୃତି ମନ୍ତ୍ରୀଙ୍କୁ ବିଧାୟକଙ୍କ ଚିଠି: ଗଜପତି ଜିଲ୍ଲା ଉପେକ୍ଷିତ

January 9, 2021 By LocalWire Leave a Comment

ଭୁବନେଶ୍ୱର, ଜାନୁଆରୀ ୯(ଲୋକାଲ ୱାୟାର): ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ପରିଷଦରେ ଏବଂ ସଂସ୍କୃତି କ୍ଷେତ୍ରରେ ଗଜପତି ଜିଲ୍ଲାକୁ ଉପେକ୍ଷିତ କରାଯାଉଥିବା ନେଇ ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିଧାୟକ କେ. ନାରାୟଣ ରାଓ ।

ସେ ଚିଠିରେ ଲେଖିଛନ୍ତି, ଓଡ଼ିଶୀ ସଙ୍ଗୀତର ପ୍ରାଣକେନ୍ଦ୍ର ତଥା ପ୍ରଥମ ଓଡ଼ିଆ ନାଟକ ତଥା ରଙ୍ଗମଞ୍ଚକୁ ସୃଷ୍ଟି କରିଥିବା ପାରଳାମାଟି, ଗଜପତି ଜିଲ୍ଲାକୁ କ୍ରମାଗତ ଭାବେ ସାଂସ୍କୃତିକ କ୍ଷେତ୍ରରେ ରାଜ୍ୟ ସରକାର ଅବହେଳା କରି ଆସୁଛନ୍ତି ।

ଦୀର୍ଘ ୧୦ବର୍ଷ ହେଲା ଏକାଡେମୀର ପରିଷଦରେ ଗଜପତି ଜିଲ୍ଲାର କୌଣସି ଅନୁଷ୍ଠାନ କିମ୍ବା ବ୍ୟକ୍ତିବିଶେଷକୁ ଅନ୍ତର୍ଭୁକ୍ତ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ।

ଏପରିକି ଦୀର୍ଘ ୨୫ ବର୍ଷ ମଧ୍ୟରେ ଏଠାରେ କୌଣସି କଳାକାରଙ୍କୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ପୁରସ୍କୃତ କରାନଯିବା ଯୋଗୁ ସ୍ଥାନୀୟ କଳାକାର ହତାଶ ହୋଇପଡ଼ିଛନ୍ତି ।

ଜିଲ୍ଲା ସଦରମହକୁମାରେ ସଂସ୍କୃତି ଭବନଟିଏ ନିର୍ମାଣ ହୋଇପାରୁନି । ଯାହା ସାଂସ୍କୃତିକ ବିକାଶ କ୍ଷେତ୍ରରେ ଘୋର ଅନ୍ତରାୟ ସୃଷ୍ଟି କରୁଛି ।

ଚଳିତ ପରିଷଦ ପାଇଁ ଜିଲ୍ଲା ପ୍ରଶାସନ ଏବଂ ମୁଁ ନିଜେ ଆମ ଜିଲ୍ଲାରୁ କୌଣସି ଅନୁଷ୍ଠାନ କିମ୍ବା ବ୍ୟକ୍ତିଙ୍କୁ ସଦସ୍ୟଭାବେ ଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ଏଥିରେ ଗଜପତି ଜିଲ୍ଲାକୁ ସାମିଲ ନକରିବା ଗଜପତିବାସୀ ତଥା କଳାପ୍ରେମୀଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଗଜପତି

୭.୫ ଲକ୍ଷ ନେଇ ଅପହୃତ ଶିଶୁକୁ ଛାଡ଼ିଥିଲେ; ଗିରଫ ୮ ଜଣଙ୍କ ମଧ୍ୟରେ ନାବାଳକ

January 3, 2021 By LocalWire Leave a Comment

ପାରଳାଖେମୁଣ୍ଡି, ଜାନୁଆରୀ ୩(ଲୋକାଲ ୱାୟାର): ଗଜପତି ଜିଲ୍ଲା କାଶୀନଗରରେ ଗତ ମାସ ୧୬ ତାରିଖରେ ଜଣେ ବ୍ୟବସାୟୀଙ୍କ ୭ ବର୍ଷର ପୁଅକୁ ଅପହରଣ ଘଟଣାରେ ଜଣେ ନାବାଳକ ସମେତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ରବିବାର କହିଛନ୍ତି ଏସପି ତପନ ପଟ୍ଟନାୟକ ।

ଅଭିଯୁକ୍ତମାନେ ଅପହୃତ ଶିଶୁଟିର ପିତାଙ୍କୁ ପ୍ରଥମେ ୫୦ ଲକ୍ଷ ଟଙ୍କା ମାଗିଥିଲେ ମଧ୍ୟ ପରେ ସାଢ଼େ ୭ ଲକ୍ଷ ଟଙ୍କା ନେଇ ଛାଡ଼ିଥିଲେ ।

ଗିରଫ ଅଭିଯୁକ୍ତମାନେ ହେଲେ କାଶୀନଗର ଅଞ୍ଚଳର କାର୍ମି ଚୈତନ୍ୟ (୧୯), ପ୍ରଶାନ୍ତ ଲିମା (୨୬), ଗୁନାପୁ କଲ୍ୟାଣ କୁମାର (୧୯), ବିନୋଦ ଲିମା (୨୨), ରବି ମାଛ (୨୨), ପୂର୍ଣ୍ଣଚନ୍ଦ୍ର ସଉରା (୨୦), ଜାକୋବ ମିଶାଲ୍ (୧୯) ଏବଂ ଜଣେ ନାବାଳକ ।

ସେମାନଙ୍କ ଠାରୁ ୨.୨୧ ଲକ୍ଷ ଟଙ୍କା, କାର୍, ୫ଟି ବାଇକ୍ଏବଂ ୭ଟି ମୋବାଇଲ ଫୋନ୍ ଜବତ କରାଯାଇଛି ।

ସହଜରେ ଟଙ୍କା ରୋଜଗାର କରିବା ଲକ୍ଷ୍ୟରେ ଅଭିଯୁକ୍ତମାନେ ଏହି କାଣ୍ଡ ଘଟାଇଥିଲେ ।

ଅପହୃତ ଶିଶୁର ପିତା କାଜୁ ବ୍ୟବସାୟୀ ଜାମି ଗୋପୀ ଟଙ୍କା ଦେଇ ପୁଅକୁ ମୁକୁଳାଇଥିଲେ ମଧ୍ୟ ପୁଲିସକୁ ଭୟରେ କିଛି କହି ନଥିଲେ । ତଥାପି ପୁଲିସ ସନେ୍ଦହରେ ଘଟଣାର ତଦନ୍ତ ଚଳାଇଥିଲା ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଗଜପତି

ଜିରାଙ୍ଗରେ ବିଭିନ୍ନ ପର୍ଯ୍ୟଟନ ପ୍ରକଳ୍ପର ଶୁଭାରମ୍ଭ

December 20, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୨୦(ଲୋକାଲ ୱାୟାର): ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଜିରାଙ୍ଗ ଗସ୍ତରେ ଯାଇ ବିିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।

ପଦ୍ମସରବର ଠାରେ ୫୨ଲକ୍ଷ ଟଙ୍କାର ପିଆନୋ କି ୱେୟାର ପ୍ରକଳ୍ପ, ହରଭାଙ୍ଗି ଡ୍ୟାମକୁ ଆହୁରି ଆକୃଷ୍ଟ କରିବା ପାଇଁ ୨୫ଲକ୍ଷ ଟଙ୍କାର ୱାଚ୍ ଟାୱାର୍, ସିଟିଂ ବେଞ୍ଚ, ଟଏଲେଟ୍ କମ୍ପ୍ଲେକ୍ସ ଓ ଅନ୍ୟାନ୍ୟ ପ୍ରକଳ୍ପ, ଖସଡ଼ା ଜଳପ୍ରପାତ ଠାରେ ୩୫ଲକ୍ଷ ଟଙ୍କାର ଏକ ପିକିନିକ୍ ପିଣ୍ଡିର ଶୁଭ ଉଦଘାଟନ କରିଥିଲେ ।

ଏହି ଅବସରରେ ଶ୍ରୀ ପାଣିଗ୍ରାହୀ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲାର ଜିରାଙ୍ଗର ଉନ୍ନତି ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ପର୍ଯ୍ୟଟନ ବିଭାଗ ଦ୍ୱାରା ସଫଳ ରୂପ ନେବାକୁ ଯାଉଛି ।

ଏହି କାର୍ଯ୍ୟକ୍ରମରେ ସାଂସଦ ଚନ୍ଦ୍ରଶେଖର ସାହୁ, ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ଓ ଗଜପତି ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଗଜପତି

ନକଲି ସୁନା ବନ୍ଧା ରଖି ଋଣ ହଡ଼ପ, ଦୁଇ ଗିରଫ

December 11, 2020 By LocalWire Leave a Comment

ବ୍ରହ୍ମପୁର, ଡିସେମ୍ବର ୧୧ (ଲୋକାଲ ୱାୟାର): ଋଣ ଠକେଇ ଅଭିଯୋଗରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଥିବା ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ (ବିସିସି) ବ୍ୟାଙ୍କ ମହିଳା ଶାଖାର ବଣିଆ କେ. ଗୋପୀ ଓ ତକ୍ରାଳୀନ ମ୍ୟାନେଜର ଆର. ଭୁଜଙ୍ଗ ରାଓଙ୍କୁ ଗିରଫ କରାଯାଇଛି ।

ବ୍ୟାଙ୍କର ଭାରପ୍ରାପ୍ତ ମ୍ୟାନେଜର ବିନୋଦ କୁମାର ନନ୍ଦଙ୍କ ଅଭିଯୋଗ କ୍ରମେ ଉଭୟଙ୍କୁ ଗିରଫ କରାଯିବା ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ନକଲି ବନ୍ଧକ ସୁନା ଜବତ ହୋଇଛି ।

ଅଧିକ ତଦନ୍ତ ଜାରି ରହିଛି ବୋଲି ପାରଳାଖେମୁଣ୍ଡି ଥାନା ଆଇଆଇସି ବିବେକାନନ୍ଦ ସ୍ୱାଇଁ କହିଛନ୍ତି ।

୨୦୧୬-୧୭ରେ ବଣିଆ କେ. ଗୋପୀ ପ୍ରାୟ ୪୮୦ ଗ୍ରାମ ସୁନା ବନ୍ଧା ରଖି ୬.୮୪ ଲକ୍ଷ ଟଙ୍କା ଋଣ ନେଇଥିଲେ । ଏବେ ଋଣର ପରିମାଣ ୧୧.୫୩ ଲକ୍ଷ ଟଙ୍କା ରହିଛି ।

ବିସିସି ବ୍ୟାଙ୍କ ପ୍ରଶାସକ ତଥା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିଦେ୍ର୍ଦଶ କ୍ରମେ ଗଞ୍ଜାମ ଡିଆରସିଏସ ବିଶ୍ୱରଞ୍ଜନ ଦାଶ ଏହି ମାମଲାର ତଦନ୍ତ କରିଥିଲେ । ତଦନ୍ତ ବେଳେ ବନ୍ଧକ ସୁନା ନକଲି ବୋଲି ଜଣା ପଡ଼ିଥିଲା ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଗଜପତି, ବ୍ରହ୍ମପୁର

‘ମୋ ସ୍କୁଲ’ ଅଭିଯାନ ପ୍ରକଳ୍ପକୁ ୧୦.୭୫ କୋଟି ଟଙ୍କାର ଅନୁମୋଦନ

December 4, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୪(ଲୋକାଲ ୱାୟାର): ‘ମୋ ସ୍କୁଲ ‘ ଅଭିଯାନର ୧୯ତମ କାର୍ଯ୍ୟକାରୀ ପରିଷଦ ବୈଠକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ବୈଠକରେ ୧୦.୭୫ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି ।

ବୈଠକରେ ରାଜ୍ୟର ୨୮ଟି ଜିଲ୍ଲାର ୨୬୫୭ଟି ବିଦ୍ୟାଳୟର ପ୍ରକଳ୍ପକୁ ସ୍ୱୀକୃତି ପ୍ରଦାନ କରାଯାଇଛି ।

ଏ ପର୍ଯ୍ୟନ୍ତ ବିଭାଗରେ ୨୦ ହଜାର ଛାତ୍ରଛାତ୍ରୀଙ୍କୁ ସଂଶ୍ଳିଷ୍ଟ କରାଯାଇପାରିଛି ।

ବୈଠକରେ ଗଜପତିରେ ୫୩.୭୨ ଲକ୍ଷ ଟଙ୍କା, ସୁନ୍ଦରଗଡ଼ରେ ୪୬.୭୨ ଲକ୍ଷ, କଳାହାଣ୍ଡିରେ ୩୬.୦୭ ଲକ୍ଷ, ବାଲେଶ୍ୱରରେ ୩୫.୯୨ ଲକ୍ଷ ଏବଂ କଟକରେ ୨୧.୯୩ ଲକ୍ଷ ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଥିବା ଜଣାପଡ଼ିଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କଟକ, ଗଜପତି, ବାଲେଶ୍ବର, ବାଲେଶ୍ଵର, ସୁନ୍ଦରଗଡ

ନୂଆ କରୋନା ଆକ୍ରାନ୍ତ ନାହାନ୍ତି; ଗଜପତି ଓ କନ୍ଧମାଳ ଆଶ୍ୱସ୍ତ

December 3, 2020 By Hrusikesh Mohanty Leave a Comment

ବ୍ରହ୍ମପୁର, ଡିସେମ୍ବର ୩(ଲୋକାଲ ୱାୟାର): ଗଜପତି ଜିଲ୍ଲାରେ ଗତ ୩ ଦିନ ଧରି ଏବଂ କନ୍ଧମାଳ ଜିଲ୍ଲାରେ ଗତ ଦୁଇ ଦିନ ଧରି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନଥିବାରୁ ଦୁଇ ଜିଲ୍ଲାର ଲୋକେ ଆଶ୍ୱସ୍ତ ହୋଇଛନ୍ତି ।

ଏହି ଦୁଇ ଆଦିବାସୀ ବହୁଳ ଜିଲ୍ଲାରେ ଏବେ ସକ୍ରିୟ କରୋନା ମାମଲା ୨୦ରୁ ତଳକୁ ଖସି ଆସିଛି ।

ଗତ ୭ ଦିନ ମଧ୍ୟରେ ଗଜପତି ଜିଲ୍ଲାରେ ମାତ୍ର ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଶେଷ ତିନି ଦିନରେ କେହି ଚିହ୍ନଟ ହୋଇନାହାନ୍ତି ।

ଜିଲ୍ଲାରେ ମୋଟ ୩୯୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୯୦୪ ଜଣ ସୁସ୍ଥ ହୋଇଛନ୍ତି । ଏବେ ପ୍ରାୟ ୧୪ ଜଣ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ।

ମେ ୨୩ରେ ଜିଲ୍ଲାର ପ୍ରଥମ କୋଭିଡ ରୋଗୀ ଚିହ୍ନଟ ହୋଇଥିଲେ । ସେହିପରି କନ୍ଧମାଳ ଜିଲ୍ଲାରେ ଦୁଇ ଦିନ ଧରି କୌଣସି ନୂଆ ଆକ୍ରାନ୍ତ ନାହାନ୍ତି ।

ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତ ୫ ହଜାର ୯୦୮ ଥିବା ବେଳେ ୫ ହଜାର ୮୫୭ ଜଣ ସୁସ୍ଥ ହୋଇଛନ୍ତି ।

ଗୁରୁବାର ଦିନ ଜିଲ୍ଲାରେ ସକ୍ରିୟ ମାମଲା ୧୮କୁ ହ୍ରାସ ପାଇଛି ।

ଏ ପର୍ଯ୍ୟନ୍ତ କରୋନାରେ ଗଜପତି ଜିଲ୍ଲାରେ ୩୨ ଏବଂ କନ୍ଧମାଳ ଜିଲ୍ଲାରେ ୩୩ ଜଣ କରୋନାରେ ପ୍ରାଣ ହରାଇଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କନ୍ଧମାଳ, କରୋନା, ଗଜପତି

ଗଜପତି ଓ କନ୍ଧମାଳ ଜିଲ୍ଲାରେ ଶୂନ୍ୟ କରୋନା ପଜିଟିଭ

November 28, 2020 By Hrusikesh Mohanty Leave a Comment

ବ୍ରହ୍ମପୁର, ନଭେମ୍ବର ୨୮(ଲୋକାଲ ୱାୟାର): ଶନିବାର ଗଜପତି ଓ କନ୍ଧମାଳ ଜିଲ୍ଲାରୁ କେହି ବି କରୋନା ପଜିଟିଭ ଚିହ୍ନଟ ହୋଇନାହାନ୍ତି ।

ପ୍ରଥମ ଥର ପାଇଁ କନ୍ଧମାଳ ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ଶୂନ ଥିବା ବେଳେ ଗଜପତି ଜିଲ୍ଲାରେ ଗତ ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ଏହି ସଫଳତା ଦୋହରାଇଛି ।

ନଭେମ୍ବର ୨୨ରେ ଗଜପତି ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ଶୂନ ଥିଲା । ଶନିବାର ୬୦୪ ନମୁନା ପରୀକ୍ଷା ହୋଇଥିଲା ।

ସମସ୍ତ ରିପୋର୍ଟ ନେଗେଟିଭ ଆସିଛି ବୋଲି ଜିଲ୍ଲାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ସେହିପରି କନ୍ଧମାଳ ଜିଲ୍ଲା ପ୍ରଶାସନ ପରୀକ୍ଷା କରିଥିବା ୮୨୦ ନମୁନା ମଧ୍ୟରୁ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି ।

ଗଜପତି ଓ କନ୍ଧମାଳ ଜିଲ୍ଲାରେ ସମୁଦାୟ କରୋନା ରୋଗୀଙ୍କ ସଂଖ୍ୟା ଯଥାକ୍ରମେ ୩୯୪୯ ଓ ୫୮୮୮ ରହିଛି ।

ଗଜପତି ଜିଲ୍ଲାରେ ପ୍ରଥମ ଥର ପାଇଁ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୨୦ରୁ କମ୍ ରହିଛି ।

ଜିଲ୍ଲାରେ ସୁସ୍ଥ ସଂଖ୍ୟା ୨୮୯୭କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା୩୨ରେ ସ୍ଥିର ରହିଛି ।

ସେହିପରି କନ୍ଧମାଳ ଜିଲ୍ଲାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୧କୁ ଖସି ଆସିଛି ।

ଜିଲ୍ଲାରେ ୫୮୩୪ ସୁସ୍ଥ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୩ରେ ସ୍ଥିର ରହିଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କନ୍ଧମାଳ, ଗଜପତି

ବିଧାୟକଙ୍କ ସମ୍ପର୍କୀୟାଙ୍କୁ ଆକ୍ରମଣ, ଦୁଇ ଗିରଫ

November 28, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୨୭(ଲୋକାଲ ୱାୟାର): ପାରଳାଖେମୁଣ୍ଡି ବିଧାୟକଙ୍କ ସମ୍ପର୍କୀୟଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ଶୁକ୍ରବାର ପୁଲିସ ୪୦ ବର୍ଷୀୟ ମହିଳା ସମେତ ତାଙ୍କର ୨୦ ବର୍ଷୀୟ ପୁଅକୁ ଗିରଫ କରିଛି ।

ମିଳିଥିବା ସୂଚନା ଅନୁସାରେ ବୁଧବାର ସନ୍ଧ୍ୟାରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଏରଡେଲାଷ୍ଟ୍ରିଟ୍ ସ୍ଥିତ ବାସଭବନରେ ବିଧାୟକ କେ ନାରାୟଣ ରାଓଙ୍କ ସମ୍ପର୍କୀୟା ପି.ତିଳୋତ୍ତମା ଏକା ଥିବା ବେଳେ ତାଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ ଏସ୍ କଟମ୍ମା, ପୁଅ ଏସ୍ ତେଜା ରାଓ ଓ ବନ୍ଧୁ ଜି. ରୋହିତ ।

ପୁଲିସ ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରିବା ସହ ଦୁଇଟି ମୋଟର ସାଇକେଲ, ୩ଟି ମୋବାଇଲ ଓ ସେମାନଙ୍କର ଜୋତା ଜବତ୍ କରିଛି ।

ଅଭିଯୁକ୍ତ ମହିଳା ବିଧାୟକଙ୍କ ସମ୍ପର୍କୀୟଙ୍କ ସହ କଥା ହେଉଥିବା ବେଳେ ଅନ୍ୟ ଦୁଇଜଣ ତାଙ୍କ ତଣ୍ଟିଚିପି ଦେବାକୁ ଚେଷ୍ଟା କରିଥିଲେ ।

ଘଟଣାସ୍ଥଳରେ ପଡ଼ୋଶୀ ପହଞ୍ଚିବା ଫଳରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଗଜପତି, ବ୍ରହ୍ମପୁର

ଝଡ଼ର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ; ୨୫ ଓ ୨୬ ଓଡ଼ିଶାରେ ପ୍ରବଳ ବର୍ଷା

November 23, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୨୩ (ଲୋକାଲ ୱାୟାର) : ଦକ୍ଷିଣ-ପୂର୍ବ ତଥା ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାର ଅଞ୍ଚଳରେ ସୃଷ୍ଟ ଲଘୁଚାପ ୱେଲମାର୍କରେ ପରିଣତ ହୋଇଥିବା ବେଳେ ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେଇପାରେ ।

ଆଗାମୀ ୨୪ ଘଣ୍ଟାରେ ଆହୁରି ଘନୀଭୂ ହୋଇ ସାମୁଦ୍ରିକ ଝଡ ବା ବାତ୍ୟାର ରୂପନେଇ ପାରେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକା ପାଣିପାଗ ବିଜ୍ଞାନ କେନ୍ଦ୍ର ସୋମବାର ସୂଚନା ଦେଇଛି ।

ଏହା ପ୍ରଭାବରେ ଆସନ୍ତା ୨୫ରୁ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଲଘୁଚାପଟି ପଶ୍ଚିମ-ଉତ୍ତରପଶ୍ଚିମକୁ ମୁହାଁଇ ୨୫ ସୁଦ୍ଧା ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଛୁଇଁବ ।

ଏହାର ପ୍ରଭାବ ସିଧାସଳଖ ଓଡ଼ିଶା ଉପରେ ନାହିଁ ବୋଲି ପାଣିପାଗ ବିଭାଗ କହିଛି ।

ପ୍ରଭାବରେ ୨୫ରୁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଏବଂ ୨୬ରେ ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି।

ଆଜି କନ୍ଧମାଳ, ଅନୁଗୁଳ, ମୟୂରଭଞ୍ଜ, କଳାହାଣ୍ଡି, ଗଜପତି, ରାୟଗଡ଼ା ଓ ଢେଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।

୨୫ ତାରିଖରେ କୋରାପୁଟ, ରାୟଗଡ଼ା ଓ ଗଜପତିରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

୨୬ ତାରିଖରେ ଗଜପତି ଓ ରାୟଗଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର କହିଛି । ଏ ସମସ୍ତ ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଲୋକାଲ ୱାୟାର

Filed Under: Odia Tagged With: ଅନୁଗୁଳ, ଓଡିଶା, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ଗଜପତି, ଢେଙ୍କାନାଳ, ନବରଙ୍ଗପୁର, ମୟୂରଭଞ୍ଜ, ମାଲକାନଗିରି, ରାୟଗଡା

ପ୍ରଥମ ଥର ପାଇଁ ଗଜପତିରେ ନୂଆ କରୋନା ପଜିଟିଭ୍ ନାହାନ୍ତି

November 22, 2020 By LocalWire Leave a Comment

ବ୍ରହ୍ମପୁର, ନଭେମ୍ବର ୨୨(ଲୋକାଲ ୱାୟାର): ଗଜପତି ଜିଲ୍ଲାରେ ଗତ ମେ ମାସରୁ କରୋନା ମହାମାରୀ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଆଜି (ରବିବାର) କୌଣସି କରୋନା ପଜିଟିଭ୍ ଚିହ୍ନଟ ହୋଇ ନଥିବା ସରକାରୀ ଭାବେ କୁହାଯାଇଛି ।

୮୧୭ ଜଣଙ୍କର ରକ୍ତ ନମୁନାର କୋଭିଡ-୧୯ ପରୀକ୍ଷା କରାଯାଇଥିଲା ଏବଂ ସବୁଗୁଡ଼ିକର ରିପୋର୍ଟ ନେଗେଟିଭ୍ ଆସିଥିବା କହିଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ଶାହା ।

ଏମାନଙ୍କ ମଧ୍ୟରୁ ୬୮୨ ଜଣଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିବା ବେଳେ ୧୩୫ ଜଣଙ୍କର ଆରଟି-ପିସିଆର ଟେଷ୍ଟ କରାଯାଇଥିଲା ।

ଶୁକ୍ରବାର ଏହି ପରୀକ୍ଷା କରାଯାଇଥିଲେ ମଧ୍ୟ ସରକାରୀ ଭାବେ ରିପୋର୍ଟ ରବିବାର ପ୍ରଦାନ କରାଯାଇଥିଲା ।

ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନଥିବାରୁ ଜିଲ୍ଲାରେ ଏବେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୩୯୩୬ରେ ଏବଂ ମୃତ୍ୟୁ ସଂଖ୍ୟା ୩୨ରେ ସ୍ଥିର ରହିଛି ।

ଶନିବାର ଆଉ ଦୁଇ ଜଣ ଆକ୍ରାନ୍ତ ସୁସ୍ଥ ହେବା ପରେ ଜିଲ୍ଲାରେ ଏବେ ସକି୍ରୟ ରୋଗୀଙ୍କ ସଂଖ୍ୟା ୨୩ରେ ରହିଛି, ଯାହାକି ରାଜ୍ୟରେ ସର୍ବନିମ୍ନ ।

ଅବଶ୍ୟ ଗତ ଏକ ମାସ ଧରି ଜିଲ୍ଲାରେ ଦୈନିକ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ଅଙ୍କରେ ରହୁଥିଲା ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କରୋନା, ଗଜପତି

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 33
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire