• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

ଭଦ୍ରକ

ସାଗରମାଳା ଯୋଜନାରେ ବିକଶିତ ହେବ ଭଦ୍ରକ-କେନ୍ଦ୍ରାପଡା ଜଳପଥ

October 27, 2018 By Pramod Ray Leave a Comment

ଭଦ୍ରକ, ଅକ୍ଟୋବର ୨୬ (ଲୋକାଲ ଓ୍ବାୟର) କେନ୍ଦ୍ରର ସାଗରମାଳ ଯୋଜନାରେ ଭଦ୍ରକ-କେନ୍ଦ୍ରାପଡା ଜଳପଥ ବିକଶିତ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିବାରୁ ଏହା କାର୍ଯ୍ୟକ୍ଷମ ହେଲେ କଲିକତାରୁ ଆସୁଥିବା ପର୍ଯ୍ୟଟକ ଖୁବ ସହଜରେ ବିଶ୍ୱ ପ୍ରସିଦ୍ଧ ଭିତରକନିକାକୁ ଯାତାୟତ କରିପାରିବେ ବୋଲି ରାଜ୍ୟ ବାଣିଜ୍ୟ ବିଭାଗର ଜଣେ ଯନ୍ତ୍ରୀ ଶନିବାର କହିଛନ୍ତି ।

ଭଦ୍ରକ ଜିଲ୍ଲାରେ ଥିବା ଧାମରା ବନ୍ଦର ଏକ ଆର୍ନ୍ତଜାତିକ ବନ୍ଦରର ମାନ୍ୟତା ପାଇବାକୁ ଯାଉଥିବା ବେଳେ ଏହାର ନିକଟବର୍ତ୍ତୀ କାଳିନାଳୀ ଘାଟଠାରୁ କେନ୍ଦ୍ରାପଡା ଜିଲ୍ଲାର ତାଳଚୁଆ ଫେରିଘାଟକୁ ଯାତାୟତ କରୁଥିବା ଲୋକ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହାକୁ ସାଗରମାଳା ଯୋଜନାରେ ଅର୍ନ୍ତଭୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ବାଣିଜ୍ୟ ବିଭାଗ ଅବଗତ କରାଇଥିଲା ।

କେନ୍ଦ୍ର ସରକାର ଏହାକୁ ସ୍ୱୀକୃତି ଦେବା ସହ କାଳିନାଳୀ ଘାଟରେ ମୃତ୍ତିକା ପରୀକ୍ଷା କରିବାକୁ ଆଦେଶ ଦେଇଥିଲେ । ଏହି ଆଦେଶ ପାଇବା ପରେ ଆଇ ଆଇ ଆଇ ଟି ଚେନ୍ନାଇର ଯନ୍ତ୍ରୀ ମାନେ ଆସି ଏହାର ପରୀକ୍ଷଣ କରିବା ସହ ଶେଷ ରିପୋର୍ଟ କେନ୍ଦ୍ର ସରକାରଙ୍କ ପାଖରେ ଦାଖଲ କରିଛନ୍ତି ।

ସାଗରମାଳା ଯୋଜନାରେ ଧାମରା ଠାରେ ଥିବା କାଳିନାଳୀ ଘାଟ ଏବଂ କେନ୍ଦ୍ରାପଡାର ତାଳଚୁଆ ଫେରିଘାଟରେ ୨ଟି ଅତି ଉନ୍ନତ ମାନର ଏରୋଫାକ୍ସ ଜେଟି ନିର୍ମାଣ କରାଯିବ ।

ଏଥିସହ ୨ ଜାହାଜ ପ୍ରତି ଘଂଟା ଅନ୍ତରରେ ୨ଟି ସ୍ଥାନରୁ ଛାଡିବ । ଏହି ଜାହାଜରେ ଟ୍ରକ,ବସ ଯାତାୟତ କରିବା ସୁବିଧା ହୋଇପାରିବା ସହ ଆଗାମୀ ଦିନରେ ଏହି ଜେଟିରୁ ମାଲ ପରିବହନ ମଧ୍ୟ ହୋଇ ପାରିବ ବୋଲି ସେ ସୂଚନା ଦେଇଛନ୍ତି ।

ଏହି ସେବା ଉପଲବଦ୍ଧ ହେବା ପରେ ଭିତରକନିକାକୁ ଯାତାୟତ କରିବା ପାଇଁ ସିଧାସଳଖ ବସ ଯୋଗେ ଟୁରିଷ୍ଟ ମାନେ ଆସି ଏହି ସ୍ଥାନ ବୁଲି ପାରିବେ ।ଏହା ଫଳରେ ରାଜ୍ୟ ସରକାରଙ୍କ ରାଜସ୍ୱ ବୃଦ୍ଧିପାଇବା ସହ ବହୁ ସଂଖ୍ୟାରେ ଟୁରିଷ୍ଟ ବସ ଯୋଗେ ଭିତରକନିକାକୁ ଯାଇ ପାରିବେ ।

ପ୍ରାଥମିକ ପ୍ରଦକ୍ଷେପ ସ୍ୱରୂପ ଧାମରା କାଳୀନାଳୀ ଠାରୁ ବଙ୍ଗୋପସାଗର ମୁହାଣ ଏବଂ କେନ୍ଦ୍ରାପଡା ଜିଲ୍ଲାର ତାଳଚୁଆ ଫେରିଘାଟ ପର୍ଯ୍ୟନ୍ତ ଥିବା ଜଳପଥକୁ ଡ୍ରେଜିଂ କରାଯିବ ଏବଂ ପ୍ରତି ମାସ ଏହି ମୁହାଣ ଅଂଚଳ ପୋତି ପଡୁଥିବାରୁ ଏହାକୁ ପ୍ରତିମାସରେ ଡ୍ରେଜିଂ କରାଯିବ ବୋଲି ସେ କହିଛନ୍ତି।

ଲୋକାଲ ଓ୍ବାୟର

Filed Under: Odia Tagged With: ଓଡିଶା, ଭଦ୍ରକ

ପାରିବାରିକ କଳହରୁ ସ୍ତ୍ରୀ, ଶାଶୁ, ଓ ଶ୍ଵଶୁରଙ୍କୁ ପୋଡି ବ୍ୟକ୍ତି ଜୀବନ୍ତ ଦଗ୍ଧ

October 23, 2018 By Amarnath Parida Leave a Comment

ଅମରନାଥ ପରିଡା

ପାରାଦୀପ, ଅକ୍ଟୋବର ୨୩ (ଲୋକାଲ ଓ୍ବାୟର) ଛଅ ମାସ ତଳେ ବିବାହ କରିଥିବା ଜଣେ ବ୍ୟକ୍ତି ଘରୋଇ କଳହ ଯୋଗୁଁ ଜଗତସିଂହପୁର ଜିଲ୍ଲାରେ ତାର ସ୍ତ୍ରୀ, ଶାଶୁ, ଓ ଶ୍ଵଶୁରଙ୍କୁ ପେଟ୍ରୋଲ ଢାଳି ରବିବାର ହତ୍ୟା କରିଥିବା ବେଳେ ନିଜେ ମଧ୍ୟ ପୋଡି ହୋଇ ମରିଥିବା ପୋଲିସ କହିଛି ।

କୁଜଙ୍ଗ ବ୍ଲକ ଅନ୍ତର୍ଗତ ବନପାତ ଗ୍ରାମରେ ଘଟିଥିବା ଏହି ଘଟଣାରେ ପୋଲିସ ବ୍ୟବହୃତ ପାଞ୍ଚ ଲିଟର ବିଶିଷ୍ଟ ଏକ ପେଟ୍ରୋଲ ଜାର, ତାଲା ଓ ଚାବି ଜବତ କରିଥିବା ବେଳେ ଶବ ଗୁଡିକ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଭଦ୍ରକ ଜିଲ୍ଲାର ୩୫ ବର୍ଷ ବୟସ୍କ ହରେକୃଷ୍ଣ ମଲ୍ଲିକ ବନପାତର ନବଘନ ସାହୁଙ୍କ ଝିଅ ରୁବିନାଙ୍କୁ ବିବାହ କରିଥିଲା । ବିବାହପରେ ରୁବିନାଙ୍କୁ ଶାଶୁଘର ନିର୍ଯାତନା ଦେବା ସହ ଘରୁ ତଡିଦେଇଥିବାରୁ ରୁବିନା ନିଜ ବାପଘରେ ରହୁଥିବା ତାଙ୍କ ପରିବାରର ଲୋକ ମାନେ ଅଭିଯୋଗ କରିଛନ୍ତି ।

କୁମାର ପୂର୍ଣିମା ପାଇଁ ରୁବିନାଙ୍କୁ ନିଜ ଘରକୁ ଫେରାଇନେବାକୁ ହରେକୃଷ୍ଣ ଶନିବାର ଆସି ପହଞ୍ଚିଥିଲା । ତେବେ ସେଥିରେ ରୁବିନା ଏବଂ ତାଙ୍କ ପରିବାର ରାଜି ନହବାରୁ ପ୍ରତିଶୋଧ ପରାୟଣ ହୋଇ ହରେକୃଷ୍ଣ ଘରେ ନିଆ ଲଗାଇଦେଇଥିବା  ରୁବିନା ତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀରେ କହିଥିବା ପୋଲିସ କହିଛି ।

ସେ ଓ ତାଙ୍କ ମା ବିଳମ୍ବିତ ରାତିରେ ଶୋଇଥିବା ବେଳେ ଭିତର ପଟୁ କବାଟ ଦେଇ ହରେକୃଷ୍ଣ ନିଆଁ ଲଗାଇଥିବା ରୁବିନା କହିଛନ୍ତି । ତେବେ ନିଆ ଲଗାଇବାପରେ ହରେକୃଷ୍ଣ ଖସିପଳାଉଥିବା ବେଳେ ରୁବିନାଙ୍କ ବାପାଙ୍କ ହାତରେ ଧରାପଡିଥିଲା ।  ତେବେ ନିଆଁ ସେମାନଙ୍କ ଦେହକୁ ବ୍ୟାପିଥିଲା ଓ ଉଭୟେ ମଧ୍ୟ ସେହି ନିଆଁରେ ଜୀବନ୍ତ ଦଗ୍ଧ ହୋଇଥିଲେ।

ପଡୋଶୀ ରୁବିନାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କୁଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଏସସିବି ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କର ସୋମବାର ମୃତ୍ୟୁ ଘଟିଥିଲା।

ଏ ନେଇ ରୁବିନାଙ୍କ ବଡ ଭଉଣି କୁଜଙ୍ଗଥାନାରେ ଏଫଆଇଆର ଦାଏର କରିଥିବା କୁଜଙ୍ଗ ଥାନା ଅଧିକାରୀ ଦିଲିପି କୁମାର ସାହୁ ଲୋକାଲ ଓ୍ବାୟରକୁ ସୂଚନା ଦେଇ କହିଛନ୍ତି ।

ଲୋକାଲ ଓ୍ବାୟର

Filed Under: Odia Tagged With: ଅପରାଧ, ଓଡିଶା, ଜଗତସିଂପୁର, ଜଗତସିଂହପୁର, ଭଦ୍ରକ

ଗାନ୍ଧି ଜୟନ୍ତୀ : ଭଦ୍ରକରେ ଗାନ୍ଧିଙ୍କ ଆଗମନର ସ୍ମୃତି

October 2, 2018 By Pramod Ray Leave a Comment

ପ୍ରମୋଦ ରାୟ

ମିଳନୀ ସଂସ୍କୃତିର ପୀଠ ଭଦ୍ରକ ହିନ୍ଦୁ, ମୁସଲିମ ଭଳି ବିଭିନ୍ନ ସଂପ୍ରଦାୟ ଲୋକଙ୍କୁ ନିଜ କୋଳରେ କୋଳେଇ ନେଇ ଭାରତୀୟ ସ୍ୱାଧୀନତା ଇତିହାସରେ ବଳିଷ୍ଠ ଭୂମିକା ଗ୍ରହଣ କରିଛି । ଯାହାର ସ୍ମୃତି ଓ ସ୍ମାରକୀ ବହନ କରୁଛି ଐତିହାସିକ ଗାନ୍ଧି ପଡ଼ିଆ, ଚାରିବାଟିଆ, ଗାନ୍ଧି ଓଡ଼ିଶା ବାଳାଶ୍ରମ, ମହତାବ କୋଠି, ଭଦ୍ରକ ଲୁଣିଆଁ ଗୁଳିକାଣ୍ଡର ସହିଦ୍ ପୀଠ ଓ ଇରମ ସହିଦ୍ ସ୍ମୃତି ସ୍ତମ୍ଭ ।

ଭାରତର ସ୍ୱାଧୀନତା ଆନ୍ଦୋଳନର ଅହିଂସା ପୂଜାରୀ ଜାତିର ପିତା ମହାତ୍ମା ଗାନ୍ଧି ରାଜ୍ୟକୁ ଆସିବା ମଧ୍ୟରେ ଐତିହାସିକ ପୀଠ ଭଦ୍ରକକୁ କେବଳ ୩ଥର ଆସି ରହିଛନ୍ତି। ତେବେ ଏହି ସ୍ମୃତି ବହନ କରିଥିବା ବହୁ ପୀଠଗୁଡ଼ିକ ଆଜି ବି ଅବହେଳିତ ।

ଭାରତର ସ୍ୱାଧୀନତା ସଂଗ୍ରାମରେ ଭଦ୍ରକର ଅବାଦନ ଓ ଗାନ୍ଧିଜୀଙ୍କ ଆଗମନ ସଂପର୍କରେ ଯେଉଁ ତଥ୍ୟ ମିଳେ – ୧୯୨୧ ମସିହା ମାର୍ଚ୍ଚ ୨୪ ତାରିଖ ରାତିରେ ମହାତ୍ମା ଗାନ୍ଧି ପ୍ରଥମ ଥର ଲାଗି ଭଦ୍ରକରେ ପହଞ୍ଚି ୨୫ ତାରିଖର ନୂଆବଜାର ସାଳନ୍ଦୀ ନଦୀ କୂଳ ବଡ଼ପଡ଼ିଆ (ଯାହା ଆଜି ଗାନ୍ଧି ପଡ଼ିଆ ନାମରେ ଖ୍ୟାତ) ରେ ସହସ୍ର ଲୋକଙ୍କୁ ଉଦ୍ବୋଧନ ଦେଇଥିଲେ ।

ଇତିହାସ କହେ ଗାନ୍ଧିଜୀ ତାଙ୍କର୧୯୨୧ ଓଡ଼ିଶା ପରିଦର୍ଶନ ସମୟରେ ଭଦ୍ରକ ବ୍ଯତୀତ ଅନ୍ୟ କୌଣସି ସବ୍ଡ଼ିଭିଜନ ବା ସହରକୁ ଯାଇନଥିଲେ । ଦ୍ୱିତୀୟ ଥର ଲାଗି ସେ ୧୯୨୭ ମସିହା ଡ଼ିସେମ୍ବର ୧୬ ତାରିଖ ଭଦ୍ରକରେ ପହଞ୍ଚି ଜାତୀୟ ଆନ୍ଦୋଳନର କେନ୍ଦ୍ର ମହତାବ କୋଠୀରେ ରହି ଅସୁସ୍ଥତା ସତ୍ବେ ତତ୍କାଳୀନ ବାଲେଶ୍ୱର ଜିଲା ବୋର୍ଡ଼ ଚେୟାରମ୍ୟାନ ଡ଼. ହରେକୃଷ୍ଣ ମହତାବଙ୍କ ଦ୍ୱାରା ମୋଟର ଗାଡ଼ିରେ ଚାରିବାଟିଆରେ ପହଞ୍ଚି ୧୭ ତାରିଖ ପର୍ଯ୍ୟନ୍ତ ରହି ଓଡ଼ିଶାର ପଲ୍ଲୀ ଜୀବନ ସଂପର୍କିତ ତଥ୍ୟ ସଂଗ୍ରହ କରିଥିଲେ ।

ସେହିଭଳି ସେ ତୃତୀୟ ଥର ଲାଗି ୧୯୩୪ ମସିହା ମେ ମାସ ହରିଜନ ଆନ୍ଦୋଳନ ସଂପର୍କରେ ଓଡ଼ିଶା ଆସିବା ଅବସରରେ ସେହି ମାସ ୫ ରୁ ୭ ତାରିଖ ପର୍ଯ୍ୟନ୍ତ ୩ ଦିନ ଭଦ୍ରକରେ ରହିଥିଲେ । ଏହି ଅବସରରେ ଗୁଜୁରାଟ ନିବାସୀ ତାଙ୍କର ପଟ୍ଟଶିଷ୍ୟ ବିଶିଷ୍ଟ ସମାଜସେବୀ ଜୀବରାମ କଲ୍ୟାଣଜୀଙ୍କ ଦ୍ୱାରା ଭଦ୍ରକର ଗରଦପୁରରେ ପ୍ରତିଷ୍ଠିତ ଗାନ୍ଧି ଓଡ଼ିଶା ବାଳାଶ୍ରମ ପରିଦର୍ଶନ କରି ରହିଥିଲେ ।

ଏହି ରହଣି ସମୟରେ ସେ ୭ ତାରିଖରେ ମଧ୍ୟ ମହତାବ କୋଠୀରେ ରହି ଭଦ୍ରକର ବହୁ ସ୍ୱାଧୀନତା ସଂଗ୍ରାମୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।

କିନ୍ତୁ ଦୁଃଖର ବିଷୟ ଆଜି ଗାନ୍ଧିଜୀଙ୍କ ଉପରୋକ୍ତ ତିନି ତିନି ଥର ଭଦ୍ରକ ଗ୍ରସ୍ତର ପ୍ରତିକ୍ରିୟା ସ୍ୱରୂପ ୧୯୪୨ ଭାରତଛାଡ଼ ଆନ୍ଦୋଳନରେ ଓଡ଼ିଶାର ପ୍ରଥମ ସହିଦ୍ ପୀଠର ଗୁରୁତ୍ୱ ବହନ କରିଥିବା ସେପ୍ଟେମ୍ବର ୨୨ ଲୁଣିଆଁ ଗୁଳିକାଣ୍ଡ ପୀଠ, ଦ୍ଵିତୀୟ ଜାଲିୱାନାବାଗ୍ର ସ୍ମୃତି ବହନ କରିଥିବା ସେହି ମାସ ୨୮ ତାରିଖର ଇରମ ଗୁଳିକାଣ୍ଡ ଏବେ ସ୍ୱାଧୀନତା ଆନ୍ଦୋଳନରେ ଭଦ୍ରକ ମାଟିର ଗାଥା ଗାଉଥିବା ବେଳେ ଗାନ୍ଧିଜୀଙ୍କୁ ମନେ ପକାଇବା ପାଇଁ ବିଶେଷ ଉଦ୍ୟମ ହୋଇନାହିଁ।

ଐତିହାସିକ ସେହି ଗାନ୍ଧିପଡ଼ିଆ ବର୍ଷ ସାରା କାଦୁଅ-ପଙ୍କରେ ବୁଡ଼ି ରହୁଥିବା ବେଳେ କିଛି ଗାନ୍ଧିପ୍ରେମୀଙ୍କ ଦ୍ୱାରା ସେଠାରେ ପ୍ରତିଷ୍ଠିତ ଗାନ୍ଧିଙ୍କ ଆବକ୍ଷ ପ୍ରତିମୂର୍ତ୍ତି ଆଜିବି ଗାନ୍ଧି ଜୟନ୍ତୀର ଗୋଟିଏ ଦିନ ପୂର୍ବରୁ ରଙ୍ଗଛଡ଼ା ହୋଇ ଅବହେଳିତ ଅବସ୍ଥାରେ ପଡ଼ି ରହିଛି ।

ଗାନ୍ଧି ଜୟନ୍ତୀରେ ପ୍ରଶାସନ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପାଇଁ ଯିବା ବେଳେ ପାଦରେ କାଦୁଅ ଲାଗିବା ଭୟରେ ଅନେକ ସମୟରେ କେତେକ ଠିକାଦାରଙ୍କ ଦ୍ୱାରା ନାମକୁ ମାତ୍ର ଯେଉଁ ରାସ୍ତା ନିର୍ମାଣ ହୁଏ ।

ପାଖରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଟିଏ ରହିଥିବା ବେଳେ ଅନେକ ସମୟରେ ଉକ୍ତ ଅନୁଷ୍ଠାନରେ ଶିକ୍ଷକମାନେ ପିଲାଙ୍କ ଦ୍ୱାରା ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ ଧୋଇବା ସହ ପାରିପାର୍ଶିକ ପରିବେଶର ସଫେଇ କରିଥାନ୍ତି ।

ପୂର୍ବାଶା, ସମରାଇପୁର, ଭଦ୍ରକ,

ବିଦ୍ର: ପ୍ରକାଶିତ ଲେଖାରେ ପ୍ରଦତ୍ତ ମତ ଲେଖକଙ୍କ ନିଜସ୍ଵ।     

Filed Under: Odia, Opinion Tagged With: ଓଡିଶା, ଭଦ୍ରକ

ବେଆଇନ ଗୋ ଚାଲାଣକୁ ନେଇ ଗାଡ଼ି ଭଙ୍ଗାରୁଜା, ଜଳାପୋଡା

September 30, 2018 By Pramod Ray Leave a Comment

ପ୍ରମୋଦ ରାୟ

ଭଦ୍ରକ, ସେପ୍ଟେମ୍ବର ୩୦ (ଲୋକାଲ ୱାୟର) ଭଦ୍ରକ ଧାମନଗର ବ୍ଲକର ଅସୁରାଳି ଠାରେ ଉତ୍ୟକ୍ତ ଲୋକେ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ସାତୋଟି ଗୋରୁ ଗାଡ଼ିକୁ ରବିବାର ଅଟକାଇ ଭାଙ୍ଗିରୁଜି ଦେଇଥିବା ବେଳେ ଗୋଟିଏ ଗାଡ଼ିକୁ ଜାଳି ଦେଇଥିବା ପୋଲିସ କହିଛି ।

ଉତ୍ୟକ୍ତ ଲୋକେ ଭଦ୍ରକ-ଆଖଣ୍ଡଳମଣୀ ରାଜ୍ୟ ରାଜପଥରେ ବେଆଇନ ଗୋ ଚାଲାଣକୁ ବନ୍ଦ କରିବା ଦାବି ନେଇ ରାସ୍ତାରୋକ ମଧ୍ୟ କରିଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟଯେ ଗତ ଗୁରୁବାର ଦିନ ଚୋରାରେ ବାହାରକୁ ଏକ ପିକ୍ଅପରେ ୬ଟି ଷଣ୍ଢକୁ ଚାଲାଣ କରାଯାଉଥିବା ବେଳେ ଅସୁରାଳି ଠାରେ ସ୍ଥାନୀୟ ଲୋକେ ଏହାକୁ ଧରି ଧୂଷୁରୀ ପୋଲିସର ଜିମା ଦେଇଥିଲେ । ଏହାକୁ ନେଇ ସେଠାରେ ଚାପା ଅସନ୍ତୋଷ ଲାଗି ରହିଥିବା ବେଳେ ରବିବାର ସାତୋଟି ପିକଅପ ଭ୍ୟାନରେ ଗୋରୁ ଚାଲାଣ ହେଉଥିବା ଖବର ପାଇ ଭଦ୍ରକ-ଆରଡ଼ି ମୁଖ୍ୟ ରାସ୍ତାର ଅସୁରାଳି ବଜାର ଉପରେ କିଛି ଲୋକ ଏହାକୁ ଅଟକ ରଖିଥଲେ ।

ଗୋଟିଏ ପିକଅପ ଭ୍ୟାନରେ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ୩୦ରୁ ୩୫ ଟି ଗୋରୁଙ୍କୁ ତଳ ଉପର କରି ଝୁଲାଇ ବାନ୍ଧି ନିଆଯାଉଥିବା ବେଳେ ଉତ୍ୟକ୍ତ ଲୋକେ ଗାଡ଼ି ମଧ୍ୟରୁ ଏମାନଙ୍କୁ ଉଦ୍ଧାର କରି ଛାଡ଼ି ଦେଇଥିଲେ

ଗାଡ଼ିକୁ ଲୋକେ ଅଟକାଇ ଦେବାରୁ ଡ଼୍ରାଇଭର ଓ ତାର ସହଯୋଗୀ ମାନେ ଘଟଣା ସ୍ଥଳରୁ ଖସି ଯାଇଥିଲେ । ଚାଲାଣ ବେଳେ ଉଦ୍ଧାର ଗାଈ ଗୋରୁ ମଧ୍ୟରୁ ଦୁଇଟିର ମୃତ୍ୟୁ ଘଟିଥିବା ଦେଖବାକୁ ମିଳିଥିଲା । ଗୋ ଚାଲାଣ ହେଉଥିବା ସାତୋଟି ପିକଅପ ଭ୍ୟାନକୁ ବଜାର ମଝିରେ ଲୋକେ ଭଙ୍ଗାରୁଜା କରିଥିଲେ । ଏଥି ମଧ୍ୟରୁ ଗୋଟିଏ ଗାଡ଼ିକୁ ଜାଳି ଦେଇଥିଲେ ।

ଧାମନଗରରୁ ଦମକଳ ଆସି ନିଆଁକୁ ଲିଭାଇଥିଲା । ଧୂଷୁରୀ ପୋଲିସ ଘଟଣା ସ୍ଥଳରେ ପହଂଚିଥିଲେ ମଧ୍ୟ ଉତ୍ୟକ୍ତ ଲୋକଙ୍କ କବଳରୁ ଗାଡ଼ିକୁ ରକ୍ଷା କରିପାରିନଥିଲା । ଖବର ଜଣା ପଡ଼ିବା ପରେ ଅସୁରାଳି ବଜାର ଅଂଚଳ ଲୋକାରଣ୍ୟ ହୋଇ ଯାଇଥିଲା ।

ପୋଲିସର ନିଷ୍କ୍ରିୟିତା ଯୋଗୁଁ ବେଆଇନ ଗୋ ଚାଲାଣ ବୃଦ୍ଧି ପାଉଥିବା ଅଭିଯୋଗ କରି ଶହଶହ ଲୋକ ଏଠାରେ ରାସ୍ତା ଉପରେ ବସି ରହି ଭଦ୍ରକ-ଆରଡ଼ି ସଡ଼କକୁ ଅବରୋଧ କରି ଦେଇଥିଲେ । ସ୍ଥିତି କ୍ରମଶଃ ବିଗୁଡ଼ୁଥିବାରୁ ଘଟଣା ସ୍ଥଳରେ ୨ ପ୍ଳାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

ସ୍ଥାନୀୟ ପୋଲିସ ଏବଂ ପ୍ରଶାସନର କର୍ମକର୍ତ୍ତା ଘଟଣା ସ୍ଥଳରେ ଉପସ୍ଥିତ ରହି ମୁର୍ମୁଷ ଅବସ୍ଥାରେ ଉଦ୍ଧାର ହୋଇ ପଡ଼ି ରହିଥିବା ଗୋରୁ ମାନଙ୍କର ଚିକିତ୍ସା ସ୍ଥାନୀୟ ଲୋକଙ୍କ ସହାୟତାରେ କରାଇଥିଲେ । ଦୀର୍ଘ ସମୟର ଉତ୍ତେଜନା ଏବଂ ରାସ୍ତା ଅବରୋଧ ହେତୁ ଗାଡ଼ି ଚଳାଚଳ ବନ୍ଦ ହୋଇ ଯାଇଥିଲା ।

ସ୍ଥାନୀୟ ବଣିକ ସଂଘର କର୍ମକର୍ତ୍ତା, ଜନ ପ୍ରତିନିଧିଙ୍କ ଉପସ୍ଥିତିରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ମାନେ ଉତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରି ବେଆଇନ ଗୋ ଚାଲାଣକୁ ବନ୍ଦ କରିବା ଦିଗରେ ଦୃଢ ପଦକ୍ଷେପ ନେବାର ପ୍ରତିଶୃତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ।

ଲୋକାଲ ୱାୟର

Filed Under: Odia Tagged With: ଓଡିଶା, ଗୋ ଚାଲାଣ, ଭଦ୍ରକ

ସାମ୍ବାଦିକଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ବିକ୍ଷୋଭ

September 30, 2018 By Pramod Ray Leave a Comment

ପ୍ରମୋଦ ରାୟ

ଭଦ୍ରକ,୩୦ ସେପ୍ଟେମ୍ବର (ଲୋକାଲ ୱାୟର) ନିକଟରେ କେତେକ ସ୍ଥାନରେ ସାମ୍ବାଦିକ ମାନଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରତିବାଦରେ ଭଦ୍ରକରେ ଶନିବାର ଗଣମାଧ୍ୟମର ପ୍ରତିନିଧି ମାନେ ଜିଲାପାଳଙ୍କ ପୁରୁଣା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ସେମାନେ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ଯାଇ ଉଭୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଦାବି ପ୍ରଦାନ କରିଛନ୍ତି।

ନିକଟରେ ବାଲେଶ୍ୱର ଜିଲାର ବାଲିଆପାଳ ଅଂଚଳର ଜଣେସାମ୍ବାଦିକଙ୍କୁ କେତେକ ଦୁର୍ବୁତ୍ତଙ୍କ ଦ୍ଵାରା ମରଣାନ୍ତକ ଆକ୍ରମଣ,ସୋରରେ ବିଧାୟକଙ୍କ ସମର୍ଥିତ କର୍ମୀଙ୍କ ଦ୍ୱାରା ଅନ୍ୟ ଜଣେ ସାମ୍ବାଦିକଙ୍କୁ ଛୁରାମାଡ ଓଶୁକ୍ରବାର ରାତିରେ ପୁରୀରେ ଏକ ପେଟ୍ରୋଲପମ୍ପ ଭଂଗାରୁଜା ଘଟଣାବେଳେ ପୁଲିସ କେତେକ ସାମ୍ବାଦିକଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ସେମାନେ ଅଭିଯୋଗ କରିଛନ୍ତି।

ଲୋକାଲ ୱାୟର

Filed Under: Odia Tagged With: ଓଡିଶା, ଭଦ୍ରକ

ମହିଳାଙ୍କ ପ୍ରତି ‘ଅଶାଳୀନ’ ମନ୍ତବ୍ୟ ବିରୋଧରେ ବିକ୍ଷୋଭ

September 28, 2018 By Pramod Ray Leave a Comment

ପ୍ରମୋଦ ରାୟ

ଭଦ୍ରକ, 28 ସେପ୍ଟେମ୍ବର (ଲୋକାଲ ଓ୍ବାୟର) କୃଷିମନ୍ତ୍ରୀ ପ୍ରଦୀପ ମହାରଥି ମହିଳା ମାନଙ୍କ ବାବଦରେ ନିକଟରେ ଦେଇଥିବା ମନ୍ତବ୍ୟକୁ ଅଶାଳୀନ ଦର୍ଶାଇ ଭଦ୍ରକ ଜିଳ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସହରରେ ଏକ ପ୍ରତିବାଦ ଶୋଭାଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଛି ।

ମହିଳା ମୋର୍ଚ୍ଚାର ଜିଲ୍ଲା ସଭାନେତ୍ରୀ ମନସ୍ମିତା ଖୁ୍ଣ୍ଟିଆଙ୍କ ନେତୃତ୍ବରେ ବାହାରିଥିବା ଶତାଧିକ ମହିଳାଙ୍କ ଏହି ଶୋଭାଯାତ୍ରା ବିଜେପି ଜିଲ୍ଲା କାର୍ଯ୍ୟାଳୟରୁ ବାହାରି ଭଦ୍ରକ ବ୍ଲକ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲ।

ସେଥିରେ ଭାଗ ନେଇଥିବା ମହିଳା ମାନେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବା ସହିତ ସରକାରୀ ବିରୋଧୀ ସ୍ଲୋଗାନ ମାନ ଦେଇଥିଲେ।

(ଲୋକାଲ ଓ୍ବାୟର)

Filed Under: Odia Tagged With: ଓଡିଶା, ଭଦ୍ରକ

ନିଆଁରେ ପୋଡି ଛାତ୍ରୀ ମୃତ

September 28, 2018 By Pramod Ray Leave a Comment

ପ୍ରମୋଦ ରାୟ

ଭଦ୍ରକ, ସେପ୍ଟେମ୍ବର ୨୮ (ଲୋକାଲ ୱାୟର)  ଭଦ୍ରକ ବ୍ଲକ ସାତଭଉଣୀ ହାଇସ୍କୁଲର ନବମ ଶ୍ରେଣୀର ଛାତ୍ରୀ ପୂଜାରାଣୀ ଜେନାଙ୍କ ଗୁରୁବାର ନିଆଁରେ ପୋଡିହୋଇ ମୃତ୍ୟୁ ହୋଇଛି |

ବାପାଙ୍କ ପାଇଁ ଚା ତିଆରି କରୁଥିବା ସମୟରେ ଅସାବଧାନତା ଯୋଗୁ ତାଙ୍କ ପୋଷାକରେ ନିଆଁ ଲାଗି ଯାଇଥିଲା | ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲକୁ ଅଣା ଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ |

ଲୋକାଲ ୱାୟର

Filed Under: Odia Tagged With: ଓଡିଶା, ଭଦ୍ରକ

ମୋବାଇଲ ଟାୱାର ବ୍ୟାଟେରୀ ଚୋରି ଅଭିଯୋଗରେ ଜଣେ ଗିରଫ 

September 27, 2018 By Pramod Ray Leave a Comment

ପ୍ରମୋଦ ରାୟ

ଭଦ୍ରକ, ସେପ୍ଟେମ୍ବର ୨୭(ଲୋକାଲ ୱାୟର) ମୋବାଇଲ ଟାୱାର ବ୍ୟାଟେରୀ ଚୋରୀ କରିବା ଅଭିଯୋଗରେ  ଜଣେ କାର ମାଲିକକୁ ଯାଜପୁର ପୋଲିସ ଭଦ୍ରକ ଥାନା ସହାୟତାରେ ଗିରଫ କରିଥିବା ଗୁରୁବାର କହିଛି।

ଯାଜପୁର ଜିଲ୍ଲାର ବିଞ୍ଝାରପୁର ଅଞ୍ଚଳରେ ମୋବାଇଲ ଟାୱାର ବ୍ୟାଟେରୀ ଚୋରି ହେବା ନେଇ ସ୍ଥାନୀୟ  ଥାନାରେ ଅଭିଯୋଗ ହୋଇଥିଲା ।

ଅନୁସନ୍ଧାନ ବେଳେ ଏହି ଚୋରିରେ ଏକ କାର ବ୍ୟବହୃତ ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା ।

ଉକ୍ତ କାର ନମ୍ବରକୁ ଆଧାର କରି ପୁଲିସ ଏହାର ମାଲିକକୁ  ଭଦ୍ରକ ଜିଲ୍ଲାର ବନ୍ତ ଅଞ୍ଚଳରେ ଠାବ କରି ବୁଧବାର ଗିରଫ କରିବା ସହ ଗାଡିକୁ ଜବତ କରିଛି।

ଲୋକାଲ ୱାୟର

Filed Under: Odia Tagged With: ଓଡିଶା, ଭଦ୍ରକ, ଯାଜପୁର

ଭଦ୍ରକରେ ଗୋରୁ ବୋଝେଇ ଗାଡି ଜବତ,ଚାଳକ ଗିରଫ

September 27, 2018 By Pramod Ray Leave a Comment

ପ୍ରମୋଦ ରାୟ

ଭଦ୍ରକ, ସେପ୍ଟେମ୍ବର ୨୭(ଲୋକାଲ ୱାୟର) ଭଦ୍ରକ ଜାତୀୟ ରାଜପଥର ଗେଲପୁର ଛକ ନିକଟରେ ଦୁଇଟି ଗୋରୁ ବୋଝେଇ ପିକ୍ଅପ୍ ଗାଡି ଜବତ କରିବା ସହ ଗାଡିର ଚାଳକକୁ ଗିରଫ କରିଥିବା ପୋଲିସ ଗୁରୁବାର କହିଛି।

ଗାଡିରେ ପ୍ରାୟ ୨୫ରୁ ବେଶୀ ଗାଈ ଗୋରୁ ଥିଲେ ଓ ସେମାନକୁ ବେଆଇନ ଭାବେ ଯାଜପୁରରୁ ବାଲେଶ୍ଵର ନିଆ ଯାଉଥିଲା। ସ୍ଥାନୀୟ ଲୋକେ ଗାଡିକୁ  ଅଟକାଇ ପୋଲିସର ଜିମା ଦେଇଥିଲେ।

ଲୋକାଲ ୱାୟର

Filed Under: Odia Tagged With: ଓଡିଶା, ବାଲେଶ୍ଵର, ଭଦ୍ରକ, ଯାଜପୁର

ସରକାରୀ ଚାଉଳ ହେରଫେର ଘଟଣାରେ ୨ ଅଧିକାରୀ ନିଲମ୍ବିତ

March 30, 2018 By LocalWire Leave a Comment

ଭଦ୍ରକ, ଡିସେମ୍ବର ୩୦(ଲୋକାଲ ୱାୟର) ଭଦ୍ରକ ଜିଲ୍ଲା ଜିଲ୍ଲା ଚରମ୍ପା ଓ ବାସୁଦେବପୁର ବ୍ଲକ ବ୍ରାହ୍ମଣୀ ଗାଁଠାରେ ଥିବା ଏକ ସରକାରୀ ଗୋଦାମରୁ ଚାଉଳ ହେରଫେର ଘଟଣାରେ ଦୁଇ ଜଣ ଅଧିକାରୀଙ୍କୁ ଯୋଗାଣ ବିଭାଗ ପରିଚାଳନା ନିର୍ଦ୍ଦେଶକ ନିଲମ୍ବିତ କରିଛନ୍ତି ।

ଦୁଇ ନିଲମ୍ବିତ ଅଧିକାରୀ ହେଲେ, ଚରମ୍ପା ଆରଆରସିର ପ୍ରକ୍ୟୁରମେଣ୍ଟ ଇନ୍ସପେକ୍ଟର ସ୍ୱପ୍ନା ସୋରେନ ଓ ବ୍ରାହ୍ମଣୀ ଗାଁ ଗୋଦାମର ବରେନ୍ଦ୍ର କୁମାର ରାଉତ୍ ।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଭଦ୍ରକ ତହସିଲଦାର ଓ ଯୋଗାଣ ବିଭାଗର ଅଧିକାରୀମାନେ ଚରମ୍ପା ସରକାରୀ ଗୋଦାମରେ ଗତ ୧୦ତାରିଖରେ ଚଢ଼ଉ କରିଥିଲେ ।

ଗୋଦାମରେ ୪ଶହ ବ୍ୟାଗ ଚାଉଳ କମ୍ ଥିବା ଚଢ଼ାଉ ବେଳେ ଜଣାପଡ଼ିଥିଲା । ୧୧ତାରିଖରେ ବାସୁଦେବପୁର ଗୋଦାମରେ ଚଢ଼ାଉ ବେଳେ ପ୍ରାୟ ୧ହଜାର ବସ୍ତା ଚାଉଳ କମ୍ ଥିବା ଜଣାପଡ଼ିଥିଲା । ଯାହାର ଆନୁମାନିକ ମୂଲ୍ୟ ୨୦ଲକ୍ଷ ଟଙ୍କା ହେବ ।

ଏହାର ତଦନ୍ତ ରିପୋର୍ଟ ଜିଲ୍ଲାପାଳ ପାଇବା ପରେ ରାଜ୍ୟ ଯୋଗାଣ ନିଗମକୁ ଅବଗତ କରାଇଥିଲେ । ଏହାପରେ ଦୁଇ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ।

ଲୋକାଲ ୱାୟର

Filed Under: Happenings, Odia Tagged With: Happenings, ଓଡିଶା, ଭଦ୍ରକ

  • « Go to Previous Page
  • Go to page 1
  • Interim pages omitted …
  • Go to page 63
  • Go to page 64
  • Go to page 65

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire