• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

ଭୁବନେଶ୍ବର

ଲଘୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ଅଧିକ ପ୍ରୋତ୍ସାହନ ଆବଶ୍ୟକ, ଭୋକାଲ ଫର ଲୋକାଲ ୱେବିନାରରେ ମତ

December 28, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୨୮ (ଲୋକାଲ ୱାୟାର) : କୋଭିଡ୍ ପରବର୍ତ୍ତୀ ପରିସ୍ଥିତିରୁ ବାହାରକୁ ଆସି ବ୍ୟବସାୟକୁ ସ୍ଵାଭାବିକ କରିବାକୁ ହେଲେ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମାନଙ୍କୁ ଅଧିକ ସରକାରୀ ପ୍ରୋତ୍ସାହନର ଆବଶ୍ୟକତା ରହିଛି ବୋଲି ଆୟୋଜିତ ‘ଭୋକାଲ ଫର ଲୋକାଲ’ ଶୀର୍ଷକ ୱେବିନାରରେ ବିଶିଷ୍ଟ ବ୍ୟକ୍ତି ମାନେ ଭାଗନେଇ କହିଛନ୍ତି।

କୋଭିଡ୍ ୧୯ ପରବର୍ତ୍ତୀ ଅବସ୍ଥାରେ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ସମସ୍ଯା ଓ ପ୍ରତିକାର ଉପରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଚାଟାର୍ଡ ଆକାଉଣ୍ଟଟେଣ୍ଟ ଏ. କେ. ସାବତ, ବିଶିଷ୍ଟ ଶିକ୍ଷାବିତ ସୁଜିତ କୁମାର ପୃଷେଠ୍‌, ଓଡିଶା ଲଘୁ ଉଦ୍ଯୋଗ ସଂଘ ସଭାପତି ସ୍ମରଜିତ ମହାନ୍ତି, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପସଂଘ ଉପସଭାପତି ନିମାଇଁ ଚରଣ ଦାସ ପ୍ରମୁଖ ଯୋଗ ଦେଇଥିଲେ।

ଓଡିଶା ଲୋକାଲ ଆପ ଜରିଆରେ ସ୍ଥାନୀୟ ଅଞ୍ଚଳର ଖବର ପରିବେଷଣ କରିବା ଓ ସ୍ଥାନୀୟ ଉତ୍ପାଦର ପ୍ରଚାର ପ୍ରସାର କରିବା ଏହି ଆପ୍ ର ଉଦ୍ଦେଶ୍ୟ ବୋଲି ବରିଷ୍ଠ ସାମ୍ବାଦିକ ଓ ଏହାର ପ୍ରତିଷ୍ଠାତା ଯତୀନ୍ଦ୍ର ଦାଶ କହିଥିଲେ।

ବରିଷ୍ଠ ସାମ୍ବାଦିକ ସଞ୍ଜୟ ଦାସ ସ୍ୱାଗତ ଭାଷଣ ଦେଇ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।

ଶିଳ୍ପଦ୍ୟୋଗୀଙ୍କ ପାଇଁ ଲିଜ୍ ହୋଲଡକୁ ଫ୍ରି ହୋଲଡରେ ପରିବର୍ତ୍ତନ, ସାମାଜିକ ସୁରକ୍ଷା, ବ୍ୟାଙ୍କ ଲୋନ ଇତ୍ୟାଦି ବିଷୟ ଉପରେ ମଧ୍ୟ ଆଲୋଚନା ହୋଇଥିଲା ।

ପରିଶେଷରେ ସ୍ନେହା ସନ୍ତୁକା ଧନ୍ୟବାଦ ଅର୍ପଣ କରିଥିଲେ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଚନ୍ଦ୍ରଶେଖରପୁର, ଭୁବନେଶ୍ବର, ଭୁବନେଶ୍ୱର

ସୁଟିଂ ସେଟରେ ଜନ୍ମଦିନ ପାଳିଲେ, ଫିଲ୍ମର ଟ୍ରେଲର୍ ରିଲିଜ୍ କଲେ ଦୀପକ

December 20, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୨୦(ଲୋକାଲ ୱାୟାର): ଶନିବାର ଓଡ଼ିଆ ହିରୋ ଦୀପକ କୁମାରଙ୍କ ଜନ୍ମଦିନ ଥିଲା ।

ସେ ଜନ୍ମଦିନକୁ ନିଜ ନୂଆ ଫିଲ୍ମ ‘ଏଇ ବୋଧେ ଭଲ ପାଇବା’ର ଟିମ୍ ସହ ପାଳନ କରିଛନ୍ତି । ସୁଟିଂ ସେଟରେ କେକ୍ କାଟି ଉତ୍ସବ ମନାଇଛନ୍ତି ।

ଦୀପକଙ୍କ ଏହି ଜନ୍ମଦିନକୁ ମନଭରି ଉପଭୋଗ କରିଥିଲା ପୂରା ଟିମ୍ । ଏଥିରେ ଫିଲ୍ମର ପ୍ରଯୋଜକ ଆଲେକଜାଣ୍ଡର ଦାସ, ସିଦ୍ଧାର୍ଥ ପାତ୍ର, ନିଦେ୍ର୍ଦଶକ ସୁଧାକର ବସନ୍ତ, ଅଭିନେତ୍ରୀ ଅନୁଭା ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

ଦୀପକ କେକ୍ କାଟି ସମସ୍ତଙ୍କୁ ଖୁଆଇଥିଲେ ଆଉ ଅନ୍ୟ ସଦସ୍ୟମାନେ କେକର କ୍ରିିମକୁ ଦୀପକଙ୍କ ମୁହଁରେ ବୋଳିଦେଇଥିଲେ ।

ଏହି ଖୁସିକୁ ଦ୍ୱିଗୁଣ କରିବା ପାଇଁ ଦୀପକ ନିଜ ହୋମ୍ ପ୍ରଡକ୍ସନ୍ ବ୍ୟାନରରେ ପ୍ରଥମ କରି ନିର୍ମାଣ କରିଥିବା ଫିଲ୍ମ ‘ପଲ୍ ପଲ୍ ତତେ ଚାହେଁ’ର ଟ୍ରେଲର୍ ରିଲିଜ୍ କରିଛନ୍ତି ।

ହଲ୍ ଖୋଲିଲେ ସିନେମାଟି ରିଲିଜ୍ ହେବ ବୋଲି ଦୀପକ କହିଛନ୍ତି । ଏହି ସିନେମାର ପ୍ରଯୋଜନା ଭାର ସମ୍ଭାଳିବା ସାଙ୍ଗକୁ ନାୟକ ଭୂମିକାରେ ଦୀପକ ଅଭିନୟ କରିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଭୁବନେଶ୍ବର, ମନୋରଞ୍ଜନ

ବଲିଉଡର ଓଡ଼ିଆ ଦମ୍ପତ୍ତି

December 20, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୨୦(ଲୋକାଲ ୱାୟାର): ହାସ୍ୟ ଅଭିନେତା ବିଶ୍ୱ କଲ୍ୟାଣ ରଥ ଓ ଓଡ଼ିଶାର ଝିଅ ତଥା ବଲିଉଡ ନାୟିକା ସୁଲଗ୍ନା ପାଣିଗ୍ରାହୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ଉଭୟେ ଓଡ଼ିଶାରେ ଜନ୍ମ ହୋଇଥିଲେ ହେଁ ବଲିଉଡରେ କାମ କରୁଛନ୍ତି । ନିଜ କଳାକୁ ନେଇ ପ୍ରତିଷ୍ଠା ଅର୍ଜନ କରିଛନ୍ତି ।

ଗତ ୯ତାରିଖରେ ଦୁହିଁଙ୍କ ବିବାହ ହୋଇଥିଲାବେଳେ ଆଜି ସେମାନଙ୍କ ବାହାଘରର ବିଭିନ୍ନ ପୋଜର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଏହାପରେ ଘଟଣା ପଦାକୁ ଆସିଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଭୁବନେଶ୍ବର

ପର୍ଯ୍ୟଟନ ଭର୍ଚୁଆଲ୍ ରୋଡ୍ ଶୋ’ରେ ‘ଓଡ଼ିଶା ବାଏ ରୋଡ୍’ କୁ ଗୁରୁତ୍ୱ

December 20, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୨୦(ଲୋକାଲ ୱାୟାର): କୋଭିଡ୍-୧୯ କଟକଣା ଲାଗି ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ଭର୍ଚୁଆଲ୍ ମାଧ୍ୟମରେ ରୋଡ୍ ଶୋ’ କରାଯାଉଛି ।

ଶନିବାର ଏକ ରୋଡ୍ ସୋ’ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜାମସେଦପୁର, ରାଞ୍ଚି, ବୋକାରୋ(ଝାଡ଼ଖଣ୍ଡ) ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ଫିକି ଦ୍ୱାରା ଆୟୋଜିତ ଏହି ଭର୍ଚୁଆଲ୍ ରୋଡ୍ ଶୋ’ରେ ଯୋଗ ଦେଇ ଝାଡ଼ଖଣ୍ଡ ଏବଂ ଓଡ଼ିଶାର ହୋଟେଲ, ଟ୍ରାଭେଲ୍ସ ଓ ଟୁର୍ ଅପରେଟର୍ସଙ୍କ ସହ ଓଡ଼ିଶାକୁ ରୋଡ୍ ମାଧ୍ୟମରେ କେମିତି ଅଧିକରୁ ଅଧିକ ପର୍ଯ୍ୟଟକ ଆସିବେ ସେ ବିଷୟରେ ବିଭାଗୀୟ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଆଲୋଚନା କରିଥିଲେ ।

ଏଥିରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ ଯୋଗଦେଇ ‘ଓଡ଼ିଶା ବାଏ ରୋଡ୍’ ଅଭିଯାନକୁ ଗୁରୁତ୍ୱ ଦେଇଥିଲେ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଭୁବନେଶ୍ବର

ରିଅଲ୍ ହିରୋ ସବ୍ୟସାଚୀ କହିଲେ, ସାମର୍ଥ୍ୟ ଅନୁସାରେ କାମ କର

December 19, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୧୯(ଲୋକାଲ ୱାୟାର): ଲକଡାଉନରେ ରିଲରୁ ରିଅଲ୍ ହିରୋ ପାଲଟିଯାଇଥିବା ସବ୍ୟସାଚୀ ମିଶ୍ର ଓଡ଼ିଶା ଭିତରେ ଯେତିକି ଓଡ଼ିଶା ବାହାରେ ଆହୁରି ବେଶି ପରିଚିତ ହୋଇଯାଇଛନ୍ତି ।

ପୂର୍ବରୁ ଏମିତି ଜଣେ ନାୟକ ଭାବେ ତେଲୁଗୁ, ତାମିଲ, ମାଲାୟାଲମ୍ ଓ ବଙ୍ଗଳାରେ ତାଙ୍କୁ ସମସ୍ତେ ଜାଣିଥିଲେ କିନ୍ତୁ ତାଙ୍କ ଉଦାର ହୃଦୟ ଏ କ୍ଷେତ୍ରକୁ ଆଉ ଟିକେ ପ୍ରଶସ୍ତ ଏବଂ ବିଶାଳ କରିଦେଲା ।

ଯେଉଁଥିପାଇଁ ତାଙ୍କ ସହାୟତାର ହାତ ଦେଶର ପୂର୍ବରୁ ଦକ୍ଷିଣ ଏବଂ ପଶ୍ଚିମରୁ ଉତ୍ତର ପର୍ଯ୍ୟନ୍ତ ଲମ୍ବିପାରିଲା ।

ଆଜି ପିଲାଠୁ ବୁଢ଼ା ସମସ୍ତଙ୍କ ହୃଦୟରେ ସେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି, ଯାହା ସବୁଦିନ ପାଇଁ ରହିଗଲା ।

ସେହି ଷ୍ଟାର୍ ଏବେ ଯେତେବେଳେ କିଛି ନା’ କିଛି କହୁଛନ୍ତି ତାହା ଭାଇରାଲ୍ ହେଉନାହିଁ ବରଂ ଅନେକଙ୍କ ଜୀବନ ଧାରାକୁ ବଦଳାଇଦେଉଛି ।

ସୋସିଆଲ୍ ମିଡିଆରେ ସେମିତି କିଛି ପୋଷ୍ଟ କରି ଆହ୍ୱାନ ଦେଇଛନ୍ତି ଅଭିନେତା ସବ୍ୟସାଚୀ ।

ସେ ଲେଖିଛନ୍ତି, ‘ଆଖି ଆଗରେ ଯେତେବେଳେ କିଛି ସମସ୍ୟା ଦେଖାଯାଏ, ସେହି ଅନୁସାରେ, ସେହି ଜାଗାରେ, ନିଜ ସାମର୍ଥ୍ୟ ଅନୁସାରେ କାମ କରିବା ଦରକାର’ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଭୁବନେଶ୍ବର

ଭୁବନେଶ୍ୱରରେ ଆଜି ୨୯ କରୋନା ଆକ୍ରାନ୍ତ, ସୁସ୍ଥ ହେଲେ ଆଉ ୨୪

December 18, 2020 By LocalWire Leave a Comment

ଭୁବନେଶ୍ୱର,ଡିସେମ୍ବର ୧୮(ଲୋକାଲ ୱାୟାର): ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ପୁଣି ୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୨୪ ଜଣ ସୁସ୍ଥ ହୋଇଥିବା ବିଏମସି କହିଛି ।

ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତମାନଙ୍କ ମଧ୍ୟରୁ ୧୪ ଜଣ କ୍ୱାରେଣ୍ଟାଇନରେ ଅଛନ୍ତି ଏବଂ ୧୫ ଜଣ ସ୍ଥାନୀୟ ସଂକ୍ରମିତ ।

ଏ ପର୍ଯ୍ୟନ୍ତ ରାଜଧାନୀରେ ମୋଟ ୩୧ ହଜାର ୩୦୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୩୦ ହଜାର ୬୯୦ ଜଣ ସୁସ୍ଥ ହୋଇଛନ୍ତି ।

୨୩୧ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୬୦ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କରୋନା, ଭୁବନେଶ୍ବର

ସମ୍ମାନ ପାଇଁ ଲଢିଲେ ସୁଭଦ୍ରା, ହସି ଉଠିଲା ସଂସାର (ବିଶେଷ)

December 3, 2020 By Sri Akhanda Leave a Comment

ଭୁବନେଶ୍ୱର, ଡିସେମ୍ବର ୩ : ସମାଜରେ ନାରୀ ନିର୍ଯାତନା ମାମଲା ଦିନକୁ ଦିନ ବୃଦ୍ଧି ପାଉଥିଲେ ସୁଦ୍ଧା ଏହା ବିରୋଧରେ ପ୍ରତିବାଦର ସ୍ୱର ଉଠାଇବା ମଧ୍ୟ ଅନେକ ଶିଖିଗଲେଣି । ସେହିଭଳି ଜଣେ ସଫଳ ଏବଂ ମର୍ଯ୍ୟାଦାବାନ୍ ମହିଳା ହେଉଛନ୍ତିି ସୁଭଦ୍ରା ମୁଦୁଲି ।

ସୁଭଦ୍ରା ନିଜ ଶାଶୁ ଘରର ନିର୍ଯାତନା ବିରୋଧରେ ସ୍ୱର ଉଠାଇବା ପରେ ଏବେ ଖୁସୀର ଜୀବନ ବିତାଇବା ସହ ତାଙ୍କର ଅଧିକାରକୁ ସାବ୍ୟସ୍ତ କରିଛନ୍ତି । ଆଉ ଏଥିରେ ତାଙ୍କୁ ସାହାଯ୍ୟ କରିଛନ୍ତି ଜଣେ ମହିଳା ସ୍ୱେଚ୍ଛାସେବୀ ।

ଭଦ୍ରକ ଜିଲ୍ଲା ବାସୁଦେବପୁର ଗ୍ରାମର ସୁଭଦ୍ରା ମୁଦୁଲି ୨୦୧୯ରେ ଯାଜପୁର ରୋଡ୍ ତାରାପୁର ଗ୍ରାମର ପୃଥୀରାଜ ବେହେରାଙ୍କୁ ବିବାହ କରିଥିଲେ । ଘରେ ଶାଶୁ, ଶ୍ୱଶୁରଙ୍କ ସହ ଭଲରେ ଜୀବନ କାଟୁଥିଲେ ସୁଭଦ୍ରା ।

କିନ୍ତୁ କିଛି ମାସ ପରେ ସୁଭଦ୍ରାଙ୍କୁ ଶାଶୁ, ଶ୍ୱଶୁର ଓ ସ୍ୱାମୀ ହଇରାଣ କରିବା ଆରମ୍ଭ କରିଥିଲେ ବୋଲି ସୁଭଦ୍ରା କହନ୍ତି । ସ୍ୱାମୀ ନିଶାଗ୍ରସ୍ତ ହୋଇ ଘର ଆସି ତାଙ୍କୁ ମାରପିଟି ମଧ୍ୟ କଲେ ।

ଏହା ବିରୋଧରେ ସୁଭଦ୍ରା ସ୍ୱର ଉଠାଉଥିଲେ । ହେଲେ ଶାଶୁଘର ଲୋକଙ୍କ ସମର୍ଥନ ମିଳିନଥିଲା ।

ଇତିମଧ୍ୟରେ ତାଙ୍କର ଗୋଟିଏ ପୁଅଟିଏ ହୋଇଥିଲା । ପୁଅକୁ ଲାଳନପାଳନ କରିବା ପାଇଁ ସବୁ କଷ୍ଟ ସହି ସେ ରହିବାକୁ ସ୍ଥିର କରିଥିଲେ । କିନ୍ତୁ ଦିନକୁ ଦିନ ତାଙ୍କ ଉପରେ ନିର୍ଯାତନା ବଢିବାକୁ ଲାଗିଲା ।

ତେଣୁ ସେ ଜୁଲାଇ ୨୦୨୦ରେ ଶାଶୁଘର ଛାଡି ଭୁବନେଶ୍ୱରର ଏକ ବସ୍ତିରେ ରହୁଥିବା ତାଙ୍କ ମାଉସୀ ଘରକୁ ଚାଲି ଆସିଲେ । ସେତେବେଳକୁ ତାଙ୍କ ପୁଅର ବୟସ ମାତ୍ର ୭ ମାସ ହୋଇଥାଏ ।

ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦେଇଥିଲେ । ବାରମ୍ବାର ସେଠାକୁ ଦୌଡିଲେ ମଧ୍ୟ କୌଣସି କାର୍ଯାନୁଷ୍ଠାନ ହୋଇନଥିଲା ।

ପରେ ସେ ମହିଳା କମିଶନଙ୍କ ନିକଟରେ ମଧ୍ୟ ଦରଖାସ୍ତ ଦେଇ କମିଶନଙ୍କ ହସ୍ତକ୍ଷେପ ଲୋଡିଥିଲେ । କିନ୍ତୁ ଏହି ପ୍ରକ୍ରିୟା ମଧ୍ୟ ଯଥେଷ୍ଟ ବିଳମ୍ବ ହେଲା ।

ଏହା ଭିତରେ ସେ ନିଜର ଗୁଜରାଣ ମେଂଟାଇବା ପାଇଁ ଅନ୍ୟମାନଙ୍କ ଘରେ କାମ କରିବା ଓ ସଂଧ୍ୟାରେ ଅଗରବତୀ ପ୍ରସ୍ତୁତି କାମ କରି କିଛି ରୋଜଗାର କରିବା ଆରମ୍ଭ କଲେ । କିନ୍ତୁ ନ୍ୟାୟ ପାଇବା ପାଇଁ ସଂଗ୍ରାମ ଜାରି ରଖିଥାନ୍ତି ସୁଭଦ୍ରା ।

କେତେବେଳେ ଥାନାକୁ ଯିବା ତ ଆଉ କେତେବେଳେ ମହିଳା କମିଶନଙ୍କ ପାଖକୁ ଯାଇ ନିଜ ଅଭିଯୋଗର ସ୍ଥିତି ପଚାରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରୁଥିଲେ ।

ମହିଳା ସଂଗଠନର ସମାଜସେବୀଙ୍କର ମଧ୍ୟ ସହଯୋଗ ଲୋଡିଥିଲେ । କିନ୍ତୁ କେବଳ ମିଳିଥିଲା ପ୍ରତିଶ୍ରୁତି । ଦିନ ପରେ ଦିନ ଗଡି ଚାଲିଲା ।

ସେ ଏହି ଲେଖକଙ୍କ ଠାରୁ ଖବର ପାଇ ଭୁବନେଶ୍ୱରର ସମ୍ପର୍କ ଫାଉଣ୍ଡେସନ ସହ ଫୋନ୍‌ରେ ଯୋଗାଯୋଗ କଲେ ।

ଏହାର ନିର୍ଦ୍ଦେଶିକା ପ୍ରଜ୍ଞାଜ୍ୟୋତି ଦାସ ଏହି ଘଟଣାର ଗୁରୁତ୍ୱକୁ ବିଚାର କରି ତୁରନ୍ତ ସେ ରହୁଥିବା ଘରେ ପଂହଚିଲେ ଏବଂ ସବୁ ଘଟଣା ସମ୍ପର୍କରେ ଜାଣିଲେ ।

ଏହା ପରେ ଅକ୍ଟୋବର ମାସରେ ସୁଭଦ୍ରାଙ୍କୁ ସାଥିରେ ନେଇ ସମ୍ପର୍କ ଫାଉଣ୍ଡେସନର ଏକ ଟିମ୍ ତାଙ୍କ ଶ୍ୱଶୁର ଘର ଯାଜପୁର ରୋଡକୁ ଯାଇଥିଲେ ।

ଏ ସମ୍ପର୍କରେ ପ୍ରଜ୍ଞା କୁହନ୍ତି, ଆମ ଟିମ୍ ଆଗରେ ସୁଭଦ୍ରାଙ୍କ ସ୍ୱାମୀ ଓ ଶାଶୁ ଘର ଲୋକେ ତାଙ୍କୁ ଘରକୁ ଆଣିବା ପାଇଁ ରାଜି ହେଲେ ।

ଆମେ ଭାବିଲୁ ସବୁ ଠିକ୍ ହୋଇଯିବ । କିନ୍ତୁ କିଛି ଦିନ ଅପେକ୍ଷା କରିବା ପରେ ସେ ସୁଭଦ୍ରାଙ୍କୁ ନେବାକୁ ଆସିଲେ ନାହିଁ।”

ଏହି ଉଦ୍ୟମଟି ବିଫଳ ହେଲା । ଏହାର ସପ୍ତାହକ ପରେ ଗତ ନଭେମ୍ବର ୨ ତାରିଖରେ ପ୍ରଜ୍ଞାଙ୍କ ଟିମ୍ ସୁଭଦ୍ରାଙ୍କୁ ସାଥିରେ ନେଇ ଯାଜପୁର ରୋଡ୍ ଥାନାରେ ପଂହଚିଲେ ଏବଂ ଥାନାରେ ଲିଖିତ ଆକାରରେ ଜଣାଇଲେ ।

ପୋଲିସ୍ ସୁଭଦ୍ରାଙ୍କ ସ୍ୱାମୀ ପୃଥୀରାଜଙ୍କୁ ଥାନାକୁ ଡକାଇଲେ । ଏହାପରେ ସେ ଆପୋଷ ସମାଧାନ ମଧ୍ୟରେ ଏହି ଘଟଣାକୁ ଫଇସଲା କରିବାକୁ ରାଜିହେଲେ ।

ଥାନାରେ ହିଁ ସେମାନଙ୍କ ମଧ୍ୟରେ ଏକ ବୁଝାମଣା ହେଲା । ୧୫ ଦିନ ମଧ୍ୟରେ ସେ ସୁଭଦ୍ରାଙ୍କୁ ଘରକୁ ନେବେ ବୋଲି କହିଲେ ଏବଂ ଘର କଳି ଯେପରି ନହେବେ ଏକ ସ୍ୱତନ୍ତ୍ର ଭଡାଘରେ ସ୍ତ୍ରୀଙ୍କୁ ସମ୍ମାନ ଓ ମର୍ଯ୍ୟଦାର ସହ ରଖିବାକୁ ସେ ରାଜିହେଲେ ।

ବୁଝାମଣା ମୁତାବକ ସେ ସୁଭଦ୍ରାଙ୍କୁ ଏବେ ଫେରାଇ ନେଇଛନ୍ତି । ଏ ସମ୍ପର୍କରେ ସୁଭଦ୍ରା କହନ୍ତି, “ସମ୍ପର୍କ ଫାଉଣ୍ଡେସନ୍ ଯୋଗୁଁ ମୁଁ ସଂସାର ଫେରିପାଇଲି ।

ନହେଲେ ସ୍ୱାମୀଙ୍କ ପାଖକୁ ଆସିବି ବୋଲି ତ ମୁଁ ଆଉ ଭାବି ନଥିଲି ।” ସ୍ୱାମୀ ମଧ୍ୟ ସ୍ତ୍ରୀ ଓ ପୁଅଙ୍କୁ ପାଖରେ ପାଇ ବେଶ୍ ଖୁସୀ ଅଛନ୍ତି ।

ସୁଭଦ୍ରାଙ୍କ ଦୃଢ ମନୋବଳ ଓ ନାରୀମାନଙ୍କ ଅଧିକାର ରକ୍ଷାପାଇଁ ପ୍ରଜ୍ଞାଙ୍କ ଏହି ପ୍ରୟାସ ଅନ୍ୟ ମହିଳାମାନଙ୍କ ପାଇଁ ଏକ ବଳିଷ୍ଠ ଉଦାହରଣ ।

ପ୍ରସ୍ତୁତି – ଶ୍ରୀ ଅଖଣ୍ଡ

(ଲେଖକ ଜଣେ ସାମ୍ବାଦିକ ଓ ସମାଜସେବୀ । ସେ ମହିଳାସଶକ୍ତିକରଣ, ମାନବିକ ଅଧିକାର ଆଦି ବିକାଶଶୀଳ ପ୍ରସଙ୍ଗ ଉପରେ ଲେଖନ୍ତି )

Filed Under: Odia, Special, ବିଶେଷ Tagged With: P, Special, ଓଡିଶା, ବିଶେଷ, ଭଦ୍ରକ, ଭୁବନେଶ୍ବର

ଥିଲେ ଦିଅ, ନଥିଲେ ନିଅ, ଏକ ନିଆରା କାର୍ଯ୍ୟକ୍ରମ

December 1, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୧(ଲୋକାଲ ୱାୟାର) ‘ଥିଲେ ଦିଅ, ନଥିଲେ ନିଅ’ । ଉଡ୍ର ଓଡ଼ିଶା ପକ୍ଷରୁ ଆରମ୍ଭ ହୋଇଛି ଏହି ନିଆରା କାର୍ଯ୍ୟକ୍ରମ ।

ଏହାର ଉଦେ୍ଦଶ୍ୟ ହେଲା ଯୋଉମାନଙ୍କ ପାଖରେ ପୋଷାକର ଅଭାବ ଅଛି ବା ଶୀତବସ୍ତ୍ର ନାହିଁ, ସେମାନଙ୍କ ପାଖକୁ ପୋଷାକ ଏବଂ ଶୀତବସ୍ତ୍ର ପହଞ୍ଚାଇବା ।

ସହୃଦୟ ବ୍ୟକ୍ତିଙ୍କ ଦ୍ୱାରା ଦାନ କରାଯାଉଥିବା କପଡ଼ାକୁ ଶୀତ ଦିନରେ ଅସହାୟଙ୍କୁ ଦାନ କରିବା ପାଇଁ ବିଶିଷ୍ଟ ସମାଜସେବୀ ମାୟାଧର ନାୟକଙ୍କ ଦ୍ୱାରା ଏହି ଅଭିଯାନର ପରିକଳ୍ପନା କରାଯାଇ ଆରମ୍ଭ ହୋଇଥିଲା ।

ପରେ ତାଙ୍କ ସୁପୁତ୍ର ତଥା ପୂର୍ବତନ ବିଧାୟକ, ବର୍ତ୍ତମାନ ‘ମୋ କଲେଜ’ର ଅଧ୍ୟକ୍ଷ ଅଭିନେତା ଆକାଶ ଦାସ ନାୟକ ଏହି କାର୍ଯ୍ୟକ୍ରମକୁ ଜାରି ରଖିଛନ୍ତି ।

ଉଡ୍ର ଓଡ଼ିଶା ଅନୁଷ୍ଠାନ ଦ୍ୱାରା ଗତ କିଛି ବର୍ଷ ଧରି ଏ ଅଭିଯାନ ଚାଲୁରହିଛି । ଆଜିଠାରୁ ଏହାର ଶୁଭାରମ୍ଭ ହୋଇଛି ।

ଏହି ଅବସରରେ ପୋଷାକ ଦାନ ପାଇଁ ୧୨ଟି ସହର ଯଥା; ଭୁବନେଶ୍ୱର, ପାରାଦୀପ, କଟକ, ବ୍ରହ୍ମପୁର, ପୁରୀ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମୁମ୍ବାଇ, କୋଲକାତା, ପୁଣେ ଓ ହାଇଦ୍ରାବାଦର ପ୍ୟାରିସ୍ ବେକେରୀ ଆଉଟଲେଟ୍ ଆଗରେ ଦାନବାକ୍ସ ସ୍ଥାପନ କରାଯିବ ।

ସଂଗୃହୀତ ପୋଷାକକୁ ୱାସେକ୍ସ ହସ୍ପିଟାଲ୍ ସଲୁ୍ୟସନ୍ ଦ୍ୱାରା ଡ୍ରାଏ ୱାସ୍ କରାଯିବ । ବିଗତଦିନରେ ଏ କାର୍ଯ୍ୟକ୍ରମକୁ ଅହେତୁକ ସଫଳତା ମିଳିଛି ।

ଗତ ବର୍ଷ ୧୫ହଜାରରୁ ଅଧିକ ପୋଷାକ ଦାନ ଏବଂ ବିତରଣ କରାଯାଇଥିଲା । ତେଣୁ ଚଳିତ ବର୍ଷ ମଧ୍ୟ ଭଲ ହେବ ବୋଲି ଆଶା ରହିଛି ।

ଆଜି ବାପୁଜୀ ନଗର ପ୍ୟାରୀସ୍ ବେକେରୀ ଠାରେ ପୋଷାକ ଦାନବାକ୍ସ ସ୍ଥାପନ ସମୟରେ ଆକାଶ, ଶୁଭ୍ରଜ୍ୟୋତି ଦାସ ନାୟକ, ଦିଲ୍ଲୀପ ତିର୍କୀ, ହରିପ୍ରସାଦ ପଟ୍ଟନାୟକ, ଡ. ସୂର୍ଯ୍ୟପ୍ରକାଶ, ଆଦିତ୍ୟ ଦାଶ, ପ୍ରସନ୍ନ ପାତ୍ର, ବିଟି ଭରଦ୍ୱାଜ, ଶୀତଳ ପାତ୍ର ଏବଂ କୁମାରୀ ଦେବସ୍ମିତା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ଲୋକାଲ ୱାୟାର

—

Filed Under: Odia Tagged With: ଓଡିଶା, ଭୁବନେଶ୍ବର

ନୂଆ ଚଳଚ୍ଚିତ୍ର ‘ଏଇ ବୋଧେ ଭଲପାଇବା’ର ଶୁଭ ମହୁରତ

December 1, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୧ (ଲୋକାଲ ୱାୟାର): କିଟ୍ କ୍ୟାମ୍ପସରେ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଏଇ ବୋଧେ ଭଲପାଇବା’ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି ।

ସଂସ୍କୃତି ବିଭାଗ ନିଦେ୍ର୍ଦଶକ ରଞ୍ଜନ କୁମାର ଦାସଙ୍କ ନିଜସ୍ୱ କାହାଣୀକୁ ନେଇ କଳିଙ୍ଗ ସୂର୍ଯ୍ୟ ସିନେ ପ୍ରଡକ୍ସନ ପ୍ରସ୍ତୁତ କରୁଥିବା ଏଇ ଚଳଚ୍ଚିତ୍ରର ଶୀର୍ଷକ ରହିଛି ‘ଏଇ ବୋଧେ ଭଲପାଇବା’ ।

ପ୍ରଯୋଜକ ଆଲେକଜାଣ୍ଡାର ଦାସ ଓ ସିଦ୍ଧାର୍ଥ ପାତ୍ର, ନିଦେ୍ର୍ଦଶକ ସୁଧାକର ବସନ୍ତ, ସଙ୍ଗୀତ ନିଦେ୍ର୍ଦଶକ ଅଭିଜିତ୍ ମଜୁମଦାର୍, କଳାକାର ଓ ଟେକନିସିଆନମାନଙ୍କ ଉପସ୍ଥିତିରେ ସୁଟିଂ ପୂର୍ବରୁ କ୍ଲାପ୍ ଦେଇ ଶୁଭ ମହୁରତ କରିଥିଲେ କାଦମ୍ବିନୀର ସମ୍ପାଦିକା ଡ. ଇତିରାଣୀ ସାମନ୍ତ ଏବଂ ଓଡ଼ିଆ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ ।

ମହୁରତରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ସିନେ କ୍ରିଟିକ୍ ଆସୋସିଏସନର ସମ୍ପାଦକ ଦିଲ୍ଲୀପ ହାଲି, ସଂଳାପକାର ଡ. ରଜନୀ ରଞ୍ଜନ, ଓଲିଉଡ କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ।

ଏହି ଚଳଚ୍ଚିତ୍ରରେ ମୁଖ୍ୟ ନାୟକ ଭୂମିକାରେ ଦୀପକ ଓ ନାୟିକା ଭୂମିକାରେ ଅଛନ୍ତି ଅନୁଭା ।

ଏମାନଙ୍କ ବ୍ୟତୀତ କୁନା ତ୍ରିପାଠୀ, ସରୋଜ ଦାସ, ନନସେନ୍ସ ମଣି, ପ୍ରତିଭା ପଣ୍ଡା, ମଧୁ, ନମିତା ପ୍ରମୁଖ କଳାକାରଙ୍କୁ ଦେଖିବାକୁ ମିଳିବ ।

ଚଳଚ୍ଚିତ୍ରର ପ୍ରଡକ୍ସନ ଡିଜାଇନ୍ କରୁଛନ୍ତି ଚିତ୍ତରଞ୍ଜନ ଆଚାର୍ଯ୍ୟ । ଡିଓପି ଦାୟିତ୍ୱ ନିର୍ବାହ କରୁଛନ୍ତି ଅଜିତ କିଶୋର ଦାସ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଭୁବନେଶ୍ବର

ନଭେମ୍ବର ୩୦ରେ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ, ଓଡ଼ିଶାକୁ ଦୃଶ୍ୟମାନ ହେବନାହିଁ

November 25, 2020 By LocalWire Leave a Comment

ଭୁବନେଶ୍ୱର, ନଭେମ୍ବର ୨୫(ଲୋକାଲ ୱାୟାର): ଆସନ୍ତା ୩୦ ତାରିଖରେ ସଂଘଟିତ ହେବ ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ । ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ଗୋଟିଏ ବରିଳ ମହାଜାଗତିକ ଘଟଣା ।

ଗ୍ରହଣ ଓ ପରାଗ ଏକ ଛାଇ ଆଲୁଅର ଖେଳ । ଯାହା ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର ଏକ ବିଶେଷ ଅବସ୍ଥିତିରେ ଘଟିଥାଏ ।

ବିଶ୍ୱର ବିଭିନ୍ନ ଦେଶର ବୈଜ୍ଞାନିକମାନେ ଏନେଇ ଗବେଷଣା କରିବାକୁ ଏବେଠାରୁ ପ୍ରସ୍ତୁତି ଚଳାଲେଣି ।

ଏହି ସମୟ ଭିତରେ କିଛି ଲୋକ ସୋସିଆଲ୍ ମିଡିଆରେ ଏହାକୁ ନେଇ ବିଭ୍ରାନ୍ତିକର ଖବର ପ୍ରକାଶ କରୁଛନ୍ତି ।

ଯାହାର କୌଣସି ବୈଜ୍ଞାନିକ କାରଣ ନାହିଁ । ତେବେ ଚନ୍ଦ୍ର ଗ୍ରହଣ ଦିନ ୧ଟା ୨ ମିନିଟରେ ହେବ ଏହା ଦିନ ୩ଟା ୧୨ ମିନିଟ ୫୩ ସେକେଣ୍ଡ ବେଳକୁ ସର୍ବାଧିକ ରହିବ ଓ ସନ୍ଧ୍ୟା ୫ଟା ୨୩ ମିନିଟ ୨୨ ସେକେଣ୍ଡରେ ଶେଷ ହେବ । କିନ୍ତୁ ଏହା ଓଡ଼ିଶାକୁ ଦୃଶ୍ୟମାନ ହେବନାହିଁ ।

ଏ ବାବଦରେ ପଠାଣି ସାମନ୍ତ ପ୍ଲାନେଟାରିୟମର ଉପ ନିଦେ୍ର୍ଦଶକ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ଚନ୍ଦ୍ର ଗ୍ରହଣ ସମୟରେ ଚନ୍ଦ୍ର ଓ ସୂର୍ଯ୍ୟ ମଝିରେ ପୃଥିବୀ ଗୋଟିଏ ସରଳରେଖାରେ ରହିଥାଏ ଓ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼ିଥାଏ ।

ପ୍ରଥମଟି ଛାୟା ଯାହା ଏକ ଗାଢ଼ କଳା ରଙ୍ଗର ଛାଇ ଓ ଖାଲି ଆଖିରେ ଦେଖାଯାଏ । ଦ୍ୱିତୀୟଟି ହେଲା ଉପଛାୟା । ଯାହା ଖାଲି ଆଖିରେ ଦେଖିବା କଷ୍ଟକର ।

ବିଜ୍ଞାନ ହିସାବରେ ଚନ୍ଦ୍ର ଉପଛାୟାରେ ପ୍ରବେଶ କରିବା ସହ ଗ୍ରହଣ ଆରମ୍ଭ ହୁଏ ଓ ଏଥିରୁ ବାହାରିଗଲେ ଗ୍ରହଣ ଶେଷ ହୁଏ ।

ଏ ବର୍ଷର ଶେଷ ସୂର୍ଯ୍ୟ ପରାଗ ଆସନ୍ତା ଡିସେମ୍ବର ୧୪ ତାରିଖରେ ସଂଘଟିତ ଯାହା ଭାରତରେ ଦେଖାଯିବ ନାହିଁ । ପରବର୍ତ୍ତୀ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ୨୦୨୧ ମସିହା ମେ ମାସ ୨୭ ତାରିଖରେ ଭାରତକୁ ଦେଖାଯିବ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଭୁବନେଶ୍ବର

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 10
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire