• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

ବଲାଙ୍ଗିର

୧୫ ଡିଗ୍ରୀ ତଳେ ୧୬ ସହର; ବୌଦ୍ଧ, ସୁନ୍ଦରଗଡ଼ ଓ ସୋନପୁରରେ ଘନ କୁହୁଡି

December 4, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୪ (ଲୋକାଲ ୱାୟାର) : ଓଡ଼ିଶାର ଅଧିକାଂଶ ସହରରେ ରାତିରେ ସର୍ବନିମ୍ନ ତାପମାତ୍ରା ଖସୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୬ଟି ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିଛି ।

ସୋନପୁରରେ ସବୁଠାରୁ କମ୍ ୮.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି ।

ସର୍ବନିମ୍ନ ୧୫ ଡିଗ୍ରୀ ସେଲସିୟସ ତଳେ ଥିବା ୧୬ ସହର ହେଲା, ଦାରିଙ୍ଗିବାଡ଼ି (୯), ଫୁଲବାଣୀ (୧୦), ଅନୁଗୁଳ (୧୦), ଭବାନୀପାଟଣା (୧୦.୮), ଝାରସୁଗୁଡ଼ା (୧୧.୮), ତାଳଚେର (୧୨), କେନ୍ଦୁଝର (୧୨.୮), ସୁନ୍ଦରଗଡ (୧୩), ବଲାଙ୍ଗୀର (୧୩.୨), କୋରାପୁଟ (୧୩.୨), ବାରିପଦା (୧୪), ହୀରାକୁଦ (୧୪.୧), ସମ୍ବଲପୁର (୧୪.୨), ଟିଟିଲାଗଡ଼ (୧୪.୨) ଏବଂ ବୌଦ୍ଧ (୧୪.୫) ।

ତେବେ ଭୁବନେଶ୍ୱରରେ ତାପମାତ୍ରା ୧୬.୬ ଡିଗ୍ରୀ ସେଲସିୟସ ରହିଥିବା ବେଳେ କଟକରେ ୧୫ ଡିଗ୍ରୀ ଅଛି ।

ଅନ୍ୟପଟେ ବୌଦ୍ଧ, ସୁନ୍ଦରଗଡ଼ ଓ ସୋନପୁରରେ ଆଜି ଘନ କୁହୁଡ଼ି ଦେଖିବାକୁ ମିଳିଛି ।

ବୌଦ୍ଧରେ ଦୃଶ୍ୟମାନ ଦୂରତା ୫୦ ମିଟର ଥିବାବେଳେ ସୁନ୍ଦରଗଡ଼ ଓ ସୋନପୁରରେ ଦୃଶ୍ୟମାନ ଦୂରତା ୧୦୦ ମିଟରରୁ କମ ଥିଲା ।

କୋରାପୁଟ ଏବଂ ଫୁଲବାଣୀରେ ମଧ୍ୟମ ଧରଣର କୁହୁଡ଼ି ରହିଥିଲା ।

ଲୋକାଲ ୱାୟାର

Filed Under: Odia Tagged With: ଅନୁଗୁଳ, ଓଡିଶା, କେନ୍ଦୁଝର, କୋରାପୁଟ, ଝାରସୁଗୁଡା, ଟିଟିଲାଗଡ଼, ତାଳଚେର, ଦାରିଙ୍ଗିବାଡ଼ି, ଫୁଲବାଣୀ, ବଲାଙ୍ଗିର, ବଲାଙ୍ଗିର, ବାରିପଦା, ବୌଦ୍ଧ, ଭବାନୀପାଟଣା, ସମ୍ବଲପୁର, ସୁନ୍ଦରଗଡ, ସୋନପୁର, ହୀରାକୁଦ

୯କୁ ଖସିଲା ସୋନପୁର ପାରଦ, ୧୫ ଡିଗ୍ରୀ ତଳେ ୧୧ ସହରର ତାପମାତ୍ରା

November 30, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୩୦ (ଲୋକାଲ ୱାୟାର) : ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଖସୁଥିବା ବେଳେ ସୋନପୁରରେ ସବୁଠାରୁ କମ୍ ୯ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି ।

ରାଜ୍ୟର ୧୧ ସହରରେ ତାପମାତ୍ରା ସର୍ବନିମ୍ନ ୧୫ ଡିଗ୍ରୀ ସେଲସିୟସ ତଳକୁ ଖସିଛି । ସେଗୁଡ଼ିକ ହେଲା, ଦାରିଙ୍ଗିବାଡ଼ି (୯.୫), ଅନୁଗୁଳ (୧୦.୬), ଫୁଲବାଣୀ (୧୧.୩), କେନ୍ଦୁଝର (୧୨.୦), ବାରିପଦା (୧୨.୪), ଭବାନୀପାଟଣା (୧୨.୮), କୋରାପୁଟ (୧୩.୦) ଝାରସୁଗୁଡ଼ା (୧୩.୨), ବଲାଙ୍ଗିର (୧୪) ଓ କଟକ (୧୪.୮) ।

ତେବେ ଭୁବନେଶ୍ୱରରେ ତାପମାତ୍ରା ୧୬.୦ ଡିଗ୍ରୀ ସେଲସିୟସ ରହିଛି ।

ଲୋକାଲ ୱାୟାର

Filed Under: Odia Tagged With: ଅନୁଗୁଳ, କଟକ, କେନ୍ଦୁଝର, କୋରାପୁଟ, ଝାରସୁଗୁଡା, ଦାରିଙ୍ଗିବାଡ଼ି, ଫୁଲବାଣୀ, ବଲାଙ୍ଗିର, ବଲାଙ୍ଗିର, ବାରିପଦା, ଭବାନୀପାଟଣା

୧୫ ଡିଗ୍ରୀ ତଳେ ୧୨ ସହରର ତାପମାତ୍ରା

November 29, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୨୯ (ଲୋକାଲ ୱାୟାର) : ରାଜ୍ୟରେ ଶୀତ ବଢ଼ୁଥିବା ବେଳେ ସୋନପୁରରେ ପାରଦ ୯.୪ ଡିଗ୍ରୀକୁ ଖସିଥିବା ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ରବିବାର ସୂଚନା ଦିଆଯାଇଛି ।

ରାଜ୍ୟର ୧୨ ସହରରେ ତାପମାତ୍ରା ସର୍ବନିମ୍ନ ୧୫ ଡିଗ୍ରୀ ସେଲସିୟସ ତଳକୁ ଖସିଛି ।

ସେଗୁଡ଼ିକ ହେଲା, ଫୁଲବାଣୀ (୧୦ ଡିଗ୍ରୀ), ଦାରିଙ୍ଗିବାଡ଼ି (୧୦), ଅନୁଗୁଳ (୧୨), ଝାରସୁଗୁଡ଼ା (୧୩.୨) ଭବାନୀପାଟଣା (୧୩.୫), କେନ୍ଦୁଝର (୧୩.୬), କୋରାପୁଟ (୧୪.୬), ସୁନ୍ଦରଗଡ଼ (୧୪.୫), ବାରିପଦା (୧୪.୯) ।

ତେବେ ଭୁବନେଶ୍ୱରରେ ତାପମାତ୍ରା ୧୬.୨ ଡିଗ୍ରୀ ସେଲସିୟସ ଥିବା ବେଳେ କଟକରେ ଅଛି ୧୫ ଡିଗ୍ରୀ ଏବଂ ବଲାଙ୍ଗୀରରେ ୧୫ ଡିଗ୍ରୀ ।

ଲୋକାଲ ୱାୟାର

Filed Under: Odia Tagged With: ଅନୁଗୁଳ, ଓଡିଶା, କେନ୍ଦୁଝର, କୋରାପୁଟ, ଝାରସୁଗୁଡା, ଦାରିଙ୍ଗିବାଡ଼ି, ଫୁଲବାଣୀ, ବଲାଙ୍ଗିର, ବଲାଙ୍ଗିର, ବାରିପଦା, ଭବାନୀପାଟଣା, ସୁନ୍ଦରଗଡ, ସୋନପୁର

ଦିଲ୍ଲୀରେ ବରିଷ୍ଠ ଓଡ଼ିଆ ଡାକ୍ତରଙ୍କର କରୋନାରେ ପରଲୋକ

November 26, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୨୬(ଲୋକାଲ ୱାୟାର): ଦିଲ୍ଲୀରେ କାର୍ଯ୍ୟରତ ବରିଷ୍ଠ ଓଡ଼ିଆ ଡାକ୍ତର ଶ୍ରୀମନ୍ତ ସାହୁଙ୍କର କରୋନାରେ ପରଲୋକ ହୋଇ ଯାଇଥିବା ଡାକ୍ତରଖାନା ପକ୍ଷରୁ ଗୁରୁବାର କୁହାଯାଇଛି ।

ବଲାଙ୍ଗିର ଜିଲ୍ଲାର ମୂଳ ବାସିନ୍ଦା ଡାକ୍ତର ସାହୁ ମେଡିସିନ ବିଶେଷଜ୍ଞ ଭାବେ ଦିଲ୍ଲୀର ରାମମନୋହର ଲୋହିଆ ହସପିଟାଲରେ କାର୍ଯ୍ୟରତ ଥିଲେ ।

ଦୁଇସପ୍ତାହ ତଳେ ସେ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ମଣିପାଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଡାକ୍ତରମାନଙ୍କୁ ଚେଷ୍ଟା ସତ୍ତ୍ୱେ ତାଙ୍କର ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ବୟସ ହୋଇଥିଲା ।

ତାଙ୍କ ପରଲୋକରେ ଗୁରୁବାର ରାମ ମନୋହର ଲୋହିଆ ହସପିଟାଲରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି ।

ଉଲ୍ଲେଖଯୋଗ୍ୟ, କୋଭିଡ-୧୯ ଆରମ୍ଭ ହେବା ପରଠାରୁ ଦେଶର ପ୍ରାୟ ୬୫୦ ଡାକ୍ତର, ବିଶେଷ କରି କେବଳ ଦିଲ୍ଲୀରେ ୩୦ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ଇଣ୍ଡିଆ ମେଡିକାଲ ଆସୋସିଏସନର ସଦସ୍ୟ ଡ. ବିନୟ ଅଗ୍ରୱାଲ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ବଲାଙ୍ଗିର

ଫେମିନା ମିସ୍ ଇଣ୍ଡିଆ ଫାଇନାଲରେ ଓଡ଼ିଶାର ପାଞ୍ଚ ପ୍ରତିଯୋଗୀ

November 25, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୨୫(ଲୋକାଲ ୱାୟାର): ଭିଏଲସିସି ଫେମିନା ମିସ୍ ଇଣ୍ଡିଆ ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୀତ ହୋଇଛନ୍ତି ଓଡ଼ିଶାର ୪ ପ୍ରତିଯୋଗୀ ।

ସେମାନେ ହେଲେ ଶୁଭଶ୍ରୀ ରାୟଗୁରୁ, ପ୍ରଣତୀ ଓଝା, ମେଘା ସାହୁ, ଶ୍ରୀୟା ରାଉତ ଓ ଦୀକ୍ଷା ସିଂହ ।

ବଲାଙ୍ଗୀର ଝିଅ ଶୁଭଶ୍ରୀ ରାୟଗୁରୁ ସବଡିଭିଜନାଲ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ରମେଶ ଚନ୍ଦ୍ର ରାୟଗୁରୁଙ୍କ ଝିଅ ।

ନିଜ ସଫଳତାର ଯାତ୍ରା ବାବଦରେ ଶୁଭଶ୍ରୀ କହନ୍ତି ବଲାଙ୍ଗିର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ୨ରେ ପାଠପଢ଼ା ଶେଷ କଲା ପରେ ମୁଁ ଉଚ୍ଚ ଶିକ୍ଷା ପାଇଁ ମୁମ୍ବାଇ ଚାଲି ଆସିଥିଲି ।


ହେଲେ ନାଚ, ଗୀତ, ଅଭିନୟ ମୋର ପିଲାବେଳୁ ଆରମ୍ଭ ହୋଇସାରିଥିଲା ।

ମୁମ୍ବାଇ ଆସିବା ପରେ ମୁଁ ଅନୁପମ ଖେରଙ୍କ ଅଭିନୟ ସ୍କୁଲରେ ନାମ ଲେଖାଇ ସେଠାରେ କିଛିଦିନ ଅଭିନୟ ତାଲିମ ନେଲି ।

ପୁଣି ମୁମ୍ବାଇ ସ୍ଥିତ ପ୍ରସିଦ୍ଧ ନୃତ୍ୟ ଅନୁଷ୍ଠାନ ସିମକ୍ ଦାବରଙ୍କ ଡାନ୍ସ ଏକାଡେମୀରୁ ନୃତ୍ୟ ଶିକ୍ଷା କଲି ।

ଏହା ଭିତରେ ମୋର ଗ୍ରାଜୁଏସନ୍ ବି ଶେଷ ହୋଇଗଲା । ମୁଁ ପେସାରେ ଆଇନଜୀବୀ ।

ଚଳିତ ବର୍ଷ ପାଠପଢ଼ା ଶେଷ ହୋଇଥିବା ବେଳେ ମୁଁ ମୁମ୍ବାଇ ହାଇକୋର୍ଟରେ ଏନେଇ ଅଭ୍ୟାସ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି । ହେଲେ ନିଶା ମୋର ଅଭିନୟ ଓ ନୃତ୍ୟ ।

ଇତି ମଧ୍ୟରେ ମୁଁ ଓଲିଉଡ ଓ ଟଲିଉଡ ଇଣ୍ଡଷ୍ଟ୍ରି ସହ କଥାବାର୍ତ୍ତା କରୁଛି ।

ଭଲ ସିନେମାରେ କାମ କରିବାକୁ ଚାହୁଁଛି ।

ସୁଯୋଗ ମିଳିଲେ ଅଭିନୟରେ ଯୋଗଦେବି । ଏହା ଭିତରେ ମୁଁ ୩୦୦୦ରୁ ବେଶୀ ଲାଇଭ୍ ସୋ କରିସାରିଥିବା ବେଳେ ଅନେକ ଗୁଡିଏ ବିଜ୍ଞାପନ ଚଳଚ୍ଚିତ୍ରରେ କାମ କରିଛି ।

ମୁଁ ବଲିଉଡ ଚଳଚ୍ଚିତ୍ର ମସ୍ତିଜାଦେରେ ସହ ନିର୍ଦ୍ଦେଶକ ଭାବେ ମଧ୍ୟ ନିଜର ଦାୟିତ୍ୱ ତୁଲାଇ ସାରିଛି ।

ଫେମିନା ମିସ୍ ଇଣ୍ଡିଆ ଯାତ୍ରା ବାବଦରେ ଏତିକି କହିବି ମୁଁ ନିୟମିତ ଭାବେ ଇନଷ୍ଟାଗ୍ରାମରେ ମୋର ଅଭିନୟ, ନୃତ୍ୟ ଆଦିର ଫଟୋ ଦିଏ ।

ଏହା ଏତେ ଭାଇରାଲ୍ ହୁଏ ଯେ ଧୀରେ ଧୀରେ ମୋର ଫଲୋଅର୍ସଙ୍କ ସଂଖ୍ୟା ବଢ଼ିଚାଲେ ।

ଫେମିନା ଯାଏଁ ପହଞ୍ଚିବାରେ ମୋର ପ୍ରଶଂସକମାନଙ୍କର ଢେର ଭୂମିକା ରହିଛି ।

ଏହାବାଦ ନିକଟରେ ମୁଁ ଏକ ଅନଲାଇନ୍ ସୋ କରୁଛି ।

ଯେଉଁଥିରେ ମୁଁ ସିଧାସଳଖ ମୋ ଫ୍ୟାନମାନଙ୍କ ସହ କଥାବାର୍ତ୍ତା କରେ ।

ସେମାନଙ୍କ ବଲିଉଡ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ପଚାରେ ।

ବିଜେତା ମାନଙ୍କୁ ମୁଁ ମୋ ସୋ’ରେ କ୍ୟାସ୍ ପ୍ରାଇଜ୍ ପାଇବାର ବନ୍ଦୋବସ୍ତ କରିଛି । ଯାହାକି ମୋତେ ଲୋକପ୍ରିୟ କରାଇ ପାରିଛି ।

ପ୍ରତିଯୋଗିତା ବାବଦରେ ଏତିକି କହିବି; ଚଳିତ ବର୍ଷ କରୋନା ଯୋଗୁଁ ସବୁକିଛି ଭର୍ଚ୍ଚୁଆଲ ହୋଇଥିଲା ।

ଅଡିସନଠାରୁ କ୍ୟାଟୱାକ ଯାଏଁ ସବୁକିଛିକୁ ଆମେ ଭିଡିଓ କରି ଆୟୋଜକ କମିଟିକୁ ପଠାଇଥିଲୁ ।

ପରବର୍ତ୍ତୀ ସମୟରେ ବିଚାରକମନଙ୍କ ଦ୍ୱାରା ୫ ଜଣଙ୍କୁ ଚୂଡାନ୍ତ ପର୍ଯ୍ୟାୟ ପାଇଁ ମନୋନୀତ କରାଯାଇଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ବଲାଙ୍ଗିର, ବଲାଙ୍ଗିର

ବଲାଙ୍ଗୀରରୁ ହରିଶଙ୍କରକୁ ଗଡ଼ିଲା ପର୍ଯ୍ୟଟନ ବସ୍‌

November 21, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୨୧(ଲୋକାଲ ୱାୟାର): ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହରିଶଙ୍କରକୁ ଗଡ଼ିଲା ରାଜ୍ୟ ପର୍ଯ୍ୟଟନ ବିଭାଗର ସ୍ୱତନ୍ତ୍ର ଶୀତତାପ ନିୟନ୍ତ୍ରିତ ମିନିବସ୍ ।

ସପ୍ତାହର ପ୍ରତ୍ୟେକ ଶନିବାର ଓ ରବିବାର ସକାଳ ୮ଟାରୁ ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡରୁ ପ୍ରସିଦ୍ଧ ଶୈବପୀଠ ହରିଶଙ୍କର ଅଭିମୁଖେ ଏହା ଯାତ୍ରା କରିବ ।

ପ୍ରଥମ ଦିନ ବହୁ ଯାତ୍ରୀ ଏହି ବସରେ ଯାତ୍ରା କରିଥିଲେ ।

ଗତ ୪ଦିନ ତଳେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ଉପସ୍ଥିତିରେ ବଲାଙ୍ଗୀରରୁ ହରିଶଙ୍କର ମଧ୍ୟରେ ପର୍ଯ୍ୟଟନ ବସ୍ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଶ୍ରୀମତୀ ମିଶ୍ର କହିଥିଲେ, ହରିଶଙ୍କରର ଭିତ୍ତଭୂମି ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ କୋଟି ଟଙ୍କା ଯୋଗାଇ ଦେବା ପରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ତରଫରୁ ବଲାଙ୍ଗୀରରୁ ହରିଶଙ୍କର ମଧ୍ୟରେ ୨୫ସିଟ୍ ବିଶିଷ୍ଟ ଶୀତତାପ ନିୟନ୍ତ୍ରିତ ବସ୍ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଛି ।

ଏବେ ପ୍ରାରମ୍ଭିକ ଭାବେ ବଲାଙ୍ଗୀରସ୍ଥିତ ସରକାରୀ ବସଷ୍ଟାଣ୍ଡରୁ ଏହି ବସ୍ ପ୍ରତି ଶନିବାର ଓ ରବିବାର ଏବଂ ସ୍ୱତନ୍ତ୍ର ଦିନଗୁଡ଼ିକରେ ସକାଳ ୮ଟାରୁ ହରିଶଙ୍କର ଅଭିମୁଖେ ଗସ୍ତ କରିବ ।

ପର୍ଯ୍ୟଟକମାନଙ୍କ ସୁବିଧା ଓ ଆଗ୍ରହକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଏହି ବସ୍ ବଲାଙ୍ଗୀର ସହରରୁ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳକୁ ମଧ୍ୟ ଚଳାଚଳ କରାଯିବ ।

ସାଧାରଣ ଲୋକ ଚାହିଁଲେ ଆବଶ୍ୟକ ଭଡ଼ା ପୈଠ କରି ଏହି ବସ୍ ସେବା ୱେଡିଂ ଡେଷ୍ଟିନେସନ୍‌, ପିକନିକ୍ ଓ ଅନ୍ୟ ଜିଲ୍ଲାର ପର୍ଯ୍ୟଟନସ୍ଥଳୀକୁ ବୁଲିବା କାର୍ଯ୍ୟରେ ଉପଯୋଗ କରିପାରିବେ ।

ଏହି ବସର ପରିଚାଳନା ଦାୟିତ୍ୱ ବଲାଙ୍ଗୀର ପର୍ଯ୍ୟଟନ କାର୍ଯ୍ୟାଳୟ ଓ ବଲାଙ୍ଗୀରସ୍ଥିତ ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟ(ଏଏସଆଇଏଚଏମ୍‌)କୁ ନ୍ୟସ୍ତ ହୋଇଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ବଲାଙ୍ଗିର, ବଲାଙ୍ଗିର

ବଲିଉଡରେ ବଲାଙ୍ଗିରର ଫିଲ୍ମ ନିର୍ଦେଶକ ଜ୍ୟୋତି ପ୍ରକାଶ,ମୁକ୍ତିଲାଭ ଅପେକ୍ଷାରେ ୱେବ ସିରିଜ ‘ଝୋଲାଛାପ୍’

November 20, 2020 By LocalWire Leave a Comment

ବଲାଙ୍ଗିର, ନଭେମ୍ବର ୧୯(ଲୋକାଲ ୱାୟାର): ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ୭ଟି କ୍ଷୁଦ୍ର ଚଳଚ୍ଚିତ୍ର ସଫଳତା ପାଇବା ପରେ ଏକ ବଡ଼ ୱେବ ସିରିଜ ମୁକ୍ତିଲାଭ ଅପେକ୍ଷାରେ ରହିଛି ।

ଓଡ଼ିଶାର ପ୍ରଖ୍ୟାତ ଫିଲ୍ମ ନିର୍ଦେଶକ ତଥା ଅଭିନେତା ଚିତ୍ତରଂଜନ ତ୍ରିପାଠୀ ଏଥିରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ ।

ଏହା ସହ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରଖ୍ୟାତ ଅଭିନେତା ମୁସ୍ତାଖ ଖାନ, ମେହେକ ମନୱାନୀ ବିଭିନ୍ନ ଚରିତ୍ରରେ ଆସିବେ ।

ଏହି ୱେବ ସିରିଜ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବ । ଏ ସମ୍ପର୍କରେ ବଲାଙ୍ଗିର ବଲିଉଡ ନିଦେ୍ର୍ଦଶକ ଜ୍ୟୋତି ପ୍ରକାଶ ସୂଚନା ଦେଇଛନ୍ତି ।

ଝୋଲାଛାପ୍ ସିରିଜରେ ଭାରତୀୟ ଗ୍ରାମୀଣ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାର ପ୍ରକୃତ ଚିତ୍ର ଉପରେ ଚିତ୍ରଣ କରାଯାଇଛି ।

ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଅନେକ ଗାଁ ରହିଛି ଯେଉଁଠି ସ୍ୱାସ୍ଥ୍ୟ ସେବା ଅପହଞ୍ଚ ହୋଇ ରହିଛି ।

ଏହାର ସୁଯୋଗ ନେଇ ଅନେକ ଅପାଠୁଆ ଡାକ୍ତର(କ୍ୱାକ)ଙ୍କ ଦ୍ୱାରା ଲୋକେ ଚିକିତ୍ସିତ ହୋଇ ଆସୁଛନ୍ତି, ଯାହାର ପରିଣାମ ପରବର୍ତ୍ତୀ ସମୟରେ ସାଂଘାତିକ ରୂପ ଧାରଣ କରେ ।

ଝୋଲାଛାପ୍ ସିରିଜରେ ତାକୁ ନେଇ ଚିତ୍ର ଓ ଚରିତ୍ର ଗୁଡିକ ଗତିଶୀଳ ହୋଇଛି । କାହାଣୀର ମୁଖ୍ୟ ଉଦେଶ୍ୟ ଲୋକମାନଙ୍କୁ ଏହି ସିରିଜ ଜରିଆରେ ଜନସଚେତନା ସୃଷ୍ଟି ବୋଲି ନିର୍ଦେଶକ ସୂଚନା ଦେଇଛନ୍ତି ।

ସେହିପରି କୋଭିଡ-୧୯ କଟକଣା ଯୋଗୁଁ ଚଳିତ ବର୍ଷ ହେବାକୁ ବିଭିନ୍ନ ଫିଲ୍ମ ବାତିଲ କରାଯାଇଛି ।

ତେବେ ଆସନ୍ତା ବର୍ଷ ଓଡ଼ିଶାରେ ବଲିଉଡ ଫିଲ୍ମ ନିର୍ମାଣ କରିବାର ଯୋଜନା ରହିଛି । ଏହି ଅଞ୍ଚଳର କଳା, ସଂସ୍କୃତିକୁ ନେଇ ନିର୍ମିତ ହେବାକୁ ଥିବା ବଲିଉଡ ଫିଲ୍ମରେ ସ୍ଥାନୀୟ କଳାକାରମାନଙ୍କୁ ବିଶେଷ ସୁଯୋଗ ଦିଆଯିବ ।

ଏହା ଉଭୟ ବଲାଙ୍ଗିର ଓ କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ସୁଟିଂ ହେବ । ଏଥି ପାଇଁ ସ୍ୱତନ୍ତ୍ର ଭାବେ ଅଡିସନ କରାଯିବ ଓ ସେଥିରୁ ଚୟନ ହୋଇଥିବା କଳାକାରମାନେ ବଲିଉଡର ବରିଷ୍ଠ କଳାକାରମାନଙ୍କ କାମ କରିବାର ସୁଯୋଗ ପାଇପାରିବେ ବୋଲି ନିର୍ଦେଶକ କହିଛନ୍ତି ।

ଜ୍ୟୋତି ପ୍ରକାଶ ହେଉଛନ୍ତି ବଲାଙ୍ଗିର ମାଟିର ପୁଅ । ସେ ତାଙ୍କର ଶିକ୍ଷା ଜବାହାର ନବୋଦୟ ବିଦ୍ୟାଳୟ ବେଲପଡା ଓ ପରେ ସମ୍ବଲପୁର ଜିଏମ କଲେଜରେ ବିଜ୍ଞାନ ବିଭାଗରେ ସ୍ନାତକ କରିଥିଲେ ।

ପରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ । ଦୀର୍ଘ ବର୍ଷ ଧରି ସେବା ଦେଲା ପରେ ସେବା ନିବୃତ୍ତ ହୋଇଥିଲେ ।

୨୦୧୭ ମସିହାରେ ମହେଶ ଭଟ୍ଟଙ୍କ ଠାରୁ ନିଦେ୍ର୍ଦଶନା ପାଠ୍ୟ ଶିିକ୍ଷାଲାଭ ପରେ କ୍ଷୁଦ୍ର ଚଳଚ୍ଚିତ୍ର ଜଗତରେ ନିଦେ୍ର୍ଦଶନା ପାଇଁ ପାଦ ଥାପିଥିଲେ ।

ଯାହା ବିଗତ ଦିନରେ ଅନେକ ସଫଳତା ହାସଲ କରିଛି । ଏବେ ବଡ଼ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତ ହେଉଥିବା ଜ୍ୟୋତି ପ୍ରକାଶ କହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ବଲାଙ୍ଗିର, ବଲାଙ୍ଗିର

ନିରନ୍ତର ଶିକ୍ଷାଦାନ ପାଇଁ ପ୍ରୟାସରତ ଏଡ୍ ଏଟ୍ ଆକ୍ସନ

November 19, 2020 By Sudhir Mishra Leave a Comment

ଭୁବନେଶ୍ୱର, ନଭେମ୍ବର ୧୯ (ଲୋକାଲ ୱାୟାର): ପ୍ରବାସୀ ଶ୍ରମିକଙ୍କ ପିଲାମାନଙ୍କ ପାଠପଢ଼ା ପ୍ରମୁଖ ସମସ୍ୟା ପାଲଟିଛି ।

ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରୁ ଲୋକେ ପରିବାର ସହ ଦକ୍ଷିଣ ଭାରତରେ ଥିବା ଇଟା ଭାଟିରେ କାମ କରିବାକୁ ଯାଇଥାନ୍ତି ।

କର୍ମସ୍ଥଳୀରେ ପିଲାମାନେ ପାଠ ପଢ଼ିପାରନ୍ତି ନାହିଁ । ଶ୍ରମିକମାନେ ପରିବାର ସହ ଇଟାଭାଟି ଓ ନିର୍ମାଣ ସ୍ଥଳରେ ରହିଥାନ୍ତି ।

ଏଡ୍ ଏଟ୍ ଆକ୍ସନ ପାଠପଢା ଓ ଶିଶୁଙ୍କ ଯତ୍ନ ନେବା ସହ ବଡ଼ ପିଲାମାନଙ୍କୁ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ନାମ ଲେଖାଇ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ମାତୃଭାଷାରେ ଶିକ୍ଷାଦାନ କରୁଛି ବୋଲି ଏଡ୍ ଏଟ୍ ଆକ୍ସନର ନିର୍ଦ୍ଦେଶକ ଉମି ଡାନିଏଲ କହିଛନ୍ତି ।

ସରକାରୀ ଯୋଜନା ଯୋଗୁଁ ପିଲାମାନେ ମଧ୍ୟାହ୍ନ ଭୋଜନ, ୟୁନିଫର୍ମ, ପାଠବହି ଓ ଅନ୍ୟ ଶିକ୍ଷା ସୁବିଧା ପାଉଛନ୍ତି ।

ପ୍ରବାସ ଅବଧି ସରିବା ପରେ ଫଳାଫଳକୁ ଭିତ୍ତି କରି ପିଲାମାନଙ୍କୁ ଟିସି ଦିଆ ଯାଇଥାଏ ।

ଯାହାଦ୍ୱାରା ସେମାନେ ନିଜ ଗାଁ ସ୍କୁଲରେ ପଢ଼ିଥାନ୍ତି । ହେଲେ କୋଭିଡ-୧୯ ଯୋଗୁଁ ଏହି ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି ।

ହଠାତ ସ୍କୁଲ ବନ୍ଦ ହୋଇଯିବାରୁ ପିଲାମାନଙ୍କ ପାଠପଢ଼ା ପ୍ରଭାବିତ ହୋଇଥିଲା । ମଧ୍ୟାହ୍ନ ଭୋଜନ, ଶ୍ରେଣୀ ଗୃହ ଶିକ୍ଷାରୁ ପିଲାମାନେ ବଞ୍ଚିତ ହୋଇଥିଲେ ।

ଅଧିକାଂଶ ପ୍ରବାସୀ ଶ୍ରମିକଙ୍କ ପିଲାମାନେ ବର୍ଷକରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ସ୍କୁଲ ଯାଇ ପାରିନାହାନ୍ତି ।

ଏହି ପରିସ୍ଥିତିରେ ସ୍ୱେଚ୍ଛାସେବୀମାନେ ବିଭିନ୍ନ କୌଶଳ ପ୍ରୟୋଗ କରି ପିଲାମାନଙ୍କୁ ପଢ଼ାଉଛନ୍ତି ।

ନିୟମିତ ଭାବେ ପିଲାଙ୍କୁ ପଠାଇବା ପାଇଁ ଶିଖିବା-ଶିଖାଇବା ପ୍ରଣାଳୀ ସହ କୌତୁକିଆ କାର୍ଯ୍ୟକ୍ରମ ମାଧ୍ୟମରେ ପିଲାଙ୍କ ପାଠପଢ଼ା ଜାରି ରହିଛି ।

ଲକଡାଉନ ଯୋଗୁଁ ବାପା, ମାଙ୍କ ସହ ତେଲଙ୍ଗାନାରୁ ଫେରିବା ପରଠାରୁ ପାଠ ପଢ଼ି ପାରିନଥିଲି ।

ଜୀବନ ଓ ଜୀବିକାର ସଂଘର୍ଷ ଭିତରେ ପାଠପଢ଼ା ପାଲଟି ଯାଇଥିଲା ଏକ ଦୂରନ୍ତ ସ୍ୱପ୍ନ ।

ହେଲେ ଏଡ୍ ଏଟ୍ ଆକ୍ସନର ଶିକ୍ଷା ସ୍ୱେଚ୍ଛାସେବୀମାନେ ଆମ ଗାଁକୁ ଆସିବା ପରେ ସତେଯେମିତି ନୂଆ ଜୀବନ ପାଇଥିଲି ।

ଏବେ ମୁଁ ନିୟମିତ ଭାବେ ପଢ଼ିବାକୁ ଆସୁଛି । ପାଠ ସମ୍ବନ୍ଧୀୟ ସମସ୍ତ ଅସୁବିଧା ସାର ଦୂର କରି ଦେଉଛନ୍ତି ।

ନାଚ, ଗୀତ, ଡ୍ରଇଁ, ଖେଳ, ଗପ ଶୁଣାଇବା ଆଦି ନୂଆ ନୂଆ କାର୍ଯ୍ୟକ୍ରମ ମୋତେ ଓ ମୋ ସାଙ୍ଗମାନଙ୍କୁ ବେଶ ଆକର୍ଷିତ କରୁଛି ବୋଲି କହିଛନ୍ତି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଲହଙ୍ଗାପଡ଼ା ଗାଁର ନୀରା ମାଝି ।

ପିଲାମାନଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ବଲାଙ୍ଗୀର ଜିଲ୍ଲା ଖପରାଖୋଲ ବ୍ଲକ କଟାପାଲି ଗାଁର ତପସ୍ୱିନୀ ବରିହା ଏବେ ଚିନ୍ତାମୁକ୍ତ ।

ଆନ୍ଧ୍ରପ୍ରଦେଶର ଇଟାଭାଟି କାମରୁ ଫେରିବା ପରେ ଜୀବନ ଓ ଜୀବିକାର ସଂଘର୍ଷରେ ପିଲାମାନଙ୍କ ପାଠପଢା ହଜି ଯାଇଥିଲା ।

ହେଲେ ଏଡ୍ ଏଟ୍ ଆକ୍ସନର ସ୍ୱେଚ୍ଛାସେବୀମାନେ ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ପଢାଇବା ପାଇଁ ଆଗେଇ ଆସିଥିଲେ ।

ପ୍ରବାସୀ ଶ୍ରମିକମାନେ ଏକାଠି ହୋଇ ସ୍କୁଲ ବାରଣ୍ଡାରେ ପାଠପଢା ବ୍ୟବସ୍ଥା କରିଥିଲୁ । ମୁଁ କମିଟିର ସଭାପତି ଅଛି ଓ ନିୟମିତ କେନ୍ଦ୍ରକୁ ଆସୁଛି ।

ସ୍ୱେଚ୍ଛାସେବୀମାନେ ନୂଆ ଉପାୟରେ ପଢାଉଛନ୍ତି ଓ ପିଲାମାନଙ୍କୁ ସ୍କୁଲ ଆସିବାକୁ ପ୍ରୋତ୍ସାହିତ କରୁଛନ୍ତି ।

ପଞ୍ଚମ ଶ୍ରେଣୀରେ ପଢୁଥିବା ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଖରଖରା ଗାଁର ଇନ୍ଦୁମତୀ ମାଝୀ ବାପା ମାଆଙ୍କ ସହ ତାମିଲନାଡୁ ଚାଲି ଯାଇଥିବାରୁ ପାଠପଢ଼ା ବନ୍ଦ ଥିଲା ।

ହେଲେ ଜାନୁୟାରୀ ମାସରେ ଏଡ୍ ଏଟ୍ ଆକ୍ସନ ସ୍ୱେଚ୍ଛାସେବୀମାନେ ଆସି ଓଢ଼ିଆ ଭାଷାରେ ଶିକ୍ଷା ଦେବା ଆରମ୍ଭ କରିଥିଲେ ।

ପାଖ ସରକାରୀ ସ୍କୁଲରେ ପଢିବାକୁ ପଠାଇବା ପାଇଁ ସେମାନେ ମୋ ବାପାମାଙ୍କୁ ରାଜି କରାଇଥିଲେ । ହେଲେ ଲକ୍ଡାଉନ ସବୁକିଛି ବଦଳାଇ ଦେଇଥିଲା ।

ପୁଣି ମୁଁ ପାଠପଢ଼ାରୁ ବଂଚିତ ହୋଇଥିଲି । ହେଲେ ଶିକ୍ଷା ସ୍ୱେଚ୍ଛାସେବୀମାନେ ଆମ ଗାଁକୁ ଆସି ଅଭିଭାବକଙ୍କ ସହ ଆଲୋଚନା କରି ଆମକୁ ପଢାଉଛନ୍ତି ।

ସ୍କୁଲରେ ନାମ ଲେଖାଇବା ସହ ୟୁନିଫର୍ମ, ପାଠବହି, ମଧ୍ୟାହ୍ନ ଭୋଜନ ପାଇଁ ଟଙ୍କା ମିଳୁଛି । ଆକ୍ସନ ଏଡ ଯୋଗୁଁ ପାଠପଢ଼ା ଜାରି ରହିଛି ବୋଲି କହିଛନ୍ତି ଇନ୍ଦୁମତୀ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ବଲାଙ୍ଗିର

ଦଶ ବର୍ଷର ଶତ୍ରୁତା ପାଇଁ ହୋଇଥିଲା ପାଟଣାଗଡ଼ ଗଣହତ୍ୟା: ପୁଲିସ

November 18, 2020 By LocalWire Leave a Comment

ବଲାଙ୍ଗିର, ନଭେମ୍ବର ୧୮(ଲୋକାଲ ୱାୟାର): ଦଶ ବର୍ଷର ଶତ୍ରୁତାରୁ ରାଗ ସୁଝାଇବାକୁ ପାଟଣାଗଡ଼ର ଗଣହତ୍ୟା ହୋଇଥିଲା ବୋଲି ବଲାଙ୍ଗିର ଏସପି ସନ୍ଦୀପ ସମ୍ପତ ବୁଧବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଗଣହତ୍ୟାରେ ସଂପୃକ୍ତ ଥିବା ତିନୋଟି ପରିବାରର ୯ ଜଣଙ୍କ ମଧ୍ୟରୁ ୭ ଜଣଙ୍କୁ ଗିରଫ କରାଯାଇଛି ଏବଂ ୨ ଜଣ ଫେରାର ଥିବା ସେ କହିଛନ୍ତି ।

ଏସପିଙ୍କ ସୂଚନାନୁସାରେ ଗିରଫ ଅଭିଯୁକ୍ତମାନେ ହେଲେ ପାଟଣାଗଡ଼ ସଅଁରାପଡ଼ାର ବାବୁଲାଲ ଜାନୀ(୫୫), ଭୋଳା ଜାନୀ(୨୦), ଶିବା ଜାନୀ(୧୯), ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଦେଓଳକଣାର ଛାୟା ଗଣ୍ଡ(୨୬), ବଳଦେବ ଗଣ୍ଡ(୨୭), ମନୀଷ ଗଣ୍ଡ(୨୪), ବିକଳ କଏରୀ(୨୦) ।

ତେବେ ଗଣହତ୍ୟାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ନୂଆପଡ଼ା ଜିଲ୍ଲାର ଗଙ୍ଗୱା ମାଝୀ ଓ ତାର ପୁଅ ଦେବରାଜ ଫେରାର ଥିବା ଏସପି କହିଛନ୍ତି ।

ଗତ ୧୦ ତାରିଖ ରାତିରେ ପାଟଣାଗଡ଼ରେ ବୁଲୁ ଜାନୀ ଓ ପତ୍ନୀଙ୍କ ସହ ୪ ଜଣ ଛୁଆଙ୍କୁ ହତ୍ୟା କରାଯାଇଥିଲା । ପୂର୍ବରୁ ୨୦୧୮ ମସିହାରେ ବୁଲୁଙ୍କ ବଡ଼ ପୁଅଙ୍କୁ ହତ୍ୟା କରାଯାଇଥିଲା ।

ଭିନ୍ନ ଭିନ୍ନ କାରଣରୁ ତିନି ଅଭିଯୁକ୍ତ ପରିବାର ସହ ବୁଲୁ ଜାନୀଙ୍କ ପରିବାରର ଶତ୍ରୁତା ଥିଲା । ରାଗ ସୁଝାଇବାକୁ ଅଭିଯୁକ୍ତ ୯ ଜଣ ଘଟଣା ଦିନ ରାତିରେ ଏକାଧିକ ବାଇକରେ ପାଟଣାଗଡ଼ରେ ପହଞ୍ଚିଥିଲେ ।

ସେଦିନ ବୁଲୁଙ୍କ ଅନ୍ୟ ୪ ପୁଅ ଘରେ ନଥିବା ଅଭିଯୁକ୍ତମାନେ ପୂର୍ବରୁ ସୂଚନା ପାଇଥିଲେ । ରାତିରେ ବୁଲୁ ବାହାରକୁ ଉଠିଥିବା ବେଳେ ତାଙ୍କୁ ଗୁଳି କରାଯାଇଥିଲେ ମଧ୍ୟ ଲକ୍ଷ୍ୟଭ୍ରଷ୍ଟ ହୋଇଥିଲା ।

ପରେ ତାଙ୍କ ଘରେ ପଶି ସମସ୍ତଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ହତ୍ୟା କରିଥିଲେ ବୋଲି ଏସପି କହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ନବରଙ୍ଗପୁର, ନୂଆପଡା, ବଲାଙ୍ଗିର

ଭୀମଡୁଙ୍ଗୁରି ପର୍ଯ୍ୟଟନ କ୍ଷେତ୍ରର ଭିତ୍ତିଭୂମି କଥା ବୁଝିଲେ ଓଟିଡିସି ଅଧ୍ୟକ୍ଷା

November 17, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୧୭(ଲୋକାଲ ୱାୟାର): ଓଡ଼ିଶା ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଭୀମଡୁଙ୍ଗୁରି ପର୍ଯ୍ୟଟନ କ୍ଷେତ୍ର ପରିଦର୍ଶନ କରିବା ସହିତ ଏହାର ଭିତ୍ତିଭୂମି ଅନୁଧ୍ୟାନ କରିଛନ୍ତି ।

ଶ୍ରୀମତୀ ମିଶ୍ରଙ୍କୁ ସ୍ଥାନୀୟ ବ୍ଲକ୍ ଅଧ୍ୟକ୍ଷା ରୀନା ମେହେର ସ୍ୱାଗତ ସମ୍ବର୍ଦ୍ଧନା କରିବା ସହିତ କ୍ଷେତ୍ରର ଉନ୍ନତୀକରଣ ସମ୍ପର୍କିତ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

ବଲାଙ୍ଗୀର ଗସ୍ତରେ ଥିବା ଶ୍ରୀମତୀ ମିଶ୍ର ଦୁଇଦିନ ମଧ୍ୟରେ ଜିଲ୍ଲାରେ ବିଭିନ୍ନ ପର୍ଯ୍ୟଟନ ଭିତ୍ତିଭୂମି ଓ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।

ସୁବର୍ଣ୍ଣପୁର ଜିଲ୍ଲାର ପ୍ରସିଦ୍ଧ ପାତାଳୀ ଶ୍ରୀକ୍ଷେତ୍ରରେ ପର୍ଯ୍ୟଟନ ବିଭାଗ ତରଫରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସାଙ୍ଗକୁ ବଲାଙ୍ଗୀରରେ ପର୍ଯ୍ୟଟନ କାର୍ଯ୍ୟାଳୟର ନିଜସ୍ୱ କୋଠା ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ପ୍ରଥମ ଥର ପାଇଁ ହୀରାକୁଦରେ ଇକୋ-ରିଟ୍ରିଟ୍ କାର୍ଯ୍ୟକ୍ରମ ଡିସେମ୍ବରୁ ୮ରୁ ଆରମ୍ଭ ହେଉଥିଲାବେଳେ ତା’ର ସମୀକ୍ଷା କରିଛନ୍ତି । ଏହାବାଦ୍ ବଲାଙ୍ଗୀରରୁ ହରିଶଙ୍କର ମଧ୍ୟରେ ପର୍ଯ୍ୟଟନ ବସ୍ ସେବା ଶୁଭାରମ୍ଭ କରିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ବଲାଙ୍ଗିର

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Interim pages omitted …
  • Go to page 13
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire