ପୁରୀ, ମାର୍ଚ୍ଚ ୨୮ (ଲୋକାଲ ୱାୟାର) ପୁରୀ ଶ୍ରୀମନ୍ଦିରରେ ଗୁରୁବାର ଶ୍ରୀଜୀଉଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ ଓ ବିଧି ମୁତାବକ ଶ୍ରୀଜୀଉଙ୍କର ଶ୍ରୀମୁଖ ସିଂହାର କରାଯିବା ପ୍ରମୁଖ ସେବକ ଦତ୍ତ ମହାପାତ୍ର କହିଛନ୍ତି ।
ସେ କହିଛନ୍ତି ଯେ, ଦତ୍ତ ମହାପାତ୍ର ସେବକଙ୍କ ଦ୍ୱାରା ଏହି ଗୁପ୍ତସେବା ସମ୍ପାଦନ କରାଯିବ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସର୍ବସାଧାରଣରେ ଦର୍ଶନକୁ ଅପରାହ୍ନ ୪ ଟାରୁ ରାତି ୮ ଟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଏହି ସମୟରେ ଶ୍ରଦ୍ଧାଳୁମାନେ ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରିପାରିବେ ।
ସୂଚନା ମୁତାବିକ ଦ୍ୱିତୀୟ ଭୋଗ ମଣ୍ଡପ ପରେ ଦର୍ଶନ ବନ୍ଦ ହେବ ।
ତେବେ ଶ୍ରୀଜୀଉଙ୍କର ଶ୍ରୀମୁଖ ସିଂହାର ପାଇଁ ହିଙ୍ଗୁଳ, ଶଂଖ, କେଶର, କର୍ପୂର, କଇଁଥ, ଅଠା, କସ୍ତୁରୀ, କଜ୍ୱଳ, ହରିତାଳ ଓ ତେଲର ସମ୍ମିଶ୍ରଣରେ ପ୍ରସ୍ତୁତ ହୋଇଥିବା ବନକକୁ ବ୍ୟବହାର କରାଯାଇଥାଏ ।
ଏହି ବିଶେଷ ନୀତି ସପ୍ତାହର ବୁଧବାର କିମ୍ବା ଗୁରୁବାର ଦିନ ସମ୍ପାଦନ କରାଯାଇଥାଏ ।
ଲୋକାଲ ୱାୟାର