• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

ଗଞ୍ଜାମ

ସାଧୁଚରଣ ପଟ୍ଟନାୟକଙ୍କ ସ୍ମୃତିରେ ସ୍ୱତନ୍ତ୍ର ଡାକ ଲଫାପା

January 19, 2021 By LocalWire Leave a Comment

ବ୍ରହ୍ମପୁର, ଜାନୁଆରୀ ୧୯(ଲୋକାଲ ୱାୟାର): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ଗୋଷାଣୀ ନୂଆଗାଁ, ମୀରାବିହାର ଠାରେ ୧୯୭୫ ମସିହାରେ ସ୍ଥାପିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସ୍ୱର୍ଗତ ସାଧୁ ଚରଣ ପଟ୍ଟନାୟକଙ୍କ ସ୍ମୃତିରେ ଏକ ସ୍ୱତନ୍ତ୍ର ଡାକ ଲଫାପା ବ୍ରହ୍ମପୁର ମୁଖ୍ୟ ଡାକଘର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ।

ସଂପୃକ୍ତ ବିଦ୍ୟାଳୟ ଓ ଡାକ ବିଭାଗର ମିଳିତ ଆନୁକୂଲ୍ୟରେ ଏଠାରେ ଆୟୋଜିତ ଉତ୍ସବରେ ଓଡିଶା ଡାକ ପରିମଣ୍ଡଳ,ଭୁବନେଶ୍ୱରର ମହାଡାକପାଳ କର୍ଣ୍ଣେଲ ଜଳେଶ୍ୱର କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱତନ୍ତ୍ର ଡାକ ଲଫାଫାକୁ ଉନ୍ମୋଚନ କରିଥିଲେ ।

ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ଡାକ ମୁଖ୍ୟାଳୟର ତତ୍ତ୍ୱାବଧାରକ ତାରିଣୀ ଚରଣ ପାଢୀ ଯୋଗଦେଇଥିବା ବେଳେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପ୍ରାକ୍ତନ ଅଧ୍ୟକ୍ଷ ଆଶିଷ କୁମାର ପାଠୀ, ବର୍ତ୍ତମାନର ଅଧ୍ୟକ୍ଷ ସସ୍ମିତା ପଣ୍ଡା, ବିଦ୍ୟାଳୟର ସେକ୍ରେଟାରୀ ଲଲାଟେନ୍ଦୁ ସାମନ୍ତ, ସାଉଥ୍ ଓଡିଶା ଫିଲାଟେଲିକ୍ ଆସୋସିଏସନର ସଭାପତି ଡଃ. ପ୍ରାଣଚାନ୍ଦ ପଣ୍ଡା ଓ ଅବସରପ୍ରାପ୍ତ ଭିଜିଲାନ୍ସ ମୁଖ୍ୟ(ଟେଲିକମ) ପ୍ରଭାତ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।

ଅନ୍ତର୍ଜାତୀୟ ଫିଲାଟେଲିଷ୍ଟ ବିଜୟ କୁମାର ବିଶ୍ୱାଳଙ୍କ ଉଦ୍ୟମରେ ଏହି ସ୍ୱତନ୍ତ୍ର ଲଫାପା ଉନ୍ମୋଚନ କାର୍ଯ୍ୟ ସଂପାଦିତ ହୋଇଥିଲା ।

ଫିଲାଟେଲିଷ୍ଟ କାଶୀନାଥ ସାହୁ ଓ ମାନସ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଭାଗିରଥୀ ମହାପାତ୍ର ଓ ବିକାଶ ଚନ୍ଦ୍ର ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଗଞ୍ଜାମ, ବ୍ରହ୍ମପୁର

ଜେସିବି ଇଞ୍ଜିନରୁ ବାହାରିଲା ଦୁଇଟି ଅଜଗର

January 18, 2021 By LocalWire Leave a Comment

ବ୍ରହ୍ମପୁର, ଜାନୁଆରୀ ୧୮(ଲୋକାଲ ୱାୟାର): ବ୍ରହ୍ମପୁର ସହର ଉପକଣ୍ଠ ପଲ୍ଲୀଗୁମୁଲା ଗ୍ରାମ ନିକଟରେ ଏକ ଜେସିବି ଇଞ୍ଜିନ ମଧ୍ୟରେ ପଶି ଯାଇଥିବାରୁ ୨ଟି ସାପକୁ ସ୍ନେକ ହେଲ୍ପଲାଇନ ସଦସ୍ୟମାନେ ଉଦ୍ଧାର କରିଛନ୍ତି ।

ପଲ୍ଲୀଗୁମୁଲା ଗ୍ରାମସ୍ଥିତ ଏକ ବନ୍ଧର ସୌନ୍ଦର୍ଯ୍ୟକରଣ କାମରେ ମାଟି ଖୋଳିବାକୁ ଜେସିବି ମେସିନ ନିୟୋଜିତ ହୋଇଥିଲା ।

ପାଖରେ ଏକ ସିମେଣ୍ଟ ପାଇ ମଧ୍ୟରେ ଥିବା ଦୁଇଟି ଅଜଗର (ଗୋଟିଏ ୭ ଫୁଟ ଓ ଅନ୍ୟଟି ୧୧ଫୁଟ) ।

ସ୍ନେକ ହେଲପ ଲାଇନ ସଦସ୍ୟମାନେ ଖବର ପାଇ ସାପ ଦୁଇଟିକୁ ଉଦ୍ଧାର କରିବା ପରେ ଚିକିତ୍ସା କରିଥିଲେ । ପରେ ସଂରକ୍ଷିତ ଜଙ୍ଗଲରେ ସାପ ଦୁଇଟିକୁ ଛାଡ଼ି ଦିଆଯାଇଥିଲା ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଗଞ୍ଜାମ, ବ୍ରହ୍ମପୁର

ଚିିଲିକାର ଜୈବ ବିବିଧତା ସର୍ବେକ୍ଷଣ, ଦୃଶ୍ୟ ହେଲେ ୧୫୬ ଇରାୱାଡି ଡଲଫିନ୍

January 15, 2021 By LocalWire Leave a Comment

ଭୁବନେଶ୍ୱର,ଜାନୁଆରୀ ୧୫(ଲୋକାଲ ୱାୟାର): ଚିଲିକାର ଜୈବବିବିଧତାକୁ ଆକଳନ କରିବା ପାଇଁ ଚିଲିକା ବିକାଶ କର୍ତ୍ତୃପକ୍ଷଙ୍କ ଦ୍ୱାରା ଶୁକ୍ରବାର ଚିଲିକାର ସର୍ବେକ୍ଷଣ କରାଯାଇଛି ।

ଚଳିତ ବର୍ଷ ଚିଲିକା ସର୍ବେକ୍ଷଣ ପାଇଁ ୧୮ଟି ଦଳ ଗଠନ କରାଯାଇଥିବା ବେଳେ ଏଥିରେ ୧୦୦ ଜଣ ଅଧିକାରୀ ସାମିଲ ହୋଇଥିଲେ ।

ସକାଳ ୬ରୁ ଦିନ ୧୨ଟା ଯାଏଁ ଏହି ସର୍ବେକ୍ଷଣ ଚାଲିଥିଲା । ଯେଉଁଥିରେ ସରକାରୀ ଅଧିକାରୀ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ସାମିଲ ହୋଇଥିଲେ ।

ଟ୍ରାନ୍ସଆକ୍ଟ ସର୍ଭେ ପଦ୍ଧତିରେ କରାଯାଇଥିବା ଏହି ସର୍ବେକ୍ଷଣ ସାଧାରଣତଃ ଜଳଚର ଜୀବମାନଙ୍କ ସର୍ବେକ୍ଷଣ ପାଇଁ ବ୍ୟବହାର କରାଯାଇଥାଏ ।

ଆଜିର ସର୍ବେକ୍ଷଣରେ ପ୍ରତି ଦଳକୁ ବିଭାଗ ତରଫରୁ ବାଇନାକୁଲର, ଜିପିଏସ୍, ରେଞ୍ଜ ଫାଇଣ୍ଡର ଓ ତଥ୍ୟ ସଂଗ୍ରହ ସିଟ୍ ଆଦି ପ୍ରଦାନ କରାଯାଇଥିଲା ।

ଏହି ସର୍ବେକ୍ଷଣରେ ଇରାୱାଡି ଡଲଫିନର ଆକଳନ କରାଯାଇଛି । ଯଦିଓ ରବିବାର ଏନେଇ ସ୍ୱତନ୍ତ୍ର ଗଣନା ହେବ ତଥାପି ଆଜିର ଚିଲିକା ସର୍ବେକ୍ଷଣ ସମୟରେ ଦଳ ୧୫୬ଟି ଇରାୱାଡି ଡଲଫିନକୁ ଦେଖିବାକୁ ପାଇଛନ୍ତି ।

୨୦୦୩ ମସିହାରେ ପ୍ରଥମ ଥର ପାଇଁ ଚିଲିକାରେ ଇରାୱାଡି ଡଲଫିନ୍ ଗଣନା ହୋଇଥିଲା ।

୨୦୧୩ରେ ଜଙ୍ଗଲ ବିଭାଗ ଚିଲିକାରୁ ୧୫୨ଟି ଇରାୱାଡି ଡଲଫିନ୍ ପାଇଥିବା ବେଳେ ୨୦୧୪ରେ ୧୫୮,୨୦୧୫ରେ ୧୬୦, ୨୦୧୭ରେ ୧୨୧, ୨୦୧୮ରେ ୧୫୫, ୨୦୧୯ରେ ୧୫୦ ଓ ୨୦୨୦ରେ ୧୫୬ଟି ଡଲଫିନ୍ ମିଳିଥିବା ଜଣାଯାଇଛି ।

ଜଙ୍ଗଲ ବିଭାଗ ଦ୍ୱାରା ପରିଚାଳିତ ରାଜ୍ୟ ବନ୍ୟଜନ୍ତୁ ୱିଙ୍ଗ୍ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ଚିଲିକାରେ ଇରାୱାଡି ଡଲଫିନ୍ ସଂରକ୍ଷଣ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି ।

ଡଲଫିନମାନଙ୍କ ପରିଚାଳନାକୁ ସୁରକ୍ଷିତ କରିବା ପାଇଁ ପୂର୍ବରୁ ଚିଲିକା ଭିତରେ ଡଲଫିନ୍ ରହୁଥିବା ସ୍ଥାନକୁ ଚିହ୍ନଟ କରାଯାଇ ପାରିଛି ।

ଡଲଫିନ୍ ଦେଖିବାର ନିୟମ ବି ପ୍ରଣୟନ ହେବା ସହ ଏଦିଗରେ ବୋଟ ମାଲିକମାନଙ୍କୁ ସଚେତନ କରାଯାଇଛି ।

ମଗରମୁଖ ଚ୍ୟାନେଲ୍ ଡଲଫିନମାନଙ୍କ କରିଡର ଥିବା ବେଳେ ଏହି ରାସ୍ତାରେ ସେମାନେ ସୁରକ୍ଷିତ ଭାବେ ବିଚରଣ କରିଥାନ୍ତି ।

ସେହିପରି ଆଜିର ସର୍ବେକ୍ଷଣରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଏକ ନିୟୁତରୁ ଅଧିକ ପକ୍ଷୀଙ୍କୁ ଦେଖିବାକୁ ମିଳିଛି ।

ସେହିପରି ଚିଲିକାରେ ଅଳ୍ପ କିଛି ଘେରି ପୁଣିଥରେ ଆରମ୍ଭ ହୋଇଥିବା ସର୍ବେକ୍ଷଣ ବେଳେ ଜଣାଯାଇଛି ।

ଏହାକୁ ଉଚ୍ଛେଦ କରିବା ପାଇଁ ଖୁବ୍ ଶୀଘ୍ର ଜିଲ୍ଲା ପ୍ରଶାସନ ସହାୟତାରେ ପଦକ୍ଷେପ ନିଆଯିବ ।

ଲୋକାଲ ୱାୟାର

Filed Under: Uncategorized Tagged With: ଓଡିଶା, ଖୋର୍ଦ୍ଧା, ଗଞ୍ଜାମ, ପୁରୀ

ରାଜ୍ୟ ସରକାରଙ୍କ ସହ ବିଜେଡି ବିଶ୍ୱାସଘାତକତା କରିଛି: ବିଜେପି

January 9, 2021 By LocalWire Leave a Comment

ବ୍ରହ୍ମପୁର, ଜାନୁଆରୀ ୯(ଲୋକାଲ ୱାୟାର): ୨୫ ବର୍ଷର ଶାସନ କାଳରେ ବିଜେଡି ଓଡ଼ିଶାବାସୀଙ୍କ ସହ ବିଶ୍ୱାସଘାତକତା କରିଛି ବୋଲି ବିଜେପି ଜାତୀୟ ସାଧାରଣ ସମ୍ପାଦିକା ତଥା ଓଡ଼ିଶା ରାଜ୍ୟ ପ୍ରଭାରୀ ଡି.ପୁରନେ୍ଦଶ୍ୱରୀ ଶନିବାର ବ୍ରହ୍ମପୁର ଗସ୍ତ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ସେ କହିଛନ୍ତି, ରାଜ୍ୟରେ ଲୋକମାନେ ବହୁ ସମସ୍ୟାରେ ଥିବା ବେଳେ ରାଜ୍ୟ ସରକାର ବିକାଶର ମିଥ୍ୟ ପ୍ରଚାର ଚଳାଇଛନ୍ତି ।

ଗଞ୍ଜାମ ଜିଲ୍ଲାରେ ଶିଳ୍ପାୟନ କିମ୍ବା ରୋଜଗାର ନଥିବାରୁ ଲକ୍ଷ ଲକ୍ଷ ଲୋକ ରାଜ୍ୟ ବାହାରକୁ ଦାଦନ ଭାବେ ଖଟିବାକୁ ଯାଉଛନ୍ତି ।

ଗଞ୍ଜାମ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବହୁ ପ୍ରକୃତ ହିତାଧିକାରୀ ବାଦ୍ ପଡ଼ିଥିବା ବେଳେ ସ୍ଥାନୀୟ ମନ୍ତ୍ରୀଙ୍କ ସମର୍ଥକଙ୍କୁ ତାଲିକାରେ ସାମିଲ କରାଯାଇଛି ।

୨୦୧୪ ପରଠାରୁ ରାଜ୍ୟରେ ବିଜେପି ପ୍ରତି ସମର୍ଥନ ବଢ଼ୁଛି ଏବଂ ଆସନ୍ତା ନିର୍ବାଚନରେ ଦଳ ବିଜୟୀ ହେବ ବୋଲି ସେ କହିଥିଲେ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଗଞ୍ଜାମ, ବ୍ରହ୍ମପୁର

ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ଦେଢ଼ କୋଟିର ଗଞ୍ଜେଇ ଜବତ, ୩ ଗିରଫ

January 6, 2021 By LocalWire Leave a Comment

ଭୁବନେଶ୍ୱର, ଜାନୁଆରୀ ୫(ଲୋକାଲ ୱାୟାର): ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ଓ ବ୍ରହ୍ମପୁର ନିକଟରେ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ୍ ଏବଂ ଅବକାରୀ ବିଭାଗ ଭିନ୍ନ ଭିନ୍ନ ଚଢ଼ାଉରେ ପ୍ରାୟ ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ କରିଥିବା ବେଳେ ୩ ଜଣଙ୍କୁ ଗିରଫ କରିଛି ।

ବ୍ରହ୍ମପୁର ଅବକାରୀ ବିଭାଗର କର୍ମଚାରୀମାନେ ରାଜପଥରେ ଏକ ନଡ଼ିଆକତା ବୋଝେଇ ଟ୍ରକ, ଏକ କାର ଏବଂ ଏକ ପିକ ଅପ୍ ଭ୍ୟାନକୁ ଅଟକାଇ ତଲାସୀ କରିବାରୁ ୧୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଥିଲେ ।

ଜବତ ଗଞ୍ଜେଇର ବଜାର ମୂଲ୍ୟ ପ୍ରାୟ ୫୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି ।

ଏହି ଗଞ୍ଜେଇକୁ ଗଜପତିରୁ ଉତ୍ତରାଖଣ୍ଡ ନିଆଯାଉଥିବା ବେଳେ ଏହି କାରବାରରେ ଜଡ଼ିତ ତିନି ଜଣଙ୍କୁ ଗିରଫ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି ।

ଅପରପକ୍ଷରେ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାର ଟିକରପଦା ହରିଜନ ସାହି ନିକଟରେ ଏକ ୧୨ ଚକିଆ ଟ୍ରକକୁ ଆଜି କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ୍ ଅଟକାଇ ତଲାସୀ କରିବାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛନ୍ତି ।

ଟ୍ରକରୁ ପ୍ରାୟ ୨ ଟନ୍ ଗଞ୍ଜେଇ ମିଳିଥିବା ବେଳେ ଏହାର ବଜାର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ।

ତେବେ ଟ୍ରକରେ ଥିବା ୩ ଜଣ ବ୍ୟକ୍ତି ଖସିଯିବାରେ ସକ୍ଷମ ହୋଇଛନ୍ତି । ସେମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ଶୀଘ୍ର ଗିରଫ କରାଯିବ ବୋଲି ଏସଟିଏଫ ପକ୍ଷରୁ କୁହାଯାଇଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଗଞ୍ଜାମ, ରାୟଗଡା

ରୂପାନ୍ତରର ଅନନ୍ୟ ଉଦାହରଣ ରାମଲିଙ୍ଗେଶ୍ୱର ଜଳାଶୟ

January 4, 2021 By LocalWire Leave a Comment

ବ୍ରହ୍ମପୁର, ଜାନୁଆରୀ ୪(ଲୋକାଲ ୱାୟାର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ବ୍ରହ୍ମପୁର ରାମଲିଙ୍ଗେଶ୍ୱର ଜଳାଶୟର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଲୋକାର୍ପିତ କରିବା ସହ ଏହାକୁ ରୂପାନ୍ତରର ଅନନ୍ୟ ଉଦାହରଣ ଭାବେ ଉପସ୍ଥାପିତ କରାଯାଇଛି ।

ଦୀର୍ଘଦିନ ଧରି ଅବ୍ୟବହୃତ ଓ ଅସ୍ୱାସ୍ଥ୍ୟକର ପରିବେଶରେ ପଡ଼ି ରହିଥିବା ରାମଲିଙ୍ଗେଶ୍ୱର ଜଳାଶୟ ଆଜି ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣର କେନ୍ଦ୍ର ହୋଇପାରିଛି ।

ଚିତ୍ତାକର୍ଷକ ଆତସବାଜୀ, ଶିବ ତାଣ୍ଡବ ସ୍ତୋତ୍ରର ତାଳେ ତାଳେ ଲେଜର ଲାଇଟ ଓ ଏକ ସଙ୍ଗୀତମୟ ପରିବେଶ ମଧ୍ୟରେ ଏହାର ଆଜି ଲୋକାର୍ପଣ ହୋଇଛି ।

ଆଠ ଏକର ପରିମିତ ଜମିରେ ଥିବା ଏହି ପ୍ରାଚୀନ ଜଳାଶୟ ବ୍ରହ୍ମପୁରର ଏକ ପବିତ୍ର ପୁଷ୍କରିଣୀ ଭାବେ ପରିଚିତ ।

ଅବ୍ୟବହୃତ ହୋଇ ପଡ଼ି ରହିଥିବା ଏହି ଜଳାଶୟର ପୁନରୁଦ୍ଧାର କାମ ୧୨ କୋଟି ଟଙ୍କା ବ୍ୟୟରେ ୨୦୧୭ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ ଆରମ୍ଭ ହୋଇଥିଲା ।

ପୁଷ୍କରିଣୀର ମଧ୍ୟସ୍ଥଳରେ ଭଗବାନ ଶଙ୍କରଙ୍କର ୩୫ ଫୁଟ ଉଚ୍ଚତା ବିଶିଷ୍ଟ ଏକ ସୁଦୃଶ୍ୟ ପ୍ରତିଭୂର୍ତ୍ତି ଶୋଭା ପାଉଛି ଏବଂ ଚତୁଃପାଶ୍ୱର୍ରେ ଉଦ୍ୟାନ ଏହାକୁ ଅଧିକ ଆକର୍ଷଣୀୟ କରି ତୋଳିଛି ।

ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ପୁଷ୍କରିଣୀର ଐତୀହ୍ୟ କହିବା ସହ ଏହାକୁ ପରିଷ୍କାର ରଖିବାକୁ ଲୋକମାନଙ୍କୁ ଆହ୍ୱାନ ଦେଇଥିଲେ ।

କୋଭିଡ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ସେ ଗଞ୍ଜାମ ଜିଲ୍ଲାବାସୀଙ୍କୁ ପ୍ରଶଂସା କରିଥିଲେ ।

ବହ୍ମପୁରରେ ଏକ ଷ୍ଟାଡିୟମ କାର୍ଯ୍ୟ ଚାଲିଥିବା ବେଳେ ୪୨ କୋଟି ଟଙ୍କା ବ୍ୟୟରେ ବର୍ଜ୍ୟ ପରିଚାଳନା କେନ୍ଦ୍ର ନିର୍ମାଣ ଶେଷ ପର୍ଯ୍ୟାୟରେ ଥିବା ସେ କହିଥିଲେ ।

ସହରରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ରିଙ୍ଗ ରୋଡ କାମ ମଧ୍ୟ ଚାଲିଥିବା ସେ କହିଥିଲେ ।

ଆଜିର କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସାଂସଦ ଚନ୍ଦ୍ରଶେଖର ସାହୁ, ୫-ଟି ସଚିବ ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଗଞ୍ଜାମ

କପିଳାସ ଜଙ୍ଗଲକୁ ଗଲା ଗୋଠଛଡ଼ା ହାତୀ ଛୁଆ

December 31, 2020 By LocalWire Leave a Comment

ବ୍ରହ୍ମପୁର, ଡିସେମ୍ବର ୩୧(ଲୋକାଲ ୱାୟାର): ଗଞ୍ଜାମ ଜିଲ୍ଲାର ଟାମଣାସ୍ଥିତ ନର୍ସରୀ ଫାର୍ମରୁ ଆଜି ଏକ ସ୍ୱତନ୍ତ୍ର ଗାଡ଼ିରେ ଗୋଠଛଡ଼ା ହାତୀ ଛୁଆକୁ ଢେଙ୍କାନାଳ ଜିଲ୍ଲାର କପିଳାସ ଚିଡ଼ିଆଖାନାକୁ ପଠାଯାଇଛି ।

ପ୍ରାୟ ଦୁଇ ଶହ ରୁ ଅଧିକ କିଲୋମିଟର ହାତୀ ଛୁଆଟିକୁ ନିଆଯାଉଥିବାରୁ ତା ସହ ୧୨ ଜଣ ବନ କର୍ମଚାରୀଙ୍କୁ ପଠାଯାଇଛି ।

ବାଟରେ ଛୁଆଟିର ଖାଇବା ଓ ସ୍ୱାସ୍ଥ୍ୟ ପ୍ରତି ସମ୍ପୂର୍ଣ୍ଣ ଭାବେ ଧ୍ୟାନ ରଖାଯିବ । କପିଳାସ ଜଙ୍ଗଲରେ ଏବେ ତିନୋଟି ଅଣ୍ଡିରା ଓ ଗୋଟିଏ ମାଇ ହାତୀ ଅଛି ।

ନୂତନ ସଦସ୍ୟ ଭାବେ ହାତୀ ଛୁଆଟିକୁ ଏବେ କ୍ୱାରେଣ୍ଟାଇନରେ ରଖାଯାଇ କରୋନା ଟେଷ୍ଟ କରାଯିବ ।

ତା’ ପରେ ତାକୁ ଏକ ସ୍ୱତନ୍ତ୍ର କୋଠରୀରେ କିଛି ଦିନ ରଖାଯିବ । ଅନ୍ୟ ହାତୀଙ୍କ ସହ କ୍ରମେ ସେ ମିଳାମିଶା କରିବା ପରେ ତାକୁ ବାହାରକୁ ଛଡ଼ା ଯିବ ବୋଲି କହିଛନ୍ତି ଢେଙ୍କାନାଳ ଡିଏଫଓ ।

ଅପରପକ୍ଷରେ ଟାମଣା ନର୍ସରୀରୁ ହାତୀ ଛୁଆଟିକୁ ନିଆଯିବା ସମୟରେ ସୃଷ୍ଟି ହୋଇଥିବା ଏକ ଭାବ ବିହ୍ୱଳ ପରିବେଶ ।

ତାକୁ ଦୁଇ ଦିନ ଧରି ବନ କର୍ମଚାରୀମାନେ କ୍ଷୀର, ଲାକ୍ଟୋଜେନ, ସେରେଲାକ, କଦଳୀ, ଗ୍ଲୁକୋଜ ଓ ଯଥେଷ୍ଟ ପାଣି ଦେଇଥିଲେ ।

ସ୍ଥାନୀୟ କର୍ମଚାରୀଙ୍କ ସହ ଛୁଆଟି ସମ୍ପୂର୍ଣ୍ଣ ମିଶି ଯାଉଥିବା ଭଳି ଦେଖିବାକୁ ମିଳିଥିଲା ।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ବାହୁଦା ନଦୀର ସୁରଳ ନିକଟ ହ୍ରଦରେ ହାତୀ ପଲ ପଶିଥିବା ବେଳେ ଏହି ଛୁଆ ହାତୀଟିକୁ ଛାଡ଼ି ଦେଇଥିଲେ ।

ପରେ ସ୍ଥାନୀୟ ଲୋକେ ଓ ବନ କର୍ମଚାରୀ ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ ଛୁଆଟିକୁ ହାତୀ ପଲ ଆଉ ସାଙ୍ଗରେ ନେଇ ନଥିଲେ ।

ଦିନ ସାରା ଛୁଆଟି ହାତୀ ପଲ ନିକଟକୁ ଯେତେବେଳେ ଯାଉଥିଲା, ତାକୁ ମା’ ହାତୀ ନେବାକୁ ଉଦ୍ୟମ କରୁଥିଲେ ମଧ୍ୟ ଦନ୍ତାହାତୀ ଘଉଡ଼ାଇବାରେ ଲାଗିଥିଲା ।

ସାଧାରଣତଃ ମଣିଷ ସାଙ୍ଗରେ କୌଣସି ହାତୀ ମିଶିଥିଲେ ତାକୁ ହାତୀପଲ ଆଉ ସହଜରେ ଗ୍ରହଣ କରନ୍ତି ନାହିଁ । ଏ କ୍ଷେତ୍ରରେ ତାହାହିଁ ଦେଖିବାକୁ ମିଳିଥିଲା ।

ତେଣୁ ବନ କର୍ମଚାରୀ ବାଧ୍ୟ ହୋଇ ହାତୀ ଛୁଆଟିକୁୁ ଆଣି ଟାମଣା ନର୍ସରୀ ଫାର୍ମରେ ରଖିଥିଲେ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଗଞ୍ଜାମ, ଢେଙ୍କାନାଳ

ତିନି କୋଟିପତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

December 29, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୨୯(ଲୋକାଲ ୱାୟାର): ଭିଜିଲାନ୍ସ ପକ୍ଷରୁ ମଙ୍ଗଳବାର ଜଣେ ଲାବୋରେଟାରୀ ଆସିଷ୍ଟାଣ୍ଟ, ସମବାୟ ବ୍ୟାଙ୍କର ଜଣେ ଆସିଷ୍ଟାଣ୍ଟ ମ୍ୟାନେଜର ଏବଂ ଜଣେ କନିଷ୍ଠ କିରାଣିଙ୍କ ଘରେ ଚଢ଼ାଉ କରାଯାଇଥିବା ବେଳେ ସମସ୍ତଙ୍କର ସମ୍ପତ୍ତି ଏକ କୋଟି ଟଙ୍କାରୁ ଅଧିକ ବୋଲି ଜଣାପଡ଼ିଛି ।

ଗଞ୍ଜାମ ଜିଲ୍ଲା ଚିକିଟି କଲେଜ ଲାବୋରେଟାରୀ ଆସିଷ୍ଟାଣ୍ଟ କୈଳାସ ଚନ୍ଦ୍ର ମହାନ୍ତିଙ୍କ ଘରେ ହୋଇଥିବା ଚଢ଼ାଉରେ ତାଙ୍କର ୧ କୋଟି ୪୫ ଲକ୍ଷ ୮୩୭ ଟଙ୍କାରସ୍ଥାବର/ଅସ୍ଥାବର ସମ୍ପତ୍ତି ଠାବ ହୋଇଛି ।

ସେହିପରି ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଆସିଣ୍ଟାଣ୍ଟ ମ୍ୟାନେଜର ସୁଧୀର କୁମାର ନନ୍ଦଙ୍କ ଘରେ ଚଢ଼ାଉରେ ତାଙ୍କର ୧ କୋଟି ୨୬ ଲକ୍ଷ ୩୯ ହଜାର ୮୨୪ ଟଙ୍କାର ସ୍ଥାବର/ଅସ୍ଥାବର ସମ୍ପତ୍ତି ଥିବା ଜଣାପଡ଼ିଛି ।

ଅନୁଗୁଳ ଆରଡବ୍ଲୁଏସଏସ କନିଷ୍ଠ କିରାଣି ରୋହିତେଶ୍ୱ ବାଗଙ୍କ ଘରେ ହୋଇଥିବା ଚଢ଼ାଉରେ ତାଙ୍କର ୧ କୋଟି ୧୪ ଲକ୍ଷ ୪୯ ହଜାର ୮୬୮ ଟଙ୍କାର ସମ୍ପତ୍ତି ଥିବା ଜଣାପଡ଼ିଛି ।

ଲୋକାଲ ୱାୟାର

Filed Under: Odia Tagged With: ଅନୁଗୁଳ, ଓଡିଶା, ଗଞ୍ଜାମ, ବଲାଙ୍ଗିର

ଗଞ୍ଜାମରେ ସରକାରୀ କର୍ମଚାରୀଙ୍କୁ ହେଡକ୍ୱାର୍ଟର ଛାଡିବାକୁ ମନା

December 25, 2020 By LocalWire Leave a Comment

ବ୍ରହ୍ମପୁର, ଡିସେମ୍ବର ୨୫ (ଲୋକାଲ ୱାୟାର) : ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ ଗଞ୍ଜାମ ଜିଲ୍ଲାପ୍ରଶାସନ ଆଗୁଆ ପଦକ୍ଷେପ ନେଇ ସରକାରୀ କର୍ମଚାରୀଙ୍କୁ ବିନା ଅନୁମତିରେ ହେଡକ୍ୱାର୍ଟର ନ ଛାଡିବାକୁ ଜିଲ୍ଲାପାଳ ବଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହ ବେଳଭୂମି ଓ ପିକନିକ ସ୍ପଟରେ ମଧ୍ୟ ଯେମିତି ଭିଡ଼ ନହୁଏ ନଜର ରଖିବାକୁ ଜିଲ୍ଲାପାଳ କହିଛନ୍ତି ।

ଅନ୍ୟପଟେ, ଆଜିଠାରୁ ଗଞ୍ଜାମ ଜିଲ୍ଲାରେ କରୋନା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ । ରଥ ଗାଁ ଗାଁ ବୁଲି କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଗଞ୍ଜାମ, ବ୍ରହ୍ମପୁର

ତିନି ଶହ ଲିଟର ନକଲି ଲ୍ୟୁବ୍ରିକାଣ୍ଟ ଜବତ

December 20, 2020 By LocalWire Leave a Comment

ବ୍ରହ୍ମପୁର, ଡିସେମ୍ବର ୨୦(ଲୋକାଲ ୱାୟାର): ବ୍ରହ୍ମପୁରର ନିଳାଦ୍ରୀବିହାର ତ୍ରିନାଥନଗରରେ ପୁଲିସ ଚଢ଼ାଉ କରି ପ୍ରାୟ ୩ ଶହ ନକଲି ଲ୍ୟୁବ୍ରିକାଣ୍ଟ ଓ ୫ ହଜାର ଡବା ଜବତ କରିଥିବା ଜନୈକ ଅଧିକାରୀ ରବିବାର କହିଛନ୍ତି ।

ସାଧାରଣ ତେଲରେ ବିଭିନ୍ନ ପ୍ରକାର ରଙ୍ଗ ଓ ରାସାୟନିକ ଦ୍ରବ୍ୟ ମିଶ୍ରଣ କରି ନାମୀଦାମୀ କମ୍ପାନିର ଲେବୁଲ ମାରି ଏଠାରୁ ବଜାରକୁ ଛଡ଼ା ଯାଉଥିଲା ।

ଏଥିପାଇଁ କଞ୍ଚାମାଲ ଦିଲ୍ଲୀ ଓ କଲିକତାରୁ ଅଣାଯାଉଥିଲା । ପ୍ରତି ଡବା ଇଞ୍ଜିନି ଅଏଲରୁ ୨ଶହରୁ ଅଧିକ ଟଙ୍କା ଲାଭ ମିଳୁଥିଲା ।

ଏହି ଘଟଣାରେ ଜଣଙ୍କୁ ଅଟକ ରଖାଯାଇଥିବା କହିଛନ୍ତି ଏସଡିପିଓ ବିଷ୍ଣୁପ୍ରସାଦ ପତି।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଗଞ୍ଜାମ

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 98
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire