ଜୟପୁର, ନଭେମ୍ବର ୨୬ (ଲୋକାଲ ୱାୟାର) : କୋରାପୁଟ ଜିଲ୍ଲା ସୁନାବେଡା ବସଷ୍ଟାଣ୍ଡରୁ କ୍ରାଇମବ୍ରାଞ୍ଚ ଏସଟିଏଫ୍ ୩ ଲକ୍ଷ ୨୮ ହଜାର ୩୦୦ ଟଙ୍କାର ନକଲି ନୋଟ୍ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ବୋଲି ଗୁରୁବାର ଜଣେ ଅଧିକାରୀ କହିଛନ୍ତି ।
ଗିରଫ ଅଭିଯୁକ୍ତ ଜଣକ କୋରାପୁଟ ନନ୍ଦପୁରର ଯୁବକ ଅନାମ ଖିଲୋ ।
ଏସଟିଏଫ ସୁନାବେଡା ଥାନାରେ ମାମଲା ରୁଜୁ କରିବା ସହ ଘଟଣାରେ ତଦନ୍ତ ଚଳାଇଛି ।
ଲୋକାଲ ୱାୟାର