• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

ଘଟଣା

ରାଜ୍ୟରେ ୭୦ ଜଣ ନିଜାମୁଦ୍ଦିନ ଫେରନ୍ତା ଚିହ୍ନଟ ହୋଇଛନ୍ତି

April 7, 2020 By LocalWire Leave a Comment

ଭୁବନେଶ୍ୱର, ଏପ୍ରିଲ ୭(ଲୋକାଲ ୱାୟାର): ରାଜ୍ୟରେ ମୋଟ ୭୦ ଜଣ ଦିଲ୍ଲୀ ନିଜାମୁଦ୍ଦିନ ସମ୍ମିଳନୀ ଫେରନ୍ତା ଚିହ୍ନଟ ହୋଇଥିବା ରାଜ୍ୟ କରୋନା ମୁକାବିଲା କାର୍ଯ୍ୟକ୍ରମ ମୁଖପାତ୍ର ସୁବ୍ରତ ବାଗଚୀ ମଙ୍ଗଳବାର କହିଛନ୍ତିି ।

ପୂର୍ବରୁ ରାଜ୍ୟରେ ୨୮ ଜଣ ନିଜାମୁଦ୍ଦିନ ଫେରନ୍ତା ସରକାରଙ୍କ ପାଖରେ ନାମ ପଂଜିକରଣ କରିଥିଲେ । ଏବେ ମୁଖ୍ୟମନ୍ତ୍ରୀଙ୍କ ନିବେଦନ କ୍ରମେ ଆଉ ୪୨ ଜଣ ନିଜାମୁଦ୍ଦିନ ଫେରନ୍ତା ନାମ ପଂଜିକରଣ କରିଛନ୍ତି ।

ରାଜ୍ୟରେ ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ୨୨୧୨ଟି ନମୁନା କୋଭିଡ ପରୀକ୍ଷା ହୋଇଥିବା ବେଳେ ୪୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ପଜିଟିଭଙ୍କ ମଧ୍ୟରେ ଭୁବନେଶ୍ୱରରେ ୩୪ ଜଣ, ଭଦ୍ରକରୁ ୩ ଜଣ, କଟକ, ପୁରୀ, କଳାହାଣ୍ଡି, ଯାଜପୁର ଓ କେନ୍ଦ୍ରାପଡ଼ାର ଜଣେ ଲେଖାଏଁ ଅଛନ୍ତିି । ୮୬ ଜଣ ଲୋକଙ୍କୁ ପୃଥକାବାସରେ ରହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଘଟଣା

ଶ୍ୱଶୁର ଘର ନିର୍ଯାତନା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେଲେ କ୍ରିକେଟିୟର ନଟରାଜ

March 13, 2020 By Prabeen Sahoo Leave a Comment

କଟକ,ମାର୍ଚ୍ଚ୧୨ (ଲୋକାଲ ୱାୟାର): ଶ୍ୱଶୁର ଘର ନିର୍ଯାତନା ଘଟଣାରେ ପୁଲିସର ନୀରବତାକୁ ନେଇ ଜଣାଶୁଣା କ୍ରିକେଟିୟର ନଟରାଜ ବେହେରା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫେରାଦ ହୋଇଥିବା ଗୁରୁବାର ଦିନ ସେ କହିଛନ୍ତି।

ଶ୍ବଶୁର ଘର ଲୋକେ ତାଙ୍କୁ ଜାତିଆଣ ଆକ୍ଷେପ କରିବା ସହ ହତ୍ୟା ଧମକ ମଧ୍ୟ ଦେଇଥିବା ନଟରାଜ କହିଛନ୍ତି।

ସେ ଏ ନେଇ ସେ ସ୍ଥାନୀୟ ଥାନାରେ ଏତଲା ଦାୟର କରିଥିଲେ ମଧ୍ୟ ମାତ୍ର ପୁଲିସ ଏକ ମାମଲା ରୁଜୁ କରି ଚୁପ ହୋଇ ବସିଥିବା ସେ ଅଭିଯୋଗ କରିଛନ୍ତି।

ବାରମ୍ବାର ଗୁହାରି ସତ୍ତ୍ୱେ ପୁଲିସ ନ ଶୁଣିବାରୁ ନଟରାଜ ଏଥିରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି।

ଲୋକାଲ ୱାୟାର

Filed Under: Odia Tagged With: କଟକ, ଘଟଣା

୨୬୬ କୋଟି ଟଙ୍କାର ଜିଏସଟି ଠକେଇ ଘଟଣାରେ ଅତୁଲ ବଂଶଲଙ୍କୁ ଜାମିନ

March 12, 2020 By LocalWire Leave a Comment

କଟକ,ମାର୍ଚ୍ଚ୧୧ (ଲୋକାଲ ୱାୟାର): ରାଜ୍ୟରେ ୨୬୬ କୋଟି ଟଙ୍କାର ଜିଏସଟି ଠକେଇ ଘଟଣାରେ ଗିରଫ ମୁଖ୍ୟ ଅଭିଯୁକ୍ତ ଅତୁଲ ବଂଶଲଙ୍କୁ ଓଡିଶା ହାଇକୋର୍ଟ ବୁଧବାର ଦିନ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି।

ନିମ୍ନ ଅଦାଲତ ଅତୁଲଙ୍କୁ ଜାମିନରେ ଛାଡିବା ପାଇଁ ନିଜ ପକ୍ଷରୁ ସର୍ତ୍ତାରୋପ କରିବାକୁ ବିଚାରପତି ବିଭୁ ପ୍ରସାଦ ରାଉତରାୟ ଏହି ଆଦେଶରେ ସ୍ପଷ୍ଟ କରିଛନ୍ତି।

ଅଭିଯୋଗ ଅନୁଯାୟୀ ଯାଜପୁର ବିରଜା ଷ୍ଟିଲରୁ ଉତ୍ପାଦିତ ଲୁହା ରଡ ଚାଲାଣ ବେଳେ ୨୬୬ କୋଟି ଟଙ୍କା ଜିଏସଟି ଠକେଇ ହୋଇଥିଲା।

ଏହି ମାମଲାରେ ରାମଚନ୍ଦ୍ର ମଲ୍ଲିକ, ଦିନଦୟାଲ ଅଗ୍ରୱାଲ, ଆଦିତ୍ୟ କୁମାର ନାୟକ ଏବଂ ମାଷ୍ଟର ମାଇଣ୍ଡ ଅତୁଲ ବଂଶଲଙ୍କୁ ଗତ ୨୦୧୯ ଅକ୍ଟୋବର ୨୫ ତାରିଖରେ ଗିରଫ କରାଯାଇଥିଲା।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କଟକ, ଘଟଣା

ୟେସ୍ ବ୍ୟାଙ୍କରେ ଜଗନ୍ନାଥ ମନ୍ଦିର ପାଣ୍ଠି ଜମାକୁ ନେଇ ଶୋଭାଯାତ୍ରା ଓ ଧାରଣା

March 11, 2020 By LocalWire Leave a Comment

ପୁରୀ, ମାର୍ଚ୍ଚ ୧୧ (ଲୋକାଲ ୱାୟାର): ୟେସ୍ ବ୍ୟାଙ୍କର ପୁରୀ ଶାଖାରେ ଜଗନ୍ନାଥ ମନ୍ଦିରର ପାଣ୍ଠି ଜମା ରଖିବା ଓ ଅଂଶଧନ ବିକ୍ରି ବିରୋଧରେ ସିପିଆଇଏମ ବୁଧବାର ଏକ ଶୋଭାଯାତ୍ରା କରିଛି ।

ଆଜି ଦଳର କର୍ମୀମାନେ ଶୋଭାଯାତ୍ରାରେ ଆସି ସେଠାରେ ଧାରଣା ଦେଇଥିଲେ ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି ।

ସେଥିରେ ଆରବିଆଇ ଉକ୍ତ ବ୍ୟାଙ୍କରେ ଲଗାଇଥିବା କଟକଣାକୁ ଶୀଘ୍ର ଉଠାଇବା ସହ ଜନସାଧାରଣଙ୍କ ଜମା ଅର୍ଥ ସୁରକ୍ଷା ପାଇଁ ସେମାନେ ଦାବି କରିଛନ୍ତି ।

ସମବାୟ ବ୍ୟାଙ୍କଗୁଡିକ ୟେସ୍ ବ୍ୟାଙ୍କ ଶାଖାରେ ଅର୍ଥ ରଖିଥିବାରୁ ଉପଭୋକ୍ତାମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେଣୁ ସେହି ବେଆଇନ୍ ପାଣ୍ଠି ଜମା ବାବଦରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଘଟଣା, ପୁରୀ

ଆଜିଠୁ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ, ଶ୍ରୀମନ୍ଦିର ଟଙ୍କା ହେବ ମୁଖ୍ୟ ପ୍ରସଙ୍ଗ

March 11, 2020 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୧୧(ଲୋକାଲ ୱାୟାର): ଆଜିଠୁ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଉଥିବା ବେଳେ ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ରଖାଯିବା ଘଟଣା ହିଁ ମୁଖ୍ୟ ପ୍ରସଙ୍ଗ ହେବ ବୋଲି କଂଗ୍ରେସ ଓ ବିଜେପିର ବରିଷ୍ଠ ନେତାମାନେ ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ରାଜ୍ୟ ବିଧାନସଭାର ଦୁଇ ପର୍ଯ୍ୟାୟ ବିଶିଷ୍ଟ ବଜେଟ ଅଧିବେଶନ ଫେବ୍ରୁଆରୀ ୧୪ ତାରିଖରେ ଆରମ୍ଭ ହୋଇଥିଲା ।

ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୨୬ ତାରିଖରେ ଶେଷ ହୋଇଥିବା ବେଳେ ଏହି ଅବଧିରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଆଗତ କରିଥିଲେ ।

ପ୍ରଥମ ପର୍ଯ୍ୟାୟରେ ଧାନ କ୍ରୟରେ ଅବ୍ୟବସ୍ଥା, ଆଇନ ଶୃଙ୍ଖଳା ବ୍ୟବସ୍ଥା ଇତ୍ୟାଦି ପ୍ରସଙ୍ଗ ହୋଇଥିଲା ।

ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୧ (ଆଜିଠୁ) ଆରମ୍ଭ ହେଉଥିବା ବେଳେ ଏପ୍ରିଲ ୯ ତାରିଖରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି ।

ତେବେ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବା ପୂର୍ବରୁ ଶ୍ରୀମନ୍ଦିର ଟଙ୍କା ପ୍ରସଙ୍ଗରେ ରାଜନୀତି ସରଗରମ ରହିଛି ।

ୟେସ୍ ବ୍ୟାଙ୍କ ଏକ ବେସରକାରୀ ବ୍ୟାଙ୍କ ହୋଇଥିଲେ ମଧ୍ୟ ଶ୍ରୀନ୍ଦିରର ୫୪୫ କୋଟି ଟଙ୍କା କାହା ନିର୍ଦ୍ଦେଶରେ ସେଠାରେ ରଖାଯାଇଥିଲା ଏବଂ ଏବେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବ୍ୟାଙ୍କକୁ ନିଜ କବ୍ଚାକୁ ନେଇ ସାରିଥିବା ବେଳେ ଟଙ୍କାର ଭବିଷ୍ୟତ କ’ଣ ବୋଲି ବିରୋଧୀ ମାନେ ପ୍ରଶ୍ନ ଉଠାଇଛନ୍ତି ।

ଏପରିକି ୟେସ୍ ବ୍ୟାଙ୍କ ଅନିୟମିତତା କଥା ପଦାକୁ ଆସିବା ପରେ ତିରୁପତି ତିରୁମାଲା ମନ୍ଦିର ଟ୍ରଷ୍ଟ ରଖିଥିବା ଅର୍ଥ ତୁରନ୍ତ ଉଠାଇ ନେବାରେ ସଫଳ ହୋଇଛି । କିନ୍ତୁ ଶ୍ରୀମନ୍ଦିର କର୍ତ୍ତୃପକ୍ଷ ଚୁପ୍ ଚାପ୍ କାହିଁକି ବସିଥିଲେ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି ।

ଏହି ପ୍ରସଙ୍ଗରେ ଦିନେ ତଳେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିବା କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, ବିଧାନସଭାରେ ଏହି ପ୍ରସଙ୍ଗକୁ ତାଙ୍କ ଦଳ ଉଠାଇବ ।

ଏଥିପାଇଁ କିଏ ଦାୟୀ ତାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିବାକୁ ସେ ଦାବି କରିଛନ୍ତି ।

ସେହିପରି ଚିଟଫଣ୍ଡ ସ୍କାମର ତଦନ୍ତ କରୁଥିବା ଜଷ୍ଟିସ୍ ଏମଏମ ଦାସ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ନ ହେବା ଘଟଣାକୁ ମଧ୍ୟ ପ୍ରସଙ୍ଗ କରିବାକୁ ବିରୋଧୀ ଦଳ ଗୁଡ଼ିକ ପ୍ରସ୍ତୁତ ହେଉଥିବା ଜଣେ ବିଧାୟକ ସୂଚନା ଦେଇଛନ୍ତି ।

ଶ୍ରୀମନ୍ଦିର ଟଙ୍କା ପ୍ରସଙ୍ଗ ସହ ଧାନ କ୍ରୟରେ ଅବ୍ୟବସ୍ଥା ଯୋଗୁ ରାଜ୍ୟରେ ଚାଷୀମାନେ ହଇରାଣ ହେଉଥିବାରୁ ଏହି ପ୍ରସଙ୍ଗକୁ ମଧ୍ୟ ଗୃହରେ ଉଠାଯିବ ବୋଲି କହିଛନ୍ତି ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀ ।

ଆଗକୁ ରାଜ୍ୟସଭା ନିର୍ବାଚନ ଥିବାରୁ ବିଧାନସଭାରେ ବିଜେପି-ବିଜେଡି ସମ୍ପର୍କକୁ ନେଇ ମଧ୍ୟ କଂଗ୍ରେସ ସଦସ୍ୟମାନେ କଡ଼ା ଟିପ୍ପଣୀ କରିବାର ସମ୍ଭାବନା ରହିଛି ।

ତେବେ ରାଜ୍ୟ ସଭା ନିର୍ବାଚନରେ କଂଗ୍ରେସ ଭୋଟ ଦାନ ନ କରିପାରେ ବୋଲି ପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଥିବା ବେଳେ ବିଜେପି ମଧ୍ୟ ପ୍ରାର୍ଥୀ ଦେବ ନାହିଁ ବୋଲି ଦଳର ବରିଷ୍ଠ ନେତା କହି ସାରିଛନ୍ତି ।

ଏପରି କ୍ଷେତ୍ରରେ ବିଜେଡି ଘୋଷଣା କରିଥିବା ଚତୁର୍ଥ ପ୍ରାର୍ଥୀଙ୍କ ପ୍ରତି କାହାର ସମର୍ଥନ ମିଳିବ ତାହା ହିଁ ରାଜନୈତିକ ମହଲରେ ଏବେ ଆଲୋଚନାର ବିଷୟ ହୋଇଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଘଟଣା

ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ

March 9, 2020 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୯(ଲୋକାଲ ୱାୟାର): ୟେସ୍ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜ କବ୍ଚାକୁ ନେଇଯିବା ପରେ ସେଠାରେ ଥିବା ଶ୍ରୀମନ୍ଦିରର ୫୪୫ କୋଟି ଟଙ୍କା ଫେରି ପାଇବା ନେଇ ସନ୍ଦେହ ଉପୁଜିଥିବା ବେଳେ ରାଜ୍ୟ ସରକାରଙ୍କୁ ଏହି ପ୍ରସଙ୍ଗରେ ବିରୋଧୀ ଦଳର ନେତାମାନେ ତୀବ୍ର ସମାଲୋଚନା କରି ତଦନ୍ତ ଦାବି କରିଛନ୍ତି ।

କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ କ’ଣ ପାଇଁ ଏହି ପ୍ରସଙ୍ଗରେ ନିରବ ରହିଛନ୍ତି । କାହା ନିର୍ଦ୍ଦେଶରେ ଏକ ବେସରକାରୀ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ରହିଲା ତାହାର ତଦନ୍ତ ହେଉ ।

ଟଙ୍କା ଫେରି ପାଇବା ଉପରେ ରାଜ୍ୟବାସୀଙ୍କର ସନ୍ଦେହ ଉପୁଜିଲାଣି । ଆଗକୁ ବିଧାନସଭାରେ ଏହି ପ୍ରସଙ୍ଗ କଂଗ୍ରେସ ଜୋରଦାର ଉଠାଇବ । କେବଳ ଚିଠି ଲେଖି ଦେଇ ନିରବ ରହିବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ଏହାର ତଦନ୍ତ କରିବାକୁ ସେ ଦାବି କରିଛନ୍ତି ।

ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ୟେସ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ରଖାଯିବା ପଛରେ ବଡ଼ ଧରଣର ଭ୍ରଷ୍ଟାଚାର ହୋଇଛି । ୟେସ୍ ବ୍ୟାଙ୍କ ପ୍ରାୟୋଜନରେ ରାଜ୍ୟର ଜଣେ ସଚିବ ବିଦେଶ ଗସ୍ତରେ ଯାଇଥିବା ଜଣାପଡ଼ିଛି ।

ଏହାର ତଦନ୍ତ ପାଇଁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବେ । ତେବେ ମହାପ୍ରଭୁଙ୍କ ଟଙ୍କା ନିଶ୍ଚିତ ଫେରିବ ବୋଲି ତାଙ୍କର ବିଶ୍ୱାସ ଥିବା ସେ କହିଥିଲେ ।

ଅପରପକ୍ଷରେ ବରିଷ୍ଠ ବିଜେପି ନେତା ବିଜୟ ମହହାପାତ୍ର ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଏହି ଘଟଣାରେ ଏକ କୋଟେରୀ ଓ ଗ୍ୟାଙ୍ଗ କାମ କରିଛି ।

ରାଜ୍ୟ ସରକାର ସ୍ପଷ୍ଟୀକରଣ ନଦେବା ପଛରେ କାରଣ କରିଛି । ଜଣେ ପରିଚାଳନା କମିଟି ସଦସ୍ୟ ଓ ୨ଜଣ କର୍ମଚାରୀଙ୍କ ଭୂମିକା ଏହା ପଛରେ ରହିଛି ।

୨୦୧୫ ମସିହାରେ ଅଡିଟର ଜେନେରାଲ (ଏଜି) ଶ୍ରୀମନ୍ଦିର ଟଙ୍କାରେ ଅନିୟମିତତା ହୋଇଥିବା ଦର୍ଶାଇଥିବା ବେଳେ ରାଜ୍ୟ ସରକାର ୫ ବର୍ଷ ନିରବ ରହିବାର କାରଣ କ’ଣ? ନିକଟରେ ସମାନ ଅପରାଧ ପାଇଁ ଉଦ୍ୟାନ କୁୃଷି ନିର୍ଦ୍ଦେଶକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା ।

ଏହି ଘଟଣାରେ ସରକାର ନିରବ କାହିଁକି? ନିଜ ସ୍ୱାର୍ଥ ପାଇଁ ସମସ୍ତେ ଏହି କ୍ଷେତ୍ରରେ ବେନିୟମ କାମ କରିଛନ୍ତି । ବେସରକାରୀ ବ୍ୟାଙ୍କରେ ଟଙ୍କା ରଖିବାକୁ ସେତେବେଳେ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହିଁ ଯୁକ୍ତି ବାଢ଼ିଥିଲେ ।

ଏବେ ସେ ରାଜ୍ୟ ସରକାରଙ୍କ ଗେହ୍ଲାପୁଅ ହୋଇଛନ୍ତି । ରାଜ୍ୟ ସରକାର ରିଜର୍ଭ ବ୍ୟାଙ୍କକୁ ଚିଠି ନ ଲେଖି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)କୁ ତଦନ୍ତ ପାଇଁ ଚିଠି ଲେଖିଲେ ବହୁ ଗୁମର ପଦାକୁ ଆସନ୍ତା ବୋଲି ସେ କହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଘଟଣା, ପୁରୀ

ଟ୍ରାଫିକ୍ ଚେକିଂ: ତୃତୀୟ ଦିନରେ ୧୪୩୪ଙ୍କୁ ଇ-ଚାଲାଣ

March 4, 2020 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୩(ଲୋକାଲ ୱାୟାର): ଟ୍ରାଫିକ୍ ଯାଞ୍ଚ କଡ଼ାକଡ଼ି ହେବା ପରେ ତୃତୀୟ ଦିବରେ ମଙ୍ଗଳବାର ୧୪୩୪ ଜଣଙ୍କୁ ଆଇନ ଉଲ୍ଲଂଘନ ଅଭିଯୋଗରେ ଇ-ଚାଲାଣ କଟାଯାଇଥିବା ରାଜ୍ୟ ପରିବହନ କମିସନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ବିନା ହେଲମେଟ୍‌ରେ ବାଇକ ଚଳାଉଥିବାରୁ ୭୧୫ ଜଣଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି ।

୨୬ଜଣ ମଦ୍ୟପ ଗାଡ଼ି ଚାଳକ, ଦ୍ରୁତଗତିରେ ଗାଡ଼ି ଚଳାଉଥିବାରୁ ୧୨୯ ଜଣ, ରଙ୍ଗ୍ ରୁଟରେ ଡ୍ରାିଭିଂ ପାଇଁ ୧୨ଜଣ, ତିନି ଜଣ ବସି ଯାଉଥିବାରୁ ୩୩ ଜଣ ଏବଂ ମୋବାଇଲରେ କଥା ହୋଇ ଡ୍ରାଇଭିଂ କରୁଥିବାରୁ ୨୭ଜଣଙ୍କ ନାମରେ ଇ-ଚାଲାଣ କଟାଯାଇଥିବା ସୂଚନା ଦିଆଯାଇଛି ।

ଲୋକାଲ ୱାୟାର

Filed Under: Odia, ଘଟଣା Tagged With: ଓଡିଶା, ଘଟଣା

ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ : ହତ୍ୟା ମାମଲା ରୁଜୁ ଦାବିରେ ରାସ୍ତାରୋକ

March 4, 2020 By Prabeen Sahoo Leave a Comment

କଟକ,ମାର୍ଚ୍ଚ ୩ (ଲୋକାଲ ୱାୟାର): ମଙ୍ଗଳାବାଗ ଥାନା ଅଞ୍ଚଳରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ମିଳିବା ଘଟଣାରେ ନରହତ୍ୟା ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ଥାନୀୟ ଲୋକ ରାସ୍ତାରୋକ କରିଥÒବା ପୁଲିସ ମଙ୍ଗଳବାର ଦିନ କହିଛି।

ପ୍ରେମିକାର ପ୍ରତାରଣା ସହି ନ ପାରି ସେ ଆତ୍ମହତ୍ୟା କରିଥିବା ମୃତଦେହ ନିକଟରୁ ଜବତ ସୁଇସାଇଡ ନୋଟରେ ଲେଖାଥିଲା ବେଳେ ମୃତ ଯୁବକର ପରିବାର ଲୋକ ଏହାକୁ ଏକ ସୁଚିନ୍ତିତ ହତ୍ୟା ବୋଲି ଅଭିଯୋଗ କରିଛନ୍ତି।

ଏହି ସମ୍ବେଦନଶୀଳ ଘଟଣାରେ ପ୍ରେମିକା ଓ ତାଙ୍କ ପରିବାର ଲୋକଙ୍କୁ ଗିରଫ ଦାବିରେ ମୃତ ଯୁବକର ପରିବାର ଓ ଶୁଭେଚ୍ଛୁମାନେ ଅଡି ବସିଥିଲେ।

ଫଳରେ ମଙ୍ଗଳାବାଗ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।

ମୃତ ଯୁବକ ମହ୍ଲାସାହିର ରବିନ୍ଦ୍ର ଭୂୟାଁଙ୍କ ପୁଅ ବିଶ୍ୱନାଥ ଭୂୟାଁ(୨୫)। ସେ ଘରେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିଲେ।

ଶବ ବ୍ୟବଚ୍ଛେଦ ପୂର୍ବରୁ ଶବ ପଞ୍ଚନାମା କଲା ବେଳେ ତାଙ୍କ ଶରୀରରେ ଗଭୀର କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା। ଏଣୁ ତାଙ୍କୁ ହତ୍ୟା କରିବା ସନ୍ଦେହ ଘନିଭୁତ ହୋଇଛି।

ଏହାକୁ ନେଇ ଶତାଧିକ ଲୋକେ ମଙ୍ଗଳବାଗ ଥାନା ସମ୍ମୁଖରେ ମୃତ ଦେହକୁ ରଖି ଟାୟାର ଜାଳି ବିକ୍ଷୋଭ କରିଥିଲେ।

ଡିସିପି ଅଖିଳେଶ୍ୱର ସିଂହ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବକର ପରିବାର ଲୋକଙ୍କ ସହ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା।

ଲୋକାଲ ୱାୟାର

Filed Under: Odia, ଘଟଣା Tagged With: ଓଡିଶା, କଟକ, ଘଟଣା

ପୂର୍ତ୍ତ ଅଧୀକ୍ଷଣ ଯନ୍ତ୍ରୀଙ୍କ ସମ୍ପତ୍ତି ୨.୭ କୋଟି (ଅପଡେଟ୍‌)

March 3, 2020 By LocalWire Leave a Comment

ବ୍ରହ୍ମପୁର, ମାର୍ଚ୍ଚ ୩(ଲୋକାଲ ୱାୟାର): ବ୍ରହପୁର ମଣ୍ଡଳ ରାସ୍ତା ଓ କୋଠାବାଡ଼ି ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ ବିନୋଦ କୁମାର ପାଢ଼ୀଙ୍କ ଘରେ ମଙ୍ଗଳ ବାର ଭିଜିଲାନ୍ସ ଚଢ଼ାଉ ହୋଇଥିବା ବେଳେ ତାଙ୍କର ୨.୭ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

ମଙ୍ଗଳବାର ସକାଳେ ବ୍ରହ୍ମପୁର ଭିଜିଲାନ୍ସ ସ୍ୱତନ୍ତ୍ର ଜଜଙ୍କ ପକ୍ଷରୁ ଜାରି ସର୍ଚ୍ଚ ୱାରେଣ୍ଟ୍ ବଳରେ ଶ୍ରୀ ପାଢ଼ୀଙ୍କ କାର୍ଯ୍ୟାଳୟ ଓ ବାସଭବନ ସମେତ ୧୨ଟି ସ୍ଥାନରେ ଏକକାଳୀନ ଚଢ଼ଉ ହୋଇଥିଲା ।

ଶ୍ରୀ ପାଢ଼ୀଙ୍କ ବ୍ରହ୍ମପୁରସ୍ଥିତ ସରକାରୀ କାର୍ଯ୍ୟାଳୟ, ଗୋଦାବରୀଶ ନଗରରେ ରହୁଥିବା ସମ୍ପର୍କୀୟ ଅଶୋକ ପଣ୍ଡାଙ୍କ ଘର, ହିଲପାଟଣା ହରବିନୋ ସ୍କୁଲ ନିକଟ ସପିଙ୍ଗ୍ କମ୍ପେ୍ଲକ୍ସ, ଆମ୍ବପୁଆ ଓ ପାନକାଲାପଲ୍ଲୀ ଠାରେ ନିର୍ମାଣାଧୀନ କୋଠା, ଜୟପ୍ରକାଶ ନଗରସ୍ଥିତ ଠିକାଦାର ସଚିନ ପାଢ଼ୀଙ୍କ ଘର, ଗଞ୍ଜାମସ୍ଥିତ ପୈତୃକ ବାସଭବନ, ଗଞ୍ଜାମରେ ଥିବା ୨ଟି କୋଠା ଓ ସପିଙ୍ଗ କମ୍ପେ୍ଲକ୍ସ, ଗୋସାଇଁନୂଆଗାଁସ୍ଥିତ ଠିକାଦାର ସୀମାଞ୍ଚଳ ପାତ୍ରଙ୍କ ଘର, କମାପଲ୍ଲୀ ଭିଆଇପି କଲୋନୀସ୍ଥିତ ସରକାରୀ ବାସଭବନ, ଖଲ୍ଲିକୋଟ ବ୍ଲକ୍ ଡିମିରିଆସ୍ଥିତ ଫାର୍ମ ହାଉସ୍ ଏବଂ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ମେଟ୍ରୋ ରେସିଡେନ୍ସି ଫ୍ଲାଟରେ ଚଢ଼ଉ କରାଯାଇଥିଲା ।

ପ୍ରାରମ୍ଭିକ ଆକଳନ ଅନୁଯାୟୀ ଇଂ ପାଢ଼ୀଙ୍କର ପ୍ରାୟ ୨ କୋଟି ଟଙ୍କାର ସ୍ଥାବର/ଅସ୍ଥାବର ସମ୍ପତ୍ତି ଏବଂ ପ୍ରାୟ ୭୦ ଲକ୍ଷ ଟଙ୍କାର ବ୍ୟାଙ୍କ୍ ଡିପୋଜିଟ୍ ଠାବ ହୋଇଥିବା ବ୍ରହ୍ମପୁର ଭିଜିଲାନ୍ସ ଏସପି ମାୟାଧର ସ୍ୱାଇଁ କହିଛନ୍ତି ।

ଲୋକାଲ ୱାୟାର

Filed Under: Odia, ଘଟଣା Tagged With: ଓଡିଶା, ଘଟଣା, ବ୍ରହ୍ମପୁର

ସଂସଦରେ ସଂଗୀତା ସିଂହଦେଓଙ୍କ ଉପରେ ଆକ୍ରମଣ

March 3, 2020 By LocalWire Leave a Comment

ବଲାଙ୍ଗିର, ମାର୍ଚ୍ଚ ୩ (ଲୋକାଲ ୱାୟାର) :ସଂସଦ ଭବନରେ ଗୃହକାର୍ଯ୍ୟ ଚାଲିଥିବା ବେଳେ ବଲାଙ୍ଗିର ସାଂସଦ ସଂଗୀତା ସିଂହଦେଓଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।

ବିରୋଧୀ ଦଳର ଦୁଇ ମହିଳା ସାଂସଦ ଭାମ୍ୟାଲକ୍ଷ୍ମୀ ଓ ଜ୍ୟୋତିମଣି ତାଙ୍କୁ ଆକ୍ରମଣ କରିଥିବା ସେ କହିଛନ୍ତି ।

ମୋ ହାତକୁ ଆଞ୍ଚୁଡ଼ି ଦେବା ସହ କହୁଣୀରେ ଛାତିକୁ ମାରିଥିଲେ ।

ସ୍ମୃତି ଇରାନି ମୋତେ ରକ୍ଷା କରିନଥିଲେ ମୁଁ ପଡ଼ି ଯାଇଥାନ୍ତି ବୋଲି ସଂଗୀତା କହିଛନ୍ତି ।

ଘଟଣା ପରେ ସେ ସଂସଦ ହସ୍ପିଟାଲ ଯାଇ ଚିକିତ୍ସା କରାଇଥିବା ଜଣାପଡ଼ିଛି ।

ମେଡ଼ିକାଲ ରିପୋର୍ଟ ସହ ବାଚସ୍ପତିଙ୍କୁ ଅଭିଯୋଗ କରିଥିବା ସେ କହଇଛନ୍ତି ।

ଆକ୍ରମଣକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ ଦାବି କରିଛନ୍ତି ।

ଲୋକାଲ ୱାୟାର

Filed Under: Odia, ଘଟଣା Tagged With: ଓଡିଶା, ଘଟଣା, ବଲାଙ୍ଗିର

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 211
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire