• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

ଜଗତସିଂହପୁର

ବେକାର ଯୁବକଙ୍କ ଆଶାର ଆଲୋକ: ମହାଗୁରୁ ବାଟାଲିୟନ

January 21, 2021 By Amarnath Parida Leave a Comment

ଜଗତସିଂହପୁର, ଜାନୁଆରୀ ୨୧ (ଲୋକାଲ ୱାୟାର): ସେନା ଚାକିରିକୁ ଅଣଦେଖା କରି ନାଉଗାଁ ତହସିଲ ଅନ୍ତର୍ଗତ ଅରଖକୁଦ ଗାଁର ସିଲୁ ନାୟକ ନିଜ ଗାଁରେ ଖୋଲିଛନ୍ତି ମହାଗୁରୁ ବାଟାଲିୟନ ।

ଏଠାରେ ଆଖପାଖ ଗାଁର ବେକାର ଯୁବକମାନଙ୍କୁ ଭାରତୀୟ ସେନାରେ ଚାକିରି ପାଇଁ ଯୋଗ୍ୟ ଭାବେ ଗଢି ତୋଳିବାକୁ ତାଲିମ ପ୍ରଦାନ କରାଯାଉଛି ।

ଏଠାରୁ ତାଲିମ ନେଇ ପ୍ରାୟ ୭୦ ଯୁବକ ଭାରତୀୟ ସେନା ଓ ଅନ୍ୟ ସୁରକ୍ଷା ସଂସ୍ଥାରେ ନିଯୁକ୍ତି ପାଇ ସାରିଲେଣି ।

ଜିଲ୍ଲାର ଯୁବକମାନଙ୍କୁ ଭାରତୀୟ ସେନାରେ ଯୋଗ ଦେବା ପାଇଁ ଆକର୍ଷିତ କରିବା ମହାଗୁରୁ ବାଟାଲିୟନ ଉଦ୍ୟମ କରୁଛି ।

ସେନାରେ ନିଯୁକ୍ତି ପାଇଁ ଯୁବକଙ୍କୁ ତାଲିମ ସହ ଦେଶର ସେବା କରିବାକୁ ସୁଯୋଗ ପ୍ରଦାନ ବାଟାଲିୟନର ଲକ୍ଷ୍ୟ ।

ପାଚଂ ବର୍ଷ ପୂର୍ବେ ସିଲୁ ଗାଁରେ ବାଟାଲିୟନ ଖୋଲିଥିଲେ । ଶାରୀରିକ ଫିଟନେଟ ଟିପ୍ସ, ସାଧାରଣ ଜ୍ଞାନ, ଗଣିତ ଆଦି ବିଷୟରେ ସେ ତାଲିମ ଦେଉଛନ୍ତି ।

ଦେବୀ ନଦୀ ଶଯ୍ୟା ପାଲଟିଛି ବାଟାଲିୟନ ତାଲିମ କେନ୍ଦ୍ର । ବାଲିକୁଦା, ନାଉଁଗାଁ ଓ ଆଖପାଖ ଗାଁର ଶିକ୍ଷିତ ବେକାର ଯୁବକମାନେ ତାଲିମ ନେବାକୁ ଭିଡ ଲଗାଉଛନ୍ତି । ସବୁଠାରୁ ବଡ କଥା ହେଲା ସିଲୁ ଏଥିପାଇଁ କାହାଠାରୁ ଟଙ୍କାଟିଏ ମଧ୍ୟ ନେଉନାହାନ୍ତି ।

ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ, ନାଉଗାଁରୁ ସ୍ନାତକ ପରେ ଭାରତୀୟ ସେନାରେ ଯୋଗ ଦେବାକୁ ଇଚ୍ଛୁକ ଥିଲେ ସିଲୁ ।

୨୦୧୬ରେ ସିଆଇଏସଏଫ ଇଂଟରଭିଉ ପାଇଁ ଚୟନ ହୋଇଥିଲେ ମଧ୍ୟ ସେ ସ୍ୱାବଲମ୍ବୀ ହେବାକୁ ଗାଁକୁ ଫେରି ଆସିଥିଲେ ।

ଗାଁକୁ ଫେରି ସିଲୁ ମହାଗୁରୁ ବାଟାଲିୟନ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ । ତାଲିମ ନେଇଥିବା ପ୍ରାୟ ୩ ଶହ ଯୁବକଙ୍କ ମଧ୍ୟରୁ ପ୍ରଥମ ପାଂଚ ବର୍ଷରେ ୭୦ ଜଣ ବିଭିନ୍ନ ସୁରକ୍ଷା ସଂସ୍ଥାରେ ଯୋଗ ଦେଇଛନ୍ତି ।

ସେମାନଙ୍କ ମଧ୍ୟରୁ ଭାରତୀୟ ସେନାରେ ୧୮, ଓଡିଶା ପୁଲିସରେ ୧୪, ସିଆରପିଏଫରେ ୪, ବିଏସଏଫ ୪, ଭାରତୀୟ ବାୟୁ ସେନାରେ ୩, ନୌସେନାରେ ୬ ଓ ଅନ୍ୟମାନେ ବିଭିନ୍ନ ସୁରକ୍ଷା ସଂସ୍ଥାରେ ନିୟୋଜିତ ହୋଇଛନ୍ତି ।

ସିଲୁ ସେମାନଙ୍କୁ ଶାରୀରିକ କସରତ କରାଉଥିବା ବେଳେ ତାଲିମ ନେବାକୁ ଆସିଥିବା ପ୍ରତିଭାବାନ ପିଲାମାନେ ସାଧାରଣଜ୍ଞାନ, ଗଣିତ ଓ ଅନ୍ୟ ବିଷୟ ପଢାଇଥାନ୍ତି ।

ମହାଗୁରୁ ବାଟାଲିୟନରେ ୨ ବର୍ଷ ତାଲିମ ନେବା ପରେ ନୌବାହିନୀରେ ୨୦୧୮ରେ ଚାକିରି ପାଇଲି ।

ଏହି ସଂଗଠନ କେବଳ ନିଯୁକ୍ତି ପାଇଁ ତାଲିମ ପ୍ରଦାନ କରୁନାହିଁ ବରଂ ଦେଶ ସେବା କରିବାର ସୁଯୋଗ ଦେଉଛି ବୋଲି କହନ୍ତି ରୋହିଲା ଗାଁର ବିକାଶ ମହାନ୍ତି ।

ଅରଖକୁଦ ଗାଁର ପ୍ରଭାସ ନାୟକ ବାଟାଲିୟନରୁ ଦୁଇ ବର୍ଷ ମାଗଣା ତାଲିମ ନେଇ ଏବେ ଭାରତୀୟ ସେନାର ସିଗନାଲ ବିଭାଗରେ କାର୍ଯ୍ୟରତ ଅଛନ୍ତି ।

ନିଯୁକ୍ତି ସୁଯୋଗ ସହ ଦେଶ ସେବା ପାଇଁ ସୁଯୋଗ ସୃଷ୍ଟି କରିବାରେ ସିଲୁଙ୍କ ଉଦ୍ୟମ ବେଶ ପ୍ରଶଂସନୀୟ ।

ବାଟାଲିୟନର ଉନ୍ନତି ପାଇଁ ସରକାର ତାଙ୍କୁ ସହାୟତା ପ୍ରଦାନ କରିବା ଉଚିତ ବୋଲି କହିଛନ୍ତି ଗୋପବନ୍ଧୁ ଅଗ୍ରଗାମୀ ପରିଷଦର ସଭାପତି ମନୋଜ ନାୟକ ଓ କର୍ମକର୍ତା ସୁନୀଲ ମାଟିଆ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଜଗତସିଂହପୁର

ଜଗତସିଂହପୁରରେ ସ୍ଥଳ ସେନା ଉପମୁଖ୍ୟ

January 21, 2021 By Amarnath Parida Leave a Comment

ଜଗତସିଂହପୁର, ଜାନୁଆରୀ ୨୧(ଲୋକାଲ ୱାୟାର): ଭାରତୀୟ ସେନା ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି ଜଗତସିଂହପୁର ମୁ୍ୟନିସିପାଲିଟି ଅନ୍ତର୍ଗତ ପୈତୃକ ଗାଁ ଜୟବଡ଼ ଆସିଥିବା ଅବସରରେ ସ୍ଥାନୀୟ ବିଧାୟକ, ଜିଲ୍ଲାପାଳ, ବନ୍ଧୁମାନଙ୍କୁ ଭେଟି ଥିଲେ । ଏହି ଅବସରରେ ସେ ମା’ ସାରଳାଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ ।

ଲେଫ୍ଟନାଂଟ ଜେନେରାଲ ମହାନ୍ତି ସେନା ଉପମୁଖ୍ୟ ନିଯୁକ୍ତ ହେବା ପରେ ଜୟବଡ଼ ଗାଁରେ ଆନନ୍ଦର ଲହରୀ ଖେଳିଯାଇଛି । ସେ ଜାନୁଆରୀ ୩୧ରେ ଦାୟିତ୍ୱ ଗ୍ରହଣ କରିବେ ।

ଗାଁରେ ପହଁଚି ବେଶ ଖୁସି ଅଛି । ବାପା, ମାଙ୍କ ଆଶୀର୍ବାଦ ଯୋଗୁଁ ଏହା ସମ୍ଭବ ହୋଇଛି । ମା ବଂଚିଥିଲେ ସେ ଖୁବ ଖୁସି ହୋଇଥାନ୍ତେ ।

ଗାଁଲୋକ, ବନ୍ଧୁମାନଙ୍କ ସହ ପିଲାଦିନର କଥା ମନେ ପକାଇ ବେଶ ଖୁସି ଲାଗିଲା ବୋଲି କହିଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ମହାନ୍ତି ।

ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଲେଫ୍ଟନାଂଟ ଜେନେରାଲ ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଇବା ସହ ଦାୟିତ୍ୱ ନେବା ପରେ ଆଉ ଥରେ ଜିଲ୍ଲାକୁ ଆସିବା ପାଇଁ ଆମନ୍ତ୍ରଣ ଜଣାଇଥିଲେ ।

ଚଣ୍ଡି ପ୍ରସାଦଙ୍କ ପାଇଁ ଜୟବଡ଼ ଗାଁ ଗର୍ବିତ । ଗାଁ ସହ ସେ ବରାବର ସମ୍ପର୍କ ରଖି ଆସିଛନ୍ତି ।

ସେ ଓ ତାଙ୍କ ପରିବାର ପ୍ରତିବର୍ଷ ଗାଁକୁ ଆସନ୍ତି ବୋଲି ପଡ଼ୋଶୀ ଅମ୍ବିକା ପ୍ରସାଦ ମହାନ୍ତି କହିଛନ୍ତି ।

ଜଗତସିଂହପୁର ମୁ୍ୟନିସିପାଲିଟି ଅନ୍ତର୍ଗତ ଜୟବଡ ଗାଁରେ ଲେଫ୍ଟନାଂଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି ଜନ୍ମ ହୋଇଥିଲେ ।

ତାଙ୍କ ବାପା ଜିତେନ୍ଦ୍ର କିଶୋର ମହାନ୍ତି ସରକାରୀ କର୍ମଚାରୀ ଥିବା ବେଳେ ମା ସାରଦା କୁମାରୀ ମହାନ୍ତି ଏସଭିଏମ କଲେଜର ଓଡିଆ ଅଧ୍ୟାପିକା ଥିଲେ ।

ଭାଇ କାଳିପ୍ରସାଦ ମହାନ୍ତି ପାନିପଥ ରିଫାଇନାରୀରେ ମହାପ୍ରବନ୍ଧକ ଭାବେ କାର୍ଯ୍ୟରତ ଥିବା ବେଳେ ଆଉ ଜଣେ ଭାଇ ଦେବୀ ପ୍ରସାଦ ମହାନ୍ତି ଆଡଭୋକେଟ ଭାବେ କାମ କରୁଛନ୍ତି ।

ଚଣ୍ଡିପ୍ରସାଦ ସ୍ଥାନୀୟ ପ୍ରାକ୍ଟିସିଂ ପ୍ରାଥମିକ ବିଦ୍ୟାଳୟ ଓ ବାଗସାହି ୟୁପି ସ୍କୁଲର ପଢ଼ିବା ପରେ ସୈନିକ ସ୍କୁଲରେ ନାମ ଲେଖାଇଥିଲେ ।

ପରେ ନ୍ୟାସନାଲ ଡିଫେନ୍ସ ଏକାଡେମୀରୁ ପାସ କରି ସେକେଣ୍ଡ ଲେଫ୍ଟନାଣ୍ଟ ଭାବେ ଭାରତୀୟ ସେନାରେ ଯୋଗ ଦେଇଥିଲେ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଜଗତସିଂହପୁର

ଆଳୁ ଗଛରେ ଫଳିଲା ଟମାଟୋ, ଦେଖିବାକୁ ଲୋକଙ୍କ ଭିଡ

January 19, 2021 By Amarnath Parida Leave a Comment

ଜଗତସିଂହପୁର, ଜାନୁଆରୀ ୧୯ (ଲୋକାଲ ୱାୟାର): ଆଳୁ ଗଛରେ ଫଳିଛି ଟମାଟୋ । ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ ।

ଘଟଣାଟି କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଗଦିଆ ଗାଁର । କଲମି ନହୋଇ ମଧ୍ୟ ଗୋଟିଏ ଗଛରେ ଦୁଇ ପ୍ରକାରର ଫଳ ଫଳିଛି ।

ବଗଦିଆ ଗାଁର ଶଙ୍କର ସ୍ୱାଇଁ କୁଜଙ୍ଗ ହାଟରୁ ଖାଇବା ପାଇଁ ପାଞ୍ଚ କିଲୋ ଆଳୁ କିଣିଥିଲେ ।

ତେବେ ଆଳୁଗୁଡିକ କିଛି ଦିନ ରହିବା ପରେ ସେଥିରୁ ଗଜା ବାହାରିବାରୁ ଶଙ୍କର ତାକୁ ବାଡିରେ ପୋତି ଦେଇଥିଲେ ।

କିଛିଦିନ ପରେ ଗଛରେ ଟମୋଟା ଫଳିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଗାଁଲୋକଙ୍କୁ ଜଣାଇଥିଲେ ।

ଗଛ ମୂଳରେ ଆଳୁ ଓ ଡାଳରେ ଟମାଟୋ ଫଳିବା ଭଳି ଘଟଣା ଜୀବନରେ କେବେ ଦେଖିନଥିଲି ।

ଉଦ୍ୟାନକୃଷି ବିଶେଷଜ୍ଞ ଓ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ଏ ସମ୍ପର୍କରେ ଗବେଷଣା କରିବା ଉଚିତ ବୋଲି କହିଛନ୍ତି ବଗଦିଆ ଗାଁର ଚାଷୀ ଶରତ କୁମାର ସ୍ୱାଇଁ ।

କଲମି ବିନା ଆଳୁ ଗଛରେ ଟମାଟୋ ଫଳିବା ସମ୍ଭବ ନୁହେଁ । ତେବେ ଏପରି ଘଟିଥିବାରୁ ପ୍ରକୃତ କାରଣ ଜାଣିବା ପାଇଁ ଗବେଷଣା ହେବା ଦରକାର ।

ବିଭାଗ ତରଫରୁ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକଙ୍କ ସହ ଆଲୋଚନା କରାଯାଇଛି ବୋଲି କୁଜଙ୍ଗ ବ୍ଲକର ଉଦ୍ୟାନକୃଷି ଅଧିକାରୀ ସୁଶାନ୍ତ କୁମାର ଦାସ କହିଛନ୍ତି ।

ମୋତେ କଲମି କରିବା ଜଣାନାହିଁ । ଆଳୁ ଗଛରେ ଟମାଟୋ ଫଳିବା ଦେଖି ମାଟି ଖୋଳି ଦେଖିଥିଲି । ଗଛ ମୂଳରେ ଆଳୁ ଓ ଡାଳରେ ଟମାଟୋ ଫଳିଥିଲା ବୋଲି ଶଙ୍କର କହିଛନ୍ତି ।

ଖବର ପ୍ରଚାରିତ ହେବା ପରେ ଆଖପାଖ ପଂଚାୟତର ଲୋକେ ଏହି ଅଦ୍ଭୁତ ଘଟଣା ଦେଖିବାକୁ ଆସୁଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଜଗତସିଂହପୁର

ଗୋଚର ଜମିରେ ପାଚେରି ଉଠାଇଲେ ଢିଙ୍କିଆ ଗ୍ରାମବାସୀ

January 18, 2021 By Amarnath Parida Leave a Comment

ପାରାଦୀପ, ଜାନୁଆରୀ ୧୮ (ଲୋକାଲ ୱାୟା): ଆଇଓସିଏଲର ପାରାଦୀପ- ହାଇଦ୍ରାବାଦ ପ୍ରଡକ୍ଟ ପାଇପଲାଇନ ବିଛାଇବାକୁ ବିରୋଧ କରି ଉତ୍ୟକ୍ତ ଢିଙ୍କିଆ ଗ୍ରାମବାସୀ ଗୋଚର ଜମିରେ ପାଚେରୀ ନିର୍ମାଣ କରିଛନ୍ତି ।

ଜାନୁଆରୀ ୧୨ରେ ଓଡ଼ିଶା ହାଇକୋର୍ଟ ଜଗତସିଂହପୁର ଜିଲ୍ଲା ପ୍ରଶାସନକୁ ଢିଙ୍କିଆବାସୀଙ୍କ ସମସ୍ୟା ୧ ମାର୍ଚ୍ଚ, ୨୦୨୧ ସୁଦ୍ଧା ସମାଧାନ ପାଇଁ ନିର୍ଦେଶ ଦେଇଥିଲେ ।

ହାଇକୋର୍ଟଙ୍କ ନିର୍ଦେଶ ସତ୍ତ୍ୱେ ଲୋକଙ୍କ ସମସ୍ୟା ସମାଧାନ ନକରି ଆଇଓସିଏଲ କର୍ତୃପକ୍ଷ ଫୁଲଖାଇ ମନ୍ଦିର ଜମିରେ ଗତକାଲି ପାଇପ ବିଛାଇବାରୁ ଶହ ଶହ ମହିଳା ବିରୋଧ ପ୍ରଦର୍ଶନ କରିଥିଲେ ।

ସୋମବାର ଶହ ଶହ ଗ୍ରାମବାସୀ ଏକାଠି ହୋଇ ଆଇଓସିଏଲକୁ ପୂରାଇ ନଦେବା ପାଇଁ ବାଉଁଶ ବାଡ ବାନ୍ଧିଛନ୍ତି ।

ମନ୍ଦିର ଜମିରେ ପାଇପ ଲାଇନ ବିଛାଇବା ପାଇଁ ଗ୍ରାମବାସୀଙ୍କ ଠାରୁ ଅନୁମତି ନିଆଯାଇନଥିବା ଅଭିଯୋଗ ହୋଇଛି ।

ଆଇଓସିଏଲର କାର୍ଯ୍ୟକଳାପ ଯୋଗୁଁ ହାଇକୋର୍ଟଙ୍କ ନିର୍ଦେଶର ଉଲ୍ଲଂଘନ ହେଉଛି ବୋଲି ଗ୍ରାମ୍ୟ କମିଟିର ମୁରଲୀଧର ସାହୁ କହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଜଗତସିଂହପୁର, ପାରାଦୀପ

ଓଡ଼ିଶାର ଚଣ୍ଡିପ୍ରସାଦ ମହାନ୍ତି ହେବେ ସେନା ଉପମୁଖ୍ୟ

January 18, 2021 By LocalWire Leave a Comment

ଭୁବନେଶ୍ୱର, ଜାନୁଆରୀ ୧୮(ଲୋକାଲ ୱାୟାର): ଏବେ ଦକ୍ଷିଣ କମାଣ୍ଡରେ ଜେନେରାଲ ଅଫିସର କମାଣ୍ଡିଙ୍ଗ୍ ଇନ୍-ଚିଫ୍ ପଦବିରେ ଥିବା ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ଭାରତୀୟ ସେନାର ଉପମୁଖ୍ୟ ପଦରେ ରହିବେ ।
ଆସନ୍ତା ୩୧ ତାରିଖରେ ବର୍ତ୍ତମାନର ସେନା ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଏସ କେ ସାଇନିଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ ।

ଏଭଳି ଗୌରବ ପାଇବାରେ ସେ ପ୍ରଥମ ଓଡ଼ିଆ । ସେନା ମୁଖ୍ୟ ଏମ୍.ଏମ୍. ନରୱଣେଙ୍କ ପରେ ସେ ହେବେ ଦ୍ୱିତୀୟ ସର୍ବୋଚ୍ଚ ସେନା ଅଧିକାରୀ ।

ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତିଙ୍କ ଜନ୍ମ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଜୟବଡ଼ ଗ୍ରାମରେ ।

ତାଙ୍କ ପିତାଙ୍କ ନାମ ଜେ.କେ. ମହାନ୍ତି ଓ ମାତା ସ୍ୱର୍ଗତ ଡ. ଶାରଦା କୁମାରୀ ମହାନ୍ତି । ପିତା ଶ୍ରୀ ମହାନ୍ତି ପୁରୀର ଜିଲ୍ଲା ସବ୍-ରେଜିଷ୍ଟ୍ରାର ଭାବେ ଅବସର ନେଇଛନ୍ତି । ଜେନେରାଲ ମହାନ୍ତିଙ୍କ ପତ୍ନୀ ମାମୁନ୍ ମହାନ୍ତି ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ।

ଜେନେରାଲ ମହାନ୍ତି ଡେରାଡୁନସ୍ଥିତ ରାଷ୍ଟ୍ରୀୟ ଇଣ୍ଡିଆନ୍ ମିଲିଟାରି କଲେଜରେ ଅଧ୍ୟୟନ କରିବା ସହ ନ୍ୟାସନାଲ ଡିଫେନ୍ସ ଏକାଡେମି ଓ ଇଣ୍ଡିଆନ୍ ମିଲିଟାରି ଏକାଡେମିରେ ତାଲିମ ପାଇଛନ୍ତି ।

ରାଜପୁତ ରେଜିମେଣ୍ଟରେ ସେ ୧୯୮୨ରେ ଇନଫ୍ୟାଣ୍ଟ୍ରି ଅଫିସର ଭାବେ ସାମିଲ ହୋଇଥିଲେ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଜଗତସିଂହପୁର

ରାତିରେ ହ୍ରାସ ପାଇବ ସର୍ବନିମ୍ନ ତାପମାତ୍ରା, ଘନ କୁହୁଡି ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି

January 18, 2021 By LocalWire Leave a Comment

ଭୁବନେଶ୍ୱର, ଜାନୁଆରୀ ୧୮ (ଲୋକାଲ ୱାୟାର) : ଆଭ୍ୟନ୍ତରୀଣ ଓଡିଶା ଏବଂ ଆଖପାଖ ଅଞ୍ଚଳରେ ସ୍ଥଳଭାଗରେ ସମୁଦ୍ର ପତନ ଠାରୁ ୦.୯ କିଲୋମିଟର ଉଚ୍ଚରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ୍ ପ୍ରବାହ ଏବେ ଦୁର୍ବଳ ହୋଇ ପଡ଼ିଥିବାରୁ ଆଗାମୀ ୨ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବହୁ ଜିଲ୍ଲାରେ ରାତିର ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ସହ ପ୍ରତ୍ୟୁଷରୁ ଘନରୁ ହାଲୁକା କୁହୁଡ଼ି ପଡ଼ିବ ବୋଲି ଆଜି ଅପରାହ୍ନରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ବୁଲେଟିନରେ କୁହାଯାଇଛି।

ବୁଲେଟିନ୍ ଅନୁସାରେ, ଆଜିଠାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଓ ନୟାଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ଅଧିକ ରହିଛି।

ସେହିଭଳି ମଙ୍ଗଳବାର ଓ ବୁଧବାର ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର,ମୟୂରଭଞ୍ଜ, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି। ଏ ସମସ୍ତ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଲୋକାଲ ୱାୟାର

Filed Under: Odia Tagged With: ଅନୁଗୁଳ, ଓଡିଶା, କଟକ, କନ୍ଧମାଳ, କେନ୍ଦ୍ରାପଡା, ଜଗତସିଂହପୁର, ନୟାଗଡ଼, ବାଲେଶ୍ୱର, ବୌଦ୍ଧ, ଭଦ୍ରକ, ମୟୂରଭଞ୍ଜ

ଜଗତସିଂହପୁର ଜିଲ୍ଲାରେ ୭୨ ପ୍ରତିଶତ ଟିକାକରଣ

January 16, 2021 By Amarnath Parida Leave a Comment

ଜଗତସିଂହପୁର, ଜାନୁଆରୀ ୧୬(ଲୋକାଲ ୱାୟାର): ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ସତ୍ତ୍ୱେ ଜଗତସିଂହପୁର ଜିଲ୍ଲାରେ ମାତ୍ର ୭୨ ପ୍ରତିଶତ ଟୀକାକରଣ ହୋଇପାରିଛି ।

ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଟିକାକରଣ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ ।

ପ୍ରଥମେ ଟିକା ନେଇଥିବା ଡାକ୍ତର ଧରଣୀଧର ସେନାପତି ଟୀକା ନେଇ ସୁସ୍ଥ ଥିବା ସୂଚନା ଦେଇଛନ୍ତି । ଟିକାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ ବୋଲି କହିଛନ୍ତି ।

ଟୀକକରଣର ପ୍ରଥମ ଦିନରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା, ରଘୁନାଥପୁର, ବିରିଡି ଓ ବାଲିକୁଦା ସିଏଚସିରେ ଟିକାଦାନ କେନ୍ଦ୍ର ଖୋଲା ଯାଇଥିଲା ।

ସମୁଦାୟ ୭୯୫୨ ଟିକା ନେବା ପାଇଁ ନାମ ପଞ୍ଜିକରଣ କରାଇଥିବା ବେଳେ ଆଜି ୪ ଶହ ସ୍ୱାସ୍ଥ୍ୟ କର୍ମୀ ଟୀକା ନେଇଛନ୍ତି । ୨୮ ଦିନ ପରେ ସେମାନେ ଦ୍ୱିତୀୟ ଡୋଜ ନେବେ ।

ଟିକାକରଣ ପଞ୍ଜିକରଣ ସ୍ୱେଚ୍ଛାକୃତ ଭାବେ ହୋଇଛି । ଟିକାକୁ ନେଇ କାହା ମନରେ ସନେ୍ଦହ ଥିଲେ ସେମାନେ ଡାକ୍ତରଙ୍କ ଠାରୁ ବୁଝି ନେଇପାରିବେ ।

ସରକାରୀ ଗାଇଡଲାଇନ ମାନିବା ଆବଶ୍ୟକ । ସେହିପରି ଆଜି ଟୀକା ନେଇଥିବା ଲୋକେ ନୀତିନିୟମ ପାଳନ କରି ଦ୍ୱିତୀୟ ଡୋଜ ପାଇଁ ଠିକ ସମୟରେ ପହଁଚିବାକୁ ପ୍ରଶାସନ ପକ୍ଷରୁ ଆବେଦନ କରାଯାଇଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଜଗତସିଂହପୁର

ଜାତୀୟ ସ୍ତରର ଯୁବ କାର୍ଯ୍ୟକ୍ରମକୁ ମନୋନୀତ ହେଲେ ଆଳିପିଙ୍ଗଳର ଅଭିଲିପ୍ସା

January 16, 2021 By Amarnath Parida Leave a Comment

ଜଗତସିଂହପୁର, ଜାନୁଆରୀ ୧୬(ଲୋକାଲ ୱାୟାର): ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ଓ ଇଂଟେଲ ଦ୍ୱାରା ଆୟୋଜିତ ଉତରଦାୟୀ କୃତ୍ରିମ ବୁଦ୍ଧିମତା (ଏଆଇ) ଯୁବ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟକୁ ମନୋନୀତ ହୋଇଛନ୍ତି ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ରୀ ଅଭିଲିପ୍ସା ଭୋଳ ।

କେଉଁ ରୋଗ ହୋଇଛି, କେଉଁ ଡାକ୍ତରଙ୍କ ପାଖକୁ ଯିବେ ଜାଣିନପାରି ମୃତୁ୍ୟ ମୁଖରେ ପଡୁଥିବା ଗରିବ, ନିରକ୍ଷର ଲୋକଙ୍କୁ ସେବା ପ୍ରଦାନ ପାଇଁ କମ ବୟସରେ ଚିନ୍ତା କରିଛନ୍ତି ଅଭିଲିପ୍ସା ।

ଗାଁଗହଳରେ ଏଟିଏମ ଭଳି ମେସିନ ସ୍ଥାପନ କରି ଗ୍ରାମବାସୀଙ୍କୁ ରୋଗ ସମ୍ପର୍କରେ ସଚେତନ କରିବାକୁ ପ୍ରକଳ୍ପରେ ଗୁରୁତ୍ୱ ଦେଇଛନ୍ତି ସେ ।

ସମସ୍ତ ପ୍ରକାର ରୋଗ ଓ ଏହାର ଲକ୍ଷଣ, ଡାକ୍ତରଙ୍କ ସବିଶେଷ ତଥ୍ୟ ଓ ଔଷଧ ବହୁଭାଷୀ ମେସିନରୁ ମିଳିପାରିବ ।

ରୋଗର ଲକ୍ଷଣ ସମ୍ପର୍କରେ କାଗଜରେ ଲେଖି ମେସିନରେ ଭର୍ତି କଲେ ରୋଗ ଚିହ୍ନଟ ହେବା ସହ ଡାକ୍ତରଖାନା ଓ ଡାକ୍ତରଙ୍କ ପାଖକୁ ଯିବା ପରାମର୍ଶ ମିଳିବ ।

ନିରକ୍ଷର ଲୋକେ ସ୍ପିକର ମାଧ୍ୟମରେ ଶୁଣି ବଟନ ଦବାଇ ଏହି ମେସିନ ବ୍ୟବହାର କରିପାରିବେ । ସଚେତନତା ଅଭାବରୁ ପ୍ରତବର୍ଷ ବହୁ ଲୋକଙ୍କ ମୃତ୍ୟୁ ହେଉଛି ।

ଏହି ମେସିନ ଦ୍ୱାରା ଗାଁଗହଳର ଲୋକେ ଉପକୃତ ହେବେ ବୋଲି ଅଭିଲିପ୍ସା କହିଛନ୍ତି ।

ଦ୍ୱିତୀୟ ପର୍ଯ୍ୟାୟକୁ ପ୍ରକଳ୍ପ ମନୋନୀତ ହେବା ପରେ ମୁଖ୍ୟମନ୍ତ୍ରୀ, ଜଗତସିଂହପୁର ଜିଲ୍ଲାପାଳ ଅଭିଲିପ୍ସା ଓ ତାଙ୍କୁ ଗାଇଡଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଦେଶର ସମସ୍ତ ସରକାରୀ ସ୍କୁଲରେ ହୋଇଥିବା ଏହି ଜାତୀୟ କାର୍ଯ୍ୟକ୍ରମରେ ଅଭିଲିପ୍ସାଙ୍କ ପ୍ରୋଜେକ୍ଟ ଶ୍ରେଷ୍ଠ ୧ ଶହ ମଧ୍ୟରେ ସ୍ଥାନ ପାଇଥିଲା ।

ଦ୍ୱିତୀୟ ପର୍ଯ୍ୟାୟକୁ ମନୋନୀତ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ତାଲିମ ପ୍ରଦାନ ସାଙ୍ଗକୁ ସେମାନଙ୍କ ମଡେଲ କାର୍ଯ୍ୟକ୍ଷମ କରାଯିବ ।

ସେଥିରୁ ଶ୍ରେଷ୍ଠ ୩୦ ମଡେଲ ଚୟନ କରାଯିବ ବୋଲି ଅଭିଲିପ୍ସାଙ୍କ ଗାଇଡ ପଦରାଜ ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି ।

ସ୍ୱୟଂଚାଳିତ ଡିସୱାସିଂ ମେସିନର ପ୍ରୋଟୋଟାଇପ ବିକଶିତ କରି ଅଭିଲିପ୍ସା ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ବିଭାଗ ତରଫରୁ ଇନସ୍ପାୟାର ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।

ଏଲଆଇସି ଏଜେଂଟ ଭାବେ କାମ କରୁଥିବା ବାପା ନିଜ ଝିଅର ସ୍ୱପ୍ନ ସତ ହେବା ସହ ସେ ବୈଜ୍ଞାନିକ ହେବ ବୋଲି ଆଶା କରିଛନ୍ତି ।

ବିଜ୍ଞାନ ପାଠ ବେଶ ମଜାର ଓ ପାଠପଢ଼ାରେ ଏହାର ସ୍ଥାନ ଗୁରୁତ୍ୱପୂର୍ଣ୍ଣ । ଅଳ୍ପ ଖର୍ଚ୍ଚରେ ସାମଗ୍ରୀ ପ୍ରସ୍ତୁତ କରି ପରିବେଶର କ୍ଷତି ନକରି ଲୋକଙ୍କ ସେବା କରିବାକୁ ଅଭିଲିପ୍ସାଙ୍କ ଇଚ୍ଛା ରହିଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଜଗତସିଂହପୁର

ଶକ୍ତି ସଂରକ୍ଷଣ କ୍ଷେତ୍ରରେ ପାରାଦୀପ ରିଫାଇନାରୀକୁ ପ୍ରଥମ ପୁରସ୍କାର

January 12, 2021 By Amarnath Parida Leave a Comment

ପାରାଦୀପ, ଜାନୁଆରୀ ୧୨ (ଲୋକାଲ ୱାୟାର): ୩୦ତମ ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର-୨୦୨୦ ଘୋଷିତ ହୋଇଛି ।

ପେଟ୍ରୋଲିୟମ ରିଫାଇନାରୀ ବିଭାଗରେ ଆଇଓସିଏଲର ପାରାଦୀପ ରିଫାଇନାରୀକୁ ପ୍ରଥମ ପୁରସ୍କାର ମିଳିଛି ।

ଉତ୍ପାଦକତା ବଜାୟ ରଖି ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ନେଇଥିବା ଶିଳ୍ପ ଓ କାରଖାନାଗୁଡିକୁ ଜାତୀୟ ମାନ୍ୟତା ପ୍ରଦାନ ପାଇଁ ଭାରତ ସରକାରଙ୍କ ଶକ୍ତି ମନ୍ତ୍ରାଳୟର ବ୍ୟୁରୋ ଅଫ ଏନର୍ଜି ଏଫିସିଏନ୍ସି (ବିଇଇ) ତରଫରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି ।

କେନ୍ଦ୍ର ଶକ୍ତି ଓ ନବୀକରଣ ଯୋଗ୍ୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଆର.କେ. ସିଂହ ପାରାଦୀପ ରିଫାଇନାରୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ରିଫାଇନାରୀ ମୁଖ୍ୟ ଟିଡିଭିଏସ ଗୋପାଳକ୍ରିଷ୍ଣାଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପୁରସ୍କାର ପ୍ରଦାନ କରିଥିଲେ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଜଗତସିଂହପୁର, ପାରାଦୀପ

ବ୍ଲକ ଆକାଉଣ୍ଟରୁ ୨.୬୧ କୋଟି ଟଙ୍କା ହଡ଼ପ

January 9, 2021 By Amarnath Parida Leave a Comment

ଜଗତସିଂହପୁର, ଜାନୁଆରୀ ୯(ଲୋକାଲ ୱାୟାର): ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ବାଲିକୁଦା ବ୍ଲକ ଆକାଉଣ୍ଟରୁ ୨.୬୧ କୋଟି ଟଙ୍କା ହେରଫେର ଅଭିଯୋଗ ହୋଇଛି । ଗତକାଲି ଏ ନେଇ ବାଲିକୁଦା ବିଡିଓ ଥାନାରେ ଏତଲା ଦେଇଛନ୍ତି ।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ପାଇଁ ଆସିଥିବା ୨.୫୭ କୋଟି ଟଙ୍କା ବାଲିକୁଦା ବିଡିଓ ଅରିଲୋ ପଂଚାୟତରେ ଥିବା ୟୁନିୟନ ବ୍ୟାଙ୍କ, ସଦେଇପୁର ଶାଖାରେ ଜମା କରିଥିଲେ ।

ସେହିପରି କ୍ରିଟିକାଲ କେୟାର ପାଣ୍ଠିର ୧.୭୫ କୋଟି ଟଙ୍କା ମଧ୍ୟ ବ୍ୟାଙ୍କରେ ଜମା ରହିଥିଲା ।

ତେବେ ଜାନୁୟାରୀ ୩୧, ୨୦୨୦ରେ ଖାତାରେ ୨.୬୧ କୋଟି ଟଙ୍କା କମ୍ ଥିବା ଜଣା ପଡିଥିଲା ।

ବ୍ଲକ ପକ୍ଷରୁ ଏହି ଟଙ୍କା ଉଠାଣ ହୋଇନଥିବା ଜଣାପଡ଼ିବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ବିରୋଧରେ ଏଫଆଇଆର ଦାଖଲ ହୋଇଛି ।

ଟଙ୍କା ହଡପ ଅଭିଯୋଗ ପାଇବା ପରେ ବାଲିକୁଦା ବିଡିଓଙ୍କୁ ଅଡିଟ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି ।

ଅଡିଟ ରିପୋର୍ଟ ମିଳିବା ପରେ ମାମଲାର ତଦନ୍ତ ଆରମ୍ଭ ହେବ ବୋଲି ବାଲିକୁଦା ଥାନା ଆଇଆଇସି ସର୍ବେଶ୍ୱର ବେହେରା କହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଜଗତସିଂହପୁର

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 73
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire