• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

ବଲାଙ୍ଗିର

ବଲାଙ୍ଗୀର ଚାଷୀଙ୍କ ମୁହଁରେ ହସ ଫୁଟାଇଛି ବ୍ରକୋଲି

December 18, 2020 By Sudhir Mishra Leave a Comment

ବଲାଙ୍ଗୀର, ଡିସେମ୍ବର ୧୮ (ଲୋକାଲ ୱାୟାର): ବଲାଙ୍ଗୀର ଜିଲ୍ଲା ଆଠଗାଁ ପଞ୍ଚାୟତ ଅନ୍ତର୍ଗତ ତଣ୍ଡାମୁଣ୍ଡା ଗାଁର ଚାଷୀମାନେ ମୁଖ୍ୟତଃ ପନିପରିବା ଚାଷ ଉପରେ ନିର୍ଭରଶୀଳ ।

ଗାଁର ଚାଷୀମାନେ କୋବି, ଲଙ୍କା, କଲରା, ଭେଣ୍ଡି, ମୂଳା ଓ ଅନ୍ୟାନ୍ୟ ପନିପରିବା ଚାଷ କରି ବଜାରରେ ବିକ୍ରି କରିଥାନ୍ତି ।

ଚଳିତ ବର୍ଷ ରିଲାଏନ୍ସ ଫାଉଣ୍ଡେସନ ତରଫରୁ ଗାଁର ୨୦ ଯୁବ ଓ ଉଦ୍ୟମୀ ଚାଷୀଙ୍କୁ ବ୍ରକୋଲି ଚାଷ ସମ୍ପର୍କିତ ପ୍ରଶିକ୍ଷଣ ନେଇଥିଲେ ।

ବ୍ରକୋଲି ଏକ ଉନ୍ନତ ମାନର ପରିବା ହୋଇଥିବାରୁ ଚାଷୀମାନେ ଏହାକୁ ବଲାଙ୍ଗୀର ବଜାରରେ ଏହାର ଚାହିଦା ବେଶ ଭଲ ରହିଛି ।

ନର୍ସରୀରୁ ୨୦/୨୧ ଦିନର ଚାରା ଆଣି ପ୍ରସ୍ତୁତ କ୍ଷେତରେ ଲଗାଇ ନିୟମିତ ବ୍ୟବଧାନରେ ପାଣି ଦିଆଯାଏ । ସାଧାରଣତଃ ଶୀତଦିନେ ବ୍ରକୋଲି ଚାଷ ହେଉଥିବାରୁ ଏଥିରେ ରୋଗପୋକ ସମ୍ଭାବନା କମ୍ ଥାଏ ।

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଆମକୁ ବିହନ ଯୋଗାଇ ଦିଆଯାଏ । ବ୍ୟବସାୟୀମାନେ ଆମ ଠାରୁ କିଲୋଗ୍ରାମ ପ୍ରତି ୬୦ ଟଙ୍କା ଦରରେ ବ୍ରକୋଲି କିଣୁଛନ୍ତି ବୋଲି ଯୁବ ଚାଷୀ ଶ୍ରୀକାନ୍ତ ସାଏ କହିଛନ୍ତି ।

ଗତବର୍ଷ ଅଳ୍ପ ଜମିରେ ବ୍ରକୋଲି ଚାଷ କରିଥିଲି । ଲାଭ ଭଲ ହେବାରୁ ଚଳିତ ବର୍ଷ ଅଧିକ ଜମିରେ କୋବି ଚାଷ କରିଛି । ଏହା ୬୦ରୁ ୮୦ ଦିନିଆ ଫସଲ ବୋଲି ଯୁବ ଚାଷୀ ରଘୁ ପ୍ରଧାନ କହିଛନ୍ତି ।

ତେବେ ମଣ୍ଡି ବ୍ୟବସ୍ଥା ଓ ଅନ୍ୟ ବିକଳ୍ପ ସୁବିଧା ନଥିବାରୁ ବ୍ରକୋଲି ଅଭାବୀ ବିକ୍ରି ହେବାର ଆଶଙ୍କା ରହିଛି । ଏସବୁ ଅବ୍ୟବସ୍ଥା ଦୂରେଇବାକୁ ଉଦ୍ୟମ ହେଲେ ଚାଷୀମାନେ ଅଧିକ ଲାଭ ପାଇପାରିବେ ବୋଲି ଚାଷୀ ସିନ୍ଧୁ ସାଏ କହିଛନ୍ତି ।

ପରୀକ୍ଷାମୂଳକ ଭାବେ ହୋଇଥିବା ବ୍ରକୋଲି ଚାଷରୁ ହେଉଥିବା ଲାଭକୁ ଦେଖି ଗାଁର ଅନ୍ୟ ଚାଷୀମାନେ ଏହି ଚାଷ ପାଇଁ ଆଗେଇ ଆସିବେ ବୋଲି ଫାଉଣ୍ଡେସନର ଜଣେ ଅଧିକାରୀ କହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ବଲାଙ୍ଗିର, ବଲାଙ୍ଗିର

ବଲାଙ୍ଗୀରରେ ବର୍ଜ୍ୟରୁ ପ୍ରସ୍ତୁତ ହେଉଛି ଜୈବ ସାର

December 6, 2020 By Sudhir Mishra Leave a Comment

ବଲାଙ୍ଗୀର, ଡିସେମ୍ବର ୬ (ଲୋକାଲ ୱାୟାର): ରାସ୍ତା କଡ଼ରେ ଗଦା ହୋଇଥିବା କୁଢ଼ କୁଢ଼ ଅଳିଆ ପ୍ରଦୂଷଣ ବଢ଼ାଇବା ସହ ବିଭିନ୍ନ ପ୍ରକାର ରୋଗର ଗନ୍ତାଘର ପାଲଟିଥାଏ ।

ବଲାଙ୍ଗୀର ସହର ମଧ୍ୟ ଏଥିରୁ ବାଦ ପଡ଼ିନଥିଲା । ସହରରୁ ଦିନକୁ ବାହାରୁଥିବା ୭ ଟନ ବର୍ଜ୍ୟ ପୌର ସଂସ୍ଥାର ଚିନ୍ତାର କାରଣ ପାଲଟିଥିଲା ।

ହେଲେ ବିଜାଖମଣ ଠାରେ ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ର ସ୍ଥାପିତ ହେବା ପରେ ବଲାଙ୍ଗୀର ସହରର ବର୍ଜ୍ୟ ପରିଚାଳନା ସ୍ଥିତି ବଦଳିବାକୁ ଆରମ୍ଭ କରିଛି ।

ବିଜାଖମଣ ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ରରେ ପ୍ରଥମେ କଠିନ ଓ ଓଦା ବର୍ଜ୍ୟ ଅଲଗା କରାଯାଏ । ଗୋଟିଏ ୟୁନିଟରେ ଓଦା ବର୍ଜ୍ୟକୁ ପ୍ରକ୍ରିୟାକରଣ କରାଯାଇ ସେଥିରୁ ସାର ପ୍ରସ୍ତୁତ କରାଯାଏ ।

ଅନ୍ୟ ୟୁନିଟରେ କଠିନ ବର୍ଜ୍ୟକୁ ଅଲଗା କରି ପୁନଃବ୍ୟବହାର ଯୋଗ୍ୟ କରି କବାଡ଼ିବାଲା ଓ ଜରିଗୋଟାଳିଙ୍କୁ ସେମାନଙ୍କ ବ୍ୟବସାୟ ପାଇଁ ଦିଆଯାଉଛି ।

ପ୍ଲାଷ୍ଟିକ ଓ ପଲିଥିନ ଭଳି ନଷ୍ଟ ହେଉନଥିବା ସାମଗ୍ରୀ ସିମେଣ୍ଟ ଫ୍ୟାକ୍ଟ୍ରିକୁ ପଠା ଯାଇଥାଏ ।

ବଲାଙ୍ଗୀର ସହରର ବର୍ଜ୍ୟ ପରିଚାଳନା ପାଇଁ ବିଜାଖମଣ ଡମ୍ପିଂ ୟାର୍ଡରେ ସ୍ଥାପିତ ଏମସିସିର ଦୈନିକ କ୍ଷମତା ୫ ଟନ ରହିଛି ।

ଏଠାରୁ ଜୈବ ସାର ଉତ୍ପାଦନ ଆରମ୍ଭ ହୋଇଛି ।

ଲୋକେ ଏଣେତେଣେ ଅଳିଆ ଫିଙ୍ଗି ପ୍ରଦୂଷଣ ନକରି ତଥା ଅଳିଆ ପୋଡି ପରିବେଶ ପ୍ରଦୂଷିତ ନକରି ମୁ୍ୟନିସିପାଲିଟିକୁ ଅଳିଆ ଦେବାକୁ ଅନୁରୋଧ କରାଯାଉଛି ବୋଲି ବଲାଙ୍ଗୀର ମୁ୍ୟନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ଦୀପ କହିଛନ୍ତି ।

ଏମସିସିରୁ ଉତ୍ପାଦିତ ସାର କିଲୋପ୍ରତି ୨୦ ଟଙ୍କାରେ ବିକ୍ରି ହେଉଛି । ଏପର୍ଯ୍ୟନ୍ତ ଆମେ ୩ ହଜାର ଟଙ୍କାର ସାର ବିକ୍ରି କରି ସାରିଲୁଣି ।

ଏହାବ୍ୟତୀତ ବଲାଙ୍ଗୀର ମୁ୍ୟନିସିପାଲିଟି ପକ୍ଷରୁ ରାତିରେ ଅଳିଆ ସଫା ଓ ଓଳାଇବା କାମ କାମ ସପ୍ତାହେ ହେଲା ଆରମ୍ଭ ହୋଇଛି ବୋଲି ବଲାଙ୍ଗୀର ମୁ୍ୟନିସିପାଲିଟିରେ କାର୍ଯ୍ୟରତ ଶିକ୍ଷାନବୀଶ ଆଇଏଏସ ଅଧିକାରୀ ମନୋଜ ମହାଜନ କହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ବଲାଙ୍ଗିର, ବଲାଙ୍ଗିର

୧୪ ଡିଗ୍ରୀ ତଳେ ୧୪ ସହରର ପାରଦ; ଚାନ୍ଦବାଲିରେ ଘନ କୁହୁଡି

December 6, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୬ (ଲୋକାଲ ୱାୟାର) : ଓଡ଼ିଶାର ଅଧିକାଂଶ ସହରରେ ରାତିରେ ସର୍ବନିମ୍ନ ତାପମାତ୍ରା ଖସୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୪ଟି ସହରର ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ତଳକୁ ଖସିଛି ।

ସୋନପୁରରେ ସବୁଠାରୁ କମ୍ ୭.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ରବିବାର ସୂଚନା ଦିଆଯାଇଛି ।

ସର୍ବନିମ୍ନ ୧୪ ଡିଗ୍ରୀ ସେଲସିୟସ ତଳେ ଥିବା ୧୪ ସହର ହେଲା, ଫୁଲବାଣୀ (୮.୩), ଦାରିଙ୍ଗିବାଡ଼ି (୯), ଅନୁଗୁଳ (୧୦), ଭବାନୀପାଟଣା (୧୦.୨), କୋରାପୁଟ (୧୧.୬), ତାଳଚେର (୧୧.୯), ସୁନ୍ଦରଗଡ (୧୨), କେନ୍ଦୁଝର (୧୨.୪), ବଲାଙ୍ଗୀର (୧୨.୮), ଝାରସୁଗୁଡ଼ା (୧୩), ବାରିପଦା (୧୩.୪), ହୀରାକୁଦ (୧୩.୬) ଓ ସମ୍ବଲପୁର (୧୪.୭) ।

ତେବେ ଭୁବନେଶ୍ୱରରେ ତାପମାତ୍ରା ୧୭.୬ ଡିଗ୍ରୀ ସେଲସିୟସ ରହିଥିବା ବେଳେ କଟକରେ ୧୫.୮ ଡିଗ୍ରୀ ଅଛି ।

ଅନ୍ୟପଟେ ଚାନ୍ଦବାଲିରେ ଆଜି ଅତିଘନ କୁହୁଡ଼ି ହୋଇଥିବା ବେଳେ ଦୃଶ୍ୟମାନ ଦୂରତା ୩୦ ମିଟର ରହିଥିଲା ।

ସେହିଭଳି ପାରାଦୀପରେ ଘନକୁହୁଡି ଦୃଶ୍ୟମାନ ଦୂରତା ୫୦ ମିଟର ଥିବାବେଳେ ଭୁବନେଶ୍ୱର, କଟକ ଏବଂ ଫୁଲବାଣୀରେ ଦୃଶ୍ୟମାନ ଦୂରତା ୮୦୦ ମିଟରରୁ କମ ଥିଲା ।

ଲୋକାଲ ୱାୟାର

Filed Under: Odia Tagged With: ଅନୁଗୁଳ, ଓଡିଶା, କେନ୍ଦୁଝର, କୋରାପୁଟ, ଚାନ୍ଦବାଲି, ଝାରସୁଗୁଡା, ତାଳଚେର, ଦାରିଙ୍ଗିବାଡ଼ି, ପାରାଦୀପ, ଫୁଲବାଣୀ, ବଲାଙ୍ଗିର, ବଲାଙ୍ଗିର, ବାରିପଦା, ଭବାନୀପାଟଣା, ସମ୍ବଲପୁର, ସୁନ୍ଦରଗଡ, ହୀରାକୁଦ

୧୫ ଡିଗ୍ରୀ ତଳେ ୧୬ ସହର; ବୌଦ୍ଧ, ସୁନ୍ଦରଗଡ଼ ଓ ସୋନପୁରରେ ଘନ କୁହୁଡି

December 4, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୪ (ଲୋକାଲ ୱାୟାର) : ଓଡ଼ିଶାର ଅଧିକାଂଶ ସହରରେ ରାତିରେ ସର୍ବନିମ୍ନ ତାପମାତ୍ରା ଖସୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୬ଟି ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିଛି ।

ସୋନପୁରରେ ସବୁଠାରୁ କମ୍ ୮.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି ।

ସର୍ବନିମ୍ନ ୧୫ ଡିଗ୍ରୀ ସେଲସିୟସ ତଳେ ଥିବା ୧୬ ସହର ହେଲା, ଦାରିଙ୍ଗିବାଡ଼ି (୯), ଫୁଲବାଣୀ (୧୦), ଅନୁଗୁଳ (୧୦), ଭବାନୀପାଟଣା (୧୦.୮), ଝାରସୁଗୁଡ଼ା (୧୧.୮), ତାଳଚେର (୧୨), କେନ୍ଦୁଝର (୧୨.୮), ସୁନ୍ଦରଗଡ (୧୩), ବଲାଙ୍ଗୀର (୧୩.୨), କୋରାପୁଟ (୧୩.୨), ବାରିପଦା (୧୪), ହୀରାକୁଦ (୧୪.୧), ସମ୍ବଲପୁର (୧୪.୨), ଟିଟିଲାଗଡ଼ (୧୪.୨) ଏବଂ ବୌଦ୍ଧ (୧୪.୫) ।

ତେବେ ଭୁବନେଶ୍ୱରରେ ତାପମାତ୍ରା ୧୬.୬ ଡିଗ୍ରୀ ସେଲସିୟସ ରହିଥିବା ବେଳେ କଟକରେ ୧୫ ଡିଗ୍ରୀ ଅଛି ।

ଅନ୍ୟପଟେ ବୌଦ୍ଧ, ସୁନ୍ଦରଗଡ଼ ଓ ସୋନପୁରରେ ଆଜି ଘନ କୁହୁଡ଼ି ଦେଖିବାକୁ ମିଳିଛି ।

ବୌଦ୍ଧରେ ଦୃଶ୍ୟମାନ ଦୂରତା ୫୦ ମିଟର ଥିବାବେଳେ ସୁନ୍ଦରଗଡ଼ ଓ ସୋନପୁରରେ ଦୃଶ୍ୟମାନ ଦୂରତା ୧୦୦ ମିଟରରୁ କମ ଥିଲା ।

କୋରାପୁଟ ଏବଂ ଫୁଲବାଣୀରେ ମଧ୍ୟମ ଧରଣର କୁହୁଡ଼ି ରହିଥିଲା ।

ଲୋକାଲ ୱାୟାର

Filed Under: Odia Tagged With: ଅନୁଗୁଳ, ଓଡିଶା, କେନ୍ଦୁଝର, କୋରାପୁଟ, ଝାରସୁଗୁଡା, ଟିଟିଲାଗଡ଼, ତାଳଚେର, ଦାରିଙ୍ଗିବାଡ଼ି, ଫୁଲବାଣୀ, ବଲାଙ୍ଗିର, ବଲାଙ୍ଗିର, ବାରିପଦା, ବୌଦ୍ଧ, ଭବାନୀପାଟଣା, ସମ୍ବଲପୁର, ସୁନ୍ଦରଗଡ, ସୋନପୁର, ହୀରାକୁଦ

୯କୁ ଖସିଲା ସୋନପୁର ପାରଦ, ୧୫ ଡିଗ୍ରୀ ତଳେ ୧୧ ସହରର ତାପମାତ୍ରା

November 30, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୩୦ (ଲୋକାଲ ୱାୟାର) : ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଖସୁଥିବା ବେଳେ ସୋନପୁରରେ ସବୁଠାରୁ କମ୍ ୯ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି ।

ରାଜ୍ୟର ୧୧ ସହରରେ ତାପମାତ୍ରା ସର୍ବନିମ୍ନ ୧୫ ଡିଗ୍ରୀ ସେଲସିୟସ ତଳକୁ ଖସିଛି । ସେଗୁଡ଼ିକ ହେଲା, ଦାରିଙ୍ଗିବାଡ଼ି (୯.୫), ଅନୁଗୁଳ (୧୦.୬), ଫୁଲବାଣୀ (୧୧.୩), କେନ୍ଦୁଝର (୧୨.୦), ବାରିପଦା (୧୨.୪), ଭବାନୀପାଟଣା (୧୨.୮), କୋରାପୁଟ (୧୩.୦) ଝାରସୁଗୁଡ଼ା (୧୩.୨), ବଲାଙ୍ଗିର (୧୪) ଓ କଟକ (୧୪.୮) ।

ତେବେ ଭୁବନେଶ୍ୱରରେ ତାପମାତ୍ରା ୧୬.୦ ଡିଗ୍ରୀ ସେଲସିୟସ ରହିଛି ।

ଲୋକାଲ ୱାୟାର

Filed Under: Odia Tagged With: ଅନୁଗୁଳ, କଟକ, କେନ୍ଦୁଝର, କୋରାପୁଟ, ଝାରସୁଗୁଡା, ଦାରିଙ୍ଗିବାଡ଼ି, ଫୁଲବାଣୀ, ବଲାଙ୍ଗିର, ବଲାଙ୍ଗିର, ବାରିପଦା, ଭବାନୀପାଟଣା

୧୫ ଡିଗ୍ରୀ ତଳେ ୧୨ ସହରର ତାପମାତ୍ରା

November 29, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୨୯ (ଲୋକାଲ ୱାୟାର) : ରାଜ୍ୟରେ ଶୀତ ବଢ଼ୁଥିବା ବେଳେ ସୋନପୁରରେ ପାରଦ ୯.୪ ଡିଗ୍ରୀକୁ ଖସିଥିବା ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ରବିବାର ସୂଚନା ଦିଆଯାଇଛି ।

ରାଜ୍ୟର ୧୨ ସହରରେ ତାପମାତ୍ରା ସର୍ବନିମ୍ନ ୧୫ ଡିଗ୍ରୀ ସେଲସିୟସ ତଳକୁ ଖସିଛି ।

ସେଗୁଡ଼ିକ ହେଲା, ଫୁଲବାଣୀ (୧୦ ଡିଗ୍ରୀ), ଦାରିଙ୍ଗିବାଡ଼ି (୧୦), ଅନୁଗୁଳ (୧୨), ଝାରସୁଗୁଡ଼ା (୧୩.୨) ଭବାନୀପାଟଣା (୧୩.୫), କେନ୍ଦୁଝର (୧୩.୬), କୋରାପୁଟ (୧୪.୬), ସୁନ୍ଦରଗଡ଼ (୧୪.୫), ବାରିପଦା (୧୪.୯) ।

ତେବେ ଭୁବନେଶ୍ୱରରେ ତାପମାତ୍ରା ୧୬.୨ ଡିଗ୍ରୀ ସେଲସିୟସ ଥିବା ବେଳେ କଟକରେ ଅଛି ୧୫ ଡିଗ୍ରୀ ଏବଂ ବଲାଙ୍ଗୀରରେ ୧୫ ଡିଗ୍ରୀ ।

ଲୋକାଲ ୱାୟାର

Filed Under: Odia Tagged With: ଅନୁଗୁଳ, ଓଡିଶା, କେନ୍ଦୁଝର, କୋରାପୁଟ, ଝାରସୁଗୁଡା, ଦାରିଙ୍ଗିବାଡ଼ି, ଫୁଲବାଣୀ, ବଲାଙ୍ଗିର, ବଲାଙ୍ଗିର, ବାରିପଦା, ଭବାନୀପାଟଣା, ସୁନ୍ଦରଗଡ, ସୋନପୁର

ଫେମିନା ମିସ୍ ଇଣ୍ଡିଆ ଫାଇନାଲରେ ଓଡ଼ିଶାର ପାଞ୍ଚ ପ୍ରତିଯୋଗୀ

November 25, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୨୫(ଲୋକାଲ ୱାୟାର): ଭିଏଲସିସି ଫେମିନା ମିସ୍ ଇଣ୍ଡିଆ ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୀତ ହୋଇଛନ୍ତି ଓଡ଼ିଶାର ୪ ପ୍ରତିଯୋଗୀ ।

ସେମାନେ ହେଲେ ଶୁଭଶ୍ରୀ ରାୟଗୁରୁ, ପ୍ରଣତୀ ଓଝା, ମେଘା ସାହୁ, ଶ୍ରୀୟା ରାଉତ ଓ ଦୀକ୍ଷା ସିଂହ ।

ବଲାଙ୍ଗୀର ଝିଅ ଶୁଭଶ୍ରୀ ରାୟଗୁରୁ ସବଡିଭିଜନାଲ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ରମେଶ ଚନ୍ଦ୍ର ରାୟଗୁରୁଙ୍କ ଝିଅ ।

ନିଜ ସଫଳତାର ଯାତ୍ରା ବାବଦରେ ଶୁଭଶ୍ରୀ କହନ୍ତି ବଲାଙ୍ଗିର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ୨ରେ ପାଠପଢ଼ା ଶେଷ କଲା ପରେ ମୁଁ ଉଚ୍ଚ ଶିକ୍ଷା ପାଇଁ ମୁମ୍ବାଇ ଚାଲି ଆସିଥିଲି ।


ହେଲେ ନାଚ, ଗୀତ, ଅଭିନୟ ମୋର ପିଲାବେଳୁ ଆରମ୍ଭ ହୋଇସାରିଥିଲା ।

ମୁମ୍ବାଇ ଆସିବା ପରେ ମୁଁ ଅନୁପମ ଖେରଙ୍କ ଅଭିନୟ ସ୍କୁଲରେ ନାମ ଲେଖାଇ ସେଠାରେ କିଛିଦିନ ଅଭିନୟ ତାଲିମ ନେଲି ।

ପୁଣି ମୁମ୍ବାଇ ସ୍ଥିତ ପ୍ରସିଦ୍ଧ ନୃତ୍ୟ ଅନୁଷ୍ଠାନ ସିମକ୍ ଦାବରଙ୍କ ଡାନ୍ସ ଏକାଡେମୀରୁ ନୃତ୍ୟ ଶିକ୍ଷା କଲି ।

ଏହା ଭିତରେ ମୋର ଗ୍ରାଜୁଏସନ୍ ବି ଶେଷ ହୋଇଗଲା । ମୁଁ ପେସାରେ ଆଇନଜୀବୀ ।

ଚଳିତ ବର୍ଷ ପାଠପଢ଼ା ଶେଷ ହୋଇଥିବା ବେଳେ ମୁଁ ମୁମ୍ବାଇ ହାଇକୋର୍ଟରେ ଏନେଇ ଅଭ୍ୟାସ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି । ହେଲେ ନିଶା ମୋର ଅଭିନୟ ଓ ନୃତ୍ୟ ।

ଇତି ମଧ୍ୟରେ ମୁଁ ଓଲିଉଡ ଓ ଟଲିଉଡ ଇଣ୍ଡଷ୍ଟ୍ରି ସହ କଥାବାର୍ତ୍ତା କରୁଛି ।

ଭଲ ସିନେମାରେ କାମ କରିବାକୁ ଚାହୁଁଛି ।

ସୁଯୋଗ ମିଳିଲେ ଅଭିନୟରେ ଯୋଗଦେବି । ଏହା ଭିତରେ ମୁଁ ୩୦୦୦ରୁ ବେଶୀ ଲାଇଭ୍ ସୋ କରିସାରିଥିବା ବେଳେ ଅନେକ ଗୁଡିଏ ବିଜ୍ଞାପନ ଚଳଚ୍ଚିତ୍ରରେ କାମ କରିଛି ।

ମୁଁ ବଲିଉଡ ଚଳଚ୍ଚିତ୍ର ମସ୍ତିଜାଦେରେ ସହ ନିର୍ଦ୍ଦେଶକ ଭାବେ ମଧ୍ୟ ନିଜର ଦାୟିତ୍ୱ ତୁଲାଇ ସାରିଛି ।

ଫେମିନା ମିସ୍ ଇଣ୍ଡିଆ ଯାତ୍ରା ବାବଦରେ ଏତିକି କହିବି ମୁଁ ନିୟମିତ ଭାବେ ଇନଷ୍ଟାଗ୍ରାମରେ ମୋର ଅଭିନୟ, ନୃତ୍ୟ ଆଦିର ଫଟୋ ଦିଏ ।

ଏହା ଏତେ ଭାଇରାଲ୍ ହୁଏ ଯେ ଧୀରେ ଧୀରେ ମୋର ଫଲୋଅର୍ସଙ୍କ ସଂଖ୍ୟା ବଢ଼ିଚାଲେ ।

ଫେମିନା ଯାଏଁ ପହଞ୍ଚିବାରେ ମୋର ପ୍ରଶଂସକମାନଙ୍କର ଢେର ଭୂମିକା ରହିଛି ।

ଏହାବାଦ ନିକଟରେ ମୁଁ ଏକ ଅନଲାଇନ୍ ସୋ କରୁଛି ।

ଯେଉଁଥିରେ ମୁଁ ସିଧାସଳଖ ମୋ ଫ୍ୟାନମାନଙ୍କ ସହ କଥାବାର୍ତ୍ତା କରେ ।

ସେମାନଙ୍କ ବଲିଉଡ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ପଚାରେ ।

ବିଜେତା ମାନଙ୍କୁ ମୁଁ ମୋ ସୋ’ରେ କ୍ୟାସ୍ ପ୍ରାଇଜ୍ ପାଇବାର ବନ୍ଦୋବସ୍ତ କରିଛି । ଯାହାକି ମୋତେ ଲୋକପ୍ରିୟ କରାଇ ପାରିଛି ।

ପ୍ରତିଯୋଗିତା ବାବଦରେ ଏତିକି କହିବି; ଚଳିତ ବର୍ଷ କରୋନା ଯୋଗୁଁ ସବୁକିଛି ଭର୍ଚ୍ଚୁଆଲ ହୋଇଥିଲା ।

ଅଡିସନଠାରୁ କ୍ୟାଟୱାକ ଯାଏଁ ସବୁକିଛିକୁ ଆମେ ଭିଡିଓ କରି ଆୟୋଜକ କମିଟିକୁ ପଠାଇଥିଲୁ ।

ପରବର୍ତ୍ତୀ ସମୟରେ ବିଚାରକମନଙ୍କ ଦ୍ୱାରା ୫ ଜଣଙ୍କୁ ଚୂଡାନ୍ତ ପର୍ଯ୍ୟାୟ ପାଇଁ ମନୋନୀତ କରାଯାଇଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ବଲାଙ୍ଗିର, ବଲାଙ୍ଗିର

ବଲାଙ୍ଗୀରରୁ ହରିଶଙ୍କରକୁ ଗଡ଼ିଲା ପର୍ଯ୍ୟଟନ ବସ୍‌

November 21, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୨୧(ଲୋକାଲ ୱାୟାର): ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହରିଶଙ୍କରକୁ ଗଡ଼ିଲା ରାଜ୍ୟ ପର୍ଯ୍ୟଟନ ବିଭାଗର ସ୍ୱତନ୍ତ୍ର ଶୀତତାପ ନିୟନ୍ତ୍ରିତ ମିନିବସ୍ ।

ସପ୍ତାହର ପ୍ରତ୍ୟେକ ଶନିବାର ଓ ରବିବାର ସକାଳ ୮ଟାରୁ ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡରୁ ପ୍ରସିଦ୍ଧ ଶୈବପୀଠ ହରିଶଙ୍କର ଅଭିମୁଖେ ଏହା ଯାତ୍ରା କରିବ ।

ପ୍ରଥମ ଦିନ ବହୁ ଯାତ୍ରୀ ଏହି ବସରେ ଯାତ୍ରା କରିଥିଲେ ।

ଗତ ୪ଦିନ ତଳେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ଉପସ୍ଥିତିରେ ବଲାଙ୍ଗୀରରୁ ହରିଶଙ୍କର ମଧ୍ୟରେ ପର୍ଯ୍ୟଟନ ବସ୍ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଶ୍ରୀମତୀ ମିଶ୍ର କହିଥିଲେ, ହରିଶଙ୍କରର ଭିତ୍ତଭୂମି ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ କୋଟି ଟଙ୍କା ଯୋଗାଇ ଦେବା ପରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ତରଫରୁ ବଲାଙ୍ଗୀରରୁ ହରିଶଙ୍କର ମଧ୍ୟରେ ୨୫ସିଟ୍ ବିଶିଷ୍ଟ ଶୀତତାପ ନିୟନ୍ତ୍ରିତ ବସ୍ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଛି ।

ଏବେ ପ୍ରାରମ୍ଭିକ ଭାବେ ବଲାଙ୍ଗୀରସ୍ଥିତ ସରକାରୀ ବସଷ୍ଟାଣ୍ଡରୁ ଏହି ବସ୍ ପ୍ରତି ଶନିବାର ଓ ରବିବାର ଏବଂ ସ୍ୱତନ୍ତ୍ର ଦିନଗୁଡ଼ିକରେ ସକାଳ ୮ଟାରୁ ହରିଶଙ୍କର ଅଭିମୁଖେ ଗସ୍ତ କରିବ ।

ପର୍ଯ୍ୟଟକମାନଙ୍କ ସୁବିଧା ଓ ଆଗ୍ରହକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଏହି ବସ୍ ବଲାଙ୍ଗୀର ସହରରୁ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳକୁ ମଧ୍ୟ ଚଳାଚଳ କରାଯିବ ।

ସାଧାରଣ ଲୋକ ଚାହିଁଲେ ଆବଶ୍ୟକ ଭଡ଼ା ପୈଠ କରି ଏହି ବସ୍ ସେବା ୱେଡିଂ ଡେଷ୍ଟିନେସନ୍‌, ପିକନିକ୍ ଓ ଅନ୍ୟ ଜିଲ୍ଲାର ପର୍ଯ୍ୟଟନସ୍ଥଳୀକୁ ବୁଲିବା କାର୍ଯ୍ୟରେ ଉପଯୋଗ କରିପାରିବେ ।

ଏହି ବସର ପରିଚାଳନା ଦାୟିତ୍ୱ ବଲାଙ୍ଗୀର ପର୍ଯ୍ୟଟନ କାର୍ଯ୍ୟାଳୟ ଓ ବଲାଙ୍ଗୀରସ୍ଥିତ ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟ(ଏଏସଆଇଏଚଏମ୍‌)କୁ ନ୍ୟସ୍ତ ହୋଇଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ବଲାଙ୍ଗିର, ବଲାଙ୍ଗିର

ବଲିଉଡରେ ବଲାଙ୍ଗିରର ଫିଲ୍ମ ନିର୍ଦେଶକ ଜ୍ୟୋତି ପ୍ରକାଶ,ମୁକ୍ତିଲାଭ ଅପେକ୍ଷାରେ ୱେବ ସିରିଜ ‘ଝୋଲାଛାପ୍’

November 20, 2020 By LocalWire Leave a Comment

ବଲାଙ୍ଗିର, ନଭେମ୍ବର ୧୯(ଲୋକାଲ ୱାୟାର): ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ୭ଟି କ୍ଷୁଦ୍ର ଚଳଚ୍ଚିତ୍ର ସଫଳତା ପାଇବା ପରେ ଏକ ବଡ଼ ୱେବ ସିରିଜ ମୁକ୍ତିଲାଭ ଅପେକ୍ଷାରେ ରହିଛି ।

ଓଡ଼ିଶାର ପ୍ରଖ୍ୟାତ ଫିଲ୍ମ ନିର୍ଦେଶକ ତଥା ଅଭିନେତା ଚିତ୍ତରଂଜନ ତ୍ରିପାଠୀ ଏଥିରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ ।

ଏହା ସହ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରଖ୍ୟାତ ଅଭିନେତା ମୁସ୍ତାଖ ଖାନ, ମେହେକ ମନୱାନୀ ବିଭିନ୍ନ ଚରିତ୍ରରେ ଆସିବେ ।

ଏହି ୱେବ ସିରିଜ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବ । ଏ ସମ୍ପର୍କରେ ବଲାଙ୍ଗିର ବଲିଉଡ ନିଦେ୍ର୍ଦଶକ ଜ୍ୟୋତି ପ୍ରକାଶ ସୂଚନା ଦେଇଛନ୍ତି ।

ଝୋଲାଛାପ୍ ସିରିଜରେ ଭାରତୀୟ ଗ୍ରାମୀଣ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାର ପ୍ରକୃତ ଚିତ୍ର ଉପରେ ଚିତ୍ରଣ କରାଯାଇଛି ।

ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଅନେକ ଗାଁ ରହିଛି ଯେଉଁଠି ସ୍ୱାସ୍ଥ୍ୟ ସେବା ଅପହଞ୍ଚ ହୋଇ ରହିଛି ।

ଏହାର ସୁଯୋଗ ନେଇ ଅନେକ ଅପାଠୁଆ ଡାକ୍ତର(କ୍ୱାକ)ଙ୍କ ଦ୍ୱାରା ଲୋକେ ଚିକିତ୍ସିତ ହୋଇ ଆସୁଛନ୍ତି, ଯାହାର ପରିଣାମ ପରବର୍ତ୍ତୀ ସମୟରେ ସାଂଘାତିକ ରୂପ ଧାରଣ କରେ ।

ଝୋଲାଛାପ୍ ସିରିଜରେ ତାକୁ ନେଇ ଚିତ୍ର ଓ ଚରିତ୍ର ଗୁଡିକ ଗତିଶୀଳ ହୋଇଛି । କାହାଣୀର ମୁଖ୍ୟ ଉଦେଶ୍ୟ ଲୋକମାନଙ୍କୁ ଏହି ସିରିଜ ଜରିଆରେ ଜନସଚେତନା ସୃଷ୍ଟି ବୋଲି ନିର୍ଦେଶକ ସୂଚନା ଦେଇଛନ୍ତି ।

ସେହିପରି କୋଭିଡ-୧୯ କଟକଣା ଯୋଗୁଁ ଚଳିତ ବର୍ଷ ହେବାକୁ ବିଭିନ୍ନ ଫିଲ୍ମ ବାତିଲ କରାଯାଇଛି ।

ତେବେ ଆସନ୍ତା ବର୍ଷ ଓଡ଼ିଶାରେ ବଲିଉଡ ଫିଲ୍ମ ନିର୍ମାଣ କରିବାର ଯୋଜନା ରହିଛି । ଏହି ଅଞ୍ଚଳର କଳା, ସଂସ୍କୃତିକୁ ନେଇ ନିର୍ମିତ ହେବାକୁ ଥିବା ବଲିଉଡ ଫିଲ୍ମରେ ସ୍ଥାନୀୟ କଳାକାରମାନଙ୍କୁ ବିଶେଷ ସୁଯୋଗ ଦିଆଯିବ ।

ଏହା ଉଭୟ ବଲାଙ୍ଗିର ଓ କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ସୁଟିଂ ହେବ । ଏଥି ପାଇଁ ସ୍ୱତନ୍ତ୍ର ଭାବେ ଅଡିସନ କରାଯିବ ଓ ସେଥିରୁ ଚୟନ ହୋଇଥିବା କଳାକାରମାନେ ବଲିଉଡର ବରିଷ୍ଠ କଳାକାରମାନଙ୍କ କାମ କରିବାର ସୁଯୋଗ ପାଇପାରିବେ ବୋଲି ନିର୍ଦେଶକ କହିଛନ୍ତି ।

ଜ୍ୟୋତି ପ୍ରକାଶ ହେଉଛନ୍ତି ବଲାଙ୍ଗିର ମାଟିର ପୁଅ । ସେ ତାଙ୍କର ଶିକ୍ଷା ଜବାହାର ନବୋଦୟ ବିଦ୍ୟାଳୟ ବେଲପଡା ଓ ପରେ ସମ୍ବଲପୁର ଜିଏମ କଲେଜରେ ବିଜ୍ଞାନ ବିଭାଗରେ ସ୍ନାତକ କରିଥିଲେ ।

ପରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ । ଦୀର୍ଘ ବର୍ଷ ଧରି ସେବା ଦେଲା ପରେ ସେବା ନିବୃତ୍ତ ହୋଇଥିଲେ ।

୨୦୧୭ ମସିହାରେ ମହେଶ ଭଟ୍ଟଙ୍କ ଠାରୁ ନିଦେ୍ର୍ଦଶନା ପାଠ୍ୟ ଶିିକ୍ଷାଲାଭ ପରେ କ୍ଷୁଦ୍ର ଚଳଚ୍ଚିତ୍ର ଜଗତରେ ନିଦେ୍ର୍ଦଶନା ପାଇଁ ପାଦ ଥାପିଥିଲେ ।

ଯାହା ବିଗତ ଦିନରେ ଅନେକ ସଫଳତା ହାସଲ କରିଛି । ଏବେ ବଡ଼ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତ ହେଉଥିବା ଜ୍ୟୋତି ପ୍ରକାଶ କହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ବଲାଙ୍ଗିର, ବଲାଙ୍ଗିର

ପଥରଚେପା ଓଡ଼ିଶା ମଡେଲ ସ୍କୁଲର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

November 16, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୧୬(ଲୋକାଲ ୱାୟାର): ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ବଲାଙ୍ଗୀର ଗସ୍ତ ଅବସରରେ ପଥରଚେପାସ୍ଥିତ ଓଡ଼ିଶା ମଡେଲ ସ୍କୁଲର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରିଛନ୍ତି ।

ଭାରତର ପଞ୍ଚମ ଶ୍ରେଷ୍ଠ ସରକାରୀ ଆବାସିକ ସ୍କୁଲ ବର୍ଗରେ ସ୍ଥାନିତ ହୋଇ ଏହି ସ୍କୁଲ ରାଜ୍ୟ ପାଇଁ ଗୌରବର ବିଷୟ ପାଲଟିଛି ।

ଶ୍ରୀମତୀ ମିଶ୍ର ସ୍କୁଲର ଅଧ୍ୟକ୍ଷ ଓ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧତ କରିବାକୁ ଭୁଲି ନଥିଲେ ।

ସ୍କୁଲର ପ୍ରିନ୍ସିପାଲ କ୍ଷମାନିଧି ଜାଙ୍କର ଓ ଦଶମ ଶ୍ରେଣୀ ପରୀକ୍ଷାରେ ରାଜ୍ୟସ୍ତରୀୟ ମଡେଲ ସ୍କୁଲ ଟପ୍ପର୍ ସଂସ୍କୃତି ଖମାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଏହି ଅବସରରେ ଶ୍ରୀମତୀ ମିଶ୍ର କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଡ୍ରିମ୍ ପ୍ରୋଜେକ୍ଟ ଓଡ଼ିଶା ଆଦର୍ଶ ବିପ୍ୟାଳୟ ପ୍ରୋଜେକ୍ଟ ସର୍ବଭାରତୀୟସ୍ତରରେ ସଫଳତା ହାସଲ କରିଛି ।

ସେଥିରୁ ବଲାଙ୍ଗୀର ଜିଲ୍ଲାର ଏହି ସ୍କୁଲ ଅନ୍ୟତମ ।

ସ୍କୁଲର ଏହି ସଫଳତା ନିଶ୍ଚିତ ଭାବରେ ମନୋବଳ ଦୃଢ଼ କରିବ ।

ଓଡ଼ିଶାରେ ଉନ୍ନତମାନର ଶିକ୍ଷା ଭିତ୍ତିଭୂମି ବିକାଶର ସଦୁପଯୋଗ କରି ସର୍ବଭାରତୀୟ ସ୍ତରରେ ଓଡ଼ିଶା ପାଇଁ ଅଧିକ ସଫଳତା ହାସଲ ନିମନ୍ତେ ଅନ୍ୟମାନଙ୍କ ଲାଗି ପ୍ରେରଣାଦାୟୀ ହେବ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ବଲାଙ୍ଗିର, ବଲାଙ୍ଗିର

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 24
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire