ବଲାଙ୍ଗୀର, ଫେବୃଆରୀ ୦୪ (ଲୋକାଲ ୱାୟାର) ବଲାଙ୍ଗିର ଜିଲ୍ଲା ତୁଷୁରା ଛକ ନିକଟରେ ସୋମବାର ପୁଲିସ୍ ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କ୍ରିଷ୍ଣା ଆହତ ହୋଇଥିବା ପୁଲିସ କହିଛି ।
ଆହତ କ୍ରିଷ୍ଣାକୁ ସଇଁନ୍ତଲା ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ତାକୁ ବଲାଙ୍ଗିର ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।
ସୂଚନା ମୁତାବିକ ଗତକାଲି କ୍ରିଷ୍ଣାକୁ ଗିରଫ କରିବା ପାଇଁ ପୁଲିସ୍ ଉଦ୍ୟମ କରିବା ବେଳେ ସେ ପ୍ରଥମେ ପୁଲିସ୍ ଉପରକୁ ଗୁଳି ଚଳାଇଥିଲା । ପୁଲିସ୍ର ପାଲଟା ଗୁଳିମାଡ଼ରେ ତା’ ବାମ ଗୋଡରେ ଗୁଳି ବାଜି ଆଘାତ ଲାଗିଥିଲା ।
କ୍ରିଷ୍ଣାର ନାଁରେ ବିଭିନ୍ନ ସ୍ଥାନରେ ଡକାୟତି ମାମଲା ରହିଥିବା ବେଳେ ଦେଓଗାଁ ବଡବନ୍ଧର ଆନ୍ଧ୍ର ବ୍ୟାଙ୍କର ୧୯ ଲକ୍ଷ ଟଙ୍କା, ସଇଁନ୍ତଲା ମଦଭାଟି ମ୍ୟାନେଜରଙ୍କ ଠାରୁ ତିନି ଲକ୍ଷ ଟଙ୍କା ଡକାୟତି ଘଟଣାରେ ସେ ସମ୍ପୃକ୍ତି ଥିବା ଜଣାପଡ଼ିଛି ।
ଲୋକାଲ ୱାୟାର