ଭୁବନେଶ୍ୱର, ଜାନୁଆରୀ ୪ (ଲୋକାଲ ୱାୟାର) : ବରଗଡ଼ ଜିଲ୍ଲା ଅତାବିରା ନିକଟସ୍ଥ ଲାଦେରପାଲି ଗ୍ରାମର ମଶାଣିଘାଟ ଓ ତାର ରାସ୍ତା ଶୋଚନୀୟ ହୋଇପଡ଼ିଥିବା ନେଇ କିଛି ଦିନ ପୂର୍ବେ ଲୋକାଲ ୱାୟାରରେ ଖବର ପ୍ରସାରଣ ହେବା ପରେ ସ୍ଥାନୀୟ ପ୍ରଶାସନ ମଶାଣିଘାଟ ଓ ରାସ୍ତା ତିଆରି କାର୍ଯ୍ୟ ଆରମ୍ଭ କରିଛି ।
ଏହି ମଶାଣିଘାଟକୁ ଶବ ନେଇ ଯିବା ବେଳେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ।
ହେଲେ ଏବେ ଅତାବିରା ଏନଏସି ପକ୍ଷରୁ ରାସ୍ତା କାମ ଆରମ୍ଭ ହେଉଥିବାରୁ ଗ୍ରାମବାସୀ ଖୁସି ଜାହିର କରିଛନ୍ତି ।
ଲୋକାଲ ୱାୟାର