ଭୁବନେଶ୍ୱର, ଡିସେମ୍ବର ୧୯(ଲୋକାଲ ୱାୟାର): ଲକଡାଉନରେ ରିଲରୁ ରିଅଲ୍ ହିରୋ ପାଲଟିଯାଇଥିବା ସବ୍ୟସାଚୀ ମିଶ୍ର ଓଡ଼ିଶା ଭିତରେ ଯେତିକି ଓଡ଼ିଶା ବାହାରେ ଆହୁରି ବେଶି ପରିଚିତ ହୋଇଯାଇଛନ୍ତି ।
ପୂର୍ବରୁ ଏମିତି ଜଣେ ନାୟକ ଭାବେ ତେଲୁଗୁ, ତାମିଲ, ମାଲାୟାଲମ୍ ଓ ବଙ୍ଗଳାରେ ତାଙ୍କୁ ସମସ୍ତେ ଜାଣିଥିଲେ କିନ୍ତୁ ତାଙ୍କ ଉଦାର ହୃଦୟ ଏ କ୍ଷେତ୍ରକୁ ଆଉ ଟିକେ ପ୍ରଶସ୍ତ ଏବଂ ବିଶାଳ କରିଦେଲା ।
ଯେଉଁଥିପାଇଁ ତାଙ୍କ ସହାୟତାର ହାତ ଦେଶର ପୂର୍ବରୁ ଦକ୍ଷିଣ ଏବଂ ପଶ୍ଚିମରୁ ଉତ୍ତର ପର୍ଯ୍ୟନ୍ତ ଲମ୍ବିପାରିଲା ।
ଆଜି ପିଲାଠୁ ବୁଢ଼ା ସମସ୍ତଙ୍କ ହୃଦୟରେ ସେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି, ଯାହା ସବୁଦିନ ପାଇଁ ରହିଗଲା ।
ସେହି ଷ୍ଟାର୍ ଏବେ ଯେତେବେଳେ କିଛି ନା’ କିଛି କହୁଛନ୍ତି ତାହା ଭାଇରାଲ୍ ହେଉନାହିଁ ବରଂ ଅନେକଙ୍କ ଜୀବନ ଧାରାକୁ ବଦଳାଇଦେଉଛି ।
ସୋସିଆଲ୍ ମିଡିଆରେ ସେମିତି କିଛି ପୋଷ୍ଟ କରି ଆହ୍ୱାନ ଦେଇଛନ୍ତି ଅଭିନେତା ସବ୍ୟସାଚୀ ।
ସେ ଲେଖିଛନ୍ତି, ‘ଆଖି ଆଗରେ ଯେତେବେଳେ କିଛି ସମସ୍ୟା ଦେଖାଯାଏ, ସେହି ଅନୁସାରେ, ସେହି ଜାଗାରେ, ନିଜ ସାମର୍ଥ୍ୟ ଅନୁସାରେ କାମ କରିବା ଦରକାର’ ।
ଲୋକାଲ ୱାୟାର