• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

ନୟାଗଡ଼

ବିହନ ଉତ୍ସବ: ଦେଶୀ ବିହନ ଉପରେ ଗୁରୁତ୍ୱ

March 12, 2020 By Rakhi Ghosh Leave a Comment

ଡିସେମ୍ବରର ଶୀତୁଆ ସକାଳୁ ଚାଷୀ, ବିଶେଷତଃ ମହିଳା ଚାଷୀମାନେ ନାଚି ଗାଇ ଶୋଭାଯାତ୍ରାରେ ବାହାରି ଥିଲେ । ଗନ୍ତବ୍ୟ ଥିଲା ନୟାଗଡ ଜିଲ୍ଲାର ପାହାଡ ଜଙ୍ଗଲ ଘେରା ଛୋଟିଆ ଦୁର୍ଗମ ଗାଁ ଗମ୍ଭାରିଖୋଲ ।

୧୮ଟି ଗାଁର ମହିଳା ଚାଷୀ ନୟାଗଡ ଜିଲ୍ଲା ଗମ୍ଭାରୀଖୋଲରେ ପ୍ରଥମ ଥର ପାଇଁ ଆୟୋଜିତ ଦେଶୀ ବିହନ ଉତ୍ସବରେ ସାମିଲ ହୋଇଥିଲେ ।

ପ୍ରତି ମହିଳା ଚାଷୀ ଚାଷ ଓ କ୍ଷେତକୁ ସମ୍ମାନ ଜଣାଇବା ଉଦେ୍ଦଶ୍ୟରେ ସୁନ୍ଦର ଛୋଟିଆ ମାଟି ପାତ୍ରରେ ଦେଶୀ ବିହନ ମୁଣ୍ଡେଇ ଆସିଥିଲେ ।

ସହରରୁ ଯାଇଥିବା ଦେଖଣାହାରୀଙ୍କ ପାଇଁ ଏହି ଉତ୍ସବ ବେଶ ନିଆରା ଥିଲା । ୨ଶହରୁ ଅଧିକ ପ୍ରଜାତିର ଧାନ, ଡାଲି, ବାଜରା, ମକା, ପରିବା ବିହନ ଜଙ୍ଗଲ ପରିବେଷ୍ଟିତ ଆଦିବାସୀ ଗାଁରେ ଆୟୋଜିତ ଏହି ଉତ୍ସବରେ
ପ୍ରଦର୍ଶିତ ହୋଇଥିଲା ।

ଦେଶୀ ବିହନର ଗୁରୁତ୍ୱ, ଲାଭ ଓ ଜୈବ ବିବିଧତାର ପୁନରୁଦ୍ଧାର ପାଇଁ ଦେଶୀ ବିହନ ସଂରକ୍ଷଣର ଗୁରୁତ୍ୱ ଚାଷୀଙ୍କୁ ବୁଝାଇବା ଉତ୍ସବର ଉଦେ୍ଦଶ୍ୟ ଥିଲା ।

ବିହନ ଉତ୍ସବ

ଓଡିଶାରେ କୃଷି ଓ ଜୈବିକ କୃଷି କ୍ଷେତ୍ରରେ କାର୍ଯ୍ୟରତ ବେସରକାରୀ ସଂଗଠନ ‘ନିର୍ମାଣ’ ଏହି ଦେଶୀ ବିହନ ଉତ୍ସବ ଆୟୋଜନ କରିଥିଲା ।

କୀଟନାଶକ ମୁକ୍ତ ପରିବେଶର ସମ୍ଭାବନା ଏହି ଉତ୍ସବରେ ପ୍ରଦର୍ଶିତ ହୋଇଥିଲା ।

୨୦୧୨ରେ ନିର୍ମାଣ ତରଫରୁ ଫସଲ ଅମଳ ପରେ କନ୍ଧମାଳ ଜିଲ୍ଲାର କୁଟିଆ କନ୍ଧଙ୍କୁ ନେଇ ବୁରଲାଙ୍ଗ ବିହନ ଉତ୍ସବ ଆୟୋଜିତ ହୋଇଥିଲା ।

ଦେଶୀ ବିହନ ସଂରକ୍ଷଣ ପାଇଁ ଆଦିବାସୀ ଚାଷୀଙ୍କୁ ପ୍ରୋତ୍ସାହନ ଓ ଜୈବ ବିବିଧତାର ପୁନରୁଦ୍ଧାର ପାଇଁ ସ୍ଥାନୀୟ ବିହନ ତଥା ଚାଷ କୌଶଳ ଶିଖିବାକୁ ସୁଯୋଗ ଦେବା ଉତ୍ସବର ଉଦେ୍ଦଶ୍ୟ ଥିଲା ।

ଏହାସହିତ ଖାଦ୍ୟ ତଥା ପୋଷଣ ନିରାପତା ବଢାଇବା ପାଇଁ ବିହନ ସଂରକ୍ଷଣ, ଚାଷ କୌଶଳ ଓ ବିହନ ବିବିଧତାର ପୁନରୁଦ୍ଧାର କୌଶଳ ମଧ୍ୟ ଶିଖା ଯାଇଥିଲା ।

ବିହନ ସଂରକ୍ଷଣ କୌଶଳର ପ୍ରସାର ଓ ଦେଶୀ ବିହନ ସଂରକ୍ଷଣ ପାଇଁ ମହିଳାଙ୍କୁ ପ୍ରୋତ୍ସାହନ ଦେବା ପାଇଁ ନୟାଗଡ ଜିଲ୍ଲାରେ ଦେଶୀ ବିହନ ଉତ୍ସବ ଆୟୋଜିତ ହୋଇଥିଲା ।

ସାଇତା ଦେଶୀ ବିହନ ପ୍ରଦର୍ଶନ ପାଇଁ ବିହନ ଉତ୍ସବ ସୁଯୋଗ ଦେଇଛି ବୋଲି କହିଛନ୍ତି ନୟାଗଡ ଜିଲ୍ଲା ରଇସୋରା ଗାଁର ପ୍ରତିମା ଜାନି ।

ସଙ୍କର ବିହନ

ଚାଷୀମାନେ ସାଧାରଣତଃ ପରବର୍ତୀ ପୀଢିକୁ ବିହନ ସମ୍ପର୍କିତ ଜ୍ଞାନ ଓ ସଂରକ୍ଷଣ କୌଶଳ ଶିଖାଇଥାନ୍ତି ।

କିଛି ବର୍ଷ ହେଲା ଚାଷୀମାନେ ସଙ୍କର ବିହନ ଉପରେ ନିର୍ଭରଶୀଳ ହୋଇ ପଡିଛନ୍ତି । ଯାହାର ପ୍ରତିକୂଳ ପ୍ରଭାବ ଖାଦ୍ୟାଭ୍ୟାସ, ସ୍ୱାସ୍ଥ୍ୟ, ଖାଦ୍ୟ ନିରାପତା, ରୋଜଗାର ଓ ଜଳବାୟୁ ଉପରେ ପଡୁଛି ବୋଲି କହିଛନ୍ତି ନିର୍ମାଣର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ପ୍ରଶାନ୍ତ ମହାନ୍ତି ।

ଦୁଇ କିମ୍ବା ତିନି ଏକର ଜମି ଥିବା ଚାଷୀ ବଜାରରୁ ସଙ୍କର ବିହନ କିଣୁଛନ୍ତି । କ୍ଷୁଦ୍ର ଓ ନାମମାତ୍ର ଚାଷୀ ସଙ୍କର ବିହନ ଉପରେ ନିର୍ଭରଶୀଳ ଥିବାରୁ ସେମାନେ ସାର ଓ କୀଟନାଶକ କିଣାରେ ଅଧିକ ଅର୍ଥ ବିନିଯୋଗ କରୁଛନ୍ତି ।

ଆମେ ଆମ ପୂର୍ବପୁରୁଷଙ୍କ ଠାରୁ ଏହି କୌଶଳ ଶିଖିଛୁ ଓ ପୀଢି ପୀଢି ଧରି ଦେଶୀ ବିହନ ସଂରକ୍ଷଣ କରୁଛୁ ।

ହେଲେ ସଙ୍କର ବିହନ ବଜାରରେ ସହଜରେ ମିଳୁଥିବାରୁ ଓ ଦେଶୀ ଅପେକ୍ଷା ସଙ୍କର ବିହନରୁ ଭଲ ଅମଳ ହୁଏ ବୋଲି ଥିବା ଭ୍ରାନ୍ତ ଧାରଣା ଯୋଗୁଁ ଚାଷୀମାନେ ସଙ୍କର ବିହନ ପ୍ରତି ଆକୃଷ୍ଟ ହେଉଛନ୍ତି ବୋଲି ପ୍ରତିମା ଜାନି କହିଛନ୍ତି ।

ପ୍ରତିମାଙ୍କ ସ୍ୱାମୀ ନିଜ ତିନି ଏକର ଜମିରୁ ମାତ୍ର ୧ ଏକରରେ ଦେଶୀ ବିହନ ଚାଷ କରିବାକୁ ରାଜି ହୋଇଥିଲେ ବୋଲି କୁହନ୍ତି ପ୍ରତିମା ।

ଉତମ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ ଓ କୃଷି ସଂଗଠନ (ଏଫଏଓ) ରାଜ୍ୟର ଜୈବ ବିବିଧତା ଉପରେ ଦେଇଥିବା ପ୍ରଥମ ରିପୋର୍ଟରୁ କୃଷିରେ ଜୈବ ବିବିଧତା ନଷ୍ଟ ଓ କୁପୋଷଣ ପାଇଁ ଚାଷରେ ମାତ୍ରାଧିକ ସାର ପ୍ରୟୋଗକୁ ଅନ୍ୟତମ କାରଣ ବୋଲି ଦର୍ଶାଇଥିଲା ।

ପୋଷଣର ପ୍ରମୁଖ ସ୍ରୋତ ଭାବେ ସ୍ଥାନୀୟ ତଥା ଦେଶୀ ଧାନ ଉଭା ହୋଇଛି ।

କୃଷିର ଦ୍ରୁତ ବ୍ୟବସାୟୀକରଣ ଯୋଗୁଁ ସ୍ଥାନୀୟ ଧାନ ବଦଳରେ ବ୍ୟାବସାୟିକ ଧାନ ଚାଷ ହେଉଛି । ଫଳରେ ପୋଷଣର ଜୈବ ବିବିଧତା ଲୋପ ପାଇ ଯାଉଛି ।

କ୍ୟାନସର, ଚର୍ମ ରୋଗ ଓ ଜୀବନ ଶୈଳୀ ରୋଗ ଆଦି କୀଟନାଶକ ଭରା ଖାଦ୍ୟ ଖାଇବାରୁ ହେଉଛି ବୋଲି କେତେକ ସର୍ଭେରୁ ଜଣାପଡିଛି ।

କେବଳ ସହର ବାସିନ୍ଦା ନୁହେଁ ଗ୍ରାମାଚଂଳର ଗରିବ ଲୋକେ ମଧ୍ୟ କୀଟନଶକ ଓ ରାସାୟନିକର ମାତ୍ରାଧିକ ବ୍ୟବହାର ଯୋଗୁଁ ରୋଗାକ୍ରାନ୍ତ ହେଉଛନ୍ତି ।

ବରଗଡ ଜିଲ୍ଲା (ଅଧିକ ସଂଖ୍ୟକ କ୍ୟାନ୍ସର ପୀଡିତ ଥିବା ଜିଲ୍ଲା)ର ଚାଷୀଙ୍କୁ ଜୈବିକ କୃଷି ପାଇଁ ପ୍ରୋତ୍ସାହିତ କରୁଥିବା ଅହିଂସା କ୍ଲବ ସମ୍ପାଦକ ଶିବ ପ୍ରସାଦ ସାହୁଙ୍କ ଅନୁଯାୟୀ ସଙ୍କର ବିହନରେ ଅଧିକ କୀଟନାଶକ ବ୍ୟବହାର ଯୋଗୁଁ ମାଟିର ସ୍ୱାସ୍ଥ୍ୟହାନି ହେଉଛି ।

ମାଟିର ପୋଷଣ ବଢାଇବା ପାଇଁ ଜୈବିକ ଖତ ପ୍ରୟୋଗ ଓ ଦେଶୀ ବିହନ ବୁଣିବାର ବେଳ ଆସିଗଲାଣି ବୋଲି ସେ କହିଛନ୍ତି ।

ଉପଯୁକ୍ତ ବିହନ ଚୟନ

ବିହନ ଉତ୍ସବରେ ଭାଗ ନେଇଥିବା ଅଧିକାଂଶ ଚାଷୀ ଦେଶୀ ବିହନର ଗୁରୁତ୍ୱ ଜାଣିଥିଲେ ବି ସେଗୁଡିକୁ ବ୍ୟବହାର କରିବାକୁ ପଛ ଘୁଂଚା ଦେଉଛନ୍ତି । କାରଣ ସେମାନଙ୍କ ଧାରଣା ରହିଛି ଯେ, ଦେଶୀ ବିହନ ଜଳବାୟୁ ପରିବର୍ତନ ସହି ପାରିବ ନାହିଁ ।

ବୈଶିଷ୍ଟ୍ୟ ଅନୁଯାୟୀ ବିହନ ବାଛି ସେଗୁଡିକର ଉତ୍ପାଦନ ଅନୁଯାୟୀ ଜଳବାୟୁ ସହନଶୀଳତା ଓ କୀଟ ପ୍ରତିରୋଧକ ଶକ୍ତି ଅନୁଯାୟୀ ଅଲଗା କରାଯିବା ଉଚିତ ।

ଦେଶୀ ବିହନ ବ୍ୟବହାର ପାଇଁଏହା ଚାଷୀଙ୍କୁ ପ୍ରୋତ୍ସାହିତ କରିବ ବୋଲି ଜଳବାୟୁ ପରିବର୍ତନ ବିଶେଷଜ୍ଞ ବିଦ୍ୟାଧର ମହାରଣା କରିଛନ୍ତି ।

ଚାଷୀମାନେ ଦେଶୀ ବିହନ ବୁଣିବା ପୂର୍ବରୁ କିଛି ପଦ୍ଧତି ଅନୁସରଣ କରିବା ଉଚିତ ।

ଯେପରିକି ପୃଥକୀକରଣ, ଉପଯୁକ୍ତ ସଂରକ୍ଷଣ ଓ ବୁଣିବା ପୂର୍ବରୁ ବିହନ ପରୀକ୍ଷଣ ଆଦି ।

କେବେ କେବେ ବିହନରେ ଛତୁ ଫୁଟିଯିବା ଯୋଗୁଁ ଆଶାନୁରୂପ ଅମଳ ହୋଇନଥାଏ ।

କ୍ଷେତ ଛୋଟ ଥିଲେ ବି ଉପଯୁକ୍ତ ପ୍ରଜାତିର ଦେଶୀ ବିହନ ଚାଷ କରି ସେମାନେ ଏହାକୁ ଅଧିକ ଦାମରେ ବିକ୍ରି କରିପାରିବେ ।

ଜୈବିକ ଖାଦ୍ୟସାମଗ୍ରୀର ମୂଲ୍ୟ ପାରମ୍ପରିକ ପଦ୍ଧତିରେ ଚାଷ ହେଉଥିବା ଖାଦ୍ୟ ସାମଗ୍ରୀ ତୁଳନାରେ ଅଧିକ ।

କିଛି ନିର୍ଦ୍ଦିଷ୍ଟ ଦେଶୀ ବିହନରୁ ସଙ୍କର ବିହନ ତୁଳନାରେ ଅଧିକ ଅମଳ ହେଉଥିବା ସେ ଦର୍ଶାଇଥିଲେ ।

ମହିଳା ଚାଷୀଙ୍କ ସଶକ୍ତିକରଣ

ଉତ୍ସବରୁ ବିଭିନ୍ନ ପ୍ରକାରର ବିହନ ଆଣିଥିବା ରାଇସୋନା ଗାଁର କାଂଚନ ବେହେରା କହିଛନ୍ତି ଭିନ୍ନ ପ୍ରଜାତିର ବିହନ ମିଳିଲେ ସେ ନିଜର ୧ ଏକର ଜମିରେ ବୁଣିବେ ।

ନିଜ ମାଙ୍କ ଠାରୁ ସେ ବିହନ ସଂରକ୍ଷଣ ଶିଖିଥିଲେ । ବାହାଘର ପରେ ସେ ଓ ତାଙ୍କ ଶାଶୂ ଏହି କାମ ଜାରି ରଖିଥିଲେ ।

ଆମେ ୨ ଏକର ଜମିରେ ଜୈବିକ ଚାଷ କରୁଛୁ । ଯାହା ଉତ୍ପାଦନ ହେଉଛି ତାହା ପରିବାରର ଚାରି ସଦସ୍ୟଙ୍କ ପାଇଁ ଯଥେଷ୍ଟ । ବଳକା ଧାନ ଆମେ ବଜାରରେ ବିକ୍ରି କରୁଛୁ ।

ସଙ୍କର ବିହନ ବ୍ୟବହାର କଲେ ଉତ୍ପାଦନ ବଢାଇବାକୁ ସାର ଓ କୀଟନାଶକ ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡିବ । ତେଣୁ ଆମେ ଆଗାମୀ ଋତୁର ଚାଷ ପାଇଁ ବିହନ ସାଇତି ରଖୁଛୁ ।

ପୂର୍ବରୁ ଆଭ୍ୟନ୍ତରୀଣ ଗାଁ ଗୁଡିକର ମହିଳାମାନେ ବିହନ ସଂରକ୍ଷଣ କୌଶଳ ଓ ବିହନ ସାଇତି ରଖିବା
ଜାଣିଥିଲେ ।

ଏହା ସେମାନଙ୍କୁ ଘରେ ଓ ସମ୍ପ୍ରଦାୟରେ ସଶକ୍ତ କରିଥିଲା । ଆଜିକାଲି ଏହି ମହିଳାମାନଙ୍କ ସ୍ୱାମୀମାନେ ସଙ୍କର ବିହନର ବ୍ୟବହାର ଆରମ୍ଭ କରିଥିବାରୁ ବିହନ ସଂରକ୍ଷଣ କୌଶଳ ହଜିଯିବାକୁ ବସିଲାଣି ।

ଭବିଷ୍ୟତ ମହାରଣାଙ୍କ ଅନୁଯାୟୀ ଆଭ୍ୟନ୍ତରୀଣ ଗାଁଗୁଡିକରେ ବିହନ ବ୍ୟାଙ୍କକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି ।

ସେହିପରି ମହିଳା ଚାଷୀଙ୍କୁ ବିହନ ସଂରକ୍ଷଣ ଓ ଗଚ୍ଛିତ ରଖିବାର ପଦ୍ଧତି ଶିଖାଇବାର ଆବଶ୍ୟକତା ରହିଛି ।

ଏହା ବିହନ ବଦଳ, ମାଟିର ଉର୍ବରତା ବୃଦ୍ଧିରେ ସହାୟକ ହେବା ସହ କୃଷି ଜୈବ ବିବିଧତା ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ ।

ଚାଷୀମାନେ ସଙ୍କର ବିହନ ବୁଣିଲେ ସରକାର ସେମାନଙ୍କୁ ପାଣି, ବିଦୁ୍ୟତ, ଟ୍ରାକ୍ଟର, ସାର, କୀଟନାଶକ, ଜାଳେଣୀ ସବସିଡି ଦେଉଛନ୍ତି ।

ହେଲେ ଦେଶୀ ବିହନ ବୁଣିଲେ କୌଣସି ସବସିଡି ମିଳୁନାହିଁ ବୋଲି ମହାରଣା କହିଛନ୍ତି । ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାର ସହାୟତା ଯୋଗାଇ ଦେବା ଆବଶ୍ୟକ ।

ଜୈବିକ କୃଷି ପଦ୍ଧତିକୁ ପ୍ରୋତ୍ସାହନ ଦେବା ଦରକାର । ଯଦି ଚାଷୀମାନେ ଦେଶୀ ବିହନ ଚୟନ ପାଇଁ ଉପଯୁକ୍ତ ପଦ୍ଧତି ଅନୁସରଣ କରନ୍ତି ତେବେ ସେମାନଙ୍କ ଉତ୍ପାଦନ ବଢିବ ।

ଏହା ମାଟିର ଉର୍ବରତା, ଜୈବ ବିବିଧତା ଓ ମାନବ ଶରୀର ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇବ ବୋଲି ମହାନ୍ତି କହିଛନ୍ତି ।

(ରାକ୍ଷୀ ଘୋଷଙ୍କ ଏହି ଲେଖା “ଭିଲେଜ୍ ସ୍କୋୟାର୍”ରେ ପୂର୍ବରୁ ପ୍ରକାଶ ପାଇଛି।)

Filed Under: Odia Tagged With: Special, ନୟାଗଡ଼, ବିଶେଷ

ଚିନି କଳର ପୁନଃଉଦ୍ଧାର ଦାବିରେ ଆଜି ନୟାଗଡ଼ ବନ୍ଦ, ବିଭିନ୍ନ ସ୍ଥାନରେ ରାସ୍ତା ରୋକ

March 6, 2020 By LocalWire Leave a Comment

ନୟାଗଡ଼, ମାର୍ଚ୍ଚ ୬ (ଲୋକାଲ ୱାୟାର) : ପାଣିପୋଇଲା ଠାରେ ବନ୍ଦ ହୋଇ ପଡିଥିବା ଚିନି କଳର ପୁନଃଉଦ୍ଧାର ସହ ଚାଷୀ ଓ ଶ୍ରମିକଙ୍କ ବକେୟା ପ୍ରଦାନ ଦାବିରେ ଆଜି ନୟାଗଡ ଜିଲ୍ଲା ବନ୍ଦ ଡ଼ାକରା ଦେଇଛି କ୍ରିୟାନୁଷ୍ଠାନ କମିଟି ।

ଲୋକେ ବିଭିନ୍ନ ସ୍ଥାନରେ ରାସ୍ତା ରୋକ କରିଛନ୍ତି । ଦୋକାନ ବଜାର ବନ୍ଦ ରହିଛି ।

ଆଜିର ଏହି ବନ୍ଦକୁ ବ୍ୟବସାୟୀ, ବିଭିନ୍ନ ଯାନବାହାନ ସଂଘ, ସାଧରଣ ଲୋକ ସମର୍ଥନ କରିଥିବା କ୍ରିୟାନୁଷ୍ଠାନ କମିଟି କହିଛି ।

ତେବେ ବନ୍ଦ ସମୟରେ କୌଣସି ଜରୁରୀ ସେବାକୁ ବାଧା ଦିଆଯିବ ନାହିଁ ବୋଲି କମିଟି ସ୍ପଷ୍ଟ କରିଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ନୟାଗଡ଼

ନୟାଗଡ଼ ଅସ୍ତ୍ରାଗାର ଲୁଟରେ ସଂପୃକ୍ତ ମାଓବାଦୀର ଛତିଶଗଡ଼ରେ ଆତ୍ମସମର୍ପଣ

March 3, 2020 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୩(ଲୋକାଲ ୱାୟାର): ୨୦୦୯ ନୟାଗଡ଼ ଅସ୍ତ୍ରାଗାର ଲୁଟରେ ସଂପୃକ୍ତ ଥିବା ଦୁର୍ଦ୍ଦାନ୍ତ ମାଓବାଦୀ ପ୍ରଶାନ୍ତ ମୋଡିୟମ ଓରଫ ସୋନୁ (୨୫) ଛତିଶଗଡ଼ର ବିଜାପୁର ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ସେଠାକାର ଜଣେ ଅଧିକାରୀ ମଙ୍ଗଳବାର ସୂଚନା ଦେଇଛନ୍ତି ।

ଛତିଶଗଡ଼ର ବସ୍ତର ପୁଲିସ ଆଇଜି ସୁନ୍ଦରାଜ ପି. କହିଛନ୍ତି, ବିଜାପୁର ଜିଲ୍ଲା ପେଡାକୋର୍ମା ଗ୍ରାମର ବାସିନ୍ଦା ପ୍ରଶାନ୍ତ ୧୨ ବର୍ଷ ବୟସରୁ ମାଓବାଦୀ ସଙ୍ଗଠନ ପାଇଁ କାମ କରୁଥିଲା ।

୨୦୦୭ରେ ସେ ସିପିଆଇ-ମାଓବାଦୀ ସଙ୍ଗଠନର ମିଲିସିଆ ଦଲମରେ ସାମିଲ ହୋଇଥିଲା । ୨୦୦୮ରେ ସେ ପ୍ଳାଟୁନ କମାଣ୍ଡର ଭାବେ ପଦୋନ୍ନତି ପାଇଥିଲା ।

ପରେ ସେ ସଙ୍ଗଠନର ସପ୍ଲାଇ ଟିମରେ ଡାକ୍ତର ଭାବେ ପ୍ରଶିକ୍ଷଣ ପାଇଥିଲା । ୨୦୧୩ରେ ସେ ଡିଭିଜନାଲ କମିଟି ସଦସ୍ୟ ମଧ୍ୟ ହୋଇଥିଲା ।

କନ୍ଧମାଳ-କଳାହାଣ୍ଡି-ନୟାଗଡ଼-ବୌଦ୍ଧ (କେକେବିଏନ) ଡିଭିଜନର ଡିଭିଜନନାଲ କମିଟି ସଦସ୍ୟ ଥିବା ସୋନୁ ଛତିଶଗଡ଼ର ଅବୁଜମଦ୍ ଓ ବିଜାପୁରରେ ମଧ୍ୟ ସକ୍ରିୟ ଥିଲା । ସଙ୍ଗଠନରେ ସେ ଡକ୍ଟର କମାଣ୍ଡର ଭାବେ ପରିଚିତ ଥିଲା ।

ସେ ଉଭୟ ଓଡ଼ିଶା ଓ ଛତିଶଗଡ଼ରେ ଅସ୍ତ୍ର ଲୁଟ୍‌, ପୁଲିସଙ୍କୁ ହତ୍ୟା ଏବଂ ଅନ୍ୟାନ୍ୟ ହିଂସାରେ ଲିପ୍ତ ଥିଲା । ତା ନାମରେ ୮ଟି ସଙ୍ଗୀନ ମାମଲା ରହିଛି ।

୨୦୦୭ରେ ପମଲଭୟା ଠାରେ ୫ ଜଣ ଯବାନଙ୍କୁ ହତ୍ୟା, ୨୦୦୯ରେ ନୟାଗଡ଼ ଅସ୍ତ୍ରାଗାର ଲୁଟ ଓ ୧୪ ଜଣ ଯବାନଙ୍କୁ ହତ୍ୟା, ୨୦୧୩ରେ ସୁକମାର ଭେଜିଠାରେ ଯବାନଙ୍କ ଉପରେ ଆକ୍ରମଣ, ୨୦୧୩ରେ କଞ୍ଜୋଲୋଗେ ଠାରେ ଆକ୍ରମଣରେ ସେ ସଂପୃକ୍ତ ଥିଲା ।

ତାକୁ ଧରିବା ପାଇଁ ୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା ।

ସରକାରଙ୍କ ଆତ୍ମସମର୍ପଣ ନୀତି ଅନୁସାରେ ସୋନୁକୁ ଥଇଥାନ ପ୍ୟାକେଜ ମିଳିବ ବୋଲି କହିଛନ୍ତି ବିଜାପୁର ଏସପି ଦିବ୍ୟାଙ୍ଗ ପଟେଲ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ନୟାଗଡ଼

ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା

February 24, 2020 By LocalWire Leave a Comment

ଭୁବନେଶ୍ୱର, ଫେବ୍ରୁଆରୀ ୨୪ (ଲୋକାଲ ୱାୟାର): ରାଜ୍ୟର ୫ ଟି ଜିଲ୍ଲାରେ ସୋମବାର ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ସ୍ଥାନୀୟ ପାଣିପାଗ କେନ୍ଦ୍ର କହିଛି ।

ଜିଲ୍ଲା ଗୁଡ଼ିକ ହେଲା- ନୟାଗଡ଼, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା ଓ ବରଗଡ଼ ।

ଏହିସବୁ ଜିଲ୍ଲାରେ ଦିନ ୧୨ ଟା ଯାଏ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଥିବା ବେଳେ ପବନର ବେଗ କିମି ପିଛା ୩୦-୪୦ ରହିବ ବୋଲି କେନ୍ଦ୍ର ସୂଚନା ଦେଇଛି ।

ଲୋକାଲ ୱାୟାର

Filed Under: Odia, Weather, ପାଣିପାଗ Tagged With: Weather, ଓଡିଶା, କଳାହାଣ୍ଡି, ନୟାଗଡ଼, ନୂଆପଡା, ପାଣିପାଗ, ବରଗଡ, ବଲାଙ୍ଗିର

କାଠ ବୋଝେଇ ଟ୍ରକରୁ ଦେଢ଼ କୋଟିର ଗଞ୍ଜେଇ ଜବତ

February 15, 2020 By LocalWire Leave a Comment

ନୟାଗଡ଼, ଫେବ୍ରୁଆରୀ ୧୫(ଲୋକାଲ ୱାୟାର): ନୟାଗଡ଼ ଜିଲ୍ଲାର ବାଣୀଗୋଚ୍ଛା ନିକଟରେ ଏକ କାଠ ବୋଝେଇ ଟ୍ରକରୁ ପ୍ରାୟ ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ଜଣେ ଅଧିକାରୀ ଶନିବାର ସୂଚନା ଦେଇଛନ୍ତି ।

ଗଞ୍ଜେଇ ଚାଲାଣ ହେଉଥିବାର ନିର୍ଦ୍ଦିଷ୍ଟ ସୂଚନା ପାଇ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର ଅଧିକାରୀମାନେ ଶୁକ୍ରବାର ରାତି ୫୭ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚେକିଂ ଚଳାଇଥିଲେ ।

କୋରାପୁଟରୁ ଆସିଥିବା ଏକ କାଠ ଟ୍ରକକୁ ତଲାସୀ କରାଯିବାରୁ ସେଥିରେ ୪୦ଟି ବସ୍ତାରେ ଗଞ୍ଜେଇ ଲୁଚା ହୋଇଥିବା ଦେଖିବାକୁ ମିଳିଥିଲା । ଟ୍ରକ ଡାଇଭରକୁ ଗିରଫ କରାଯାଇଛି ।

ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ କୋଟି ଟଙ୍କା ହେବ ବୋଲି ସୂଚନା ଦିଆଯାଇଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଘଟଣା, ନୟାଗଡ଼

ନୟାଗଡ଼ରେ ତୀର୍ଥଯାତ୍ରୀ ବସ୍ ଓଲଟି ୧ ମୃତ, ୨୦ ଗୁରୁତର

February 9, 2020 By LocalWire Leave a Comment

ନୟାଗଡ଼,ଫେବ୍ରୁଆରୀ ୯(ଲୋକାଲ ୱାୟାର): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରେ ରବିବାର ଗଞ୍ଜାମ ଜିଲ୍ଲାର କେତେକ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ଆହତ ହୋଇଥିବା ସ୍ଥାନୀୟ ପୁଲିସ କହିଛି।

ଗଞ୍ଜାମ ଜିଲ୍ଲା ଛତ୍ରପୁର ଅନ୍ତର୍ଗତ ସିନ୍ଦୁରପୁରର ପ୍ରାୟ ୩୦ଜଣ ତୀର୍ଥଯାତ୍ରୀ ଏକ ବସ୍ ରେ ନୟାଗଡ଼ ଜିଲ୍ଲା କଣ୍ଟିଲୋସ୍ଥିତ ଶ୍ରୀନୀଳମାଧବ ଜିଉଙ୍କୁ ଦର୍ଶନ କରିବାକୁ ଯାଇଥିଲେ ।

ଅପରାହ୍ଣରେ ସେମାନେ ଫେରୁଥିବା ବେଳେ ଖଣ୍ଡପଡ଼ା ନିକଟସ୍ଥ କଇଥପଲ୍ଲୀଠାରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ବସ୍ ଟି ଓଲଟି ପଡ଼ିଥିଲା ।

ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ସମସ୍ତ ଆହତଙ୍କୁ ଖଣ୍ଡପଡ଼ା ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ପୁଲିସ କହିଛି ।

ପରେ ଗୁରୁତର ଆହତମାନଙ୍କୁ ନୟାଗଡ଼ ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର କରାଯାଇଥିବା କହିଛନ୍ତି ଖଣ୍ଡପଡ଼ା ଏସଡିପିଓ ଶ୍ରୀନିବାସ ମହାନ୍ତି ।

ତେବେ ବସ୍ ଡ୍ରାଇଭରକୁ ପୁଲିସ ଅଟକ ରଖି ତଦନ୍ତ କରୁଥିବା ସେ କହିଛନ୍ତି ।

ଲୋକାଲ ୱାୟାର

Filed Under: Accident, Odia, ଦୁର୍ଘଟଣା Tagged With: Accident, ଓଡିଶା, ଗଞ୍ଜାମ, ଦୁର୍ଘଟଣା, ନୟାଗଡ଼, ନୟାଗଡ

ମର୍ମନ୍ତୁଦ ଦୁର୍ଘଟଣା, ଗୋଟିଏ ପରିବାରର ତିନି ଜଣଙ୍କ ସମେତ ଚାରି ଜଣଙ୍କ ମୃତ୍ୟୁ

January 11, 2020 By LocalWire Leave a Comment

ନୟାଗଡ଼, ଜାନୁଆରୀ ୧୧ (ଲୋକାଲ ୱାୟାର): ଜିଲ୍ଲାର କରଡ଼ା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଶନିବାର ଗୋଟିଏ ପରିବାରର ତିନିଜଣଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ଘଟିଛି ।

ଗାଡ଼ିର ଡ୍ରାଇଭର୍ ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।

ସୂଚନା ଅନୁସାରେ, ନନ୍ଦିଘର ନେଳିଆ ସାହିର ଚାଉଳ ମିଲ ମାଲିକ ଚିରଞ୍ଜିବୀ ସାହୁ (୪୦) କୌଣସି କାମରେ ଗତକାଲି ଭୁବନେଶ୍ୱର ଯାଇ କାର ଯୋଗେ ବିଳମ୍ବିତ ରାତିରେ ଫେରୁଥିଲେ ।

ଫେରିବା ସମୟରେ କାରଟି ଦୁର୍ଘଟଣାଗ୍ରସ୍ତ ହେବାରୁ, ଚିରଞ୍ଜିବୀ, ତାଙ୍କ ପତ୍ନୀ ମଧୁସ୍ମିତା ( ୩୫) ଓ ପୁଅ ଆଦିତ୍ୟ କୁମାର ସାହୁ (୧୧)ଙ୍କ ସହ ଡ୍ରାଇଭର ସନ୍ତୋଷ ନାୟକଙ୍କ ମୃତ୍ୟୁ ଘଟିଛି ।

ପୋଲିସ୍ ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଛି।

ଲୋକାଲ ୱାୟାର

Filed Under: Odia, ଦୁର୍ଘଟଣା Tagged With: ଓଡିଶା, ଦୁର୍ଘଟଣା, ନୟାଗଡ଼

ଦେଶୀ ବିହନ ମେଳା ଉଦଯାପିତ

December 24, 2019 By LocalWire Leave a Comment

ନୟାଗଡ଼, ଡିସେମ୍ବର ୨୪ (ଲୋକାଲ ୱାୟାର): ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଗମ୍ଭାରୀଖୋଳଠାରେ ଚଳିତ ବର୍ଷର ଦେଶୀ ବିହନ ମେଳା ଉଦଯାପିତ ହୋଇଯାଇଛି।

ସ୍ବେଚ୍ଛାସେବୀ ସଙ୍ଗଠନ ନିର୍ମାଣର ସହଯୋଗରେ ଦେଶୀ ବିହନ ମେଳା ଆୟୋଜନ କମିଟି ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୧୮ଟି ଗାଁର ପ୍ରାୟ ପାଞ୍ଚ ଶହ ଚାଷୀ ଯୋଗ ଦେଇଥିଲେ।

ଏମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଚାଷୀ ଥିବାବେଳେ ଏମାନେ ନିଜ ଦ୍ବାରା ଜୈବିକ ପଦ୍ଧତିରେ ଉତ୍ପାଦିତ ବିହନ ସହିତ ମେଳାରେ ସାମିଲ ହୋଇଥିଲେ।

ତୈଳବୀଜ ଓ ମାଣ୍ଡିଆ ସମେତ ଅନ୍ୟ ଫସଲର ଦେଶୀ ବିହନ ସଂରକ୍ଷଣ କରି ରଖିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ମେଳାରେ ବହୁ କୃଷି ବିଶେଷଜ୍ଞ, ସାମାଜିକ କର୍ମୀ ଓ ସ୍ବେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତ ଯୋଗ ଦେଇଥିବାବେଳେ ଏଥିରେ ପ୍ରାୟ ଦୁଇ ଶହ କିସମର ଦେଶୀ ବିହନ ପ୍ରଦର୍ଶିତ ହୋଇଥିଲା।

ଲୋକାଲ ୱାୟାର

Filed Under: Odia, କାର୍ଯ୍ୟକ୍ରମ, କୃଷି Tagged With: ଓଡିଶା, କାର୍ଯ୍ୟକ୍ରମ, କୃଷି, ନୟାଗଡ଼

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ୧୨ଟି ପଦବୀ ପାଇଁ ବିଜ୍ଞପ୍ତି

December 3, 2019 By LocalWire Leave a Comment

ନୟାଗଡ, ଡିସେମ୍ବର ୩ (ଲୋକାଲ ୱାୟାର): ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅନ୍ତର୍ଗତ ୧୨ଟି ଗ୍ରାମ୍ୟ ରୋଜଗାର ସେବକ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି ।

ଗ୍ରାମ ପଞ୍ଚାୟତ ସ୍ତରର ଏହି ପଦବୀ ପାଇଁ ଆବେଦନକାରୀ ମାଟ୍ରିକ କିମ୍ବା ଯୁକ୍ତ ଦୁଇ ପାସ୍ କରିଥିବା ସହ ତାଙ୍କର କମ୍ପ୍ୟୁଟର ଜ୍ଞାନ ଥିବା ଆବଶ୍ୟକ ।

ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ଅନ୍ୟୂନ ୧୮ରୁ ୪୦ ବର୍ଷ ହୋଇଥିବା ଜରୁରୀ ।

ଆଗ୍ରହୀ ପ୍ରାର୍ଥୀମାନେ ଆସନ୍ତା ଜାନୁଆରୀ ୨ ତାରିଖ ମଧ୍ୟରେ www.nayagarh.nic.inରେ ଆବେଦନ କରିପାରିବେ ଓ ସବିଶେଷ ବିବରଣୀ ପାଇପାରିବେ ।

ଲୋକାଲ ୱାୟାର

Filed Under: Job, Odia Tagged With: Job, ନୟାଗଡ଼

ଗାଁ ଭୋଜିରେ ଗଣ୍ଡଗୋଳରୁ ଆକ୍ରମଣ, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

November 30, 2019 By LocalWire Leave a Comment

ନୟାଗଡ଼, ନଭେମ୍ବର ୩୦ (ଲୋକାଲ ୱାୟାର): ଭୋଜିରେ ଗଣ୍ଡଗୋଳକୁ ନେଇ ଓଡ଼ଗାଁ ଥାନା ଭାଟସାହିରେ ଜଣେ ଯୁବକର ଆକ୍ରମଣରେ ଏକ ପରିବାରର ସ୍ତ୍ରୀ ପ୍ରାଣ ହରାଇଥିବାବେଳେ ସ୍ବାମୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

ସୂଚନା ଅନୁସାରେ, ଗତକାଲି ରାତିରେ ଭାଟସାହିରେ ଭୋଜି ହେଉଥିବାବେଳେ କୌଣସି କାରଣରୁ ନିରଞ୍ଜନ ସିଂ ଓ ମନୋଜ ନାୟକଙ୍କର ଗଣ୍ଡଗୋଳ ହୋଇଥିଲା।

ଉଭୟଙ୍କୁ ବୁଝାଶୁଝା କରି ଗାଁଲୋକ ଘରକୁ ପଠାଇଦେଇଥିଲେ। ତେବେ ରାତିରେ ମନୋଜ ନିଶାସକ୍ତ ଅବସ୍ଥାରେ ନିରଞ୍ଜନଙ୍କ ଘରକୁ ଯାଇ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା।

ଏଥିରେ ନିରଞ୍ଜନ ଓ ତାଙ୍କ ସ୍ତ୍ରୀ ମାନି ଗୁରୁତର ହୋଇଥିଲେ। ଉଭୟଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସାଧିନ ଅବସ୍ଥାରେ ମାନିଙ୍କର ମୃତ୍ୟୁ ଘଟିଛି ଓ ନିରଞ୍ଜନଙ୍କ ଚିକିତ୍ସା ଚାଲିଛି।

ଅପରପକ୍ଷରେ ମନୋଜ ଘଟଣା ପରେ ଫେରାର୍ ଥିବାରୁ ତାକୁ ପୁଲିସ ଖୋଜୁଛି।

ଲୋକାଲ ୱାୟାର

Filed Under: Odia, ଘଟଣା Tagged With: ଓଡିଶା, ଘଟଣା, ନୟାଗଡ଼

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Go to page 5
  • Go to page 6
  • Interim pages omitted …
  • Go to page 8
  • Go to Next Page »

Primary Sidebar

ଲୋକାଲ ୱାୟାର ନୂଆ ଡିଜାଇନ

ଲୋକପ୍ରିୟ

କୋଭିଡ-୧୯ ମହାମାରୀ ବିରୋଧରେ ଓଡିଶାର ଲଢେଇ: ଏକ ବିହଙ୍ଗାବଲୋକନ

କୋଭିଡ-୧୯ ନିୟନ୍ତ୍ରଣ ଓ ମୁକାବିଲାରେ ଦେଶର ଶୀର୍ଷ ଦୁଇଟି ରାଜ୍ୟ ମଧ୍ୟରେ ଥିବାରୁ କେନ୍ଦ୍ର ସରକାର ଓଡ଼ିଶାକୁ ପ୍ରଶଂସା କରିଛନ୍ତି ।

କୋଭିଡ-୧୯ ସଙ୍କଟକୁ ସଫଳ ଭାବେ ମୁକାବିଲା କରିଥିବା କେରଳ ଓ ଓଡ଼ିଶାକୁ ବିଶ୍ୱ ଅର୍ଥନୈତିକ ଫୋରମ ପ୍ରଶଂସା କରିଛି ।

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ଅଧିକ ବିଶେଷ ଖବର

Copyright © 2021 · LocalWire