• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

ଦୁର୍ଘଟଣା

ରାସ୍ତା ପାର୍ଶ୍ୱର ଲୋକଙ୍କ ଉପରେ ଚଢ଼ିଗଲା ଟ୍ରକ, ଛଅ ମୃତ

November 24, 2020 By LocalWire Leave a Comment

ନୟାଗଡ଼, ନଭେମ୍ବର ୨୪(ଲୋକାଲ ୱାୟାର): ନୟାଗଡ଼ ଜିଲ୍ଲା ଶରଣକୁଳରେ ମଙ୍ଗଳବାର ଅପରାହ୍ଣରେ ରାସ୍ତା ପାର୍ଶ୍ୱରେ ବିରି ପିଟୁଥିବା ଲୋକମାନଙ୍କ ଉପରେ ଏକ ଦ୍ରୁତଗାମୀ ଡମ୍ଫର ଚଢ଼ିଯିବାରୁ ୬ ଜଣଙ୍କର ଶୋଚନୀୟ ମୃତ୍ୟୁ ହୋଇଥିବା ସ୍ଥାନୀୟ ପୁଲିସ କହିଛି ।

ଦୁର୍ଘଟଣାର ମୃତକଙ୍କ ମଧ୍ୟରେ ୩ ଜଣ ମହିଳା, ୨ ଜଣ ପୁରୁଷ ଏବଂ ଜଣେ ନାବାଳିକା ଅଛନ୍ତି ।

ଡମ୍ଫରର ଡ୍ରାଇଭର ଫେରାର ହୋଇ ଯାଇଥିବା ପୁଲିସ କହିଛି ।

ନୟାଗଡ଼-ଭଞ୍ଜନଗର ୨୧ନଂ. ରାଜ୍ୟ ରାଜପଥରେ ହୋଇଛି ଏହି ଦୁର୍ଘଟଣା ।

ଦ୍ରୁତି ଗତିରେ ଦୁଇଟି ଡମ୍ଫର ଆସୁଥିବା ବେଳେ ପ୍ରଥମ ଡମ୍ଫରଟି ଶରଣକୁଳ ବଜାରଠାରୁ କିଛି ଦୂରରେ ଦୁଇ ଜଣ ମହିଳାଙ୍କୁ ଧକ୍କା ଦେଇଥିଲା ଏବଂ କିଛି ବାଟ ଯିବା ପରେ ଆଉ ୪ ଜଣଙ୍କୁ ଧକ୍କା ଦେଇଥିଲା ।

ପୁଲିସ ଦ୍ୱିତୀୟ ଡମ୍ଫରର ଡ୍ରାଇଭରଙ୍କୁ ଅଟକ ରଖିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭରକୁ ଘୋଜା ଚାଲିଛି ।

ଉତ୍ତ୍ୟକ୍ତ ଲୋକେ ଡମ୍ଫରର କାଚ ଭଶଙ୍ଗି ଦେବା ସହ ମୃତକଙ୍କ ପରିବାର ପିଛା ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଦୁର୍ଘଟଣା, ନୟାଗଡ଼

ବଲାଙ୍ଗିରରେ ଟ୍ରକ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ

July 25, 2020 By Sudhir Mishra Leave a Comment

ବଲାଙ୍ଗିର, ଜୁଲାଇ ୨୫ (ଲୋକାଲ ୱାୟାର) : ବଲାଙ୍ଗିର ଡାଉନ୍ ଥାନା ସମ୍ମୁଖରେ ଶନିବାର ଏକ ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ବୋଲି ପୁଲିସ୍ କହିଛନ୍ତି ।

ମୃତକ ମହିଳା ଜଣକ ହେଲେ ଚନ୍ଦନଭାଟି ଗାଁର ରଜନୀ ସାହୁ (୫୫) ।

ସୂଚନା ଅନୁସାରେ, ରଜନୀ ସ୍ୱାମୀ ସୌକୀ ସାହୁଙ୍କ ସହ ବାଇକ୍‌ରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଉଥିଲେ ।

ଏହି ସମୟରେ ଥାନା ସମ୍ମୁଖରେ ଏକ ଟ୍ରକ ସେମାନଙ୍କର ବାଇକ୍‌କୁ ଧକ୍କା ଦେଇଥିଲା ।

ଘଟଣାସ୍ଥଳରେ ରଜନୀଙ୍କ ମୃତ୍ୟୁ ହୋଇଥିବା ବେଳେ ସୌକୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ପୁଲିସ୍ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି ।

ଲୋକାଲ ୱାୟାର

Filed Under: Accident, Odia, ଦୁର୍ଘଟଣା Tagged With: Accident, ଓଡିଶା, ଦୁର୍ଘଟଣା, ବଲାଙ୍ଗିର, ବଲାଙ୍ଗିର

ମୌସୁମୀ ବର୍ଷା ହ୍ରାସ, ବଜାରରୁ ଇଲିଶି ମାଛ ଉଭାନ୍

July 14, 2020 By Ashis Senapati Leave a Comment

ଭୁବନେଶ୍ୱର, ଜୁଲାଇ ୧୪(ଲୋକାଲ ୱାୟାର): ମାଛ ପ୍ରେମୀଙ୍କ ମଧ୍ୟରେ ଇଲିସି ମାଛର ଚାହିଦା ଢେର ବେଶୀ । ଯାହାକି ମୌସୁମୀ ସମୟରେ ଅଧିକ ପରିମାଣରେ ଉପଲବ୍ଧ ହୋଇଥାଏ ।

କିନ୍ତୁ ଏହି ସୁସ୍ୱାଦୁ ମାଛ ଏବେ କେନ୍ଦ୍ରାପଡ଼ା ଜିଲ୍ଲାର ଉପକୂଳବର୍ତ୍ତୀ ବଜାରରେ ଆଉ ଦେଖିବାକୁ ମିଳୁନି । ଯାହାକି ମାଛପ୍ରେମୀଙ୍କୁ ଚକିତ କରିଛି ।

ଏ ବାବଦରେ କେନ୍ଦ୍ରାପଡ଼ା ଅଞ୍ଚଳର ତପନ କୁମାର ପରିଡ଼ା କହିଛନ୍ତି, ସାଧାରଣତଃ ମୌସୁମୀ ବର୍ଷା ସମୟରେ ଆମେ ଇଲିସି ମାଛ ବଜାରରୁ କ୍ରୟ କରିଥାଉ । ହେଲେ ଚଳିତ ବର୍ଷ ବଜାରରେ ଏହି ମାଛ ମିଳୁନି ।

ହଠାତ୍ ଇଲିସି ମାଛ ନଦୀ ଓ ସମୁଦ୍ରରୁ ଏଭଳି ଅଦୃଶ୍ୟ ହେବାର କାରଣ ଏବେ କେବଳ ମାଛପ୍ରେମୀଙ୍କୁ ନୁହେଁ ବରଂ ମତ୍ସ୍ୟ ବିଶାରଦ ଓ ବୈଜ୍ଞାନିକଙ୍କୁ ଚିନ୍ତାରେ ପକାଇଛି ।

ପାରମ୍ପରିକ ମତ୍ସ୍ୟଜୀବୀ ବା ଅନ୍ୟ କେଉଟମାନେ ନଦୀ ଓ ସମୁଦ୍ରରୁ ଏହି ମାଛ ଧରି ବଜାରରେ ବିକ୍ରି କରୁଥିବା ବେଳେ ଚଳିତ ବର୍ଷ ତାହା ଦେଖିବାକୁ ମିଳୁନି ।

ଜୁନ୍ ଓ ଜୁଲାଇ ମାସର କମ୍ ବର୍ଷା ନଦୀ ଓ ସମୁଦ୍ରରେ ଇଲିସି ମାଛ ଅଦୃଶ୍ୟ ହେବାର ମୁଖ୍ୟ କାରଣ । ସାଧାରଣତଃ ବର୍ଷା ହେଲେ ଏହି ମାଛମାନେ ସମୁଦ୍ରର ଗଭୀର ଜଳ ଭିତରୁ ଉପରକୁ ଭାସି ଆସନ୍ତି ।

ମାତ୍ର ଚଳିତ ମୌସୁମୀରେ ବର୍ଷାର ପରିମାଣ କମ୍ ହୋଇଥିବାରୁ ସମୁଦ୍ରରେ ଇଲିସି ମାଛ ଦେଖିବାକୁ ମିଳୁନି ।

ଇଲିସି ମାଛର ପ୍ରାକୃତିକ ଗୁଣ ଓ ବ୍ୟବହାର ଯୋଗୁଁ ଅନ୍ୟ ମାଛ ଭଳି ଆକ୍ୱା କଲଚର ଦ୍ୱାରା ସେମାନଙ୍କ ପ୍ରଜନନ ସମ୍ଭବ ହୋଇ ପାରୁନଥିବାରୁ ମତ୍ସ୍ୟଜୀବୀମାନେ ଏଥିପାଇଁ ସମୁଦ୍ର ନଚେତ ନଦୀ ଉପରେ ନିର୍ଭର କରିଥାନ୍ତି ।

କମ୍ ବୟସର ଇଲିସି ମାଛ ସମୁଦ୍ରର ଗଭୀର ଜଳରୁ ନଦୀର ମଧୁର ଜଳ ଆଡ଼କୁ ଆକର୍ଷିତ ହୋଇ କିଲୋମିଟର କିଲୋମିଟର ଅତିକ୍ରମ କରିପାରେ । ଆଉ ନଦୀ ଜଳରେ ଆସି ଅଣ୍ଡା ଦେଇ ପୁଣି ସମୁଦ୍ରକୁ ଫେରିଯାଏ ।

ଏମାନେ ନଦୀର ଉପରମୁଣ୍ଡରେ ଆସି ଅଣ୍ଡା ଦେଉଥିବା ବେଳେ ଅଣ୍ଡାରୁ ଛୁଆଫୁଟି ତାହା ପାଣିରେ ପ୍ରବାହିତ ହୋଇ ମଦାନୀ ଓ ଅନ୍ୟାନ୍ୟ ନଦୀ ମୁହାଣ ଦେଇ ପୁଣିଥରେ ସମୁଦ୍ରକୁ ଫେରିଆସେ ।

ଚଳିତ ବର୍ଷ ମୌସୁମୀରେ ବର୍ଷାର ପରିମାଣ କମିଯାଇଥିବାରୁ ଇଲିସି ପରିମାଣ ପ୍ରଭାବିତ ହୋଇଥିବା କୁଜଙ୍ଗ ମତ୍ସ୍ୟ ବିଭାଗ ଅତିରିକ୍ତ ନିଦେ୍ର୍ଦଶକ ମାନସ ରଞ୍ଜନ ସାହୁ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଦୁଇବର୍ଷ ତଳେ ଜୁନ୍ ଓ ଜୁଲାଇ ମାସରେ ବର୍ଷାମାସରେ ବର୍ଷର ପରିମାଣ ଅଧିକ ହୋଇଥିବାରୁ ଇଲିସି ମାଛର ବଂଶ ବୃଦ୍ଧି ଘଟିଥିଲା ।

ଫଳସ୍ୱରୂପ ମହାନଦୀର ମଧୁର ଜଳରେ ଏହି ମାଛଙ୍କ ସଂଖ୍ୟା ବଢ଼ିଥିଲା । ସେହିବର୍ଷ ମତ୍ସ୍ୟଜୀବୀମାନେ କୁଇଣ୍ଟାଲ୍ କୁଇଣ୍ଟାଲ ଇଲିସି ଧରିଥିବାର ମଧ୍ୟ ନଜିର ରହିଛି ।

କୁଜଙ୍ଗ ମତ୍ସ୍ୟ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ମାନସ ରଞ୍ଜନ ସାହୁ କହିଛନ୍ତି, ଜୁନ୍ ମାସରେ ଆମେ ଜିଲ୍ଲାରେ ପାଖାପାଖି ୪୦% କମ୍ ବର୍ଷା ରେକର୍ଡ କରିଛୁ । ଅଗଷ୍ଟ ମାସରେ ବର୍ଷାର ପରିମାଣରେ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି ।

ସମୁଦ୍ରରେ ଇଲିସି ସଂଖ୍ୟା ହ୍ରାସ ହେବାର ଅନ୍ୟ ଏକ ବଡ଼ କାରଣ ହେଉଛି ଅବୈଧ ମାଛ ଧରା ।

ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରରେ ମାଛ ଧରିବା ବେଳେ ଏସବୁ ଉପରେ ଧ୍ୟାନ ଦେଉନଥିବା ବେଳେ ସେମାନେ ଅପରିପକ୍ୱ ମାଛ ମାନଙ୍କୁ ଧରି ନେଉଛନ୍ତି ।

ଏଥିପାଇଁ ମତ୍ସ୍ୟବିଭାଗ ଛୁଆ ମାଛମାନଙ୍କୁ ଧରିବାକୁ ବାରଣ କରିଛନ୍ତି । ସର୍ବନିମ୍ନ ମାଛର ଏକ ଆକାର ଧାର୍ଯ୍ୟ କରାଯାଇଛି ।

ତାଛଡ଼ା ଡ୍ୟାମ୍, ବ୍ୟାରେଜ୍ ଆଦି ନିର୍ମାଣ ମଧ୍ୟ ଇଲିସିଙ୍କ ସଂଖ୍ୟା ବୃଦ୍ଧିରେ ବାଧା ସୃଷ୍ଟି କରୁଥିବା କୁଜଙ୍ଗ ମତ୍ସ୍ୟ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ପ୍ରତାପ ରାଉତ କହିଛନ୍ତି ।

ସେ କହିଛନ୍ତି, ଇଲିସି ସଂଖ୍ୟାରେ ଯେପରି ଅଭିବୃଦ୍ଧି ଘଟିବ ଆମେ ସେଥିପାଇଁ ଛୁଆ ଇଲିସି ଧରିବା ଉପରେ କଟକଣା ଲଗାଇଛୁ ।

ଏଥିପାଇଁ ଆମେ ନେଟ୍, ଗିଲ୍ ଓ ଜିରେ ନେଟ୍ ଆଦିକୁ ନିଷେଧ କରିଛୁ ବୋଲି ଶ୍ରୀ ରାଉତ ସୂଚନା ଦେଇଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଦୁର୍ଘଟଣା

ପୋଖରୀରେ ବୁଡ଼ିଗଲେ ୪ ସମ୍ପର୍କୀୟ ଭାଇଭଉଣୀ

June 1, 2020 By LocalWire Leave a Comment

ଢେଙ୍କାନାଳ, ଜୁନ୍ ୧(ଲୋକାଲ ୱାୟାର): ଢେଙ୍କାନାଳ ଜିଲ୍ଲାର ସଦର ଥାନାଞ୍ଚଳରେ ସୋମବାର ସକାଳେ ପୋଖରୀରେ ବୁଡ଼ି ଯାଇ ୪ ସମ୍ପର୍କୀୟ ଭାଇ ଭଉଣୀ ପ୍ରାଣ ହରାଇଥିବା ସ୍ଥାନୀୟ ପୁଲିସ କହିଛି ।

ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଦୁଇ ଜଣ ନାବାଳକ ଓ ୨ ଜଣ ନାବାଳିକା ଘର ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ବହୁ ସମୟ ପର୍ଯ୍ୟନ୍ତ ସେମାନେ ଘରକୁ ଫେରି ନଥିଲେ ।

ତେଣୁ ପରିବାର ଲୋକେ ସେମାନଙ୍କୁ ଖୋଜିବାକୁ ଯାଇ ପୋଖରୀରୁ ୪ ଜଣଙ୍କୁ ଉଦ୍ଧାର କରିଥିଲେ ।

ତୁରନ୍ତ ସେମାନଙ୍କୁ ଜିଲ୍ଲା ସଦର ମହକୁମା ହସପିଟାଲକୁ ନିଆଯାଇଥିଲା । କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

ପ୍ରାଣ ହରାଇଥିବା ୪ ଜଣ ସମ୍ପର୍କୀୟ ଭାଇଭଉଣୀ । ପୁଲିସ ଏହି ଘଟଣାର ତଦନ୍ତ କରୁଛି ।

ଲୋକାଲ ୱାୟାର

Filed Under: Odia, ଦୁର୍ଘଟଣା Tagged With: ଓଡିଶା, ଢେଙ୍କାନାଳ, ଦୁର୍ଘଟଣା

ବିଶାଖାପାଟନାରେ ଗ୍ୟାସ୍ ଲିକ୍ ଘଟଣା : ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

May 7, 2020 By LocalWire Leave a Comment

ଭୁବନେଶ୍ୱର, ମେ’ ୭ (ଲୋକାଲ ୱାୟାର) : ଗୁରୁବାର ଆନ୍ଧ୍ରପ୍ରଦେଶର ବିଶାଖାପାଟନାରେ ଥିବା ଏଲଜି ପଲିମର୍ସ କେମିକାଲ୍ ପ୍ଲାଣ୍ଟ୍‌ରେ ବିଷାକ୍ତ ଗ୍ୟାସ୍ ଲିକ୍ ଘଟଣାରେ ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Deeply saddened to know about the tragic loss of so many lives and so many people fell sick in #VizagGasLeak. My thoughts and prayers are with bereaved families in the hour of grief and pray for the speedy recovery of those who are hospitalised. #Visakhapatnam

— Naveen Patnaik (@Naveen_Odisha) May 7, 2020

ମୁଖ୍ୟମନ୍ତ୍ରୀ କହିଛନ୍ତି, ଘଟଣା ସମ୍ପର୍କ ଜାଣି ମୁଁ ମର୍ମାହତ । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଅସୁସ୍ଥଙ୍କ ଆରୋଗ୍ୟ କାମନା କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି । ବିଶାଖାପାଟନା ବାସୀଙ୍କ ସୁରକ୍ଷା ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ।

ସେଠାକାର ପରିସ୍ଥିତି ଉପରେ କେନ୍ଦ୍ର ସରକାର ତୀକ୍ଷ୍ମ ନଜର ରଖିଛନ୍ତି ଏବଂ ସମସ୍ତ ସହାୟତା ଯୋଗାଇ ଦେବେ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ।

Distressed to learn about the gas leak incident at LG Polymers industry in Vizag, Andhra Pradesh this morning.

The situation is being monitored closely and all assistance is being provided. I pray for the safety and well-being of people in Vizag.

— Dharmendra Pradhan (@dpradhanbjp) May 7, 2020

ସୂଚନା ଅନୁସାରେ, ବିଶାଖାପାଟନାରେ ଥିବା ଏଲ୍‌ଜି ପଲିମର୍ସ ଇଣ୍ଡଷ୍ଟ୍ରିରେ ଗୁରୁବାର ଭୋର ୩ଟାରେ ଗ୍ୟାସ ଲିକ୍ ହୋଇଥିଲା ।

ଫଳରେ ସ୍ଥାନୀୟ ଲୋକେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲେ । ଧୀରେ ଧୀରେ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଥିଲା ।

ଘଟଣାରେ ୧୧ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି ।

ଦୁର୍ଘଟଣା ପରେ ଆଖପାଖ ଅଞ୍ଚଳକୁ ଖାଲି କରିଥିବା ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି ।

ଲୋକାଲ ୱାୟାର

Filed Under: Accident, Odia, ଦୁର୍ଘଟଣା Tagged With: ଓଡିଶା, ଦୁର୍ଘଟଣା

ସୁରଟରୁ ଫେରୁଥିବା ବସ୍ କଳିଙ୍ଗା ଘାଟିରେ ଦୁର୍ଘଟଣାଗ୍ରସ୍ତ, ୨ ମୃତ

May 2, 2020 By LocalWire Leave a Comment

ଫୁଲବାଣୀ, ମେ ୨(ଲୋକାଲ ୱାୟାର): ଗୁଜରାଟର ସୁରଟରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଏକ ବସ୍ ଶନିବାର ସନ୍ଧ୍ୟାରେ ଗଞ୍ଜାମ-କନ୍ଧମାଳ ସୀମାର କଳିଙ୍ଗା ଘାଟିରେ ଦୁର୍ଘଟଣାଗ୍ରସ୍ତ ହେବାରୁ ୨ ଜଣଙ୍କର ମୃତୁ୍ୟ ହୋଇଥିବା ସ୍ଥାନୀୟ ଅଧିକାରୀ କହିଛନ୍ତି ।

ଗତ ୩୦ ତାରିଖ ରାତି ୧୧ଟାରେ ସୁରଟରୁ ଶ୍ରୀ ପଟେଲ୍ ଦାମକ ଯାତ୍ରୀବାହୀ ବସ ଗଞ୍ଜାମ ଜିଲ୍ଲାର ଆସିକା ଅଭିମୁଖେ ବାହାରିଥିଲା ।

ଏଥିରେ ୬୪ ପୁରୁଷ, ୪ ମହିଳା, ୨ ଛୋଟ ପିଲା ଥିଲେ ।

ଶନିବାର ସନ୍ଧ୍ୟାରେ କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟରେ ଚାଳକ ବସ୍ ଉପରୁ ନିୟନ୍ତ୍ରଣ ହରାଇବାରୁ ତାହା ଭାରସାମ୍ୟ ହରାଇ ରାସ୍ତାରୁ ୧୦ ଫୁଟ ତଳକୁ ଖସି ପଡ଼ିଥିଲା ।

ଜି. ଉଦୟଗିରି ଥାନା ପୁଲିସ, ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ କରିଥିଲେ ।

ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିବା କହିଛନ୍ତି ଜି.ଉଦୟଗିରି ଏସଡିପିଓ ଜୟକୃଷ୍ଣ ବେହେରା ।

ଲୋକାଲ ୱାୟାର

Filed Under: Accident, Odia, ଦୁର୍ଘଟଣା Tagged With: ଓଡିଶା, କରୋନା, ଗଞ୍ଜାମ, ଦୁର୍ଘଟଣା

ତିନି ଜିଲ୍ଲାରେ ବଜ୍ରପାତରେ ୬ ମୃତ, ୧ ଆହତ

April 24, 2020 By LocalWire Leave a Comment

ଭୁବନେଶ୍ୱର, ଏପ୍ରିଲ ୨୪(ଲୋକାଲ ୱାୟାର): ତିନୋଟି ଜିଲ୍ଲାରେ ଶୁକ୍ରବାର ବଜ୍ରପାତରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅନ୍ତର୍ଗତ ବଡ଼ପଥର ଗ୍ରାମର ୩ ଜଣ ଯୁବକ ମଧ୍ୟାହ୍ନରେ ମାଛ ଧରିବାକୁ ଯାଇଥିବା ବେଳେ ଅଚାନକ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା ।

ବଜ୍ରପାତରେ ସେମାନେ ଅଚେନ ହୋଇ ପଡ଼ିଥିବା ବେଳେ ଗ୍ରାମବାସୀ ସେମାନଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । କିନ୍ତୁ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

ସେହିପରି କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ଅଞ୍ଚଳରେ ବଜ୍ରପାତରେ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱର ସଦର ବ୍ଲକରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଦୁର୍ଘଟଣା

ହାତୀ ଆକ୍ରମଣରେ ଆଈ ଓ ନାତୁଣୀର ମୃତ୍ୟୁ

April 1, 2020 By LocalWire Leave a Comment

ସମ୍ବଲପୁର, ଏପ୍ରିଲ ୧ (ଲୋକାଲ ୱାୟାର) : ସମ୍ବଲପୁର ଜିଲ୍ଲା କୋଶାପାଲି ପଞ୍ଚାୟତ କୁଲ ଗାଁରେ ହାତୀ ଆକ୍ରମଣରେ ବୁଧବାର ଦିନ ଆଈ ଓ ନାତୁଣୀର ମୃତ୍ୟୁ ହୋଇଥିବା ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି ।

ଅଧିକାରୀଙ୍କ ସୂଚନା ଅନୁସାରେ, ମୃତକ ଦ୍ୱୟ ହେଲେ ଉର୍ମିଲା ମିର୍ଦ୍ଧା ଓ ତାଙ୍କ ନାତୁଣି ରଶ୍ମିତା ।

ଉର୍ମିଲାଙ୍କ ସ୍ୱାମୀଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ଆଜି ଭୋରରୁ ହାତୀଟି ଗାଁ ଭିତରକୁ ପଶି ଆସିଥିଲା । ଆଉ ଏହି ସମୟରେ ହାତୀଟି କାନ୍ଥ ଭାଙ୍ଗି ଘର ଭିତରକୁ ପଶିଆସି ସେମାନଙ୍କୁ ଆକ୍ରମଣ କରିଥିଲା ବୋଲି ବନ କର୍ମଚାରୀ ଜଣକ କହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଦୁର୍ଘଟଣା, ସମ୍ବଲପୁର

ଭଞ୍ଜନଗରରେ ବଜ୍ରପାତରେ ଜଣେ ମୃତ୍ୟୁ

March 19, 2020 By LocalWire Leave a Comment

ଗଞ୍ଜାମ, ମାର୍ଚ୍ଚ ୧୯ (ଲୋକାଲ ୱାୟାର) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଡୁମାକୁମ୍ପା ପଞ୍ଚାୟତର ହାତୀଗୁଡା ଗ୍ରାମରେ ବଜ୍ରପାତ ଘଟି ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି ।

ମୃତ ଯୁବତୀ ଜଣକ ହେଲେ ଶତ୍ରୁଘନ ପୋଲେଇ ଙ୍କ ଝିଅ ଟିକି ପୋଲେଇ (୧୮) ।

ଆଜି ଦିନ ୧୦ଟା ବେଳେ ବିଲରୁ ମୁଗ ଧରି ଘରକୁ ଫେରୁଥିବା ବେଳେ ହଠାତ୍ ବଜ୍ରପାତ ଘଟିବାରୁ ଟିକି ତଳେ ପଡିଯାଇଥିଲା ।

ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାକୁ ଭଞ୍ଜନଗର ମେଡିକାଲକୁ ନେଇଥିଲେ । ହେଲେ ଡ଼ାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ ।

ଲୋକାଲ ୱାୟାର

Filed Under: Odia, ଦୁର୍ଘଟଣା Tagged With: ଓଡିଶା, ଗଞ୍ଜାମ, ଦୁର୍ଘଟଣା

ଗଜପତି ଜିଲ୍ଲା ରାଇସିଂ ଘାଟିରେ ବାଇକ ଦୁର୍ଘଟଣାରେ ୩ ମୃତ

March 16, 2020 By LocalWire Leave a Comment

ପାରଳାଖେମୁଣ୍ଡି, ମାର୍ଚ୍ଚ ୧୬(ଲୋକାଲ ୱାୟାର): ଗଜପତି ଜିଲ୍ଲା ମେହନାର ରାଇସିଂ ନିକଟରେ ସୋମବାର ଅପରାହ୍ଣରେ ଏକ ପିକ୍ ଅପ୍ ଭ୍ୟାନ ସହ ଏକ ବାଇକର ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ପୁଲିସ କହିଛି ।

ଗୋଟିଏ ବାଇକରେ ୩ ଜଣ ଯୁବକ ମୋହନାରୁ କଚ୍ଚବାଡ଼ି ଯାଉଥିବା ବେଳେ ରାଇସିଂ ଘାଟିରେ ଏକ ପିକ୍ ଅପ୍ ଭ୍ୟାନ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ବାଇକରେ ଥିବା ୩ ଆରୋହୀଙ୍କର ମୃତ୍ୟୁ ହୋଇଥିଲା ।

ସେମାନେ ହେଲେ କର୍ଚ୍ଚବାଡ଼ି ପଞ୍ଚାୟତର ରାମନାଜୁ ଗ୍ରାମର ରାଜେନ୍ଦ୍ର ମଲ୍ଲିକ, ସୁଧିର ମଲ୍ଲିକ ଏବଂ ହୁଏରୀ ଗ୍ରାମର ରାମଚନ୍ଦ୍ର ମଲ୍ଲିକ ।

ମୃତକ ମାନଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ଲୋକମାନେ ମୋହନା ଡାକ୍ତରଖାନା ସମ୍ମୁଖରେ ରାସ୍ତା ଅବରୋଧ କରିଥିଲେ ।

ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ରେଡକ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ଲେଖାଏଁ ଦେବାକୁ ପ୍ରତିଶ୍ରୁତି ଦେବା ପରେ ଲୋକମାନେ କ୍ଷାନ୍ତ ହୋଇଥିଲେ ।

ଲୋକାଲ ୱାୟାର

Filed Under: Accident, Odia, ଦୁର୍ଘଟଣା Tagged With: Accident, ଓଡିଶା, ଗଜପତି, ଦୁର୍ଘଟଣା

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 38
  • Go to Next Page »

Primary Sidebar

ଲୋକାଲ ୱାୟାର ନୂଆ ଡିଜାଇନ

ଲୋକପ୍ରିୟ

କୋଭିଡ-୧୯ ମହାମାରୀ ବିରୋଧରେ ଓଡିଶାର ଲଢେଇ: ଏକ ବିହଙ୍ଗାବଲୋକନ

କୋଭିଡ-୧୯ ନିୟନ୍ତ୍ରଣ ଓ ମୁକାବିଲାରେ ଦେଶର ଶୀର୍ଷ ଦୁଇଟି ରାଜ୍ୟ ମଧ୍ୟରେ ଥିବାରୁ କେନ୍ଦ୍ର ସରକାର ଓଡ଼ିଶାକୁ ପ୍ରଶଂସା କରିଛନ୍ତି ।

କୋଭିଡ-୧୯ ସଙ୍କଟକୁ ସଫଳ ଭାବେ ମୁକାବିଲା କରିଥିବା କେରଳ ଓ ଓଡ଼ିଶାକୁ ବିଶ୍ୱ ଅର୍ଥନୈତିକ ଫୋରମ ପ୍ରଶଂସା କରିଛି ।

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ଅଧିକ ବିଶେଷ ଖବର

Copyright © 2021 · LocalWire