ଭୁବନେଶ୍ୱର, ମେ ୮(ଲୋକାଲ ୱାୟାର): ମହୀଶୂର ଇଣ୍ଟରନ୍ୟାସନାଲ୍ ୱାଟର୍ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ କ୍ଷୁଦ୍ର ଚଳଚ୍ଚିତ୍ର ‘ସଂରକ୍ଷଣ’ ।
ବର୍ତ୍ତମାନ ପୃଥିବୀ ପୃଷ୍ଠରେ ଭୂତଳ ଜଳର ଅଭାବ ଲାଗି ରହିଛି । ଆଗାମୀ ଦିନରେ ସାରା ବିଶ୍ୱରେ ଜଳ ସଙ୍କଟ ମୁଣ୍ଡବିନ୍ଧାର କାରଣ ପାଲଟିବ ।
କିନ୍ତୁ ଆଜିର ଲୋକମାନେ ଜାଣତରେ ହେଉ ବା ଅଜାଣତରେ ବହୁତ ଜଳ ନଷ୍ଟ କରୁଛନ୍ତି । କେବେ ରୋଷେଇ ଘର ଟ୍ୟାପ୍ ଖୋଲି ତ କେବେ ଗାଧୁଆ ଘରର ସାୱାର୍ ଖୋଲି । ସେଥିପ୍ରତି କାହାର ନଜର ନଥାଏ ।
ହେଲେ ଏହିପରି ଏକ ଖୋଲା ଟ୍ୟାପକୁ ବନ୍ଦ କରିବା ପାଇଁ ଦୁଇ ଶିଶୁଙ୍କ ପ୍ରୟାସ ପାଇଁ ସମସ୍ତଙ୍କ ପ୍ରିୟ ହୋଇପାରିଛନ୍ତି । ଯାହା ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି । ଜଳ ସଂରକ୍ଷଣ କରିବା ଆବଶ୍ୟକ ।
ଏହା ଆମ ସମସ୍ତଙ୍କ କର୍ତ୍ତବ୍ୟ । ଜଳ ହିଁ ଜୀବନର ବାର୍ତ୍ତା ଦେଇଛି ଏହି ଚଳଚ୍ଚିତ୍ର । ଏହାର ନିଦେ୍ର୍ଦଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ଜ୍ଞାନ ରଞ୍ଜନ ସାଥୁଆ ।
ଏଥିରେ ଅଭିନୟ କରିଛନ୍ତି ସାସ୍ୱତୀ ଓ ଲଳିତ । ପୂର୍ବରୁ ଏହି କ୍ଷୁଦ୍ର ଚଳଚ୍ଚିତ୍ରଟି ବିଭିନ୍ନ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶନ ହେବା ସହ ପୁରସ୍କୃତ ହୋଇଛି ।
ଏହି ଚଳଚ୍ଚିତ୍ର ସମ୍ପର୍କରେ ନିର୍ଦ୍ଦେଶକ ଜ୍ଞାନ ରଞ୍ଜନ ସାଥୁଆ କହିଛନ୍ତି, କାଲିର କାମ ଆଜି କରିବା ଆବଶ୍ୟକ । ଯାହା ଚଳଚ୍ଚିତ୍ରରେ ଆସନ୍ତାକାଲିର ଭବିଷ୍ୟତ ଆଜି ସଚେତନ କରୁଛି ।
ଭବିଷ୍ୟତରେ ଜଳ କଷ୍ଟରୁ ସମାଜକୁ ରକ୍ଷା କରିବା ପାଇଁ ଏହା ମୋର ଏକ ଛୋଟ ପ୍ରୟାସ ।
ଲୋକାଲ ୱାୟାର