• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

ବଲାଙ୍ଗିର

ପଥରଚେପା ଓଡ଼ିଶା ମଡେଲ ସ୍କୁଲର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

November 16, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୧୬(ଲୋକାଲ ୱାୟାର): ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ବଲାଙ୍ଗୀର ଗସ୍ତ ଅବସରରେ ପଥରଚେପାସ୍ଥିତ ଓଡ଼ିଶା ମଡେଲ ସ୍କୁଲର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରିଛନ୍ତି ।

ଭାରତର ପଞ୍ଚମ ଶ୍ରେଷ୍ଠ ସରକାରୀ ଆବାସିକ ସ୍କୁଲ ବର୍ଗରେ ସ୍ଥାନିତ ହୋଇ ଏହି ସ୍କୁଲ ରାଜ୍ୟ ପାଇଁ ଗୌରବର ବିଷୟ ପାଲଟିଛି ।

ଶ୍ରୀମତୀ ମିଶ୍ର ସ୍କୁଲର ଅଧ୍ୟକ୍ଷ ଓ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧତ କରିବାକୁ ଭୁଲି ନଥିଲେ ।

ସ୍କୁଲର ପ୍ରିନ୍ସିପାଲ କ୍ଷମାନିଧି ଜାଙ୍କର ଓ ଦଶମ ଶ୍ରେଣୀ ପରୀକ୍ଷାରେ ରାଜ୍ୟସ୍ତରୀୟ ମଡେଲ ସ୍କୁଲ ଟପ୍ପର୍ ସଂସ୍କୃତି ଖମାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଏହି ଅବସରରେ ଶ୍ରୀମତୀ ମିଶ୍ର କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଡ୍ରିମ୍ ପ୍ରୋଜେକ୍ଟ ଓଡ଼ିଶା ଆଦର୍ଶ ବିପ୍ୟାଳୟ ପ୍ରୋଜେକ୍ଟ ସର୍ବଭାରତୀୟସ୍ତରରେ ସଫଳତା ହାସଲ କରିଛି ।

ସେଥିରୁ ବଲାଙ୍ଗୀର ଜିଲ୍ଲାର ଏହି ସ୍କୁଲ ଅନ୍ୟତମ ।

ସ୍କୁଲର ଏହି ସଫଳତା ନିଶ୍ଚିତ ଭାବରେ ମନୋବଳ ଦୃଢ଼ କରିବ ।

ଓଡ଼ିଶାରେ ଉନ୍ନତମାନର ଶିକ୍ଷା ଭିତ୍ତିଭୂମି ବିକାଶର ସଦୁପଯୋଗ କରି ସର୍ବଭାରତୀୟ ସ୍ତରରେ ଓଡ଼ିଶା ପାଇଁ ଅଧିକ ସଫଳତା ହାସଲ ନିମନ୍ତେ ଅନ୍ୟମାନଙ୍କ ଲାଗି ପ୍ରେରଣାଦାୟୀ ହେବ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ବଲାଙ୍ଗିର, ବଲାଙ୍ଗିର

ବଲାଙ୍ଗୀରରୁ ହରିଶଙ୍କର ମଧ୍ୟରେ ପର୍ଯ୍ୟଟନ ବସ୍ ସେବା ଶୁଭାରମ୍ଭ

November 16, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୧୬(ଲୋକାଲ ୱାୟାର): ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହରିଶଙ୍କରର ଭିତ୍ତିଭୂମି ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ କୋଟି ଟଙ୍କା ଯୋଗାଇ ଦେବା ପରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ତରଫରୁ ବଲାଙ୍ଗୀରରୁ ହରିଶଙ୍କର ମଧ୍ୟରେ ୨୫ସିଟ୍ ବିଶିଷ୍ଟ ଶୀତତାପ ନିୟନ୍ତ୍ରିତ ବସ୍ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଛି ।

ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଆଜି ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ଉପସ୍ଥିତିରେ ବଲାଙ୍ଗୀରରୁ ହରିଶଙ୍କର ମଧ୍ୟରେ ପର୍ଯ୍ୟଟନ ବସ୍ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ଏବେ ପ୍ରାରମ୍ଭିକ ଭାବେ ବଲାଙ୍ଗୀରସ୍ଥିତ ସରକାରୀ ବସଷ୍ଟାଣ୍ଡରୁ ଏହି ବସ୍ ପ୍ରତି ଶନିବାର ଓ ରବିବାର ଏବଂ ସ୍ୱତନ୍ତ୍ର ଦିନଗୁଡ଼ିକରେ ସକାଳ ୮ଟାରୁ ହରିଶଙ୍କର ଅଭିମୁଖେ ଗସ୍ତ କରିବ ।

ପର୍ଯ୍ୟଟକମାନଙ୍କ ସୁବିଧା ଓ ଆଗ୍ରହକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଏହି ବସ୍ ବଲାଙ୍ଗୀର ସହରରୁ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳକୁ ମଧ୍ୟ ଚଳାଚଳ କରାଯିବ ।

ସାଧାରଣ ଲୋକ ଚାହିଁଲେ ଆବଶ୍ୟକ ଭଡ଼ା ପୈଠ କରି ଏହି ବସ୍ ସେବା ୱେଡିଂ ଡେଷ୍ଟିନେସନ୍‌, ପିକନିକ୍ ଓ ଅନ୍ୟ ଜିଲ୍ଲାର ପର୍ଯ୍ୟଟନସ୍ଥଳୀକୁ ବୁଲିବା କାର୍ଯ୍ୟରେ ଉପଯୋଗ କରିପାରିବେ ।

ଏହି ବସର ପରିଚାଳନା ଦାୟିତ୍ୱ ବଲାଙ୍ଗୀର ପର୍ଯ୍ୟଟନ କାର୍ଯ୍ୟାଳୟ ଓ ବଲାଙ୍ଗୀରସ୍ଥିତ ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ପଫ୍ ହୋଟେଲ୍ ମ୍ୟାନେଜମେଣ୍ଟ(ଏଏସଆଇଏଚଏମ୍‌)କୁ ନ୍ୟସ୍ତ ହୋଇଛି ।

କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ଏଏସଆଇଏଚଏମ୍ ପ୍ରିନ୍ସିପାଲ୍‌, ଓଟିଡିସିର କର୍ମଚାରୀଙ୍କ ସମେତ ସହରର ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ବଲାଙ୍ଗିର, ବଲାଙ୍ଗିର

ଅଞ୍ଜଳି ଶିଶୁ ମହୋତ୍ସବରେ ମମତା ରାଣୀଙ୍କୁ ମିଳିଲା ସାହସିକତା ପୁରସ୍କାର

November 15, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୧୫(ଲୋକାଲ ୱାୟାର): ପୋଲିିଓ ରୋଗରେ ଆକ୍ରାନ୍ତ ଥିବା ବଲାଙ୍ଗୀର ଜିଲ୍ଲା ଚୁଡ଼ାପାଲିର ମମତା ରାଣୀଙ୍କୁ ଅଞ୍ଜଳି ଆନ୍ତର୍ଜାତିକ ଶିଶୁ ମହୋତ୍ସବରେ ଜୁରୀ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି ।

୧୯୮୦ ମସିହା ଜୁନ୍ ୨୭ ତାରିଖରେ ମମତାଙ୍କ ଜନ୍ମ । ତାଙ୍କ ପିତା ଶୁଳପାଣି ପଣ୍ଡା କୃଷକ ଏବଂ ମା’ ତରୁଲତା ପଣ୍ଡା ସୁଗୃହିଣୀ ।

ମମତାଙ୍କ ବାଲ୍ୟଶିକ୍ଷା ପ୍ରଥମେ ଚୁଡ଼ାପାଲି ପ୍ରାଥମିକ ବିଦ୍ୟାଳୟ ଓ ପରେ ସେହି ଗ୍ରାମରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଶିକ୍ଷା ପାଟଣାଗଡ଼ସ୍ଥିତ ଜବାହର ମହାବିଦ୍ୟାଳୟରେ ସମ୍ପନ୍ନ ହୋଇଥିଲା ।

ସ୍ନାତକ ଶିକ୍ଷା ପରେ ୨୦୦୯ରେ ସେ ଅଙ୍ଗନବାଡ଼ି କର୍ମୀ ଭାବେ ଯୋଗ ଦବୋ ସହ ନିଜର ଅକ୍ଷମତାକୁ ପଛରେ ପକାଇ ସମନ୍ୱିତ ଶିଶୁ ବିକାଶର ସମସ୍ତ ସେବାକୁ ସୁଚାରୁ ରୂପେ କରି ଆସୁଛନ୍ତି ।

ଦୀର୍ଘ ୧୧ ବର୍ଷ ଧରି ତାଙ୍କର କାର୍ଯ୍ୟ ଦକ୍ଷତାର ସ୍ୱୀକୃତି ସ୍ୱରୂପ ତାାଙ୍କୁ ଅଞ୍ଜଳି ଶିଶୁ ମହୋତ୍ସବରେ ଜୁରୀ ସାହସିକତା ପୁରସ୍କାରରେ ସମ୍ମାନିତ କରାଯାଇଛି ।

ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଥିଲେ । ମହୋତ୍ସବରେ ଡାକ୍ତର ଶ୍ରୁତି ମହାପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ବଲାଙ୍ଗିର, ବଲାଙ୍ଗିର

୧୨ ଡିଗ୍ରୀ ତଳେ ୬ ସହର; ସୋନପୁରରେ ତାପମାତ୍ରା ୯.୪ ଡିଗ୍ରୀ

November 9, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୯ (ଲୋକାଲ ୱାୟାର) : ରାଜ୍ୟର ୬ଟି ସହରର ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ୍ ତଳେ ରହିଥିବା ବେଳେ ଆଉ ୫ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ର ୧୫ ଡିଗ୍ରୀ ସେଲସିୟସ୍ ତଳେ ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୋମବାର କହିଛି ।

ସୋନପୁରର ପାରଦ ୯.୪ ଡିଗ୍ରୀ ସେଲସିୟସକୁ ଖସିଥିବାରୁ ଏହା ଓଡ଼ିଶାର ସବୁଠାରୁ ଥଣ୍ଡା ସହର ପାଲଟିଛି ।

ସେହିପରି ଦାରିଙ୍ଗବାଡିରେ ୯.୫, ଫୁଲବାଣୀରେ ୧୦, ଅନୁଗୁଳରେ ୧୧, କୋରାପୁଟରେ ୧୧.୨ ଓ ଭବାନୀପାଟଣାରେ ୧୧.୪ ଡିଗ୍ରୀ ସେଲସିୟସ୍ ସର୍ବନିମ୍ନ ତାପମାତ୍ରା ରହିଛି ।

ଝାରସୁଗୁଡ଼ାରେ ୧୩.୪,ତାଳଚେରରେ ୧୩.୫, କେନ୍ଦୁଝରରେ ୧୪.୪, ବଲାଙ୍ଗିରରେ ୧୪ ଓ ମାଲକାନଗିରିରେ ୧୪.୫ ଡିଗ୍ରୀ ସେଲସିୟସ୍ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି।

ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୬.୩ ଡିଗ୍ରୀ ସେଲସିୟସ ରହିଥିବା ବେଳେ କଟକରେ ୧୬ ଡିଗ୍ରୀ ସେଲସିୟସ୍ ରହିଛି ।

ରାଜ୍ୟରେ ଆହୁରି ୩ ଦିନ ଏଭଳି ପାଗ ରହିବ । ସ୍ୱାଭାବିକଠୁ କମ୍ ତାପମାତ୍ରା ରହିବ, ଶୀତ ବଢିବ । ତେବେ ଆସନ୍ତା ୧୧ ଓ ୧୨ ତାରିଖରେ ଉପକୂଳ ଓଡ଼ିଶାର କିିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ଲୋକାଲ ୱାୟାର

Filed Under: Odia Tagged With: ଅନୁଗୁଳ, ଓଡିଶା, କଟକ, କେନ୍ଦୁଝର, କୋରାପୁଟ, ଝାରସୁଗୁଡା, ତାଳଚେର, ଦାରିଙ୍ଗବାଡି, ଫୁଲବାଣୀ, ବଲାଙ୍ଗିର, ବଲାଙ୍ଗିର, ଭବାନୀପାଟଣା, ଭୁବନେଶ୍ୱର, ମାଲକାନଗିରି, ସୋନପୁର

ରାଜ୍ୟର ୧୧ଟି ସ୍ଥାନରେ ୧୫ ଡିଗ୍ରୀ ତଳେ ପାରଦ

November 8, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୮ (ଲୋକାଲ ୱାୟାର) : ସାରା ରାଜ୍ୟରେ ଶୀତ ଅନୁଭୂତ ହେଉଥିବା ବେଳେ ୯.୬ ଡିଗ୍ରୀ ତାପମାତ୍ରା ସହ ସୋନପୁର ସବୁଠୁ ଥଣ୍ଡା ସହର ପାଲଟିଥିବା ବେଳେ ୧୧ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍ ତଳେ ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ରବିବାର କହିଛି ।

ଅନୁଗୁଳରେ ୧୧, ଦାରିଙ୍ଗବାଡ଼ି ଓ ଫୁଲବାଣୀରେ ୧୦.୫, ଝାରସୁଗୁଡ଼ାରେ ୧୩, କୋରାପୁଟରେ ୧୧.୬, ଭବାନୀପାଟଣାରେ ୧୨.୨ ଓ କେନ୍ଦୁଝରରେ ୧୩.୮ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି।

ସେହିପରି, ବାରିପଦାରେ ୧୪.୨, ବଲାଙ୍ଗିରରେ ୧୪.୬ ଓ ସମ୍ବଲପୁରରେ ୧୪.୭ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି ।

ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରୀ ସେଲସିୟସ ରହିଥିବା ବେଳେ କଟକରେ ୧୬.୮ ଡିଗ୍ରୀ ସେଲସିୟସ୍ ରହିଛି ।

ଲୋକାଲ ୱାୟାର

Filed Under: Odia Tagged With: ଅନୁଗୁଳ, ଓଡିଶା, କଟକ, କେନ୍ଦୁଝର, କୋରାପୁଟ, ଝାରସୁଗୁଡା, ଫୁଲବାଣୀ, ବଲାଙ୍ଗିର, ବଲାଙ୍ଗିର, ବାରିପଦା, ଭବାନୀପାଟଣା, ଭୁବନେଶ୍ୱର, ସମ୍ବଲପୁର, ସୋନପୁର

ପୁନର୍ଜୀବିତ ହେଲା କୁସଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

October 27, 2020 By LocalWire Leave a Comment

ବଲାଙ୍ଗିର, ଅକ୍ଟୋବର ୨୭ (ଲୋକାଲ ୱାୟାର) : ବଲାଙ୍ଗିର ଜିଲ୍ଲା ଲୋଇସିଂହା କୁସଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରକୁ ଡାକ୍ତର ସୂର୍ଯ୍ୟକାନ୍ତ ମହାପାତ୍ର ଓ ଅନ୍ୟ କର୍ମଚାରୀମାନେ ନିଜ ଉଦ୍ୟମରେ ପୁନର୍ଜୀବିତ କରିବାରେ ସଫଳ ହୋଇଛନ୍ତି ।

ଏହି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଦିନେ ଗଦା ଗଦା ଅଳିଆ ଆବର୍ଜନା ପଡି ରହୁଥିଲା । ହେଲେ ଏବେ ଯୁଆଡ଼େ ଦେଖିବେ ପରିଷ୍କାର ଦେଖାଯାଉଛି ।

ଏନେଇ ଡା. ସୂର୍ଯ୍ୟକାନ୍ତ ମହାପାତ୍ର କହିଛନ୍ତି ଯେ, ଚଳିତ ବର୍ଷ ଫେବୃଆରୀ ପହିଲାରେ ମୁଁ ଯେତେବେ ଏହି ମେଡ଼ିକାଲରେ ଯୋଗ ଦେଇଥିଲି ସେତେବେଳେ ସବୁଆଡ଼େ ଅପରିଷ୍କାର ଓ ଅବ୍ୟବସ୍ଥା ଲାଗି ରହିଥିଲା ।

ଏଠାରେ କେହି ଡାକ୍ତର ନ ଥିବା ବେଳେ ଜଣେ ଆୟୁଷ ଡାକ୍ତର ସମସ୍ତ ରୋଗୀଙ୍କ ଚିକିତ୍ସା କରୁଥିଲେ ।

ରୋଗୀଙ୍କ ବସି ପାଇଁ କୌଣସି ବ୍ୟବସ୍ଥା ନ ଥିବାବେଳେ ରୋଗୀଙ୍କୁ ଭର୍ତ୍ତି କରିବାକୁ ବେଡ୍ ମଧ୍ୟ ନ ଥିଲା ।

ଡାକ୍ତରଖାନା ଚାରିପାଖରେ ଥିବା ପାଚେରୀକୁ ଭାଙ୍ଗି କିଛି ଲୋକ ଇଟା ନେଇଯାଇଥିବା ଅଭିଯୋଗ ହୋଇଥିଲା ।

ଫଳରେ ମେଡ଼ିକାଲକୁ ଭିତରେ ଯେ କୌଣସି ସମୟରେ ପଶୁମାନେ ପସି ଆସୁଥିଲେ ।

ଡାକ୍ତରଖାନାର ଏ ପରି ଅବ୍ୟବସ୍ଥା ଦେଖି ସେ ଏହାକୁ ଆଦର୍ଶ ଡାକ୍ତରଖାନାରେ ପରିଣତ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଦୀର୍ଘ ୯ ମାସର ଅକ୍ଳାନ୍ତ ପରିଶ୍ରମ ପରେ ଆମେ ଏହାକୁ ଆଦର୍ଶ ଡାକ୍ତଖାନରେ ପରିଣତ କରିଛୁ ବୋଲି ସେ କହିଛନ୍ତି ।

ନୂଆରୂପ ପାଇଥିବା କୁସଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ବିଜୟା ଦଶମୀ ଦିନ ସ୍ଥାନୀୟ ବିଧାୟକ ମୁକେଶ ମହାଲିଙ୍ଗ ପୁଣି ଥରେ ଉଦଘାଟନ କରିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ବଲାଙ୍ଗିର, ବଲାଙ୍ଗିର

ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଟିଟିଲାଗଡ଼ର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

October 10, 2020 By LocalWire Leave a Comment

ଟିଟିଲାଗଡ, ( ବଲାଙ୍ଗିର), ଅକ୍ଟୋବର ୧୦ (ଲୋକାଲ ୱାୟାର) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ପୌର ପରିଷଦର ପରିମଳ ବ୍ୟବସ୍ଥାକୁ ଘରୋଇକରଣ କରିବାକୁ ଯୋଜନା କରାଯାଉଥିବାରୁ ଏହାକୁ ବିରୋଧ କରି ସଫେଇ କର୍ମଚାରୀମାନେ ସେପ୍ଟେମ୍ବର ୧୫ରୁ ଆନ୍ଦୋଳନ ଜାରି ରଖିଥିବାରୁ ସହରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି ।

ବିଭିନ୍ନସ୍ଥାନରେ କୁଢ କୁଢ ଅଳିଆ ଆବର୍ଜନା ଗଦା ହୋଇ ରହିଛି । କେନାଲରେ ଅଳିଆ ପଡି ଜାମ ହେଉଥିବା ଦେଖିବାକୁ ମିଳିଥିବା ବେଳେ କେନାଲ ପାଣି ରାସ୍ତା ଉପରକୁ ଚାଲି ଆସୁଛି ।

କରୋନା ସମୟରେ ଏପରି ପରିମଳ ବ୍ୟବସ୍ଥାକୁ ଦେଖି ସହରବାସୀଙ୍କ ଚିନ୍ତା ବଢିଯାଇଛି ।

ଅନ୍ୟପଟେ, ଏଭଳି ଅବସ୍ଥାକୁ ଦୃଷ୍ଟିରେ ରଖି ଟିଟିଲାଗଡ଼ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଗୁରୁତ୍ୱପୂର୍ଣ୍ଣ ସେବା ରକ୍ଷଣାବେକ୍ଷଣ ଆଇନ୍ (ଇଏସଏମଏ) ଲାଗୁ କରିଛନ୍ତି ।

ଉପଜିଲ୍ଲପାଳ ଘୋଷଣା କରିଛନ୍ତି ଯେ, ଟିଟିଲାଗଡ଼ ଉପଖଣ୍ଡ ଓ କଣ୍ଟାବାଞ୍ଚି ଏନଏସିରେ ପରିମଳ, ଜଳ ଯୋଗାଣ, ବିଦ୍ୟୁତ ବିତରଣ ଇତ୍ୟାଦି ସେବାଗୁଡିକ ପାଇଁ ଯେକୌଣସି ବ୍ୟକ୍ତି, ଏଜେନ୍ସି କିମ୍ବା ସଂଗଠନରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଦୱାରା କିମ୍ବା ଆହ୍ୱାନରେ ରାସ୍ତାରୋକ, ହରତାଳ କରାଗଲେ ତାହାକୁ ବେଆଇନ୍ ଘୋଷଣା କରାଯାଇଛି।

କେହି ଏପରି କଲେ ତା’ ବିରୋଧରେ ଏସମା ଅଧିନିୟମ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ।

ଆମେ ଗତ ୨୦ ବର୍ଷ ଧରି ପୌର ପରିଷଦ ଅଧୀନରେ କାମ କରି ଆସୁଛୁ । ଏବେ ଆମକୁ ହଠାତ୍ ଏକ ଠିକା ସଂସ୍ଥା ହାତରେ ଟେକି ଦିଆଯାଉଛି ।

ଫଳରେ ଆମେ ଆମ ଜୀବିକାକୁ ନେଇ ଅସୁରକ୍ଷିତ ମଣୁଛୁ । ପ୍ରଶାସନ ତାଙ୍କ ନିଷ୍ପତ୍ତି ନ ବଦଳାଇବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସଫେଇ କର୍ମଚାରୀ ଯୁଧିଷ୍ଠିର ତାଣ୍ଡି କହିଛନ୍ତି ।

୧୦୦ରୁ ଅଧିକ ଜଣ ସଫେଇ କର୍ମଚାରୀ ଆନ୍ଦୋଳନରେ ବସିଥିବା ବେଳେ ୯ ଜଣ ସ୍ଥାୟୀ ସଫେଇ କର୍ମଚାରୀ ସହର ପରିମଳ ବ୍ୟବସ୍ଥା କାର୍ଯ୍ୟରେ ଲାଗିଛନ୍ତି ।

ଯାହାଫଳରେ ସମଗ୍ର ସହରର ପରିମଳ ବ୍ୟବସ୍ଥା ସମ୍ଭାଳିବା ସମ୍ଭବ ହେଉ ନାହିଁ ।

ଉପଜିଲ୍ଲାପାଳ କହିଛନ୍ତି ଯେ, ପରିମଳ ବ୍ୟବସ୍ଥାର ଘରୋଇକରଣ କରାଗଲେ ମଧ୍ୟ କର୍ମଚାରୀଙ୍କୁ ଇପିଏଫ, ମେଡ଼ିକାଲ ସହ ଅନ୍ୟାନ୍ୟ ସମସ୍ତ ସୁବିଧା ଉକ୍ତ ସଂସ୍ଥା ଯୋଗାଇ ଦେବ ।

ତେଣୁ ସଫେଇ କର୍ମଚାରୀଙ୍କୁ କାର୍ଯ୍ୟରେ ଫେରିବାକୁ ସେ ଅନୁରୋଧ କରିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ବଲାଙ୍ଗିର, ବଲାଙ୍ଗିର

ବଲାଙ୍ଗିର କଲେଜ ଛକରୁ ୫ ଲକ୍ଷ ଟଙ୍କା ଲୁଟ୍‌

October 5, 2020 By LocalWire Leave a Comment

ବଲାଙ୍ଗିର, ଅକ୍ଟୋବର ୫ (ଲୋକାଲ ୱାୟାର) : ବଲାଙ୍ଗିର ସହର କଲେଜ ଛକ ଏଡିବି ବ୍ୟାଙ୍କ ସମ୍ମୁଖରୁ ସୋମବାର ଜଣେ ବ୍ୟବସାୟୀଙ୍କ ଠାରୁ ପାଞ୍ଚ ଲକ୍ଷ ଟଙ୍କା ଲୁଟ୍ ହୋଇଛି ବୋଲି ସ୍ଥାନୀୟ ପୁଲିସ କହିଛି ।

ପୁଲିସ ସୂଚନା ଅନୁସାରେ, ଟିକ୍ରାପଡ଼ାର ବ୍ୟବସାୟୀ ସଞ୍ଜୟ ଶତପଥି ଆଜି ବ୍ୟାଙ୍କରୁ ଟଙ୍କା ଉଠାଇ ଏକ ବ୍ୟାଗରେ ମୋଟ ୫ ଲକ୍ଷ ଟଙ୍କା ଧରି ବାହାରୁଥିବା ବେଳେ ହଠାତ ଦୁଇଜଣ ଯୁବକ ଏକ ପଲସର ବାଇକରେ ଆସି ବ୍ୟାଗ ଛଡାଇ ନେଇ ଫେରାର ହୋଇ ଯାଇଥିଲେ ।

ଘଟଣାସ୍ଥଳରେ ଟାଉନ୍ ଥାନ ପୁଲିସ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ବଲାଙ୍ଗିର, ବଲାଙ୍ଗିର

ବଲାଙ୍ଗିରର ୬ ପରିବାରକୁ ବେଙ୍ଗାଲୁରୁରେ ନିର୍ଯାତନା ଘଟଣା ; ୧୨ ବର୍ଷ ପରେ ମିଳିଲା ନ୍ୟାୟ

October 5, 2020 By LocalWire Leave a Comment

ବଲାଙ୍ଗିର, ଅକ୍ଟୋବର ୫ (ଲୋକାଲ ୱାୟାର) : ୨୦୦୫ ମସିହାରେ ବଲାଙ୍ଗିର ଜିଲ୍ଳାରୁ ୬ ପରିବାର କର୍ଣ୍ଣାଟକର ବେଙ୍ଗାଲୁରୁକୁ କାମ କରିବାକୁ ଯାଇଥିବା ବେଳେ ତାଙ୍କୁ ଏକ ଇଟା ଭାଟିର ମାଲିକ ଅକଥନୀୟ ନିର୍ଯାତନା ଦେଇଥିଲା ।

ଏହି ଘଟଣାର ୧୨ ବର୍ଷ ପରେ ଉକ୍ତ ଶ୍ରମିକଙ୍କୁ ନ୍ୟାୟ ମିଳିଛି ।

୩୧ ଅଗଷ୍ଟ ୨୦୨୦ରେ ବେଙ୍ଗାଲୁରୁର ଆଡିସ୍‌ନାଲ ସେସନ୍ କୋର୍ଟ ନିର୍ଯାତନା ଦେଇଥିବା ଇଟାଭାଟି ମାଲିକଙ୍କୁ ତିନି ବର୍ଷ ଜେଲ ଦଣ୍ଡ ଓ ୫୨ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି ।

(ବେଆଇନ୍ ବାଧ୍ୟତାମୂଳକ ଶ୍ରମ) ଭାରତୀୟ ଦଣ୍ଡ ସଂହିତା (ଆଇପିସି), ଶିଶୁ ଶ୍ରମ (ନିଷେଧାଦେଶ ଏବଂ ନିୟମାବଳୀ) ଅଧିନିୟମରେ ଧାରା ୩ ଓ ୧୪ ଏବଂ ଅନୁସୂଚିତ ଜାତି ଓ ଜନଜାତି (ପ୍ରତିରୋଧ ରୋକିବା) ଆଇନ୍ ଧାରା ୩ରେ ଦଣ୍ଡା ଦେଶ ଶୁଣାଇଛନ୍ତି ।

ଏହି ଇଟା ଭାଟିର ମାଲିକ ୨୦୦୫ରୁ ୨୦୦୮ ମସିହା ପର୍ଯ୍ୟନ୍ତ ୧୨ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ବନ୍ଧକ ବନାଇ ରଖିଥିଲେ ।

ଇଟାଭାଟିର ମାଲିକ ଉକ୍ତ ଶ୍ରମିକମାନଙ୍କୁ କମ୍ ପାରିଶ୍ରମିକ ଦେବା ସହ ଅଶ୍ଳୀଳ ବ୍ୟବହାର, ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ।

ସେ ସମୟରେ ନିର୍ଯାତିତ ହୋଇଥିବା ଅଗ୍ନି ତୁମୁନିଆ କହିଛନ୍ତି ଯେ, ସେ ଆମକୁ ଦୀର୍ଘ ତିନି ବର୍ଷ ଧରି ନିର୍ଯାତନା ଦେଇଥିଲେ ।

ଲାଠିରେ ମାଡ ମାରିବା ସହ ଜୀବନରେ ମାରି ଦେବାକୁ ମଧ୍ୟ ଧମକ ଦେଉଥିଲେ’’ ।

ଅଗ୍ନି କିଛି ବର୍ଷ ପୂର୍ବେ ଏକ ସଡକ ଦୁର୍ଘଟଣାରେ ତାଙ୍କ ସ୍ୱାମୀଙ୍କୁ ହାରାଇଛନ୍ତି । ଏବେ ତାଙ୍କ ତିନି ପୁଅଙ୍କ ସହିତ ରହୁଛନ୍ତି । ସେମାନେ ବିଭିନ୍ନ ସ୍କୁଲ ଓ କଲେଜରେ ପାଠ ପଢୁଛନ୍ତି ।

ସେ ଏବେ ଆଉ ବାହାରକୁ କାମ କରିବାକୁ ନ ଯାଇ ଏକ ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ କରୁଛନ୍ତି ।

ଆଉ ଜଣେ ନିର୍ଯାତିତ ମତିରାମ ତୁମୁନିୟା କହିଛନ୍ତି ଯେ, କେବଳ ପୁରୁଷ ସଦସ୍ୟଙ୍କୁ ସପ୍ତାହରେ ଥରେ ବଜାରକୁ ଯିବାକୁ ଅନୁମତି ଦିଆଯାଇଥାଏ ।

ପୁରୁଷମାନେ ଯେପରି ଖସି ନ ଯାଆନ୍ତି ସେଥିପାଇଁ ମହିଳା ଓ ଶିଶୁଙ୍କୁ ବନ୍ଧକ ବନାଇ ରଖାଯାଉଥିଲା ।

ଆମେ ଦିନକୁ ୧୪ ଘଣ୍ଟା ପାଇଁ ଇଟା ତିଆରି କରିବାକୁ ବାଧ୍ୟ ହୋଇଥିଲୁ ବୋଲି ସେ କହିଥିଲେ ।

ପ୍ରତି ବ୍ୟକ୍ତି ପିଛା ଆମକୁ ୨୮ ଟଙ୍କା ମଜୁରୀ ପ୍ରଦାନ କରାଯାଉଥିଲା ।

ସେ ସମୟରେ ସେଠାରେ ଜଣେ ଶ୍ରମିକଙ୍କ ପିଛା ସର୍ବନିମ୍ନ ମଜୁରୀ ୧୪୦.୧୦ ଟଙ୍କା ଥିଲା ।ମାଲିକ ପିଲାମାନଙ୍କୁ ମଧ୍ୟ ଇଟାଭାଟି କାମରେ ଲଗାଇଥିଲା ।

ମାର୍ଚ୍ଚ ୨୦୦୮ରେ ବେଙ୍ଗାଲୁରୁ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ଅନ୍ତର୍ଜାତୀୟ ଜଷ୍ଟିସ ମିଶନ୍ (ଆଇଜେଏମ୍‌) ଦ୍ୱାରା ଏହି ୬ ପରିବାରକୁ ଇଟାଭାଟିରୁ ଉଦ୍ଧାର କରାଯାଇଥିଲା ।

ଉକ୍ତ ଇଟାଭାଟି ମାଲିକକୁ ଗିରଫ କରାଯାଇଥିଲା । କିନ୍ତୁ ପରେ ସେ ଜାମିନରେ ବାହାରିଥିଲେ ।

ଜୁନ୍ ୨୦୦୯ରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା ଏବଂ ମାମଲାର ଶୁଣାଣି ୨୮ ମେ’ ୨୦୧୩ରୁ ଆରମ୍ଭ ହୋଇ ୧୯ ନଭେମ୍ବର ୨୦୧୫ ପର୍ଯ୍ୟନ୍ତ ଚାଲିଥିଲା ।

ଏହି ସମୟ ମଧ୍ୟରେ ପ୍ରାୟ ୩୦ ଟି ଶୁଣାଣି କରାଯାଇଥିଲା। ଦୁଇଥର ପୀଡିତାମାନେ କୋର୍ଟରେ ସାକ୍ଷ୍ୟ ଦେବା ପାଇଁ ଓଡିଶାରୁ ବେଙ୍ଗାଲୁରୁ ଯାଇଥିଲେ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ବଲାଙ୍ଗିର, ବଲାଙ୍ଗିର

ଗାଁ ଦାଣ୍ଡ ସଫା କଲେ ମହିଳା, ପ୍ରତିମାସ ୨୦ରେ ‘ସ୍ବଚ୍ଛତା ଦିବସ’ ପାଳନ ପାଇଁ ନେଲେ ଶପଥ

September 25, 2020 By Sudhir Mishra Leave a Comment

ବଲାଙ୍ଗିର, ସେପ୍ଟେମ୍ବର ୨୫ (ଲୋକାଲ ୱାୟାର) : ବଲାଙ୍ଗିର ସଦର ବ୍ଲକ ଭୁତିଆରବାହାଲ ପଞ୍ଚାୟତ ଅନ୍ତର୍ଗତ ନୂନିଆଢିପା ଗ୍ରାମରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଶୁକ୍ରବାର ଅନୁଷ୍ଠିତ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଗାଁର ମହିଳାମାନେ ସାମିଲ ହୋଇ ଗ୍ରାମର ଗଳିକନ୍ଦି ସଫା କରିଥିଲେ ।

ଶୁକ୍ରବାର ସକାଳୁ ସକାଳୁ ମହିଳାମାନେ ଗାଁ ଦାଣ୍ଡ, ନଳକୂପ ଓ ପୋଖରୀ ତୁଠ ସଫା କରି ବ୍ଲିଚିଂ ପାଉଡର ସିଞ୍ଚନ କରିଥିଲେ । ପୁରୁଷମାନେ ମଧ୍ୟ ଏଥିରେ ସହଯୋଗ କରିଥିଲେ ।

ଏହା ପରେ ମହିଳାମାନେ ପ୍ରତି ମାସ ୨୦ ତାରିଖକୁ ସ୍ବଚ୍ଛତା ଦିବସ ରୂପେ ପାଳନ କରିବାକୁ ଶପଥ ନେଇଥିଲେ ।

ଏହି ସମୟରେ ଫାଉଣ୍ଡେସନର କର୍ମକର୍ତ୍ତା ଉପସ୍ଥିତ ରହି କୋଭିଡ୍ ମହାମାରୀ ସମ୍ବନ୍ଧରେ ଲୋକମାନଙ୍କୁ ସଚେତନ କରିଥିଲେ ।

ମାସ୍କ ପିନ୍ଧିବା, ସାମାଜିକ ଦୂରତା ପାଳନ ଓ ହାତ ଧୋଇବା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ ।

ଏହି କାର୍ଯ୍ୟକ୍ରମରେ ୱାର୍ଡ ମେମ୍ବର, ଅଙ୍ଗନବାଡି ଓ ଆଶା କର୍ମୀ ମଧ୍ୟ ସହଯୋଗ କରିଥିଲେ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ବଲାଙ୍ଗିର, ବଲାଙ୍ଗିର

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Interim pages omitted …
  • Go to page 24
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire