• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

ବାଲେଶ୍ବର

ସାଂସଦ ରଘୁନାଥ ମହାପାତ୍ରଙ୍କ ଭୁଷଣ୍ଡେଶ୍ୱର ମନ୍ଦିର ପରିଦର୍ଶନ

December 28, 2020 By Sukant Sahu Leave a Comment

ବାଲେଶ୍ୱର, ଡିସେମ୍ବର ୨୮(ଲୋକାଲ ୱାୟାର): ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କୁମ୍ଭୀରଗଡି ସ୍ଥିତ ଭୁଷଣ୍ଡେଶ୍ୱର ମନ୍ଦିର ମରାମତି କାମ ବୁଲି ଦେଖିଛନ୍ତି ପ୍ରସିଦ୍ଧ ସ୍ଥପତି ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର ।

ତାଙ୍କ ସହ ବାଲେଶ୍ୱର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଓ ଭୋଗରାଇ ବିଧାୟକ ଅନନ୍ତ ଦାସ, ଆରଆଣ୍ଡବି ବିଭାଗର ଅଧିକାରୀ, ଭୋଗରାଇ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ ।

ଭଙ୍ଗାରୁଜା ଅବସ୍ଥାରେ ଥିବା ମନ୍ଦିରଟି ନିକଟରେ ଭୁଶୁଡି ପଡ଼ିଥିଲା । ଏବେ ଏହାର ମରାମତି କାମ ଚାଲିଛି ।

ଏହି ଅବସରରେ ସାଂସଦ ମହାପାତ୍ର ସାଂସଦ ଉନ୍ନୟନ ପାଣ୍ଠିରୁ ୧.୫ କୋଟି ଟଙ୍କା ପ୍ରଦାନ କରିବେ ।

ମନ୍ଦିରଟି ଗ୍ରାନାଇଟ ପଥରରେ ନିର୍ମିତ ହେବ ଓ ଏହାର ଉଚ୍ଚତା ୧୦୦ ଫୁଟ ମଧ୍ୟରେ ରହିବ ।

ସାଂସଦ ବୈଷୟିକ କମିଟିର ଅଧ୍ୟକ୍ଷ ଓ ଆରଆଣ୍ଡବି ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ମନ୍ଦିର ମରାମତି ପାଇଁ ୨୫ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବା ବେଳେ ସରକାର ୧୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି ବିଧାୟକ ଦାସ କହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ବାଲେଶ୍ବର, ବାଲେଶ୍ଵର, ବାଲେଶ୍ୱର

ନଦୀରୁ ଜାଲରେ ଧରାଗଲା କୁମ୍ଭୀର, ଭିତରକନିକାରେ ଛଡ଼ାଯିବ

December 7, 2020 By LocalWire Leave a Comment

ବାଲେଶ୍ୱର, ଡିସେମ୍ବର ୭(ଲୋକାଲ ୱାୟାର): ବାଲେଶ୍ୱର ଜିଲ୍ଲାର ପଞ୍ଚୁପଡ଼ା ନଦୀରେ ଏକ କୁମ୍ଭୀର ଦେଖାଯିବା ପରେ ସୋମବାର ସ୍ଥାନୀୟ ଯୁବକମାନେ ଏକ ଜାଲ ପକାଇ ତାକୁ ଧରିବାରେ ସକ୍ଷମ ହୋଇଛନ୍ତି ।

ଏହି ଖବର ପାଇବା ପରେ ବାଲେଶ୍ୱର ବନ ବିଭାଗର ଅଧିକାରୀମାନେ ପହଞ୍ଚିଥିଲେ ।

କୁମ୍ଭୀରଟିର ଲମ୍ବ ପ୍ରାୟ ୬ ଫୁଟ ହେବ ଏବଂ ତାକୁ ଶୀଘ୍ର ଭିତରକନିକାରେ ଛାଡ଼ି ଦିଆଯିବ ବୋଲି ଅଧିକାରୀ କହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ବାଲେଶ୍ବର, ବାଲେଶ୍ୱର

‘ମୋ ସ୍କୁଲ’ ଅଭିଯାନ ପ୍ରକଳ୍ପକୁ ୧୦.୭୫ କୋଟି ଟଙ୍କାର ଅନୁମୋଦନ

December 4, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୪(ଲୋକାଲ ୱାୟାର): ‘ମୋ ସ୍କୁଲ ‘ ଅଭିଯାନର ୧୯ତମ କାର୍ଯ୍ୟକାରୀ ପରିଷଦ ବୈଠକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ବୈଠକରେ ୧୦.୭୫ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି ।

ବୈଠକରେ ରାଜ୍ୟର ୨୮ଟି ଜିଲ୍ଲାର ୨୬୫୭ଟି ବିଦ୍ୟାଳୟର ପ୍ରକଳ୍ପକୁ ସ୍ୱୀକୃତି ପ୍ରଦାନ କରାଯାଇଛି ।

ଏ ପର୍ଯ୍ୟନ୍ତ ବିଭାଗରେ ୨୦ ହଜାର ଛାତ୍ରଛାତ୍ରୀଙ୍କୁ ସଂଶ୍ଳିଷ୍ଟ କରାଯାଇପାରିଛି ।

ବୈଠକରେ ଗଜପତିରେ ୫୩.୭୨ ଲକ୍ଷ ଟଙ୍କା, ସୁନ୍ଦରଗଡ଼ରେ ୪୬.୭୨ ଲକ୍ଷ, କଳାହାଣ୍ଡିରେ ୩୬.୦୭ ଲକ୍ଷ, ବାଲେଶ୍ୱରରେ ୩୫.୯୨ ଲକ୍ଷ ଏବଂ କଟକରେ ୨୧.୯୩ ଲକ୍ଷ ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଥିବା ଜଣାପଡ଼ିଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କଟକ, ଗଜପତି, ବାଲେଶ୍ବର, ବାଲେଶ୍ଵର, ସୁନ୍ଦରଗଡ

୬ ଲକ୍ଷର ବ୍ରାଉନସୁଗର, ୨୩ ଲକ୍ଷ ଟଙ୍କା ଜବତ; ଜଣେ ଗିରଫ

November 22, 2020 By LocalWire Leave a Comment

ବାଲେଶ୍ୱର, ନଭେମ୍ବର ୨୨(ଲୋକାଲ ୱାୟାର): ବାଲେଶ୍ୱରର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ଼ବଜାର ଅଞ୍ଚଳରେ ରବିବାର ପୁଲିସ ୬ ଲକ୍ଷ ଟଙ୍କାର ବ୍ରାଉନସୁଗର ସହ ୨୩ ଲକ୍ଷ ଟଙ୍କା ଜବତ କରିବା ସହ ଜଣଙ୍କୁ ଗିରଫ କରିଥିବା ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ।

ଗିରଫ ଅଭିଯୁକ୍ତ ୱାସିମ ଅହମ୍ମଦ ଖାଁ (୨୭) ନିକଟରୁ ୬୫ ଗ୍ରାମ ବ୍ରାଉନସୁଗର, ୨୩ ଲକ୍ଷ ୫୮ ହାଜର ୨୫୦ ଟଙ୍କା, ତିନୋଟି ମୋବାଇଲ ଫୋନ୍ ଜବତ କରାଯାଇଥିବା ବେଳେ ଚଢ଼ାଉ ବେଳେ ୨ ଜଣ ଚମ୍ପଟ ମାରିଥିବା କହିଛନ୍ତି ସିଟି ଡିଏସପି ମନୋଜ କୁମାର ରାଉତ ।

ଉଲ୍ଲେଖଯୋଗ୍ୟ, ଗିରଫ ଅଭିଯୁକ୍ତ ମୁନ୍ନାର ସମ୍ପର୍କୀୟ ସେକ୍ ରାଜା ପୂର୍ବରୁ ମଧ୍ୟ ବ୍ରାଉନ ସୁଗର କାରବାରରେ ଗିରଫ ହୋଇ ଜେଲରେ ରହିଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ବାଲେଶ୍ବର, ବାଲେଶ୍ଵର, ବାଲେଶ୍ୱର

ତାଳସାରୀ, ଉଦୟପୁର ବେଳାଭୂମି ବୁଲିଲେ ୫-ଟି ସଚିବ, ହେବ ବିକାଶ ଯୋଜନା

February 10, 2020 By LocalWire Leave a Comment

ବାଲେଶ୍ୱର, ଫେବ୍ରୁଆରୀ ୧୦(ଲୋକାଲ ୱାୟାର): ବାଲେଶ୍ୱର ଜିଲ୍ଲାର ତାଳସାରୀ ଓ ଉଦୟପୁର ବେଳାଭୂମିର ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା କରାଯିବ ।

ସୋମବାର ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉକ୍ତ ବେଳାଭୂମି ଗସ୍ତ କରି ଅନୁଧ୍ୟାନ କରିଛନ୍ତି ।

ପୂର୍ବାହ୍ନରେ ବିନ୍ଧାପଦ୍ମପୁର ହେଲିପ୍ୟାଡରେ ପାଣ୍ଡିଆନ ଅବତରଣ କରି ତାଳସାରୀ ବେଳାଭୂମିକୁ ଯାଇଥିଲେ ।

ତାଙ୍କ ସହ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ପୂର୍ତ୍ତ ସଚିବ ସଚିନ୍ ଯାଦବ ଓ ପର୍ଯ୍ୟଟନ ନିର୍ଦ୍ଦେଶକ କିଶନ କୁମାର ମଧ୍ୟ ଥିଲେ ।

ସେମାନେ ସୁବର୍ଣ୍ଣଦୀପ ଅନୁଧ୍ୟାନ କରିବା ପରେ ତାଳସାରୀରୁ ମେରାଇନ ଡ୍ରାଇଭ ରାସ୍ତାରେ ଉଦୟପୁର ଯାଇ ବେଳାଭୂମି ଓ ଝାଉଁ ଜଙ୍ଗଲ ବୁଲିଥିଲେ ।

ପଶ୍ଚିମବଙ୍ଗର ଦୀଘା ବେଳାଭୂମି ମଧ୍ୟ ବୁଲି ସେଠାରେ ହୋଇଥିବା ପର୍ଯ୍ୟଟନର ବିକାଶ ଦେଖିଥିଲେ ।

ଉଦୟପୁର ଓ ତାଳସାରୀ ଅଞ୍ଚଳରେ ଚାଲିଥିବା ବନ ବିଭାଗ ଓ ପୂର୍ତ୍ତ ବିଭାଗର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ସ୍ଥାନୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

୫-ଟି ସଚିବଙ୍କ ଗସ୍ତ ପରେ ଆସନ୍ତା ଦିନରେ ଉକ୍ତ ଅଞ୍ଚଳର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ହେବ ବୋଲି ଆଶା କରାଯାଉଛି ।

ଲୋକାଲ ୱାୟାର

Filed Under: Odia, କାର୍ଯ୍ୟାଳୟ Tagged With: କାର୍ଯ୍ୟାଳୟ, ବାଲେଶ୍ବର

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ବାଇକ୍, ବର୍ତ୍ତିଗଲେ ଆରୋହୀ

February 10, 2020 By LocalWire Leave a Comment

ବାଲେଶ୍ବର, ଫେବ୍ରୁଆରି ୧୦ (ଲୋକାଲ ୱାୟାର): ଧାମରା ଥାନା ଅନ୍ତର୍ଗତ ଗୁଆଁଳ ନିକଟରେ ସୋମବାର ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ବାଇକ୍ ଜଳିଯାଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଆଜି ସକାଳେ ଦାଦା ଓ ପୁତୁରା ଏକ ବାଇକରେ ଯାଉଥିବାବେଳେ ସେମାନଙ୍କ ଉପରେ ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିଲା।

ଏଥିରେ ବାଇକ୍‌ ସମ୍ପୂର୍ଣ୍ଣ ଜଳି ଯାଇଥିବାବେଳେ ଉଭୟ ଦାଦା ଓ ପୁତୁରା ଆହତ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ରବିବାର ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅଞ୍ଚଳରେ ଏକ ଯାତ୍ରୀବାହୀ ବସ୍ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୧୦ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ।

ଲୋକାଲ୍ ଓ୍ବାୟାର୍

Filed Under: Odia, ଘଟଣା Tagged With: ଓଡିଶା, ଗଞ୍ଜାମ, ଘଟଣା, ବାଲେଶ୍ବର

ଚକଖଡ଼ିରେ ବ୍ୟାସକବିଙ୍କ ଦୁଇ ଇଞ୍ଚ ଉଚ୍ଚତାର ପ୍ରତିମୂର୍ତ୍ତି

January 14, 2020 By Sibdas Kundu Leave a Comment

ବାଲେଶ୍ବର, ଜାନୁଆରୀ ୧୪ (ଲୋକାଲ ୱାୟାର): ଆମେ ବ୍ୟବହାର କରୁଥିବା ଚକଖଡ଼ିରେ ବ୍ୟାସକବି ଫକୀରମୋହନ ସେନାପତିଙ୍କର କ୍ଷୁଦ୍ର ପ୍ରତିକୃତି ନିର୍ମାଣ କରି ଯୁବଶିଳ୍ପୀ ତଥା ସ୍ଥପତି ସଂଜୟ ରାଉଳ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସାରା ରାଜ୍ୟ ଓଡ଼ିଆ କଥା ସାହିତ୍ୟର ଜନକ ଫକୀରମୋହନଙ୍କ ୧୭୮ତମ ଜୟନ୍ତୀ ପାଳନ କରୁଥିବାବେଳେ ସଂଜୟ ମାତ୍ର ଦୁଇ ଇଞ୍ଚ ଉଚ୍ଚତାର ପ୍ରତିକୃତି ତିଆରି କରିଛନ୍ତି।

ଫକୀରମୋହନଙ୍କ ଜନ୍ମସ୍ଥାନ ବାଲେଶ୍ବର ମଲ୍ଲିକାଶପୁରର ଶାନ୍ତି କାନନରେ ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ହେଉଥିବା ରାଜ୍ୟସ୍ତରୀୟ ଫକୀରମୋହନ ଜୟନ୍ତୀ ଅବସରରେ ସେ ଏହାକୁ ପ୍ରଦର୍ଶିତ କରୁଛନ୍ତି।

“ସାଧାରଣତଃ ସ୍ଥାପତ୍ୟ ପଥର, କ୍ଲେ, ଫାଇବର୍ ବା କାଠରେ ନିର୍ମିତ ହୋଇଥାଏ। ତେବେ ଚକଖଡ଼ିରେ ଏହା ତିଆରି କରିବା ଏକ ମାଧ୍ୟମ। ମୋତେ ଫକୀରମୋହନଙ୍କ ପ୍ରତିକୃତି ତିଆରି କରିବାକୁ ଦୁଇ ଘଣ୍ଟା ସମୟ ଲାଗିଥିଲା, ତେବେ ଏହା କମ୍ କଷ୍ଟକର ନଥିଲା,” ବୋଲି କହିଛନ୍ତି ବାଲେଶ୍ବର ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଶିକ୍ଷକତା କରୁଥିବା ସଂଜୟ।

 

ଜଳେଶ୍ବର ଅଂଚଳରେ ଥିବା ନାମ୍ପୋ ଗାଁର ବାସିନ୍ଦା ସଂଜୟ ମାଷ୍ଟର୍ ଇନ୍ ଫାଇନ୍ ଆର୍ଟସ ଡିଗ୍ରୀ ହାସଲ କରିଛନ୍ତି।

ସେ ମଡେଲିଂ ଓ ସ୍ଥାପତ୍ୟରେ କୋଲକାତା ବିଶ୍ବବିଦ୍ୟାଳୟରୁ ଏହି ଡିଗ୍ରୀ ହାସଲ କରିବା ପରେ ଏବେ ବାଲେଶ୍ବରରେ ଶିକ୍ଷକତା କରୁଛନ୍ତି।

“ସଂଜୟଙ୍କର ଏହି ପ୍ରତିକୃତି ଅବିଶ୍ବସନୀୟ ଓ ଆକର୍ଷଣୀୟ। ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ଲାଗି ସଂଗ୍ରାମ କରିଥିବା ଫକୀରମୋହନଙ୍କ ଜୟନ୍ତୀରେ ଏହା ତାଙ୍କ ପ୍ରତି ସବୁଠାରୁ ବଡ଼ ଶ୍ରଦ୍ଧାଞ୍ଜଳି,” ବୋଲି କହିଛନ୍ତି କବି ତଥା ଫକୀରମୋହନ ସାହିତ୍ୟ ପରିଷଦର ସଦସ୍ୟ କୃଷ୍ଣ କୁମାର ମହାନ୍ତି।

ଆଗାମୀ ଦିନରେ ଓଡ଼ିଶାର ଅନ୍ୟ ବରପୁତ୍ରମାନଙ୍କର ଏଭଳି ପ୍ରତିକୃତି ତିଆରି କରିବା ଯୋଜନା ରଖିଛନ୍ତି ସଂଜୟ।

ଲୋକାଲ୍ ଓ୍ବାୟାର୍

Filed Under: Odia, କାର୍ଯ୍ୟକ୍ରମ Tagged With: ଓଡିଶା, କାର୍ଯ୍ୟକ୍ରମ, ବାଲେଶ୍ବର

ଶୀତ ସତ୍ତ୍ବେ ପଲ୍ଲୀଶ୍ରୀ ମେଳାରେ ଜମୁଛି ଭିଡ଼

December 27, 2019 By Sibdas Kundu Leave a Comment

ବାଲେଶ୍ବର, ଡିସେମ୍ବର ୨୭ (ଲୋକାଲ ୱାୟାର): ପ୍ରବଳ ଶୀତ ସତ୍ତ୍ବେ ସ୍ଥାନୀୟ ଆଇଟିଆଇ ପଡ଼ିଆରେ ଚାଲିଥିବା ପଲ୍ଲିଶ୍ରୀ ମେଳ ଓ ଏକ୍ସପୋ-୨୦୧୯ରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।

ଗତ ମଙ୍ଗଳବାର ଏହି ମେଳା ଆରମ୍ଭ ହୋଇଥିବାବେଳେ ବାଲେଶ୍ବରରେ ପ୍ରବଳ ଶୀତ ପଡ଼ିବା ସହ ଗତକାଲି ସାମାନ୍ୟ ବର୍ଷା ହୋଇଥିଲେ ବି ମେଳାରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା।

ଏଥିରେ ସମୁଦାୟ ୪୫୦ ଷ୍ଟଲ୍ ପଡ଼ିଥିବାବେଳେ ପ୍ରତିରକ୍ଷା ବିଭାଗର ପ୍ରଦର୍ଶନୀରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।

ପ୍ରତିରକ୍ଷା ବିଭାଗର ଏହି ପ୍ରଦର୍ଶନୀରେ ପୃଥ୍ବୀ, ଆକାଶ, ନାଗ ଓ ଅଗ୍ନି ଭଳି କ୍ଷେପଣାସ୍ତ୍ରର ମଡେଲ୍ ତଥା ଅନ୍ୟ ଯୁଦ୍ଧ ସରଞ୍ଜାମ ଦେଖିବା ସହ ସେଗୁଡ଼ିକ ସହ ସେଲ୍ଫି ନେବାକୁ ବିଶେଷକରି ଯୁବ ପିଢ଼ି ଭିଡ଼ ଲଗାଉଛନ୍ତି।

ଭାରତର ଅତ୍ୟାଧୁନିକ ସାମରିକ ଶକ୍ତିର ପ୍ରଦର୍ଶନ ସାଙ୍ଗକୁ ଏହି କ୍ଷେତ୍ର ପ୍ରତି ଯୁବପିଢ଼ିଙ୍କୁ ଆକର୍ଷିତ କରିବା ଏହାର ଉଦ୍ଦେଶ୍ୟ ବୋଲି ଆଇ.ଟି.ଆର୍.ର ନିର୍ଦ୍ଦେଶକ ଡକ୍ଟର ବିକେ ଦାସ କହିଛନ୍ତି।

ପ୍ରତିରକ୍ଷା ବିଭାଗର ଏସବୁ ମଡେଲ୍ ସାଙ୍ଗକୁ ଶ୍ରୀହରି ପାଓ୍ବାର ସଲ୍ୟୁସନ୍ ମଧ୍ୟ ଅଧିକ ଦର୍ଶକଙ୍କୁ ଆକର୍ଷିତ କରୁଛି।

କମ୍ ବିଦ୍ୟୁତ ଶକ୍ତିରେ ଚାଲୁଥିବା ଏସି, ଫ୍ରିଜ୍, ଗ୍ରୀଜର୍ ଓ ଫ୍ୟାନ୍ ଏଠାରେ ପ୍ରଦର୍ଶି୍ତ ହୋଇଛି।

କମ୍ପାନୀର ମ୍ୟାନେଜିଂ ପାର୍ଟନର୍ ସୁଶାନ୍ତ ମହାନ୍ତି କହିଛନ୍ତି ଯେ, ଏସବୁ ସାମଗ୍ରୀ ପାଇଁ କମ୍ ଭୋଲ୍ଟେଜ୍ ଦରକାର ହେଉଥିବାରୁ ବ୍ୟାଟେରୀରେ, ଏପରିର ସୌରଶକ୍ତିରେ ମଧ୍ୟ ଚାଲିପାରିବ।

ସିନ୍ ଫ୍ୟାନ୍ ବ୍ରାଣ୍ଡରେ ଏସବୁ ସାମଗ୍ରୀ ବିକ୍ରି ହେଉଥିବା ସେ ସୂଚନା ଦେଇଛନ୍ତି।

ସ୍ବୟଂସହାୟକ ଗୋଷ୍ଠୀଙ୍କ ଦ୍ବାରା ପ୍ରସ୍ତୁତ ହସ୍ତଶିଳ୍ପ ଓ ହସ୍ତକଳା ସାମଗ୍ରୀ ମଧ୍ୟ ମେଳାରେ ବେଶ୍ ଭଲ ବିକ୍ରି ହେଉଛି।

ଏହାର ଅନ୍ୟତମ ଆକର୍ଷଣ ସାଜିଛି ପ୍ରତିଦିନ ସଂଧ୍ୟାରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ।

ପଲ୍ଲୀଶ୍ରୀ ମେଳା ଓ ଏକ୍ସପୋ ଆସନ୍ତା ରବିବାର ଯାଏ ଚାଲିବ।

ଲୋକାଲ ୱାୟାର

Filed Under: Odia, କାର୍ଯ୍ୟକ୍ରମ Tagged With: ଓଡିଶା, କାର୍ଯ୍ୟକ୍ରମ, ବାଲେଶ୍ବର

ଏକ୍ସପୋ ଓଡ଼ିଶା ଓ ପଲ୍ଲୀଶ୍ରୀ ମେଳା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ, ସଂଧ୍ୟାରେ ଉଦଘାଟନ

December 24, 2019 By Sibdas Kundu Leave a Comment

ବାଲେଶ୍ବର, ଡିସେମ୍ବର ୨୪ (ଲୋକାଲ ୱାୟାର): ସ୍ଥାନୀୟ ଆଇଟିଆଇ ପଡ଼ିଆରେ ମଙ୍ଗଳବାର ସଂଧ୍ୟାରେ ପଲ୍ଲୀଶ୍ରୀ ମେଳା ଓ ଏକ୍ସପୋ ଓଡ଼ିଶା ଆରମ୍ଭ ହେବ।

କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏହାକୁ ଉଦଘାଟନ କରିବାକୁ ଥିବାବେଳେ ଏହା ଆସନ୍ତା ୨୯ ତାରିଖ ଯାଏ ଚାଲିବ।

ଏହା ଏକାସାଙ୍ଗରେ ଜିଲ୍ଲାର ଶିଳ୍ପ ମେଳା, ପଲ୍ଲୀଶ୍ରୀ ମେଳା ଓ ସାସ୍କୃତିକ ମେଳା ହେବ ବୋଲି ଜଣେ ଜିଲ୍ଲାସ୍ତରୀୟ ଅଧିକାରୀ କହିଛନ୍ତି।

ଓରମାସ ସମେତ କେନ୍ଦ୍ର ଏମ୍.ଏସ୍.ଏମ୍.ଇ. ମନ୍ତ୍ରାଳୟ, ବାଲେଶ୍ବର ଚାମ୍ବର୍ ଅଫ୍ କମର୍ସ, ଜିଲ୍ଲା କ୍ଷୁଦ୍ରଶିଳ୍ପ ସଂଘର ସହଯୋଗରେ ବାଲେଶ୍ବର ଜିଲ୍ଲା ପ୍ରଶାସନ ଏହାର ଆୟୋଜନ କରୁଥିବାବେଳେ ଏଥର ଏଠାରେ ୪୩୦ଟି ଷ୍ଟଲ୍ ଲାଗିଛି।

ଗତବର୍ଷ ମେଳାରେ ୧୨ କୋଟି ଟଙ୍କାର କାରବାର ହୋଇଥିବାବେଳେ ଏଥର ୧୫ କୋଟି ଟଙ୍କାର କାରବାର ହେବ ବୋଲି ପ୍ରଶାସନ ଆଶା ରଖିଛି।

ଲୋକାଲ୍ ଓ୍ବାୟାର୍

Filed Under: Odia, କାର୍ଯ୍ୟକ୍ରମ Tagged With: ଓଡିଶା, କାର୍ଯ୍ୟକ୍ରମ, ବାଲେଶ୍ବର

୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର୍ ଜବତ, ମହିଳା ଗିରଫ

December 11, 2019 By LocalWire Leave a Comment

ବାଲେଶ୍ବର, ଡିସେମ୍ବର ୧୧ (ଲୋକାଲ ୱାୟାର): ଜଳେଶ୍ବର ଥାନା ଅନ୍ତର୍ଗତ ଶାସନବାଡ଼ ଗାଁରେ ସ୍ଥାନୀୟ ପୁଲିସ ଓ ଅବକାରୀ ବିଭାଗ ବୁଧବାର ୩୧୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଏହି ମାମଲାରେ ଜଣେ ମହିଳାଙ୍କୁ ଗିରଫ କରିଛନ୍ତି।

ଗିରଫ ମହିଳା ରମିଲା ବିଓ୍ବିଙ୍କ ଘର ଉପରେ ଚଢ଼ାଉ ବେଳେ ଏହି ନିଶାଦ୍ରବ୍ୟ ମିଳିଥିବାବେଳେ ଏହାର ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି।

ରମିଲା ଓ ତାଙ୍କ ପୁଅ ମୁନା ଖାନ୍ ମିଶି ଅନେକ ଦିନରୁ ଡ୍ରଗ୍ କାରବାର କରିଆସୁଥିବା ଅବକାରୀ ବିଭାଗ କହିଛି।

ସୂଚନାଯୋଗ୍ୟ, ନିଶା କାରବାର ଅଭିଯୋଗରେ ମୁନାକୁ ମଧ୍ୟ ପୂର୍ବରୁ ଗିରଫ କରାଯାଇଥିଲା।

ଲୋକାଲ ୱାୟାର

Filed Under: Odia, ଘଟଣା Tagged With: ଓଡିଶା, ଘଟଣା, ବାଲେଶ୍ବର

  • Go to page 1
  • Go to page 2
  • Go to page 3
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire