• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

ବ୍ରହ୍ମପୁର

ସାଧୁଚରଣ ପଟ୍ଟନାୟକଙ୍କ ସ୍ମୃତିରେ ସ୍ୱତନ୍ତ୍ର ଡାକ ଲଫାପା

January 19, 2021 By LocalWire Leave a Comment

ବ୍ରହ୍ମପୁର, ଜାନୁଆରୀ ୧୯(ଲୋକାଲ ୱାୟାର): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ଗୋଷାଣୀ ନୂଆଗାଁ, ମୀରାବିହାର ଠାରେ ୧୯୭୫ ମସିହାରେ ସ୍ଥାପିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସ୍ୱର୍ଗତ ସାଧୁ ଚରଣ ପଟ୍ଟନାୟକଙ୍କ ସ୍ମୃତିରେ ଏକ ସ୍ୱତନ୍ତ୍ର ଡାକ ଲଫାପା ବ୍ରହ୍ମପୁର ମୁଖ୍ୟ ଡାକଘର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ।

ସଂପୃକ୍ତ ବିଦ୍ୟାଳୟ ଓ ଡାକ ବିଭାଗର ମିଳିତ ଆନୁକୂଲ୍ୟରେ ଏଠାରେ ଆୟୋଜିତ ଉତ୍ସବରେ ଓଡିଶା ଡାକ ପରିମଣ୍ଡଳ,ଭୁବନେଶ୍ୱରର ମହାଡାକପାଳ କର୍ଣ୍ଣେଲ ଜଳେଶ୍ୱର କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱତନ୍ତ୍ର ଡାକ ଲଫାଫାକୁ ଉନ୍ମୋଚନ କରିଥିଲେ ।

ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ଡାକ ମୁଖ୍ୟାଳୟର ତତ୍ତ୍ୱାବଧାରକ ତାରିଣୀ ଚରଣ ପାଢୀ ଯୋଗଦେଇଥିବା ବେଳେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପ୍ରାକ୍ତନ ଅଧ୍ୟକ୍ଷ ଆଶିଷ କୁମାର ପାଠୀ, ବର୍ତ୍ତମାନର ଅଧ୍ୟକ୍ଷ ସସ୍ମିତା ପଣ୍ଡା, ବିଦ୍ୟାଳୟର ସେକ୍ରେଟାରୀ ଲଲାଟେନ୍ଦୁ ସାମନ୍ତ, ସାଉଥ୍ ଓଡିଶା ଫିଲାଟେଲିକ୍ ଆସୋସିଏସନର ସଭାପତି ଡଃ. ପ୍ରାଣଚାନ୍ଦ ପଣ୍ଡା ଓ ଅବସରପ୍ରାପ୍ତ ଭିଜିଲାନ୍ସ ମୁଖ୍ୟ(ଟେଲିକମ) ପ୍ରଭାତ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।

ଅନ୍ତର୍ଜାତୀୟ ଫିଲାଟେଲିଷ୍ଟ ବିଜୟ କୁମାର ବିଶ୍ୱାଳଙ୍କ ଉଦ୍ୟମରେ ଏହି ସ୍ୱତନ୍ତ୍ର ଲଫାପା ଉନ୍ମୋଚନ କାର୍ଯ୍ୟ ସଂପାଦିତ ହୋଇଥିଲା ।

ଫିଲାଟେଲିଷ୍ଟ କାଶୀନାଥ ସାହୁ ଓ ମାନସ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଭାଗିରଥୀ ମହାପାତ୍ର ଓ ବିକାଶ ଚନ୍ଦ୍ର ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଗଞ୍ଜାମ, ବ୍ରହ୍ମପୁର

ଜେସିବି ଇଞ୍ଜିନରୁ ବାହାରିଲା ଦୁଇଟି ଅଜଗର

January 18, 2021 By LocalWire Leave a Comment

ବ୍ରହ୍ମପୁର, ଜାନୁଆରୀ ୧୮(ଲୋକାଲ ୱାୟାର): ବ୍ରହ୍ମପୁର ସହର ଉପକଣ୍ଠ ପଲ୍ଲୀଗୁମୁଲା ଗ୍ରାମ ନିକଟରେ ଏକ ଜେସିବି ଇଞ୍ଜିନ ମଧ୍ୟରେ ପଶି ଯାଇଥିବାରୁ ୨ଟି ସାପକୁ ସ୍ନେକ ହେଲ୍ପଲାଇନ ସଦସ୍ୟମାନେ ଉଦ୍ଧାର କରିଛନ୍ତି ।

ପଲ୍ଲୀଗୁମୁଲା ଗ୍ରାମସ୍ଥିତ ଏକ ବନ୍ଧର ସୌନ୍ଦର୍ଯ୍ୟକରଣ କାମରେ ମାଟି ଖୋଳିବାକୁ ଜେସିବି ମେସିନ ନିୟୋଜିତ ହୋଇଥିଲା ।

ପାଖରେ ଏକ ସିମେଣ୍ଟ ପାଇ ମଧ୍ୟରେ ଥିବା ଦୁଇଟି ଅଜଗର (ଗୋଟିଏ ୭ ଫୁଟ ଓ ଅନ୍ୟଟି ୧୧ଫୁଟ) ।

ସ୍ନେକ ହେଲପ ଲାଇନ ସଦସ୍ୟମାନେ ଖବର ପାଇ ସାପ ଦୁଇଟିକୁ ଉଦ୍ଧାର କରିବା ପରେ ଚିକିତ୍ସା କରିଥିଲେ । ପରେ ସଂରକ୍ଷିତ ଜଙ୍ଗଲରେ ସାପ ଦୁଇଟିକୁ ଛାଡ଼ି ଦିଆଯାଇଥିଲା ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଗଞ୍ଜାମ, ବ୍ରହ୍ମପୁର

ରାଜ୍ୟ ସରକାରଙ୍କ ସହ ବିଜେଡି ବିଶ୍ୱାସଘାତକତା କରିଛି: ବିଜେପି

January 9, 2021 By LocalWire Leave a Comment

ବ୍ରହ୍ମପୁର, ଜାନୁଆରୀ ୯(ଲୋକାଲ ୱାୟାର): ୨୫ ବର୍ଷର ଶାସନ କାଳରେ ବିଜେଡି ଓଡ଼ିଶାବାସୀଙ୍କ ସହ ବିଶ୍ୱାସଘାତକତା କରିଛି ବୋଲି ବିଜେପି ଜାତୀୟ ସାଧାରଣ ସମ୍ପାଦିକା ତଥା ଓଡ଼ିଶା ରାଜ୍ୟ ପ୍ରଭାରୀ ଡି.ପୁରନେ୍ଦଶ୍ୱରୀ ଶନିବାର ବ୍ରହ୍ମପୁର ଗସ୍ତ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ସେ କହିଛନ୍ତି, ରାଜ୍ୟରେ ଲୋକମାନେ ବହୁ ସମସ୍ୟାରେ ଥିବା ବେଳେ ରାଜ୍ୟ ସରକାର ବିକାଶର ମିଥ୍ୟ ପ୍ରଚାର ଚଳାଇଛନ୍ତି ।

ଗଞ୍ଜାମ ଜିଲ୍ଲାରେ ଶିଳ୍ପାୟନ କିମ୍ବା ରୋଜଗାର ନଥିବାରୁ ଲକ୍ଷ ଲକ୍ଷ ଲୋକ ରାଜ୍ୟ ବାହାରକୁ ଦାଦନ ଭାବେ ଖଟିବାକୁ ଯାଉଛନ୍ତି ।

ଗଞ୍ଜାମ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବହୁ ପ୍ରକୃତ ହିତାଧିକାରୀ ବାଦ୍ ପଡ଼ିଥିବା ବେଳେ ସ୍ଥାନୀୟ ମନ୍ତ୍ରୀଙ୍କ ସମର୍ଥକଙ୍କୁ ତାଲିକାରେ ସାମିଲ କରାଯାଇଛି ।

୨୦୧୪ ପରଠାରୁ ରାଜ୍ୟରେ ବିଜେପି ପ୍ରତି ସମର୍ଥନ ବଢ଼ୁଛି ଏବଂ ଆସନ୍ତା ନିର୍ବାଚନରେ ଦଳ ବିଜୟୀ ହେବ ବୋଲି ସେ କହିଥିଲେ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଗଞ୍ଜାମ, ବ୍ରହ୍ମପୁର

ଗଞ୍ଜାମରେ ସରକାରୀ କର୍ମଚାରୀଙ୍କୁ ହେଡକ୍ୱାର୍ଟର ଛାଡିବାକୁ ମନା

December 25, 2020 By LocalWire Leave a Comment

ବ୍ରହ୍ମପୁର, ଡିସେମ୍ବର ୨୫ (ଲୋକାଲ ୱାୟାର) : ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ ଗଞ୍ଜାମ ଜିଲ୍ଲାପ୍ରଶାସନ ଆଗୁଆ ପଦକ୍ଷେପ ନେଇ ସରକାରୀ କର୍ମଚାରୀଙ୍କୁ ବିନା ଅନୁମତିରେ ହେଡକ୍ୱାର୍ଟର ନ ଛାଡିବାକୁ ଜିଲ୍ଲାପାଳ ବଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହ ବେଳଭୂମି ଓ ପିକନିକ ସ୍ପଟରେ ମଧ୍ୟ ଯେମିତି ଭିଡ଼ ନହୁଏ ନଜର ରଖିବାକୁ ଜିଲ୍ଲାପାଳ କହିଛନ୍ତି ।

ଅନ୍ୟପଟେ, ଆଜିଠାରୁ ଗଞ୍ଜାମ ଜିଲ୍ଲାରେ କରୋନା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ । ରଥ ଗାଁ ଗାଁ ବୁଲି କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଗଞ୍ଜାମ, ବ୍ରହ୍ମପୁର

ନକଲି ସୁନା ବନ୍ଧା ରଖି ଋଣ ହଡ଼ପ, ଦୁଇ ଗିରଫ

December 11, 2020 By LocalWire Leave a Comment

ବ୍ରହ୍ମପୁର, ଡିସେମ୍ବର ୧୧ (ଲୋକାଲ ୱାୟାର): ଋଣ ଠକେଇ ଅଭିଯୋଗରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଥିବା ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ (ବିସିସି) ବ୍ୟାଙ୍କ ମହିଳା ଶାଖାର ବଣିଆ କେ. ଗୋପୀ ଓ ତକ୍ରାଳୀନ ମ୍ୟାନେଜର ଆର. ଭୁଜଙ୍ଗ ରାଓଙ୍କୁ ଗିରଫ କରାଯାଇଛି ।

ବ୍ୟାଙ୍କର ଭାରପ୍ରାପ୍ତ ମ୍ୟାନେଜର ବିନୋଦ କୁମାର ନନ୍ଦଙ୍କ ଅଭିଯୋଗ କ୍ରମେ ଉଭୟଙ୍କୁ ଗିରଫ କରାଯିବା ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ନକଲି ବନ୍ଧକ ସୁନା ଜବତ ହୋଇଛି ।

ଅଧିକ ତଦନ୍ତ ଜାରି ରହିଛି ବୋଲି ପାରଳାଖେମୁଣ୍ଡି ଥାନା ଆଇଆଇସି ବିବେକାନନ୍ଦ ସ୍ୱାଇଁ କହିଛନ୍ତି ।

୨୦୧୬-୧୭ରେ ବଣିଆ କେ. ଗୋପୀ ପ୍ରାୟ ୪୮୦ ଗ୍ରାମ ସୁନା ବନ୍ଧା ରଖି ୬.୮୪ ଲକ୍ଷ ଟଙ୍କା ଋଣ ନେଇଥିଲେ । ଏବେ ଋଣର ପରିମାଣ ୧୧.୫୩ ଲକ୍ଷ ଟଙ୍କା ରହିଛି ।

ବିସିସି ବ୍ୟାଙ୍କ ପ୍ରଶାସକ ତଥା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିଦେ୍ର୍ଦଶ କ୍ରମେ ଗଞ୍ଜାମ ଡିଆରସିଏସ ବିଶ୍ୱରଞ୍ଜନ ଦାଶ ଏହି ମାମଲାର ତଦନ୍ତ କରିଥିଲେ । ତଦନ୍ତ ବେଳେ ବନ୍ଧକ ସୁନା ନକଲି ବୋଲି ଜଣା ପଡ଼ିଥିଲା ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଗଜପତି, ବ୍ରହ୍ମପୁର

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମିଳିବ ମାଗଣା ଏଚଆଇଭି ଔଷଧ

December 11, 2020 By Hrusikesh Mohanty Leave a Comment

ବ୍ରହ୍ମପୁର, ଡିସେମ୍ବର ୧୦ (ଲୋକାଲ ୱାୟାର): ବିନା ମୂଲ୍ୟରେ ମିଳୁଥିବା ଔଷଧ ପାଇଁ ଗଞ୍ଜାମ ଜିଲ୍ଲାର ଏଚଆଇଭି ରୋଗୀଙ୍କୁ ଆଉ ଏଆରଟି କେନ୍ଦ୍ର ଯିବାକୁ ପଡିବ ନାହିଁ ।

ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଔଷଧଗୁଡ଼ିକ ଉପଲବ୍ଧ ହେବ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ ଏଚଆଇଭି ରୋଗୀମାନଙ୍କୁ ଔଷଧ ପାଇଁ ଏଆରଟି କେନ୍ଦ୍ର ଆସିବାକୁ ପଡୁଥିଲା ।

ଏବେ ସେମାନେ ଜିଲ୍ଲାରେ ଥିବା ୨୮ଟି ସିଏଚସିରୁ ଔଷଧ ପାଇପାରିବେ ବୋଲି ଗଞ୍ଜାମ ଜିଲ୍ଲା ଏଡସ ନିୟନ୍ତ୍ରଣ ୟୁନିଟର ପ୍ରକଳ୍ପ ସଂଯୋଜକ ହେମନ୍ତ କୁମାର ଦାଶ କହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଗଞ୍ଜାମ, ବ୍ରହ୍ମପୁର

ଚୋରାରେ ଆସିଥିବା ୬ କିଲୋ ସୁନା, ୨୩୯ କିଲୋ ରୁପା ଅଳଙ୍କାର ଜବତ

December 5, 2020 By LocalWire Leave a Comment

ବ୍ରହ୍ମପୁର, ଡିସେମ୍ବର ୫(ଲୋକାଲ ୱାୟାର): ତାମିଲନାଡ଼ୁରୁ ଚୋରାରେ ଏକ କାରରେ ବ୍ରହ୍ମପୁର ଆସୁଥିବା ୬ କିଲୋ ସୁନା ଓ ୨୩୯ କିଲୋ ରୁପା ଅଳଙ୍କାରକୁ ଶନିବାର ସନ୍ଧ୍ୟାରେ ଗୋସାଣୀନୂଆଗାଁ ନିକଟରେ ଜବତ କରାଯାଇଥିବା ସ୍ଥାନୀୟ ଏସଡିପିଓ ବିଷ୍ଣୁପ୍ରସାଦ ପତି କହଛନ୍ତି ।

ଟିକସ ଫାଙ୍କିବା ପାଇଁ ଏହା ଚୋରାରେ ଅଣାଯାଉଥିଲା ବୋଲି ସନ୍ଦେହ କରାଯାଉଛି । କାରରେ ଥିବା ୩ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚୁରା କରୁଛି ।


କାରର ପଛ ସିଟ୍ ତଳେ ବାକ୍ସ କରି ସମସ୍ତ ଅଳଙ୍କାର ଲୁଚାଇ ରଖାଯାଇଥିଲା । ଅଟକ ଯୁବକମାନଙ୍କର ଘର ତାମିଲନାଡ଼ୁରେ ବୋଲି ଜଣାପଡ଼ିଛି ।

ସେମାନେ ଏସବୁ ଅଳଙ୍କାରର କିଛି କାଗଜପତ୍ର ଦେଖାଇ ପାରି ନଥିଲେ ମଧ୍ୟ ପ୍ରତି ମାସ ଏପରି ବିପୁଳ ପରିମାଣର ଅଳଙ୍କାର ଆଣୁଥିବା କହିଛନ୍ତି । ତେବେ କେଉଁ ବ୍ୟବସାୟୀଙ୍କ ପାଇଁ ସେମାନେ ଏହା ଆଣୁଛନ୍ତି ତାହା ଜଣାପଡ଼ିନାହିଁ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଗଞ୍ଜାମ, ବ୍ରହ୍ମପୁର

ଗଞ୍ଜାମରେ ୨ ବେଳାଭୂମି ପାଇଁ ବ୍ଲୁ-ଫ୍ଲାଗ ମାନ୍ୟତା ହାସଲ ପ୍ରକ୍ରିୟା ଆରମ୍ଭ

December 3, 2020 By Hrusikesh Mohanty Leave a Comment

ବ୍ରହ୍ମପୁର, ଡିସେମ୍ବର ୩ (ଲୋକାଲ ୱାୟାର): ଗୋପାଳପୁର ଓ ସୋନପୁରକୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ଦେବା ପାଇଁ ଉଦ୍ୟମ ଆରମ୍ଭ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ ।

ଏ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଗୁରୁବାର ଆୟୋଜିତ ହୋଇଥିଲା ।

ଶୀଘ୍ର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ସରକାରଙ୍କୁ ଦିଆଯିବ । ପରିବେଶ ପରିଚାଳନା, ଜଳର ଗୁଣବତ୍ତା, ସଂରକ୍ଷଣ, ସୁରକ୍ଷା ଆଦି ମାନଦଣ୍ଡକୁ ଭିତି କରି ଡେନମାର୍କର ଏକ ସଂସ୍ଥା ବ୍ଲୁ ଫ୍ଲାଗ ମାନ୍ୟତା ଦେଇଥାଏ ।

ଏବେ କେବଳ ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ ମାନ୍ୟତା ମିଳିଛି । ଉଭୟ ବେଳାଭୂମିର ଭିତ୍ତିଭୂମି ବିକାଶ ପାଇଁ ପଦକ୍ଷେପ ନିଆଯାଇଛି ।

ବେଳାଭୂମିଗୁଡ଼ିକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଉଦ୍ୟମ ଜାରି ରହିଛି । ଗୋପାଳପୁରରେ ଦିନ ୩ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଯାନବାହନ ପ୍ରବେଶ ନିଷିଦ୍ଧ କରିବାକୁ ଯୋଜନା ହୋଇଛି ।

ପର୍ଯ୍ୟଟକମାନେ ବ୍ରହ୍ମପୁର ମହାନଗର ନିଗମ ଦ୍ୱାରା ନିର୍ଦ୍ଧାରିତ ପାର୍କିଂ ଜୋନରେ ଗାଡ଼ି ରଖିବେ । ଯାନବାହାନ ପ୍ରବେଶ ନିୟନ୍ତ୍ରିତ କରିବାକୁ ଅତି କମରେ ପାଂଚଟି ଗେଟ ସ୍ଥାପନ ହେବ ।

ବେଳାଭୂମିରୁ ଡଙ୍ଗା ହଟାଇବା ପାଇଁ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହ ଆଲୋଚନା ହେବ । ସେମାନଙ୍କ ପାଇଁ ହରିପୁର-ଗୋପାଳପୁର ମୁହାଣ ଖୋଳାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ।

ବେଳାଭୂମି ନିକଟରେ ୬୬ ଲକ୍ଷ ଟଙ୍କା ବିନିଯୋଗରେ ଶିଶୁ ଉଦ୍ୟାନ ନିର୍ମାଣ କରାଯିବା ସହ ଶୌଚାଳୟ କମ୍ପ୍ଲେକ୍ସ ଓ ଚେଞ୍ଜିଂ ରୁମ ସ୍ଥାପନ କରାଯିବ ।

ଉଦ୍ୟାନରେ ସିସିଟିଭି କ୍ୟାମେରା ଲାଗିବ । ପର୍ଯ୍ୟଟକଙ୍କ ସୁବିଧା ପାଇଁ ମୋବାଇଲ ଟଏଲେଟ ସୁବିଧା ଯୋଗାଇ ଦିଆଯିବ ବୋଲି ଗୋପାଳପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଉମାଶଙ୍କର ସେଠି କହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଗଞ୍ଜାମ, ବ୍ରହ୍ମପୁର

ଠକେଇ ମାମଲାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ: କ୍ରାଇମବ୍ରାଞ୍ଚ

December 3, 2020 By LocalWire Leave a Comment

ଭୁବନେଶ୍ୱର,ଡିସେମ୍ବର ୩(ଲୋକାଲ ୱାୟାର): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଠକେଇ ମାମଲାରେ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ କୁହାଯାଇଛି ।

ତାଙ୍କୁ ଭାରତୀୟ ପିଙ୍ଗଳ କୋଡର ଦଖା ୪୧୯, ୪୨୦, ୪୬୭,୪୬୮, ୪୬୯, ୪୭୧ ଏବଂ ୧୨୦ ବି ଏବଂ ଆଇଟି ଆକ୍ଟର ୬୬ସି/୬୬ଡିରେ ଗିରଫ କରାଯାଇଛି ।

ପ୍ରଦୀପଙ୍କୁ ତାଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରୁ କେତେକ ବ୍ୟକ୍ତି ନିଜକୁ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଅଧିକାରୀ ଭାବେ ପରିଚୟ ଦେଇ ଉଠାଇ ନେଇଥିବା ପତ୍ନୀ ସୁଜାତା ଗଣମାଧ୍ୟମରେ ଅଭିଯୋଗ କରିଥିଲେ ।

ଏହାର କିଛି ସମୟ ମଧ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନାନୁସାରେ, ସାଇବର କ୍ରାଇମର ଏକ ମାମଲା (୨୬/୨୦୨୦)ରେ ପ୍ରଦୀପଙ୍କୁ ଜେରା କରାଯିବା ପରେ ଗିରଫ କରାଯାଇଛି ।

ନିଲମ୍ବିତ ହୋଇ ଜେଲରେ ଥିବା ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କ ପୁତ୍ର ଆକାଶ ପାଠକଙ୍କ ସହ ପ୍ରଦୀପ ଟାଟା ମୋଟର୍ସରେ ନିଯୁକ୍ତି ଆଳରେ ଯୁବକମାନଙ୍କୁ ଠକିଥିବାର ଅଭିଯୋଗ ହୋଇଛି ।

ଆକାଶ ପାଠକ ନିଜକୁ ଟାଟା ମୋଟର୍ସ ପାସେଞ୍ଜର ଡିଭିଜନର ମ୍ୟାନେଜିଂ ଡିରେକ୍ଟର ଦର୍ଶାଉଥିଲା ଏବଂ ଯୁବକଙ୍କୁ ଚାକିରୀ କରାଇଦେବା ଲୋଭ ଦେଖାଇ ଟଙ୍କା ଆଦାୟରେ ପ୍ରଦୀପ ସଂପୃକ୍ତ ଥିଲେ ।

ଉଲ୍ଲେଖଯୋଗ୍ୟ, ଇତି ମଧ୍ୟରେ ବ୍ରହ୍ମପୁରରେ ମଧ୍ୟ ଅଭୟକାନ୍ତ ଓ ଆକାଶଙ୍କର ଥିବା ବିଭିନ୍ନ ଆକାଉଣ୍ଟରେ ହୋଇଥିବା ଦେଣନେଣ କାରବାରର ତଦନ୍ତ ଭିଜିଲାନ୍ସ ଏସଆଇଟି ପକ୍ଷରୁ କରାଯାଉଛି ।

ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ମଧ୍ୟ ବିଭିନ୍ନ ଆକାଉଣ୍ଟ ସମ୍ପର୍କରେ ଖୋଳତାଡ଼ ଆରମ୍ଭ କରିଛି । ପ୍ରଦୀପଙ୍କ ଆକାଉଣ୍ଟରେ ବିଗତ କିଛି ଦିନ ମଧ୍ୟରେ ଜମା ହୋଇଥିବା ଅଢ଼େଇ କୋଟି ଟଙ୍କା ସମ୍ପର୍କରେ ମଧ୍ୟ ତାଙ୍କୁ ପଚରାଉଚୁରା କରାଯାଉଛି ।

ଅପରପକ୍ଷରେ, ପତ୍ନୀ ସୁଜାତା ଅଭିଯୋଗ କରିଛନ୍ତି ଯେ ସ୍ୱାମୀ ପ୍ରଦୀପଙ୍କୁ ନକ୍ସଲ ଭଳି ଉଠାଇ ନିଆଯାଇଛି । ୪ଟି ଗାଡ଼ିରେ ଆସି ଲୋକମାନେ ତାଙ୍କୁ ନେଇଗଲେ ।

ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ ପାଇଁ ଅନୁରୋଧ କରାଯାଇଥିଲେ ମଧ୍ୟ କେହି ଶୁଣିନାହାନ୍ତି । ସ୍ୱାମୀଙ୍କ ଜୀବନ ଉପରେ ବିପଦ ଅଛି ।

ପ୍ରଦୀପଙ୍କ ଉପରେ ହେଉଥିବା କାର୍ଯ୍ୟାନୁଷ୍ଠାନ କେବଳ ରାଜନୈତିକ ଷଡ଼ଯନ୍ତ୍ର ବୋଲି ସୁଜାତା ଅଭିଯୋଗ କରିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଗଞ୍ଜାମ, ବ୍ରହ୍ମପୁର, ଭୁବନେଶ୍ୱର

ବିବାହ ପୂର୍ବରୁ ଯୁବକକୁ ଗୁଳିମାଡ଼, ଏମକେସିଜିରେ ଭର୍ତ୍ତି

December 2, 2020 By Hrusikesh Mohanty Leave a Comment

ବ୍ରହ୍ମପୁର, ଡିସେମ୍ବର ୨(ଲୋକାଲ ୱାୟାର): ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମ ନିକଟରେ ମଙ୍ଗଳବାର ଜନୈକ ଯୁବକ ଜିତେନ୍ଦ୍ର ବାରିକ (୩୦)ଙ୍କୁ ବିବାହ ପୂର୍ବରୁ ଗୁଳିମାଡ଼ ହୋଇଥିବା ବେଳେ ତାକୁ ଗୁରୁତର ଅବସ୍ଥାରେ ଏମକେସିଜିରେ ଭର୍ତ୍ତି କରାଯାଇଛି ।

ଜିତେନ୍ଦ୍ରଙ୍କ ଅବସ୍ଥା ଗୁରୁତର ରହିଛି । ମଙ୍ଗଳବାର ତାଙ୍କ ବାହାଘର ଗ୍ରାମ ନିକଟ ଛଚିନା ଗ୍ରାମର ଜଣେ ଯୁବତୀଙ୍କ ସହ ସ୍ଥିର ହୋଇଥିଲା ।

ମଙ୍ଗଳବାର ସେ ସମ୍ପର୍କୀୟଙ୍କ ଘର ସହ ଏକ ମନ୍ଦିରକୁ ଯିବା ପାଇଁ ମାଣିକପୁର ଯାଇଥିଲେ ।

ସେ ସମ୍ପର୍କୀୟଙ୍କ ଘର ବାରଣ୍ଡାରେ କାହା ସହ ମୋବାଇଲ ଫୋନରେ କଥା ହେଉଥିବା ବେଳେ ଅତି ନିକଟରୁ କେହି ତାଙ୍କୁ ଗୁଳିମାଡ଼ କରିଥିଲା ।

ଗୁଳିମାଡ଼ର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ି ନଥିଲେ ମଧ୍ୟ ପୂର୍ବ ଶତ୍ରୁତାରୁ ଏହା ହୋଇଥିବା ଅନୁମାନ କରାଯାଉଛି ବୋଲି କହିଛନ୍ତି ଖଲ୍ଲିକୋଟ ଥାନାର ଆଇଆଇସି ସତ୍ୟରଞ୍ଜନ ପ୍ରଧାନ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଗଞ୍ଜାମ, ବ୍ରହ୍ମପୁର

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 78
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire