• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

ବଲାଙ୍ଗିର

ପଥରଚେପା ଓଡ଼ିଶା ମଡେଲ ସ୍କୁଲର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

November 16, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୧୬(ଲୋକାଲ ୱାୟାର): ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ବଲାଙ୍ଗୀର ଗସ୍ତ ଅବସରରେ ପଥରଚେପାସ୍ଥିତ ଓଡ଼ିଶା ମଡେଲ ସ୍କୁଲର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରିଛନ୍ତି ।

ଭାରତର ପଞ୍ଚମ ଶ୍ରେଷ୍ଠ ସରକାରୀ ଆବାସିକ ସ୍କୁଲ ବର୍ଗରେ ସ୍ଥାନିତ ହୋଇ ଏହି ସ୍କୁଲ ରାଜ୍ୟ ପାଇଁ ଗୌରବର ବିଷୟ ପାଲଟିଛି ।

ଶ୍ରୀମତୀ ମିଶ୍ର ସ୍କୁଲର ଅଧ୍ୟକ୍ଷ ଓ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧତ କରିବାକୁ ଭୁଲି ନଥିଲେ ।

ସ୍କୁଲର ପ୍ରିନ୍ସିପାଲ କ୍ଷମାନିଧି ଜାଙ୍କର ଓ ଦଶମ ଶ୍ରେଣୀ ପରୀକ୍ଷାରେ ରାଜ୍ୟସ୍ତରୀୟ ମଡେଲ ସ୍କୁଲ ଟପ୍ପର୍ ସଂସ୍କୃତି ଖମାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଏହି ଅବସରରେ ଶ୍ରୀମତୀ ମିଶ୍ର କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଡ୍ରିମ୍ ପ୍ରୋଜେକ୍ଟ ଓଡ଼ିଶା ଆଦର୍ଶ ବିପ୍ୟାଳୟ ପ୍ରୋଜେକ୍ଟ ସର୍ବଭାରତୀୟସ୍ତରରେ ସଫଳତା ହାସଲ କରିଛି ।

ସେଥିରୁ ବଲାଙ୍ଗୀର ଜିଲ୍ଲାର ଏହି ସ୍କୁଲ ଅନ୍ୟତମ ।

ସ୍କୁଲର ଏହି ସଫଳତା ନିଶ୍ଚିତ ଭାବରେ ମନୋବଳ ଦୃଢ଼ କରିବ ।

ଓଡ଼ିଶାରେ ଉନ୍ନତମାନର ଶିକ୍ଷା ଭିତ୍ତିଭୂମି ବିକାଶର ସଦୁପଯୋଗ କରି ସର୍ବଭାରତୀୟ ସ୍ତରରେ ଓଡ଼ିଶା ପାଇଁ ଅଧିକ ସଫଳତା ହାସଲ ନିମନ୍ତେ ଅନ୍ୟମାନଙ୍କ ଲାଗି ପ୍ରେରଣାଦାୟୀ ହେବ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ବଲାଙ୍ଗିର, ବଲାଙ୍ଗିର

ବଲାଙ୍ଗୀରରୁ ହରିଶଙ୍କର ମଧ୍ୟରେ ପର୍ଯ୍ୟଟନ ବସ୍ ସେବା ଶୁଭାରମ୍ଭ

November 16, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୧୬(ଲୋକାଲ ୱାୟାର): ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହରିଶଙ୍କରର ଭିତ୍ତିଭୂମି ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ କୋଟି ଟଙ୍କା ଯୋଗାଇ ଦେବା ପରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ତରଫରୁ ବଲାଙ୍ଗୀରରୁ ହରିଶଙ୍କର ମଧ୍ୟରେ ୨୫ସିଟ୍ ବିଶିଷ୍ଟ ଶୀତତାପ ନିୟନ୍ତ୍ରିତ ବସ୍ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଛି ।

ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଆଜି ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ଉପସ୍ଥିତିରେ ବଲାଙ୍ଗୀରରୁ ହରିଶଙ୍କର ମଧ୍ୟରେ ପର୍ଯ୍ୟଟନ ବସ୍ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ଏବେ ପ୍ରାରମ୍ଭିକ ଭାବେ ବଲାଙ୍ଗୀରସ୍ଥିତ ସରକାରୀ ବସଷ୍ଟାଣ୍ଡରୁ ଏହି ବସ୍ ପ୍ରତି ଶନିବାର ଓ ରବିବାର ଏବଂ ସ୍ୱତନ୍ତ୍ର ଦିନଗୁଡ଼ିକରେ ସକାଳ ୮ଟାରୁ ହରିଶଙ୍କର ଅଭିମୁଖେ ଗସ୍ତ କରିବ ।

ପର୍ଯ୍ୟଟକମାନଙ୍କ ସୁବିଧା ଓ ଆଗ୍ରହକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଏହି ବସ୍ ବଲାଙ୍ଗୀର ସହରରୁ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳକୁ ମଧ୍ୟ ଚଳାଚଳ କରାଯିବ ।

ସାଧାରଣ ଲୋକ ଚାହିଁଲେ ଆବଶ୍ୟକ ଭଡ଼ା ପୈଠ କରି ଏହି ବସ୍ ସେବା ୱେଡିଂ ଡେଷ୍ଟିନେସନ୍‌, ପିକନିକ୍ ଓ ଅନ୍ୟ ଜିଲ୍ଲାର ପର୍ଯ୍ୟଟନସ୍ଥଳୀକୁ ବୁଲିବା କାର୍ଯ୍ୟରେ ଉପଯୋଗ କରିପାରିବେ ।

ଏହି ବସର ପରିଚାଳନା ଦାୟିତ୍ୱ ବଲାଙ୍ଗୀର ପର୍ଯ୍ୟଟନ କାର୍ଯ୍ୟାଳୟ ଓ ବଲାଙ୍ଗୀରସ୍ଥିତ ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ପଫ୍ ହୋଟେଲ୍ ମ୍ୟାନେଜମେଣ୍ଟ(ଏଏସଆଇଏଚଏମ୍‌)କୁ ନ୍ୟସ୍ତ ହୋଇଛି ।

କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ଏଏସଆଇଏଚଏମ୍ ପ୍ରିନ୍ସିପାଲ୍‌, ଓଟିଡିସିର କର୍ମଚାରୀଙ୍କ ସମେତ ସହରର ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ବଲାଙ୍ଗିର, ବଲାଙ୍ଗିର

ଅଞ୍ଜଳି ଶିଶୁ ମହୋତ୍ସବରେ ମମତା ରାଣୀଙ୍କୁ ମିଳିଲା ସାହସିକତା ପୁରସ୍କାର

November 15, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୧୫(ଲୋକାଲ ୱାୟାର): ପୋଲିିଓ ରୋଗରେ ଆକ୍ରାନ୍ତ ଥିବା ବଲାଙ୍ଗୀର ଜିଲ୍ଲା ଚୁଡ଼ାପାଲିର ମମତା ରାଣୀଙ୍କୁ ଅଞ୍ଜଳି ଆନ୍ତର୍ଜାତିକ ଶିଶୁ ମହୋତ୍ସବରେ ଜୁରୀ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି ।

୧୯୮୦ ମସିହା ଜୁନ୍ ୨୭ ତାରିଖରେ ମମତାଙ୍କ ଜନ୍ମ । ତାଙ୍କ ପିତା ଶୁଳପାଣି ପଣ୍ଡା କୃଷକ ଏବଂ ମା’ ତରୁଲତା ପଣ୍ଡା ସୁଗୃହିଣୀ ।

ମମତାଙ୍କ ବାଲ୍ୟଶିକ୍ଷା ପ୍ରଥମେ ଚୁଡ଼ାପାଲି ପ୍ରାଥମିକ ବିଦ୍ୟାଳୟ ଓ ପରେ ସେହି ଗ୍ରାମରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଶିକ୍ଷା ପାଟଣାଗଡ଼ସ୍ଥିତ ଜବାହର ମହାବିଦ୍ୟାଳୟରେ ସମ୍ପନ୍ନ ହୋଇଥିଲା ।

ସ୍ନାତକ ଶିକ୍ଷା ପରେ ୨୦୦୯ରେ ସେ ଅଙ୍ଗନବାଡ଼ି କର୍ମୀ ଭାବେ ଯୋଗ ଦବୋ ସହ ନିଜର ଅକ୍ଷମତାକୁ ପଛରେ ପକାଇ ସମନ୍ୱିତ ଶିଶୁ ବିକାଶର ସମସ୍ତ ସେବାକୁ ସୁଚାରୁ ରୂପେ କରି ଆସୁଛନ୍ତି ।

ଦୀର୍ଘ ୧୧ ବର୍ଷ ଧରି ତାଙ୍କର କାର୍ଯ୍ୟ ଦକ୍ଷତାର ସ୍ୱୀକୃତି ସ୍ୱରୂପ ତାାଙ୍କୁ ଅଞ୍ଜଳି ଶିଶୁ ମହୋତ୍ସବରେ ଜୁରୀ ସାହସିକତା ପୁରସ୍କାରରେ ସମ୍ମାନିତ କରାଯାଇଛି ।

ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଥିଲେ । ମହୋତ୍ସବରେ ଡାକ୍ତର ଶ୍ରୁତି ମହାପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ବଲାଙ୍ଗିର, ବଲାଙ୍ଗିର

କଣ୍ଟାବାଞ୍ଜି ଷ୍ଟେସନରୁ ୫୬ ଦାଦନ ଶ୍ରମିକ ଉଦ୍ଧାର, ହାଇଦ୍ରାବାଦ ଯାଉଥିଲେ

November 14, 2020 By LocalWire Leave a Comment

ବଲାଙ୍ଗିର, ନଭେମ୍ବର ୧୪(ଲୋକାଲ ୱାୟାର): ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ଷ୍ଟେସନରୁ ଗତକାଲି ରାତିରେ ୫୬ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ସ୍ଥାନୀୟ ପୁଲିସ ଶନିବାର କହିଛି ।

ଉଦ୍ଧାର ହୋଇଥିବା ଦାଦନମାନଙ୍କ ମଧ୍ୟରେ ୨୩ ଜଣ ମହିଳା ଓ ୮ ଜଣ ଛୋଟ ପିଲା ଅଛନ୍ତି ।

ସେମାନଙ୍କ ମଧ୍ୟରୁ କେତେକଙ୍କ ଘର ନୂଆପଡ଼ା ଜିଲ୍ଲାର କୋମନା ଅଞ୍ଚଳରେ ଏବଂ ଅନ୍ୟମାନଙ୍କ ଘରେ ବଲାଙ୍ଗିର ଜିଲ୍ଲାରେ ।

କୌଣସି ସୂତ୍ରରୁ ଖବର ପାଇ ପୁଲିସ କଣ୍ଟାବାଞ୍ଜି ଷ୍ଟେସନରେ ଚଢ଼ାଉ କରି ଏମାନଙ୍କୁ ଉଦ୍ଧାର କରିଥିଲା । ସେମାବେ କୋର୍ବା-ବିଶାଖାପଟନମ ଟ୍ରେନରେ ହାଇଦ୍ରାବାଦ ଯିବାକୁ ଅପେକ୍ଷା କରିଥିଲେ ।

ଗତ ୮ ମାସ ହେଲା ସେମାନେ ନିଜ ଗାଁରେ କିଛି କାମ ପାଉ ନଥିବାରୁ କାମଧନ୍ଦା ଆଶାରେ ହାଇଦ୍ରାବାଦ ଯିବାକୁ ବାହାରିଥିଲେ ବୋଲି ଜଣେ ଶ୍ରମିକ କହିଛନ୍ତି ।

ସେମାନଙ୍କୁ ହାଇଦ୍ରାବାଦରେ କାମଧନ୍ଦା ଯୋଗାଇ ଦେବାକୁ ଦାଦନ ସର୍ଦ୍ଦାର ପ୍ରତିଶ୍ରୁୁତି ଦେଇଥିଲା । ତେବେ ପୁଲିସ ଦାଦନ ସର୍ଦ୍ଦାରକୁ ଗିରଫ କରିପାରିନାହିଁ ।

ଉଲ୍ଲେଖଯୋଗ୍ୟ, ନିକଟରେ ଜିଲ୍ଲାର ଖପ୍ରାଖୋଲ ଅଞ୍ଚଳରୁ ହାଇଦ୍ରାବାଦ ଯାଉଥିବା ୧୦ ଜଣ ଶ୍ରମିକଙ୍କୁ ରେଙ୍ଗାଳି ନିକଟରୁ ପୁଲିସ ଉଦ୍ଧାର କରିଥିଲା ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ବଲାଙ୍ଗିର

ସର୍ବଭାରତୀୟ ସ୍କୁଲ ର‌୍ୟାଙ୍କିଂ- ୨୦୨୦ରେ ଓଡ଼ିଶାର ଦୁଇ ଆଦର୍ଶ ବିଦ୍ୟାଳୟ

November 11, 2020 By Hrusikesh Mohanty Leave a Comment

ବ୍ରହ୍ମପୁର, ନଭେମ୍ବର ୧୧ (ଲୋକାଲ ୱାୟାର): ସର୍ବଭାରତୀୟ ସ୍କୁଲ ର‌୍ୟାଙ୍କିଂ- ୨୦୨୦ରେ ଓଡିଶାର ଦୁଇଟି ଆଦର୍ଶ ବିଦ୍ୟାଳୟ ସ୍ଥାନ ପାଇଛନ୍ତି ।

ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ହାତିଓଟାରେ ଥିବା ଆଦର୍ଶ ବିଦ୍ୟାଳୟ ଶ୍ରେଷ୍ଠ ସରକାରୀ ସ୍କୁଲ ତାଲିକାର ପଞ୍ଚମ ସ୍ଥାନରେ ରହିଛି ।

ସେହିପରି ବଲାଙ୍ଗୀର ଜିଲ୍ଲା ପଥରଚେପା ଠାରେ ଥିବା ଆଦର୍ଶ ବିଦ୍ୟାଳୟ ଶ୍ରେଷ୍ଠ ଆବାସିକ ବିଦ୍ୟାଳୟ ତାଲିକାର ପଞ୍ଚମ ସ୍ଥାନରେ ରହିଛି ।

ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ଟ୍ୱିଟ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ।

୨୦୧୬ ସ୍ଥାପିତ ହାତୀଓଟା ଆଦର୍ଶ ବିଦ୍ୟାଳୟରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୪୨୨ ଛାତ୍ରଛାତ୍ରୀ ପଢୁଥିବା ବେଳେ ୧୬ ଶିକ୍ଷକ ନିଯୁକ୍ତ ହୋଇଛନ୍ତି । ଛାତ୍ର ଓ ଶିକ୍ଷକ ଅନୁପାତ ୨୬:୧ ରହିଛି ।

ଏଜୁକେଶନ ୱାର୍ଲଡ ପତ୍ରିକା ତରଫରୁ ଏହି ସର୍ବେକ୍ଷଣ (ଇଡବ୍ଲୁଆଇଏସଆର-୨୦୨୧) ହୋଇଥିଲା ।

ସର୍ବେକ୍ଷଣ ବେଳେ ସ୍କୁଲ ପକ୍ଷରୁ ସମସ୍ତ ତଥ୍ୟ ପ୍ରଦାନ କରାଯାଇଥିଲା ବୋଲି ଓଏଭି ହାତୀଓଟାର ଭାରପ୍ରାପ୍ତ ଅଧ୍ୟକ୍ଷା ସ୍ମିତା ନାୟକ କହିଛନ୍ତି ।

୨୮ ପ୍ରମୁଖ ସହରର ସ୍କୁଲ ଅଧ୍ୟକ୍ଷ, ଶିକ୍ଷକ, ଶିକ୍ଷାବିତ, ଫି’ ଦେଉଥିବା ଅଭିଭାବକ ଓ ସିନିୟର ଛାତ୍ରଛାତ୍ରୀଙ୍କ ଭଳି ୧୧,୩୬୮ ଜଣଙ୍କୁ ନେଇ ଡାଟାବେସ ପ୍ରସ୍ତୁତ ହୋଇଥିଲା । ଶ୍ରେଷ୍ଠ ସ୍କୁଲ ଚୟନ ପାଇଁ ୧୪ଟି ମାନଦଣ୍ଡ ନିର୍ଦ୍ଧାରଣ କରା ଯାଇଥିଲା ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଗଞ୍ଜାମ, ବଲାଙ୍ଗିର

ପାଟଣାଗଡ଼ରେ ୬ ଜଣଙ୍କ ମୃତ୍ୟୁ ଘଟଣା, ହତ୍ୟା କରାଯାଇଥିବା ସ୍ପଷ୍ଟ (ଅପଡେଟ୍)

November 11, 2020 By LocalWire Leave a Comment

ବଲାଙ୍ଗିର, ନଭେମ୍ବର ୧୧(ଲୋକାଲ ୱାୟାର): ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସହରର ସଅଁରାପଡ଼ାରେ ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା ଘଟଣାରେ ପୁଲିସ ପ୍ରାରମ୍ଭିକ ତଦନ୍ତ ପରେ ସମସ୍ତଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛି ।

ପରିବାରର ମୁଖ୍ୟ ବୁଲୁ ଜାନୀ (୫୦), ପତ୍ନୀ ଜ୍ୟୋତି(୪୮), ଝିଅ ସରିତା (୧୨), ଶ୍ରୀୟା (୩) ଏବଂ ଦୁଇ ପୁଅ ଭୀଷ୍ମ (୫) ଓ ସଂଜୀବ (୨)ଙ୍କୁ ହତ୍ୟା କରାଯାଇଛି ।

ପୁଲିସ ସୂତ୍ରରୁ ପ୍ରକାଶ, ପ୍ରାୟ ୧୫ ବର୍ଷ ତଳେ ଛତିଶଗଡ଼ରୁ ଆସି ବୁଲୁ ଜାନୀଙ୍କ ପରିବାର ଏଠାରେ ଜମି କିଣି ଘର କରି ରହୁଥିଲେ ।

ସେମାନେ ପୂର୍ବରୁ ମହୁ ବ୍ୟବସାୟ କରୁଥିଲେ । ପରେ ପତ୍ନୀ ଜ୍ୟୋତି ଏବଂ ବଡ଼ ଝିଅ ସରିତା ଚୁଡ଼ି ଓ ଫେନ୍ସି ସାମଗ୍ରୀ ବୁଲି ବୁଲି ବିକ୍ରି କରୁଥିଲେ ।

କିଛି ବର୍ଷ ତଳେ ତାଙ୍କର ଜଣେ ପୁତ୍ରକୁ ରାଉରକେଲାରେ ହତ୍ୟା କରାଯାଇଥିବା ବେଳେ ଏବେ ତିନି ପୁତ୍ର ବିବାହ କରି ଭୁବନେଶ୍ୱରରେ ରହୁଛନ୍ତି ।

ପଡ଼ୋଶୀମାନେ କହିଛନ୍ତି, ମଙ୍ଗଳବାର ରାତି ବୁଲୁଙ୍କ ଘରୁ ପାଟିତୁଣ୍ଡ ଶୁଭୁଥିଲା । ବୁଧବାର ସକାଳେ ଘର କବାଟ ଖୋଲା ଥିବା ବେଳେ ଭିତରେ ସମସ୍ତଙ୍କ ମୃତଦେହ ଉପରେ କମ୍ବଳ ଘୋଡ଼ା ହୋଇଥିଲା ।

ଏସପି ସନ୍ଦୀପ ସମ୍ପତଙ୍କ ସହ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ଦିନ ସାରା ତଦନ୍ତ କରିଛନ୍ତିି । ଘର ଭିତରେ ରକ୍ତ ଛିଟା ପଡ଼ିଥିବା ବେଳେ ଏକ ମାରଣାସ୍ତ୍ର ମଧ୍ୟ ପଡ଼ିଥିଲା ।

ସମସ୍ତଙ୍କ ଦେହରେ କ୍ଷତ ଚିହ୍ନ ଥିବାରୁ ଏହା ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିବା ଏସପି କହିଛନ୍ତି । ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିବା ଏସପି କହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ବଲାଙ୍ଗିର

ଘର ଭିତରୁ ପରିବାରର ୬ ଜଣଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

November 11, 2020 By LocalWire Leave a Comment

ବଲାଙ୍ଗୀର, ନଭେମ୍ବର ୧୧(ଲୋକାଲ ୱାୟାର): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ସଅଁରପଡ଼ା ଗ୍ରାମରେ ଏକ ପରିବାରର ୬ ଜଣଙ୍କ ମୃତଦେହ ଏକ ଘରୁ ଉଦ୍ଧାର ହୋଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ସ୍ଥାନୀୟ ପୁଲିସ କହିଛି ।

ଛତିଶଗଡ଼ର ଏକ ପରିବାର କିଛି ବର୍ଷ ତଳେ ଏଠାକୁ ଆସି ଜମି କିଣି ପକ୍କା ଘର କରି ରହୁଥିଲେ ।

ଜଙ୍ଗଲରୁ ମହୁ ସଂଗ୍ରହ କରି ବିକ୍ରି କରିବା ସେମାନଙ୍କ କାମ ଥିଲା । ବୁଧବାର ସକାଳେ ସେମାନଙ୍କ ଘରୁ କେହି ନ ବାହାରିବାରୁ ପଡ଼ୋଶୀଙ୍କର ସନ୍ଦେହ ହୋଇଥିଲା ।

ପରେ ଦେଖିବାକୁ ମିଳିଥିଲା ଘର ଭିତରେ ୬ ଜଣଙ୍କ ମୃତଦେହ କମ୍ବଳ ଘୋଡ଼ାଇ ହୋଇଥିବା ଅବସ୍ଥାରେ ପଡ଼ିଛି ।

ସେମାନଙ୍କ ମଧ୍ୟରେ ସ୍ୱାମୀ-ସ୍ତ୍ରୀ, ସେମାନଙ୍କ ତିନୋଟି ସନ୍ତାନ ଏବଂ ଅନ୍ୟ ଜଣେ ଛୋଟ ଛୁଆର ମୃତଦେହ ଥିଲା ।

ସ୍ଥାନୀୟ ପୁୁଲିସ ସେଠାରେ ପହଞ୍ଚି ତଦନ୍ତ ଜାରି ରଖିଛି । ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିବା ପରେ ଏବଂ ମୃତ ଦେହ ଗୁଡ଼ିକ ବ୍ୟବଚ୍ଛେଦ ହେବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପାଟଣାଗଡ଼ ଥାନାର ଆଇଆଇସି କହିଛନ୍ତି ।

ସେମାନଙ୍କୁ ହତ୍ୟା କରାଯାଇଛି କି ସେମାନେ ଆତ୍ମହତ୍ୟା କରିଛନ୍ତି କିମ୍ବା ଖାଛି ଖାଦ୍ୟ ବିଷକ୍ରିୟାରେ ମୃତ୍ୟୁ ହୋଇଛି ତାହା ଏବେ କହିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ବଲାଙ୍ଗିର

୧୨ ଡିଗ୍ରୀ ତଳେ ୬ ସହର; ସୋନପୁରରେ ତାପମାତ୍ରା ୯.୪ ଡିଗ୍ରୀ

November 9, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୯ (ଲୋକାଲ ୱାୟାର) : ରାଜ୍ୟର ୬ଟି ସହରର ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ୍ ତଳେ ରହିଥିବା ବେଳେ ଆଉ ୫ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ର ୧୫ ଡିଗ୍ରୀ ସେଲସିୟସ୍ ତଳେ ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୋମବାର କହିଛି ।

ସୋନପୁରର ପାରଦ ୯.୪ ଡିଗ୍ରୀ ସେଲସିୟସକୁ ଖସିଥିବାରୁ ଏହା ଓଡ଼ିଶାର ସବୁଠାରୁ ଥଣ୍ଡା ସହର ପାଲଟିଛି ।

ସେହିପରି ଦାରିଙ୍ଗବାଡିରେ ୯.୫, ଫୁଲବାଣୀରେ ୧୦, ଅନୁଗୁଳରେ ୧୧, କୋରାପୁଟରେ ୧୧.୨ ଓ ଭବାନୀପାଟଣାରେ ୧୧.୪ ଡିଗ୍ରୀ ସେଲସିୟସ୍ ସର୍ବନିମ୍ନ ତାପମାତ୍ରା ରହିଛି ।

ଝାରସୁଗୁଡ଼ାରେ ୧୩.୪,ତାଳଚେରରେ ୧୩.୫, କେନ୍ଦୁଝରରେ ୧୪.୪, ବଲାଙ୍ଗିରରେ ୧୪ ଓ ମାଲକାନଗିରିରେ ୧୪.୫ ଡିଗ୍ରୀ ସେଲସିୟସ୍ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି।

ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୬.୩ ଡିଗ୍ରୀ ସେଲସିୟସ ରହିଥିବା ବେଳେ କଟକରେ ୧୬ ଡିଗ୍ରୀ ସେଲସିୟସ୍ ରହିଛି ।

ରାଜ୍ୟରେ ଆହୁରି ୩ ଦିନ ଏଭଳି ପାଗ ରହିବ । ସ୍ୱାଭାବିକଠୁ କମ୍ ତାପମାତ୍ରା ରହିବ, ଶୀତ ବଢିବ । ତେବେ ଆସନ୍ତା ୧୧ ଓ ୧୨ ତାରିଖରେ ଉପକୂଳ ଓଡ଼ିଶାର କିିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ଲୋକାଲ ୱାୟାର

Filed Under: Odia Tagged With: ଅନୁଗୁଳ, ଓଡିଶା, କଟକ, କେନ୍ଦୁଝର, କୋରାପୁଟ, ଝାରସୁଗୁଡା, ତାଳଚେର, ଦାରିଙ୍ଗବାଡି, ଫୁଲବାଣୀ, ବଲାଙ୍ଗିର, ବଲାଙ୍ଗିର, ଭବାନୀପାଟଣା, ଭୁବନେଶ୍ୱର, ମାଲକାନଗିରି, ସୋନପୁର

ରାଜ୍ୟର ୧୧ଟି ସ୍ଥାନରେ ୧୫ ଡିଗ୍ରୀ ତଳେ ପାରଦ

November 8, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୮ (ଲୋକାଲ ୱାୟାର) : ସାରା ରାଜ୍ୟରେ ଶୀତ ଅନୁଭୂତ ହେଉଥିବା ବେଳେ ୯.୬ ଡିଗ୍ରୀ ତାପମାତ୍ରା ସହ ସୋନପୁର ସବୁଠୁ ଥଣ୍ଡା ସହର ପାଲଟିଥିବା ବେଳେ ୧୧ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍ ତଳେ ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ରବିବାର କହିଛି ।

ଅନୁଗୁଳରେ ୧୧, ଦାରିଙ୍ଗବାଡ଼ି ଓ ଫୁଲବାଣୀରେ ୧୦.୫, ଝାରସୁଗୁଡ଼ାରେ ୧୩, କୋରାପୁଟରେ ୧୧.୬, ଭବାନୀପାଟଣାରେ ୧୨.୨ ଓ କେନ୍ଦୁଝରରେ ୧୩.୮ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି।

ସେହିପରି, ବାରିପଦାରେ ୧୪.୨, ବଲାଙ୍ଗିରରେ ୧୪.୬ ଓ ସମ୍ବଲପୁରରେ ୧୪.୭ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି ।

ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରୀ ସେଲସିୟସ ରହିଥିବା ବେଳେ କଟକରେ ୧୬.୮ ଡିଗ୍ରୀ ସେଲସିୟସ୍ ରହିଛି ।

ଲୋକାଲ ୱାୟାର

Filed Under: Odia Tagged With: ଅନୁଗୁଳ, ଓଡିଶା, କଟକ, କେନ୍ଦୁଝର, କୋରାପୁଟ, ଝାରସୁଗୁଡା, ଫୁଲବାଣୀ, ବଲାଙ୍ଗିର, ବଲାଙ୍ଗିର, ବାରିପଦା, ଭବାନୀପାଟଣା, ଭୁବନେଶ୍ୱର, ସମ୍ବଲପୁର, ସୋନପୁର

ପୁନର୍ଜୀବିତ ହେଲା କୁସଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

October 27, 2020 By LocalWire Leave a Comment

ବଲାଙ୍ଗିର, ଅକ୍ଟୋବର ୨୭ (ଲୋକାଲ ୱାୟାର) : ବଲାଙ୍ଗିର ଜିଲ୍ଲା ଲୋଇସିଂହା କୁସଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରକୁ ଡାକ୍ତର ସୂର୍ଯ୍ୟକାନ୍ତ ମହାପାତ୍ର ଓ ଅନ୍ୟ କର୍ମଚାରୀମାନେ ନିଜ ଉଦ୍ୟମରେ ପୁନର୍ଜୀବିତ କରିବାରେ ସଫଳ ହୋଇଛନ୍ତି ।

ଏହି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଦିନେ ଗଦା ଗଦା ଅଳିଆ ଆବର୍ଜନା ପଡି ରହୁଥିଲା । ହେଲେ ଏବେ ଯୁଆଡ଼େ ଦେଖିବେ ପରିଷ୍କାର ଦେଖାଯାଉଛି ।

ଏନେଇ ଡା. ସୂର୍ଯ୍ୟକାନ୍ତ ମହାପାତ୍ର କହିଛନ୍ତି ଯେ, ଚଳିତ ବର୍ଷ ଫେବୃଆରୀ ପହିଲାରେ ମୁଁ ଯେତେବେ ଏହି ମେଡ଼ିକାଲରେ ଯୋଗ ଦେଇଥିଲି ସେତେବେଳେ ସବୁଆଡ଼େ ଅପରିଷ୍କାର ଓ ଅବ୍ୟବସ୍ଥା ଲାଗି ରହିଥିଲା ।

ଏଠାରେ କେହି ଡାକ୍ତର ନ ଥିବା ବେଳେ ଜଣେ ଆୟୁଷ ଡାକ୍ତର ସମସ୍ତ ରୋଗୀଙ୍କ ଚିକିତ୍ସା କରୁଥିଲେ ।

ରୋଗୀଙ୍କ ବସି ପାଇଁ କୌଣସି ବ୍ୟବସ୍ଥା ନ ଥିବାବେଳେ ରୋଗୀଙ୍କୁ ଭର୍ତ୍ତି କରିବାକୁ ବେଡ୍ ମଧ୍ୟ ନ ଥିଲା ।

ଡାକ୍ତରଖାନା ଚାରିପାଖରେ ଥିବା ପାଚେରୀକୁ ଭାଙ୍ଗି କିଛି ଲୋକ ଇଟା ନେଇଯାଇଥିବା ଅଭିଯୋଗ ହୋଇଥିଲା ।

ଫଳରେ ମେଡ଼ିକାଲକୁ ଭିତରେ ଯେ କୌଣସି ସମୟରେ ପଶୁମାନେ ପସି ଆସୁଥିଲେ ।

ଡାକ୍ତରଖାନାର ଏ ପରି ଅବ୍ୟବସ୍ଥା ଦେଖି ସେ ଏହାକୁ ଆଦର୍ଶ ଡାକ୍ତରଖାନାରେ ପରିଣତ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଦୀର୍ଘ ୯ ମାସର ଅକ୍ଳାନ୍ତ ପରିଶ୍ରମ ପରେ ଆମେ ଏହାକୁ ଆଦର୍ଶ ଡାକ୍ତଖାନରେ ପରିଣତ କରିଛୁ ବୋଲି ସେ କହିଛନ୍ତି ।

ନୂଆରୂପ ପାଇଥିବା କୁସଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ବିଜୟା ଦଶମୀ ଦିନ ସ୍ଥାନୀୟ ବିଧାୟକ ମୁକେଶ ମହାଲିଙ୍ଗ ପୁଣି ଥରେ ଉଦଘାଟନ କରିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ବଲାଙ୍ଗିର, ବଲାଙ୍ଗିର

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Go to page 5
  • Interim pages omitted …
  • Go to page 13
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire